spot_img
Home Blog Page 4667

‘ତୃତୀୟ ପ୍ରବାହରେ ଭୟଭୀତ ହୁଅନ୍ତୁ ନାହିଁ , ସତର୍କ ରୁହନ୍ତୁ’

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  । ବଢୁଥିବା କୋଭିଡ ମାମଲାକୁ ନେଇ ରାଜ୍ୟବାସୀଙ୍କୁ ବିଶେଷ ସତର୍କ ରହିବା ନେଇ  କହିଛନ୍ତି ମୁଖ୍ୟ ଶାସନ ସଚିବ  । ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି  । ଆଗାମୀ ସ୍ଥିତିକୁ ଦୃଷ୍ଟିରେ ରଖି ମଧ୍ୟ ସରକାର କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ବେଡ୍ ମହଜୁଦ ରଖିଛନ୍ତି  । ଏବେ ୧୦ ପ୍ରତିଶତ ବେଡରେ କୋଭିଡ ରୋଗୀ ରହିଥିବାବେଳେ ବାକି ୯୦ ପ୍ରତିଶତ ବେଡ ଖାଲି ରହିଥିବା କହିଛନ୍ତି ସୁରେଶ ମହାପାତ୍ର  ।

ବର୍ତ୍ତମାନ ଦୈନିକ ସଂକ୍ରମଣ ରାଜ୍ୟରେ ୧୦ରୁ ୧୧ ହଜାର ସଂକ୍ରମଣ ସଂଖ୍ୟା ରହୁଛି  । ତେଣୁ ଏପରି ସ୍ଥିତିରେ ସମସ୍ତେ କୋଭିଡ ନିର୍ଦ୍ଦେଶନାମା ପାଳନ କରିବାକୁ ଅନୁରୋଧ କରିଛନ୍ତି  । ତୃତୀୟ ପ୍ରବାହକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯେଉଁମାନେ ଟିକାକରଣ ପକ୍ରିୟାରୁ ବଞ୍ଚିତ ଅଛନ୍ତି ଅଥବା ଦ୍ୱିତୀୟ ଡୋଜ ନେଇନଥିଲେ ଖୁବ ଜଲ୍ଦି ନେବା ଦରକାର । ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ  । ଓଡିଶାରେ ସଂକ୍ରମଣ ସଂଖ୍ୟା ବଢିଥିବାବେଳେ ରାଜ୍ୟ ସରକାର ମଧ୍ୟ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି  ।

ସେପଟେ ଯେହେତୁ ପଞ୍ଚାୟତ ନିର୍ବାଚନ ଆଗାମୀ ମାସରେ ଅନୁଷ୍ଠିତ ହେବାକୁ  ଯାଉଛି, ଆହୁରି ସଚେତନ ହେବା ଜରୁରୀ  । ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ଜାରି କରାଯାଇଛି  । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିଥିଲେ  । ରାଜ୍ୟବାସୀ ନିର୍ଦ୍ଦେଶନାମା ଅନୁପାଳନ ନେଇ ଅନୁରୋଧ କରିଥିଲେ  । ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଆମେ ଯଦି ମାନିବା, ତେବେ ଆମେ ଏହି ସ୍ଥିତିକୁ ଖୁବ ଜଲ୍ଦି ହଠାଇ ପାରିବା  । ଅଯଥା ଗହଳି ନକରିବା ଏବଂ ମାସ୍କ ପରିଧାନ କରିବା ଆମ ପାଇଁ ଏକାନ୍ତ ଆବଶ୍ୟକ  । ସମସ୍ତଙ୍କର ସହଯୋଗ ରହିଲେ କୋଭଡର ତୃତୀୟ ଲହରକୁ ମଧ୍ୟ ରାଜ୍ୟ ସରକାର ମୁକାବିଲା କରିବାରେ ସଫଳ ହେବେ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ  ।

୨୪ ଘଣ୍ଟାରେ ୧୪୫ ଓମିକ୍ରନ୍ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଓମିକ୍ରନ୍ ମାମଲା ବର୍ତ୍ତମାନ ୧୦୦ ପାର କଲାଣି  । ଆଜି ରାଜ୍ୟରୁ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ତେବେ ଏ ସମସ୍ତ ମାମଲା ଗୋଷ୍ଠୀ ସଂକ୍ରମଣ ବୋଲୀି ସ୍ପଷ୍ଟ ହୋଇଛି  । ରାଜ୍ୟରେ ସମୁଦାୟ ୨୪୯ଟି ସାମ୍ପୁଲ ପରୀକ୍ଷା ହୋଇଥିବାବେଳେ ୧୪୫ ଜଣଙ୍କ ଠାରେ ଓମିକ୍ରନ ପଜିଟିଭ ରହିଥିବା ଜଣାପଡିଥିବା ସୂଚନା ଦିଆଯାଇଛି  ।

