spot_img
Home Blog Page 2922

ବ୍ରାହ୍ମଣୀ ନଦୀରୁ ଧରାପଡ଼ିଲା ବିରଳ ’ସାରଙ୍ଗ ମାଛ’

ଯାଜପୁର: ଯାଜପୁର ଜିଲ୍ଲା ବ୍ରାହ୍ମଣୀ ନଦୀରୁ ଧରାପଡ଼ିଲା ୪୦ କିଲୋଗ୍ରାମରୁ ଉର୍ଦ୍ଧ ଏକ ବିରଳ ସାରଙ୍ଗ ମାଛ । ଆଜି ଦିନ ୧୧ଟା ସମୟରେ ବ୍ରହ୍ମପୁର ଗ୍ରାମର ବିଚିତ୍ର ଦଳେଇ ଓ ସୁଦର୍ଶନ ଦଳେଇ ମାଛ ଧରିବାକୁ ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ସେଠାରେ ମାଛ ଧରିବା ସମୟରେ ଅଚାନକ ଜାଲରେ ଏକ ବିଶାଳ କାୟ ମାଛ ପଡ଼ିଥିଲା । ଏତେବଡ଼ ମାଛକୁ ଦେଖି ଦୁଇ ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବଂ ଜାଲକୁ ନଦୀ ପଠାକୁ ଘୋଷାଡି ଆଣିଥିଲେ ।

ତେବେ ଏହି ମାଛଟିର ନାଁ କଳା ସାରଙ୍ଗ ବୋଲି ଜଣାପଡ଼ିଛି । ଯାହାର ଆନୁମାନିକ ଓଜନ ୪୦ କିଲୋଗ୍ରାମରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଏହି ମାଛ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେସ୍ ଭିଡ଼ ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇବା ପରେ ଆଜି ବ୍ରହ୍ମପୁରରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ବିଜୁ ପରିବାରର ସବୁ କର୍ମୀଙ୍କ ମତାମତକୁ ଗ୍ରହଣ କରି ଆଗକୁ କିପରି ଗଂଜାମ ଜିଲ୍ଲାରେ ଦଳୀୟ ସଂଗଠନ ଅଧିକ ମଜବୁତ ହେବ ସେନେଇ ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି କେବେ ବି ଭାଷଣରେ ବିଶ୍ବାସ କରେନାହିଁ । ତେଣୁ ସବୁ ବାଦବିବାଦ ଓ ମନୋମାଳିନ୍ୟରୁ ଦୁରେଇ ରହି ସଂଗଠନକୁ କିଭଳି ଅଧିକ ମଜବୁତ କରାଯାଇପାରିବ ସେନେଇ ସବୁ ନେତା ଓ କର୍ମୀଙ୍କଠାରୁ ମତାମତା ଓ ପ୍ରସ୍ତାବ ଲୋଡିଛନ୍ତି । ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେବା ପରେ ଏହାଥିଲା ସାଂସଦଙ୍କ ପ୍ରଥମ ଗସ୍ତ । ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସେ ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗତ ୨୪ ବର୍ଷର ସଫଳତାକୁ ନେଇ ଲୋକଙ୍କ ପାଖକୁ ଯିବା । ଲଗାତାର ଷଷ୍ଠଥର ପାଇଁ ବିଜେଡି କିଭଳି ସରକାର ଗଠନ କରିବ ସେନେଇ ସବୁ କର୍ମୀ ଉତ୍ସାହର ସହ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ସାଂଗଠନିକ ସମସ୍ୟା ହେଉ କି ଦଳକୁ ମଜବୁତ କରାଯିବା ନେଇ ପ୍ରସ୍ତାବ, ସବୁ କଥା କର୍ମୀମାନେ ତାଙ୍କ ସହ ଖୋଲା ଆଲୋଚନା କରିବାକୁ ସାଂସଦ ପରାମର୍ଶ ଦେଇଛନ୍ତି । ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ବିଜେଡି ମୁଖପାତ୍ର ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା ଏବଂ ବ୍ରହ୍ମପୁର ମହାନଗର ନିଗମ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ସହ ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମୀ ଓ ନେତା ଯୋଗଦେଇଥିଲେ ।

