spot_img
Home Blog Page 4495

୬ଟି ଦେଶରୁ ରାଜଧାନୀକୁ ଆସୁଥିଲା କୋକେନ୍

ଭୁବନେଶ୍ୱର: ଭୁବନେଶ୍ୱରରେ କୋକେନ୍ ଜବତ ଘଟଣାରେ ସାମ୍ନାକୁ ଆସିଲା ଦାମୀ ନିଶାର ବିଦେଶୀ ଲିଙ୍କ୍ । ରବିର ମୋବାଇଲ ଖୋଲିଲା କୋକେନ୍ ମାଫିଆଙ୍କ ସିକ୍ରେଟ୍ । ବିଦେଶରୁ ଓଡ଼ିଶାକୁ ଆସୁଥିଲା କୋକେନ୍ । ୬ଟି ଦେଶର ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଚୀନ, ଫ୍ରାନ୍ସ, ଆମେରିକା, ସୁଇଜରଲାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକା ମାଫିଆଙ୍କ ସହ ଲିଙ୍କରେ ଥିଲା ରବି । ଅଭିଯୁକ୍ତ ରବିର ମୋବାଇଲରୁ ମିଳିଛି ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ନିଶା କାରବାରରେ ଏକ ବଡ଼ ନେଟୱର୍କ କାମ କରୁଛି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ମାମଲାରେ ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି । ବାହାର ରାଜ୍ୟ ଲିଙ୍କ ନେଇ ପଚରାଉଚରା କରିଛି । ୪ ଦିନିଆ ରିମାଣ୍ଡରେ ନେଇ ଦୁଇ ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ଜେରା କରୁଛି ଏସଟିଏଫ୍ ।

ଭୁବନେଶ୍ବରରୁ ପ୍ରଥମଥର ପାଇଁ ୨୨୦ ଗ୍ରାମ କୋକେନ୍ ଜବତ ହୋଇଥିଲା । ୨୦୨୩ ହକି ବିଶ୍ବକପକୁ ଟାର୍ଗେଟ୍‌ କରି ଭୁବନେଶ୍ବର ବଜାରରେ କୋକେନ୍‌ ଏଣ୍ଟ୍ରି କରିଥିଲା ଅଭିଯୁକ୍ତ । ୨୦୨୩ ହକି ବିଶ୍ୱକପେ ବିଦେଶୀ ଖେଳାଳୀ ଓ ଦର୍ଶକଙ୍କୁ ଟାର୍ଗେଟ କରି ରାଜଧାନୀରେ କୋକେନ କାୟା ବିସ୍ତାର କରିଥିଲେ ଏହି ଦୁଇ ଅଭିଯୁକ୍ତ । ଭୁବନେଶ୍ବରରୁ କୋକେନ ଜବତ ମାମଲାର ତଦନ୍ତରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋର ଏଣ୍ଟ୍ରି କରିଛି । କୋକେନ୍ ସିକ୍ରେଟ୍ ମାମଲାର ଦୁଇ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ ଜେରା କରିଛି ଏନସିବି ।

ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ ଏହି ବିବାହିତ ପୁରୁଷ, ଅଦାଲତ କହିଲେ ଖୋଜିବାରେ ଖର୍ଚ୍ଚ ହୋଇଥିବା ଅଧା ଟଙ୍କା ଦିଅ…

0

ଅହମଦାବାଦ: ଖୋଜିବା ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ଏବେ ଅଧା ଦିଅ । ଏଭଳି ଆଦେଶ ଦେଇଛନ୍ତି ଗୁଜୁରାଟ କୋର୍ଟ ।  ସୂଚନା ଅନୁସାରେ ଜଣେ ମହିଳାଙ୍କୁ ନେଇ ଫେରାର ହୋଇ ଯାଇଥିଲେ ଜଣେ ବିବାହିତ ପୁରୁଷ । ଉଭୟଙ୍କୁ ଖୋଜିବା ପାଇଁ ପୁଲିସକୁ ସାତ ମାସ ସମୟ ଲାଗିଗଲା । ଏଥିପାଇଁ ସରକାରଙ୍କ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ଭାଗ ଉକ୍ତ ବ୍ୟକ୍ତିଙ୍କୁ ଭରଣ କରିବାକୁ ପଡ଼ିବ ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

