spot_img
Home Blog Page 4334

କାଶୀ ପଣ୍ଡିତ କହି ଟଙ୍କା ମାଗୁଥିଲେ, ଗାଁରୁ ନକଲି ବାବାଙ୍କୁ ତଡ଼ିଲେ ଲୋକେ

ବଲାଙ୍ଗୀର: ଭଣ୍ଡ ବାବାଙ୍କୁ ଗାଁରୁ ତଡ଼ିଲେ ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ବହଲି ଗାଁରେ ୨ଜଣ ଭଣ୍ଡ ବାବା ନିଜକୁ କାଶୀର ପଣ୍ଡିତ କହି ଘରକୁ ଘର ବୁଲି ବିଭିନ୍ନ ଉପାୟରେ ଟଙ୍କା ମାଗୁଥିଲେ । ଯିଏ ଟଙ୍କା ଦେଉନଥିଲେ ସେମାନଙ୍କୁ ଅଭିଶାପ ଦେଇ ଭୟଭୀତ କରୁଥିଲେ I

ଏହି ଦୁଇ ନକଲି ବାବା ବହୁ ସମୟ ଧରି ଗାଁରେ ଆତଙ୍କ ଖେଳାଇ ଗରିବ ଓ ନୀରିହ ଲୋକଙ୍କୁ ଅଭିଶାପ ଦେଇ ଟଙ୍କା ଲୁଟ କରୁଥିଲେ I ତେବେ ଏହି ବାବାଙ୍କ ଦୌରାତ୍ମ୍ୟ ଦେଖି କିଛି ଶିକ୍ଷିତ ଯୁବକ ବାବାକୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।

ଯେମିତିକି ଗାୟତ୍ରୀମନ୍ତ୍ର, ଶିବ ପୂରାଣ, ଭଗବାନଙ୍କ କେତୋଟି ଅବତାର । କିନ୍ତୁ ଭଣ୍ଡ ବାବା କୌଣସି ପ୍ରଶ୍ନର ଉତ୍ତର ନ ଦେଇ କିପରି ସେଠାରୁ ଫେରାର୍ ମାରିବେ ସେନେଇ ବାଟ ଖୋଜିଥିଲେ I ଲୁଟ୍ ଉଦ୍ଦେଶ୍ୟରେ ଗାଁରେ ବାବା ବେଶରେ ପଶିଥିବା କହି ଗାଁରୁ ତଡ଼ିଦେଲେ ଲୋକ ।

ମାଲକାନଗିରି ଗସ୍ତରେ ପୋଲିସ ଡିଜି, ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା

ମାଲକାନଗିରି: ମାଲକାନଗିରି ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଜିଲ୍ଲାର ଶେଷ ମାଓଗଡ଼ ଯନ୍ତ୍ରୀ ପଞ୍ଚାୟତ ଓ ଛତିଶଗଡ଼ ସୀମାନ୍ତ ମାଥିଲି ଅଞ୍ଚଳକୁ ଗସ୍ତ କରିବେ ପୋଲିସ ଡିଜି ।

ମାଓଗଡ଼ରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ମାଥିଲି ଅଞ୍ଚଳରେ ଛତିଶଗଡ଼ ମାଓବାଦୀଙ୍କ ଗତିପଥ ବଢିଥିବାରୁ ନୂତନ ରଣ କୌଶଳ ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ ପୋଲିସ ଡିଜି । କୋରାପୁଟ ସୁନାବେଡା ହେଲିପ୍ୟାଡରେ ପହଞ୍ଚିବା ପରେ ମାଲକାନଗିରି ଅଭିମୁଖେ ଯାଉଛନ୍ତି ପୋଲିସ୍ ଡିଜି ।

ଆଇନ୍ ଯୁଦ୍ଧରେ ଜିତିଲେ ଜନି, ପତ୍ନୀ ଦେବେ ୧୫ ନିୟୁତ ଡଲାର କ୍ଷତିପୂରଣ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମାନହାନି ଓ ଘରୋଇ ହିଂସା ମାମଲା । ଆଇନ ଯୁଦ୍ଧରେ ପୂର୍ବତନ ପତ୍ନୀ ଆମ୍ବର ହାର୍ଡଙ୍କ ବିରୋଧରେ ଅଭିନେତା ଜନି ଡେପଙ୍କ ବିଜୟ । ସ୍ବାମୀ ଜନିଙ୍କୁ କ୍ଷତିପୂରଣ ବାବଦରେ ୧୫ ନିୟୁତ ଡଲାର ଦେବାକୁ ଆମ୍ବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକାର ଏକ କୋର୍ଟ । ଘରୋଇ ହିଂସା ନେଇ ସ୍ବାମୀ ତଥା ପାଇରେଟସ ଅଫ ଦି କାରିବିୟାନ ଫିଲ୍ମର ନାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୂର୍ବତନ ପତ୍ନୀ ଆମ୍ବର ।

