spot_img
Home Blog Page 2904

ବୁଲିଲା କଟୁରୀ ଓ ଭୁଜାଲି: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁଇ ଦୁର୍ବୃତ୍ତ

ସୋର: ଦିନ ଦ୍ବିପ୍ରହରରେ ସୋର ବରଫ ଛକରେ ବୁଲିଲା କଟୁରୀ ଓ ଭୁଜାଲି । ଲହୁ ଲୁହାଣ ହେଲେ ଯୁବକ । ଦୁଇ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ଅନୁସାରେ, ସୋର ବରଫ ଛକରେ ଖଣ୍ଡାସାହିର ଗଣେଶ ସିଂଙ୍କୁ ପୁରୁଣା ବାଲେଶ୍ବରର ଦୁଇ ଜଣ ଯୁବକ କଟୁରୀ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ଗଣେଶ ଚିତ୍କାର କରିବା ସହ ଦୌଡୁ ଥିବା ବେଳେ ଯୁବକ ଦ୍ବୟ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଦେଶୀମଦ କିଣା ବିକାକୁ ନେଇ ଝଗଡ଼ା ହୋଇଥିବା ଜଣାପଡ଼ିଛି । ଆକ୍ରମଣ ପରେ ଅଭିଯୁକ୍ତ ଦ୍ବୟ ଫେରାର ହୋଇଯାଇଛି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଜେଡିରେ ରହି ସୌମ୍ୟ ବିଜେଡିକୁ ବଦନାମ କରିବା ଗ୍ରହଣୀୟ ନୁହେଁ: ଅମର

ଭୁବନେଶ୍ବର: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ସମାଲୋଚନା । ସୌମ୍ୟରଞ୍ଜନ ପଟ୍ଟନାୟକ କ’ଣ, ତାହା ସମସ୍ତେ ଜାଣିଛନ୍ତି ବୋଲି କହି ଆକ୍ଷେପ କରିଛନ୍ତି ଅମର । ସେ କହିଛନ୍ତି, ‘ସୌମ୍ୟଙ୍କ ଆଭିମୁଖ୍ୟ କ’ଣ ସମସ୍ତେ ଜାଣନ୍ତି ? ଦଳ ବିରୋଧରେ ସୌମ୍ୟ ବାରମ୍ବାର କ’ଣ ପାଇଁ ମନ୍ତବ୍ୟ ଦେଉଛନ୍ତି ?  ବିଜେଡିରେ ରହି ବିଜେଡିକୁ ବଦନାମ କରିବା ପାଇଁ ସୌମ୍ୟ ଅପଚେଷ୍ଟା କରୁଛନ୍ତି । ଏହା ଗ୍ରହଣୀୟ ନୁହେଁ, ଓଡ଼ିଶାବାସୀ କେବେ ବି ସୌମ୍ୟଙ୍କୁ ବରଦାସ୍ତ କରିବେ ନାହିଁ ।’

ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ, ଚଳିତ ବର୍ଷର ଥିମ `କ୍ରିଏଟିଂ ହୋପ୍, ଥ୍ରୋ ଆକ୍ସନ’

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ। ଚଳିତ ବର୍ଷ ଥିମ ରହିଛି `କ୍ରିଏଟିଂ ହୋପ୍, ଥ୍ରୋ ଆକ୍ସନ’ । ଏ ନେଇ ରେସର୍ସ ଓ ରନର୍ସ କ୍ଲବ୍‌ ଓ ଭାରତୀୟ ମାନସିକ ସଂଘ ଓଡିଶା ଶାଖାର ମିଳିତ ଆନୁଲୁଲ୍ୟରେ ଭୁବନେଶ୍ୱରରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଛି । ପୃଥିବୀରେ ଯେଉଁ ପରିମାଣରେ ଆତ୍ମହତ୍ୟାର ସଂଖ୍ୟା ବଢ଼ି ଚାଲିଛି ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସଂଖ୍ୟା କମ୍‌ କରିବା ବା ସମ୍ପୂର୍ଣ୍ଣ ଭାବେ ନିବାରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଆତ୍ମହତ୍ୟା ନିବାରଣ କରିବାକୁ ହେଲେ ପ୍ରତ୍ୟେକ ଦିନ ଫିଜିକାଲ ଏକ୍ସରସାଇଜ୍‌ କରିବା ଆବଶ୍ୟକ । ଏହାଦ୍ବାରା ଜଣେ ବ୍ୟକ୍ତି ତାର ମାନସିକ ସ୍ଥିତି ଠିକ ରଖିପାରିବ ଓ ଖୁସିରେ ରହିପାରିବ । ଏହି ବାର୍ତ୍ତା ନେଇ ସାଇକେଲ୍ ଶୋଭାୟାତ୍ରା କରାୟାଇଛି ।

