spot_img
Home Blog Page 2381

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଚତୁର୍ଥ ଥର ପାଇଁ RBI ରେପୋ ରେଟରେ କୌଣସି ବୃଦ୍ଧି କରିନାହାନ୍ତି। RBIର ମନିଟାରୀ ପଲିସି କମିଟି ବୈଠକ ପରେ ରେପୋ ରେଟକୁ ପୂର୍ବଭଳି ୬.୫ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଲୋନ୍ ଏବଂ ଇଏମଆଇରେ କୌଣସି ବୃଦ୍ଧି ହେବ ନାହିଁ।

ଅଶୋଧିକ ତୈଳ ଦରରେ ବୃଦ୍ଧି, ବିଶ୍ବ ବଜାରରେ ଖାଦ୍ୟ ସାମଗ୍ରୀ ଓ ଶକ୍ତି ଦରରେ ବୃଦ୍ଧି, ଭାରତରେ ବିଭିନ୍ନ ଡାଲି ଜାତୀୟ ସାମଗ୍ରୀର ଉତ୍ପାଦନରେ ହ୍ରାସ ଏବଂ  ଅନିଶ୍ଚିତ ମୁଦ୍ରାସ୍ଫିତିକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏଭଳି ପଦକ୍ଷେପ ନେଇଥିବା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।

ତେବେ ଚଳିତ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫିତି ୫.୪ ପ୍ରତିଶତରେ ରଖିବାକୁ RBI ଆଶା କରିଥିବା ବେଳେ ଆସନ୍ତାବର୍ଷ ଏହାକୁ ୫.୨ ପ୍ରତିଶତ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି।

ଭଉଣୀ ଟଙ୍କା ନଦେବାରୁ, ନିଜ ବନ୍ଧୁକରୁ ଗୁଳି କରିଦେଲା ଭାଇ

କେନ୍ଦୁଝର : ସମ୍ପର୍କରେ ଲାଗିଛି ରକ୍ତର ଛିଟା । ଯେଉଁ ହାତରେ ରାଖୀ ବାନ୍ଧୁଥିଲା ଭଉଣୀ ସେହି ହାତରେ ଗୁଳି ମାରିଦେଲା ଭାଇ । ବିଭତ୍ସ, ଜଘନ୍ୟ, ଲୋମହର୍ଷଣ କହିଲେ ଭୁଲ ହେବ ନାହିଁ । ସଇତାନ ଭାଇର ଭୟଙ୍କର କାଣ୍ଡ । ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । ଗୁଳିମାଡ଼ରେ ଭଉଣୀ ମୃତ । କେନ୍ଦୁଝର ପଣ୍ଡାପଡା ଥାନା ସୋମଗିରି ଗ୍ରାମର ଘଟଣା । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ  ଏକ କମ୍ପାନୀରେ ଗନମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲା । ଭଉଣୀ ଟଙ୍କା ନଦେବାରୁ ଭାଇ ପ୍ରସନ୍ନ ଉତକ୍ଷିପ୍ତ ହୋଇ  ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି କାନ୍ଧ ତଳେ ବାଜି ଥିଲା । ଭଉଣୀ ମାଳତୀ ମୃତ୍ୟୁ ହୋଇଛି ।

୭ ମହଲା ବିଲଡିଂରେ ଅଗ୍ନିକାଣ୍ଡ; ୬ ମୃତ, ୪୦ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇ ଗୋରେଗାଓଁରେ ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ୭ ମହଲା ବିଲଡିଂରେ ଅଗ୍ନିକାଣ୍ଡ ଘଟିବାରୁ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବଳେ ୪୦ ଜଣ ଆହତ ହୋଇଛନ୍ତି । ମୃତଙ୍କ ମଧ୍ୟରେ ଜଣେ ପୁରୁଷ ଥିବାବେଳେ ୫ ଜଣ ମହିଳା ଅଛନ୍ତି।

ଆହତଙ୍କ ମଧ୍ୟରେ ଅଛନ୍ତି ୧୩ ମହିଳା ଓ ୨୮ ପୁରୁଷ। ସମସ୍ତଙ୍କୁ ଏଚବିଟି ହସ୍ପିଟାଲ ଓ କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୋରେଗାଓଁ ଓ୍ବେଷ୍ଟ ଆଜାଦ ନଗର ଅନ୍ତର୍ଗତ ଜୟ ଭବାନୀ ବିଲଡିଂରେ ଆଜି ଭୋରରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ସୂଚନା ମିଳିନାହିଁ ।

