spot_img
Home Blog Page 4655

ଇତିହାସର ସେହି ଘଟଣା, ଜାଣନ୍ତୁ କାହିଁକି ସୁଭାଷଙ୍କ ଆଗରେ ଗାନ୍ଧିଜୀ ହାର ମାନିଥିଲେ

ଭୁବନେଶ୍ୱର: ନେତାଜୀ ନାଁ ଯେମିତି, ବୁଦ୍ଧିରେ ସେମିତି ବିଚକ୍ଷଣ । ପରାଧୀନ ଭାରତରେ ଇଂରେଜକୁ ତାରି ଭାଷାରେ ମୁହଁତୋଡ଼ ଜବାବ ଦେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଭାରତ ସ୍ୱାଧୀନତା ପାଇବାରେ ନେତାଜୀଙ୍କ ଅନେକ ଯୋଗଦାନ ରହିଛି । ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀରେ ସାରା ଦେଶ ତାଙ୍କୁ ମନେ ପକାଉଛି ।

Moment Of History When Gandhiji Accepted His Defeat By Subhash Chandra Bose

୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ସୁଭାଷ ଚନ୍ଦ୍ର ବୋଷ । ପରାଧୀନ ଭାରତରେ ବଢ଼ିଥିବା ନେତାଜୀ ଦେଖିଥିଲେ ସ୍ୱାଧୀନତାର ସ୍ୱପ୍ନ । ୧୯୨୧ ମସିହା ଜୁଲାଇ ୨୦ରେ ନେତାଜୀ ପ୍ରଥମଥର ପାଇଁ ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ । ଆଉ ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ସୁଭାଷ ଭାରତୀୟ ସ୍ୱାଧୀନତା ଲାଗି କାମ କରିଥିଲେ । ସ୍ୱାଧୀନତା ପାଇଁ ସଂଗ୍ରାମ ସହିତ ସମାଜ ସେବା କ୍ଷେତ୍ରରେ ସକ୍ରିୟ ରହିଥିଲେ ନେତାଜୀ ।

Moment Of History When Gandhiji Accepted His Defeat By Subhash Chandra Bose

୧୯୩୭ରେ କଂଗ୍ରେସ ସରକାର ଗଢ଼ିବା ସହ ନେତାଜୀ ଚର୍ଚ୍ଚାକୁ ଆସିଥିଲେ । ଆଉ ବର୍ଷକ ମଧ୍ୟରେ ୧୯୩୮ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । କଂଗ୍ରେସର କମାଣ ସମ୍ଭାଳିବା ସହ ବାମଦଳକୁ କରାୟତ କରିଥିଲେ । ପୁଣି ୧୯୩୯ରେ ନେତାଜୀ କଂଗ୍ରେସର ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ହୋଇଥିଲେ । ଆଉ କହିଥିଲେ ମୁଁ ନୂଆ ଚିନ୍ତାଧାରା ଆଣିବି । ଯାହାକୁ ନେଇ ଅସହମତ ଥିଲେ ସର୍ଦ୍ଦାର ପଟେଲ, କୃପଲାନୀ, ରାଜେନ୍ଦ୍ର ପ୍ରସାଦ । ସେମାନଙ୍କ ମତ ଥିଲା ଏହା ଅଧ୍ୟକ୍ଷଙ୍କ କାମ ନୁହେଁ ।

