spot_img
Home Blog Page 4636

କପଡ଼ା ଖୋଲି ମସାଜ ନେଉଥିଲେ ବୃଦ୍ଧ, ପାର୍ଲରରେ ଚାଲିଗଲା ଜୀବନ

ଥାଇଲାଣ୍ଡ: ପର୍ଯ୍ୟଟନ ଭିତ୍ତିଭୂମିରେ ଭରି ରହିଛି ଥାଇଲାଣ୍ଡ  । ଏଠାକୁ ଅନ୍ୟ ଦେଶରୁ ଲୋକେ ଯେତିକି ବୁଲିବାକୁ ଆସିଥାନ୍ତି, ସ୍ୱତନ୍ତ୍ର ମସାଜ ନେବାକୁ ମଧ୍ୟ ଅଧିକ ବ୍ୟକ୍ତି ଆସିଥାନ୍ତି  । ବୟସ୍କ ଠାରୁ ଯୁବକଙ୍କ ଗହଳି ଦେଖିବାକୁ ମିଳିଥାଏ  । କାରଣ ଏଠାରେ ମିଳିଥାଏ ଯୁବତୀଙ୍କ ହାତରୁ ମସାଜ  । ଏହି ମସାଜ ପାଇବା ପାଇଁ ଜଣେ ବୃଦ୍ଧ ବ୍ୟକ୍ତି ଯାଇଥିବାବେଳେ ମସାଜ ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି  ।

ସୂଚନୁା ମୁତାବକ ୭୦ ବର୍ଷୀୟ ଏହି ବୃଦ୍ଧଙ୍କ ଘର ବ୍ରିଟେନ  । ଛୁଟି ବିତାଇବା ପାଇଁ ବ୍ରିଟେନରୁ ଥାଇଲାଣ୍ଡ ଯାତ୍ରା କରିଥିଲେ ଏହି ବ୍ୟକ୍ତି ଜଣଙ୍କ  । କିନ୍ତୁ ଥାଇଲାଣ୍ଡରେ ମସାଜ ନେବା ପାଇଁ ଅନଲାଇନ ଜରିଆରେ ‘ହାପି ଏଣ୍ଡିଙ୍ଗ’ ମସାଜ ବୁକ କରିଥିଲେ  । ନିର୍ଦ୍ଧିଷ୍ଠ ସମୟରେ ପହଁଚିବା ପରେ କପଡା ଖୋଲି ଟେବୁଲ ଉପରେ ରଖିଥିଲେ  । ପରେ ଟେବୁଲ ଉପରେ ମୁହଁ ମାଡି ଯୋଇଯାଇଥିଲେ ବୃଦ୍ଧ ବ୍ୟକ୍ତି ଜଣଙ୍କ  ।

ବୃଦ୍ଧ ଜଣଙ୍କ ଶୋଇଯିବା ପରେ ମସାଜ ସେଣ୍ଟରର ଜଣେ ଯୁବତୀ ତାଙ୍କୁ ସର୍ଭିସ ଦେବା ଆରମ୍ଭ କରିଥିଲେ  । କିନ୍ତୁ ଯେତେବେଳେ ଯୁବତୀ ଜଣଙ୍କ ତାଙ୍କୁ ଲେଉଟିବା ପାଇଁ କହିଲେ, କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ବୃଦ୍ଧ ଜଣଙ୍କ  । ଯେତେବେଳେ ତାଙ୍କ ଛାତିରେ ହାତ ମାରିଥିଲେ, ସେତେବେଳେ ଚକିତ କଲାଭଳି ଘଟଣା ଘଟିଥିଲା  । ସେ କିଛି ସମୟ ପାଇଁ ଚକିତ ହୋଇପଡିଥିଲେ  । ପରେ ମେଡିକାଲ ଟିମ ଜଣାଇଥିଲା ଯେ, ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଯାଇଛି  ।

ବୃଦ୍ଧଙ୍କୁ ମସାଜ ଦେଉଥିବା ଯୁବତୀଙ୍କ ନାମମିସ ଆରିଆ  । ତାଙ୍କ କହିବା ମୁତାବିକ, ବୁକ କରିଥିବା ବୃଦ୍ଧ ଜଣଙ୍କ ଅପରାହ୍ନ ୩ଟା ସମୟରେ ସେଣ୍ଡରରେ ପହଁଚିଥିଲେ  । ମସାଜ ନେବା ପୂର୍ବରୁ ନିଶ୍ୱାସ ନେବାରେ ସାମାନ୍ୟ ଯନ୍ତ୍ରଣା ବୃଦ୍ଧ ଜଣଙ୍କ ଅନୁଭବ କରିଥିବା କହିଛନ୍ତି  । ମସାଜ ବେଳେ ଯେତେବେଳେ ଯୁବତୀ ଜଣଙ୍କ ତାଙ୍କୁ ପଚାରିଥିଲେ, କଣ ଆପଣ ଠିକ ଅଛନ୍ତି ? ସେତେବେଳେ ବୃଦ୍ଧ ଜଣଙ୍କ ଉତ୍ତର ଦେଇଥିଲେ  । କିନ୍ତୁ ଏହା ପରେ ହଲଚଲ ବନ୍ଦ ହୋଇଯାଇଥିଲା  । ମସାଜ କରୁଥିବା ଯୁବତୀ ଜଣଙ୍କ ପରେ ଜାଣିବାକୁ ପାଇଲେ ଯେ ତାଙ୍କର ମୃତ୍ୟୁ ହୋଇସାରିଛି  । ମୃତ୍ୟୁ ହୋଇଥିବା ନେଇ ମେଡିକାଲ ଟିମ ସ୍ପଷ୍ଟ  କରିଥିବାବେଳେ ପୋଲିସ ପହଁଚି ତଦନ୍ତ ଚଳାଇଛି  ।

