spot_img
Home Blog Page 4666

ଭାରତୀୟ ଯୁବକଙ୍କୁ ଉଠାଇ ନେଲେ ଚୀନ ଯବାନ

ନୂଆଦିଲ୍ଲୀ: ଏଲଏସିରେ ଚୀନ ଗତ ୨୦୨୦ ମସିହାରୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରଠାରୁ ବିବାଦ ଥମିବାର ନାଁ ନେଉନାହିଁ । ଭାରତୀୟ ଯବାନଙ୍କଠାରୁ ମୁହଁତୋଡ ଜବାବ ପାଇବା ପରେ ମଧ୍ୟ ଡ୍ରାଗନ୍ ବୁଦ୍ଧି ଶିଖୁନାହିଁ । ତାଜା ତଥ୍ୟ ଅନୁସାରେ ଚୀନର ପିଏଲଏ ସେନା ନା କେବଳ ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଛନ୍ତି, ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି । ଅରୁଣାଚଳ ପ୍ରଦେଶର ୧୭ ବର୍ଷିୟ ମିରାମ ତାରୋନଙ୍କୁ ଚୀନ୍ ସେନା ଅପହରଣ କରିନେଇଛି । ଘଟଣା ଗତ ୧୮ ତାରିଖରେ ଘଟିଛି । ଅରୁଣାଚଳ ପ୍ରଦେଶର ଲୋକସଭା ସାଂସଦ ତାପିର ଗାଓ ଏହି ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ଯୁବକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଗାଓ କହିଛନ୍ତି, ‘ଅପହୃତ ମିରାମ ଜିଡୋ ଗାଁରେ ରୁହନ୍ତି । ୧୮ ଜାନୁଆରୀରେ ଚୀନ ସେନା ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଲାର ସିୟୁଙ୍ଗଲା କ୍ଷେତ୍ରରେ ପ୍ରବେଶ କରି ଯୁବକଙ୍କୁ ଉଠାଇ ନେଇଛନ୍ତି ।’

ସେ ଆହୁରି କହିଛନ୍ତି, ‘ଅପହୃତ ଯୁବକ ପେସାରେ ଜଣେ ଶିକାରୀ । ସେ ତାଙ୍କ ସାଙ୍ଗ ସହ ଯାଇଥିବା ବେଳେ ଚୀନ ସେନା ଭାରତୀୟ ସୀମାରେ ପ୍ରବେଶ କରି ସେମାନଙ୍କୁ ଧରିଥିଲେ । ପରେ ସେମାନଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମିରାମଙ୍କ ସାଙ୍ଗ କୌଶଳ କ୍ରମେ ସେଠାରୁ ଖସି ଆସି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।’

ସାଂସଦ ଗାଓ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାରତୀୟ ସେନାକୁ ଟ୍ୟାଗ କରି ମିରାମଙ୍କ ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବରରେ ଡ୍ରାଗନ ଯବାନ ଅରୁଣାଚଳ ପ୍ରଦେଶର ଉପରୀ ସୁବନସିରି ଜିଲ୍ଲାର ୫ ଜଣ ଯୁବକଙ୍କୁ ଅପହରଣ କରି ନେଇଥିଲେ । ପ୍ରାୟ ଏକ ସପ୍ତାହ ସେମାନଙ୍କୁ ବନ୍ଧକ କରି ରଖିବା ସହ ଛାଡିଥିଲେ ।

ଓଡ଼ିଶାରେ ହେବ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଭାଗ ନେବେ ୧୯ ଦେଶର ଖେଳାଳି

ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଆସନ୍ତା ୨୫ରୁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ ଟୁର୍ଣ୍ଣାମେଣ୍ଟ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଯେଉଁଥିରେ ସାରା ବିଶ୍ୱର ୩୫୦ ଜଣ ବଛା ବଛା ବ୍ୟାଡମିଣ୍ଟନ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ହାଇଦ୍ରାବାଦ ଓପନ ବନ୍ଦ ହେବା ପରେ ଚଳିତ ବର୍ଷଠୁ ଓଡ଼ିଶା ଓପନ ଆରମ୍ଭ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କଟକର ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ପୁରସ୍କାର ରାଶି ୫୫ରୁ ୬୦ ଲକ୍ଷ ଟଙ୍କା ରହିଛି ।

