ଭୁବନେଶ୍ବର: ପୁଣି ବଢିପାରେ ପେଟ୍ରୋଲ-ଡିଜେଲର ଖୁଚୁରା ଦର । ପୁଣି ମହଙ୍ଗା ହୋଇପାରେ ଖାଇବା ତେଲ । ଲୋହିତ ସାଗରରେ ଅଶୋଧିତ ତୈଳ ନେଇ ଭାରତ ଆସୁଥିବା ଜାହାଜଙ୍କୁ ଲଗାତାର ଡ୍ରୋନ୍ ଆକ୍ରମଣ କରିଛନ୍ତି ହାଉଥି ଆତଙ୍କବାଦୀ । ଠିକଣା ସମୟରେ ତୈଳ ଆସିପାରୁନଥିବାରୁ ଇନ୍ଧନ ଜାତୀୟ ତେଲ ଓ ଖାଇବା ତେଲର ଦର ବୃଦ୍ଧି ହେବା ନେଇ ଆଶଂକା ଦେଖାଦେଲାଣି । ଗତ ୧୩ ଦିନ ଭିତରେ ଅଶୋଧିତ ତୈଳ ବ୍ୟାରେଲ୍ ୭୨ ଡଲାରରୁ ୭୯ ଡଲାରରେ ପହଞ୍ଚିଲାଣି । ଏମିତି ସ୍ଥିତି ରହିଲେ ଭାରତକୁ ତୈଳ ଆମଦାନୀ ଆଫ୍ରିକା ବାଟେ କରିବାକୁ ପଡ଼ିବ । ଯାହା ବ୍ୟୟ ବହୁଳ । ଫଳରେ ଖାଉଟିଙ୍କୁ ଆହୁରି ମହଙ୍ଗାମାଡ଼ର ଶିକାର ହେବା ଆଶଙ୍କା ଉପୁଜିଛି ।
ଦେଢ଼ବର୍ଷ ହେଲାଣି ପେଟ୍ରୋଲ-ଡିଜେଲ ଦର କମିନି । ଭାରତର ଅର୍ଥନୀତିକୁ ଅସ୍ଥିର କରିବାକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କବାଦୀଙ୍କ ଆକ୍ରମଣ । କମିବା ପରିବର୍ତ୍ତେ ଏଣିକି ଖୁଚୁରା ପେଟ୍ରୋଲ ଓ ଡିଜେଲ ଦର ବଢିବା ଆଶଙ୍କା । ଖାଲି ପେଟ୍ରୋଲ-ଡିଜେଲ ନୁହଁ, ବଢିବ ଖାଇବା ତେଲ ପାମ୍, ସୂର୍ଯ୍ୟମୁଖୀ ଓ ସୋରିଷ ତେଲ ସମେତ ଆମଦାନୀ ହେଉଥିବା ବୈଦ୍ୟୁତିକ ସାମଗ୍ରୀ ଦର । ମହଙ୍ଗା ମାଡ଼ରେ ଆହୁରି ଆଉଟୁପାଉଟୁ ହେବେ ଖାଉଟି । କାରଣ ଲୋହିତ ସାଗରରେ ପଣ୍ୟ ଓ ଅଶୋଧିତ ତୈଳ ନେଇ ଭାରତ ଆସୁଥିବା ଜାହଜ ଉପରେ ହାଉଥି ଆତଙ୍କବାଦୀ ଗୋଷ୍ଠୀ ଡ୍ରୋନ୍ ମାଡ଼ କରୁଛନ୍ତି । ଇସ୍ରାଏଲ୍-ହମାସ ଲଢ଼େଇ ପରିଣତି ଏବେ ଭାରତ ଉପରେ ପଡ଼ିବାକୁ ଯାଉଛି । ଗତ ୧୩ ଦିନ ଭିତରେ ଅଶୋଧିତ ତୈଳ ଦର ୭୨ ଡଲାରରୁ ବଢ଼ି ୭୯.୨୭ ଡଲାର ପହଞ୍ଚିଲାଣି । ୩୩ ପ୍ରତିଶତ ଅଶୋଧିତ ତୈଳ ଋଷରୁ ଭାରତ ଆମଦାନୀ କରୁଛି । ବାକି ଆବଶ୍ୟକ ତୈଳ ଲୋହିତ ସାଗର ଦେଇ ଭାରତ ମଧ୍ୟପ୍ରାଚ୍ୟ ଇରାକ୍, ସାଉଦି ଆରବରୁ ଆମଦାନୀ କରିଥାଏ । ଲୋହିତ ସାଗରରେ ଏପରି ଆକ୍ରମଣ ଜାରି ରହିଲେ ଭାରତକୁ ଆଫ୍ରିକା ଦେଇ ଜାହାଜ ଆଣିବାକୁ ପଡ଼ିବ । ଫଳରେ ତୈଳ କମ୍ପାନୀଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ ।
