ଖୋର୍ଦ୍ଧା: ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ନିଶା ମାଫିଆ ସୋମନାଥର ମୃତ୍ୟୁ । ୭ ତାରିଖ ରାତିରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଛକରେ ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ନିଶା ମାଫିଆ ସୋମନାଥ ଭୁଜବଳ ଓରଫ ପାକୁର ମୃତ୍ୟୁ ହୋଇଛି । ପାକୁ ୨୦୧୪ରୁ ୨୦୨୧ ମଧ୍ୟରେ ବ୍ରାଉନସୁଗାର କାରବାର କରି କୋଟିକୋଟି ଟଙ୍କା ସମ୍ପତି ଅର୍ଜନ କରିଥିଲା । ୨୦୨୧ରେ ପୋଲିସ ତା’ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରିଥିଲା । ଏବେ ବି ସୋମନାଥ ନାଁରେ ଖୋର୍ଦ୍ଧା, ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ଚାଲୁଛି । ଘଟଣା ଦିନ ପାକୁ ସମନ୍ତରାପୁର ଛକରେ ଛିଡ଼ା ହୋଇଥିବା ବେଳେ ୨ରୁ ୩ ଜଣ ଆସି ଗୁଳିମାଡ଼ କରିଥିଲେ । ପାକୁର ହାତ, କନ୍ଧ, ପାକସ୍ଥଳୀରେ ୪ଟି ଗୁଳି ବାଜିଥିଲା । ଗତ ରାତିରେ ନିଶା ବ୍ୟବସାୟୀ ସୋମନାଥ ଓରଫ ପାକୁର ମୃତ୍ୟୁ ଘଟିବା ପରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ଜଳୁଛି ପଶ୍ଚିମ ଓଡ଼ିଶା, ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା
ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଚଳିତବର୍ଷ ପ୍ରଥମଥର ପାଇଁ ୪୫ ଡିଗ୍ରୀ ଡେଇଁଛି ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୨ଟି ସହରର ତାପମାତ୍ରା । ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୫.୨ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ବିଶ୍ବ ଉତ୍ତପ୍ତ ସହର ତାଲିକାରେ ଭାରତର ଏହି ଦୁଇଟି ସହର ସ୍ଥାନ ପାଇଥିଲା । ଗତକାଲି ଝାରସୁଗୁଡ଼ା ବିଶ୍ବର ସପ୍ତମ ଉତ୍ତପ୍ତ ସହର ହୋଇଥିଲାବଳେ ସମ୍ବଲପୁର ବିଶ୍ବର ୧୫ ତମ ଉତ୍ତପ୍ତ ସହର ପାଲଟିଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର ।
ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଉପକୂଳରେ ଖରା ସହିତ ଅପରାହ୍ମରେ କାଳବୈଶାଖୀ ତାଣ୍ଡବ ରଚିବ । ସେପଟେ ଆଜି ଉତ୍ତର ପୂର୍ବ ବଙ୍ଗୋପସାଗରରେ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ ଲଘୁଚାପ କ୍ଷେତ୍ର । ଲଘୁଚାପ ସମୁଦ୍ର ମଝିରେ ରହିବ ନା ସ୍ଥଳଭାଗ ଆଡ଼କୁ ଆସିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଓ୍ବେଲ ମାର୍କ ଲୋ ପ୍ରେସରରେ ପରିଣତ ହେଲାପରେ ଏହାର ପ୍ରଭାବ ଆକଳନ କରାଯାଇପାରିବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର କହିଛି । ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ଉତ୍ତର ପୂର୍ବ ବଙ୍ଗୋପସାଗର ନଯିବାକୁ ପରାମର୍ଶ ଦିଆଯାଇଛି ।
ବିକାଶର ସମୀକ୍ଷା ଫର୍ଦ୍ଦରେ ସାମିଲ ହେବ କେନ୍ଦୁଝର, ଆଜିଠୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ 5T ସଚିବ
