spot_img
Home Blog Page 3449

ହୀରକ ଜୟନ୍ତୀ ଅବସରରେ ଆସନ୍ତା କାଲି ଜୟପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋରାପୁଟ :  ଆସନ୍ତା କାଲି ଦକ୍ଷିଣ ଓଡିଶାର ସର୍ବପୁରାତନ ବିକ୍ରମ ଦେବ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲୀ । ହୀରକ ଜୟନ୍ତୀ ଅବସରରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

୧୯୪୭ ମସିହା ଜୁଲାଇ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିକ୍ରମ ଦେବ ମହାବିଦ୍ୟାଳୟ । ସେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ଥିଲା ବିକ୍ରମ ହେବ କଲେଜ । ଏଠାରେ ବହୁ ଛାତ୍ରଛାତ୍ରୀ ପାଠ ପଢି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି ।

ଡାଇମଣ୍ଡ ଜୁବଲୀକୁ ଧୁମଧାମରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ଆଲୁମିନି ଆସୋସିଏସନ । ସମସ୍ତ ପୁରାତନ ଛାତ୍ର ସଂଘ ଓ କଲେଜ କତ୍ତୃପକ୍ଷ ମିଳିତଭାବେ ପ୍ରସ୍ତୁତି କରୁଛନ୍ତି । ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଉଥିବାରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି ।

ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ ; ହତ୍ୟା ପଛର ରହସ୍ୟ ପାଇଁ ଗୋପାଳକୁ ମାରାଥନ ଜେରା

ଝାରସୁଗୁଡ଼ା : ଝାରସୁଗୁଡାରେ ମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲା । ରାତି ଅଧିଆ କ୍ରାଇମବ୍ରାଞ୍ଚର ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କ୍ରାଇମବ୍ରାଞ୍ଚର କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନାରେ ସ୍ବରେଜ ଟ୍ୟାଙ୍କରେ ଚାଲିଛି ଖୋଳାଖୋଳି । ତେବେ ଅଭିଯୁକ୍ତ କଣ ସେହି ସ୍ବରେଜ ଟ୍ୟାଙ୍କରେ ପକାଇଛି ସେନେଇ ଚାଲିଛି ଛାନବିନ୍ । ସେପଟେ ନବକିଶୋର ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ । ଅଭିଯୁକ୍ତଠୁ ହତ୍ୟାର ସତ ବାହାର କରିବାକୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ ।

ଗତକାଲିଠୁ ୪ଦିନିଆ ରିମାଣ୍ଡରେ ନେଇ ଛାନବିନ ଆରମ୍ଭ କରିଛି ତଦନ୍ତକାରୀ ଟିମ । ହତ୍ୟା ଯୋଜନାବଦ୍ଧ ଥିଲା ନା ଅଚାନକ୍ ? କେଉଁ ରାଗ ଗୋପାଳକୁ ସଜାଇ ଦେଲା ରାକ୍ଷସ ? ସୁରକ୍ଷା ଦେଉଥିବା ବନ୍ଧୁକ ବିନା କାରଣରେ କାହିଁକି ଗର୍ଜି ଉଠିଲା ? ରିମାଣ୍ଡରେ ଏସବୁ ତଥ୍ୟ ଆଦାୟ କରୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତର ମନସ୍ଥିତି ଅନୁଧ୍ୟାନ ନେଇ ପଦକ୍ଷେପ ନିଆଯାଉଛି । FARO-3D କ୍ୟାମେରା ମାଧ୍ୟମରେ କ୍ରାଇମସ୍ପଟର ନୀରିକ୍ଷଣ ଜାରି ରହିଛି ।

