spot_img
Home Blog Page 2936

ସୁଶାନ୍ତ ନାୟକ ହତ୍ୟାକାଣ୍ଡ ମାମଲାରେ ଗିରଫ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ୱର: ଅପରାଧ ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼ । ଆଇନକୁ ହାତକୁ ନେଲେ ହାତକଡି ପିନ୍ଧାଇବା ସହ ପୋଲିସ ଦେଖାଇବ ତାର ଅସଲ ରୂପ । ପେଶାଦାର ଅପରାଧୀଙ୍କୁ ଗିରଫ କରି ଟ୍ରେଲର ଦେଖାଇଥିବା ପୋଲିସ ଆଜି ଦେଖାଇଛି ପୁରା ଫିଲ୍ମ । ଗତ ମେ’ ୨୫ ତାରିଖ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନ ଜିଇଡି ବସ୍ତିରେ ସୁଶାନ୍ତ ନାୟକଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଘର ଭାଙ୍ଗିଲା କ୍ୟାପିଟାଲ ଥାନା ପୋଲିସ ।

ଏହି ଘଟଣା ରେ ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ମାନେ ଥିଲେ ବିଶାଲ ନାୟକ, ଅଜିତ ନାୟକ, ସୁଜିତ ନାୟକ ଓ ଟିକିଲି ନାୟକ । ଏମାନେ ଦୀର୍ଘଦିନ ଧରି ସରକାରୀ ଜାଗାରେ ଘର କରି ନିଶା ବେପାର କରିବା ସହ ଅପରାଧ ଘଟଉଥିଲେ । ସେହିପରି ଗତ କିଛି ଦିନ ତଳେ ୟୁନିଟ ୬ ଅଞ୍ଚଳରେ ରହୁଥିବା ଜଣେ ବିଧାନସଭା ଏଏସଓ ଙ୍କ ଘରୁ ଚୋରି ଘଟଣାରେ ମଧ୍ୟ ଅଭିଯୁକ୍ତଙ୍କ ଘର ଭାଙ୍ଗି ଅପରାଧୀଙ୍କୁ କଡା ଚେତାବନୀ ଦେଇଛି ପୋଲିସ । ଅପରାଧ ଓ ଅପରାଧୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି କମିଶନରେଟ ପୋଲିସ ଆପଣାଉଥିବା ସୂଚନା ଦେଇଛନ୍ତି ଏସିପି ।

ଆସନ୍ତା ୨୪ରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ତାରିଖରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବ । ଏନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ଜୁଲାଇ ଶେଷ ପର୍ଯ୍ୟନ୍ତ ନନଷ୍ଟପ୍ ବର୍ଷା ସମ୍ଭାବନା ରହିଛି । ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ସେଥିପାଇଁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଛାତ୍ରୀଙ୍କୁ ରସିକିଆ ଭୂଗୋଳ ମାଷ୍ଟରଙ୍କ ପ୍ରେମ ନିବେଦନ, ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ

ଭୁବନେଶ୍ୱର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାର ଦ୍ବାରସ୍ଥ ହେଲେ ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଘଟଣା । ଭରତପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ରୀ ଭୂଗୋଳ ଶିକ୍ଷକ କାଳୁ ବଡ଼ଜେନାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପ୍ରଥମେ ପ୍ରେମ ନିବେଦନ ଓ ପରେ ପାର୍କ ଯିବାକୁ ବାଧ୍ୟ କରିବା ସହ ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷା ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ ।

ମାସେ ହେବ ହଇରାଣ କରୁଥିବା କହୁଛନ୍ତି ଛାତ୍ରୀ । ପ୍ରେମ ନକଲେ ପରୀକ୍ଷାରେ ଫେଲ୍ କରେଇବାକୁ ଧମକ ଦେବା ସହ ପରୀକ୍ଷାରେ ଆଗୁଆ ନୋଟ୍ ବୁକ୍ ଦେଇ ପ୍ରେମ ଭିକ୍ଷା କରିଛନ୍ତି। ବାଟରେ ଅଟକାଇ ଘରେ କେହି ନଥିବା ବେଳେ ଘରକୁ ଯିବାକୁ ବାଧ୍ୟ କରିଥିଲେ ଭୂଗୋଳ ସାର୍। ସେପଟେ ଭୁଗୋଳ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଭରତପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଛାତ୍ରୀ ଓ ଛାତ୍ରୀଙ୍କ ପରିବାର ।

ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ

ନୟାଗଡ଼: ଭାପୁରରେ 5T ସଚିବଙ୍କ ଉପରେ ଆଶୀର୍ବାଦ ଅଜାଡିଲେ ହଜାର ହଜାର ଜନସାଧାରଣ । ପ୍ରବଳ ବର୍ଷାରେ ଏକାଠି ହୋଇ ରୂପାନ୍ତରଣ ପାଇଁ ହାତ ବଢାଇଛନ୍ତି ଜନତା । ଅନାବିଳ ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସମସ୍ତଙ୍କଠୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ୨୭ ତାରିଖ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଅଭିଯୋଗ ପତ୍ରର ମସାଧାନ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସପ୍ତାହକ ଭିତରେ ଟଙ୍କା ଅନୁମୋଦନ କରିବେ । ଅନୁଦାନ ରାଶିର ସୁବିନିଯୋଗ କରିବାକୁ 5T ସଚିବ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଭଲକାମ କଲେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ଟଙ୍କା ମଞ୍ଜୁର କରାଯିବ । ଆପଣଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାସେ ପରେ ଫୋନ କରି ଅପଡେଟ୍ ନେବ । ଏହି ଅବସରରେ ମିଶନ ଶକ୍ତି ଓ ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ଓ ଲୋକ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ଭାପୁର ପରେ ଖଣ୍ଡପଡ଼ାରେ ପହଞ୍ଚି ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ: ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣ ସହ ସମ୍ବନ୍ଧିତ କେନ୍ଦ୍ରର ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏବେ ୫ ଜଜ ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏହି ମାମଲା ଉପରେ ଦୀର୍ଘକାଳୀନ ଶୁଣାଣି ଜରୁରୀ ଅଟେ । ଯାହାଫଳରେ ସ୍ପଷ୍ଟ ହେବ ଯେ ସେବାଗୁଡ଼ିକୁ ଅଧ୍ୟାଦେଶ ଜରିଆରେ ଦିଲ୍ଲୀ ବିଧାନସଭା ସୀମାରୁ ବାହାର କରିବା ଠିକ୍ କି ଭୁଲ । ଦିଲ୍ଲୀ ଉପରାଜ୍ୟପାଳଙ୍କ ପକ୍ଷରୁ ହାଜର ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି ଯେ ସଂସଦରେ ବିଲ୍ ପାରିତ ହେବା ପରେ ଅଧ୍ୟାଦେଶ ମାମଲା ଉପରେ ବିଚାର କରିବାର ଆବଶ୍ୟକତା ରହିବ ନାହିଁ ।

ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିପାରିବା ନାହିଁ । ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି  ସାମ୍ବିଧାନିକ ପୀଠରେ ଯଥାଶୀଘ୍ର ଶୁଣାଣି ନେଇ ଦାବି କରିଥିଲେ । ପ୍ରଧାନ ବିଚାରପତି କହିଥିଲେ ଆଦେଶ ସନ୍ଧ୍ୟା ସୁଦ୍ଧା ଅପଲୋଡ କରାଯିବ । ସେଥିରେ ଶୁଣାଣି ନେଇ ତାରିଖ ମଧ୍ୟ କୁହାଯିବ । ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ ସରକାର ଦିଲ୍ଲୀରେ ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ସମ୍ବନ୍ଧିତ ଏହି ଅଧ୍ୟାଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ଯାହାର ଶୁଣାଣି ଆଜି ହୋଇଛି । ଏହି ଅଧ୍ୟାଦେଶ କେନ୍ଦ୍ର ସରକାର ମଇରେ ଜାରି କରିଥିଲେ ।

ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍

ସମ୍ବଲପୁର: ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି ।

ମଣିପୁର ଭାଇରାଲ ଭିଡିଓକୁ ନେଇ ସୁପ୍ରିମକୋର୍ଟ ଖପ୍ପା, କହିଲେ, ସରକାର ନନେଲେ ଆମେ ନେବୁ ଆକ୍ସନ

ନୂଆଦିଲ୍ଲୀ: ମଣିପୁରର ଘୃଣ୍ୟ ଅପରାଧକୁ ସୁପ୍ରିମକୋର୍ଟଙ୍କ ନିନ୍ଦା । କଡ଼ା ପ୍ରତିକ୍ରିୟା ରଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ । ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି କହିଛନ୍ତି ପ୍ରଧାନ ବିଚାରପତି । ମହିଳାଙ୍କୁ ଉପକରଣ ଭାବରେ ବ୍ୟବହାର କରାଯିବା ଅତି ଜଘନ୍ୟ ଅପରାଧ । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ବିଚଳିତ ଓ ବିବ୍ରତ କରୁଛି । ଯଦି ସରକାର ଏହା ବିରୋଧରେ ଆକ୍ସନ ନ ନିଅନ୍ତି, ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସିଜେଆଇ କହିଛନ୍ତି । ଆସନ୍ତାକାଲି ସୁପ୍ରିମକୋର୍ଟରେ ମଣିପୁର କେସର ଶୁଣାଣି ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ କୋର୍ଟ । ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

 

ମଣିପୁର ନିଆଁରେ ତାତିଲା ପାର୍ଲାମେଣ୍ଟ, ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ମାଗିଲେ ବିରୋଧୀ

