spot_img
Home Blog Page 4280

ମହାରାଷ୍ଟ୍ରରେ ଚାଞ୍ଚଲ୍ୟ, ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ମହାରାଷ୍ଟ୍ର ସାଙ୍ଗଲିରେ ଏକ ହୃଦୟ ବିଦାରକ ଘଟଣଆ ଘଟିଛି  । ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଭାଇଙ୍କ ପରିବାରର ସମସ୍ତ ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  ।

ତେବେ ଏହା ଏକ ସାମୂହିକ ଆତ୍ମହତ୍ୟା ନା ସମସ୍ତ ୯ଜଣଙ୍କୁ ହତ୍ୟା କରାଯାଇଛି ପୋଲିସ ତାହା ଛାନଭିନ ଚାଲିଛି । ପ୍ରାଥମିକ ସୂଚନାନୁଯାୟୀ ସାଙ୍ଗଲିର ମିରଜ ଅଞ୍ଚଳରେ ରହୁଥିବା ଦୁଇ ଭାଇଙ୍କ ଏକାଠି ପରିବାର ସାମୂହିକ ଆତ୍ମହତ୍ୟା କରିଛନ୍ତି  । ଦୁଇଟି ଭିନ୍ନ ଭିନ୍ନ କୋଠରୀରୁ ସମସ୍ତ ୯ଜଣଙ୍କ ଶବ ଠାବ ହୋଇଛି  । ବିଷାକ୍ତ ଦ୍ରବ୍ୟ ଖାଇ ସମସ୍ତ ସଦସ୍ୟ ମୃତ୍ୟୁବରଣ କରିଥିବା କଥା କୁହାଯାଇଛି  ।

ମାଣିକ ବନମୋରେ ଏବଂ ପୋପଟ ବନମୋରେ ନାମକ ଦୁଇ ଭାଇଙ୍କ ସମ୍ପୂର୍ଣ୍ଣ ପରିବାରର ଏହି ସମସ୍ତ ଶବ ବୋଲି ଜଣା ପଡିଛି  । ଘଟଣା ସ୍ଥଳରେ ସାଙ୍ଗଲି ପୋଲିସ ଉପସ୍ଥିତ ରହିଛି । ତଦନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ବି ମୃତ ଶରୀରରେ କ୍ଷତ ଚିହ୍ନ ମିଳିନାହିଁ  । ଅନୁମାନ କରାଯାଉଛି ଦୁଇ ପରିବାର କରଜରେ ବୁଡିରହିଥିଲେ ଏବଂ ଏହି କାରଣରୁ ସାମୂହିକ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିନାହିଁ  । ଗୋଟିଏ ଘରୁ ତିନି ଜଣଙ୍କ ଶବ ମିଳିଥିବା ବେଳେ ଅନ୍ୟ ଏକ ଘରୁ ୬ଜଣଙ୍କ ଶବ ମିଳିଛି  । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଶବବ୍ୟବଚ୍ଛେଦ ରିପୋର୍ପଟ ଆସିବା ପରେ ସ୍ପଷ୍ଟ ହେବ  ।

ସସପେନ୍ସରେ ରଶ୍ମିରେଖା ସୁଇସାଇଡ, ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ

ନନ୍ଦିଘୋଷ ବ୍ୟୁରୋ: ଟେଲି ଅଭିନେତ୍ରୀ ରଶ୍ମିରେଖା ସୁଇସାଇଡ୍ ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ । ଭୁବନେଶ୍ବର ନୟାପଲ୍ଲୀ ଭଡ଼ା ଘର ମାଲିକ ଏନେଇ ସୂଚନା ଦେଇଛନ୍ତି। ସ୍ୱାମୀ ସନ୍ତୋଷ ଓ ରଶ୍ମିଙ୍କ ଭିତରେ ପୂର୍ବତନ ପ୍ରେମିକ ରାଜାଙ୍କୁ ନେଇ ବାରମ୍ବାର ଝଗଡ଼ା ହେଉଥିଲା। ରାଜା ପୂର୍ବରୁ ରଶ୍ମିଙ୍କ ବୟଫ୍ରେଣ୍ଡ ଥିଲେ। ଏକଥା ନିଜେ ରଶ୍ମିଙ୍କ ଖୁଡ଼ି ମାନିଥିବା ଘର ମାଲିକ କହିଛନ୍ତି । କେବଳ ସେତିକି ନୁହେଁ ରଶ୍ମିଙ୍କ ହାତରେ ରାଜାଙ୍କ ଟାଟୁ ଥିଲା । ପରେ ସେ ଟାଟୁକୁ ହାତରୁ ଲିଭେଇ ଦେଇଥିଲେ। ରାଜାଙ୍କୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ।