କେମିତି ହେବ ବଜେଟର ରୂପରେଖ, ଆବଣ୍ଟିତ ପ୍ରକ୍ରିୟାକୁ ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ: ଫେବୃୟାରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ  । ଭଣ୍ଡାର ପେଡି କୋଲିବେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ  ।  ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ସାଧାରଣ ବଜେଟ୍ । ବଜେଟରେ ବହୁ ପ୍ରତୀକ୍ଷିତ ରେଳ ବଜେଟକୁ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି । ରେଳ ମନ୍ତ୍ରଣାଳୟରେ ୩୫ହଜାର ପଦବୀ ଖାଲି ପଡିଥିବା ବେଳେ ମହାମାରୀ କରୋନା କାଳରେ ପ୍ରାୟ ୨୬ହଜାର ୩୩୮କୋଟି ଟଙ୍କାର କ୍ଷତି ସହିଛି ରେଳ ବିଭାଗ।

ଅନ୍ୟପଟେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏଥର ବଜେଟରେ ଟିକେଟ୍ ଦରବୃଦ୍ଧି ପାଇବାର ସମ୍ଭାବନା କମ୍ ରହିଛି । ଏହାଛଡ଼ା ନୂତନ ଟ୍ରେନ ଚଳାଚଳ, ରେଳ ଲାଇନ ପ୍ରକଳ୍ପ ଏବଂ ବ୍ୟୟବରାଦକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କୋଭିଡ ପରିଚାଳନା ଠାରୁ ଆରମ୍ଭ କରି କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ଆଦି ବିଭାଗ ପାଇଁ କଣ ରହୁଛି କେନ୍ଦ୍ରର ବ୍ଲୁ ପ୍ରିଣ୍ଟ  । କେଉଁ ବିଭାଗକୁ କେତେ ଅର୍ଥ ବରାଦ କରିବେ କେନ୍ଦ୍ର ସରକାର ? ସେପଟେ ଆସନ୍ତା ସପ୍ତାହରେ କେନ୍ଦ୍ର ସରକାର ବଜେଟ ଆଗତ କରୁଥିବାରୁ ଆବଣ୍ଟିତ ପକ୍ରିୟାକୁ ଅପେକ୍ଷା କରିଛି ରାଜ୍ୟ  । ଏହା ପରେ ରାଜ୍ୟ ସରକାର ନିଜସ୍ୱ ବଜେଟ ଉପସ୍ଥାପନା କରିବେ ବୋଲି ସୂଚନା ରହିଛି  ।

ଓଡିଶା ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରଥମେ ୧.୭୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ  । ସେହିପରି ଗତ ଡ଼ିସେମ୍ବର ମାସରେ ୧୯,୮୩୩.୧୩ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଥିଲା  । ତେଣୁ ଆସନ୍ତା ଆର୍ଥିକ ବର୍ଷରେ ସାମଗ୍ରିକ ଭାବେ ରାଜ୍ୟା ବଜେଟ ପୂର୍ବ ବର୍ଷ ତୁଳନାରେ ୧୦ରୁ ୧୮ ପ୍ରତିଶତ ନିଶ୍ଚୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି  । ଚଳିତ ଆର୍ଥିକବର୍ଷରେ ୧.୯୦ ଲକ୍ଷ କୋଟିରୁ ବୃଦ୍ଧି ପାଇ ବଜେଟ ୨ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଅର୍ଥନୀତିଜ୍ଞମାନେ ଆଶା ବ୍ୟକ୍ତି କରିଛନ୍ତି   ।

ଓ୍ୱାର୍ଣ୍ଣରଙ୍କଠାରୁ ଆୟରଙ୍କ ପର୍ଯ୍ୟନ୍ତ, ଆଇପିଏଲ ନିଲାମରେ ମାଲାମାଲ ହୋଇପାରନ୍ତି ଏହି ଖେଳାଳି…