କେନ୍ଦୁଝର: ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ । ଲୋକଙ୍କ ସମସ୍ୟା ଶୁଣି ତତକ୍ଷଣାତ ସମାଧାନ ପାଇଁ ନିଆଯାଉଛି ପଦକ୍ଷେପ । ବିକାଶର ସମୀକ୍ଷା ଫର୍ଦ୍ଦରେ ସାମିଲ ହେବ କେନ୍ଦୁଝର । ଆଜିଠୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ । ସକାଳ ୯ଟାରେ ଭଦ୍ରକରେ ପହଞ୍ଚିବେ 5T ସଚିବ । ସେଠାରୁ ଭୀମକୁଣ୍ଡ ଜଳପ୍ରପାତ ଯାଇ ବିକାଶ କାମର ସମୀକ୍ଷା କରିବେ । ପର୍ଯ୍ୟଟନସ୍ଥଳୀର ବିକାଶ ନେଇ ଲୋକଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ଚମ୍ପୁଆରେ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଇ ସମୀକ୍ଷା କରିବେ । ସେଠାରୁ ଚମ୍ପୁଆ ଏନଏସିରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ ପ୍ରୋଜେକ୍ଟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ନେହରୁ ଷ୍ଟାଡିୟମ ଯାଇ ଲୋକଙ୍କ ସମସ୍ୟା ଶୁଣିବେ 5T ସଚିବ । ପରେ ବଡ଼ବିଲ ସିଏଚସିରେ ଡାଏଲେସିସ ସେଣ୍ଟର ଏବଂ ଅନ୍ୟାନ୍ୟ ବିକାଶ କାମର ଅନୁଧ୍ୟାନ କରିବେ । ସେଠାରୁ ଯୋଡାକୁ ଯାଇ ଯୋଡ଼ା ଫ୍ଲାଇଓଭର ନିର୍ମାଣ ଅଗ୍ରଗତିର ସମୀକ୍ଷା କରିବେ ।
ଯୋଡ଼ା ଜରାନିବାସରେ ପରିଦର୍ଶନ କରିବାପରେ କାନପୁର ଜଳସେଚନ ପ୍ରକଳ୍ପର ଅନୁଧ୍ୟାନ କରିବେ 5T ସଚିବ । ଏହାସହିତ ହିଲଟପରେ ବିକାଶ କାମର ସମୀକ୍ଷା କରିବେ । କେନ୍ଦୁଝର ଓଏସଏମଇ କ୍ୟାମ୍ପସରେ ମିଶନ ଶକ୍ତି ମାଆଙ୍କ ସହିତ 5T ସଚିବ ଆଲୋଚନା କରିବେ । ପରେ ଧରଣୀଧର ୟୁନିଭରସିଟି ନିକଟରେ ଲୋକଙ୍କ ସମସ୍ୟା ଶୁଣିବେ । ଏହାପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଶନ ଶକ୍ତି କାଫେରେ ମାଆମାନଙ୍କ ସହିତ ଆଲୋଚନା କରି କେନ୍ଦୁଝର ଅଡିଟୋରିୟମରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ହାଣ୍ଡବଲ ଷ୍ଟାଡିୟମର ବିକାଶ ଅନୁଧ୍ୟାନ କରିବାପରେ ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ବିକାଶ ନେଇ ଆଲୋଚନା କରିବେ । ଆସନ୍ତାକାଲି ଦିନ ତମାମ ମଧ୍ୟ 5T ସଚିବ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ।
ମଞ୍ଚରେ ଟଳିପଡିଲେ ଭାରତନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନ
ଭୁବନେଶ୍ବର: ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ଅଘଟଣ । ମଞ୍ଚରେ ଟଳିପଡିଲେ ଭାରତ ନାଟ୍ୟମ ନୃତ୍ୟଗୁରୁ ଶ୍ରୀ ଗଣେଶନ। ମାଲେସିଆରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଆସିଥିଲେ ନୃତ୍ୟଗୁରୁ ଶ୍ରୀ ଗଣେଶନ। ଭଞ୍ଜକଳା ମଣ୍ଡପରେ ଚାଲିଥିବା ତିନି ଦିନିଆ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ କାର୍ଯ୍ୟକ୍ରମର ଆଜିଥିଲା ଶେଷ ସନ୍ଧ୍ୟା।
କାର୍ଯ୍ୟକ୍ରମରେ ରାଜ୍ୟ ସମେତ ବିଭିନ୍ନ ଦେଶର ଲୋକେ ସାମିଲ ହୋଇଥିଲେ। ଗୀତଗୋବିନ୍ଦ ଛନ୍ଦରେ ନାଚୁଥିବା ବେଳେ ହଠାତ ଟଳିପଡ଼ିଥିଲେ ନୃତ୍ୟୁଗୁରୁ। ନାଚିବା ପରେ ପ୍ରଦୀପ ପ୍ରଜ୍ବଳନ ସମୟରେ ବେହୋସ ହୋଇପଡ଼ିଥିଲେ। ପରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