ସିକିମରେ ବନ୍ୟା ବିଭୀଷିକା; ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି, ଏବେବି ଚାଲିଛି ଉଦ୍ଧାରକାର୍ଯ୍ୟ

ସିକିମ: ସିକିମରେ ବନ୍ୟା ବିଭୀଷିକା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନିଖୋଜ ଯବାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି । ସେପଟେ ସିକିମ ବନ୍ୟାରେ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏବେବି ୧୦୪ ନିଖୋଜ ଅଛନ୍ତି। ବିଭିନ୍ନ ସ୍ଥାନରେ ଫସିରହିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଉତ୍ତର ସିକ୍କିମର ଲୋନାକ ହ୍ରଦର ଉପରିଭାଗରେ ମଙ୍ଗଳବାର ରାତିରେ ହୋଇଥିଲା ବାଦଲ ଫଟା ବର୍ଷା। ଚୁଙ୍ଗଥାଙ୍ଗ ଡ୍ୟାମ ବିପଦସଙ୍କେତ ଡେଇଁବା ପରେ ତିସ୍ତା ନଦୀରେ ହଠାତ ବଢିଆସିଥିବା ବନ୍ୟାପାଣି। ଏପରିକି ତଳିଆ ଅଞ୍ଚଳରେ ନଦୀର ଜଳସ୍ତର ଅଚାନକ ୧୫ରୁ ୨୦ ଫୁଟ ବଢିଯାଇଥିଲା। ତିସ୍ତା ନଦୀ ଉପରେ ଥିବା ସିଙ୍ଗଥାମ ଫୁଟ ବ୍ରିଜ ଭାସି ଯାଇଛି। ପଶ୍ଚିମବଙ୍ଗ ସହ ସିକିମକୁ ଯୋଡୁଥିବା ଜାତୀୟ ରାଜପଥର ବହୁ ଭାଗ ନିଶ୍ଚିହ୍ନ ହୋଇଛି। ତିସ୍ତା ନଦୀରେ ପାଣି ଆସିବାରୁ ଏହାର ପ୍ରଭାବ ପଡୋଶୀ ପଶ୍ଚିମବଂଗ ଅଂଚଳରେ ମଧ୍ୟ ପଡିଛି।

ଅଷ୍ଟ୍ରେଲିଆ, ଭାରତର ମୁକାବିଲାରେ ଶୁବମନ ବାଦ୍ ପଡିବା ନିଶ୍ଚିତ !

ନନ୍ଦିଘୋଷ ବ୍ୟୁରୋ : ଓପନର ଶୁବମନ ଗିଲଙ୍କୁ ଡେଙ୍ଗୁ । ଆସନ୍ତା ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ମୁକାବିଲା ହେବାକୁ ଯାଉଥିବାବେଳେ ଶୁବମନଙ୍କୁ ଡେଙ୍ଗୁ ଭାରତୀୟ ଟିମ ଲାଗି ଚିନ୍ତାର କାରଣ ପାଲଟିଛି । ଡେଙ୍ଗୁ କାରଣରୁ ମ୍ୟାଚରୁ ଶୁବମନ ବାଦ୍ ପଡିବା ଏକରକମ ନିଶ୍ଚିତ ହୋଇଥିବାବେଳେ ତାଙ୍କ ବଦଳରେ କିଏ ଖେଳିବେ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି । ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଥିବା ଗିଲ୍ ଚଳିତ ବର୍ଷ ୧୨୩୦ ରନ କରି ଶୀର୍ଷରେ ରହିଛନ୍ତି ।

ଏସିଆ କପରେ ବି ବେଶ୍ ଚମତ୍କାରିତା ଦେଖାଇଛନ୍ତି ୨୪ ବର୍ଷୀୟ ଗିଲ୍ । ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିସିସିଆଇର ମେଡିକାଲ ଟିମ ମନିଟରିଂକରୁଥିବା ସୂଚନା ମିଳିଛି । ଆଜି ଗିଲଙ୍କ ଆଉ ଏକ ରାଉଣ୍ଡ ଟେଷ୍ଟ କରାଯିବ । ମେଡିକାଲ ଟେଷ୍ଟ ପରେ ବିସିସିଆଇ ତାଙ୍କ ସହ ଆଲୋଚନା କରିବ ।