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ । ଆଇପିଏଲ ସିଜିନ୍-୧୫ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି ବିସିସିଆଇ । ଚଳିତ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ଯୋଡି ହୋଇଛି । ଅର୍ଥାତ ଆଇପିଏଲ ସିଜିନ-୧୫ରେ ୧୦ଟି ଟିମ୍ ଖେଳିବ । ଚଳିତ ବର୍ଷ ମେଗା ଅକ୍ସନ ଫେବ୍ରୁଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ଅର୍ଥାତ ଆଇପିଏଲ-୨୦୨୨ ପାଇଁ ହେବାକୁ ଥିବା ମେଗା ନିଲାମକୁ ଆଉ କିଛି ଦିନ ବାକି ରହିଛି । ମେଗା ଅକ୍ସନ ପୂର୍ବରୁ ସମସ୍ତ ଟିମ୍ ସେମାନଙ୍କ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଆଇପିଏଲରେ ଦୁଇଟି ନୂଆ ଟିମ୍ ସେମାନଙ୍କ ଡ୍ରାଫ୍ଟ ଖେଳାଳିଙ୍କ ନାଁ ଘୋଷଣା କରିବା ପରେ ମେଗା ନିଲାମରେ ଅନେକ ବଡ଼ ବଡ଼ ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜଙ୍କ ନଜର ରହିଛି । ତେବେ ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ ଯାହାଙ୍କ ଉପରେ ଚଳିତ ମେଗା ନିଲାମରେ ହୋଇପାରେ ଟଙ୍କା ବର୍ଷା…

ଡେଭିଡ ଓ୍ୱାର୍ଣ୍ଣର

ଫେବ୍ରୁଆରୀ ୧୨ ଓ ୧୩ରେ ହେବାକୁ ଥିବା ମେଗା ନିଲାମରେ ସମସ୍ତ ଫ୍ୟାନଙ୍କ ନଜର ରହିବ ଅଷ୍ଟ୍ରେଲିଆ ଓପନର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ୱାର୍ଣ୍ଣରଙ୍କ ଉପରେ । ଓ୍ୱାର୍ଣ୍ଣରଙ୍କୁ ଗତ ବର୍ଷ ସନ ରାଇଜର୍ସ ହାଇଦ୍ରାବାଦ ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପ୍ରଥମେ ତାଙ୍କୁ ଅଧିନାୟକ ପଦରୁ ହଟାଇଥିଲେ ଏବଂ ପରେ ତାଙ୍କୁ ହାଇଦ୍ରାବାଦ ଦଳରୁ ରିଲିଜ୍ କରିଦେଇଥିଲେ । ତିନି ଥର ଅରେଞ୍ଜ କ୍ୟାପ ବିଜେତା ଓ୍ୱାର୍ଣ୍ଣର ଆଇପିଏଲ ଇତିହାସରେ ସବୁଠାରୁ ସଫଳତମ ବ୍ୟାଟ୍ସମ୍ୟାନ ମଧ୍ୟରୁ ଅନ୍ୟତମ ଅଟନ୍ତି । ଏଥିସହ ହାଇଦ୍ରାବାଦ ଓ୍ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଥିଲା । ଏପରିସ୍ଥିତିରେ ଚଳିତ ମେଗା ଅକ୍ସନରେ ଓ୍ୱାର୍ଣ୍ଣରଙ୍କ ଉପରେ ସର୍ବାଧିକ ଟଙ୍କାର ବିଡିଂ ହୋଇପାରେ ।

ଶ୍ରେୟସ ଆୟର

ଆଇପିଏଲ ମେଗା ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟସ ଆୟରଙ୍କୁ ଦଳରୁ ରିଲିଜ୍ କରିଦେଇଛି । ଆଇପିଏଲ ସିଜିନ-୧୫ରେ କିଛି ଟିମ୍ ଅଛନ୍ତି ଯିଏକି ନୂଆ ଅଧିନାୟକ କରିବାକୁ ଚାହୁଁଛନ୍ତି । ଏପରିସ୍ଥିତିରେ ଶ୍ରେୟସ ଆୟର ସେହି ଦଳ ପାଇଁ ଏକ ବଡ଼ ବିକଳ୍ପ ହୋଇପାରେ । ଆଇପିଏଲରେ ଅଧିନାୟକ ଭାବରେ ଶ୍ରେୟସଙ୍କର ଭଲ ଅଭିଜ୍ଞତା ମଧ୍ୟ ରହିଛି । ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ରେ ହୋଇଥିବା ଆଇପିଏଲରେ ଉପ ବିଜେତା ହୋଇଥିଲା ।

ହର୍ଷଲ ପଟେଲ

ହର୍ଷଲ ପଟେଲ ବିଗତ ୧୦ ବର୍ଷ ହେବ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ ଖେଳୁଛନ୍ତି । କିନ୍ତୁ ୨୦୨୧ ଆଇପିଏଲ ସିଜିନ୍ ତାଙ୍କ ପାଇଁ ବହୁତ ଖାସ୍ ରହିଥିଲା । କାହିଁକି ନା ୨୦୨୧ ସିଜିନରେ ହର୍ଷଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ପାଇଁ ଦମଦାର ବୋଲିଂ କରିଥିଲେ । ତେବେ ଫେବ୍ରୁଆରୀ ୧୨ ଓ ୧୩ରେ ହେବାକୁ ଥିବା ମେଗା ନିଲାମରେ RCB ତାଙ୍କୁ ଦଳକୁ ନେବା ପାଇଁ ମୋଟା ଅଙ୍କରେ ଟଙ୍କା ଖର୍ଚ୍ଚ କରି ପାରନ୍ତି । RCB ବ୍ୟତୀତ ଅନ୍ୟ ଟିମ୍ ମଧ୍ୟ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଚେଷ୍ଟା କରିବେ ।