ସାବଧାନ ! ରାଜଧାନୀରେ ଅଟୋ ଚାଳକ ବେଶରେ ମାତିଛନ୍ତି ଲୁଟେରା, ଚା’ରେ ନିଶା ଦେଇ ଯାତ୍ରୀଙ୍କୁ ଲୁଟିଲେ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ବଢ଼ିବାରେ ଲାଗିଛି ଅପରାଧ । କମିଶନରେଟ ପୋଲିସ ରାଜଧାନୀକୁ କ୍ରାଇମ୍ ଫ୍ରି ଜୋନ୍ କରିବାକୁ ପଦକ୍ଷେପ ନେଉଥିଲେ ବି ଅପରାଧୀଙ୍କ ଉପରେ କିଛି ପ୍ରଭାବ ପଡ଼ିବା ଭଳି ଲାଗୁନି । କେତେବେଳେ ରାଜଧାନୀ ରକ୍ତ ରଞ୍ଜିତ ହେଉଛି ତ ଆଉ କେତେ ବେଳେ ବିଚ୍ ରାସ୍ତାରେ ଲୁଟର ଶିକାର ହେଉଛନ୍ତି ଲୋକେ । ଲୁଟେରା ଗ୍ୟାଙ୍ଗ କଥା ଛାଡନ୍ତୁ, ଅଟୋ ଚାଳକ ବେଶରେ କି ଲୁଟୁଛନ୍ତି ନିଶା ଦେଇ । ଏମିତି ଖବର ଭିତରେ ରାଜଧାନୀରେ ଏବେ ମାତିଛନ୍ତି ନିଶାଦିଆ ଲୁଟେରା । ନିଶା ଖୁଆଇ ଲୋକଙ୍କୁ କରୁଛନ୍ତି ଲୁଟ୍ ।

ଚା’ରେ ନିଶା ଦେଇ ଲୁଟି ନେଲେ ସୁନା ଚେନ, ସୁନା ମୁଦି ମୋବାଇଲ୍ ଓ ଟଙ୍କା । ଭୋରୁ ଭୋରୁ ରାଜଧାନୀରେ ଘଟିଛି ଘଟଣା । ଲୁଟର ଶିକାର ହୋଇଛନ୍ତି ବାଙ୍କୀ ବଇଦେଶ୍ବରର ରବି ନାରାୟଣ ମହାପାତ୍ର । ଗତକାଲି ଦିଲ୍ଲୀରୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଆସି ଭୁବନେଶ୍ୱର ଷ୍ଟେସନରେ ସାଢ଼େ ୪ଟା ବେଳେ ଓହ୍ଲେଇ ଅଟୋରେ କଳିଙ୍ଗବିହାର ବାହାରି ଥିଲେ । ରାସ୍ତାରେ ଅଟୋରେ ଯିବା ବେଳେ ଲୁଟର ଶିକାର ହୋଇଥିବା କରିଛନ୍ତି । ଅଟୋ ଚାଳକ ଚା’ରେ ନିଶା ଦେଇ ସୁନା ମୁଦି, ୧୭ ହଜାର ଟଙ୍କା, ସୁନା ଚେନ, ମୋବାଇଲ୍ ଲୁଟି ନେଇଛନ୍ତି ।