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ମଣିପୁର ତାତି। ମିଳିତ ବିରୋଧୀଙ୍କ ଗୋଟିଏ ଦାବି । ମଣିପୁର ସ୍ଥିତିକୁ ନେଇ ଉତ୍ତର ରଖନ୍ତୁ ପିଏମ୍ ? ତିନି ମାସ ଧରି ମଣିପୁର ଜଳୁଥିବା ବେଳେ କାହିଁକି ପ୍ରଧାନମନ୍ତ୍ରୀ ଚୁପ୍ ? କାହିଁକି ମଣିପୁର ପ୍ରସଙ୍ଗରେ ପଦୁଟୁଏ କହୁନାହାନ୍ତି ପିଏମ୍ ? ସର୍ବଦଳୀୟ ବୈଠକ କରି କାହିଁକି ଏଭଳି ଘୃଣିତ ଅନ୍ୟାୟ, ଅପରାଧ ପ୍ରତି ଆଖି ବୁଜି ଦେଇଛି ଗୃହ ମନ୍ତ୍ରଣାଳୟ? ବିଦେଶରେ ଭାରତ ବିକାଶର ଡିମଡିମ୍ ପିଟୁଥିବା ବେଳେ ମଣିପୁର ସ୍ଥିତି ବିଶ୍ବରେ ଦେଶକୁ ଲଜ୍ଜିତ କରିଛି ବୋଲି କହିଛି ଆମ ଆଦମୀ ପାର୍ଟି । ବିଜେପିର ଡବଲ ଇଞ୍ଜିନ ସରକାର ଥିବା ରାଜ୍ୟରେ ଡବଲ ବର୍ବରତା, ଡବଲ ଶୋଷଣ । ଯାହାର ପ୍ରମାଣ ଦେଉଛି ମଣିପୁର ।

ଦେଶର ଅଖଣ୍ଡତା ରକ୍ଷା କରିବାରେ ଫେଲ୍ ମାରିଛି ବିଜେପି । ବିଜେପି ଶାସନ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଆପ୍ ସାଂସଦ ରାଘବ ଚଡ୍ଡା କହିଛନ୍ତି । ମହିଳାଙ୍କ ପ୍ରତି ଏଭଳି ଘୃଣ୍ୟ ଅପରାଧ ପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସତ କହିବାକୁ ମନ୍ତ୍ରୀ ସାହସ ଦେଖାନ୍ତୁ ବୋଲି କଂଗ୍ରେସ କହିଛି । ମଣିପୁରରେ ମହିଳା ଉପରେ ଅତ୍ୟାଚାର ସୀମା ଟପିଥିବା ବେଳେ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କ ଅସ୍ଥିତ୍ବକୁ ନେଇ ବି କଂଗ୍ରେସ ପ୍ରଶ୍ନ ଉଠାଇଛି । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଯୋଗୁ ରାଜ୍ୟସଭା ଦିନ ୧୨ଟା ଓ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି ରଖାଯାଇଥିଲା ।

ଖଡ଼ଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

ଭୁବନେଶ୍ୱର: ଖଡ଼ଗ ନଦୀଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଉପକୃତ ହେବେ ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ । ଖର୍ଚ୍ଚ ହେବ ୧୨୬ କୋଟି ଟଙ୍କା । ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ । ୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ଏହି ପ୍ରକଳ୍ପକୁ ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଦ୍ବାରା ତିନୋଟି ଜିଲ୍ଲା – ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକ, କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ଓ ବଲାଙ୍ଗୀର ଜିଲ୍ଲାର ଗୁଡଭେଲା ବ୍ଳକର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଏହି ଯୋଜନାରେ ବାଲିଗୁଡା ବ୍ଳକର ଲଡଗାଁ ଗ୍ରାମ ନିକଟରେ ପ୍ରାୟ ୧୨୬ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯିବ । କୌଣସି ବିସ୍ଥାପନ ବିନା ଏହି ପ୍ରକଳ୍ପ ନିର୍ମାଣ କରାଯିବ ଓ ଏହା ନଦୀଗର୍ଭ ଜଳ ସଂରକ୍ଷଣ କରିବା ସହିତ ଖରାଦିନେ ଏହି ଅଞ୍ଚଳର ପାନୀୟ ଜଳର ଆବଶ୍ୟକତା ପୂରଣ, ମାଛ ଚାଷ ଓ ଭୂତଳ ଜଳସ୍ତର ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହେବ ।

ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭିକେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ସ୍ଥାନୀୟ ଜନସାଧାରଣ ଖଡଗ ନଦୀରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବିପତ୍ର ଦେଇଥିଲେ । ଏ ସଂପର୍କରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜନସାଧାରଣଙ୍କ ଦାବି ସଂପର୍କରେ ଅବଗତ କରାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅନୁରୋଧକୁ ଗ୍ରହଣ କରିଥିଲେ ।

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହେଲେ ସୁଲତା ଦେଓ । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଏହି ନୂଆ ଦାୟିତ୍ବ ମିଳିଛି । ସୁଲତା ଦେଓଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ଭାବେ ରାଜ୍ୟସଭା ଅଧ୍ୟକ୍ଷ ନିଯୁକ୍ତି ଦେଇଛନ୍ତି ।