୨୦ ମଇ ୨୦୨୧ରେ ରାଘଭାଇ ରାଜକୋଟର ଜଣେ ୨୦ ବର୍ଷର ଯୁବତୀଙ୍କୁ ନେଇ ଫେରାର ହୋଇ ଯାଇଥିଲେ । ଯୁବତୀଙ୍କ ବାପା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।  ତା ପରଠାରୁ ପୁଲିସ ଉଭୟଙ୍କୁ ଖୋଜିବାରେ ଲାଗିଲା । ସାତ ମାସ ପରେ ଶେଷରେ ଉଭୟଙ୍କୁ ଖୋଜି ପାଇବାରେ ପୁଲିସ୍‌ ସଫଳ ହୋଇଛି । ତେବେ ଫେରାର ହୋଇଥିବା ପୁରୁଷ ଜଣକ ବିବାହିତ ବୋଲି କୋର୍ଟ ଜାଣିବାକୁ ପାଇଲେ ।

ସାତ ମାସରେ ଖୋଜାଖୋଜିରେ  ୧୭ ହଜାର ୭୧୦ ଘଣ୍ଟା ସମୟ ଲାଗିଛି । ୧୯ ଦିନ ଲୋକଙ୍କୁ ପଚରାଉଚରା ବେଳେ ୪୨ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସମୁଦାୟ ଖୋଜିବାରେ  ୧ ଲକ୍ଷ ୧୭ ହଜାର ୫ ଶହ ଟଙ୍କା ଖର୍ଚ୍ଚ ହୋଇଛି ।  ଖାଲି ସେତିକି ନୁହେଁ ଝିଅର ଠିକଣା ଖୋଜି ପାଇବା ପାଇଁ ଯୁବତୀଙ୍କ ବାପା  ୮ ଲକ୍ଷ ୬୦ ହଜାର ଖର୍ଚ୍ଚ କରିଥିବା କହିଛନ୍ତି ।  ଯାହାପରେ ଖର୍ଚ୍ଚ ହୋଇଥିବା ଟଙ୍କାର ଅଧା ରାଶି ଏବେ ଉକ୍ତ ପୁରୁଷ ଜଣକ ଭରଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ପୁରୁଷ ଜଣକ ଏବେ ୫୫ ହଜାର ଟଙ୍କା ଦେବେ ।  ଯଦି ସେ ବ୍ୟକ୍ତି ଜଣକ ଟଙ୍କା ନ ଦିଅନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା, ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣା । ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ କଲା ଇନଫୋସିଟି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲା ରୁଜୁ କଲା ପୋଲିସ । ସୋନାଲି ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଗତ ଜାନୁୟାରୀ ୩୦ ତାରିଖରେ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ । ତାଙ୍କ ସୁଇସାଇଡ ନୋଟରେ ସେ ମୃତ୍ୟୁ ପାଇଁ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ସୌମ୍ୟଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯାହା ଫଳରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକ । ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ଅଢ଼େଇ ମାସ ପରେ ପୋଲିସ ମାମଲା ରୁଜୁ କରିଛି ।