ରଶ୍ମି ପରିବାରର ସ୍ୱୀକୃତିରେ ବିବାହ କରିନଥିଲେ କିମ୍ବା ତାଙ୍କ ପରିବାର ଲୋକ ମଧ୍ୟ ବିବାହ ନେଇ କିଛି ଜାଣି ନାହାଁନ୍ତି  ।  ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ଘର ଭଡା ନେଇଥିଲେ ରଶ୍ମିଙ୍କ ସ୍ୱାମୀ ସନ୍ତୋଷ ପାତ୍ର। ରଶ୍ମିରେଖା ସୁଇସାଇଡ୍ କରିବା ଦିନ ସନ୍ତୋଷ ଘରେ ନଥିଲେ, ଅଫିସ କାମରେ ବାଙ୍ଗଲୋର ଯାଇଥିଲେ। ବନ୍ଦ ଘରୁ କବାଟ ଭାଙ୍ଗି ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେତେବେଳେ ରଶ୍ମିରେଖାଙ୍କ ମୋବାଇଲରେ ସ୍ୟାଡ୍ ସଙ୍ଗ ବାଜୁଥିଲା। ମୃତଦେହ ନିକଟରୁ ମିଳିଥିଲା ଏକ ସୁଇସାଇଡ୍ ନୋଟ୍  । ଏହି ସୁଇସାଇଡ ନୋଟରେ ରଶ୍ମିରେଖା ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ କରିନଥିବା ଉଲ୍ଲେଖ ରହିଛି  ।

ଏପରିକି ବାପା ଓ ପରିବାର ଲୋକଙ୍କୁ କାହାରିକୁ ଦାୟୀ ନକରିବାକୁ ଚିଠିରେ ଲେଖିଛନ୍ତି । ପ୍ରଥମେ ରଶ୍ମି ଓ ସନ୍ତୋଷ ବିବାହ କଥା ରଶ୍ମିଙ୍କ ବାପା ପୋଲିସ ସାମ୍ନାରେ ମାନି ନଥିଲେ । ହେଲେ ପରେ ବିବାହ ଓ ରାଜାଙ୍କ ସହ ସଂପର୍କ କଥା ପୋଲିସ ଆଗରେ ମାନିଛନ୍ତି । ଦେଢ଼ ମାସ ଭଡାଘରେ ରହିବା ବେଳେ ସନ୍ତୋଷଙ୍କ ସହ ପାଟିତୁଣ୍ଡ ହେବା ନେଇ ଦୁଇ ଥର ଆସିଥିଲେ ରଶ୍ମିଙ୍କ ବାପା। ଗତ ଶନିବାର ଦିନ ରଶ୍ମିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଥିବାବେଳେ, ଏହାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି  ।

ଦୁଲହନ୍ ଲୁକରେ ସେହନାଜ୍, କାହାକୁ ବିବାହ ପାଇଁ ପିନ୍ଧିଛନ୍ତି ଲେହେଙ୍ଗା?