ବିଜେପିର ବି-ଟିମ୍ କଂଗ୍ରେସ, ଅପ୍ରସଙ୍ଗକୁ କରୁଛି ଅନୁକରଣ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ଡିଆଁ ରୋଗ ! କରୋନା ପରି ସଂକ୍ରମଣ ବିଜେପିରୁ କଂଗ୍ରେସକୁ ବ୍ୟାପୁଛି। ସଂକ୍ରମଣ ଏତେ ହେଲାଣି ଯେ, ରାଜ୍ୟ କଂଗ୍ରେସ ଏବେ ବିଜେପିର ବି-ଟିମ୍ ପରି କାମ କରୁଛି । ରାଜ୍ୟ ବିଜେପି ଉଠାଉଥିବା ଅପ୍ରସଙ୍ଗକୁ ରାଜ୍ୟ କଂଗ୍ରେସ ନେତାମାନେ ଅନୁକରଣ କରୁଥିବା ଅଭିଯୋଗ ହେଉଛି । ୧୩୯ ବର୍ଷ ପୁରୁଣା ଦଳର ଏପରି ଅବସ୍ଥା ଦେଖି ରାଜ୍ୟବାସୀ ବି ଚକିତ । କେନ୍ଦ୍ରରେ ବିଜେପି-କଂଗ୍ରେସ ଅହିନକୂଳ ସମ୍ପର୍କ । ଦେଶକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ନାରା ଦେଉଥିବା ବେଳେ ରାଜ୍ୟରେ କଂଗ୍ରେସ ନେତାଙ୍କ ଆଭିମୁଖ୍ୟ କିନ୍ତୁ ଭିନ୍ନ । ବିଜେପି ସହ ହାତ ମିଳାଇ ଓଡ଼ିଶାକୁ କଂଗ୍ରେସ ମୁକ୍ତ କରିବାକୁ କଂଗ୍ରେସ ନେତାମାନେ ସଂକଳ୍ପ ନେଇଥିବା ସନ୍ଦେହ ସୃଷ୍ଟି ହେଉଛି । ସମ୍ବଲପୁରରେ ରାମନବମୀରେ ସାଂପ୍ରାଦାୟିକ ସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରାଗଲା । ଯଦିଓ ସ୍ଥାନୀୟ ଲୋକଙ୍କ ଯୋଗୁ ସେ ସ୍ଥିତି ପ୍ରଶମିତ ହେଲା । କିନ୍ତୁ ସେଠାରେ କଂଗ୍ରେସର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାହାନଗା ରେଳ ଦୁର୍ଘଟଣା ପରେ ୪ରୁ ୫ ଜଣ କଂଗ୍ରେସ ନେତା ପର୍ଯ୍ୟଟକଙ୍କ ଭଳି ବୁଲି ଦାୟିତ୍ବ ସାରିଦେଲେ । ବାହାନାଗା ଭଳି ସମ୍ବେଦନଶୀଳ ଘଟଣାରେ କେନ୍ଦ୍ରକୁ ଯେଭଳି କାଠଗଡାରେ ଛିଡା କରାଯିବା ସେଥିରେ ଦଳୀୟ ନେତାମାନେ ସାଲିସ କରିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା । ସମୀକ୍ଷକଙ୍କ ମତରେ ମହାନଦୀ ଜଳ ବିବାଦ ହେଉ କି ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନ୍ୟାନ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ପଛଘୁଞ୍ଚା ଦେଉଛନ୍ତି ରାଜ୍ୟ କଂଗ୍ରେସ ନେତା ।

କେବଳ ପ୍ରଚାର ଓ ବିବୃତି ପାଇଁ ବିକ୍ଷୋଭ କରି ସ୍ମାରକପତ୍ରରେ ଦାୟିତ୍ବ ତୁଲାଉଛି କଂଗ୍ରେସ । ରାଜ୍ୟ କଂଗ୍ରେସ ଏବେ କେବଳ ବିବୃତି ସର୍ବସ୍ବ ଦଳରେ ପରିଣତ ହୋଇଛି ବୋଲି ଅନୁଭବ କଲେଣି ସମୀକ୍ଷକ। ଗଣତନ୍ତ୍ରରେ ସରକାରରେ ଅଙ୍କୁଶ ଲଗାଇବା ବା ନିୟନ୍ତ୍ରଣ କରିବା ଦାୟିତ୍ବ ବିରୋଧୀ ଦଳର । ନିର୍ବାଚନ ହେଉକି ଉପନିର୍ବାଚନ ଦ୍ବିତୀୟ ସ୍ଥାନରେ ରହିବାକୁ କଂଗ୍ରେସ ବିଜେପି ସହିତ ପ୍ରତିଯୋଗିତ ଚଳାଇଛି । ସମୀକ୍ଷକଙ୍କ ମତରେ କିନ୍ତୁ ରାଜ୍ୟକୁ କଂଗ୍ରେସ ମୁକ୍ତ କରିବାକୁ ଯେପରି ଦୁଇ ଜାତୀୟ ଦଳ ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି ।