Moment Of History When Gandhiji Accepted His Defeat By Subhash Chandra Bose

ଆଉ ଉକ୍ତ ନିର୍ବାଚନରେ ଗାନ୍ଧିଜୀଙ୍କ ଉପଦେଶ କ୍ରମେ ପଟ୍ଟାଭି ସୀତାରମୈୟାଙ୍କୁ ପ୍ରାର୍ଥୀ କରାଯାଇଥିଲା । ପୂର୍ବରୁ ଲୋକପ୍ରିୟତା ସାଉଣ୍ଟି ସାରିଥିବା ସୁଭାଷ ନିର୍ବାଚନ ଜିତିଥିଲେ । ଆଉ ସୀତାରମୈୟାଙ୍କ ହାରିବାକୁ ନେଇ ଗାନ୍ଧିଜୀ କହିଥିଲେ ଏହା ମୋର ପରାଜୟ । ଏହା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରିସ୍ଥିତିକୁ ଦେଖି ବ୍ରିଟିଶ ଉପରେ ଚାପ ପକାଇବା ଲାଗି ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଥିଲେ । ତେବେ ସୁଭାଷଙ୍କ ଏହି ପଦକ୍ଷେପକୁ ନେଇ ସହମତି ହୋଇପାରି ନଥିଲା । ଶେଷରେ କଂଗ୍ରେସ ଛାଡ଼ି ‘ଫରୱାର୍ଡ ବ୍ଲାକ’ ନାମରେ ନିଜର ଦଳ ଗଠନ କରିଥିଲେ ସୁଭାଷ ।

Moment Of History When Gandhiji Accepted His Defeat By Subhash Chandra Bose

ଏହାପରେ ଆଉ ପଛକୁ ଫେରି ନଥିଲେ ସୁଭାଷ ଚନ୍ଦ୍ର ବୋଷ । ୧୯୪୨ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଜାଦ୍ ହିନ୍ଦ ଫୌଜ ଜାପାନରେ ଗଠନ କରିଥିଲେ । ଆଉ ଆଜାଦ୍ ହିନ୍ଦ ଫୌଜରେ ପ୍ରାୟ ୮୫ ହଜାର ସୈନିକ ଥିଲେ । ଆଉ ଏହି ସେନାରେ ଜାପାନରେ ବନ୍ଦୀ ଥିବା ଭାରତୀୟ, ବର୍ମା ଓ ମଲାୟାରେ ଥିବା ଭାରତୀୟ ସ୍ୱୟଂସେବକଙ୍କ ସମେତ ଭାରତ ବାହାରେ ରହୁଥିବା ଲୋକ ଯୋଗ ଦେଇଥିଲେ ।

ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୫୨୫ ମୃତ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୩୩ ହଜାର ୫୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୪ ହଜାର ୧୭୧ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୭.୭୮ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୫୨୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ।

ଦେଶରେ ଶନିବାର ୩ ଲକ୍ଷ ୩୭ ହଜାର ୭୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୧ ଲକ୍ଷ ୮୭ ହଜାର ୨୦୫ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୬୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮ ହଜାର ୫୨୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୫୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୯୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୭୯ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ୦ ରୁ ୧୮ ବର୍ଷ ମଧ୍ୟରେ ୯୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୩୪୪ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨ ହଜାର ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୪୨, ବାଲେଶ୍ୱରରୁ ୩୪୬, ବରଗଡ଼ରୁ ୧୪୧, ଭଦ୍ରକରୁ ୧୧୨, ବଲାଙ୍ଗୀରରୁ ୨୧୭, ବୌଦ୍ଧରୁ ୮୬, କଟକରୁ ୭୮୯, ଦେଓଗଡ଼ରୁ ୭୫, ଢେଙ୍କାନାଳରୁ ୯୦, ଗଜପତିରୁ ୯୮, ଗଞ୍ଜାମରୁ ୮୮, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୫୩, ଝାରସୁଗୁଡ଼ାରୁ ୧୧୮, କଳାହାଣ୍ଡିରୁ ୨୨୬, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୩୪, କେନ୍ଦୁଝରରୁ ୧୨୬, କୋରାପୁଟରୁ ୧୫୭, ମାଲକାନଗିରିରୁ ୫୮, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୧୯୨, ନୟାଗଡ଼ରୁ ୨୧୬, ନୂଆପଡ଼ାରୁ ୧୯୯, ପୁରୀରୁ ୧୪୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୨୭, ସୋନପୁରରୁ ୮୯, ସୁନ୍ଦରଗଡ଼ରୁ୯୩୨ ଓ ଷ୍ଟେଟ ପୁଲରୁ ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଆଜି ଶେଷ ଦିନିକିଆ, କ୍ଲିନ୍ ସୁଇପ ଏଡାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କେପଟାଉନ: ଟେଷ୍ଟ ସିରିଜ ବି ଗଲା, ଦିନିକିଆ ସିରିଜ୍ ବି ଗଲା । ଆଜି ସମ୍ମାନ ରଖିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ  । ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଆଜି ତୃତୀୟ ତଥା ଶେଷ ମ୍ୟାଚ୍  । ଭାରତୀୟ ସମୟ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ । ସମ୍ମାନ ରଖିବାକୁ ରାହୁଲଙ୍କୁ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜୟ ବରଣ କରି ଭାରତ ଦିନିକିଆ ସିରିଜକୁ ହାତଛଡ଼ା କରିସାରିଛି ।