୨୦୨୪ ନିର୍ବାଚନ ଲଢିବେନି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି
ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢିବେନି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଦେଶବ୍ୟାପୀ ପ୍ରିୟଙ୍କା ନିର୍ବାଚନ ପ୍ରଚାର କରିବେ। ସମ୍ଭବତଃ ୨୦୨୪ ନିର୍ବାଚନ ପୂର୍ବରୁ ସେ ରାଜ୍ୟସଭାକୁ ଯିବା ଚର୍ଚ୍ଚା ହେଉଛି।
ବର୍ତ୍ତମାନର ସୂଚନା ଆଧାରରେ ହିମାଚଳ ପ୍ରଦେଶରୁ ପ୍ରିୟଙ୍କାଙ୍କୁ ରାଜ୍ୟସଭାକୁ ପଠାଇବା ଲାଗି ଯୋଜନା ଚାଲିଛି। ଛତିଶଗଡରୁ ନିର୍ବାଚିତ ଜଣେ ରାଜ୍ୟସଭା ସାଂସଦ ସମେତ ୩ ଜଣ ରାଜ୍ୟସଭା ସାଂସଦ ପ୍ରିୟଙ୍କାଙ୍କ ଲାଗି ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି।
ସ୍ୱପ୍ନ ପୂରଣ କଲେ 5T ସଚିବ, ଏଣିକି ପାଠ ପଢିବେ କାମିନା
ଢେଙ୍କାନାଳ: ଛାତ୍ରୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ। ସବୁ ସମସ୍ୟା ଦୂର କରି ପାଠ ପଢିବାକୁ ଯୋଗାଇଛନ୍ତି ସହଯୋଗ । ଢେ଼ଙ୍କାନାଳ କାମାକ୍ଷାନଗର ବ୍ଲକ୍ ଭଇରିପୁରର କାମିନା ନାଏକଙ୍କ ସ୍ବପ୍ନ ସାକାର ହୋଇଛି। ତାଙ୍କ ପାଠ ପଢାରେ ପାଚେରୀ ହୋଇ ଛିଡା ହୋଇଥିଲା ଆର୍ଥିକ ସମସ୍ୟା।
୨୦୧୮ରେ ଦଶମ ପାସ୍ କରିଥିଲେ କାମିନା । କିନ୍ତୁ ଅର୍ଥାଭାବରୁ ଆଉ ଆଗକୁ ପଢ଼ିପାରି ନଥିଲେ । ଏନେଇ ସାମାଜିକ କର୍ମୀ ସଂଜିତ ଦାସ୍ ଟୁଇଟ୍ କରି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଟୁଇଟ୍ ଦେଖିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଫାଇଭ-ଟି ସଚିବ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କାମାକ୍ଷାନଗର ଉପଜିଲ୍ଲାପାଳ କାମିନାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଛନ୍ତି। ଛାତ୍ରୀଙ୍କ କଲେଜ୍ ଆଡମିସନ ଓ ପରବର୍ତ୍ତୀ ପାଠପଢ଼ା ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ। ଏହା ଶୁଣିବା ପରେ ଛାତ୍ରୀଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।
ଏହା ସହିତ ପ୍ରଶାସନ ପକ୍ଷରୁ ତାଙ୍କ ପାଠପଢା ପାଇଁ ୧୫ହଜାର ଟଙ୍କା ଜିଲ୍ଲାପାଳ ସରୋଜ ସେଠୀ ପ୍ରଦାନ କରିଛନ୍ତି । ଏହି ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କାମିନା ।
କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ଫାଇଟ୍। ଆରମ୍ଭ ହୋଇଛି ଇଣ୍ଟର-କଣ୍ଟିନେଟାଲ କପ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଚାଲିଛି ଉଦଘାଟନୀ ମ୍ୟାଚ୍। ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ରହିଛି।
ହୋମ ଗ୍ରାଉଣ୍ଡ ଓ ହୋମ କ୍ରାଉଡ଼ଙ୍କ ସାମ୍ନାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମଙ୍ଗୋଲିଆ ପାଇଁ ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜିଂ ହୋଇପାରେ। ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି । ଅନ୍ୟପଟେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଅପରାହ୍ନ ୪.୩୦ରେ ଖେଳାଯାଇଥିବା ମ୍ୟାଚ ଅନୁଷ୍ଠିତ ହୋଇଥିଲା ।
