spot_img
Home Blog Page 4653

ଗୁଣ୍ଡାଗିରି କରୁଛନ୍ତି ବିଶ୍ୱେଶ୍ୱର, ଲୋକଙ୍କୁ କହିବ ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗୁଣ୍ଡାଗିରିକୁ ସବୁଠି ଛି ଛାକର କରାଯାଉଛି । ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ବିଜେଡି ପକ୍ଷରୁ ନିନ୍ଦା କରାଯିବା ସହ ବହିଷ୍କାର ପାଇଁ ଦାବି ହୋଇଛି । ଘଟଣାରେ କେନ୍ଦ୍ର ସରକାର ଯଥାଶୀଘ୍ର ପଦକ୍ଷେପ ନନେଲେ, ଦଳ ପକ୍ଷରୁ ଲୋକଙ୍କ ନିକଟରେ ପହଞ୍ଚି ମନ୍ତ୍ରୀଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ବାରମ୍ବାର ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ ଓ ଆକ୍ରମଣ କରି ସମାଲୋଚନାର ସରବ୍ୟ ହୋଉଛନ୍ତି ବିଶ୍ୱେଶ୍ୱର ।

ତଥାପି ନିଜ ସ୍ୱଭାବରେ ପରିବର୍ତ୍ତନ କରୁନଥିବା ଦଳ ଅଭିଯୋଗ ଆଣିଛି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ କର୍ମଚାରୀ ଅଶ୍ୱନି କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଦେବାଶିଷଙ୍କ ହାତ ଭାଙ୍ଗି ଯାଇଥିବା ବେଳେ, କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଏନେଇ ଜିଲ୍ଳାପାଳଙ୍କୁ ଅବଗତ କରାଯିବା ସହ ଥାନାରେ ମାମାଲା ହୋଇଛି । ବିଜେଡି ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପବାସ୍ପପତି ସାନନ୍ଦ ମାରାଣ୍ଡି, ବିଜେଡ଼ି ରାଜ୍ୟ ସମ୍ପାଦକ ଦେବାଶିଷ ମାରାଣ୍ଡିଙ୍କ ଉପସ୍ଥିତ ଥିଲେ ।

ଇଣ୍ଡିଆ ଗେଟରେ ନେତାଜୀଙ୍କ ହୋଲୋଗ୍ରାମ୍ ମୂର୍ତ୍ତି ଉନ୍ମୋଚନ

ନୂଆଦିଲ୍ଲୀ: ନେତାଜୀଙ୍କ 125ତମ ଜୟନ୍ତୀରେ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ୍ ପ୍ରତିମା ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନେତାଜୀଙ୍କ ଗ୍ରାନାଇଟ୍‌ ପ୍ରତିମୂର୍ତ୍ତି ନିର୍ମାଣ ହେବା ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍‌ଠାରେ ଏହି ହୋଲୋଗ୍ରାମ ରହିବ ।

ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସଭାଷ ଚନ୍ଦ୍ର ବୋଷଙ୍କ ଗ୍ରାନାଇଟ ପ୍ରତିମୂର୍ତ୍ତି ଓଡ଼ିଶାର କାରିଗର ନିର୍ମାଣ କରୁଥିବା ଜଣାପଡ଼ିଛି । ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ନେତାଜୀଙ୍କ ଜୟନ୍ତୀକୁ ଦେଶବ୍ୟାପୀ ପରାକ୍ରମ ଦିବସ ଭାବରେ ପାଳନ କରାଯିବ ବୋଲି ଆଜାଦ ହିନ୍ଦ ଫୌଜର ସଂସ୍ଥାପକ ଘୋଷଣା କରିଥିଲେ

ନେତାଜୀଙ୍କ ସହିତ ସଂଖ୍ୟା ଗରିଷ୍ଠତା ଥିଲା, ସେ ଝଗଡ଼ା କରି ପାରିଥାନ୍ତେ: ଗାନ୍ଧି-ନେତାଜୀଙ୍କ ସମ୍ପର୍କକୁ ନେଇ ଏମିତି କହିଲେ ସଂଘମୁଖ୍ୟ