ଦିନିକିଆ ସିରିଜର ଦୁଇଟି ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି ସିରିଜ ହାତଛଡ଼ା କରିଥିଲା ଟିମ୍ ଇଣ୍ଡିଆ । ଖାସ କରି ଭାରତ ଲଗାତର ଦୁଇଟି ମ୍ୟାଚରେ ଭାରତ ପକ୍ଷରୁ ନୈରାଶଜନକ ପ୍ରର୍ଦଶନ କରିଥିଲା । ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତୀୟ ବୋଲର ମାତ୍ର ୭ଟି ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ତେଣୁ ଶେଷ ମ୍ୟାଚରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ । ଅନ୍ୟପଟେ ଟେଷ୍ଟ ସିରିଜକୁ ହାତେଇବା ପରେ ଦିନିକିଆ ସିରିଜ୍ ଜିତି ଦୃଢ ସ୍ଥିତିରେ ଅଛି ଦକ୍ଷିଣ ଆଫ୍ରିକା । ଲଗାତାର ଦୁଇଟି ମ୍ୟାଚ୍ ଜିତି ଖେଳାଳିଙ୍କ ମନୋବଳ ମଧ୍ୟ ଦୃଢ ଅଛି । ତେଣୁ ଶେଷ ମ୍ୟାଚରେ ବିଜୟ ଲାଭ କରି ଦିନିକିଆ ସିରିଜକୁ କ୍ଲିନ୍ ସୁଇପ କରିବା ଲକ୍ଷ୍ୟରେ ରହିଛି ଦକ୍ଷିଣ ଆଫ୍ରିକା ।

ଆଇପିଏଲ ମେଗା ନିଲାମୀରେ ଓଡ଼ିଶାରୁ ୫ ଖେଳାଳି

କଟକ: ଆଇପିଏଲ ସିଜିନ-୧୫ ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ୧୦ଟି ଟିମକୁ ନେଇ ଖେଳାଯିବ ଚଳିତ ଆଇପିଏଲ । ଆଇପିଏଲ ସିଜିନ-୧୫ ପାଇଁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ ମେଗା ଅକ୍ସନ । ମେଗା ନିଲାମ ପାଇଁ ବିସିସିଆଇ ୧୨୧୪ ଜଣିଆ ତାଲିକା ଜାରି କରିଛି । ଏହି ୧୨୧୪ ଜଣ ଖେଳାଳିଙ୍କ ମଧ୍ୟରୁ ଓଡ଼ିଶାରୁ ଅଛନ୍ତି ୫ ଜଣ । ସେମାନେ ହେଉଛନ୍ତି ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଏବଂ ରାଜେଶ ମହାନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟି -20 ଟୁର୍ଣ୍ଣାମେଣ୍ଟ ଏବଂ ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ ପାଇଁ ଏହି ଖେଳାଳି ଆଇପିଏଲ ନିଲାମୀରେ ସାମିଲ ହୋଇଥିବା ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କହୁଯାଇଛି । ନିଲାମ ପାଇଁ ସାମିଲ ହୋଇଥିବା ଏହି ପାଞ୍ଚ ଖେଳାଳିଙ୍କ ମଧ୍ୟରୁ ଅଭିଷେକ ରାଉତ ପୂର୍ବରୁ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ସାରିଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲର ମେଗା ନିଲାମରେ ଓଡ଼ିଆ ଖେଳାଳିଙ୍କୁ ନିଶ୍ଚିତ ଭାବରେ ଫ୍ରାଞ୍ଚାଇଜ କିଣିବେ ବୋଲି ଆଶାବ୍ୟକ୍ତ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ ।

