ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ୨ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର। ମାତ୍ର ୨ ସପ୍ତାହ ହେବ ଉଚ୍ଚଶିକ୍ଷା ନିମନ୍ତେ ଯାଇଥିଲେ ଆମେରିକାକୁ । କୋଠରୀରୁ ଦୁଇ ରୁମମେଟଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁହେଁ ହେଉଛନ୍ତି ତେଲେଙ୍ଗାନା ୱାନାପାର୍ଥିର ଜି ଦିନେଶ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ନିକେଶ । ଦୁହିଁଙ୍କ ମୃତଦେହ ତାଙ୍କ ହଷ୍ଟେଲରୁ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ସୂଚନା ମୁତାବକ ଦିନେଶ ଆମେରିକାକୁ ୨୮ ଡିସେମ୍ବର ୨୦୨୩ ଦିନ ଉଚ୍ଚଶିକ୍ଷା ନିମନ୍ତେ ଯାଇଥିଲେ । ସେପଟେ ଦୀନେଶଙ୍କ ମୃତ ଦେହ ଭାରତକୁ ଫେରେଇ ଆଣିବା ନିମନ୍ତେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶାନ ରେଡ୍ଡୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ କରୁଛି ପୋଲିସ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ 5T ଅଧ୍ୟକ୍ଷ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ନିଳାଦ୍ରୀ ଭକ୍ତ ନିବାସରେ ଏକ ଉଚ୍ଚସ୍ତରୀୟ ବୈଠକ ସମସ୍ତ କର୍ମକର୍ତ୍ତା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ, ପରିଚାଳନା କମିଟି ସଦସ୍ୟ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରମୁଖ ବୈଠକରେ ଉପସ୍ଥିତି ହୋଇଛି ବିସ୍ତୃତ ଆଲୋଚନା । ଲୋକାର୍ପଣ ଉତ୍ସବ ପୂର୍ବରୁ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଲୋକାର୍ପଣ ସମାରୋହରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁ ସନ୍ଥ ଆସିବେ । ଶୃଙ୍ଖଳିତ ଦର୍ଶନ ଓ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି ।
ଗାଡି ପାର୍କିଂକୁ ନେଇ ମାରପିଟ୍, ଜଣଙ୍କୁ ଗୁଳି କରାଯାଇଥିବା ବେଳେ ୩ ଜଣଙ୍କୁ ପିଟିପିଟି ମାରିଦେଲେ
ପାଟନା: କାର ପାର୍କିଂରୁ ତୁମୁଳକାଣ୍ଡ । ୪ଜଣଙ୍କୁ ହତ୍ୟା ଅଭିଯୋଗ । ବିହାରର ଔରଙ୍ଗବାଦରୁ ଆସିଛି ଏଭଳି ଖବର । ନବିନଗର ଥାନା ଅଞ୍ଚଳରେ ଏକ ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । ଏହା ଅତି ଉଗ୍ରରୂପ ନେଇଥିବାବେଳେ ଗାଡ଼ି ଚାଳକ ଜଣକ ଦୋକାନୀଙ୍କୁ ଗୁଳି ମାରିଥିଲେ । ପରେ ସେଠାରେ ଥିବା ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ କରିଥିଲେ । ପିଟି ପିଟି ତିନି ଜଣଙ୍କୁ ମାରି ଦେଇଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି । ଦୋକାନ ସମ୍ମୁଖରେ ଗାଡ଼ି ପାର୍କିଂକୁ ନେଇ ଦୋକାନୀ ଏବଂ ଗାଡ଼ିରେ ବସିଥିବା ୩ଜଣଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଉଗ୍ରରୂପ ନେଇଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ କ୍ୟାମ୍ପ ପକାଯାଇଛି ।
ଧୁମଧାମରେ ଚାଲିଛି ଘୁମୁରା ଉତ୍ସବ- ୨୦୨୪
କଳାହାଣ୍ଡି: କଳାହାଣ୍ଡିରେ ଧୁମଧାମରେ ଚାଲିଛି କଳା ସଂସ୍କୃତି ମହାକୁମ୍ଭ କଳାହାଣ୍ଡି ଘୁମୁରା ଉତ୍ସବ- ୨୦୨୪। ନାଚ ଗୀତରେ ଦୁଲୁକି ଉଠିଛି ରେଣ୍ଡୋ ମାଝୀ ମଞ୍ଚ। ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମ୍ ପାଖରେ ଚାଲିଛି ମହୋତ୍ସବ । ଦ୍ୱିତୀୟ ସନ୍ଧ୍ୟାରେ କଳାହାଣ୍ଡିଆ କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚରେ ମଞ୍ଚ ଦୁଲୁକି ଉଠିଥିଲା। ମୁଖ୍ୟ ଅତିଥି ଭାବରେ ସାଂସଦ ବସନ୍ତ ପଣ୍ଡା ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂ ,ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଭବାନୀପାଟଣା ପୌର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା ଯୋଗ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ର ସ୍ମରଣିକା “କଳାଝରଣ ” ଅତିଥିଙ୍କ ଦ୍ବାରା ଉନ୍ମୋଚନ ହୋଇଯାଇଛି । କବି ସମ୍ମିଳନୀର କବିତା ପୁସ୍ତକ “ନିଶାନ”ର ମଧ୍ୟ ଉନ୍ମୋଚନ ହୋଇଛି। ଶେଷରେ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