ଆସନ୍ତା ୨୦ ତାରିଖରେ କେଉଁ ଦେଶରୁ କେତେ ଖେଳାଳି ଆସିବେ ତା’ର ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । କୋଭିଡ଼ ପାଇଁ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ସାଇନା ନେହୱାଲ ଏବଂ ପି. କଶ୍ୟପଙ୍କ ଭଳି ଷ୍ଟାର ଖେଳାଳି ଏହି ପ୍ରତିଯୋଗିତାରେ ଖେଳିବେ । ଭାରତ ସହ ମାଲେସିଆ, ଥାଇଲାଣ୍ଡ, ଜାପାନ, ଶ୍ରୀଲଙ୍କା, ବାଲାଂଦେଶ ଭଳି ୧୯ଟି ଦେଶର ଖେଳାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

 

ଶୀତ-ବର୍ଷାର ଲୁଚକାଳି ଖେଳ: କାଲିଠୁ ବର୍ଷାରେ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଲୁଚକାଳି ଖେଳୁଛନ୍ତି ଶୀତ ଆଉ ବର୍ଷା । ଆସନ୍ତାକାଲିଠୁ ରାଜ୍ୟକୁ ପୁଣି ଫେରିବ ବର୍ଷା । ଲଗାତାର ଚାରି ଦିନ ପ୍ରବଳ ଶୀତ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଥିଲା । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବିଶେଷକରି  କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟରେ ଘନ କୁହୁଡି ପଡିବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହାସହ ଦକ୍ଷିଣ ଆଭ୍ୟନ୍ତରୀଣ ସମେତ ଉପକୂଳବର୍ତ୍ତୀ ଓଡିଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବ  । ତେବେ କାଲିଠୁ କୁହୁଡ଼ଇ କମିବା ସହ କାଁ ଭାଁ କରିଲକ୍ଷିତ ହେବ । ଏହା ସହିତ ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତାକାଲିଠୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଖୋଲା ବଜାରରେ ମିଳିବ କୋଭାକ୍ସିନ-କୋଭିସିଲ୍ଡ

ନୂଆଦିଲ୍ଲୀ: ଏଣିକି ଖୋଲା ବଜାରରେ ମିଳିବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଡିସିଜିଆଇର ଏକ ପ୍ୟାନେଲ ଏନେଇ ଗ୍ରୀନ ସିଗ୍ନାଲ ଦେଇଛି । ବର୍ତ୍ତମାନ ଫାର୍ମା କମ୍ପାନୀ ସେରମ ଏବଂ ଭାରତ ବାୟୋଟେକ୍ କେବଳ କେନ୍ଦ୍ର ସରକାରଙ୍କୁ ଟିକା ବିକ୍ରି କରୁଛନ୍ତି । ଖୋଲା ବଜାରରେ ବିକ୍ରି କରିବା ପାଇଁ ସେମାନେ ଗତ ଅକ୍ଟୋବର ମାସରୁ ଡିସିଜିଆଇକୁ ଅନୁମତି ମାଗିଥିଲେ । ଡିସିଜିଆଇ ପକ୍ଷରୁ ବିଭିନ୍ନ ପ୍ରକାର ତଥ୍ୟର ଅନୁଧ୍ୟାନ କରିବା ପରେ ଅନୁମତି ଦିଆଯାଇଛି ।

ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ବର୍ତ୍ତମାନ ସୁଧା ଦେଶରେ ୧୦୦ କୋଟି କୋଭିସିଲ୍ଡ ଡୋଜ ଦିଆସରିଲାଣି । ଏତେ ବଡ଼ ସଂଖ୍ୟାରେ ଟିକାକରଣ ପରେ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ଡିସିଜିଆଇ ଅନୁଭବ କରିଛନ୍ତି ବୋଲି ସେରମ ପକ୍ଷରୁ କୁହାଯାଇଛି । କୋଭାକ୍ସିନ ମଧ୍ୟ ଦାଖଲ କରିଥିବା ତଥ୍ୟ ଆଧାରରେ ଖୋଲା ବଜାରରେ ଟିକା ବିକ୍ରି ପାଇଁ ଅନୁମତି ପାଇଛି । ତେବେ କିଛି ସର୍ତ୍ତ ସହ ସେମାନେ ଟିକା ବିକ୍ରି କରିପାରିବେ । ଗତ ସପ୍ତାହରେ ମଧ୍ୟ ଏନେଇ ବୈଠକ ହୋଇଥିଲା । ସେତେବେଳେ ଉଭୟ କମ୍ପାନୀଙ୍କୁ ଟିକା ବାବଦରେ ଅଧିକ ତଥ୍ୟ ମଗାଯାଇଥିଲା ।

ଆଜିଠୁ ଓଡ଼ିଶା ସିଭିଲ ସର୍ଭିସ ମେନ ପରୀକ୍ଷା

ଭୁବନେଶ୍ବର: ଓଡିଶା ସିଭିଲ ସର୍ଭିସ୍ ମେନ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ ଦିନରେ ଓଡିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ହେବ । ୫ଟି ଜୋନର ୧୬ଟି କେନ୍ଦ୍ରରେ କୋଭିଡ କଟକଣାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରାଯାଇଛି । ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବ ।

ପରୀକ୍ଷା ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆୟୋଗର ସଦସ୍ୟମାନେ ସ୍କ୍ବାଡ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ତଦାରଖ କରିବେ । ସଂକ୍ରମଣ ପାଇଁ ବହୁ ପରୀକ୍ଷାର୍ଥୀ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ । ଅନେକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବାରୁ ତାରିଖ ଘୁଞ୍ଚାବାକୁ ଦାବି ଉଠିଥିଲା । ମାତ୍ର କଟକଣାରେ ପରୀକ୍ଷା କରିବାକୁ ଓପିଏସସି ନିଷ୍ପତ୍ତି ନେଇଥିଲା । ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧି ନଥିଲେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ପରୀକ୍ଷା ଅଧିକାରୀମାନେ ତଦାରଖ ସମୟରେ ମାସ୍କ ଖୋଲା ରଖିପାରିବେ । ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହିତ କେନ୍ଦ୍ରରେ ସାନିଟାଇଜରର ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ଏବଂ ବ୍ୟକ୍ତିଗତ ସ୍ବାସ୍ଥ୍ୟ ରକ୍ଷା ନିୟମ ପାଳନ କରିବାକୁ ଗାଇଡ ଲାଇନରେ କୁହାଯାଇଛି । ଆସନ୍ତା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ।

ବୁଲା କୁକୁରକୁ ଗୁଳି, ଥାନାରେ ମାମଲା

ଭୁବନେଶ୍ୱର: ରାଜଧାନୀରେ ଅମାନୁଷିକ କାଣ୍ଡ । ଦୁଇଟି ବୁଲା କୁକୁରକୁ ଗୁଳି ମାଡ଼ କଲା ନିର୍ଦ୍ଦୟ । ଘଟଣା ସ୍ଥଳରେ ଗୋଟିଏ କୁକୁରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କୁକୁରଟିକୁ ଗୁରୁତର ଭାବେ ଚିକିତ୍ସା କରାଯାଉଛି । ଭୁବନେଶ୍ୱର ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏନେଇ ଖଣ୍ଡଗିରି ଥାନାରେ ସ୍ପିକ ଫର ଆନିମଲ ପକ୍ଷରୁ ଅଭିଯୋଗ ହୋଇଛି ।

ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ରାସ୍ତାରେ ଯାଉଥିବା ଦୁଇ ଜଣଙ୍କ ଲୋକଙ୍କ ଦେହରେ ବାଜିଥାନ୍ତା ଗୁଳି । ସେମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ରହିଛି । ତେବେ ଉକ୍ତ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ।

ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

କଟକ: ସୁନା ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଗୁଡିମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁଳିମାଡର ଶିକାର ହୋଇଥିବା ସୁନା ବ୍ୟବସାୟୀ ହେଲେ ଦେବେନ୍ଦ୍ର ମହାରଣା । ତାଙ୍କୁ ଦୁର୍ବୃତ୍ତ ତିନି ରାଉଣ୍ଡ ଗୁଳି ଚାଳଣ କରିଥିବା ସୂଚନା ରହିଛି । ଘଟଣା ସ୍ଥଳରେ ଚୌଦ୍ବାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆହତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି ।

ଘଟଣା ସ୍ଥଳରେ କଟକ ଡିସିପି ପହଞ୍ଚି ତଦନ୍ତ ଜାରି କରିବା ସହ ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । ଦୁର୍ବୃତ୍ତ ମାନଙ୍କ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ରହିଛି କି ନାହଁି ତାର କାରଣ ଖୋଜୁଛି ପୋଲିସ  । କେବଳ ଉକ୍ତ ସ୍ଥାନ ନା ଅନ୍ୟ କେଉଁଠି ଏମାନଙ୍କ ନାମରେ ରହିଛି ମାମଲା ତାର ସନ୍ଧାନ ଚଳାଇଛି ପୋଲିସ  ।

ମଶାଣୀରେ କାନ୍ଦି ଉଠିଲା ମୃତ ଶିଶୁ, ମେଡିକାଲରେ ଆଖି ବୁଜିଥିଲା

ମୟୂରଭଞ୍ଜ: ଘଟଣାଟି ଥରେଇ ଦେଲା ଭଳି  । ଭଗବାନଙ୍କ ଆଶୀର୍ବାଦରେ ଜନ୍ମିତ ସନ୍ତାନକୁ ଦ୍ୱିତୀୟ ଭଗବାନ ମୃତ ଘୋଷଣା କରିଥିଲେ  । ଅର୍ଥାତ ମେଡିକାଲରେ ଜନ୍ମିତ ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ ମେଡିକାଲ କର୍ତ୍ତୁପକ୍ଷ  । ସେପଟେ ପରିବାର ଲୋକ ଶେଷକୃତ୍ୟ ପାଇଁ ଗାଁକୁ ନେଇଯାଇଥିଲେ  । ଗାତ ଖୋଳି ସମାଧି ଦେବା ପାଇଁ ସବୁ ପ୍ରକାର ପ୍ରସ୍ତୁତି କରିସାରିଥିଲେ  । ଏମିତିକି ଶିଶୁ ପୁତ୍ରକୁ ସମାଧିରେ ଶଆଇ ସାରିଥିଲେ  । କିନ୍ତୁ ସେତିକି ବେଳେ ଯାହା ଘଟିଲା, ତାହା ସଭିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା  ।

ମାଟି ଘୋଡ଼ାଇଲା ବେଳକୁ  ଚେଇଁ ଉଠିଲା ମୃତ ନବଜାତକ । ସମାଧି ସ୍ଥଳରେ କାନ୍ଦିବାକୁ ଲାଗିଥିଲା  । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରେ  । ଖୋଦ ଚିକିତ୍ସାଳୟରୁ ଆସିଛି ଏଭଳି ଅଭିଯୋଗ । ସୂଚନା ମୁତବାକ ବୁଧବାର ଖଡ଼ିକାପଦାର ସୁନିଆ ମୁଣ୍ଡା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଡାକ୍ତର ନବଜାତକର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚକରି ଶିଶୁଟିକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକ ଏକ ବ୍ୟାଗରେ ନବଜାତକର ମୃତଦେହ ପୁରାଇ ଶେଷକୃତ୍ୟ ପାଇଁ ଗାଁ ନେଇଥିଲେ ।

ଗାତଖୋଳି ଶିଶୁଟିକୁ ପୋତିବାକୁ ଯାଉଥିବା ବେଳେ ହଠାତ ଶିଶୁଟି କାନ୍ଦିବାରେ ଲାଗିଥିଲା । ପରେ ପୁଣି ଶିଶୁକୁ ଧରି ମେଡିକାଲରେ ଭର୍ତ୍ତି କରିଛନ୍ତି ପରିବାର ଲୋକ । ଏପରି ଦାଇତ୍ଵହୀନ କାର୍ଯ୍ୟ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର । ଅନ୍ୟପଟେ ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି ।Remove term: \ Death Baby \