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ପଶ୍ଚିମାଝଡ଼ ପ୍ରଭାବରେ ଘଡ଼ଘଡ଼ି ବିଜୁଳି ସହିତ ବିଭିନ୍ନ ଜିଲ୍ଲାରେ ବର୍ଷା ପାଇଁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଉତ୍ତର ଉପକୂଳ ଓଡିଶାର ୨ ଜିଲ୍ଲା କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ଆଜି ସକାଳ ସାଢେ ୮ଟା ସୁଦ୍ଧା ନୂଆପଡା , ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ବିଜୁଳି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ପାଗ ଜାରି ରହିବ । ବାୟୁମଣ୍ଡଳର ସ୍ଥିରତା ଏବଂ ଜଳୀୟ ବାଷ୍ପର ଉପସ୍ଥିତି ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ୨୭ ତାରିଖ ପର୍ଯ୍ୟନ୍ତ ଓଡିଶା ଉପରେ କୌଣସି ପାଣିପାଗର ସିଷ୍ଟମ ନଥିବାରୁ ସବର୍ବମିନ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ଘରେ ପଶିବାରୁ କୁକୁରକୁ ଜୀବନ୍ତ ଜାଳିଦେଲେ ମହିଳା, ପ୍ରଶ୍ନ କରିବାରୁ ଦେଖାଉଛନ୍ତି ନାଲି ଆଖି

ଭୁବନେଶ୍ୱର: ମଣିଷର ସବୁଠୁ ବିଶ୍ୱସ୍ତ ପଶୁ କହିଲେ କୁକୁରକୁ ବୁଝାଏ । ଅନେକ ସମୟରେ କୁକୁର ମଣିଷ ପାଇଁ ନିଜ ଜୀବନକୁ ବାଜି ଲଗାଇବାର ନଜିର୍ ବି ରହିଛି । ହେଲେ ଶ୍ୱାନ ଆଗରେ ମରୁଛି ମାନବିକତା । ଗୋଟିଏ ସପ୍ତାହ ମଧ୍ୟରେ ରାଜଧାନୀରେ କୁକୁରକୁ ହତ୍ୟା ଭଳି ଦୁଇ ଦୁଇଟି ମାମଲା ଆସିଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ପୁରୁଣା ଷ୍ଟେସନ ଅଞ୍ଚଳରେ ଏକ କୁକୁରକୁ ଜିଅନ୍ତା ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି ।

Woman Burn Dog Alive In Bhubaneswar

ପୁରୁଣା ଷ୍ଟେସନ ଅଞ୍ଚଳର ପଟ୍ଟନାୟକ ପେଟ୍ରୋଲ ପମ୍ପ ସାମ୍ନାରେ ଏହି ଘଟଣା ଘଟିଛି । ଅର୍ଚ୍ଚନା ମିଶ୍ର ନାମକ ମହିଳା ଜଣଙ୍କ ଏକ କୁକୁରକୁ ମାଡ଼ ମାରି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ କୁକୁରକୁ ମାଡ଼ ମାରିବା ଓ ନିଆଁ ଲଗାଇବା ଭିଡିଓ ରେକର୍ଡ କରିଛନ୍ତି ସ୍ଥାନୀୟ ଲୋକ । ଖବର ପାଇ ସେବା ହିଁ ସଂକଳ୍ପ ସଂସ୍ଥାର ସଦସ୍ୟ ପହଞ୍ଚି କୁକୁରର ମୃତଦେହ ଉଦ୍ଧାର କରିବା ସହ ମହିଳାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତେଲା ଦେଇଛି ।

