spot_img
Home Blog Page 3053

ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା

ଭୁବନେଶ୍ୱର  :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା । ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ଠାରୁ ୧୪୫ ପ୍ରତିଶତ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା । ୧ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ଜମା ଜବତ ହୋଇଥିଲା । ଏହା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ବି ଜବତ କରିଥିଲା ଭିଜିଲାନ୍ସ ।

ବାଲେଶ୍ବର, ଭଦ୍ରକ ଓ ଭୁବନେଶ୍ବରର ଏକ କାଳିନୀ ୧୧ଟି ଜାଗାରେ ଛାପା ମାରିଥିଲା ବାଲେଶ୍ବର ଭିଜିଲାନ୍ସ ।  ତାଙ୍କର ୩ଟି ବହୁତଳ କୋଠା,  ୨ଟି ଫ୍ଲାଟ୍, ୮ଟି ପ୍ଲଟ୍ ରହିଛି ।  ୨ କେଜିର ରୁପା ଅଳଙ୍କାର ଠାବ ହୋଇଥିଲା । ସର୍ଚ୍ଚ ବେଳେ ଗୋଟିଏ ଚାରିଚକିଆ ଓ ଗୋଟିଏ ବାଇକ ଠାବ ହୋଇଥିଲା । ଜୟନ୍ତୀ  ଭୁବନେଶ୍ବରରେ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିଲେ । ସେ ଭଦ୍ରକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ଅଣ୍ଡା ଓ ଛତୁଆରୁ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ଥିଲା ।

ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ ; ଉପକୃତ ହେବେ ମତ୍ସ୍ୟଜୀବୀ

ବାଲେଶ୍ୱର :  ବାଲେଶ୍ବର ଜିଲ୍ଲା ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ । ଫଳରେ ଦିଘା ବଜାରକୁ ନଯାଇ ଏହିଠାରେ ମାଛ ବିକ୍ରି କରାଯାଇପାରିବ । ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଏଠାକୁ ଆସି ମାଛ କିଣିବେ । ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଯୁକ୍ତି ପାଇବା ସହିତ ଲାଭ ପାଇବେ । ବଜାରରେ ୧୩୨ଟି ପିଣ୍ଡିହେବ । ଯେଉଁଠି ମତ୍ସ୍ୟଜୀବୀ ମାଛ ବିକ୍ରି କରିପାରିବେ । ଫଳରେ ସ୍ଥାନୀୟ ମତ୍ସ୍ୟଜୀବୀ ଲାଭ ପାଇପାରିବେ ଓ ଆଗାମୀ ଦିନରେ ଏହା ଫିସରି ହବ୍ ଭାବେ ଉଭା ହେବ । ପ୍ରତିଦିନ ପ୍ରାୟ ହଜାରେ ଟନ ମାଛ ଏଠାରୁ ବିକ୍ରି କରାଯିବ । ଆଖପାଖ ଜିଲ୍ଲାର ମତ୍ସ୍ୟଜୀବୀ ବି ସୁବିଧା ପାଇପାରିବେ ।

ଧାମନଗର ବିକାଶ ପାଇଁ ୨୧ କୋଟି ମଞ୍ଜୁର ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ଥାନୀୟ ନେତା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗରର ବିକାଶ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ଥାନୀୟ ନେତା । 5T ସଚିବ ଭିକେ ପାଣ୍ଡିଆନ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଗତ ୧୨ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ଧାମନଗର ଯାଇଥିବା ବେଳେ ଲୋକମାନେ ତାଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ । ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାମନଗରର ସମସ୍ତ କଲେଜ ଓ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ପାଇଁ ୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ଏହା ପରେ ଧାମନଗର ନିର୍ବାଚନମଣ୍ଡଳୀର ବିଜେଡି ଲୋକପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ

ଭୁବନେଶ୍ୱର: ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ । ରାଜ୍ୟର ସବୁ ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଟ୍ୱିନ୍ ସିଟି ପାଇଁ ମଧ୍ୟ ଆଲର୍ଟ ଜାରି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଆଜି ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆଗକୁ ବଢ଼ିବ ବର୍ଷାର ପରିମାଣ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ଅଗ୍ରସର ହେଉଥିବା ବେଳେ, ଏହା ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଛି ପାଣିପାଗ କେନ୍ଦ୍ର ।