ବୁଡ଼ିଗଲା ଗୋଡ ତଳକୁ ତଳ । ଏବେ ରାଜ୍ୟ କଂଗ୍ରେସର ଦଶା ଓ ଦିଶା ଠିକ୍ ସେମିତି । ନିର୍ବାଚନ ହେଉ କି ଉପନିର୍ବାଚନ ବିଜେପିକୁ ଭିତିରି ସହଯୋଗ କରିବାକୁ ଯାଇ ରାଜ୍ୟ କଂଗ୍ରେସ ନିଜର ସତ୍ତା ହରାଇଲାଣି । ରାଷ୍ଟ୍ରୀୟ ସ୍ତରରେ ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା କରି କଂଗ୍ରେସକୁ ସଂଜୀବନୀ ଦେବାକୁ ଉଦ୍ୟମ କରୁଥିବାବେଳେ ରାଜ୍ୟରେ କଂଗ୍ରେସ ନେତା ବିଜେପିର ଅପ୍ରାସଙ୍ଗିକ ପ୍ରସଙ୍ଗରେ ଥେଇ ଥେଇ ହୋଇ ନାଚିବ ସହ ନିଜକୁ କୃତ୍ୟକୃତ୍ୟ ମନେ କରୁଥିବା ଚର୍ଚ୍ଚା ହେଉଛି ।

ମାମଲା ପ୍ରତ୍ୟାହାର କରିବାକୁ ମୃତ DJ ଆଜେକ୍ସଙ୍କ ପରିବାର ଲୋକଙ୍କୁ ଧମକ

ଭୁବନେଶ୍ୱର: ମାମଲା ପ୍ରତ୍ୟାହାର କରିବାକୁ ମୃତ DJ ଆଜେକ୍ସଙ୍କ ପରିବାର ଲୋକଙ୍କୁ ଧମକ । ଖାରବେଳନଗର ଥାନାରେ ଅଭିଯୋଗ । କେସ୍ ନଉଠାଇଲେ ହତ୍ୟା କରିବାକୁ ଧମକ ଦେଲେ ଦୁର୍ବୃତ୍ତ । ପରିବାର ପ୍ରତି ବିପଦ ଥିବା ନେଇ ଥାନାରେ ଏତଲା ଦିଆଯାଇଛି । କଳା ରଙ୍ଗର ବାଇକରେ ହେଲମେଟ ପିନ୍ଧି କିଛି ଦୁର୍ବୃତ୍ତ ଆସିଥିବା ନେଇ ଏତଲା ଦେଇଛନ୍ତି DJ ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ମହାରଣା । ଗତ ମାର୍ଚ୍ଚ ୨୮ ରେ DJ ଆଜେକ୍ସଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପାଇଁ ତାଙ୍କ ବାନ୍ଧବୀଙ୍କୁ ଦାୟୀ କରାଯାଇଥିଲା । ହାଇକୋର୍ଟରେ ଉକ୍ତ ମାମଲା ଏବେ ବିଚାରାଧୀନ ରହିଛି ।