ଆଭେଶ ଖାନ

୨୦୨୧ ଆଇପିଏଲ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଶାନଦାର ବୋଲିଂ ପ୍ରଦର୍ଶନ କରିଥିଲେ ଯୁବ ଦ୍ରୁତ ବୋଲର ଆଭେଶ ଖାନ । ସେ ତାଙ୍କ ବୋଲିଂରେ ଓ୍ୱିକେଟ ନେବା କ୍ଷମତାକୁ ମଧ୍ୟ ବୃଦ୍ଧି କରିଥିଲେ ଯାହା ଫଳରେ ଗତ ସିଜିନରେ ବେଶ୍ ସଫଳ ହୋଇଥିଲେ ଆଭେଶ । ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୧୬ଟି ମ୍ୟାଚ ଖେଳି ୨୪ ଓ୍ୱିକେଟ ଅକ୍ତିଆର କରିଥିଲେ । ତେଣୁ ଚଳିତ ମେଗା ଅକ୍ସନରେ ତାଙ୍କୁ ନିଜ ଦଳକୁ ନେବା ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ଚେଷ୍ଟା କରିବେ । ଯାହା ଫଳରେ ଚଳିତ ଅକ୍ସନରେ ଆଭେଶଙ୍କ ଉପରେ ହୋଇପାରେ ଟଙ୍କା ବର୍ଷା ।

କେଏସ ଭରତ

କେଏସ ଭରତ ଗତ ଆଇପିଏଲ ସିଜିନରେ ଏକ ପ୍ରତିଭାଶାଳୀ ଖେଳାଳି ଭାବରେ ସାମ୍ନାକୁ ଆସିଥିଲେ । ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚର ଶେଷ ବଲରେ ଛକା ମାରି RCBକୁ ଶାନଦାର ବିଜୟ ଭେଟି ଦେଇଥିଲେ । ବ୍ୟାଟିଂ ସହ ଭରତ ତାଙ୍କ ଓ୍ୱିକେଟ କିପିଂ କ୍ଷମତାରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଗତ ସିଜିନରେ ଦମଦାର ପ୍ରଦର୍ଶନ ଫଳରେ ଚଳିତ ନିଲାମରେ ତାଙ୍କୁ କିଛି ଫ୍ରାଞ୍ଚାଇଜ୍ କିଣିବା ପାଇଁ ଆଗ୍ରହ ଦେଖାଇପାରନ୍ତି ।

ଦେବିଦତ୍ତ ପାଡ଼ିକଲ

୨୦୨୦ରେ ଆଇପିଏଲରେ ପଦାର୍ପଣ କରିଥିବା ଦେବିଦତ୍ତ ପାଡିକଲ RCB ପାଇଁ ଗତ ଦୁଇ ସିଜିନରେ ଭଲ ପ୍ରଦର୍ଶନ କରିଥିଲେ । ଆଇପିଏଲ ୨୦୨୧ ସିଜିନରେ ଦେବିଦତ୍ତ RCB ପାଇଁ ସର୍ବାଧିକ ରନ କରିବାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ତାଙ୍କୁ ନିଲାମ ପୂର୍ବରୁ RCB ରିଲିଜ୍ କରିଦେଇଥିଲା । ତେବେ ମେଗା ଅକ୍ସନରେ ତାଙ୍କୁ ଦଳରେ ନେବା ପାଇଁ କିଛି ଟିମ୍ ଚେଷ୍ଟା କରିପାରନ୍ତି ।

ଡାନିଏଲ ସାମ୍ସ

ଅଷ୍ଟ୍ରେଲିଆ ଅଲରାଉଣ୍ଡର ଡାନିଏଲ ସାମ୍ସ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୨୦୨୦ରେ ପଦାର୍ପଣ କରିଥିଲେ । କିନ୍ତୁ ଗତ ବର୍ଷ ସେ ଦିଲ୍ଲୀ ଛାଡି RCBରେ ଯୋଗ ଦେଇଥିଲେ । ଗତ ବର୍ଷ ଆଇପିଏଲରେ ସାମ୍ସ ମାତ୍ର ଦୁଇଟି ମ୍ୟାଚ ଖେଳିଥିଲେ । କିନ୍ତୁ ଏବେ ଅଷ୍ଟ୍ରେଲିଆରେ ହେଉଥିବା ବିଗ୍ ବାସ୍ ଲିଗରେ ଦମଦାର ପ୍ରଦର୍ଶନ କରିଛନ୍ତି । ସାମ୍ସଙ୍କ ଅଲରାଉଣ୍ଡର କ୍ଷମତାକୁ ଦୃଷ୍ଟିରେ ରଖି ତାଙ୍କୁ କିଛି ଫ୍ରାଞ୍ଚାଇଜ୍ ତାଙ୍କ ଦଳରେ ନେବାକୁ ଚେଷ୍ଟା କରିପାରନ୍ତି । ଯାହା ଫଳରେ ଚଳିତ ମେଗା ଅକ୍ସନରେ ତାଙ୍କ ଉପରେ ଟଙ୍କା ବର୍ଷା ହୋଇପାରେ ।