ଜାମ୍ମୁ କାଶ୍ମୀର କୁପଓ୍ୱାଡ଼ାରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁପଓ୍ବାଡାରେ ୪ ଆତଙ୍କବାଦୀ ନିପାତ । ପାକ୍ ସୀମା ଦେଇ ଅନୁପ୍ରବେଶ ଉଦ୍ୟମ ବେଳେ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । କୁପୱାଡ଼ା ମଚ୍ଛଲ କାଲା ଜଙ୍ଗଲରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଜଣାପଡ଼ିବା ପରେ ଜମ୍ମୁ-କାଶ୍ମୀର ପୋଲିସ ଓ ଯବାନଙ୍କ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ମିଳିତ ଅପରେସନ ବେଳେ ୪ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ଏବେ ବି ସେନା ପକ୍ଷରୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

 

ବଦଳିବ ଭୋଗରାଇ ଚନ୍ଦନେଶ୍ବର ପୀଠର ରୂପରେଖ, ୧୦ ଦିନରେ ପ୍ଲାନ ହେବ ପ୍ରସ୍ତୁତ

ବାଲେଶ୍ୱର: ନୂଆ ରୂପ ପାଇବ ଭୋଗରାଇର ଚନ୍ଦନେଶ୍ବର ମନ୍ଦିର । ବଦଳିବ ଚନ୍ଦନେଶ୍ବର ମନ୍ଦିରର ରୂପରେଖ । ୧୦ ଦିନରେ ସ୍ଥାନୀୟ ବାସିନ୍ଦା, ଜନ ପ୍ରତିନିଧି ଓ ସେବାୟତମାନଙ୍କ ସହ କଥା ହୋଇ ପ୍ଲାନ୍ ପ୍ରସ୍ତୁତ କରିବେ ଜିଲ୍ଲାପାଳ । ତାପରେ ୩ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ଉନ୍ନତିକରଣ ପାଇଁ ଟଙ୍କା ମଞ୍ଜୁର କରିବେ ନବୀନ । ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନରେ ଭୋଗରାଇ ତାଳସାରି ପଡିଆରେ 5T ସଚିବ ଏହି ଘୋଷଣା କରିଛନ୍ତି ।

ଚାଷୀ ଓ ଚାଷ ସମ୍ପର୍କୀତ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ସେ କହିଛନ୍ତି । ମନ୍ଦିର ମସଜିଦ୍ ଓ କମ୍ୟୁନିଟି ସେଣ୍ଟର ବାବଦରେ ୭ ଦିନ ଭିତରେ ଭଲ ଖବର ପାଇବେ ବୋଲି ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ 5T ସଚିବ ମିଶନ ଶକ୍ତି, କେବିକେ, ସିଆରପି, ଭିଆରପି, ଆଶା, ଅଙ୍ଗନବାଡି କର୍ମୀଙ୍କ ସହ କଥା ହୋଇଛନ୍ତି ।

ବିଜେପି ବିରୋଧରେ ବିରୋଧୀ ଏକ, ମହାବୈଠକରେ ପଡ଼ିବ ମହାମେଣ୍ଟର ମୂଳଦୁଆ

ପାଟନା: ନୀତୀଶଙ୍କ ବିରୋଧୀ ଏକତା ଅଭିଯାନ । ବିଜେପି ବିରୋଧରେ ବିରୋଧୀ ଏକ । ପାଟନାରେ ବିରୋଧୀ ଦଳର ମହାବୈଠକ । ବୈଠକ ଆରମ୍ଭରୁ AICC ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ କରି ଅଭିଭାଷଣ ରଖିଛନ୍ତି । ରାହୁଲ କହିଛନ୍ତି, ଦେଶରେ ଦୁଇଟି ବିଚାରଧାରାର ଲଢ଼େଇ ଚାଲିଛି । କଂଗ୍ରେସର ଭାରତ ଯୋଡ଼ ବିଚାରଧାରା ଓ ବିଜେପିର ଭାରତ ତୋଡ଼ ବିଚାରଧାରା ମଧ୍ୟରେ ଲଢ଼େଇ ଚାଲିଛି । ବିଜେପି ଦେଶରେ ହିଂସା, ଘୃଣା ଭାବ ବିସ୍ତାର କରୁଛି ବୋଲି ରାହୁଲ କହିଛନ୍ତି । କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ହୋଇଥିବା ବେଳେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ପୁଣି କଂଗ୍ରେସ ଜିତିବ ବୋଲି ରାହୁଲ କହିଛନ୍ତି ।

ଆଜି ବୈଠକରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବାକୁ ବିରୋଧୀଙ୍କ ଓ୍ବାନ ଇଜ ଟୁ ଓ୍ବାନ ଫାର୍ମୁଲାରେ ମୋହର ବାଜିପାରେ । ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ମିଳିତ ଭାବେ ଗୋଟିଏ ପ୍ରାର୍ଥୀ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇପାରେ । କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ ପରେ ଏହି ଫର୍ମୁଲାରେ ୨୪ ଜିତିବାକୁ ପ୍ରସ୍ତାବ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶରେ ଗଣତନ୍ତ୍ରର ଓ ସମ୍ବିଧାନର ରକ୍ଷା ପାଇଁ ବିରୋଧୀ ଏକାଠି ହୋଇଛନ୍ତି ବୋଲି କଂଗ୍ରେସ କହିଛି । ତଦନ୍ତକାରୀ ସଂସ୍ଥା, ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାରର ଦୁରୂପଯୋଗ କରି ବିରୋଧୀ ଦଳ ନେତାଙ୍କୁ ବିଭିନ୍ନ ମାମଲାରେ ଫସାଉଛନ୍ତି । ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରାଯିବ ।

ଜଟିଳ ମାଂସପେଶୀ ରୋଗରେ ପୀଡ଼ିତ ବାଲେଶ୍ବର ଜିଲ୍ଲାର ୩ଜଣଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଟିଳ ମାଂସପେଶୀ ରୋଗର ଚିକିତ୍ସା ପାଇଁ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ- ଖନ୍ତାପଡାର କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଓ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତଙ୍କ ଲାଗି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେମାନେ ଜଟିଳ ମାଂସପେଶୀ ରୋଗ ଡିଏମଡିରେ ପୀଡିତ ଅଛନ୍ତି । ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଂଜୁର କରାଯାଇଛି । DMD ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ।

 

ଆସାମରେ ବନ୍ୟା ବିତ୍ପାତ, ପାଣିଘେରରେ ପାଞ୍ଚ ଲକ୍ଷ ଲୋକ

ଦିସପୁର: ଆସାମରେ ବନ୍ୟା ସ୍ଥିତି ସଂଗୀନ । ଚାରିଆଡ଼େ ଜଳପ୍ରଳୟର ଚିତ୍ର । ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା ଯୋଗୁ ୨୨ ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇଛି । ସପ୍ତାହେ ଧରି ବନ୍ୟାସ୍ଥିତି ଲାଗି ରହିଥିବା ବେଳେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଶ୍ରୟସ୍ଥଳରେ ୧୪ ହଜାରରୁ ଅଧିକ ବିପନ୍ନ ଆଶ୍ରୟ ନେଇଛନ୍ତି । ସେପଟେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି ।

ବ୍ରହ୍ମପୁତ୍ର ନଦୀ ସମେତ ପୁଥିମାରୀ, ପାଗଲଡିଆ, ମାନସ ଆଦି ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ସେନା, NDRF, SDRF ଓ ଅଗ୍ନିଶମ ବାହିନୀ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଆଜି ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ

ବୌଦ୍ଧ: ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ । ଫଡ଼ିରେ ପରିବାର ସହ ଶୋଇଥିବା ବେଳେ ବିଷଧର ସାପ କାମୁଡାର ୨ ସମ୍ପର୍କୀୟ ଭଉଣୀ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବରଗାଁ ଗୌରୀବେଙ୍ଗସର ଜଣେ ବ୍ୟକ୍ତି ଫଡ଼ିରେ କାମ କରିବା ସହ ସେଠାରେ ରହୁଥିଲେ । ଗତକାଲି ରାତିରେ ପରିବାର ସହ ଫଡ଼ିରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ହଠାତ୍‌ ଦୁଇଜଣ ଚିତ୍କାର କରିବାରୁ ସାପ କାମୁଡିଥିବା ଜଣାପଡ଼ିଥିଲା । ମୃତକ ହେଲେ ଗୌରୀବେଙ୍ଗସ ଗାଁର ସୌରୀନ୍ଦ୍ରୀ ନାଏକ ଓ ଝରଣା ଭୋଇ । ଉଭୟ ସମ୍ପର୍କୀୟ ଭଉଣୀ । ଉଭୟଙ୍କ ପରିବାର ଲୋକ ଫଡ଼ିରେ କାମ କରୁଥିଲେ । ସାପ କାମୁଡ଼ାରେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।