ଲୁଟ ପରେ ତାଙ୍କୁ ମଧୁସୁଦନ ପାର୍କ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲା ଲୁଟେରା ଅଟୋ ଚାଳକ । ସକାଳୁ ପାର୍କକୁ ଆସୁଥିବା ଲୋକେ ଦେଖି ପିସିଆରକୁ ଖବର ଦେଇଥିଲେ । ରବି ବୁଲିବା ପାଇଁ ଦିଲ୍ଲୀ ଏକୁଟିଆ ଯାଇଥିଲେ । ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏୟାର ଫିଲ୍ଡ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଅକ୍ଷରଧାମ ମନ୍ଦିରରେ ପତ୍ନୀ ଅକ୍ଷତାଙ୍କ ସହ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ପ୍ରଭୁ ସ୍ବାମୀନାରାୟଣଙ୍କ ଦର୍ଶନ କରିଛନ୍ତି । ଠାକୁରଙ୍କ ଦର୍ଶନ ପରେ ପର୍ଯ୍ୟଟକ ଡାଏରୀରେ ଲେଖିଲେ ବିଶେଷ ବାର୍ତ୍ତା । ସେ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, ‘ସବୁଧୈବ କୁଟୁମ୍ବକମ୍ ଭାବନାରେ ମନ୍ଦିର ସମିତି ଓ ଉପସ୍ଥିତ ଲୋକଙ୍କ ପାଇଁ ପ୍ରାର୍ଥନା କରୁଛି । ଜି-୨୦ ଶିଖର ସମ୍ମିଳନୀ ଦୁନିଆକୁ ଶାନ୍ତି, ଧାର୍ମିକ ସମୃଦ୍ଧି ଓ ସମନ୍ବୟ କ୍ଷେତ୍ରରେ କାମ କରିବାର ମାର୍ଗଦର୍ଶନ କରିବା ଏକ ଭଲ ପଦକ୍ଷେପ ।

ଏହି ଅବସରରେ ଅକ୍ଷତା ଏବଂ ସୁନକ ମନ୍ଦିରର ବାସ୍ତୁକଳାକୁ ପ୍ରଶଂସା କରିଥିଲେ । ଉଭୟ ନୀଳକଣ୍ଠ ବର୍ଣ୍ଣି ମହାରାଜଙ୍କ ମୂର୍ତ୍ତିରେ ଅଭିଷେକ କରି ବିଶ୍ବ ଶାନ୍ତି, ପ୍ରଗତୀ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ ।

ଦର୍ଶନ ପରେ ସ୍ବାମୀନାରାୟଣ ମନ୍ଦିରର ମୁଖ୍ୟ ସ୍ବାମୀ ଋଷି ସୁନକ ଏବଂ ଅକ୍ଷତାଙ୍କୁ ସ୍ବାଗତ କରିଥିଲେ । ପରେ ପୁରୋହିତମାନେ ମନ୍ତ୍ରାଚରଣ କରି ସୁନକ ଏବଂ ଅକ୍ଷତାଙ୍କ ହାତରେ ବ୍ରତ ବାନ୍ଧିଥିଲେ ।

୧୬ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା

ଟାଙ୍ଗୀ : ୧୬ ନମ୍ବର ଜାତୀୟ ରାଜପଥରେ ମାତିଲେ ଲୁଟେରା । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ୟାଙ୍କରରୁ ଲୁଟି ନେଲେ ଡିଜେଲ । ବିଳମ୍ବିତ ରାତିରେ ହୋଇଛି ଡିଜେଲ ତେଲ ଲୁଟ । ଖବର ପାଇ ଟାଙ୍ଗୀ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଗତ କାଲି ରାତିରେ କୋଲକତାରୁ ବିଶାଖାପାଟଣା ଯାଉଥିବା ଏକ ତେଲ ଟ୍ୟାଙ୍କର ଚାଳକ ଚଣ୍ଡେଶ୍ୱର ନିକଟରେ ଗାଡିକୁ ରାସ୍ତା କଡ଼ରେ ପାର୍କିଂ କରି ଶୋଇ ପଡ଼ିଥିଲେ। ସକାଳୁ ଉଠି ଗାଡି ଷ୍ଟାର୍ଟ ମାରିବା ବେଳକୁ ଗାଡି ଷ୍ଟାର୍ଟ ହୋଇନଥିଲା । ଗାଡ଼ିରୁ ଓହ୍ଲାଇ ଦେଖିବା ବେଳକୁ ଗାଡିରୁ ତେଲ ଚୋରୀ ହୋଇଥିବା ଦେଖିଥିଲେ ।  ଏନେଇ ଚାଳକ ଜଣଙ୍କ ଟାଙ୍ଗୀ ପୋଲିସରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରୁଛି । ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କଡାକଡି କରିବାକୁ ଚାଳକ ମାନେ ଦାବି କରିଛନ୍ତି ।