ମୁମ୍ବାଇ: ବ୍ରାଇଡାଲ୍ ଲୁକରେ ଅଭିନେତ୍ରୀ ସେହନାଜ୍ ଗିଲ । ହାତରେ ପିନ୍ଧିଛନ୍ତି ଚୁଡି । ବେକ ଏବଂ କାନରେ ପିନ୍ଧିଛନ୍ତି ହେବି ଗହଣା । ଲାଲ୍ ଓଢ଼ଣୀ ପକାଇ ବେଶ୍ ସୁନ୍ଦର ଦେଖାଯାଉଛନ୍ତି ସେହନାଜ୍ । ଆପଣ ଭାବୁଥିବେ ସେହନାଜ କାହାକୁ ବାହା ହେବାକୁ ଯାଉଛନ୍ତି ବୋଧେ ।

କିନ୍ତୁ ନା, ଏହା ଭୁଲ । ଏହା ତାଙ୍କ ବିବାହ ନୁହେଁ ବରଂ ଏକ ରାମ୍ପ ସୋ’ ରେ ସେ ଲେହେଙ୍ଗାର ପ୍ରଦର୍ଶନ କରୁଛନ୍ତି । ଏହି ରାମ୍ପ ଓ୍ବକର ଏକ ଭିଡିଓ ସେ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ ଇଣ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ସେହନାଜ୍ । କ୍ୟାପସନରେ ସେ ଲେଖିଛନ୍ତି ଡେବ୍ୟୁ ରାମ୍ପ ଓ୍ବକ୍ ।

 

View this post on Instagram

 

A post shared by Shehnaaz Gill (@shehnaazgill)

କେବଳ ଏତିକି ନୁହେଁ ଦୁଲହନ୍ ଲୁକରେ ସେ ଠୁମକା ବି ଲଗାଉଛନ୍ତି । ରାମ୍ପ ଓ୍ବକକୁ ସେ ମନଭରି ଉପଭୋଗ କରୁଥିବା ଦେଖାଯାଉଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଟିଭି ସୋ’ ବିଗ ବସର ସିଜିନ୍ ୧୩ରେ ନଜର ଆସିଥିଲେ ସେହନାଜ୍ । ଅଭିନେତା ସିଦ୍ଧାର୍ଥଙ୍କ ସହ ତାଙ୍କ ରିଲେସନସିପ ସେତେବେଳେ ବଲିଉଡରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହା ପରଠାରୁ ସେହନାଜଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବଢ଼ିଚାଲିଛି । ତାଙ୍କର ଇଣ୍ଟାଗ୍ରାମରେ ଅନେକ ପ୍ରଶଂସକ ଅଛନ୍ତି ।

ଏବେ ସେହନାଜଙ୍କ ଏହି ଦୁଲହନ୍ ଲୁକ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ହଠାତ ଯିଏ ଦେଖୁଛି ସେ ଭାବୁଛି କ’ଣ ସେହେନାଜ୍ ବାହା ହେବାକୁ ଯାଉଛନ୍ତି । ଏହି ଲୁକକୁ ଫ୍ୟାନ୍ ଖୁବ୍ ପସନ୍ଦ କରିଛନ୍ତି ।

ଜନସାଧାରଣଙ୍କ ବିକାଶକୁ ପ୍ରାଥମିକତା: ନବନିଯୁକ୍ତ ବିଏମସି କମିଶନର

ଭୁବନେଶ୍ବର: ଲୋକଙ୍କ ଜିଲ୍ଲାପାଳ ଭାବେ ପରିଚିତ ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେ ଏବେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ରହିବା ସମୟରେ ସେ ଅନେକ ଚ୍ୟାଲେଞ୍ଜକୁ ଦୃଢତାର ସହ ମୁକାବିଲା କରିଛନ୍ତି  ।