ଇମ୍ଫାଲ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ଗାନ୍ଧିଜୀ ଓ ନେତାଜୀଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଟିପ୍ପଣୀ କରିଛନ୍ତି । ଇମ୍ଫାଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଂଘମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ନେତାଜୀ କେବଳ ବିଦେଶୀ ଶାସନ ବିରୋଧରେ ଯୁଦ୍ଧ ଲଢୁନଥିଲେ ,ସେ ମଧ୍ୟ ଦେଶକୁ ଏକାଠି କରୁଥିଲେ । ନେତାଜୀଙ୍କ ସହିତ ଜନସମର୍ଥନ ଥିଲା କିନ୍ତୁ ସେ କାହା ସହିତ ଝଗଡା କରିନଥିଲେ ବୋଲି କହିଛନ୍ତି ଭାଗବତ । ୧୯୩୯ରେ ନେତାଜୀ ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେବା ପରେ ମହାତ୍ମା ଗାନ୍ଧୀ ଦୁଃଖୀ ହେବାକୁ ନେଇ ଭାଗବତ ଏଭଳି କହିଛନ୍ତି । ସେ କହିଛନ୍ତି ଯେ, ନେତାଜୀ କଂଗ୍ରେସର ନିର୍ବାଚିତ ସଭାପତି ଥିଲେ କିନ୍ତୁ ଏହାକୁ ନେଇ ଗାନ୍ଧୀଙ୍କ ସହିତ ତାଙ୍କର ମତଭେଦ ଥିଲା । ତେବେ ଦେଶ ହିତକୁ ଦୃଷ୍ଟିରେ ରଖି ନେତାଜୀ ଇସ୍ତଫା ଦେବାକୁ ବାଛିଥିଲେ ।

ନେତାଜୀ ନିଜ ଲୋକଙ୍କ ସହିତ ଝଗଡା କରିନଥିଲେ
ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସେ କହିଥିଲେ ଯେ, ନେତାଜୀଙ୍କ ପ୍ରେରଣା ଆଧ୍ୟାତ୍ମିକ ଥିଲା । ଆଧ୍ୟତ୍ମିକ ପ୍ରେରଣା ନେଇ ସେ ନିଜ ଦେଶ ପାଇଁ ସର୍ବସ୍ୱ ବଳିଦାନ କରିଥିଲେ । ସେ ଇଂରେଜଙ୍କ ବିରୋଧରେ ବଡ଼ଧରଣର ସଂଘର୍ଷ କରିଥିଲେ କିନ୍ତୁ ନିଜ ଦେଶବାସୀଙ୍କ ସହିତ କେବେ ମଧ୍ୟ ଝଗଡା କରିନଥିଲେ । ଦେଶଭକ୍ତି କ’ଣ ? ଦେଶ ଭକ୍ତି ହେଉଛି ନିଜ ଦେଶ ପାଇଁ ତ୍ୟାଗ କରିବା କିନ୍ତୁ ମତଭେଦ ସତ୍ୱେ କାହା ସହିତ ଝଗଡା ନକରିବା ।
ମେଜରିଟି ନେତାଜୀଙ୍କ ସହିତ ଥିଲା..

ସଂଘ ପ୍ରମ୍ମୁଖ କହିଛନ୍ତି ଯେ, ସେ କଂଗ୍ରେସର ନିର୍ବାଚିତ ସଭାପତି ଥିଲେ.. କିଛି କାରଣ ଥାଇପାରେ.. ଜଣା ନାହିଁ ସେ କାରଣ କ’ଣ ଥିଲା କିନ୍ତୁ ଗାନ୍ଧିଜୀ ସନ୍ତୁଷ୍ଟ ନଥିଲେ । ମେଜରିଟି ନେତାଜୀଙ୍କ ସହିତ ଥିଲା କିନ୍ତୁ ସୁଭାଷ ଝଗଡା କରିନଥିଲେ । ସେ ନିଜକୁ ଫେରାଇ ନେଇଥିଲେ । କାରଣ ବିଦେଶୀ ଶାସନ ବିରୋଧରେ ଲଢିବାର ଥିଲା.. ଦେଶକୁ ଏକ ହେବାର ଥିଲା…ତୋର ମୋର ସ୍ୱାର୍ଥକୁ ଭୁଲିବା ଜରୁରୀ ।