ବର୍ତ୍ତିଗଲେ ୪୦୦ ଯାତ୍ରୀ, ୩ ହଜାର ଫୁଟରେ ଘଟିଥାନ୍ତା ଦୁର୍ଘଟଣା

ଭୁବନେଶ୍ୱର: ମଝିଆକାଶରେ ମୁହାଁମୁହିଁ ହୋଇ ଚୂରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ । ୩ ହଜାର ଫୁଟରେ ହୋଇଥାନ୍ତା ଟକ୍କର । ପ୍ରାଣ ହରାଇଥାନ୍ତେ ୪୦୦ରୁ ଅଧିକ ଯାତ୍ରୀ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ବିମାନ ଭିତରୁ ଗୋଟିଏ ଆସୁଥିଲା ବେଙ୍ଗାଳୁରୁରୁ ଭୁବନେଶ୍ୱର । ସାମାନ୍ୟ ତ୍ରୁଟି ଯୋଗୁ ୩ ହଜାର ଫୁଟ ଉଚ୍ଚରେ ଘଟିଥାନ୍ତା ଦୁଇ ବିମାନ ମଧ୍ୟରେ ଟକ୍କର । ତେବେ ଜଣେ ରାଡାର ନିୟନ୍ତ୍ରକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶେଷ ମୁହୂର୍ତ୍ତରେ ଏଡ଼ାଇ ଦିଆଯାଇଥିଲା ଦୁର୍ଘଟଣା । ବେଙ୍ଗାଳୁରୁର କେମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଏକ ଇଣ୍ଡିଗୋ 6E 455 ବିମାନ କୋଲକାତା ଅଭିମୁଖେ ଯାଉଥିବାବେଳେ ଅନ୍ୟ ଏକ ଇଣ୍ଡିଗୋ ବିମାନ 6E 246 ବେଙ୍ଗାଳୁରୁରୁ ଭୁବନେଶ୍ବର ଯିବାର ଅଥିଲା । ଏହି ଦୁଇଟିଯାକ ବିମାନ Airbus A320 ଭାରିଆଣ୍ଟର ଥିଲା ।

ବେଙ୍ଗାଳୁରୁ ଏୟାରପୋର୍ଟରେ ନର୍ଥ ଓ ସାଉଥ ରନଓ୍ବେ ରହିଛି । ଏହି ବିମାନ ବନ୍ଦରରୁ ବିମାନଗୁଡିକ ନର୍ଥ ରନଓ୍ବେରୁ ଉଡାଣ କରୁଥିବାବେଳେ ସାଉଥ ରନଓ୍ବେରେ ଲ୍ୟାଣ୍ଡିଂ କରୁଥିଲେ । ତେବେ ଜାନୁଆରୀ ୭ ତାରିଖରେ ସାଉଥ ରନଓ୍ବେ ବନ୍ଦ କରିଦିଆଯାଇଥିବାବେଳେ କେବଳ ନର୍ଥ ରନଓ୍ବେ କାର୍ଯ୍ୟକ୍ଷମ ଥିଲା । ମାତ୍ର ଏନେଇ ସାଉଥ ଟାଓ୍ବାର କଣ୍ଟ୍ରୋଲରଙ୍କୁ ସୂଚନା ଦିଆଯାଇ ନଥିଲା । ସାଉଥ ଟାଓ୍ବାର କଣ୍ଟ୍ରୋଲର ବିମାନଗୁଡିକୁ ଉଡାଣ ଲାଗି ଅନୁମତି ଦେଉଥିବାବେଳେ ନର୍ଥ ଟାଓ୍ବାର କଣ୍ଟ୍ରୋଲର ମଧ୍ୟ ଭୁବନେଶ୍ବର ଆସିବାକୁ ଥିବା ବିମାନକୁ ଅନୁମତି ଦେଇଥିଲେ । ଆଶ୍ଚର୍ଯ୍ୟର କଥା ଦୁଇ କଣ୍ଟ୍ରୋଲରଙ୍କ ମଧ୍ୟରେ ଏନେଇ ସୂଚନା ଆଦାନପ୍ରଦାନ କରାଯାଇ ନଥିଲା । ଏକା ଦିଗରେ ଦୁଇଟି ଯାକ ବିମାନକୁ ଅନୁମତି ଦେବାର ବିଧି ନଥିବାବେଳେ ଏକ ସମୟରେ ଏହି ଦୁଇଟି ବିମାନକୁ ଅନୁମତି ଦିଆଯାଇଥିଲା ।