କରୋନା ମହାମାରୀର ସବୁଠୁ ଅଧିକ ପ୍ରଭାବ ଗଞ୍ଜାମରେ ଦେଖାଯାଇଥିଲା  । ହେଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦୃଢ ନେତୃତ୍ବ କାରଣରୁ କରୋନାର ପ୍ରଭାବ ଜିଲ୍ଲାରେ ହ୍ରାସ ପାଇଥିଲା  । ସଫଳ କୋଭିଡ ମ୍ଯାନେଜମେଣ୍ଟ ପାଇଁ ତାଙ୍କୁ କେବଳ ରାଜ୍ଯରେ ନୁହେଁ ବରଂ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଥିଲା  । ସେହିପରି ବିଦ୍ୟାଳୟ ରୁପାନ୍ତରିତ କ୍ଷେତ୍ର ହେଉ ବା ଗୋପାଳପୁର ବେଳାଭୂମିର ଉନ୍ନତିକରଣ, ମା ତାରାତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ହେଉ ସବୁଗୁଡିକୁ ସେ ତ୍ବରାନିତ କରିଛନ୍ତି । ବାକି ରହିଯାଇଥିବା କାର୍ଯ୍ୟକୁ ନୂତନ ଜିଲ୍ଲାପାଳ ପୂରଣ କରିବେ ବୋଲି ସେ ଆଶାପୋଷଣ କରିଛନ୍ତି  ।

ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ସେ ବେଶ୍ ଉତ୍ସାହିତ ଥିବା କଥା କହିଛନ୍ତି  । ଗଞ୍ଜାମରୁ ପାଇଥିବା ଅଭିଜ୍ଞତାକୁ ଭୁବନେଶ୍ବରରେ ଲଗାଇବେ ବୋଲି କହିଛନ୍ତି । ରାଜଧାନୀ ବାସିନ୍ଦାଙ୍କ ପ୍ରମୁଖ ଦାବି ଓ ବିକାଶକୁ ପ୍ରାଧାନ୍ୟ ଦେବେ  । ରାଜ୍ୟ ସରକାରଙ୍କ ସହରାଞ୍ଚଳ ବିକାଶ ଯୋଜନାର ଶତପ୍ରତିଶତ ସଫଳ ରୂପାୟନ କରିବାକୁ ଚେଷ୍ଟା କରିବେ  ।

ନିକଟରେ ମହାନଗର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ମିଶି ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ । ଭୁବନେଶ୍ବର ଯେହେତୁ ରାଜ୍ୟର ରାଜଧାନୀ କାର୍ଯ୍ୟରେ ଅନେକ ଚ୍ୟାଲେଞ୍ଜ ରହିବ  । ଟିମ୍ ୱାର୍କ ଜରିଆରେ କାର୍ଯ ସହଜ ହେବ ବୋଲି ସେ କହିଛନ୍ତି  । ସୂଚନାଯୋଗ୍ଯ ଆଜି ମଧ୍ୟାହ୍ନରେ ସେ ବିଏମସି କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ପୂର୍ବତନ କମିଶନର ସଞ୍ଜୟ କୁମାର ସିଂ ବିଏମସି କାର୍ଯ୍ଯାଳୟରେ ତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି  ।

ସୁଇସାଇଡ୍ ନୋଟରେ ଏମିତି ଲେଖିଛନ୍ତି ଟେଲି ଅଭିନେତ୍ରୀ ରଶ୍ମି..

ଭୁବନେଶ୍ୱର: ମିଳିଲା ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ସୁଇସାଇଡ୍ ନୋଟ । ଘଟଣାରେ ଆସିଲା ନୂଆମୋଡ । ସନ୍ତୋଷଙ୍କୁ ରଶ୍ମି ବହୁତ ଭଲ ପାଉଥିବା ସୁଇସାଇଡ୍ ନୋଟରେ ଲେଖିଛନ୍ତି । ଏହାସହ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁ ବୋଲି ଲେଖିଛନ୍ତି ରଶ୍ମିରେଖା । ତେବେ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିବାରୁ ବାପା ମାଆଙ୍କୁ ସେ କ୍ଷମା ମାଗିଛନ୍ତି ।