ପ୍ରାୟ ୬ ସପ୍ତାହ ଧରି ଭିର୍ଜିନିଆର ଫେୟାରଫାକ୍ସ କୋର୍ଟର ୭ ଜଣିଆ ଖଣ୍ଡପୀଠ ଦୁଇ ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଆସୁଥିଲେ । ରାୟ ପରେ ଜନି କହିଛନ୍ତି, ସେ ଏହି ରାୟକୁ ନେଇ ଖୁସି । ଆମ୍ବର ମିଥ୍ୟା ଅଭିଯୋଗ କରିଥିବା ଦର୍ଶାଇ ଜନି କୋର୍ଟରେ ୫୦ ନିୟୁତ ଡଲାରର ଏକ ମାନହାନି ମାମଲା ରୁଜୁ କରିଥିଲେ ।

ପ୍ରତିବାଦରେ ନିଜକୁ ନ୍ୟାୟ ପ୍ରଦାନ ଲାଗି ୩୬ ବର୍ଷ ବୟସ୍କା ତଥା ଆକ୍ବାମାନ ଚଳଚ୍ଚିତ୍ରର ନାୟିକା ୧୦୦ ନିୟୁତ ଡଲାରର କ୍ଷତିପୂରଣ ନେଇ ମାମଲା ରୁଜୁ କରିଥିଲେ । ତେବେ ରାୟ କ୍ରମେ ପୂର୍ବତନ ପତ୍ନୀଙ୍କୁ ୨ ନିୟୁତ ଡଲାର କ୍ଷତିପୂରଣ ଦେବାକୁ ଜନିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଏହି ମାମଲାରେ ବହୁ ବଡିଗାର୍ଡ, ହଲିଉଡ ଏକଜିକ୍ୟୁଟିଭ, ଏଜେଣ୍ଟ, ଆମୋଦ ପ୍ରମୋଦ ଶିଳ୍ପ ସହ ଜଡିତ ବ୍ୟକ୍ତି, ଡାକ୍ତର, ସମ୍ପର୍କୀୟ ଓ ସଙ୍ଗସାଥୀଙ୍କ ବୟାନ ନିଆଯାଇଥିଲା । ଏହି ସେଲିବ୍ରିଟିଙ୍କ ବିବାହ ୨୦୧୫ରେ ହୋଇଥିବା ବେଳେ ୨୦୧୬ରେ ଘରୋଇ ହିଂସାକୁ କାରଣ ଦର୍ଶାଇ ସେମାନେ ଅଲଗା ହୋଇଯାଇଥିଲେ । ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ନେଇ ଦି ସନରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଜନି ଲଣ୍ଡନରେ ଏକ ମାମଲା ରୁଜୁ କରିଥିଲେ । ମାତ୍ର ୨୦୨୦ରେ ସେ ଏହି ମାମଲାରେ ହାରି ଯାଇଥିଲେ।

ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଆଜି ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍‌ କନଭେନସନ ହଲରେ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ସମସ୍ତ ଜିଲ୍ଲା ପରିଷଦ ସଭାପତି, ଉପସଭାପତିଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ସରପଞ୍ଚ ଉପସ୍ଥିତ ରହିବେ ।

କର୍ମଶାଳରେ ସ୍ବଚ୍ଛ ଶାସନର ପାଠ ପଢ଼ିବେ ନିର୍ବାଚିତ ପ୍ରତିନିଧି । ଫାଇଭି ଟି ଅଭିଯାନରେ ସ୍ବଚ୍ଛ ଶାସନରେ ନବନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ  । ଏହି ସମ୍ପର୍କରେ ଟିପ୍ସ ଦେବେ ନବୀନ ।