Woman Burn Dog Alive In Bhubaneswar

ଗତ ବୁଧବାର ମଧ୍ୟ ରାଜଧାନୀରେ ବୁଲା କୁକୁରଙ୍କ ଉପରେ ଆକ୍ରମଣ ହୋଇଥିଲା । ଖଣ୍ଡଗିରି ଥାନା ଜାଗମରା ଥାନା ଅଞ୍ଚଳରେ ୨ଟି କୁକୁରକୁ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ କୁକୁର ଗୁରୁତର ହୋଇ ପଡ଼ିଥିଲା । ତାର ଚିକିତ୍ସା କରାଯାଉଛି । କୁକୁର କୁକୁଡ଼ା ମାରିଦେବାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଏନେଇ ଖଣ୍ଡଗିରି ଥାନାରେ ସ୍ପିକ ଫର ଆନିମଲ ପକ୍ଷରୁ ଅଭିଯୋଗ ମଧ୍ୟ ହୋଇଛି ।

ଭୋରରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩୦ଟି ପରିବା ଦୋକାନ

ଜୟପୁର: ଜୟପୁର ଦୈନିକ ପରିବା ବଜାରରେ ନିଆଁ । ଆଜି ଭୋରରୁ ପରିବା ବଜାରରେ ନିଆଁ ଲାଗି ଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ପ୍ରାୟ ୩୦ଟି ପରିବା ଷ୍ଟଲ ଜଳି ଯାଇଛି । ଲକ୍ଷାଧିକ ଟଙ୍କାର ପରିବାପତ୍ର ନଷ୍ଟ ହୋଇଯାଇଛି ।

Fire Broke Outs In Jeypore Daily Vegetable Market

ଭୋରରୁ କିଛି ବ୍ୟବସାୟୀ ପରିବା ମାର୍କେଟ୍ ଆସିଥିବା ବେଳେ ନିଆଁ ଲାଗିଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ପରିବା ପାଉଁଶ ହୋଇଯାଇଛି ।

ପ୍ରାର୍ଥିପତ୍ର ନାକଚ ପରେ ଉତ୍ତେଜନା, ବ୍ଲକ ପରିସରରେ ଫୋର୍ସ ମୁତୟନ

କୋଣାର୍କ: ଅଶାନ୍ତ କୋଣାର୍କ । ଅସ୍ତରଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷା ଶଶ୍ମିତା ଛାଟୋଇଙ୍କ ପ୍ରାର୍ଥିପତ୍ର ନାକଚ କରେ ବ୍ଲକ ପରିସରରେ ଉତ୍ତେଜନା । ଶତାଧିକ ଉତ୍ତ୍ୟକ୍ତ ସମର୍ଥନଙ୍କ ବ୍ଲକ ପରିସରରେ ହୋହାଲ୍ଲା । ପରିସ୍ଥିତିକୁ ଦେଖି ଏକ ପ୍ଲାଟୁନ ଫୋର୍ସ ମୁତୟନ ।

ସରିପୁର ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀ ଭାବେ ଶଶ୍ମିତା ନାମାଙ୍କନପତ୍ର ଦାଖଲ କରିଥିଲେ । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସରିଥିବା ବେଳେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ଘୋଷଣା କରାଯାଇନାହିଁ । ନିମାପଡା ଏସଡିପିଓ ବ୍ଲକରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।

ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁରଠାରେ ମହାନଦୀ ବ୍ରିଜରେ ଦୁର୍ଘଟଣାରେ ପ୍ରଣ ହରାଇଥିବା ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଆଜି ସକାଳୁ ସକାଳୁ ମହାନଦୀ ବିଜ୍ରରେ ଦୁର୍ଘଟଣା ଘଟି ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ।