spot_img
Home Blog Page 2232

ପୁଣି ଚର୍ଚ୍ଚାରେ ଉଦୟନିଧିଙ୍କ ବୟାନ, ରାମ ମନ୍ଦିରକୁ ନେଇ କହିଲେ ଏମିତି କଥା

ଚେନ୍ନାଇ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ବିରୋଧୀମାନେ ଏହାକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଛି । ରାଜନୀତି ପାଇଁ ସରକାର ଏଭଳି କରୁଥିବା କିଛି ବିରୋଧୀମାନେ ମଧ୍ୟ କହୁଛନ୍ତି । ତେବେ ଏହି କ୍ରମେରେ ପୁଣିଥରେ ସାମିଲ ହୋଇଛନ୍ତି ଉଦୟନିଧୀ ଷ୍ଟାଲିନ୍ ।ରାମ ମନ୍ଦିରକୁ ନେଇ ପୁଣିଥରେ ଦେଲେ ବିବାଦୀୟ ବୟାନ। କହିଲେ ମସଜିଦ୍ ଭାଙ୍ଗି ନିର୍ମାଣ ହୋଇଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ଦଳ କୌଣସି ମନ୍ଦିରକୁ ବିରୋଧ ନାହିଁ । ମାତ୍ର ମସଜିଦକୁ ଭାଙ୍ଗି ତିଆରି କରାଯାଉଥିବା ମନ୍ଦିରକୁ ଆମର ସମର୍ଥନ ନାହିଁ । ଆମ ନେତାମାନେ ପୂର୍ବରୁ ମଧ୍ୟ କହିଛନ୍ତି କି, ଧର୍ମ ଏବଂ ରାଜନୀତିକୁ ମିଶାଅ ନାହିଁ ।

ସେପଟେ ଏହା ପୂର୍ବରୁ ମଧ୍ୟ ସନାତନ ଧର୍ମକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ଷ୍ଟାଲିନ୍ । ସନାତନ ଧର୍ମକୁ ଏକ ବ୍ୟାଧି ବୋଲି କହିଥିଲେ । ସନାତନ ଧର୍ମ ହେଉଛି ମ୍ୟାଲେରିଆ, ଡେଙ୍ଗୁ ସହ ସମାନ ବୋଲି କହିଥିଲେ । ସେପଟେ ଏହି ବିବାଦୀୟ ବୟାନ ପାଇଁ ତାଙ୍କୁ କ୍ଷମା ପ୍ରାର୍ଥନା ମାଗିବାକୁ କୁହାଯାଇଥିଲା । ମାତ୍ର ସେ କେବେ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା । ଗଣମାଧ୍ୟମରେ ହେଡଲାଇନ ମଧ୍ୟ ପାଲଟିଥିଲା ।

ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଡୁବୁରି ଅଞ୍ଚଳରୁ ଏକ କୋଇଲା ଟ୍ରେନ୍ ତାଳଚେର ଆସୁଥିବା ବେଳେ କମଳାଙ୍ଗ ଷ୍ଟେସନରୁ କିଛି ଦୂର ଅତିକ୍ରମ କରିବା ପରେ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଲୱେ ବିଭାଗର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମଃ ପର୍ଯ୍ୟାୟରେ ଟ୍ରେନ୍ ଚଳାଚଳ ଯେପରି ସ୍ଵାଭାବିକ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ଏଥିସହିତ ଟ୍ରେନ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ରେଳ ବିଭାଗ ।

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ ସହ ୬ ସହଯୋଗୀ ଗିରଫ

କଟକ: କଟକର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ ଓ ତାର ୬ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସକିଲ ଓ ସହଯୋଗୀମାନେ କଟକ ସଦର ଅଂଚଳରେ ଏକ ସ୍ଥାନରେ ଏକାଠି ହୋଇ ବଡ ଧରଣର ଅପରାଧ କରିବା ପାଇଁ ଯୋଜନା କରୁଥିଲେ । ଏ ସଂପର୍କରେ ଖବର ପାଇ ପୋଲିସ ସେଠାରେ ଚଢାଉ କରି ସକିଲ ଓ 6 ସହଯୋଗୀଙ୍କୁ ଗିରଫ କରିଥିଲା। ପୋଲିସ ତିନୋଟି ଦାମୀ ଗାଡି , 2  ବନ୍ଧୁକ, 7 ଗୁଳି, 9 ମୋବାଇଲ,  ଦୁଇଟି ଖଣ୍ଡା ଜବତ କରିଛି। ସକିଲ ନାମରେ 40 ଟି ମାମଲା ଥିବା ବେଳେ ଅନ୍ଯ ମାନଙ୍କ ନାଁରେ ଏକାଧିକ ମାମଲା ରହିଛି । କିଛି ମାସ ତଳେ କଟକ ପୋଲିସ ସକିଲକୁ ତଡିପାର କରାଇଥିଲା।

ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ବର: ଧରାହେଲା ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ । ରାଜଧାନୀର ବିଭିନ୍ନ ଆପାର୍ଟମେଂଟରୁ ହୋଇଥିବା ସିରିଜ ଲୁଟ ଘଟଣାରେ ଏମାନଙ୍କ ସମ୍ପୃକ୍ତି ରହିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରାଯାଇଛି । ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୨ ଗିରଫ । ଗିରଫ କଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ । ରାଜଧାନୀର ପାଞ୍ଚଟି ଆପାର୍ଟମେଣ୍ଟରେ ୧୨ ଫ୍ଲାଟ୍ ରୁ ଲୁଟ୍ କରିଥିଲେ ଏହି ଗ୍ୟାଙ୍ଗ । ଏମାନେ ଚନ୍ଦକା ଥାନା ଅଞ୍ଚଳ ଆପାର୍ଟମେଣ୍ଟ, ଇନ୍ଫୋସିଟ ଥାନା ଅଞ୍ଚଳ ରାଜ ବାଟିକା, ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଲୁଟ୍‌ କରିଥିଲେ । ଲୁଟେରା ଗ୍ୟାଙ୍ଗ ବାହାର ରାଜ୍ୟର । ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ମିଳିଥିବା ଭିଜୁଆଲ ଅନୁସାରେ କିଛି ଦିନ ତଳେ ସର୍ବସାଧାରଣରେ ଫଟୋ ଜାରି କରିଥିଲା କମିଶନରେଟ ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ପ୍ରକଳ୍ପ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଧିରାଜ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଅଧିରାଜ ଯୋଗ ଦେବା ପରେ କଂଗ୍ରେସରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦଳ ମତ ନିର୍ବିଶେଷରେ ଏଭଳି କାର୍ଯ୍ୟରେ ସମସ୍ତେ ସାମିଲ ହେବା କଥା ବୋଲି କହିଥିଲେ ଅଧିରାଜ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି, ଏ ଖବର ପିସିସି ସଭାପତି ଓ ପ୍ରଭାରୀଙ୍କ ପାଖେ ପହଞ୍ଚିଛି । ଅନ୍ୟପଟେ ସୁରଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ଅଧିରାଜ । ଅଧିରାଜ କହିଛନ୍ତି ଯେ, ଦଳ ତରଫରୁ କେବେ କୁହାଯାଇ ନଥିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନ ଯିବା ପାଇଁ । ପ୍ରକଳ୍ପକୁ ବିରୋଧ ପାଇଁ କଂଗ୍ରେସ କେବେ କହିନି । ତେଣୁ ଏଭଳି ଏକ ଐତିହାସିକ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ସେ କୌଣସି ଦଳୀୟ ଶୃଙ୍ଖଳା ଭଙ୍ଗ କରିନାହାନ୍ତି ବୋଲି କହିଛନ୍ତି ଅଧିରାଜ।