ବିସ୍ତୀର୍ଣ୍ଣ ବଡ଼ଦାଣ୍ଡ, ବିଶାଳ ଭକ୍ତ ସମାଗମ, ଦର୍ଶନର ସୁବିଧା ପାଇଁ ନିର୍ମାଣ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବିସ୍ତୀର୍ଣ୍ଣ ବଡ଼ଦାଣ୍ଡ, ବିଶାଳ ଜନ ସମାଗମ । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସହାୟକ ହେଲା ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରଶସ୍ତ ଥିବାରୁ ଲକ୍ଷାଧିକ ଭକ୍ତ ରଥ ସମ୍ମୁଖରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ ଦର୍ଶନର ପାଇଲେ ସୌଭାଗ୍ୟ । ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଥାଇ ମଧ୍ୟ ଶ୍ରୀଜିଉଙ୍କୁ ଅତି ନିକଟରୁ ଦେଖିବାର ସୌଭାଗ୍ୟ ପାଇଥିବାରୁ ଭକ୍ତଙ୍କ ମୁହଁରୁ ଛୁଟିଲା ପ୍ରଶଂସାର ସୁଅ । ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ ଅଞ୍ଚଳ ଅତି ସଂକୀର୍ଣ୍ଣ ଥିବା ବେଳେ ପରିକ୍ରମା ପ୍ରକଳ୍ପ ଦ୍ୱାରା ଏହାର ନବକଳେବର କରାଯାଇ ସମ୍ପ୍ରସାରଣ କରାଯାଇଛି । ଯାହାଦ୍ୱାରା ରଥ ସମ୍ମୁଖରେ ହଜାର ହଜାର ଭକ୍ତ ଏକ ସମୟରେ ଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ଯାହା ପୂର୍ବରୁ ସମ୍ଭବ ହୋଇ ପାରୁନଥିଲା ।

ପରିକ୍ରମା ପ୍ରକଳ୍ପ ଦ୍ୱାରା କେବଳ ଶ୍ରୀମନ୍ଦିର ସମ୍ମୁଖ ନୁହେଁ ସମଗ୍ର ପୁରୀ ସହରକୁ ସୁଗମ ଗମନା ଗମନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାଦ୍ୱାରା ଟ୍ରାଫିକ ମ୍ୟାନେଜମେଣ୍ଟ ମଧ୍ୟ ସହଜ ହୋଇପାରିଛି । ବିଶାଳ ଭକ୍ତ ସମୁଦ୍ରକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ସହଜ ହୋଇଛି । ତେଣୁ ଭକ୍ତଙ୍କ ଭାବାବେଗ ଓ ଭିଡ଼କୁ ଦୃଷ୍ଟିରେ ରଖି ଦର୍ଶନର ଅବଧି ପର୍ଯ୍ୟାୟ କ୍ରମେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବଢ଼ାଇଥିଲା ପ୍ରଶାସନ । ଗତବର୍ଷ ଭଳି ଚଳିତ ବର୍ଷ କଡ଼ା କଟକଣା ଥିଲେ ମଧ୍ୟ ପୋଲିସ ମାନବିକତାକୁ ଅଧିକ ଗୁରୁତ୍ୱ ଦେଇଥିଲା । ସୁନାବେଶ ଭଳି ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଥିବାରୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।

 

 

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ପ୍ରଭାବରେ ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ପୁଣି ଆସୁଛି ବର୍ଷା । ଦାନା ବାନ୍ଧୁଛି ଆଉ ଗୋଟିଏ ଲଘୁଚାପ । ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଜୁଲାଇ ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି  । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି । ରାଜ୍ୟରେ ତାପମାତ୍ରା କମିଲେ ବି ଅନୁଭୂତ ହେବ ଗୁଳୁଗୁଳି । ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଥିବାରୁ ଆର୍ଦ୍ରତା ଅଧିକ ରହିଛି । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

ରାଜ୍ୟରେ ଏବେ ୧୫୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ୧୯୨.୩ ମିଲିମିଟର ତୁଳନାରେ ୧୯ ପ୍ରତିଶତ କମ୍ । ଦେବଗଡ଼ରେ ସର୍ବାଧିକ ୩୦୭.୬ ମିମି ବର୍ଷା ରେକର୍ଡ ହୋଇଛି । ଯାହା ୮୬ ପ୍ରତିଶତ ଅଧିକ । ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ମୌସୁମୀ ବିଳମ୍ବରେ ଆସିଥିଲେ ବି ଆଗାମୀ ଦିନର ବର୍ଷା ସ୍ବାଭାବିକ ରହିବ ।