୧୯୩୯ ନିର୍ବାଚନକୁ ନେଇ ସଂଘ ପ୍ରମ୍ମୁଖଙ୍କ ଟିପ୍ପଣୀ

୧୯୩୯ର ତ୍ରିପୁରୀ କଂଗ୍ରେସ ଅଧିବେଶନରେ ନେତାଜୀ ଗାନ୍ଧିଜୀଙ୍କ ପ୍ରାର୍ଥୀ ବୋଲି କୁହାଯାଉଥିବା ପଟ୍ଟାଭି ସିତାରମାୟାଙ୍କୁ ହରାଇ କଂଗ୍ରେସର ୫୨ ତମ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସଂଖ୍ୟା ଗରିଷ୍ଠ ସଦସ୍ୟ ନେତାଜୀଙ୍କୁ ସମର୍ଥନ କରିଥିଲେ । କିନ୍ତୁ ଫଳାଫଳ ଆସିବା ପରେ ଗାନ୍ଧିଜୀ ପଟ୍ଟାଭିଙ୍କ ପରାଜୟ ମୋ ପରାଜୟ ବୋଲି କହିଥିଲେ । ଗାନ୍ଧିଜୀଙ୍କ ବକ୍ତବ୍ୟ ପରେ ନେତାଜୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କୁହାଯାଏ ଯେ, ନିର୍ବାଚନ ଜିତିବା ପରେ ବି ନେତାଜୀ ନିଜ ପସନ୍ଦର କାର୍ଯ୍ୟକାରୀଣି ତିଆରି କରିପାରିନଥିଲେ । ଏହି ଅଧିବେଶନ ପରେ ନେତାଜୀ କଂଗ୍ରେସଠାରୁ ଅଲଗା ହୋଇ ଅଲ ଇଣ୍ଡିଆ ଫରୱାର୍ଡ୍ ବ୍ଲକ୍ ନାମରେ ଗୋଟିଏ ନୂଆ ଦଳ ତିଆରି କରିଥିଲେ । ତା’ପରେ ସେ ଦେଶରୁ ପଳାୟନ କରି ଆଜାଦ ହିନ୍ଦ୍ ଫୌଜ୍ ଗଠନ କରିଥିଲେ ।

ଉପରାଷ୍ଟ୍ରପତି କୋଭିଡ ପଜିଟିଭ୍‌

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଲକ୍ଷଣ ଦେଖାଦେବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିଛି । ସେ ଆସନ୍ତା ଏକ ସପ୍ତାହ ଆଇସୋଲେସନରେ ରହିବେ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ତୁରନ୍ତ କୋଭିଡ ଟେଷ୍ଟ କରିବା ସହ କାରେଣ୍ଟାଇନରେ ରହିବାକୁ ଭେଙ୍କେୟା ପରାମର୍ଶ ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ଟ୍ୱିଟର ହାଣ୍ଡଲରୁ ଏ ସୂଚନା ମିଳିଛି ।

ଉପରାଷ୍ଟ୍ରପତି ହାଇଦ୍ରାବାଦ ଗସ୍ତରେ ଅଛନ୍ତି । ରବିବାର ସେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏ ଅବସରରେ ସେ କହିଥିଲେ ଯେ, ନେତାଜୀ ଦେଶମାତୃକା ପାଇଁ ଯେଉଁ ବଳିଦାନ ଦେଇଛନ୍ତି ତା’ର ପଟାନ୍ତର ନାହିଁ । ତାଙ୍କ ବୀରତ୍ୱ ଓ ତ୍ୟାଗ ପାଇଁ ସମଗ୍ର ଦେଶ ତାଙ୍କୁ ମନେ ରଖିଛି ଓ ରଖିବ । ପରାକ୍ରମ ଦିବସରେ ଦେଶବାସୀ ତାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଉପରାଷ୍ଟ୍ରପତି ଦ୍ୱିତୀୟ ଥର କୋଭିଡ ପଜିଟିଭ୍ ହୋଇଛନ୍ତି । ସେ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହୋଇପାରିବେନି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ଏ ସମୟରେ ୫୨୫ ଜଣଙ୍କର ମୃତ୍ୟୁ ହୋଇଛି ।

ନେତାଜୀଙ୍କ ଆହ୍ୱାନରେ ଆଜାଦ ହିନ୍ଦ୍ ଫୌଜରେ ସାମିଲ ହୋଇଥିଲେ, ଏବେ ଭଙ୍ଗା ଘରେ..

କୋଲକାତା : ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି । ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧିନତା ଦେବି,ନେତାଜୀଙ୍କ ଏହି ବାକ୍ୟ ଅନେକଙ୍କୁ ଦେଶର ସ୍ୱାଧିନତା ସଂଗ୍ରାମରେ ସାମିଲ ହେବାକୁ ପ୍ରେରିତ କରିଥିଲା । ସେହିଭଳି ଜଣେ ସୈନିକ ଥିଲେ କ୍ଷିତଜ୍ ଚନ୍ଦ୍ର । ପଶ୍ଚିମବଙ୍ଗର ଶ୍ରୀରାମପୁରର କ୍ଷୀତିଜ୍ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ଯୁଦ୍ଧ ଲଢିଥିଲେ । ବର୍ତ୍ତମାନ ବାଂଲାଦେଶର ଚଟ୍ଟଗ୍ରାମ ଜେଲରେ ସେ ୧୮ ମାସ ଜେଲରେ ଥିଲେ । ଜେଲରୁ ଫେରାର ହୋଇ ପୁଣିଥରେ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇଥିଲେ ।

କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି କ୍ଷିତିଜଙ୍କ ପରିବାରକୁ ଦେଶ ଭୁଲି ଯାଇଛି । ଏହି ସ୍ୱାଧିନତା ସଂଗ୍ରାମୀ ପରିବାର ଏବେ ଆର୍ଥିକ ଦୂରାବସ୍ଥାର ଶିକାର ହୋଇ ଭଙ୍ଗା ଘରେ ରହୁଛି । ବାଉଁଶ ଓ ଚାଳ ଛପର ଘରେ ରହୁଥିବା ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର ପକ୍କା ଘର ପାଇଁ ଅନେକ ଥର ସରକାରଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ଲାଭ ମିଳି ନାହିଁ ।

ରାଜ୍ୟ ସରକାରଙ୍କ ମାସିକ ୩ ହଜାର ଟଙ୍କାରେ ଚଳୁଛି ପରିବାର

କ୍ଷିତିଜଙ୍କର ଦୁଇ ପୁଅ ବର୍ତ୍ତମାନ ଜିବୀତ ଅଛନ୍ତି । ପରିବାର ମୁଣ୍ଡ ଉପରେ ଛାତ ନଥିବା ବେଳେ ରାଜ୍ୟସରକାର ଦେଉଥିବା ମାସିକ ୩ ହଜାର ଟଙ୍କାର ପେନସନ୍ ହିଁ ଭରସା । ଶ୍ରୀରମପୁରରେ ଥିବା କ୍ଷିତିଜଙ୍କ ଘରକୁ ୧୯୭୮ ମସିହାରେ ଚଟ୍ଟଗ୍ରାମ ଅସ୍ତ୍ରଗାର ଲୁଟର ନାୟକ ଗଣେଶ ଘୋଷ ମଧ୍ୟ ଆସିଥିଲେ । ଶ୍ରୀରାମପୁରର ମହେଶ କଲୋନିରେ ରହୁଥିବା କ୍ଷିତଜ୍ ନେତାଜୀଙ୍କ ସହିତ ଚଟ୍ଟଗ୍ରାମ ଜେଲରେ ୧୮ ମାସ ରହିଥିଲେ । ସେଠାରୁ ସେ ପରେ ଫେରାର ହୋଇଯାଇଥିଲେ ।  ୧୯୪୨ରୁ ୧୯୪୨ ପର୍ଯ୍ୟନ୍ତ ସେ ଜେଲରେ ଥିଲେ । ୧୯୪୬ ମସିହାରେ ଇଂରେଜ ସରକାର ତାଙ୍କୁ କୋଲକତାରେ ଗିରଫ କରି ଅଲ୍ଲିପୁର ସେଣ୍ଟ୍ରାଲ ଜେଲକୁ ପଠାଇ ଦେଇଥିଲେ ।

ସାହାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ
କ୍ଷିତିଜଙ୍କର ଦୁଇ ପୁଅ ଅଭିଜିତ୍ ଓ ଅପୂର୍ବ ମା’ ଝରଣାଙ୍କ ସହିତ ଏହି ଭଙ୍ଗାଘରେ ରହୁଛନ୍ତି । ଅଭିଜିତଙ୍କ ଅନୁସାରେ ତାଙ୍କ ପିତାଙ୍କ ଜନ୍ମ ୧୯୨୦ରେ ହୋଇଥିଲେ । ସେମାନେ ସାହାଯ୍ୟ ପାଇଁ ଅନେକ ଥର କେନ୍ଦ୍ର ସରକାରଙ୍କ ଅପିଲ କରିଥିଲେ ମଧ୍ୟ କୌଣସି ପ୍ରକାରର ସାହାଯ୍ୟ ମିଳିନାହିଁ ବୋଲି କୁହନ୍ତି ଅଭିଜିତ ।

ଯାଞ୍ଚବେଳେ କଟିଲା ୮ହଜାର ୬୪୮ ନାମାଙ୍କନପତ୍ର

ଭୁବନେଶ୍ୱର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥିପତ୍ର ଯାଞ୍ଚ । ଯାଞ୍ଚ ବେଳେ କଟିଛି ୮ହଜାର ୬୪୮ନାମାଙ୍କନପତ୍ର ।ଏନେଇ ଏବେ ୨ଲକ୍ଷ ୨୦ହଜାର ୪୧୪ପ୍ରାର୍ଥିପତ୍ର କାଏମ ରହିଛି । ସରପଞ୍ଚ ପଦ ପାଇଁ ୩୨ହଜାର ୮୬୦ପ୍ରାର୍ଥିପତ୍ର କାଏମ ରହିଛି । ସେହିଭଳି ପଞ୍ଚାୟତ ସମିତି ପାଇଁ ୨୭ହଜାର ୩୪ପ୍ରାର୍ଥିପତ୍ର ଓ ଓ୍ୱାର୍ଡ ସଭ୍ୟ ପାଇଁ ୧ଲକ୍ଷ ୫୬ହଜାର ୭୫୩ପ୍ରାର୍ଥିପତ୍ର କାଏମ ରହିଛି ।