କାହିଁକି ପାଳନ କରାଯାଏ ‘ବିଶ୍ବ ହସ ଦିବସ’ ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ଆଜି ବିଶ୍ବ ହସ ଦିବସ । ଲୋକଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ପ୍ରଥମ ଶୁକ୍ରବାରକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଉଛି । ହସ ସବୁବେଳେ ସୁନ୍ଦର, ଦୁଃଖ ଭୁଲିବାର ପ୍ରୟାସ ଓ ଶରୀରରେ ସକାରାତ୍ମକତା ଭରିବାର ମାଧ୍ୟମ। ସ୍ବାସ୍ଥ୍ୟ ପାଇଁ ହସ ବେଶ୍ ଗୁରୁତ୍ବପୂର୍ଣ୍ଣ। ବାସ୍ତବରେ ଏହା ବିଶ୍ଵର ସର୍ବୋତ୍ତମ ମହୌଷଧି।। କଳାକାର ହାର୍ଭି ବେଲ ୧୯୬୩ ମସିହାରେ smiling face symbol ତିଆରି କରି ଲୋକଙ୍କ ନଜରକୁ ଆସିଥିଲେ ।

୧୯୯୯ ମସିହାରୁ ବିଶ୍ବ ସ୍ମାଇଲ ଦିବସ ରୁପେ ସାରା ବିଶ୍ବରେ ପାଳନ କରାଯାଉଛି । ତାଙ୍କ ସ୍ମୃତିରେ ପ୍ରତିବର୍ଷ ବିଶ୍ଵ ହସ ଦିବସ ପାଳନ କରାଯାଏ।ହସିବା ଦ୍ବାରା କେବଳ ନିଜ ଜୀବନ ସକାରାତ୍ମକ ହେବ ନାହିଁ ବରଂ ଆପଣ ଅନ୍ୟକୁ ହସାଇବା ଦ୍ବାରା ବି ଆପଣଙ୍କର ମାନସିକ ଶାନ୍ତି ବଜାୟ ରହିବ ।

ଐତିହ୍ୟ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ

ପୁରୀ : ପୁରୀ ଗସ୍ତରେ ଯାଇ ଐତିହ୍ୟ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ପୁରୀ ରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ l ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ, ଦୋଳବେଦୀ କୋଣ, ବାନାମ୍ବର ଛକ, ଶନିମନ୍ଦିର ଛକ, କୃଷ୍ଣ ସିନେମା ହଲ ନିକଟ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆଦି ସମୀକ୍ଷା କରିଥିଲେ | ସମୀକ୍ଷା ସମୟରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ସହ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ l

ଦ୍ରୁତ ଗତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିଭିନ୍ନ ସମୟରେ ପୁରୀ ଆସି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥାନ୍ତି 5ଟି ସଚିବ l ଆଜି ଭୋରରୁ 5ଟି ସଚିବ ପୁରୀ ରେ ପହଞ୍ଚି ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ଖୁବ ଶୀଘ୍ର କାର୍ଯ୍ୟ ଶେଷ କରିବା ଲାଗି ନିର୍ମାଣଧୀନ ସଂସ୍ଥା ଅଧିକାରୀ  ଙ୍କୁ ନିର୍ଦେଶ ଦେଇଛନ୍ତି l

ସିରିଆର ହୋମସ ପ୍ରଜାତନ୍ତ୍ରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ, ୧୦୦ରୁ ଅଧିକ ମୃତ

ନନ୍ଦିଘୋଷ ବ୍ୟୁରୋ : ସିରିଆର ହୋମସ ପ୍ରଜାତନ୍ତ୍ରରେ ବଡ଼ ଧରଣର ଡ୍ରୋନ ହମଲା । ଏକ ମିଲିଟାରୀ କଲେଜ ଉପରେ ଡ୍ରୋନ ହମଲା ପରେ ପ୍ରାଣ ହରାଇଛନ୍ତି ୧୦୦ରୁ ଅଧିକ ଲୋକ । ଆକ୍ରମଣରେ ୨୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସିରିଆର ସ୍ବାସ୍ଥ୍ୟ ମନ୍ତ୍ରୀ ହାସନ ଅଲ ଗାବାସ । ମୃତକଙ୍କ ମଧ୍ୟରେ ଅଛନ୍ତି ୬ ଜଣ ଶିଶୁ । ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହି ଆକ୍ରମଣ ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।Syria drone attack: 80 killed, 240 wounded | CTV News