ପ୍ରକୃତିର ତାଣ୍ଡବ ପରେ ମୋରକ୍କୋରେ ବଢୁଛି ମୃତ୍ୟୁ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ : ପ୍ରକୃତିର ତାଣ୍ଡବ ପରେ ମୋରକ୍କୋରେ ବଢୁଛି ମୃତ୍ୟୁ ସଂଖ୍ୟା  । ଦୁଇ ହଜାରେ ଟପିଲାଣି ମୃତ୍ୟୁ ସଂଖ୍ୟା  । ଏବେବି ଧ୍ବଂଶବିଧ୍ବଂସ ଘର ତଳୁ ମୃତଦେହ ଉଦ୍ଧାର ହେଉଛି  । ଶକ୍ତିଶାଳୀ ଭୂକମ୍ପରେ ମୋରକ୍କୋ ବିଧ୍ବସ୍ତ । ଆଗକୁ ଆହୁରି ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଂକା କରାଯାଉଛି । ଶୁକ୍ରବାର ବିଳମ୍ବିତ ରାତ୍ରିରେ ହୋଇଥିବା ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା 7.2 ଥିଲା । ଭୂମିକମ୍ପ ଯୋଗୁଁ ବଡ଼ ବଡ଼ କୋଠା ଭୁଶୁଡିପଡିଛି  । ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।  ଆଫ୍ରିକୀୟ ଦେଶ ମରକ୍କୋରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଉତ୍ପତ୍ତି ସ୍ଥଳ ମରକ୍କୋରୁ ୭୦ କିଲୋମିଟର ଦୂରରେ ଥିଲା । ଭୂକମ୍ପ ଏତେ ତୀବ୍ର ଥିଲା ଯେ ପ୍ରାୟ ୩୫୦ କିଲୋମିଟର ଦୂର ମରକ୍କୋର ରାଜଧାନୀ ରବାତ୍ରେ ଏହା ଅନୁଭୂତ ହୋଇଛି ।Turkey-Syria earthquake: More than 4,300 dead after powerful quake hits  region | CNN

ଭାରତୀୟ ସମୟ ଅନୁସାରେ ଭୋର ୩ଟା ୪୧ରେ ଭୂମିକମ୍ପ ହୋଇଥିଲା । ୬୦ ବର୍ଷରେ ଉତ୍ତର ଆଫ୍ରିକାରେ ଏହା ସବୁଠାରୁ ବଡ଼ ଭୂକମ୍ପ । ଭୂକମ୍ପ ପରେ ଲୋକ ଆଉ ଘରେ ନାହାନ୍ତି, ରାସ୍ତା ଉପରେ ବସିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏପରି ଏକ ବିନାଶକାରୀ ଭୂକମ୍ପ ଚଳିତ ବର୍ଷ ଫେବ୍ରୁଆରୀ ୬ରେ ତୁର୍କୀରେ ହୋଇଥିଲା । ଯେଉଁଥିରେ ୪୫ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ

ପୁରୀ : ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ । ଗତକାଲି ମହାପ୍ରଭୁଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘାଶୁର ବଧ ନିତି ଅନୁଷ୍ଠିତ ହୋଇଥିଲା  । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ  ବେଶ ହୋଇଥିଲେ । ଆଜି  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମଦନମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ପରେ ଶ୍ରୀଜିଉମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ଼ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ । ସେଠାରେ  ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ପରେ ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରିବା ପରେ ଜୟବିଜୟ ଦ୍ୱାରରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢି ମହାପ୍ରଭୁ ଦକ୍ଷିଣୀ ଘରକୁ ବିଜେ କରାଯିବ । ସେହିପରି ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ |

ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ବିଶ୍ବ ନେତାଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଜି-୨୦ ବୈଠକର ଆଜି ଦ୍ବିତୀୟ ଦିନ । ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ବିଶ୍ବନେତା । ଏଥିସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ବାଂଲାଦେଶ ରାଷ୍ଟ୍ରପତି ଶେଖ ହସିନା ଏବଂ ଅନ୍ୟ ବିଶ୍ବ ନେତା ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରଖି ବିଶ୍ବନେତାଙ୍କୁ ସ୍ବାଗତ କରିଥିଲେ ।