ସେପଟେ ଜିଲ୍ଲା ପରିଷଦ ପାଇଁ ୩ହଜାର ୭୬୭ଜିଲ୍ଲା ପରିଷଦ ନାମାଙ୍କନ କାଏମ ରହିଛି । ତେବେ ମୋଟ୍ 2 ଲକ୍ଷ ୨୯ ହଜାର ୬୨ଟି ପ୍ରାଥୀପତ୍ର ଦାଖଲ ହୋଇଥିଲା । ଏଥିରେ ଏକ ଳକ୍ଷ ୬୨ ହଜାର ୨୯୭ଟି ଓ୍ବାଡମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ସେହିଭଳି ସରପଞ୍ଚ ପାଇଁ ୩୪ ହଜାର ୬୧୩, ସମିତିସଭ୍ୟ ପାଇଁ ୨୮ ହଜାର ୧୫୩ ଓ ଜିଲ୍ଲାପରିଷଦ ପାଇଁ ୩ ହଜାର ୯୯୯ ଜଣଙ୍କ ମୋଟ୍ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା ।

ରାଜପଥରେ ନୌସେନା ବ୍ୟାଣ୍ଡ ବଜାଇଲା ‘ମୋନିକା ଓ ମାଇ ଡାର୍ଲିଂ’, ବିରୋଧୀ ଖପ୍ପା କିନ୍ତୁ ରବିନା ଖୁସ୍

ନୂଆଦିଲ୍ଲୀ : ରାଜପଥରେ ଗଣତନ୍ତ୍ର ଦିବସ ପ୍ୟାରେଡ୍ ରିହରସେଲ୍ ଚାଲିଛି । ତିନି ସେନାର ବ୍ୟାଣ୍ଡ୍ ଅନ୍ତିମ ପ୍ରଦର୍ଶନ ପାଇଁ ପ୍ରତିଦିନ ପ୍ରାକ୍ଟିସ କରୁଛନ୍ତି । ଏହାମଧ୍ୟରେ ନୌସେନା ବ୍ୟାଣ୍ଡ୍ ବଲିଉଡ୍ ଧୁନ୍ ବଜାଇଲା ତ’ ସୈନିକ ଏହି ଧୁନ୍ ଉପରେ ନାଚିବା ଆରମ୍ଭ କରିଥିଲେ । ଭିଡିଓକୁ ମାଇଗଭ୍ ଇଣ୍ଡିଆ ଆପରେ ଆଧିକାରିକ ଭାବେ ସେୟାର କରାଯାଇଥିଲା । ନୌସେନା ବ୍ୟାଣ୍ଡ୍ ୧୯୭୦ ଦଶକର ଲୋକପ୍ରିୟ ଗୀତ ମୋନିକା ଓ ମାଇଁ ଡାର୍ଲିଂର ଧୁନ୍ ବଜାଇଥିଲା । ତେବେ ଭିଡିଓ ସେୟାର ହେବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିବାରେ ଲାଗିଛି । ବିରୋଧୀଙ୍କୁ ନୌସେନା ବ୍ୟାଣ୍ଡର ମୋନିକା ମାଇଁ ଡାର୍ଲିଂ ଭର୍ସନ ପସନ୍ଦ ଆସିନଥିବା ବେଳେ ସମର୍ଥକ କହୁଛନ୍ତି ସୈନିକଙ୍କର ମଧ୍ୟ ଜୀବନକୁ ଉପଭୋଗ କରିବାର ଅଧିକାର ଅଛି । ତେଣୁ ଏହାକୁ ନେଇ ଏତେ ରାଜନୀତିର ଆବଶ୍ୟକତା ନାହିଁ । ନୌସେନା ବ୍ୟାଣ୍ଡ ସମର୍ଥନରେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ ଥିବା ବେଳେ ବିରୋଧରେ ଅଛନ୍ତି ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ର ।