ମହଙ୍ଗା ପଡ଼ିଲା ଚୋରି କରିବା, ଚଳନ୍ତା ଟ୍ରେନରେ ଝୁଲି ରହିଲା ଲୁଟେରା

ପାଟନା: ଚୋରକୁ ମିଳିଲା ପାନେ। ନିର୍ଦ୍ଧୁମ ଛେଚା ଖାଇଲା, ଚଳନ୍ତା ଟ୍ରେନରେ ଝୁଲି ରହିଲା । ବିହାରର ଭଗଲପୁର ରେଲଓ୍ବେ ଷ୍ଟେସନରୁ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଜଣେ ଚୋର ଟ୍ରେନରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ମୋବାଇଲ ଚୋରି କରି ନେଉଥିଲା । ଚୋରର ଦୁର୍ଭାଗ୍ୟକୁ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲା । ମହିଳା ଜଣକ ଚୋରକୁ ଧରିବା ସହ ଝରକା ପଟେ ମୋବାଇଲ ନେବାକୁ ଚେଷ୍ଟା କରୁଥିବାବେଳେ aହିଳା ଜଣକ ଚୋରର ହାତକୁ ଧରି ପକାଇଥିଲେ । ଠିକ ଏହି ସମୟରେ ଟ୍ରେନ ଛାଡ଼ି ଦେଇଥିଲା । ଝୁଲନ୍ତା ଅବସ୍ଥାରେ ରହିଥିବା ଚୋର ଜୋରରେ ଚିତ୍କାର କରି କହିଥିଲା କି, ମୋତେ ଛାଡ଼ ନାହିଁ । ଜୋରରେ ମୋ ହାତକୁ ଧରିଥାଅ । ନହେଲେ ମୁଁ ମରିଯିବି । ସେପଟେ ଚୋରଟି ୫ କିଲୋମିଟର ଝୁଲି ରହିବା ପରେ ଟ୍ରେନ ଅଟକିଥିଲା । ଲୋକେ ଚୋର ଉତ୍ତମ ମଧ୍ୟମ କି ବୋହେ ମାଡ଼ ମାରିଥିଲେ । ପରେ ଚୋରର ପୁଅ ଲୋକଙ୍କ ଗୋଡ଼ ହାତ ଧରି ନେହୁରା ହେବାପରେ ଛାଡ଼ିଥିଲେ । ମାତ୍ର ଚୋରଟି ଏଭଳି ଝୁଲି ରହିଥିବାରୁ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ସୁପର ଓଭରରେ ନବିଙ୍କ ଉପରେ କାହିଁକି ରାଗିଲେ ରୋହିତ?

ବାଙ୍ଗାଲୋର: ବୁଧବାର ଭାରତ ଏବଂ ଆଫଗାନିସ୍ତାନ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ହିଟମ୍ୟାନ ରୋହିତ ଶର୍ମା ରାଗ ମୁଡରେ ନଜର ଆସିଥିଲେ । ଯାହାକୁ ନେଇ ଏବଂ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଶେଷ ବଲରେ ମୁକେଶ କୁମାରଙ୍କ ବଲକୁ ନବି ମାରିବା ପାଇଁ ଘୁରାଇଥିଲେ । ମାତ୍ର ବ୍ୟାଟରେ ବଲ ସଂଯୋଗ ହୋଇନଥିଲା । ମାତ୍ର ବାଇ ରନ ପାଇଁ ଦୌଡ଼ିଥିଲେ ନବି । ଓ୍ବିକେଟ କିପର ସଞ୍ଜୁ ସାମସନ ଆଉଟ ପାଇଁ ବଲ ଫୋପାଡ଼ୁଥିବାବେଳେ ନବିଙ୍କ ଗୋଡ଼ରେ ବଲ ବାଜିଥିଲା । ମାତ୍ର ୧ ରନ ହେବା ବଦଳରେ ୩ ରନ ନେଇଥିଲେ ଆଫଗାନିସ୍ତାନ ଖେଳାଳି । ତେବେ ନବିଙ୍କ ଗୋଡ଼ରେ ବଲ ବାଜିଥିବାବେଳେ ରୋହିତ ରାଗି ଯାଇଥିଲେ । ସେ ପିଚରେ ଦୌଡ଼ିଥିବାକୁ ନେଇ ରାଗି ଯାଇଥିଲେ । ସେପଟେ କୋହଲିଙ୍କ ପାଖରେ ବଲ ପହଞ୍ଚିଥିବାବେଳେ ସେ ମଧ୍ୟ ରାଗ ମୁଡରେ ନଜର ଆସିଥିଲେ । କ୍ୟାମେରା ମ୍ୟାନ ଉଭୟ ଭେଟେରାନ ଖେଳାଳିଙ୍କ ମଧ୍ୟ ଦେଖାଇଥିଲେ ।