ଗତକାଲି ଅନେକ ପ୍ରସ୍ତାବ ଉପରେ ବିଶ୍ବନେତା ନିଜର ସହମତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ଘୋଷଣାନାମାରେ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ଵାନ ଦିଆଯାଇଛି । ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି । କୌଣସି ରାଷ୍ଟ୍ରର ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି । ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକକୁ ଅଗ୍ରହଣୀୟ ବୋଲି ମଧ୍ୟ ଘୋଷଣାନାମାରେ ସ୍ପଷ୍ଟ କରାଯାଇଛି । ଆଜିର ସମୟ, ଯୁଦ୍ଧର ସମୟ ନୁହେଁ ବୋଲି ଘୋଷଣାନାମାରେ ଦର୍ଶାଯାଇଛି । ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ଋଷ ବିରୋଧରେ କୌଣସି ସିଧାସଳଖ ମନ୍ତବ୍ୟ ରଖା ନଯାଇ ଏଭଳି ସଂକଳ୍ପ ନିଆଯାଇଛି ।

ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱରେ ବିଶ୍ୱାସର ଅଭାବ ଦୂର କରିବା, ଆମେରିକା, ଭାରତ, ସାଉଦି ଆରବ, ଉପସାଗରୀୟ ଓ ଆରବ ରାଷ୍ଟ୍ରକୁ ସଂଯୋଗ କରୁଥିବା ରେଳ ଏବଂ ଜାହାଜ ଚଳାଚଳ ଯୋଗାଯୋଗ ନେଟୱାର୍କର ଶୁଭାରମ୍ଭ, ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍ସ’ର ଶୁଭାରମ୍ଭ ପାଇଁ ଆହ୍ଵାନ ଦିଆଯାଇଛି । ଏହା ବ୍ୟତୀତ ବୈଠକରେ ବହୁ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି ।

ଆଉ ପାଦେ ଆଗେଇଲା ମିଶନ ସନ୍: ତୃତୀୟ କକ୍ଷପଥ ବଦଳାଇଲା ଆଦିତ୍ୟ ଏଲ୧

ବେଙ୍ଗାଲୁରୁ: ଶନିବାର ରାତି ୨ଟା ୩୦ରେ ଆଉ ପାଦେ ଆଗେଇଲା ଭାରତର ସୂର୍ଯ୍ୟ ମିଶନ । ନିର୍ଦ୍ଧାରିତ ସମୟରେ ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ ଏଲ୧ । ଏଥିପାଇଁ ଆଦିତ୍ୟ ଏଲ୧ରେ ଥ୍ରିଷ୍ଟାର ଫାୟର କରାଯାଇଥିଲା । ଏବେ ଆଦିତ୍ୟ ପୃଥିବୀ କକ୍ଷପଥରୁ ୨୯୬ କିମି * ୭୧ ହଜାର ୭୬୭ କିମି ଦୂରରେ ରହିଛି । ଅର୍ଥାତ ଆଦିତ୍ୟ ଏଲ୧ ପୃଥିବୀଠାରୁ ସର୍ବାଧିକ ଦୂରତା ୭୧ ହଜାର ୭୬୭ କିମି ଥିବା ବେଳେ ସର୍ବନିମ୍ନ ଦୂରତା ୨୯୬ କିମି ରହିଛି ।

ଆଦିତ୍ୟ ଏଲ୧ ତୃତୀୟ କକ୍ଷପଥ ପରିବର୍ତ୍ତନ କରିବା ବେଳେ ଏହାକୁ ମରିଶସ ଓ ପୋର୍ଟ ବ୍ଲେୟରରେ ଥିବା ଇସ୍ରୋର ଗ୍ରାଉଣ୍ଡ ଷ୍ଟେସନରୁ ଟ୍ରାକ୍ କରାଯାଇଥିଲା । ସେପ୍ଟେମ୍ବର ୧୫ରେ ଆଦିତ୍ୟ ଏଲ୧ ଚତୁର୍ଥ କର୍କ୍ଷପଥ ପରିବର୍ତ୍ତନ କରିବ ।

ସେପ୍ଟେମ୍ବର ୨ ତାରିଖର ସକାଳ ୧୧ଟା ୫୦ରେ ଶ୍ରୀହରିକୋଟା ସ୍ଥିତ ସତିଶ ଧଓ୍ବନ ସ୍ପେସ୍ ସେଣ୍ଟରରୁ PSLV-C57 ଜରିଆରେ ଏହାର ଉତକ୍ଷେପଣ କରାଯାଇଥିଲା । ସେପ୍ଟେମ୍ବର ୩ରେ ଆଦିତ୍ୟ ଏଲ୧ ପ୍ରଥମ କକ୍ଷପଥ ବଦଳାଇଥିବା ବେଳେ ୫ ତାରିଖରେ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କରିଥିଲା ।