ସେପଟେ କୋଭି ସଂକ୍ରମଣ ମାମଲା ରାଜ୍ୟରେ ଲଗାତାର ୧୧ ହଜାର ପାର କରିଛି  । ଆଜି  ୧୧ହଜାର ୬୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜନ୍ମରୁ ୧୮ ବର୍ଷ ବୟସର ୯୯୧ ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନରୁ ୬୭୨୮, ଲୋକାଲ କେସ୍ ୪୮୭୯ । ସେହିପରି ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭, ସୁନ୍ଦରଗଡ଼ରୁ ୧୨୧୯ ମାମଲା ଚିହ୍ନଟ ହୋଇଛନ୍ତି  ।

୫୦ ଦିନରେ ୨୦ ଡଲାର ବଢ଼ିଲାଣି ଅଶୋଧିତ ତୈଳଦର, ନିର୍ବାଚନ ପାଇଁ ବଢ଼ୁନି ପେଟ୍ରୋଲ, ଡିଜେଲ୍ ଦାମ୍ !

ନୂଆଦିଲ୍ଲୀ: ପୁଣି ତୈଳଦର ବଢ଼ିବା ଆଶଙ୍କା । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବଢ଼ୁଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ । ଅଶୋଧିତ ତୈଳଦର ୭ ବର୍ଷ ମଧ୍ୟରେ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ରହିଛି । ଏବେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮ ଡଲାର ପାର୍ କରିଛି । ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୮.୧୪ ଡଲାର ରହିଛି ।

୨୦୨୨ ନୂଆବର୍ଷରେ ଅଶୋଧିତ ତୈଳଦର ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଗତ ୪ ସପ୍ତାହ ଧରି ଲଗାତାର ଭାବେ ଅଶୋଧିତ ତୈଳଦର ବୃଦ୍ଧି ପାଇ ଚାଲିଛି । ମହାମାରୀ କୋଭିଡ୍ ପରେ ଚାହିଦା ବୃଦ୍ଧି ଯୋଗୁଁ ଅଶୋଧିତ ତୈଳଦର ବଢ଼ୁଥିବା ବେଳେ ଆଗକୁ ଆହୁରି ବଢ଼ିପାରେ । ଏପରିକି ଜୁନ୍ ସୁଦ୍ଧା ଅଶୋଧିତ ତୈଳଦର ବ୍ଯାରେଲ୍ ପିଛା ୧୦୦ ଡଲାର ଟପିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ ।

୨୦୨୧ ଡିସେମ୍ବର ୧ରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୬୮.୮୭ ଡଲାର୍ ରହିଥିଲା । ଯାହାକି ବଢ଼ି ବଢ଼ି ୨୦୨୨ ଜାନୁଆରୀ ତୃତୀୟ ସପ୍ତାହ ମାତ୍ର ୫୦ ଦିନରେ ୮୮ ଡଲାର ପାର୍ କରିଛି । ଅର୍ଥାତ୍ ଦେଢ଼ ମାସ ଭିତରେ ଅଶୋଧିତ ତୈଳଦର ୨୯ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ସରକାରୀ ତେଲ କମ୍ପାନୀ ଅଧିକ ଟଙ୍କା ଦେଇ ଅଶୋଧିତ ତୈଳ କିଣୁଛନ୍ତି । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି ବିଗତ ଦେଢ଼ମାସ ହେଲା ଅଶୋଧିତ ତୈଳଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ସ୍ଥିର ରହିଛି ।

Crude Price At 7 Years High Petrol Diesel Price Hike Avoided For 5 State Assembly Election

ପ୍ରଶ୍ନ ଉଠୁଛି କଣ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସରକାରଙ୍କ ଚାପରେ ସରକାରୀ ତେଲ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଦର ବଢ଼ାଉ ନାହାଁନ୍ତି । ଯେତେବେଳେ କି ତେଲ କମ୍ପାନୀ ୨୦୨୨ ଜାନୁଆରୀରେ ଉଡ଼ାଜାହାଜ ତୈଳଦର ଦୁଇଥର ବଢ଼ାଇ ସାରିଲେଣି ।