https://www.youtube.com/watch?v=mD2CQ_-6OhQ

CUET: CUETରେ ଆବେଦନକୁ ନେଇ ଓ୍ୱେବିନାର କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଡ଼ମିଶନ ଶାଖା ସିୟୁଇଟିରେ ଆବେଦନର ସସମ୍ୟାକୁ ନେଇ ୨୨ ଏପ୍ରିଲଠାରୁ ଓ୍ୱେବିନାର ଘୋଷଣା କରିଛି । ଓ୍ୱେବିନାର ଦିନ ୨ଟା ୩୦ ମିନିଟରେ ଡିୟୁ ଆଡ଼ମିଶନ ଓ୍ୱେବସାଇଟରେ ହେବ । ତେବେ ଛାତ୍ରଙ୍କ ଅଭିଯୋଗକୁ ନଜରରେ ରଖି ବିଶ୍ୱବିଦ୍ୟାଳୟ ଏହି ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ଏହାକୁ ବାଦ୍‌ ଦେଲେ ଡିୟୁର ରେଜିଷ୍ଟ୍ରାର ସିୟୁଇଟି ଆବେଦନର ସମାଧାନ ପାଇଁ  ଛାତ୍ରଙ୍କ ପାଇଁ କେତେକ ନିର୍ଦ୍ଦେଶନାମା ଜାରି କରିଛି ।

ଅନ୍ୟପଟେ ଡିୟୁର କହିବା ହେଉଛି ଛାତ୍ରଛାତ୍ରୀ ବା ଆବେଦନକାରୀ ଅଧିକ ସୂଚନା ପାଇଁ ଡିୟୁର ବୁଲେଟିନ୍‌ ଦେଖିବା ନିହାତି ଆବଶ୍ୟକ । ଯେଉଁଥିରେ ପ୍ରବେଶ ସମ୍ବଦ୍ଧୀୟ ସମସ୍ତ ସୂଚନା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ସୂଚନାର ବୁଲେଟିନରେ କଲେଜର ସମ୍ଭାବିତ ସିଟ୍‌ ମ୍ୟାଟ୍ରିକ୍ସ ସହିତ ବିଷୟରେ ବିବରଣୀ ଦିଆଯାଇଛି ।

ସକାଳ ଠାରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ଚ୍ୟାଟ୍‌ ବଟ୍‌ କାମ କରିବ । ଡିୟୁରେ ଚ୍ୟାଟ୍‌ ବଟର ବିକଳ୍ପ ରହିଛି । ଏଥିରେ ଛାତ୍ରମାନେ ପ୍ରଶ୍ନ ପଚାରି ପାରିବେ । ତେବେ ଜାତୀୟ ଛୁଟିଦିନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦିନ ଏହି ସେବା ସକାଳ ୯ଟା ୩୦ରୁ ସଂଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହା ବ୍ୟତୀତ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ଡିୟୁ ଭିଡ଼ିଓ ଟ୍ୟୁଟୋରିଆଲର ମଧ୍ୟ ବ୍ୟବସ୍ଥା କରିଛି । ଏହା ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଉପଲବ୍ଧ ହେବ ।

ଆବେଦନ ପାଇଁ https://cuet.samarth.ac.in

ସୂଚନା ପାଇଁ- www.admission.uod.ac.in

ଡିୟୁରେ ଆଡମିଶନ ପାଇଁ- https://pgadmission.uod.ac.in

 ସ୍ନାତକ ଆବେଦନରେ ସମସ୍ୟା ହେଉଥିଲେ-  [email protected]