ସାଇଣ୍ଟିଫିକ ଅଫିସର, ବାଲିଷ୍ଟିକ ଏକ୍ସପର୍ଟ ନିରୀକ୍ଷଣ କରୁଛନ୍ତି । ଅନ୍ୟ ଏକ ଟିମ୍ ନବକିଶୋରଙ୍କ ସମର୍ଥକଙ୍କୁ ପଚାରଉଚରା କରୁଛି । ଗୋପାଳର ମାନସିକ ରୋଗ ନେଇ ଅନୁଧ୍ୟାନ କରୁଛି ଆଉ ଏକ ଟିମ୍ । ଗୋପାଳର ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଅଭିଯୁକ୍ତର କନେକ୍ସନରେ ପୁରୁଷତ୍ତୋମପୁର ବ୍ରାହ୍ମଣଶାସନର ଦୁଇ ବ୍ୟକ୍ତିଙ୍କୁ ପଚରାଉଚୁରା ପରେ ଛାଡ଼ି ଦେଇଛି ପୋଲିସ୍ ।

CFSL ଏକ୍ସପର୍ଟଙ୍କ ସହାୟତାରେ ସ୍ବର ପରୀକ୍ଷଣ ନେଇ ପଦକ୍ଷେପ ନିଆଯାଉଛି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜତିନ୍ଦ୍ର ପ୍ରସାଦ ଦାସ ତଦନ୍ତର ତଦାରଖ ଦାୟିତ୍ବ ନେଇଛନ୍ତି । ସେପଟେ ଆସିଛି ନବ କିଶୋରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଗୁଳିମାଡ଼ ପରେ ନବ କିଶୋରଙ୍କ ହୃତପିଣ୍ଡ ନଷ୍ଟ ହୋଇଯାଇଥିଲା । ହୃତସ୍ପନ୍ଦନ ବନ୍ଦ ଯୋଗୁଁ ନବଙ୍କର ମୃତ୍ୟୁ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ପୋଲିସ ଦ୍ବାରା ଅଟକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ପୋଲିସ ଦ୍ବାରା ଅଟକ । କଣ୍ଟାବାଞ୍ଜି ଆଲିସାନ ସିନେମା ହଲରେ ଗଣ୍ଡୋଗଳ ଅଭିଯୋଗରେ ଅଟକ । ବଟି ଆଦାୟ ପାଇଁ ସିନେମା ହଲ ମାଲିକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିଲେ ବିଧାୟକଙ୍କ ପୁଅ ସେଜି ସିଂ । ପୋଲିସ ଆସିବା ପରେ ସେଠାରୁ ଫେରାର ହୋଇଯାଇଥିଲେ ସେଜି ସିଂ । ସେଜି ସିଂଙ୍କୁ ତାଙ୍କ ଜିମରୁ ଧରିଛି ପୋଲିସ । ଜିମରୁ ବ୍ୟାପକ ପରିମାଣରେ ମଦ ସହ ଟଙ୍କା ଜବତ କରାଯାଇଛି । ତାଙ୍କ ବିରୋଧରେ IPC ଧାରା ୩୮୩, ୩୮୪ ଓ ୫୦୬ ଓ ଆର୍ମ ଆକ୍ଟ ଲାଗିଛି । ପୂର୍ବରୁ ମଧ୍ୟ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି

ନିଉଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଜିତିବା ସହ ସିରିଜ୍ ଜିତିଲା ଭାରତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଶେଷ ମ୍ୟାଚ୍ ଟିକୁ ଟିମ୍ ବ୍ଲୁ ଜିତିନେଇଛି ।  ୧୬୮ ରନର ବଡ଼ ବ୍ୟବଧାନରେ ଭାରତ ଏହି ମ୍ୟାଚ୍ ଜିତିଛି । ଏହି ମ୍ୟାଚ୍ ଜିତିବା ସହ ଭାରତ ସିରିଜ୍ ବିଜୟୀ ହୋଇଛି । ୩ ମ୍ୟାଚ ବିଶିଷ୍ଟ ସିରିଜଟିକୁ ୨-୧ ରେ ଜିତିନେଇଛି ହାର୍ଦ୍ଦିକ ବାହିନୀ ।

ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୨୩୪ ରନ ସଂଗ୍ରେହ କରିଥିଲା । ଭାରତର ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ୍ ଗିଲ ବିସ୍ଫୋରକ ଶତକିୟ ଇନିଂସ୍ ଖେଳିଥିଲେ । ୨୩୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନିଉଜିଲ୍ୟାଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିପାରିନଥିଲେ। ଡାରିଲ ମିଚେଲ (୩୫ ରନ) ଓ ମିଚେଲ ସାଣ୍ଟନର (୧୩ ରନ)ଙ୍କୁ ଛାଡ଼ିଦେଲେ ଆଉ କେହି ବି ଦୁଇଙ୍କ ଛୁଇଁ ପାରିନଥିଲେ । ୧୨ ଓଭର ଚାଲୁଥିବା ବେଳେ ନିଉଜିଲାଣ୍ଡ ନିଜର ସମସ୍ତ ୱିକେଟ ହରାଇ ୬୬ ରନରେ ସୀମିତ ରହିଥିଲା ।

ଭାରତ ପକ୍ଷରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଶୁଭମନ ଗିଲ୍ (୬୩ ବଲରେ ଅପରାଜିତ ୧୨୬ ରନ୍)ଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩୫ ରନର ବିଶାଳ ଲକ୍ଷ୍ୟ ରଖିଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା ।

ଭାରତକୁ ପ୍ରଥମ ଝଟକା ଇଶାନ କିଶନଙ୍କ ରୂପରେ ଲାଗିଥିଲା । ଇଶାନ ମାତ୍ର ୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ପାୱାରପ୍ଲେରେ ଶୁଭମନ ଗିଲ୍ ଏବଂ ରାହୁଲ ତ୍ରିପାଟୀ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ପାୱାରପ୍ଲେରେ ୧ ୱିକେଟ୍ ହରାଇ ୫୮ ରନ୍ କରିଥିଲା । ରାହୁଲ ତ୍ରିପାଠୀ ୪୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସୂର୍ଯ୍ୟକୁମାର ମଧ୍ୟ ଦ୍ରୁତତମ ଇନିଂସ ଖେଳିଥିଲେ । ୨୪ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୧୭ ଟି ବଲରେ ୩୦ ରନ୍ କରିଥିଲେ ।

୫୦ ହଜାର ବର୍ଷ ପରେ ଆଜି ବିଳମ୍ବିତ ରାତିରେ ଦୃଶ୍ୟମାନ ହେବ ବିରଳ ଧୂମକେତୁ

ନନ୍ଦିଘୋଷ ବ୍ୟୁରୋ: ବିଳମ୍ବିତ ରାତିରେ ଦେଖିବେ ବିରଳ ଦୃଶ୍ୟ । ପୃଥିବୀ ଆଡକୁ ମାଡି ଆସିବ ଧୂମକେତୁ । ୫୦ ହଜାର ବର୍ଷ ପରେ ଦୃଶ୍ୟମାନ ହେବ ଧୂମକେତୁ C/2022 E3 । ପୃଥିବୀଠାରୁ ୪.୨ କୋଟି କିଲୋମିଟର ଦୂରରେ ହେବ ଦୃଶ୍ୟମାନ । ଚନ୍ଦ୍ର ଅସ୍ତଯିବା ପରେ ଖାଲି ଆଖିରେ ଦେଖାଯିବ । ଉତ୍ତରକୁ ଦେଖିଲେ ଧ୍ରୂବତାରା ଏବଂ ସପ୍ତର୍ଶିମଣ୍ଡଳ ମଝିରେ ଥିବ ଧୂମକେତୁ । ଆଲୋକ ପ୍ରଦୂଷଣ ପାଇଁ ଭୁବନେଶ୍ବରରେ ଦେଖିବା ସମ୍ଭାବନା କମ୍ । ଉତ୍ତର-ପୂର୍ବ ଦିଗରେ ସନ୍ଧ୍ୟା ସାଢେ ୭ ଟା ବେଳକୁ ଉଦୟ ହେବ ଧୂମକେତୁ ।