ଲୋକଙ୍କ ଆସ୍ଥା ପ୍ରକଟ କରିଥିବା ନେତା  ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କିଭଳି ପୂରଣ କରାଯିବ, ତାହା ଉପରେ କର୍ମଶାଳାରେ ଗୁରୁତ୍ବ ଦିଆଯିବ । ବିଶେଷକରି ଗ୍ରାମାଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଫୋକସ କରାଯିବ । ଏହା ସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସେବା ପହଞ୍ଚାଇବା ସମ୍ପର୍କରେ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗଂଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ୧,୨୨ କୋଟି ସମ୍ପତ୍ତି ସିଲ୍

ନବରଙ୍ଗପୁର: ନବରଙ୍ଗପୁରର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ସିଲ କଲା ପୋଲିସ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲାର ସୁବାସ ବିଷୋୟୀ, ସୁଧୀର ବିଷୋୟୀ ଓ ରାମଚନ୍ଦ୍ର ବିଷୋୟୀ ତିନି ଗଞ୍ଜେଇ ମାଫିଆଙ୍କ ଠାରୁ ପ୍ରାୟ ୧.୨୨ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ କରିଛି ନବରଙ୍ଗପୁର ପୋଲିସ ।

କୋଲକାତା ସ୍ଥିତ କମ୍ପିଟେଣ୍ଟ ଅଥୋରୀଟିଙ୍କ ଠାରୁ ଅନୁମତି ନେଇ ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ସମ୍ପତ୍ତି ସିଜ କରିଛି ଜିଲ୍ଲା ପୋଲିସ । ସିଜ ହୋଇଥିବା ଏହି ସମ୍ପତ୍ତି ମଧ୍ୟରେ ଦୁଇଟି ଘର, ଗୋଟିଏ ବୁଲେଟ ସହ ନଗଦ ୪ ଲକ୍ଷ ୩୯ ହଜାର ୯୦୯ ଟଙ୍କା ଜବତ କରିଛି ପୋଲିସ ।

ଏମାନଙ୍କ ନାଁରେ କୋଷାଗୁମୁଡା ଓ କୋଡ଼ିଙ୍ଗା ଥାନାରେ କେସ୍‌ ରହିଥିଲା । ୨୦୨୨ ମେ ପ୍ରଥମ ସପ୍ତାହରେ ନବରଙ୍ଗପୁର ପୂର୍ବତନ ଏସପି  ତିନି ଅଭିଯୁକ୍ତଙ୍କ ସମ୍ପତି ସିଜ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ ।  ଏଥିପୂର୍ବରୁ ଓଡିଶା ଇତିହାସରେ ପ୍ରଥମ ଥର ପାଇଁ  ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସିଲ କରିଥିଲା ନବରଙ୍ଗପୁର ପୋଲିସ ।

୪ ଦିନ ଯାଏ କଲବଲ କରିବ ତାତି, ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା

ଭୁବନେଶ୍ବର: କଲବଲ କରୁଛି ତାତି । ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା  । ଆସନ୍ତା ୪ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିବ । ପାରା ସର୍ବାଧିକ ୪୪ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ଏପଟେ ଉପକୂଳ ଓଡ଼ିଶାରେ ତାପମାତ୍ରା କମିଥିଲେ ବି ୬୦ ପ୍ରତିଶତ ଉପରେ ରହୁଛି ଆର୍ଦ୍ରତା । ତେଣୁ ତାପମାତ୍ରା ଓ ଆର୍ଦ୍ରତା ମିଶି ୫୦ ଡିଗ୍ରୀ ତାପମାତ୍ରାର ଅନୁଭବ ହେଉଛି । ଫଳରେ ତାତି ନଥିଲେ ବି ସନ୍ତୁଳି ହେଉଛନ୍ତି ଉପକୂଳବାସୀ ।

ସେପଟେ ବାଂଲାଦେଶ ଠାରୁ ବିହାର, ଝାଡଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଥିବା ଟ୍ରପଲାଇନ୍ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେଉଛି । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବିଶେଷ କରି ଉତ୍ତର, ଉପକୂଳ ଏବଂ ଦକ୍ଷିଣ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ପବନ ହେବ । ସେହିପରି ଆସନ୍ତାକାଲି କାଳବୈଶାଖୀ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ

ଭୁବନେଶ୍ବର: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ । ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା ଖାତା ମୂଲ୍ୟାୟନ । ପ୍ରଥମ ପର୍ଯ୍ୟାୟରେ ଆଜିଠୁ ୧୨ ତାରିଖ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ୨୨ ତାରିଖ ଯାଏ ଖାତା ଦେଖା ହେବ ।