ଚଳିତ ବର୍ଷ ବନ୍ଦ ହୋଇପାରେ ଖଣ୍ଡଗିରି ମାଘ ମେଳା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କିଛି ଦିନ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ କହିଛି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବନ୍ଦ ହୋଇପାରେ ଭୁବନେଶ୍ୱର ଖଣ୍ଡଗିରି ମାଘ ମେଳା । ସେପଟେ ଖଣ୍ଡଗିରି ଯାତ୍ରା ମଧ୍ୟ ହୋଇ ନପାରେ ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି । କରୋନା ସଂକ୍ରମଣ କମିଛି କିନ୍ତୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ଜନ ସମାଗମ ଉପରେ ରୋକ୍ ଲଗାଇବା ପାଇଁ ଖଣ୍ଡଗିରି ମେଳା ଆୟୋଜନ ନକରିବାକୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଲକ୍ଷ୍ମୀକାନ୍ତ ସେଠୀ ।

କୋଲକାତାରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣି ୨୦ ରାଜ୍ୟରେ ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ୱର: ଆପଣଙ୍କ ନମ୍ବର କଟିଯିବ । ବ୍ଲକ୍ ହୋଇଯିବ ଏଟିଏମ୍ କାର୍ଡ । ବନ୍ଦ ହୋଇଯିବ ଆକାଉଣ୍ଟ । ଅନେକ ସମୟରେ ଆପଣଙ୍କୁ ଏମିତି କଲ୍ ଆଉ ମେସେଜ ଅଜଣା ନମ୍ବରରୁ ଆସୁଥିବ । ଏଭଳି କଲ୍ ଓ ମେସେଜ୍ ମାଧ୍ୟମରେ ଆକାଉଣ୍ଟ ଖାଲି କରୁଥିବା ଜମତରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଭୁବନେଶ୍ୱରର ରସୁଲଗଡ଼ରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

ଏଥିସହ ପଢ଼ନ୍ତୁ: ଆଖି ବୁଜି ପାଶ୍ଚାତ୍ୟ ସଭ୍ୟତାର ନକଲ କରିପାରିବୁନି, କାହିଁକି ଏମିତି କହିଲେ ସରକାର…

୩ ଜଣ ଅଭିଯୁକ୍ତଙ୍କ ଘର ଝାଡ଼ଖଣ୍ଡରେ । ୨ ଜଣ ଗିରିଡ଼ିହର ଓ ଆଉ ଜଣେ ଧାନବାଦର । ସେମାନଙ୍କ ଠାରୁ ୧୧ଟି ମୋବାଇଲ୍, ୨ଟି ଲାପଟପ୍ ଓ ୩୩ଟି ସିମ୍ ଜବତ କରାଯାଇଛି । ଜବତ ସିମ୍ ଗୁଡ଼ିକ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର । ଗିରଫ ସାଇବର ଠକ କୋଲକାତାରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣି ୨୦ଟି ରାଜ୍ୟରେ ଅପରେଟ୍ କରୁଥିଲେ । ଗିରଫ ୩ ଜଣଙ୍କ ନାଁରେ ଏବେ ସୁଦ୍ଧା ୧୭୧ଟି ମାମଲା ରହିଛି ।

ଆଖି ବୁଜି ପାଶ୍ଚାତ୍ୟ ସଭ୍ୟତାର ନକଲ କରିପାରିବୁନି, କାହିଁକି ଏମିତି କହିଲେ ସରକାର…

ନୂଆଦିଲ୍ଲୀ: ବିବାହ ପରେ ବଳପୂର୍ବକ ସମ୍ପର୍କ ସ୍ଥାପନ ‘ଅପରାଧ’ ନା ନୁହେଁ । ଏହାକୁ ନେଇ ଶୁଣାଣି ଚାଲିଥିବା ବେଳେ ସ୍ପଷ୍ଟ ମତ ରଖିଛନ୍ତି ସରକାର । ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କ (Marital Rape)କୁ ନେଇ ସରକାର କହିଛନ୍ତି, ମାମଲାରେ ଆଖି ବୁଜି ପାଶ୍ଚାତ୍ୟ ସଭ୍ୟତାର ନକଲ କରି ପାରିବା ନାହିଁ । ଅନେକ ପାଶ୍ଚାତ୍ୟ ଦେଶ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କକୁ ଅପରାଧ ଶ୍ରେଣୀଭୁକ୍ତ କରିଥିବା ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ବେଳେ କହିଛନ୍ତି କେନ୍ଦ୍ର ସରକାର ।

ତେବେ ଏହାର ଅର୍ଥ ନୁହେଁ, ଭାରତ ମଧ୍ୟ ଆଖି ବନ୍ଦ କରି ପଶ୍ଚିମୀ ଦେଶକୁ ଅନୁକରଣ କରିବ । ଆମ ଦେଶ ଭାରତ ବିଶାଳ ବିବିଧତାରେ ପରିପୂର୍ଣ୍ଣ । ସାକ୍ଷରତା, ମହିଳାଙ୍କ କ୍ଷେତ୍ରରେ ଆର୍ଥିକ ଶସକ୍ତିକରଣ ଅଭାବ, ସମାଜ, ଗରିବୀ ଭଳି ଅନେକ ସମସ୍ୟା ଦେଶରେ ରହିଛି । ଯାହା ଉପରେ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କକୁ ଅପରାଧ କହିବା ପୂର୍ବରୁ ବିଚାର କରିବା ଆବଶ୍ୟକ ।