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା ମୋ ପରିବାର । ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନକ୍ଷମଙ୍କୁ କୂତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ୨୦୨୧ ମସିହାରେ ଭୁବନେଶ୍ବରର ଜଣେ ୧୩ ବର୍ଷର ବାଳକ କୃଷ୍ଣ ମୁଣ୍ଡା ଗଛରୁ ଖସିପଡି ଗୋଡ ହରାଇଥିଲେ ସେହିପରି, ଅନ୍ୟ ଦୁଇ ଜଣ ବ୍ୟକ୍ତି ପୁରୀ ଜିଲ୍ଲାର ପ୍ରତାପ ସାହୁ ଏବଂ ବାଲେଶ୍ବର ଜିଲ୍ଲାର ପ୍ରଫୁଲ୍ଲ କୁମାର ଶଙ୍ଖୁଆ ଦୁର୍ଘଟଣାରେ ଆହତ ହୋଇଥିଲେ । ଯେଉଁଠାରେ ଉଭୟଙ୍କର ଗୋଡରେ ଗଭୀର ଆଘାତ ଲାଗିବାରୁ  ଆଣ୍ଠୁ ତଳକୁ କଟା ଯାଇଥିଲା ।

ଏହି ତିନି ଜଣଙ୍କର କରୁଣ କାହାଣୀ ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସେମାନଙ୍କୁ ଆଜି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ବିଜେଡି ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାଶ ଏବଂ ଓଡ଼ିଶା ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।ଏନେଇ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ଓ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କଲେ 5T ସଚିବ, ସ୍ମାର୍ଟ କ୍ଲାସ ରୁମରେ ପିଲାଙ୍କ ସହ କଲେ ବାର୍ତ୍ତାଳାପ

କଟକ: ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀଙ୍କ ବିକାଶର ସୋପାନ । ଏହାର ଉନ୍ନତି ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ କର୍ତ୍ତବ୍ୟ । ଶିକ୍ଷାର ବିପ୍ଳବରେ ସହଯୋଗ କରୁଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଛି ସୁବର୍ଣ୍ଣ ଅଧ୍ୟାୟ । ରୂପାନ୍ତରଣ ପ୍ରକ୍ରିୟାରେ ନୂଆ ରୂପ ପାଇଛି ବିଦ୍ୟାଳୟ । ତେବେ ସ୍କୁଲର ଉନ୍ନତି ପାଇଁ ଆଲୁମୁନିମାନେ ଗୋଟିଏ ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ ଦୁଇହାତ ବଢ଼ାଇ ସହଯୋଗ ଯୋଗାଇଦେବେ । କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କରି ଏହା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ହାଇସ୍କୁଲ ପରିଦର୍ଶନ କରି ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଗକୁ ହେବାକୁ ଥିବା ମୋ ସ୍କୁଲର ନୂତନ ବିଲ୍ଡିଂ ଅର୍ଥ ଦେଇଥିବା ବେଳେ ଖେଳ ପଡ଼ିଆ ଉନ୍ନତିକରଣ ପାଇଁ ଆବଶ୍ୟକ ଅର୍ଥ ମୁଖ୍ୟମନ୍ତ୍ରୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସ୍କୁଲରେ ପହଞ୍ଚି ପ୍ରଥମେ ବାପୁଜୀ ଓ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ 5T ସଚିବ । ସ୍କୁଲ ପ୍ରୋଜେକ୍ଟ ସମ୍ପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ତାଙ୍କୁ ମ୍ୟାପ୍ ଜରିଆରେ ଅବଗତ କରାଯାଇଥିଲା । ପରେ ସ୍ମାର୍ଟ କ୍ଲାସରୁମରେ ୧୦ ମିନିଟ୍ ଧରି ପିଲାଙ୍କ ସହିତ ବାର୍ତ୍ତାଳାପ କରିଥିଲେ । 5T ସମ୍ପର୍କରେ ବୁଝାଇବା ସହ ପିଲାଙ୍କ ସୁବିଧା ଅସୁବିଧା ଓ ସେମାନଙ୍କ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ପିଲାଏ ବି 5T ସଚିବଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ଥିଲେ । 5T ସଚିବଙ୍କ ଅଟୋଗ୍ରାଫ ନେଇଥିଲେ । ସେପଟେ ନିର୍ଦ୍ଦେଶ ମୁତାବକ ପ୍ରଶାସନ ମଧ୍ୟ ସ୍କୁଲର ଆବଶ୍ୟକତା ଗୁରୁତ୍ୱ ଦେବ କହିଥିଲେ ବୋଲି ଜିଲ୍ଲାପାଳ ।