୬୪ଟି କେନ୍ଦ୍ରରେ ଅଫଲାଇନ ଓ ୩୭ଟିରେ ଅନଲାଇନରେ ଖାତା ଦେଖା ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟଗୁଡ଼ିକର ମୂଲ୍ୟାୟନ ପ୍ରଥମେ ଆରମ୍ଭ କରାଯିବ। ସମସ୍ତ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ ।

ସେପଟେ ମୂଲ୍ୟାୟନରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି  । ଜୁନ ୪ତାରିଖରେ ଗଣିତ ଓ ଗୃହ ବିଜ୍ଞାନ ବିଷୟର ପରୀକ୍ଷା ରହିଛି  । ଏଥିରେ ପରୀକ୍ଷା କେନ୍ଦ୍ର ସୁପରିନଟେଣ୍ଡେଟଙ୍କ ସହିତ ଇନଭିଜିଲେଟର ଓ ସ୍କ୍ବାଡ ନିୟୋଜିତ ହେବେ  । ତାହାକୁ ନଜରରେ ରଖି ସେହିଦିନ ମୂଲ୍ୟାୟନ ବନ୍ଦ ରହିବ । ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରୀକ୍ଷାକୁ ଘୁଞ୍ଚାଯାଇଥିଲା  । ଖାତା ଦେଖା ପରେ ଜୁଲାଇ ପ୍ରଥମ ସପ୍ତାହରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।

ରାଜଧାନୀରେ ସିରିଜ୍ ଦୁର୍ଘଟଣା, ୩ଟା କାରକୁ ଧକ୍କା ଦେଲା ୧୬ ଚକିଆ ଟ୍ରକ୍

ଭୁବନେଶ୍ବର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ବାଣୀବିହାର ଫ୍ଲାଇ ଓଭର ବ୍ରିଜ ଉପରେ ୩ଟି କାରକୁ ଧକ୍କା ଦେଇଛି ଏକ ୧୬ ଚକିଆ ଟ୍ରକ । ଟ୍ରକ ଧକ୍କାରେ ଏକ କ୍ରେଟା ଗାଡ଼ି ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲା। ଅନ୍ୟ ଦୁଇଟି ଗାଡ଼ି ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ସେମଧ୍ୟରୁ ଗୋଟିଏ ଗାଡ଼ିରେ ଏକ ପରିବାର ଜାମସେଦପୁର ଯାଉଥିଲେ । ଏପର୍ଯ୍ୟନ୍ତ ଦୁର୍ଘଟଣାରେ କାହାରି ମୃତ୍ୟୁ ନେଇ ସୂଚନା ନାହିଁ । ଦୁଇରୁ ୩ ଜଣ ଆହତ ହୋଇଛନ୍ତି । ଉଦବେଗର କଥା ହେଉଛି ଦୁର୍ଘଟଣା ପରେ ସମସ୍ତେ ନିଜ ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ଜାମସେଦପୁର ଯାଉଥିବା ପରିବାରର ଗାଡ଼ିରୁ କେହି ଦୁର୍ବୃତ୍ତ ଦୁଇଟି ଲାପଟପ ଚୋରି କରିନେଇଥିବା ଅଭିଯୋଗ ହୋଇଛି ।

ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ତେବେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସ୍ୱାଭାବିକ କରିଥିଲା । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପଳାଶୁଣି ନିକଟରେ ସ୍ଥାନୀୟ ଲୋକେ ଅଟକାଇଥିଲେ। ହେଲେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ବୈବାହିକ ଜୀବନରେ ଅସନ୍ତୋଷ ଦେଖାଦେଇପାରେ

ମେଷ : ବିବାହ କାର୍ଯ୍ୟରେ ବରିଷ୍ଠ ବ୍ୟକ୍ତି ହସ୍ତକ୍ଷେପ କରିପାରନ୍ତି । ପ୍ରେମୀଯୁଗଳଙ୍କ ପାଇଁ ଆଜିର ଦିନଟି ଭଲ । ଜୀବନରେ ପ୍ରଗତି କରିବେ । ଜୀବନସାଥୀଙ୍କ ପାଇଁ ଖର୍ଚ୍ଚ କରିପାରନ୍ତି ।