ମାଇଗଭ୍ ଇଣ୍ଡିଆ ଆପରେ ଏହି ଭିଡିଓକୁ ସେୟାର କରି ଲେଖାଯାଇଥିଲା ଯେ,ଏହି ଭିଡିଓ ନିଶ୍ଚୟ ଆପଣଙ୍କୁ ରୋମାଂଚିତ କରିବ । ୭୩ ତମ ସାଧାରଣତନ୍ତ୍ର ଦିବସ ପାଇଁ ନିଜ ଇ-ଆସନକୁ ସୁରକ୍ଷିତ କରନ୍ତି । ତେବେ ଆମ୍ ଆଦାମୀ ପାର୍ଟି,ତୃଣମୂଳ କଂଗ୍ରେସକୁ ଏହି ଭିଡିଓ ପସନ୍ଦ ଆସିନାହିଁ । ତୃଣମୂଳର ମହୁଆ ମୋଇତ୍ରା ଟ୍ୱିଟ୍ କରିଛନ୍ତି ଯେ ,ଏହି ଭିଡିଓ ଦେଖି ରୋମାଂଚିତ ହେଉନାହିଁ ଓଲଟା ବାନ୍ତି ଆସୁଛି । ସମ୍ମାନ ଚୁଲିକୁ ଯାଉ,ସେନାର ବୁଦ୍ଧି ଉପରେ ମୋଦି-ଶାହା କବଜା କରିଛନ୍ତି ।

ଆମ୍ ଆଦମୀ ପାର୍ଟିର ସୋସିଆଲ ମିଡିଆ ସହିତ ଜଡିତ କପିଲ ଟ୍ପିଟ୍ କରିଛନ୍ତି ଯେ, ସିନେମା ହଲରେ ଜାତୀୟ ସଂଗୀତ,ଗଣତନ୍ତ୍ର ଦିବସ ପ୍ୟାରେଡରେ ମୋନିକା ଓ ମାଇ ଡାର୍ଲିଂ..ଦେଶରେ ତମସାକରଣର ଦୈନିକ ଫାର୍ସ ଚାଲିଛି ।

ତେବେ ଏହି ଭିଡିଓକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସୁଛି ।
ଭିଡିଓକୁ ସମର୍ଥନ କରୁଥିବା ବ୍ୟକ୍ତି କହୁଛନ୍ତି ଯେ, ସୈନିକଙ୍କର ମଧ୍ୟ ରିଲାକ୍ସ କରିବାର ଅଧିକାର ରହିଛି । ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ, ୭୦ ଦଶକର ଏହ ଗୀତକୁ ବ୍ୟାଣ୍ଡ୍ ବଜାଉଥିବା ଦେଖି ଖୁସି ଲାଗିଲା । ସେମାନଙ୍କୁ ଏହା କରିବାକୁ ଦିଅ,ସେମାନେ ମଧ୍ୟ ମଣିଷ ।ନିନ୍ଦୁକ ମାନେ ଦଉଡି ଦିଅନ୍ତୁ । ଆମ ପିଲା ମଧ୍ୟ ବେଳେ ବେଳେ ରିଲାକ୍ସ କରିବାର ଆବଶ୍ୟକତା ରହିଛି ।

ଏହା ଭିତରେ ଏମିତି କିଛି ବ୍ୟକ୍ତି ମଧ୍ୟ ଟ୍ୱିଟ୍ କରିଛନ୍ତି ଯେଉଁମାନଙ୍କ ନାମ ମୋନିକା । ଜଣେ ମୋନିକା ଟ୍ୱିଟ୍ କରିଛନ୍ତି ଯେ, ଜଣେ ଗର୍ବିତ ମୋନିକା ଭାବେ ମୁଁ ଏହି ସମ୍ମାନକୁ ଗ୍ରହଣ କରୁଛି ।

୧୯୭୧ରେ ଆସିଥିଲା ମୋନିକା ମାଇ ଡାର୍ଲିଂ
୧୯୭୧ ମସିହାରେ ସଂଗୀତ ନିର୍ଦ୍ଦେଶକ ଏସଡି ବର୍ମନଙ୍କ ନିର୍ଦ୍ଦେଶନାରେ ଏହି ଗୀତ ଆସିଥିଲା । ପ୍ରଖ୍ୟାତ ଅଭିନେତ୍ରୀ ତଥା ସଲମାନ ଖାନଙ୍କ ସାବତ ମା’ ହେଲେନ୍ ଏହି ଗୀତରେ ନୃତ୍ୟ କରଥିଲେ ।