ଅଶୋଧିତ ତୈଳଦର ବଢ଼ୁଥିବାରୁ ସରକାରୀ ତେଲ କମ୍ପାନୀ କ୍ଷତି ସହୁଛନ୍ତି । ଅଶୋଧିତ ତୈଳଦରରେ ପ୍ରତି ୧ ଡଲାର ବୃଦ୍ଧି ଉପରେ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ୪୦ ପଇସା ବୃଦ୍ଧି କରିଥାନ୍ତି । ସେହି ଅନୁସାରେ, ୨୦୨୧ ଡିସେମ୍ବର ୧ରୁ ଆଜି ଯାଏ ଦେଖିଲେ ୫୦ ଦିନରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୨୦ ଡଲାର ବୃଦ୍ଧି ପାଇଛି । ଅଶୋଧିତ ତୈଳଦର ୫ ଡଲାର ମହଙ୍ଗା ହେବା ପରେ ଡିଜେଲ ଓ ପେଟ୍ରୋଲ ଦର ୨ ଟଙ୍କା ବଢ଼ିଥାଏ । ଏଥିସହ ଟଙ୍କା ତୁଳନରେ ଦୁର୍ବଳ ଡଲାରକୁ ମିଶାଇଲେ ତେଲ କମ୍ପାନୀ କ୍ଷତି ଭରଣା ପାଇଁ ପେଟ୍ରୋଲ, ଡିଜେଲ୍ ଲିଟର ପିଛା ଅତି କମରେ ୫ ଟଙ୍କା ବୃଦ୍ଧି କରିଥାନ୍ତେ । କୁହାଯାଉଛି ନିର୍ବାଚନ ସରକାରୀ ତେଲ କମ୍ପାନୀଙ୍କ ହାତ ବାନ୍ଧି ଦେଇଛି ।

୨୦୨୧ ନଭେମ୍ବର ୪ ତାରିଖ ପରଠାରୁ ସରକାରୀ ତେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ପ୍ରତିଦିନ ଦର ନେଇ ସମୀକ୍ଷା କରୁଥିଲେ ମଧ୍ୟ ରାଜନୈତିକ ଓ ସରକାରୀ ଚାପରେ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏବେ ଆଶଙ୍କା କରାଯାଉଛି ୫ ରାଜ୍ୟ ନିର୍ବାଚନ ସରିବା ପରେ ପରେ ୨୦୨୨ ମାର୍ଚ୍ଚ ୧୦ ପରେ ସାଧାରଣ ଲୋକଙ୍କ ଉପରେ ପେଟ୍ରୋଲ ଓ ଡିଜେଲ ଦର ମାଡ଼ ପୁଣି ପଡ଼ିବ ।

ପୋଖରୀରେ ବୁଡ଼ି ଯାଆଁଳା ଶିଶୁ ପୁତ୍ରଙ୍କ ମୃତ୍ୟୁ

କଳାହାଣ୍ଡି: ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଯାଆଁଳା ଭାଇଙ୍କ ମୃତ୍ୟୁ । ଦୁଇ ଭାଇ ଖେଳୁଥିବାବେଳେ ଘର ପାଖ ପୋଖରୀକୁ ଖସି ପଡିଥିଲେ  । ସେପଟେ  ଦୁଇ ଭାଇ ପୋଖରୀରେ ବୁଡିଯାଉଥିବାବେଳେ ଦେଖିଥିଲେ ପରିବାର ଲୋକ  । ପରେ ଉଭୟଙ୍କୁ ଗୁରୁତ୍ୱପୂର୍ଣ୍ଣ ଅବସ୍ଥାରେ ଉଦ୍ଧାର କରିଥିଲେ  । ପରେ ମେଡିକାଲକୁ ନେଇଯାଇଥିଲେ  ।

ମେଡିକାଲରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ   ।  ମୃତକ ଦୁଇ ଭାଇ ହେଲେ ମହାଲିଙ୍ଗ ଗାଁର ରୋହିତ ସାହୁଙ୍କ ଦୁଇ ପୁତ୍ର  ।  ୫ବର୍ଷର ଦୁଇ ପୁଅ ପୀୟୂଷ ସାହୁ ଓ ୟସ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅକାଳରେ ଦୁଇ ଯାଆଁଳା ଭାଇଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପରିବାର ଲୋକ  । ଏଭଳି ଏକ ଦୁଖଃଦ ଖବରରେ ସ୍ଥାନୀୟ ଲୋକ ମଧ୍ୟ ମ୍ରିୟମାଣ ହୋଇପଡିଛନ୍ତି  ।