ସେପଟେ ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି ଅନେକ କିଛି ଘଟଣା  । ଏକଥା ଲେଖାଯାଇଛି ଯେ, ବାବା କେବେ ବି ସନ୍ତୋଷକୁ ଦୋଷ ଦେବନି । ତାର ଯଦି କିଛି ହୁଏ, ମୁଁ କାହାକୁ ବି ଛାଡିବିନି ବୋଲି ଲେଖିଛନ୍ତି ରଶ୍ମିରେଖା ।  ତେବେ ଏ ସୁଇସାଇଡ ନୋଟକୁ ନେଇ ମଧ୍ୟ ସସପେନ୍ସ ବଢିବାରେ ଲାଗିଛି  । କାରଣ ପରିବାର ଲୋକେ ହତ୍ୟା ଅବିଯୋଗ ଆଣୁଛନ୍ତି  । ସନ୍ତୋଷ ହିଁ ରଶ୍ମିକୁ ହତ୍ୟା କରିଥିବା କହିଛନ୍ତି ପରିବାର ଲୋକେ ।

ତେବେ ସୁଇସାଇଡ ନୋଟରେ ଏମିତି କିଛି କହିଛନ୍ତି ରଶ୍ମି, ଆଇ ଲଭ୍ ୟୁ ସାନ, ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ ହେଲେ ରହି ପାରୁନି । ମତେ ଭୁଲି ଯିବୁ ଆଉ ଭଲରେ ଲାଇଫ ତିଆରି କରିବୁ । ୟାର ମୁଁ ବହୁତ୍ ଖରାପ ଝିଅ । ସରି ସରି ସରି…

ଯାନ୍ତ୍ରିକ ତ୍ରୁଟି ପାଇଁ ଅଧା ବାଟରେ ଅଟକିଲା କେବୁଲ କାର୍, ଫଶି ରହିଛନ୍ତି ପର୍ଯ୍ୟଟକ

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ପରବାଣୁରେ ଅଘଟଣ  । କେବୁଲରେ ଚାଲୁଥିବା କେବୁଲ କାର୍ ଶୂନ୍ଯରେ ଅଟକିଲା । ପ୍ରାୟ ୧୧ଜଣ ପର୍ଯ୍ଯଟକ ଫସି ରହିଥିବା ସୂଚନା । ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି  । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ହୋଇଥିବା କୁହାଯାଉଛି  ।

ଏହି କେବୁଲ କାର୍ ଟିମ୍ବର ଟ୍ରେଲ ଏକ ଘରୋଇ ରିସର୍ଟର ଅଟେ  । ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ ସହ ସମ୍ପୂର୍ଣ୍ଣ ହିମାଚଳ ପ୍ରଦେଶରେ ଏହାର ଲୋକପ୍ରିୟତା ରହିଛି  । କେବୁଲ ମାଧ୍ୟମରେ ଆଉ ଏକ ଟ୍ରଲି ଲଗାଯାଇ ଫସିଥିବା ଲୋକମାନଙ୍କ ପାଖରେ ପହଞ୍ଚିଛି ଉଦ୍ଧାରକାରୀ ଦଳ  । ଖୁବଶୀଘ୍ର ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି କହିଛନ୍ତି ଜିଲ୍ଲା ଅଧିକାରୀ  ।

ରଣବୀରଙ୍କ ହଟ୍‌ ଲୁକରେ ଅଣନିଶ୍ବାସୀ ଆଲିଆ

ମୁମ୍ବାଇ: ସୋସିଆଲ ମିଡିଆରେ ରଣବୀର କପୁରଙ୍କ ଶମସେର ଲୁକ ଲିକ୍‌ ହେବା ପରେ ରିଲିଜ ଡେଟ ସହ ପୋଷ୍ଟର ସେୟାର କରିଛି ୟଶରାଜ ଫିଲ୍ମ  । ରଫ୍‌ ଲୁକରେ ନଜର ଆସିଛନ୍ତି ରଣବୀର  । ଆଗାମୀ ଜୁଲାଇ ୨୨ରେ ରିଲିଜ ହେବ ଫିଲ୍ମ ଶମସେର  । ସବୁବେଳେ ନିଜ ଲୁକ୍‌କୁ ନେଇ ଏକ୍ସପେରିମେଣ୍ଟ କରୁଥିବା ରଣବୀର ଏଥର ମଧ୍ୟ କିଛି ନୂଆ ଟ୍ରାଏ କରିଛନ୍ତି ।