Marital Rape Center Told We Cannot Blindly Follow Western Countries

କୋର୍ଟରେ କେନ୍ଦ୍ର ସରକାର ଆହୁରି କହିଛନ୍ତି, ଶାରିରୀକ ଉତ୍ପୀଡ଼ନ ସମ୍ବନ୍ଧିତ ଆଇପିସି ଧାରା ୪୯୮କୁ ଅପବ୍ୟବହାର ପାଇଁ ଫେରାଇ ନିଆଯାଇଛି । ଏହାର ଚିହ୍ନଟ ପାଇଁ ଠିକ୍ ପଦ୍ଧିତର ଅଭାବ ରହିଥିବା ବେଳେ ସତର୍କତାର ସହ ଦେଶକୁ ବିଚାର କରିବାକୁ ପଡ଼ିବ ବୋଲି କହିଛନ୍ତି ସରକାର । ଏଭଳି ମାମଲାରେ ଆଖି ବନ୍ଦ କରି ପାଶ୍ଚାତ୍ୟ ଦେଶକୁ ଅନୁକରଣ କରିପାରିବା ନାହିଁ । ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କକୁ ଅପରାଧ କହିବା ଆଗରୁ ଏଥିରେ କେଉଁ ପରିସ୍ଥିତିକୁ ସାମିଲ୍ କରାଯିବ ଓ କାହାରିକୁ ସାମିଲ୍ କରାଯିବ ନାହିଁ ଦେଖିବାକୁ ପଡ଼ିବ । ଏହା ପରେ ହିଁ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କର ପରିଭାଷା ନିର୍ଣ୍ଣୟ କରିହେବ ।

ବୈବାହିକ ସମ୍ପର୍କରେ କେବେ, କେଉଁ ପରିସ୍ଥିତରେ ମହିଳା ଶାରିରୀକ ସମ୍ବନ୍ଧ ରଖିବା ଅନୁମତିକୁ ଫେରାଇ ନେଲେ । ଏହା ଜାଣିବା କାଠିକର ବୋଲି କହିଛନ୍ତି ସରକାର । ଏବେ ଆଇପିସି ଧାରା ୩୭୬ ପ୍ରକାରେ ଅଭିଯୋଗକାରୀଙ୍କ ସାକ୍ଷ୍ୟ ହିଁ ଅଭିଯୁକ୍ତକୁ ସଜା ଦେବା ପାଇଁ ଯଥେଷ୍ଟ । ଶରୀରରେ ଆଘାତ, ଛାତି, ପିଠି ଆଦିରେ ଦାଗ, ଗୁପ୍ତାଙ୍ଗରେ ଚିହ୍ନ ଭଳି ମେଡିକାଲ ପ୍ରମାଣ ଅଭିଯୁକ୍ତକୁ ଦୋଷୀ କରେ । କିନ୍ତୁ ବଳପୂର୍ବକ ବିବାହତ୍ତୋର ଶାରିରୀକ ସମ୍ପର୍କ କ୍ଷେତ୍ରରେ ଏସବୁ ସାକ୍ଷ୍ୟ ବେକାର ହୋଇପାରେ । ଏଥିପାଇଁ ଏହା ପ୍ରମାଣ କରିବା କଷ୍ଟକର ମହିଳା କେବେ ପତ୍ନୀଙ୍କୁ ଶାରିରୀକ ସମ୍ପର୍କ ପାଇଁ ଦେଇଥିବା ଅନୁମତି ଫେରାଇ ନେଲେ । ଏଭଳି କ୍ଷେତ୍ରରେ ପରିସ୍ଥିତି ସାକ୍ଷୀ ବି ନିରର୍ଥକ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ଫେରୁଛନ୍ତି ଉତ୍ତମ ପଣ୍ଡା, କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିବା କହି ଚିଠି ଲେଖି ଘର ଛାଡ଼ି ପଳାଇଥିଲେ