ପିଜି ଆବେଦନରେ ସମସ୍ୟା ହେଉଥିଲେ-  [email protected]ରେ କ୍ଲିକ୍‌ କରନ୍ତୁ ।

ଚିତାକୁ ଗଛରୁ ଓହ୍ଲାଇଲେ ଫରେଷ୍ଟର, ଭିଡିଓ ଭାଇରାଲ

ଆସାମ: ଜନବସତିରେ ଥିବା ଏକ ଗଛରେ ଚଢ଼ିଥିବା ଚିତାକୁ ନିଜେ ଓହ୍ଲାଇଛନ୍ତି ଜଣେ ଫରେଷ୍ଟର । ଆପଣଙ୍କୁ ଏହି କଥା ଟିକେ ଅଡୁଆ ଲାଗୁଥାଇପାରେ । କାରଣ ଚିତାବାଘ ଏକ ହିଂସ୍ର ପ୍ରାଣୀ । ମଣିଷ ତା’ ପାଖକୁ ଯିବାକୁ ବି ସାହସ କରେନି । ଏଠି କିନ୍ତୁ ଏହି ବିଷୟ ଟିକେ ଆଶ୍ଚର୍ଯ୍ୟ କଲାପରି ଲାଗୁଛି । ଗଛରେ ଫସିଥିବା ଗୋଟେ ଚିତାବାଘକୁ ନିଜେ ଗଛରୁ ଓହ୍ଲାଇଛନ୍ତି ଫରେଷ୍ଟର । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଘଟଣା ଘଟିଛି ଆସାମରେ । ଆସାମର ଗୋହାଟି ଅଞ୍ଚଳର ଏକ କଲୋନିରେ ଥିବା ଗଛରେ ବାଘଟି ଫସି ରହିଥିଲା । ଲୋକେ ବାଘକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତା’ ପରେ ବନ ବିଭାଗ ସେଠାରେ ପହଞ୍ଚି ଅପରେସନ୍ ଆରମ୍ଭ କରିଦେଇଥିଲେ ।

ଅପରେସନର ପୂରା ଭିଡିଓ ଆସାମ ବନ ବିଭାଗ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ଜଣେ ବନ ବିଭାଗ ଅଧିକାରୀ ଗଛ ଉପରେ ଚଢ଼ି ବାଘକୁ ସେଠାରୁ ଓହ୍ଲାଉଛନ୍ତି । ଅତି ସାହସର ସହ ସେ ଏହି କାମ କରୁଥିବାରୁ ଏହି ଭିଡିଓ ସୋସିଆଲ ମିଡିଆ ୟୁଜରଙ୍କ ମନକୁ ଛୁଇଁଛି । ଏହାକୁ ଅଧିକରୁ ଅଧିକ ସେୟାର ଏବଂ ରିଟ୍ବିଟ କରିବା ସହ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସହ ବନ ବିଭାଗ ଆଉ ଗୋଟେ ଭିଡିଓ ବି ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଉଛି ଯେ, ରେସ୍କ୍ୟୁ ଅପରେସନକୁ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ଼ ଜମିଛି । ଏବଂ କିଛି ବନ ବିଭାଗ ଅଧିକାରୀ ଗଛ ତଳେ ଜାଲ ଧରି ଠିଆ ହୋଇଛନ୍ତି । ଅତି ସାବଧାନର ସହ ଅଧିକାରୀମାନେ ବାଘକୁ ଗଛରୁ ରେସ୍କ୍ୟୁ କରୁଛନ୍ତି ।

ମିଳିଥିବା ଖବର ଅନୁସାରେ ବାଘକୁ ରେସ୍କ୍ୟୁ ପରେ ଚିକିତ୍ସା କରାଯାଇ ପ୍ରାଣୀ ଉଦ୍ୟାନରେ ଛଡ଼ାଯାଇଛି ।

 