ଘଟଣାକୁ ତୀବ୍ର ନିନ୍ଦାକରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ । ଘଟଣାସ୍ଥଳରେ ଆୟୋଜିତ ଏକ ଗ୍ରାଜୁଏସନ ଉତ୍ସବରେ ସାମିଲ ହୋଇଥିଲେ ପ୍ରତିରକ୍ଷା ମନ୍ତ୍ରୀ । ମାତ୍ର ସେ ଘଟଣାସ୍ଥଳ ଛାଡିବାର କିଛି ସମୟ ପରେ ଏହି ଆକ୍ରମଣ ଘଟିଛି ।

ଏସିଆ କପ ସେମିଫାଇନାଲ ମ୍ୟାଚରେ ବାଂଲାଦେଶକୁ ଶୋଚନୀୟ ପରାସ୍ତ କରିଛି ଭାରତ

ନନ୍ଦିଘୋଷ ବ୍ୟୁରୋ : ଏସିଆ କପ ଫାଇନାଲରେ ଭାରତ । ଏହା ସହ ପଦକ ପକ୍କା କରିଛି ଭାରତ । ଆଜି ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶକୁ ଶୋଚନୀୟ ପରାସ୍ତ କରିଛି ଭାରତ । ୨୦ ଓଭରରେ ବାଂଲାଦେଶ ଟିମ ମାତ୍ର ୯୬ ରନ କରିଥିବାବେଳେ ଭାରତୀୟ ଟିମ ମାତ୍ର ୯.୨ ଓଭରରେ ଗୋଟିଏ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲେ । ଅଧିନାୟକ ଋତୁରାଜ ଗାଏକଓ୍ବାଡ ଅପରାଜିତ ୪୦ ରନ କରିଥିବାବେଳେ ତିଲକ ବର୍ମା ୫୫ ରନ କରି ଅପରାଜିତ ଥିଲେ । ପୂର୍ବରୁ ୨୦ ଓଭରରେ ୯୬ ରନ କରିଥିଲା ବାଂଲାଦେଶ ଟିମ ।

ବାଂଲାଦେଶ ପକ୍ଷରୁ ପରଭେଜ ଏମନ ୨୩ ରନ କରିଥିବାବେଳେ ଜାକର ଅଲ୍ଲୀ ୨୪ ରନ କରି ଅପରାଜିତ ଥିଲେ । ମହମ୍ମଦ ଜୟ ୫ ରନ କରି ଆଉଟ ହୋଇଯାଇଥିଲେ । ବୋଲିଂରେ ସାଇକିଶୋରଙ୍କୁ ବିଶେଷ ସଫଳତା ମିଳିଛି । ସେ ୩ଟି ଓ୍ବିକେଟ ହାସଲ କରିଥିଲେ । ଓ୍ବାଶିଂଟନ ସୁନ୍ଦର ୨ଟି ଓ୍ବିକେଟ ନେଇଥିଲେ ।

୯ ତାରିଖ ପରେ ମୌସୁମୀ ଫେରିଯିବା ନେଇ ପାଗ ଅନୁକୂଳ

ଭୁବନେଶ୍ୱର : ଓଡ଼ିଶାରୁ ଫେରିଯିବ ମୌସୁମୀ ! ୯ ତାରିଖ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ହୋଇଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବଡ ବର୍ଷାର ସମ୍ଭାବନା ନାହିଁ । ତାପମାତ୍ରା ବୃଦ୍ଧି କରିବ ଶୁଖିଲା ପାଗ । ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ବଢିବ ପାରଦ । ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ କାଲିଠୁ ସାରା ଓଡ଼ିଶାରେ ଶୁଖିଲା ପାଗ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।  ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକା ବର୍ଷା ହେବ । କାଲିଠୁ ବର୍ଷାର ପରିମାଣ କମିବା ସହ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ ।Event Summaries Archives • A Weather Moment

ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବା ବେଳେ । ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଫଳରେ ଆସନ୍ତା ୯ ତାରିଖରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୁଳ ହୋଇଛି । ଚଳିତ ବର୍ଷ ଜୁନ୍ ୨୨ରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୮ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ଫେରିଯିବା ନେଇ ଆକଳନ କରାଯାଇଛି ।