ବୃଷ : ପ୍ରେମରେ ବିଶ୍ୱାସ ବଢ଼ିବ । ଜୀବନସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ । ପ୍ରେମୀଯୁଗଳଙ୍କ ପାଇଁ ଦିନଟି ଉତ୍ତମ । ବୈବାହିକ ଜୀବନରେ ବିବାଦ ଦେଖାଦେଇପାରେ । ବିଦେଶରେ ବିବାହକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ଆଶା ପୂରଣ ହେବ ।

ମିଥୁନ : ପରିବାର ସମ୍ୱନ୍ଧିତ ପତ୍ନୀଙ୍କ ସହ ବିବାଦ ହୋଇପାରେ । ପରିବାରରେ ସୁଖଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରିବେ । ଜୀବନସାଥୀଙ୍କୁ ଅଚାନକ ଧନ ଲାଭ ହୋଇପାରେ । ଭୁଲ୍ ନିଷ୍ପତ୍ତି ନେଇପାରନ୍ତି ।

କର୍କଟ : ନୂଆ ପ୍ରେମ ସମ୍ୱନ୍ଧ ଜୀବନରେ ଖୁସି ଆଣିଦେବ । କୌଣସି ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହ ବିବାଦ ଉପୁଜିପାରେ । ଜୀବନସାଥୀଙ୍କ ଭଲ ବ୍ୟବହାର କରନ୍ତୁ, ନଚେତ୍ ପ୍ରତିକୂଳ ପରିସ୍ଥିତି ଦେଖାଦେଇପାରେ । ଧନ, ଆମଦାନୀକୁ ନେଇ ପରିବାରରେ ମତାନ୍ତର ଦେଖାଦେଇପାରେ ।

ସିଂହ : ପ୍ରଥମ ଦେଖାରେ ପ୍ରେମ ହୋଇପାରେ । ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଭଲପାଉଥିବା ବ୍ୟକ୍ତିଙ୍କୁ ନିଜ ମନର କଥା କହିବାର ଏହା ଉପଯୁକ୍ତ ସମୟ ।

କନ୍ୟା : ଦିନଟି ରୋମାଞ୍ଚକର ରହିବ । ଜୀବନସାଥୀଙ୍କ ସହ ଆନନ୍ଦ ସମୟ ଅତିବାହିତ କରିବେ । ବୈବାହିକ ଦମ୍ପତ୍ତିଙ୍କ ମଧ୍ୟରେ ଶାନ୍ତିର ବାତାବରଣ ରହିବ ।

ତୁଳା : ବ୍ୟସ୍ତତା କାରଣରୁ ନିଜ ଜୀବନସାଥୀଙ୍କୁ ସମୟ ଦେଇପାରିବେ ନାହିଁ । ବୈବାହିକ ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣବଶତଃ ଭୁଲ୍ ବୁଝାମଣା ହୋଇପାରେ । ପରସ୍ପର ବୁଝାମଣା ସମସ୍ୟାର ସମାଧାନ କରିବ । ବିବାହ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟା ଦେଖାଦେଇପାରେ ।

ବିଛା : ମନ ଉଦାସ ରହିବା ସହ ଖର୍ଚ୍ଚ ଅଧିକ ବଢ଼ିବ । ନିଜ ଭିତରେ ଥିବା କ୍ଷମତାର ସଠିକ୍ ଉପଯୋଗ କରନ୍ତୁ । ଜୀବନସାଥୀ ମିଳିପାରେ ସଫଳତା ପ୍ରାପ୍ତି ହେବ । ପତିଙ୍କ ଚାକିରି କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ ।

ଧନୁ : ନିଜ ବ୍ୟବହାର ପାଇଁ ସମସ୍ୟାରେ ପଡ଼ିପାରନ୍ତି । ଜୀବନସାଥୀଙ୍କ ପାଇଁ ଖର୍ଚ୍ଚ ବଢ଼ିପାରେ । ସୁନ୍ଦର ଦେଖାଯିବା ପାଇଁ ଆପଣ କିଛି ବି କରିପାରନ୍ତି । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଆଗକୁ ଖର୍ଚ୍ଚ ବଢ଼ିପାରେ ।