ମ୍ୟାଚ ଆରମ୍ଭରୁ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମ୍ୟାଚରେ ଭାନୁଆଟୁକୁ ୩-୧ ଗୋଲରେ ହରାଇଛି ଲେବାନନ।
ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି
ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି। କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଲେ ମୀନାକ୍ଷୀ ବାହିନୀପତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ। ମୋହନ ପରିଡା କେନ୍ଦୁଝର, ଜୟରାମ ପଟ୍ଟନାୟକ ପୁରୀ, ଅଶୋକ ଦାସ ଭଦ୍ରକ, ସଂଗ୍ରାମ ମିଶ୍ର ଅନୁଗୁଳ, ସୁରେଶ ଆଜାଦ ନୂଆପଡା ଜିଲ୍ଲା ସଭାପତି ହୋଇଛନ୍ତି ।
ସେହିପରି ଆସିଫ ଅଲ୍ଲୀ ଖାନ ସମ୍ବଲପୁର, ଦନାର୍ଦ୍ଦନ ଦେହୁରୀ ସୁନ୍ଦରଗଡ, ବିଜୟ କୁମାର ଗମାଙ୍ଗ ରାୟଗଡା, ସେମ ହେମ୍ବ୍ରମ ଦେବଗଡ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । AICC ଯୋଜନା କାର୍ଯ୍ୟାନ୍ବୟନ କମିଟି ଅଧ୍ୟକ୍ଷ ହେଲେ ଯଜ୍ଞେଶ୍ବର ବାବୁ।
ତେବେ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ହେଲେ ସଂଜୟ ତ୍ରିପାଠୀ। ଇସ୍ତାହାର କମିଟି ଅଧ୍ୟକ୍ଷ ହୋଇଛନ୍ତି ପଞ୍ଚାନନ କାନୁନଗୋ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ହୋଇଛନ୍ତି ସନ୍ତୋଷ ସିଂ ସାଲୁଜା।
ବାହାନଗା ଟ୍ରେନ୍ ଦୁର୍ଘଟଣା: SCBରେ ଚିକିତ୍ସିତ ହେଉଛନ୍ତି ୧୧୧ ଯାତ୍ରୀ
କଟକ: ଏସସିବି ମେଡ଼ିକାଲରେ ଏବେ ୧୧୧ ଜଣ ଗୁରୁତର ଆହତ ଚିକିତ୍ସିତ ହେଉଛନ୍ତି । ୯୬ଜଣଙ୍କୁ ଡିସଚାର୍ଜ କରାଯାଇଛି। ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ ଓଡ଼ିଶାର ୨୩,ପଶ୍ଚିମବଙ୍ଗର ୪୫, ବିହାରର ୩୨, ଝାରଖଣ୍ଡର ୭ ଜଣ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ନେପାଳ ର ଜଣେ ଲେଖାଏଁ ଆହତ ଚିକିତ୍ସିତ ହେଉଛନ୍ତି।
ସେଥିମଧ୍ୟରୁ ଆଇସିୟୁରେରେ ୨୦ଜଣ । ଟ୍ରମା ICU ରେ 8, ସେଣ୍ଟ୍ରାଲ ICU ରେ ୯, ନ୍ୟୁରୋ ୨,ପ୍ଲାଷ୍ଟିକ ସର୍ଜରୀରେ ଜଣେ ଭର୍ତ୍ତି ହୋଇଥିବା ବେଳେ ପରିଚୟ ମିଳିନଥିବା ଜଣେ ଗୁରୁତରଙ୍କ ପରିଚୟ ମିଳିଛି ବୋଲି କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ।
ଶହଶହ ଶବ ଭିତରେ ଥିଲା ମାମୁଁ ପୁଅର ଶବ, ହୃଦୟ ବିଦାରକ କାହାଣୀ କହିଲେ ପ୍ରଧାନ ଶିକ୍ଷୟିତ୍ରୀ
ବାହାନଗା: ରେଳ ଦୁର୍ଘଟଣାର ହୃଦୟ ବିଦାରକ କାହାଣୀ କହିଲେ ବାହାନଗା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ବାଇଁ। ସେ ନିଜେ ଶହ ଶହ ଶବକୁ ସ୍କୁଲ ଘରେ ରଖିଥିଲେ। ହେଲେ ଜାଣିନଥିଲେ ସେଥିରେ ତାଙ୍କ ମାମୁଁ ପୁଅ ଭାଇ ରହିଛି ବୋଲି। ଏନେଇ ପରେ ଜାଣିବାକୁ ପାଇ ଶବ ପାଖକୁ ଯାଇଥିଲେ।
ମ୍ରିୟମାଣ ହୋଇ ଶବକୁ କୋଳାଇ ପକାଇଥିଲେ। ଭାଇଙ୍କ ମୃତ୍ୟୁ ନେଇ ସେ ବିଶ୍ବାସ କରିପାରିନଥିଲେ। ସେଦିନର ସେହି ଲୋମଟାଙ୍କୁରା କଥାକୁ ନନ୍ଦିଘୋଷ ଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ପ୍ରମିଳା।