ସମ୍ବଲପୁର ପୋଲିସକୁ ବଡ଼ ସଫଳତା, ମାଟି ତଳୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ସମ୍ବଲପୁର: ସମ୍ବଲପୁରରେ ପୋଲିସକୁ ବଡ଼ ସଫଳତା । ମିଳିଲା ହୋଟେଲରୁ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କା । ମାଟି ତଳୁ ପୁଳା ପୁଳା ଟଙ୍କା ବାହାର କଲା ପୋଲିସ । ଏକ ପ୍ଲାଷ୍ଟିକ ବସ୍ତାରେ ଟଙ୍କାକୁ ଭର୍ତ୍ତି କରି ମାଟି ତଳେ ରଖିଥିଲା ଚୋର । ସମ୍ବଲପୁରର ଶୀଲା ଟାଓ୍ବାର ହୋଟେଲରୁ ଚୋରି ହୋଇଥବା ଟଙ୍କାକୁ ଦେବଗଡ଼ରୁ ଉଦ୍ଧାର କରିଛି ପୋଲିସ । ଶୀଲା ଟାଓ୍ବାରର ଜଣେ କର୍ମଚାରୀ ୩୯ ଲକ୍ଷ ଟଙ୍କା ଚୋରି କରି ଦେବଗଡ ଜିଲ୍ଲାକୁ ନେଇ ପଳାଇଥିଲେ । ଘଟଣାରେ ପୋଲିସ ତଦନ୍ତ କରି ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ଚୋରି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହେବା ସହ ଚୋରି ଟଙ୍କାକୁ ଜବତ କରିଛି ପୋଲିସ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଜାଗ ଓଡ଼ିଶା, କୋଭିଡ ନିୟମ ପାଳିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ଦିଲ୍ଲୀ, ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଜାଗ ହୋଇଛି ଓଡ଼ିଶା । ରାଜ୍ୟରେ ସର୍ଭେଲାନ୍ସ ଜାରି ରଖିବା ସହ ସତର୍କ ରହିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ପୂର୍ବ ପରି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟକୁ ଫୋକସ କରିବା ସହ ମସ୍ତ କୋଭିଡ କଟକଣା ମାନିବାକୁ କୁହାଯାଇଛି ।

ଏହାସହ ମାସ୍କ ପିନ୍ଧିବା ସହ ଭିଡ଼କୁ ନଯିବାକୁ କୁହାଯାଇଛି । ସମସ୍ତେ କୋଭିଡ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି ଯେଉଁଠି ଦରକାର ନୂଆ ଷ୍ଟ୍ରାଟେଜି କରିବାକୁ । ଏହାସହ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଦେଶରେ ୬୫ ପ୍ରତିଶତ ବଢ଼ିଛି କରୋନା କେସଲୋଡ । ଦିନକରେ ୨ ହଜାର ୦୬୭ କେସ୍ ଚିହ୍ନଟ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ୪୦ ଜଣଙ୍କର ମୃତ୍ୟୁ ହୋଇଛି । ସଂକ୍ରମଣ ବଢ଼ିବା ସାଙ୍ଗକୁ ଦେଶରେ ଆକ୍ଟିଭ କେସ୍ ବି ବଢ଼ୁଛି । ରାଜଧାନୀ ଦିଲ୍ଲୀସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ କରୋନା କେସ୍ ୨୬ ପ୍ରତିଶତ ବଢ଼ିଛି । ରାଜଧାନୀରେ ପଜିଟିଭିଟି ରେଟ୍ ବୃଦ୍ଧି ପାଇ ୪.୪୨ରେ ପହଞ୍ଚିଛି । ଦିଲ୍ଲୀ ପରେ ଉତ୍ତରପ୍ରଦେଶରେ ବି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀରେ ବୁଲଡୋଜରରେ ଲାଗିଲା ବ୍ରେକ୍ । ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଜି ସକାଳୁ ଦିଲ୍ଲୀ ମ୍ୟୁନିସିପାଲିଟି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ସୂଚନା ଅନୁସାରେ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ ନେଇଥିଲା ମ୍ୟୁନିସିପାଲିଟି । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆକ୍ସନ ମୁଡରେ ଥିଲା ନର୍ଥ ଦିଲ୍ଲୀ ମ୍ୟୁନିସିପାଲିଟି । ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା । ବେଆଇନ ନିର୍ମାଣ ଭାଙ୍ଗିବା ପୂର୍ବରୁ ଜାହାଙ୍ଗୀରପୁରୀରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଥିଲା । ୯ଟି ବୁଲଡୋଜର ସରକାରୀ ଜମି ଉପରୁ ଜବରଦଖଲ ହଟିବା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାହାଙ୍ଗୀରପୁରୀରେ ୧୫ ଶହରୁ ଊର୍ଦ୍ଧ୍ବ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସ୍ପେଶାଲ ପୋଲିସ କମିସନର ଓ ମେୟରଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ହେଉଥିଲା । ସେପଟେ ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ଘର ପଶ୍ଚିମବଙ୍ଗର ହଳଦିଆଠାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଖାଉଟିଙ୍କୁ ମହଙ୍ଗା ମାଡ଼, ତୈଳ ଦର ବୃଦ୍ଧି ଯୋଗୁ ବଢ଼ିଲା ଆଳୁ ଦର