ବାଲେଶ୍ୱର: ଫେରୁଛନ୍ତି ଜଳେଶ୍ୱର ସରିସା ଗାଁର ଉତ୍ତମ ପଣ୍ଡା । ଉତ୍ତମ କ୍ୟାନସରର ଚତୁର୍ଥ ଷ୍ଟେଜରେ ଅଛନ୍ତି । କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିବାରୁ ଉତ୍ତମ ଏକ ଚିଠି ଲେଖି ଘର ଛାଡ଼ି ପଳାଇଥିଲେ । ତେବେ ଉତ୍ତମଙ୍କୁ ନୂଆଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶର ଆଗ୍ରା ସହରରୁ ଉଦ୍ଧାର କରିଛି । ଉତ୍ତମଙ୍କ ଖବର ପାଇବା ପରେ ତାଙ୍କୁ ଆଣିବା ପାଇଁ ତାଙ୍କ ଶ୍ୱଶର ଓ ଜଣେ ସଂପର୍କୀୟ ଭାଇ ଉତ୍ତର ପ୍ରଦେଶ ଆଗ୍ରା ଯାଇଛନ୍ତି । ଉତ୍ତମ ଘରେ ପହଞ୍ଚିବା ପରେ ଜଣାପଡ଼ିବ ଯେ ସେ ପ୍ରକୃତରେ କ’ଣ ପାଇଁ ଘର ଛାଡ଼ିଥିଲେ । ଘର ଛାଡ଼ିବା ପଛରେ ସତରେ କ୍ୟାନସର ନା ଆଉ କ’ଣ ଥିଲା ତାହ ସାମ୍ନାକୁ ଆସିବ । ଗତ ୨୩ ତାରିଖରେ ନିଜର ରୋଗ ପାଇଁ ଏକ କ୍ଷମା ଭର୍ତ୍ତି ଚିଠି ଲେଖି ଘର ଛାଡ଼ି ପଳାଇଥିଲେ ଉତ୍ତମ । ତାଙ୍କ ପରିବାର ଲୋକ ପୁଅର ନିଖୋଜ ସମ୍ପର୍କରେ ନାମ୍ପୋ ଫାଣ୍ଡିରେ ଲିଖତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା ।

ରାଜଧାନୀରେ ପୁଣି ମାତିଲେ ଲୁଟେରା, କାର୍ କାଚ ଭାଙ୍ଗି ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପଥରରେ କାର୍‌ କାଚ ଭାଙ୍ଗି ଲୁଟ୍ ଅଭିଯୋଗ । ଏହି ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ଗତ ୨୭ ତାରିଖରେ ବିଳମ୍ବିତ ରାତିରେ ଲୁଟେରା ବାଇକରେ ଆସି ଉକ୍ତ କାର ଚାରିପଟେ କିଛି ସମୟ ବୁଲିଥିଲେ । କିଛି ସମୟ କାର ଚାରି ପାଖରେ ବୁଲିବା ପରେ ପଥରରେ କାର କାଚ ଭାଙ୍ଗି ଗାଡିରୁ ଷ୍ଟେପିନ ଆଉ କାଗଜପତ୍ର ଚୋରି କରିଛନ୍ତି । କାର ଭିତରୁ ଚୋରି କରୁଥିବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କାର୍‌ କାଚ ଭାଙ୍ଗିବାକୁ ଚେଷ୍ଟା କଲା ବେଳେ ଆଲାରମ୍ ବାଜିବାରୁ ଭୟରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ସଂପୃକ୍ତ ବ୍ୟକ୍ତି ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

ରାଜଧାନୀ ଭୁବନନେଶ୍ୱର ଏବେ ଲୁଟେରାମାନଙ୍କ ପେଣ୍ଠସ୍ଥଳୀ ପାଲଟି ଯାଇଛି । ସେ ଇଣ୍ଟରିୟର ଦୋକାନରୁ ଲୁଟ୍ ହେଉ କିମ୍ବା ବାହାଘରରେ ବରଯାତ୍ରୀ ବେଶରେ ଆସି ସୁନାଗହଣା ଲୁଟ୍ ହେଉ । ଏପର୍ଯ୍ୟନ୍ତ କୌଣସି ମାମଲାରେ ଲୁଟେରାଙ୍କ ପତ୍ତା ପାଉନି ପୋଲିସ । ଆଉ ଏବେ କାର କାଚ ଭାଙ୍ଗି ଲୁଟ୍ କରି ପୁଣି ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଲୁଟେରା ।

ଅଣ୍ଡର-୧୯ ବିଶ୍ୱକପ: ଆଜି କ୍ୱାଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ

ଆଣ୍ଟିଗୁଆ: ଚଳିତ ଅଣ୍ଡର-୧୯ ବିଶ୍ୱକପରେ ଆଜି ଖେଳାଯିବ ମହାମୁକାବିଲା । କ୍ୱାଟର ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଏହି ମ୍ୟାଚ ଆଣ୍ଟିଗୁଆରେ ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ । ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଅଣ୍ଡର-୧୯ ଟିମକୁ ମିଳିଛି ଖୁସି ଖବର । କ୍ୱାଟର ଫାଇନାଲ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ୟଶ ଢ଼ୁଲଙ୍କ ସମେତ ପାଞ୍ଚ ଖେଳାଳି କରୋନାରୁ ସୁସ୍ଥ ହୋଇଛନ୍ତି । ଚଳିତ ବିଶ୍ୱକପରେ ଭାରତ ଲିଗ୍ ପର୍ଯ୍ୟାୟରେ ଭାରତ ତିନୋଟି ମ୍ୟାଚ ଖେଳି ସମସ୍ତ ମ୍ୟାଚରେ ବିଜୟ ଲାଭ କରି ଗ୍ରୁପ-Bରେ ଟପରେ ରହିଛି ।  ସେହିପରି ଭାବରେ ବାଂଲାଦେଶ ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଗ୍ରୁପ-Aରେ ଦ୍ୱିତୀୟ ସ୍ଥାନରେ ରହିଛି ।