ମକର : ପ୍ରେମୀଯୁଗଳଙ୍କ ମଧ୍ୟରେ ବିବାଦ ଉପୁଜିପାରେ । ପ୍ରଗତି କରିବାର ଉପଯୁକ୍ତ ସମୟ । ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇପାରନ୍ତି । ଧୈର୍ଯ୍ୟର ସହ ନିଷ୍ପତ୍ତି ନିଅନ୍ତୁ । କୌଣସି କାର୍ଯ୍ୟରେ ଫସିଯିବାର ସମ୍ଭବନା ରହିଛି । ଶାନ୍ତି ବଜାୟ ରହିବ । ସନ୍ଧ୍ୟା ସମୟ ଭଲ କଟିବ ।

କୁମ୍ଭ : ଧନ ଏବଂ ସନ୍ତାନଙ୍କୁ ନେଇ ଚିନ୍ତା କରିପାରନ୍ତି । ଅନାବଶ୍ୟକ ଖର୍ଚ୍ଚ ହେବ । ବୈବାହିକ ଜୀବନରେ ଖୁସି ଆଣିବା ପାଇଁ କିଛି ନୂଆ ଉପାୟ ଚିନ୍ତା କରନ୍ତୁ । ଜାବନସାଥୀଙ୍କ ସହ ପ୍ରେମଭରା ସମୟ ଅତିବାହିତ କରନ୍ତୁ । ପରସ୍ପର ଭିତରେ ଥିବା ତିକ୍ତତା କମ୍ ହେବ ।

ମୀନ : ଅଧିକ ଯାତ୍ରା କରିପାରନ୍ତି । ନୂଆ ଲୋକଙ୍କୁ ଭେଟିବା ସହ ନୂଆ ସମ୍ପର୍କ ଗଢ଼ଉଠିବ । ବନ୍ଧୁତା ବଢ଼ିବ । ବୈବାହିକ ଦମ୍ପତ୍ତି କୌଣସି ସ୍ଥାନରେ ଧନ ନିବେଶ କରିବା ଆଗରୁ ସଠିକ୍ ତଦାରଖ କରନ୍ତୁ ।

ବାରବାଟୀ ଟି-୨୦ ପାଇଁ ଅନଲାଇନ ଟିକେଟ ବିକ୍ରି ଶେଷ, ୫ ମିନିଟରେ ସରିଗଲା ୫ ହଜାର ଟିକେଟ୍

କଟକ: ମାତ୍ର ୫ ମିନିଟରେ ସରିଗଲା ୫ ହଜାର ଟିକେଟ୍ । ବାରବାଟୀ ଟି-୨୦ ପାଇଁ ଅନଲାଇନ୍ ଖୋଲିବା ମାତ୍ରେ ମାତ୍ର କେଇ ମିନିଟରେ ସବୁ ଟିକେଟ ସରିଯାଇଛି । ଜୁନ ୧୨ରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ପାଇଁ ଅନଲାଇନରେ ୫ ହଜାର ଟିକେଟ୍ ବିକ୍ରି ପାଇଁ ଲକ୍ଷ୍ୟ ରଖିଥିଲା ଓସିଏ । ଦିନ ୧୧ରୁ ଟିକେଟ୍ ବିକ୍ରି ପାଇଁ କୁହାଯାଇଥିଲା । କିନ୍ତୁ ଅପରାହ୍ନ ୨ଟା ଯାଏଁ ଓ୍ବେବସାଇଟ୍ ନ ଖୋଲିବାରୁ ନିରାସ ହୋଇଥିଲେ କ୍ରିକେଟପ୍ରେମୀ ।

ତେବେ ୨ଟା ପରେ ଓ୍ବେବସାଇଟ୍ ଖୋଲିବା ମାତ୍ରେ ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ଫଳରେ ଅନେକ କ୍ରିକେଟ ପ୍ରେମୀ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ପେଟିଏମ୍‍, ପେଟିଏମ୍‍ ଇନସାଇଡର ମୋବାଇଲ ଆପ୍ଲିକେସନ କିମ୍ବା WWW.PAYTMINSIDER.INରେ ୱେବସାଇଟରେ ଟିକେଟ କିଣିଛନ୍ତି ଦର୍ଶକ । ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ଟା ମଧ୍ୟରେ ସେମାନଙ୍କ ଟିକେଟର ହାର୍ଡକପି ସଂଗ୍ରହ କରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବାର ବ୍ୟବସ୍ଥା କରାଯାଇଛି ।