ତେବେ ଶମସେରର ପୋଷ୍ଟର ରିଲିଜ ପରେ ପତ୍ନୀ ଆଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଙ୍ଗେସଙ୍ଗେ ସେୟାର କରିଛନ୍ତି  । ରଣବୀରଙ୍କ ହଟ ଲୁକରେ ଅଣନିଶ୍ବାସୀ ହୋଇପଡିଛନ୍ତି ଆଲିଆ  । ସେ ପୋଷ୍ଟ ସେୟାର କରି ଲେଖିଛନ୍ତି ‘ଆଜି ହଟ୍‌ ମର୍ଣ୍ଣିଂ, ମୋ କହିବା ଅର୍ଥ ଗୁଡ ମର୍ଣ୍ଣିଂ’  । ଏହାପରେ ଆଖିରେ ଲଭ୍‌ ଚିହ୍ନ ଥିବା ଦୁଇଟି ଲଭ୍‌ ଇମୋଜୀ ସେ ସେୟାର କରିଛନ୍ତି  ।

ଏହାର କିଛି ସମୟ ପରେ ଫିଲ୍ମ ନିର୍ମାତା ଶମସେରର ପୋଷ୍ଟର ସେୟାର କରି ଲେଖିଛନ୍ତି ଶମସେରର ପରିଚୟ କରାଉଛୁ, ଭୟଙ୍କର ଯୋଦ୍ଧା ଓ ନିଜ ଜନଜାତିର ରକ୍ଷକ  । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଆସନ୍ତା ୨୨ରେ ରିଲିଜ ହେବ ଶମସେର  ।

୨୪ ଘଣ୍ଟାରେ ଭାସିଗଲେ ୯, ଆହୁରି ଦୁଇ ଦିନ ବର୍ଷା ବିତ୍ପାତ

ଗୌହାଟୀ: ସାଙ୍ଘାତିକ ହେବାରେ ଲାଗିଛି ଆସାମ ବନ୍ୟାସ୍ଥିତି। ଚାରିଆଡେ ଜଳପ୍ରଳୟର ଭୟାବହ ଚିତ୍ର । ବନ୍ୟା ପାଣିରେ ଉବୁଟୁବୁ ୩୩ ଜିଲ୍ଲା । ୪୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ବନ୍ୟାପାଣିରେ ଭାସିଯାଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ଭୁସ୍ଖଳନ ଯୋଗୁଁ ଚାଚର ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଛନ୍ତି ।

ବନ୍ୟାରେ ଭାସିଯାଇ ୮ ଜଣ ନିଖୋଜ ହୋଇଯାଇଛନ୍ତି ।   ନଗାଓଁ ଜିଲ୍ଲା କାମପୁର ଅଞ୍ଚଳରେ ବନ୍ୟାପାଣିରେ ଦୁଇ ପୋଲିସ ଅଧିକାରୀ ଭାସି ଯାଇଥିବା ସୂଚନା ରହିଛି । କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କ ପତ୍ତା ମିଳିପାରିନି । ବନ୍ୟା ସହ ଭୁସ୍ଖଳନ ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ି ଯାଇଛି ।

୫,୧୩୭ ଗାଁରେ ବନ୍ୟାପାଣି ପଶି ଯିବାରୁ ୧୨.୭୬ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ୫ ହଜାରରୁ ଊର୍ଦ୍ଧ୍ବ ଏକର ଚାଷଜମିରେ ବନ୍ୟାପାଣି ମାଡିଯିବାରୁ ଫସଲ ନଷ୍ଟ ହୋଇଛି । ପ୍ରଭାବିତଙ୍କ ପାଇଁ ୭୪୪ ରିଲିଫ କ୍ୟାମ୍ପ ଖୋଲାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ଭାରତୀୟ ସେନା, ପାରାମିଲିଟାରୀ ଫୋର୍ସ, ଏନଡିଆରଏଫ, ଏସଡିଆରଏଫ, ଅଗ୍ନିଶମ, ପୋଲିସ ବିଭାଗ ସହ ଭଲ୍ୟୁଣ୍ଟର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 