ସୂଚନା ଅନୁସାରେ ଆର୍ୟଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ୫ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଖେଳା ଯିବାକୁ ଥିବା କ୍ୱାଟର ଫାଇନାଲ ପୂର୍ବରୁ ଏହି ସମସ୍ତ ଖେଳାଳି ସୁସ୍ଥ ହୋଇଛନ୍ତି ଏବଂ ମ୍ୟାଚ ଖେଳିବା ପାଇଁ ସୁସ୍ଥ ଅଛନ୍ତି । ତେବେ ଆଜି ହେବାକୁ ଥିବା କ୍ୱାଟର ଫାଇନାଲ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ୨୦୨୦ ବିଶ୍ୱକପର ବଦଲା ନେବାକୁ ଚେଷ୍ଟା କରିବ ଭାରତ । ୨୦୨୦ରେ ଦକ୍ଷିଣ ଆଫ୍ରିକାରେ ହୋଇଥିବା ବିଶ୍ୱକପ ଫାଇନାଲରେ ବାଂଲାଦେଶ ଭାରତକୁ ୩ ଓ୍ୱିକେଟରେ ପରାସ୍ତ କରି ବିଶ୍ୱ ବିଜେତା ହୋଇଥିଲା । ତେଣୁ ୨୦୨୦ ବିଶ୍ୱକପ ଫାଇନାଲର ବଦଲା ଚଳିତ ବିଶ୍ୱକପର କ୍ୱାଟର ଫାଇନାଲରେ ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଫେବ୍ରୁଆରୀ ପହିଲାରୁ ବଦଳିଯିବ ବ୍ୟାଙ୍କିଂ ସହ ଜଡ଼ିତ ଏହି ନିୟମ

ଭୁବନେଶ୍ୱର: ଫେବ୍ରୁଆରୀ ପହିଲାରୁ ପରିବର୍ତ୍ତନ । ୧ ଫେବ୍ରୁଆରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ବ୍ୟୟବରାଦ ଅନୁସାରେ ଅର୍ଥ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ବଜେଟ୍ ସହ ଫେବ୍ରୁଆରୀ ୧ରୁ କେତେକ ବ୍ୟାଙ୍କ ସେମାନଙ୍କ ନିୟମରେ ପରିବର୍ତ୍ତନ ଆଣୁଛନ୍ତି ।

Banking Related Many Rules Will Change On February 1

ଦେଶର ସବୁଠୁ ବଡ଼ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଟଙ୍କା ଦେଣନେଣ ନିୟମରେ ପରିବର୍ତ୍ତନ ଫେବ୍ରୁଆରୀ ପହିଲାରୁ କରିବ । ୨ ଲକ୍ଷରୁ ୫ ଲକ୍ଷ ଯାଏ ଟଙ୍କା IMPS ଜରିଆରେ ପଠାଇଲେ ୨୦ ଟଙ୍କା ସହ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ୨୦୨୧ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ IMPS ଜରିଆରେ ହେଉଥିବା ନେଣଦେଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇ ଥିଲା ।

ଷ୍ଟେଟ ବ୍ୟାଙ୍କ ଛଡ଼ା ବ୍ୟାଙ୍କ ଅଫ୍ ବରୋଦା ଚେକ୍ କ୍ଲିଅରାନ୍ସ ସମ୍ବନ୍ଧିତ ନିୟମରେ ଫେବ୍ରୁଆରୀ ୧ରୁ ପରିବର୍ତ୍ତନ ଆଣୁଛି । ପହିଲାରୁ ଚେକ୍ ପେମେଣ୍ଟ ଲାଗି ଗ୍ରାହକଙ୍କୁ ପଜିଟିଭ୍ ପେ ସିଷ୍ଟମ ଅନୁସରଣ କରିବାକୁ ପଡ଼ିବ । ଅର୍ଥାତ୍ ଚେକର ତଥ୍ୟ ପଠାଇଲେ ହିଁ ଚେକ୍ କ୍ଲିଅର ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ୍ କାରବାର ଉପରେ ଏହି ପରିବର୍ତ୍ତନ ଲାଗୁ ହେବ ।

Banking Related Many Rules Will Change On February 1

ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଫେବ୍ରୁଆରୀ ୧ରୁ ଆଣୁଥିବା ପରିବର୍ତ୍ତନ ଆପଣଙ୍କ ପକେଟକୁ ବାଧିବ । ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ କୌଣସି ଅଟୋ ଡେବିଟ୍ କିସ୍ତି ବିଫଳ ହେଉଛି । ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ଜରିମାନା ରାଶି ୧୦୦ ଟଙ୍କା ଥିଲା ।

ଏହା ଛଡ଼ା ଫ୍ରେବୁଆରୀ ୧ରେ ଆସିବାକୁ ଥିବା ବଜେଟରେ ଟିକସ ନିୟମରେ ହୋଇପାରେ କିଛି ପରିବର୍ତ୍ତନ । ବଜେଟ୍ ଆପଣଙ୍କ ଆର୍ଥିକ ଜୀବନରେ କିଛି ପରିବର୍ତ୍ତନ ଆଣିପାରେ ।