ଦେଢ଼ବର୍ଷ ହେଲାଣି ପେଟ୍ରୋଲ-ଡିଜେଲ ଦର ମହଙ୍ଗା । ଘାଇଲା ଖାଉଟି । ସ୍ଥିତି ଏମିତି ଚଳିତବର୍ଷ ଶୀତଦିନରେ ବି ବଜାର ଦରରୁ ଲୋକଙ୍କୁ ନିସ୍ତାର ମିଳିନି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବାକୁ ଯାଉଛି । ପାମ୍ ଖାଇବା ତେଲ ଚାହିଦା ମେଣ୍ଟାଇବା ପାଇଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଅବବାହିକାରେ ଗତ ୩ ବର୍ଷ ଭିତରେ ପାମ୍ ତେଲ ଚାଷ କରାଯାଇ ଉତ୍ପାଦନ ଆରମ୍ଭ ହୋଇଛି । କିନ୍ତୁ ଭାରତକୁ ଏବେ ବି ସୂର୍ଯ୍ୟମୁଖୀ ଓ ସୋରିଷ ତେଲ ପାଇଁ ବିଦେଶରୁ ଆମଦାନୀ କରିବାକୁ ପଡୁଛି । ଜାହାଜ ଆକ୍ରମଣର ପ୍ରଭାବ ଏବେ ହଠାତ୍ ଦରବୃଦ୍ଧି କରିନାହିଁ । ଏବେ ପାମ୍ ତେଲର ପାଇକରୀ ଦର ୮୦ ଟଙ୍କାରୁ ୯୩ ଟଙ୍କା ଭିତରେ ରହିଛି । ଯଦି ଭାରତ ସମେତ ଅନ୍ତଃରାଷ୍ଟ୍ରୀୟ ସଂସ୍ଥା ପାଲେଷ୍ଟାଇନ୍-ହମାସ ଓ ଋଷ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ଉଦ୍ୟମ ନ କରନ୍ତି ତାହେଲେ ଆଉ ୩ରୁ ୪ ମାସ ଭିତରେ ଜିନିଷପତ୍ର ଦର ହୁହୁ ହୋଇ ବଢିଚାଲିବ ।


ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମେଲରେ ଲେଖାଅଛି ଆମେ ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୧ ଟି ବୋମା ରଖିଛୁ । ବେସରକାରୀ ବ୍ୟାଙ୍କଗୁଡିକର ସହଯୋଗରେ ଆରବିଆଇ ଭାରତର ସବୁଠୁ ବଡ ଘୋଟାଲା କରିଛି । ଏହି ଘୋଟାଲାରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ କିଛି ବରିଷ୍ଠ ଅର୍ଥ ଅଧିକାରୀ ଏବଂ ଭାରତର କିଛି ପ୍ରସିଦ୍ଧ ମନ୍ତ୍ରୀ ସାମିଲ ଅଛନ୍ତି। ଏଥିପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି।
ଆରବିଆଇ ନୁଆ କେନ୍ଦ୍ରୀୟ କାର୍ଯ୍ୟାଳୟ ଭବନ, ଏଚଟିଏଫସି ହାଉସ୍ ଚର୍ଚ୍ଚଗେଟ୍, ଆଇସିଆଇସିଆଇ ବ୍ୟାଙ୍କ ଟାୱାର୍ସ ବିକେସି ଭଳି ତିନୋଟି ସ୍ଥାନ ଉଲ୍ଲେଖ କରାଯାଇଛି । ଏହି ମେଲରେ ଆହୁରି ଲେଖା ଯାଇଛି ଉଭୟ ଆରବିଆଇ ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ତୁରନ୍ତ ସେମାନଙ୍କ ପଦରୁ ଇସ୍ତଫା ଦେବା ସହ ଘୋଟାଲାର ଖୁଲାସା କରି ଏକ ପ୍ରେସ ବିବୃତ୍ତି ଜାରି କରନ୍ତୁ। ଏହା ମଧ୍ୟ ଦାବି କରାଯାଇଛି ଯେ, ସରକାର ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଅନ୍ତୁ। ଯଦି ଅପରାହ୍ନ ୧.୩୦ ପୂର୍ବରୁ ଆମର ଦାବି ପୂରଣ ନହୁଏ, ତେବେ ସମସ୍ତ ୧୧ଟି ବୋମା ସିରିଏଲ ବ୍ଲାଷ୍ଟ ହେବ ।
ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଆରବିଆଇ ବ୍ୟତୀତ ସମସ୍ତ ସ୍ଥାନରେ ଖୋଜାଖୋଜି କରିଥିଲା । କିନ୍ତୁ କୌଣସି ସନ୍ଦେହଜନକ ଜିନିଷ ମିଳି ନଥିଲା।