ପଞ୍ଚାୟତ ନିର୍ବାଚନରେ ପୂର୍ବତନ ବିଧାୟକଙ୍କ ଅଂଶଗ୍ରହଣ

ରଘୁନାଥପାଲି/ଭଣ୍ଡାରିପୋଖରୀ: ସରଗରମ ପଞ୍ଚାୟତ ନିର୍ବାଚନ  । ସମଗ୍ର ରାଜ୍ୟରେ ଚାଲିଛି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ  ।   ଏମିତିକି ଅନେକ ପୂର୍ବତନ ବିଧାୟକ ମଧ୍ୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରୁଛନ୍ତି  । ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ଆଜି ବିଶ୍ରା.କ ଜୋନ୍ ପାଇଁ ଵିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ପାନପୋଷ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ୨୦୦୪ ମସିହାରୁ ୨୦୦୯ ମସିହା ଯାଏ ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ ହାଲୁ ମୁଣ୍ଡାରୀ ।

ଜେଏମଏମ ଦଳରେ ଥିବା ହାଲୁ ମୁଣ୍ଡାରୀ ୨୦୧୯ରେ ଵିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଏସଟିଙ୍କ ପାଇଁ ସଂରକ୍ଷଣ ଥିବାରୁ ହାଲୁ ମୁଣ୍ଡାରୀ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହାଲୁ ମୁଣ୍ଡାରୀ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର 15 ନମ୍ବର ଜୋନ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା । ଉପ ଜିଲ୍ଲାପାଳଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ବ୍ୟୋମକେଶ ରାୟଙ୍କ ଆଶୀର୍ବାଦରେ ଆଜି ନାମାଙ୍କନପତ୍ର ଦାଖଲ କରିଥିବା କହିଛନ୍ତି  । ପ୍ରତ୍ୟେକ ଲୋକର ଦୁଃଖ ସୁଖରେ ସାଥି ହେବା ସହିତ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ମୁଖମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଯୋଗୁଁ, ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ପ୍ରଫୁଲ୍ଲ ଜେନା କହିଛନ୍ତି ।

ଲିଙ୍କ୍ କ୍ଲିକ୍ କରିବା ମାତ୍ରେ କଟିଗଲା ୧୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର୍ ଠକ । ଲୁଟ କରିବାର ନିଆରା ଶୈଳୀ । ମୋବାଇଲ ନମ୍ବର ପୋଟାଲ୍ କରିବା ନାଁରେ ଲୁଟିନେଲେ ୧୩ଲକ୍ଷ ଟଙ୍କା । ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ୧୦ଟଙ୍କା ଦେଇ ସାଇବର ଠକ ଲୁଟିନେଇଛନ୍ତି ୧୩ ଲକ୍ଷ ଟଙ୍କା । ଠକେଇର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଶୈଳଶ୍ରୀବିହାର ଅଞ୍ଚଳର ସଦାଶିବ ମହାନ୍ତି ।

ସୂଚନା ମୁତାବକ ସଦାଶିବ ହେଉଛନ୍ତି TCIର ପୂର୍ବତନ ଅଧିକାରୀ । ସେ ମୋବାଇଲ ନମ୍ବର ପୋଟାଲ କରିବାକୁ ଆବେଦନ କରିଥିଲେ । ସାଇବର ଠକ OTP ପଠାଇ ଲିଙ୍କରେ କ୍ଲିକ କରିବାକୁ କହିଥିଲେ । ପରେ ଲିଙ୍କ କ୍ଲିକ କରିବା ପରେ ପରେ ଖାଲି ହୋଇଯାଇଥିଲା ଆକାଉଣ୍ଟ । ଅଭିଯୋଗ ପରେ ତଦନ୍ତ ଜାରି ରଖିଛି ପୋଲିସ । ଏହି ଠକେଇ ପଛରେ କେଉଁ ମାନଙ୍କ ହାତ ରହିଛି  । ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ କାମ କରୁଛି କି ତାହାର ସନ୍ଧାନ ଜାରି ରଖିଛି ପୋଲିସ  ।

ଅବୈଧ ହୋଇଗଲା କୋଟି କୋଟି ଲୋକଙ୍କ ଆଧାର କାର୍ଡ !

ନୂଆଦିଲ୍ଲୀ: ଆଧାର କାର୍ଡ… ଆଜିକାଲି ଯେଉଁଠିକୁ ବି ଯିବେ, ସେଠି ଦରକାର । UIDAI ପକ୍ଷରୁ ଆଧାର କାର୍ଡ ପେପର ପ୍ରିଣ୍ଟ ହୋଇ ଆସୁଛି । ହେଲେ ସୁବିଧା ପାଇଁ ଅନେକ ଲୋକ ବଜାରରେ ପ୍ଲାଷ୍ଟିକ୍ ଆଧାର କାର୍ଡ ବନାଉଛନ୍ତି । ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ବା UIDAI । ବଜାରରେ ନିର୍ମିତ ପିଭିସି ଆଧାର କାର୍ଡକୁ ଅବୈଧ ଘୋଷଣା କରାଯାଇଛି । କୁହାଯାଇଛି କେବଳ UIDAI ଦ୍ୱାରା ଜାରି କରାଯାଇଥିବା ପିଭିସି କାର୍ଡ ହିଁ ବୈଧ ଅଟେ । କୌଣସି ବି ବ୍ୟକ୍ତି ମାତ୍ର ୫୦ ଟଙ୍କା ଦେଇ UIDAIରୁ ଏହି ପିଭିସି କାର୍ଡ ମଗାଇ ପାରିବ ।