ବିଡାବିଡା ଟଙ୍କା ସହ ସେଲଫି, ଅଡୁଆରେ ପଡିଲେ ପୋଲିସ ଅଧିକାରୀ

ଲକ୍ଷ୍ନୗେ: ସ୍ତ୍ରୀ ଓ ଛୁଆଙ୍କ ସେଲଫିକୁ ନେଇ ଅଡୁଆରେ ଉତ୍ତରପ୍ରଦେଶର ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ସାହାଣୀ । ଉନ୍ନାଉ ଜିଲ୍ଲାରେ ଷ୍ଟେସନ ହାଉସ ଅଫିସର ଭାବେ ରମେଶ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ସ୍ତ୍ରୀ ଓ ପିଲାମାନେ ବିଡା ବିଡା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଇ ସୋସିଆଲ ମିଡିଆରେ ଛାଡିବାରୁ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ଜଣେ ଏସଏଚଓଙ୍କ ପରିବାର ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ପାଞ୍ଚ ଶହ ଟଙ୍କିଆ ୧୩ଟି ବିଡାକୁ ଖଟ ଉପରେ ରଖି ରମେଶଙ୍କ ପରିବାର ଫଟୋ ଉଠାଇଛନ୍ତି। ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଫଟୋ ଭାଇରାଲ ହେବା ପରେ ରମେଶଙ୍କୁ ଅନ୍ୟ ଥାନାକୁ ଟ୍ରାନ୍ସଫର କରାଯାଇଛି । ତେବେ ରମେଶଙ୍କ କହିବା କଥା ଏହି ଫଟୋ ୨୦୨୧ ମସିହାର । ସେ ଏକ ଜମି ବିକି ଏହି ଟଙ୍କା ଆଣିଥିଲେ।

ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ଦ୍ବାରସ୍ଥ ହେଲେ କମେଡିଆନ ଗୁଡ଼ୁ

ଭୁବନେଶ୍ୱର: ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ଦ୍ବାରସ୍ଥ ହେଲେ କମେଡିଆନ ଗୁଡ଼ୁ । କେହି ଜଣେ ନିଜ ଫେସବୁକ୍ ପେଜରେ ଭିୟୋର୍ଷ ବଢିବା ପାଇଁ ହାସ୍ୟ ଅଭିନେତା ଗୁଡ଼ୁ ମୃତୁ ଖବର ଭାଇରାଲ କରିଥିବା ଅଭିଯୋଗ । ସୋସିଆଲ ମିଡ଼ିଆରେ ଗୁଡ଼ୁଙ୍କ ମୃତ୍ୟୁ ଖବର ଭାଇରଲ ହେବା ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାଇଁ ଓଡ଼ିଶା ଫେସବୁକ ପେଜ୍ ଖୋଲି କେହି ଜଣେ ଦୃର୍ବୁତ୍ତ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି । ଏନେଇ ଗୁଡ଼ୁ ନିଜ ମନ୍ତ୍ୟବରେ କହିଛନ୍ତି କି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ପ୍ରତି ଦର୍ଶକଙ୍କ ଭଲ ପାଇବା ଅଛି ।

ଏହି ମିଛ ଖବର ଶୁଣି ମୋର ସମ୍ପର୍କୀୟ ମୋତେ ଫୋନ କରୁଛନ୍ତି । ଏହି ଖବର ଶୁଣି ମୋ ଘରେ ମାନସିକ ଭାରାକ୍ରାନ୍ତ ଥିବା ବେଳେ ସ୍ତ୍ରୀ ଭାରସ୍ୟାମ୍ ହରାଇ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ମିଥ୍ୟା ଖବର ଭାଇରଲ କରିଥିବା ଦୁର୍ବୁତ୍ତ ବିରୋଧରେ ମାନହାନି ଏବଂ ମିଥ୍ୟା ଖବର ପ୍ରଚାର କରିଥିବାରୁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସମାଜରେ ଏଭଳି ମିଥ୍ୟା ଖବର ଭାଇରାଲ କରୁଥିବା ଦୃର୍ବୁତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।