ହରିୟାଣାରେ ଲୁଟ, ଓଡିଶାରେ ତୁମୁଳକାଣ୍ଡ

ବାଲେଶ୍ୱର: ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ । ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁ ମୁହିଁ ସ୍ଥିତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ପରିସରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ 2021 ମସିହାରେ ଷଠି ଅଞ୍ଚଳର ଲିପୁ ରାଉତ ହରିଆଣାର ଏକ ଘରୋଇ କମ୍ପାନୀରୁ 70 ରୁ 80 ଲକ୍ଷ ଟଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା ।

ସେହି ଘଟଣାରେ ହରିୟାଣା ପୋଲିସ ତଦନ୍ତ ଚଳାଇଥି୍ବାବେଳେ ଆଜି ବାଲେଶ୍ୱରର ଉକ୍ତ ଗାଁରେ ପହଞ୍ଚିଥିଲା  । ଅଭିଯୁକ୍ତ ଲିପୁକୁ ଥାନାକୁ ଉଠାଇ ଆଣିଥିଲା ପୋଲିସ  । ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ହାତାହାତି ହୋଇଛନ୍ତି ଗ୍ରାମବାସୀ ଓ ହରିଆଣା ପୋଲିସ । ହରିଆଣା ପୋଲିସ ମଧ୍ୟ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ସେପଟେ ସଦର ଏସଡିପିଓ ଥାନାରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ରହିଛି ।

ସମାଜବାଦୀ ପାର୍ଟିରେ ଦେଶର ସବୁଠାରୁ ଉଚ୍ଚତମ ବ୍ୟକ୍ତି

ଲକ୍ଷ୍ନୌ: ସମାଜବାଦୀ ପାର୍ଟିରେ ମିଶିଲେ ଦେଶର ସବୁଠାରୁ ଉଚ୍ଚତମ ବ୍ୟକ୍ତି । ଉତ୍ତରପ୍ରଦେଶ ପ୍ରତାପଗଡ଼ର ଧର୍ମେନ୍ଦ୍ର ପ୍ରତାପ ସିଂ ସପାରେ ଯୋଗଦାନ କରିଛନ୍ତି  । ଧର୍ମେନ୍ଦ୍ରଙ୍କ ଉଚ୍ଚତାକୁ ନେଇ ସେ ସର୍ବଦା ପରିଚିତ  । ଏବେ ରାଜନୀତିରେ ଯୋଗଦେବା ଖବର ଆହୁରି  ଚର୍ଚ୍ଚା ପାଲଟିଛି । ତାଙ୍କ ଉଚ୍ଚତା  ୮ ଫୁଟ ୧ ଇଞ୍ଚ ।

ବିଶ୍ୱର ସବୁଠାରୁ ଲମ୍ବା ବା ଡେଙ୍ଗା ବ୍ୟକ୍ତିଙ୍କଠାରୁ ସେ ୧୧ ସେଣ୍ଟିମିଟର କମ୍ । ଦଳରେ ତାଙ୍କ ମିଶ୍ରଣ ନେଇ ସୂଚନା ଦେଇଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ନରେଶ ଉତ୍ତମ ପଟେଲ । ଚଳିତ ବିଧାନସଭା ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଚାର ଅଭିଯାନରେ ସାମିଲ ହେବେ ବୋଲି ସେ ସୂଚନା ଦେଇଛନ୍ତି ।

ସେପଟେ ଧର୍ମେନ୍ଦ୍ର କହିଛନ୍ତି- ତାଙ୍କ ଉଚ୍ଚତା ଯୋଗୁ ସେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସମାଜବାଦୀ ପାର୍ଟିରେ ସାମିଲ ହୋଇ ସେ ଗର୍ବିତ । ତାଙ୍କ ସହ ଲୋକେ ଫଟୋ ଉଠାଉଥିବାବେଳେ ସେ ନିଜକୁ ସେଲିବ୍ରିଟି ବୋଲି ଭାବନ୍ତି । ତେଣୁ ସପାରେ ତାଙ୍କ ଯୋଗଦାନ ଭୋଟ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି  ।

୯ ବର୍ଷ ପରେ ଆଇପିଏଲକୁ ଫେରିବେ ଶ୍ରୀସନ୍ଥ!