ପ୍ରାୟ ୧୫ରୁ ୧୬ ଡିଗ୍ରୀ ଉପରେ ରହିବ ଧୂମକେତୁ । ରାତି ବଢିବା ସାଙ୍ଗକୁ ଧିରେଧିରେ ଉପରକୁ ଉଠିବ ବୋଲି ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍ ଉପନିର୍ଦ୍ଦେଶକ କହିଛନ୍ତି । ଧୂମକେତୁର କୌଣସି ପ୍ରଭାବ ପଡିବ ନାହିଁ । ଧୂମକେତୁ ଆଲୋକରେ ରାତିରେ ଦିନ ହେବା ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚକୁ ଖଣ୍ଡନ କରିଛନ୍ତି ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍ ଉପନିର୍ଦ୍ଦେଶକ । ଧୂମକେତୁର ନିଜର ଆଲୋକ ନ ଥାଏ । ସେ ସୂର୍ଯ୍ୟର ଆଲୋକରେ ଆଲୋକିତ ହୁଏ । ପୂର୍ଣ୍ଣମୀ ଚନ୍ଦ୍ରଠାରୁ ଅଧିକ ଆଲୋକ କେହି ଦେଇପାରିବେ ନାହିଁ । ତେଣୁ ଗୁଜବରେ ବିଶ୍ବାସ ନ କରିବା ପାଇଁ କୁହାଯାଇଛି ।

ପ୍ରତିବର୍ଷ ୨୦ ରୁ ୨୫ ଟି ଧୂମକେତୁ ସୂର୍ଯ୍ୟ ନିକଟରେ ରହିଥାଏ ଏବଂ ପୃଥିବୀ ପାଖ ଦେଇ ଯାଇଥାଏ। ବୈଜ୍ଞାନିକ ମାନେ ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟ ରେ ଧୂମକେତୁ ଗୁଡିକର ଗତିବିଧି ଲକ୍ଷ କରନ୍ତି। ତେବେ ଧୂମକେତୁ C/2022 E3ର ଚିତ୍ର ଉତ୍ତୋଳନ କରିବା ପାଇଁ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଅଞ୍ଚଳକୁ ଯାଇ ୩ ରାତି ଅନିଦ୍ରା ହେବାକୁ ପଡିଥିଲା ବୋଲି କହିଛନ୍ତି ଫଟୋଗ୍ରାଫର ରାକେଶ ରାଉଳ । ୧୯୯୭ ରେ ଏହିଭଳି ଏକ ଧୂମକେତୁ ଆଲବକ ଆସିଥିଲା। ୨୦୧୯ ରେ ନ୍ୟୁୟ ଏଜ ଧୂମକେତୁ ଦେଖିଥିଲେ ଲୋକେ। ଧୂମକେତୁ ଏକ ଛୋଟ ପିଣ୍ଡ ହୋଇଥିବା ବେଳେ ସେଗୁଡିକର ନାଭି ୧୦ କିମି ହୋଇଥାଏ । କିନ୍ତୁ ଧୂମକେତୁ C/2022 E3ର ନାଭି ମାତ୍ର ୨ କିମି ରହିଛି ।

ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ୨୩୪ ରନର ବିଶାଳ ସ୍କୋର କଲା ଭାରତ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଶୁଭମନ ଗିଲ୍ (୬୩ ବଲରେ ଅପରାଜିତ ୧୨୬ ରନ୍)ଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୩୫ ରନର ବିଶାଳ ଲକ୍ଷ୍ୟ ରଖିଛି । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଛି । ଭାରତକୁ ପ୍ରଥମ ଝଟକା ଇଶାନ କିଶନଙ୍କ ରୂପରେ ଲାଗିଥିଲା । ଇଶାନ ମାତ୍ର ୧ ରନ୍ କରି ପାଭେଲିଅନ୍ ଫେରିଯାଇଥିଲେ । ଏହାପରେ ପାୱାରପ୍ଲେରେ ଶୁଭମନ ଗିଲ୍ ଏବଂ ରାହୁଲ ତ୍ରିପାଟୀ ଦମଦାର ପ୍ରଦର୍ଶନ କରିଥିଲେ ।