ଫଳରେ ଆକାଶ ମାର୍ଗରେ ଏକ ନିଶ୍ଚିତ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା । ମାତ୍ର ଏହା ଜାଣିପାରି ଜଣେ ରାଡାର କଣ୍ଟ୍ରୋଲର ଲୋକେନ୍ଦ୍ର ସିଂହ ବିମାନର ଗତି ପରିବର୍ତ୍ତନ ଲାଗି ତତକ୍ଷଣାତ ସୂଚନା ଦେଇଥିଲେ । ଫଳରେ ଦୁର୍ଘଟଣା ରୋକାଯାଇପାରିଥିଲା । ଏହି ଗୁରୁତର ଘଟଣାକୁ ଲଗ୍ ବୁକ୍‌ରେ ଉଲ୍ଲେଖ କରାଯାଇ ନଥିଲା କିମ୍ବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏଙ୍କ ନିକଟରେ କୌଣସି ପ୍ରତିକ୍ରିୟା ରଖାଯାଇ ନଥିଲା । ଏହି ଘଟଣାକୁ ଡିଜିସିଏ ଗୁରୁତର ସହ ନେଇଛି ଏବଂ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ବେଙ୍ଗାଳୁରୁ- କୋଲକାତା ବିମାନରେ ୧୭୬ ଯାତ୍ରୀ ଓ ୬ କର୍ମଚାରୀ ଥିବାବେଳେ ବେଙ୍ଗାଳୁରୁ- ଭୁବନେଶ୍ୱର ବିମାନରେ ୨୩୮ ଓ ୬ କର୍ମଚାରୀ ଥିଲେ । ଦୁଇଟି ବିମାନରେ ମୋଟ ଯାତ୍ରୀ ଓ କର୍ମଚାରୀଙ୍କ ସଂଖ୍ୟା ଥିଲା ୪୨୬ ।

ଥାନା ସମ୍ମୁଖରେ ଅଭିଯୋଗକାରୀକୁ ହତ୍ୟା

ସମ୍ବଲପୁର: କିସିଣ୍ଡା ଥାନା ସାମ୍ନାରେ ମହିଳାଙ୍କୁ ହତ୍ୟା । ଥାନା ସାମ୍ନାରେ ପଡିଛି ମହିଳାଙ୍କ ମୃତ ଦେହ । ମିଳିଥିବା ସୂଚନା ମୁତାବକ ମୃତ ମହିଳା ଜଣକ ହେଉଛନ୍ତି ଲୋଇସିଂ ଗାଁର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର । ମହିଳା ଜଣକ ଥାନାକୁ ଆସୁଥିବା ବେଳେ ତାଙ୍କର ସମ୍ପର୍କୀୟ ମହିଳାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ମହିଳାଙ୍କ ସହ ଅଭିଯୁକ୍ତର କଳହ ଲାଗି ରହିଥିଲା  । ଏନେଇ ଉକ୍ତ ମହିଳା ଜଣଙ୍କ ଥାନାକୁ ଅଭିଯୋଗ  କରିବା ପାଇଁ ଆସୁଥିବାବେଳେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ହତ୍ୟା କରିଛନ୍ତି  ।

ସେପଟେ ଖୋଦ ସୁରକ୍ଷା ବଳୟ ଅର୍ଥାତ ଥାନା ଆଗରେ ମହିଳାଙ୍କୁ ହତ୍ୟା କରିବା ପୋଲିସ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି  । ସଂଧ୍ୟା ସମୟରେ ଜନଗହଳୀ ପୂର୍ଣ୍ଣ ସ୍ଥାନ ତା ସାଙ୍ଗକୁ ଥାନା ସମ୍ମୁଖରେ ହତ୍ୟାକାଣ୍ଡ ଘଟିବା ଘଟଣାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି  ।