ନୂଆଦିଲ୍ଲୀ: ଆଇପିଏଲ ସିଜିନ-୧୫ ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ସାରା ବିଶ୍ୱର ଖେଳାଳିମାନେ ଆଇପିଏଲ ଖେଳିବା ପାଇଁ ବେଶ୍ ଆଗ୍ରହୀ । ଏହା ପଛର କାରଣ ହେଉଛି ଏହି ଲିଗରେ ଖେଳାଳିମାନଙ୍କୁ ବହୁ ପରିମାଣର ଅର୍ଥ ଓ ଖ୍ୟାତି ମିଳିଥାଏ । ଏଥିସହ ଏହି ଲିଗରେ ଭଲ ପ୍ରଦର୍ଶନ କରିବା ଫଳରେ ସେ ତାଙ୍କ ଜାତୀୟ ଦଳରେ ମଧ୍ୟ ଖେଳିବାକୁ ସୁଯୋଗ ପାଇଥାନ୍ତି । ଚଳିତ ଆଇପିଏଲ ମେଗା ନିଲାମ ପାଇଁ ସାରା ବିଶ୍ୱର ୧୨ ଶହରୁ ଅଧିକ ଖେଳାଳି ନିଜ ନାମ ପଞ୍ଜିକରଣ କରିଛନ୍ତି । ନିଲାମୀ ପ୍ରକ୍ରିୟାରେ ୧୨ ଶହ ଖେଳାଳିରୁ କେବଳ ୨୫୦ ଖେଳାଳି ହିଁ ସାମିଲ ହୋଇପାରିବେ । ତେବେ ଚଳିତ ଆଇପିଏଲରେ ଟି-୨୦ କ୍ରିକେଟର ବସ୍ କ୍ରିସ୍ ଗେଲ, ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ ଓ ମିଚେଲ ଷ୍ଟାର୍କଙ୍କ ଭଳି ଖେଳାଳିଙ୍କ ଜଲଓ୍ୱା ଚଳିତ ଆଇପିଏଲରେ ଦେଖିବାକୁ ମିଳିବନି । ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ପୁଣି ଥରେ ନିଜର ଜଲଓ୍ୱା ଦେଖାଇ ପାରନ୍ତି ଦ୍ରୁତ ବୋଲର ଏସ ଶ୍ରୀସନ୍ଥ ।

ଚଳିତ ଆଇପିଏଲରେ ନଜର ଆସିପାରନ୍ତି ଶ୍ରୀସନ୍ଥ । ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗରେ ଦେଖିବାକୁ ମିଳିପାରେ ଶ୍ରୀସନ୍ଥଙ୍କ ଜଲଓ୍ୱା । ୮ ବର୍ଷ ପରେ ପୁଣି ଥରେ ଆଇପିଏଲକୁ କମ୍ ବ୍ୟାକ କରିବା ଲକ୍ଷ୍ୟରେ ଶ୍ରୀସନ୍ଥ । ଆଇପିଏଲ ସିଜିନ-୧୫ ପୂର୍ବରୁ ହେବାକୁ ଥିବା ମେଗା ନିଲାମରେ ଶ୍ରୀସନ୍ଥ ତାଙ୍କ ନାମ ଦେଇଛନ୍ତି । ଶେଷ ଥର ପାଇଁ ସେ ୨୦୧୩ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିଥିଲେ । ESPN Cricinfoର ରିପୋର୍ଟ ଅନୁସାରେ ଆଇପିଏଲ୍ ୨୦୨୨ ନିଲାମ ପାଇଁ ଶ୍ରୀସନ୍ଥ ତାଙ୍କ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଛନ୍ତି । ଗତଥର ନିଲାମରେ ଶ୍ରୀସନ୍ଥ ତାଙ୍କ ମୂଲ୍ୟ ୭୫ ଲକ୍ଷ ରଖିଥିଲେ । ଯାହା ଫଳରେ ତାଙ୍କୁ କୌଣସି ଦଳ କିଣିନଥିଲେ । ତେଣୁ ଚଳିତ ମେଗା ନିଲାମରେ ସେ ତାଙ୍କ ମୂଲ୍ୟ କମ୍ କରିଛନ୍ତି ।

ଆଇପିଏଲ୍ ୨୦୧୩ରେ ଶ୍ରୀସନ୍ଥଙ୍କୁ ସ୍ପଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଯାହା ପରେ ତାଙ୍କୁ କ୍ରିକେଟରୁ ଆଜୀବନ ବ୍ୟାନ କରାଯାଇଥିଲା । ତେବେ ଏହି ମାମଲାରେ କେରଳ ହାଇକୋର୍ଟ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଯାହା ଫଳରେ ୭ ବର୍ଷର କ୍ରିକେଟରୁ ଦୂରରେ ରହିବା ପରେ ସେ ୨୦୨୦ରେ ଘରୋଇ କ୍ରିକେଟକୁ ଫେରିଥିଲେ । ଆଗାମୀ ରଣଜୀ ଟ୍ରଫି ପାଇଁ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କୁ ୨୪ ଜଣିଆ କେରଳ ଦଳରେ ସାମିଲ କରାଯାଇଥିଲା ।