ଭାରତ ପାୱାରପ୍ଲେରେ ୧ ୱିକେଟ୍ ହରାଇ ୫୮ ରନ୍ କରିଥିଲା । ରାହୁଲ ତ୍ରିପାଠୀ ୪୪ ରନ୍ କରି ଆଉଟ୍ ହୋଇଯାଇଥିଲେ । ସୂର୍ଯକୁମାର ମଧ୍ୟ ଦ୍ରୁତତମ ଇନିଂସ ଖେଳିଥିଲେ । ୨୪ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୧୭ ଟି ବଲରେ ୩୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଜିତିବାକୁ ହେଲେ ଭାରତକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ । ଗତ ଦୁଇଟି ମ୍ୟାଚ ମଧ୍ୟରୁ ନ୍ୟୁଜିଲାଣ୍ଡ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଭାରତ ଗୋଟିଏ ମ୍ୟାଚ୍ ଜିତିଛି । ଆଜିର ମ୍ୟାଚ୍ ଯିଏ ଜିତିବ ସେ ସିରିଜ୍ ବିଜୟୀ ହେବ । ଭାରତୀୟ ବୋଲର ୨୩୫ ରନ୍ ଭିତରେ କିୱି ଦଳକୁ ସୀମିତ ରଖି ପାରିଲେ ସିରିଜ୍ ଜିତିବ ।

ବଜେଟର କିଛି ପଦେକ୍ଷପ ପ୍ରଶଂସନୀୟ, କିଛି ଚିନ୍ତାଜନକ: ନବୀନ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଆଣିଥିବା ବଜେଟରେ କିଛି କ୍ଷେତ୍ରରେ ପଦେକ୍ଷପ ବେଶ ପ୍ରଶଂସନୀୟ । ତେବେ କେତେକ ଦିଗ ପ୍ରତି ବଜେଟରେ ଅଣଦେଖା କରାଯିବା ଚିନ୍ତାଜନକ । ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ବଜେଟକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ଓଡ଼ିଶା ରାଜ୍ୟ ବିଜେପପିର ନେତାମାନେ ‘ଆୟୁଷ୍ମାନ ଭାରତ’ ଯୋଜନା ନେଇ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜ ବଜେଟ ପ୍ରତିକ୍ରିୟାରେ କହିଛନ୍ତି, ବଜେଟରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ମିଳିଛି । ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଫୋକସ୍ କରାଯାଇଛି । ଏହା ବାସ୍ତବରେ ଦେଶର ଅଭିବୃଦ୍ଧିକୁ ଆଗକୁ ନେବା ସହ ଗ୍ରାମାଞ୍ଚଳର ସାମାଜିକ ବିକାଶରେ ସହାୟକ ହେବ । ମିଲେଟ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶା ମିଲେଟ ମିଶନ ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ଥିଲା ।

ମିଲେଟକୁ ବଜେଟରେ ଗୁରୁତ୍ବ ମିଳିଥିବାରୁ ବେଶ ଖୁସି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ ଦର୍ଶାଇଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ କଡ଼ା ପ୍ରତିକ୍ରିୟା ରଖି ନବୀନ କହିଛନ୍ତି, ଏ ଯୋଜନା ପାଇଁ ରାଜ୍ୟ ବିଜେପି ନେତାମାନେ ଓକିଲାତି କରୁଛନ୍ତି । ଏଥିପାଇଁ କେନ୍ଦ୍ର ବଜେଟରେ ମାତ୍ର ୭ ହଜାର ୨ ଶହ କୋଟି ସାରା ଦେଶ ପାଇଁ ବରାଦ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୨୪୦୦ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି ।

ଯଦି ସରକାରୀ ସୁବିଧାକୁ ମିଶାଯାଏ ତେବେ ଏହାର ପରିମାଣ ବାର୍ଷିକ ୬ ହଜାର କୋଟି ଟଙ୍କା ଛୁଇଁବ । ରାଜ୍ୟ ସରକାର ସ୍ବାସ୍ଥ୍ୟକୁ ସବୁବେଳେ ଅଗ୍ରାଧିକାର ଦେଇ ଆସିଛନ୍ତି । ଏ ବାବଦକୁ ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି । ତେଣୁ ଆୟୁଷ୍ମାନ ଭାରତ ନେଇ ରାଜ୍ୟ ବିଜେପି ନେତା ଆଉ ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ବୋଲି ନବୀନ କହିଛନ୍ତି । ବଜେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍, ଇଣ୍ଟରନେଟ୍ ସହ ଆଦିମ ଜନଜାତିଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବେଶ ପ୍ରଶଂସନୀୟ ।

ତେବେ ମନରେଗାରେ ବହୁ ସିଂହଭାଗ ପାଣ୍ଠି ହ୍ରାସ କରାଯାଇଛି । ଏହା ଗରିବ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିବ । ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୁଳଙ୍କୁ ବାଧିବ । ୨୦୨୧-୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଏ ବଜେଟରେ ମାତ୍ର ୬୦ ହଜାର କୋଟି ବରାଦ ହୋଇଛି ।

ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କ୍ଷେତ୍ରରେ ଏହା ବଡ଼ ବାଧକ ସାଜିବ । ସେହିଭଳି ଗତ ଆର୍ଥିକ ବର୍ଷରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ କୋଟି ବ୍ୟୟ ହୋଇଥିଲା ବେଳେ ଅର୍ଥମନ୍ତ୍ରୀ ଚଳିତ ବଜେଟରେ ଏହାକୁ ୧.୩୭ ଲକ୍ଷ କୋଟିକୁ କମାଇଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରେର ପାଣ୍ଠି ବରାଦ କମିଛି ଅବା ବଢ଼ିନି । ଏ ଦିଗକୁ ଅଧିକ ଫୋକସ କରିବାର ଥିଲା ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।

ତପସ୍ୱିନୀଙ୍କ ରୁମକୁ ଶାଶୂଘର ଲୋକେ ବିଦ୍ୟୁତ ସରବରାହ ବନ୍ଦ କରିଥିବା ଅଭିଯୋଗ

ବ୍ରହ୍ମପୁର: ବର୍ଷେ ପରେ ପୁଣି ସାମ୍ନାକୁ ଆସିଲେ ବହୁ ଚର୍ଚ୍ଚିତ ତପସ୍ବନୀ ଦାସ । କୋର୍ଟଙ୍କ ନିର୍ଦ୍ଦେଶ ପରେ ତପସ୍ବନୀ ଦୀର୍ଘ ଏକ ବର୍ଷ ହେଲା ବ୍ରହ୍ମାନଗରରେ ଥିବା ସୁମିତଙ୍କ ଘର ଉପରେ ରହୁଛନ୍ତି । ତପସ୍ବନୀ ଗତ କିଛି ମାସ ହେଲା ଓଡ଼ିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଗତ ଚାରି ଦିନ ହେଲା ତପସ୍ଵନୀ ସମସ୍ୟା ଘେରରେ ରହିଛନ୍ତି ତପସ୍ମନୀ ।

ତାଙ୍କ ଶଶୁର ଘର ଲୋକେ ବିଦ୍ୟୁତ ସରବରାହ ବନ୍ଦ କରିଥିବ ନେଇ ଅଭିଯୋଗ କରିଛନ୍ତି ତପସ୍ଵନୀ । ଶ୍ବଶୂରଘର ଲୋକ ତାଙ୍କ ରୁମକୁ ବିଦ୍ୟୁତ ସରବରାହ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ତପସ୍ବନୀ । ଫଳରେ ସେ ପାଠ ପଢିବା ସହ ବିବିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ସେ ବାରମ୍ବାର ଶ୍ବଶୁଘର ଲୋକଙ୍କୁ ବିଦ୍ୟୁତ ସରବରାହ ସଂଯୋଗ କରିବା ନେଇ ଅନୁରୋଧ କହୁଥିଲେ ବି କେହି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି । ତାହା ଏନେଇ ତପସ୍ଵନୀ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ ଜଣାଇଛନ୍ତି । ଖୁବଶିଘ୍ର ତପସ୍ଵନୀଙ୍କ ଘରେ ବିଦ୍ୟୁତ ସରବରାହ ସଂଯୋଗ କରାଯିବା ନେଇ ସୁମିତଙ୍କ ପରିବାର ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।

ଲୋକପ୍ରିୟ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର । ଯକୃତ ରୋଗରେ ସେ ପୀଡ଼ିତ ଥିବା ଜଣାପଡ଼ିଛି । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ।

୬ ମାସ ମଧ୍ୟରେ ଯକୃତ ପ୍ରତିରୋପଣ ନହେଲେ ଅବସ୍ଥା ସଙ୍କଟାପନ୍ନ ହେବ ବୋଲି ଡାକ୍ତର କହିଛନ୍ତି । ଏଥିପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ପିଣ୍ଟୁ ନନ୍ଦଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଖୁବ୍ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ନବଙ୍କୁ ପ୍ରଶଂସା ତ କଲନି, କୁତ୍ସା ରଟନା କାହିଁକି ?

ଭୁବନେଶ୍ୱର: ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କଲା ବିଜେଡି । ସ୍ୱର୍ଗତ ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା । ବିଜେପି କେବେ ତାଙ୍କ ଅବଦାନକୁ ସ୍ୱୀକାର କରିଛି ଏବଂ କେବେ ଭଲ କଥା କହିଛି କି? ଏହା କଣ ବିଜେପିର ରାଜନୈତିକ ସୌଜନ୍ୟ?

ଏହା କ’ଣ ବିଜେପିର ରାଜନୈତିକ ସଂସ୍କୃତି ? ସଫଳତାକୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉଥିବା ବିଜେପି ଏବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସେ ଆଗକୁ କହିଛନ୍ତି କୋଭିଡ ବିରୋଧୀ ଲଢ଼େଇରେ ନବକିଶୋର କର୍ଣ୍ଣଧାର ଥିଲେ । ନବକିଶୋରଙ୍କ ପାଇଁ କରୋନା ଲଢ଼େଇ ସହଜ ହେଲା । ପୃଥ୍ୱୀରାଜ ହରିଚନ୍ଦନ ବିଚଳିତ ହୋଇପଡ଼ିଛନ୍ତି ।

ପ୍ରଶଂସା ନୁହେଁ କେବଳ କୁତ୍ସା ରଟନା କରି ଶିଖିଛି ବିଜେପି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶା ଏବଂ ହତାଶ ହୋଇ ଗଣମାଧ୍ୟମରେ ଏଭଳି ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି । ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରିନଥିଲେ, ତେଣୁ ସେ ନିରାଶ ହୋଇପଡିଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି ।

କ୍ରାଇମବ୍ରାଞ୍ଚ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଅନୁଧ୍ୟାନ କରିବେ । ଯେତେବେଳେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ମାନ୍ୟବର ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ତେବେ ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ମାନ୍ୟବର ବିଚାରପତିଙ୍କ ଦ୍ୱାରା ଏହାର ତଦାରଖ କରାଯିବ ସେତେବେଳେ ବିଜେପି ନେତାମାନେ କ୍ରାଇମବ୍ରାଞ୍ଚ ଏବଂ ଏହାର ତଦନ୍ତକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।