ଭୁବନେଶ୍ୱର: ବଢ଼ିଲା ଆଳୁ ଦର । ଯାହା ଆଗକୁ ଆହୁରି ବଢ଼ିବ । ଏବେ ଖୁଚରା ବଜାରରେ କିଲୋ ପିଛା ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଛି ଆଳୁ । ଆଗକୁ କିଲୋ ପିଛା ଦର ୨୫ରୁ ୩୦ ଟଙ୍କା ହୋଇପାରେ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଓଡ଼ିଶାକୁ ଆଳୁ ମୁଖ୍ୟତଃ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆସିଥାଏ । ଯେଉଁ ପରିବହନ ଖର୍ଚ୍ଚ କୁଇଣ୍ଟାଲ ପିଛା ୯୦ ଟଙ୍କା ଥିଲା, ତାହା ଏବେ ୧୫୦ ଟଙ୍କା ଟପିଲାଣି । ବର୍ଦ୍ଧିତ ୫୦ରୁ ୬୦ ଟଙ୍କା ପରିବହନ ଖର୍ଚ୍ଚ ଖାଉଟିଙ୍କୁ ଭରଣା କରିବାକୁ ପଡ଼ିବ ।

ପଶ୍ଚିମବଙ୍ଗରେ ୧୫୦୦ରୁ ୧୬୫୦ ଟଙ୍କା କୁଇଣ୍ଟାଲ ପିଛା ଆଳୁ ଦର ରହିଛି । ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଇବାକୁ ପଡ଼ିବ । ଏଠି ହୋଲସେଲରେ ୧୬୫୦ରୁ ୧୭୫୦ରେ ବିକ୍ରି ହେଉଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଆଗମୀ ଦିନରେ ୫୦ରୁ ୧୦୦ ଟଙ୍କା ବଢ଼ିବ ଦାମ୍ । ସେହିପରି ଉତ୍ତରପ୍ରଦେଶରେ ଆଳୁ କୁଇଣ୍ଟାଲ ପିଛା ୧୬୦୦ରୁ ୧୬୫୦ ଟଙ୍କାରେ ବିକ୍ରି ହେଉଛି । ଆଗକୁ ଆଳୁ ଦର ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ କଡ଼ା ଆକ୍ସନ, ଅବୈଧ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ ମ୍ୟୁନିସିପାଲିଟିର କଡ଼ା ଆକ୍ସନ । ଜାହାଙ୍ଗୀରପୁରୀରେ ଚାଲିଲା ବୁଲଡୋଜର । ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡ ପରେ ଆକ୍ସନ ମୁଡରେ ନର୍ଥ ଦିଲ୍ଲୀ ମ୍ୟୁନିସିପାଲିଟି । ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛି । ବେଆଇନ ନିର୍ମାଣ ଭାଙ୍ଗିବା ପୂର୍ବରୁ ଜାହାଙ୍ଗୀରପୁରୀରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ହୋଇଥିଲା ।

ଏବେ ୯ଟି ବୁଲଡୋଜର ଯୋଗେ ସରକାରୀ ଜମି ଉପରୁ ଜବରଦଖଲ ହଟିବା କାର୍ଯ୍ୟ ଜାରି ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାହାଙ୍ଗୀରପୁରୀରେ ୧୫ ଶହରୁ ଊର୍ଦ୍ଧ୍ବ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସ୍ପେଶାଲ ପୋଲିସ କମିସନର ଓ ମେୟରଙ୍କ ଉପସ୍ଥିତିରେ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ । ସେପଟେ ଜାହାଙ୍ଗୀରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅନସାର ଘର ପଶ୍ଚିମବଙ୍ଗର ହଳଦିଆଠାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।