ବିଶେଷକରି ବରପେଟା, ଚାଚର, ଦୀମା-ହସାଓ, ଦୁବ୍ରି, ଦାରଙ୍ଗ, ସୋନିତପୁର, ନଗାଓଁ ଆଦି ଜିଲ୍ଲା ବନ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟାପାଣି ଜମି ରହିଥିବାରୁ ହଜାର ହଜାର ଲୋକ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି ।  ପ୍ରବଳ ବର୍ଷା, ନଦୀ ଜଳପତ୍ତନ ବୃଦ୍ଧି ଯୋଗୁ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଅନ୍ୟପଟେ ବ୍ରହ୍ମପୁତ୍ର, ମାନସ,  କୋପିଲୀ, ଜିୟା-ଭରାଲୀ ଆଦି ନଦୀରେ ବିପଦସଙ୍କେତ ଉପରେ ବନ୍ୟା ପାଣି ବଢୁଥିବାରୁ ବନ୍ୟା ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ମୋକିମଙ୍କ ଉପରେ ୫ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

 କଟକ: କଟକ-ବାରବାଟୀ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା । ମାମଲାର ଗୁରୁତ୍ବ ନ ଥିବା ଦର୍ଶାଇ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । କେବଳ ସେତିକି ନୁହେଁ ଆବେଦନକାରୀଙ୍କୁ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗତ ନିର୍ବାଚନକୁ ନେଇ ହାଇକୋର୍ଟରେ ଗତ କିଛି ଦିନ ଧରି ଏକ ମାମଲା ବିଚାରାଧୀନ ରହିଛି ।

ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଏହି ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ କଟକ-ବାରବାଟୀ ବିଧାୟକ ମାମଲାକୁ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହି ମାମଲାକୁ ବିନା ଶୁଣାଣିରେ ଖାରଜ କରିବାକୁ ମୋକିମ ଆବେଦନ କରିଥିଲେ । ମୋକିମଙ୍କ ଏହି ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

ଅଗ୍ନିପଥ ଯୋଜନା: ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ସେନା

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି  । ବିରୋଧୀଦଳ ଏବଂ ଯୁବଗୋଷ୍ଠୀ ସରକାରଙ୍କ ଏହି ଯୋଜନାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି  । ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟାଇବା ସହ ଆନ୍ଦୋଳନ କରୁଛନ୍ତି  । ସରକାର ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି  । ମିଛ ପ୍ରଚାରର ଶିକାର ନହୋଇ ଯୋଜନାର ଲାଭ ଉଠାଇବା ପାଇଁ କୁହାଯାଉଛି । ହେଲେ ଆନ୍ଦୋଳନକାରୀଙ୍କ ଗୋଟିଏ ଜିଦ୍ ଯୋଜନା ପ୍ରତ୍ୟାହାର ହେଉ କିମ୍ବା ଯୁବକଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ଦିଆଯାଉ  ।

ଏହାରି ମଧ୍ୟରେ ସେନା ଆଶାୟୀଙ୍କ ପାଇଁ ଖୁସି ଖବର ମିଳିଛି  । ଭାରତୀୟ ସ୍ଥଳ ସେନା ପକ୍ଷରୁ ଅଗ୍ନିପଥଯୋଜନା ଆଧାରରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି  । ଜୁଲାଇ ପ୍ରଥମ ସପ୍ତାହରୁ ଅଗ୍ନିବିରଙ୍କ ନିଯୁକ୍ତି ରାଲି ପାଇଁ ପଞ୍ଜିକରଣ ଆରମ୍ଭ ହେବ  । ଏ ସମ୍ପର୍କରେ ସବିଶେଷ ତଥ୍ୟ ଖୁବଶୀଘ୍ର ଭାରତୀୟ ସେନାର ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବା ନେଇ ସୂଚନା  ।