ସୁପର ଓଭରରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା । ରୋହିତଙ୍କ ରାଗ ପରେ ରାହୁଲ ଦ୍ରାବିଡ ଯାଇ ଆଫଗାନିସ୍ତାନ ଖେଳାଳିଙ୍କ ସହ କଥା ହୋଇଥିଲେ । ବୁଝାଇବା ସହ ଖେଳ ଆରମ୍ଭ ହୋଇଥିଲା । ତେବେ ଭାରତ ମଧ୍ୟ ସେହି ୧୬ ରନ କରିଥିବାବେଳେ ପୁଣିଥରେ ସୁପର ଓଭର ହୋଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ଦେଇଥିବା ବିଜୟ ଲକ୍ଷ୍ୟକୁ ଅତିକ୍ରମ କରିବାକୁ ଯାଇ ଆଫଗାନିସ୍ତାନ ମାତ୍ର ୧ ରନରେ ୨ଟି ଓ୍ବିକେଟ ହରାଇଛି । ରବି ବିଷ୍ଣୋଇ ୨ଟି ଓ୍ବିକେଟ ହରାଇଥିଲେ ।

ଅନଲାଇନ୍ ଗେମ ଆଇଡି ନଦେବାରୁ ନାବାଳକ ସାଙ୍ଗକୁ ମାରିଦେଲେ ଅନ୍ୟ ୪ ସାଙ୍ଗ

0

କୋଲକତା: ଅନଲାଇନ୍ ଗେମ ଆଇଡି ନଦେବାରୁ ନାବାଳକ ସାଙ୍ଗକୁ ମାରିଦେଲେ ଅନ୍ୟ ୪ ସାଙ୍ଗ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନାବାଳକଙ୍କ ମୃତଦେହକୁ ପୋଡ଼ିଦେଲେ। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଂଚଳରେ ଘଟିଛି ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୃତ ନାବାଳକ ମୁର୍ଶିଦାବାଦ ଫରକ୍କା ଡ୍ୟାମ୍ ପ୍ରୋଜେକ୍ଟ ହାଉସିଂ ଅଂଚଳରେ ରହୁଥିଲେ।

ଗତ କିଛିଦିନ ହେବ ସେ ନିଖୋଜ ଥିଲେ । ନାବାଳକ ନିଖୋଜ ନେଇ ତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ପୋଲିସ ନାବାଳକଙ୍କ ୪ ବନ୍ଧୁକୁ ପଚରାଉଚରା କରିଥିଲା। ଏହାପରେ ସ୍ଥାନୀୟ ଅଂଚଳରେ ନାବାଳକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକେ ମୃତଦେହକୁ ଚିହ୍ନଟ ପରେ ତାର ୪ ସାଙ୍ଗ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରିଥିଲା।

ତନାଘନା ପରେ ଅନଲାଇନ୍ ଖେଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ମୃତ ନାବାଳକଙ୍କ ନାଁରେ ଏହି ଅନଲାଇନ୍ ଗେମ୍ ଆଇଡି ଥିଲା । ତାର ଅନ୍ୟ ସାଙ୍ଗ ଏହି ଆଡିର ପାସୱାର୍ଡ ମାଗିବାରୁ ସେ ଦେଇନଥିଲେ । ଏହାପରେ ୪ ସାଙ୍ଗ ତାକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଜଙ୍ଗଲକୁ ଡାକି ନେଇ ହତ୍ୟା କରିବା ପରେ ପେଟ୍ରୋଲ ପକାଇ ପୋଡି ଦେଇଥିଲେ

ତାଇୱାନ ଆକାଶରେ ପଇଁତରା ମାରିଲା ୧୧ ଚୀନ ବିମାନ

ତାଇପେଇ ସିଟି: ତାଇୱାନ ବାୟୁସୀମାରେ ପଶିଲେ ଚୀନର ଏକାଧିକ ଯୁଦ୍ଧ ବିମାନ । ଚୀନ ସେନାର ୧୮ ଯୁଦ୍ଧ ବିମାନ ତାଇୱାନ ପରିସୀମାରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଯୁଦ୍ଧ ବିମାନ ସହ ଯୁଦ୍ଧପୋତ ମଧ୍ୟ ତାଇୱାନ ଅଂଚଳରେ ଠାବ କରାଯାଇଛି । ଯୁଦ୍ଧଭ୍ୟାସ କରୁଥିବା ବିମାନ ମଧ୍ୟରୁ ୧୧ଟି ବିମାନ ତାଇୱାନ ବାୟୁସୀମା ଅତିକ୍ରମ କରିଥିଲେ । ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଚୀନ ପକ୍ଷରୁ ଏହି ପାଟ୍ରୋଲିଂ କରାଯାଇଛି।

ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚୀନ ସେନା ପକ୍ଷରୁ ମିଳିତ ସମରାଭ୍ୟାସ କରାଯାଉଥିବା କହିଛି ତାଇୱାନ। ତାଇୱାନରେ ରାଷ୍ଟ୍ରପତି ନିର୍ବାଚନ ପରେ ଚୀନର ଏହା ସବୁଠାରୁ ବଡ଼ଧରଣର ସାମରିକ ଅଭ୍ୟାସ। ତାଇୱାନକୁ ପୂର୍ବରୁ ନିଜର ଦର୍ଶାଇ ଆସୁଛି ଚୀନ। ଚୀନର ଏହି ବୟାନକୁ ନେଇ ବିବାଦ ଲାଗି ରହିଛି।

ତାଇୱାନରେ ନିକଟରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଲାଇ ଚିଙ୍ଗ ତେଙ୍କ ବିଜୟ ହୋଇଛି। ରାଷ୍ଟ୍ରପତି ଲାଇ ଚିଙ୍ଗ ଚୀନ ବିରୋଧୀ ଚିନ୍ତାଧାରା ରଖୁଥିବାରୁ ଚୀନ ପକ୍ଷରୁ ଏହି ସମରାଭ୍ୟାସ କରାଯାଇଥିବା କୁହାଯାଉଛି। ଉଭୟ ଦେଶ ମଧ୍ୟରେ ଥିବା ସୀମାକୁ ଚୀନ ସେନା ମାନୁନଥବା ଅଭିଯୋଗ କରିଆସୁଛି ତାଇୱାନ । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆମେରିକା ସତର୍କ ଦୃଷ୍ଟି ରଖିଛି।

ପ୍ରବଳ କୁହୁଡିରେ ଡ୍ରମବାଜା ତାଳେ ତାଳେ କମ୍ପୁଛି ଦିଲ୍ଲୀ ରାଜପଥ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ପ୍ରସ୍ତୁତି । କର୍ତ୍ତବ୍ୟ ପଥ ରେ ପରେଡ ପାଇଁ ରିହରସାଲ । ଚଳିତ ବର୍ଷ ପରେଡର ଥିମ୍ ରହିଛି ନାରୀ ଶକ୍ତି । ସେଥିପାଇଁ ସମଗ୍ର କଣ୍ଟିଜେଣ୍ଟରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଦିଲ୍ଲୀରେ ଶୀତ ଲହରୀ ଜାରି ଥିବା ସତ୍ତ୍ବେ ତାହାକୁ ଖାତିର ନକରି ସକାଳ ୬ ରୁ ଜାରି ରହିଛି ପ୍ରାକ୍ଟିସ୍ ।

ଜଳ,ସ୍ଥଳ, ଏବଂ ବାୟୁ ସେନାର ବିଭନ୍ନ କଣ୍ଟିଜେଣ୍ଟ ସହ ବିଏସଏଫ, ସିଆଇଏସଏଫ, ଦିଲ୍ଲୀ ପୋଲିସ, ଏନସିସି, ଏନଏସଏସର କଣ୍ଟିଜେଣ୍ଟ ରହିଛନ୍ତି ।
ଚଳିତ ବର୍ଷ ପରେଡରେ ସୀମା ସୁରକ୍ଷା ବଳର ସମସ୍ତ ମହିଳା ଏବଂ ବ୍ରାସ ବ୍ୟାଣ୍ଡ କଣ୍ଟିଜେଣ୍ଟ୍ ପରେଡରେ ଅଂଶଗ୍ରହଣ କରୁଛନ୍ତି।

ସେହିଭଳି ପ୍ରତିରକ୍ଷା ବାହିନୀର ଦୁଇଟି ସ୍ୱତନ୍ତ୍ର ମହିଳା କଣ୍ଟିଜେଣ୍ଟ ପରେଡରେ ଭାଗ ନେଉଛନ୍ତି । ୧୪୪ ଜଣଙ୍କୁ ନେଇ ଗଠିତ ପ୍ରଥମ କଣ୍ଟିଜେଣ୍ଟରେ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନାର ମହିଳା ସୈନିକ ମାନେ ଦେଶର ପ୍ରତିରକ୍ଷା ଉପକରଣରେ ସେମାନଙ୍କର ଅବିଚ୍ଛେଦ୍ୟ ଭୂମିକାକୁ ଗୁରୁତ୍ୱ ଦେଇଛନ୍ତି।