ବଜାରରେ ତିଆରି ଆଧାର କାର୍ଡ ଅବୈଧ ନେଇ UIDAI ଏକ ଟ୍ୱିଟ୍ କରି ସୂଚନା ଦେଇଛି । ଆଜିର ଦିନର ଆଧାର କାର୍ଡ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ପ୍ରାୟ ସମସ୍ତେ କାର୍ଯ୍ୟରେ ଆଧାର କାର୍ଡ ଲୋଡ଼ା । ଯଦି ଆପଣ ବଜାରରେ ପ୍ଲାଷ୍ଟିକ ଆଧାର କାର୍ଡ ତିଆରି କରିଛନ୍ତି । ତାହେଲେ ବଦଳାଇ ଦିଅନ୍ତୁ । ତୁରନ୍ତ UIDAI ୱେବସାଇଟରୁ ନୂଆ ପିଭିସି ଆଧାର କାର୍ଡ ମଗାନ୍ତୁ ।

UIDAI ଦ୍ୱାରା ଦିଆ ଯାଉଥିବା ପିଭିସି ଆଧାର କାର୍ଡ ଦେଖିବାକୁ ଏଟିଏମ୍ କାର୍ଡ ଭଳି । ଏହାକୁ ଯେ କେହିବି ଅତି ସହଜରେ ପର୍ସରେ ରଖି ପାରିବ । ଏହାକୁ ସୁରକ୍ଷା ଦୃଷ୍ଟିରୁ ପ୍ରସ୍ତୁତ କରାଯାଇଛି । ଏଥିରେ କ୍ୟୁଆର୍ କୋଡ୍ ମଧ୍ୟ ରହିଛି । ଯାହାକୁ ସ୍କାନ୍ କରି ବ୍ୟକ୍ତିର ପରିଚୟ ତୁରନ୍ତ ପାଇ ହେବ ।

ବଜାରରେ ପ୍ରସ୍ତୁତ ପ୍ଲାଷ୍ଟିକ୍ ଆଧାର କାର୍ଡକୁ ଅବୈଧ କରାଯାଇଛି । UIDAI ୱେବସାଇଟରୁ ଡାଉନଲୋଡ୍ ଆଧାର କାର୍ଡ ଅଥବା ଏମ୍-ଆଧାର, ଆଧାର ପିଭିସି କାର୍ଡକୁ ଯେ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି ।

ଅବସର ନେବେ ଟେନିସ୍ ଷ୍ଟାର ସାନିଆ ମିର୍ଜା

ଟେନିସରୁ ଅବସର ନେବେ ସାନିଆ ମିର୍ଜା । ଚଳିତ ସିଜିନ ପରେ ଅଲବିଦା କହିବେ ଟେନିସ ତାରକା ସାନିଆ । ଅଷ୍ଟ୍ରେଲିଆ ଓପନ ଖେଳୁଥିବା ସାନିଆଙ୍କ ପାଇଁ ଏହା ଶେଷ ସିଜିନ୍ ହେବ ବୋଲି ସେ କହିଛନ୍ତି । ଅବସର ନେଇ ନିଜେ ଘୋଷଣା କରିଛନ୍ତି ଟେନିସ ଷ୍ଟାର ସାନିଆ ମିର୍ଜା  । ଚଳିତ ମୁକାବିଲାରେ ଆରମ୍ଭରୁ ସେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

୨୦୦୩ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ ସାନିଆ  । ଅନେକ ରେକର୍ଡର ଅଧିକାରୀ ସେ  । ଦେଶକୁ ବିଶ୍ୱ ସ୍ତରରେ ଖଘର୍ବିତ କରିଛନ୍ତି ସାନିଆ  । ଟେନିସ ଭବିଷ୍ୟତରେ ପାଖାପାଖି ୨୦ ବର୍ଷ ନିଜର ଖେଳ ଜାରି ରଖିଛନ୍ତି ସାନିଆ ମିର୍ଜା  । କିନ୍ତୁ ପ୍ରାୟ ଦୁଇ ଦଶନ୍ଧୀ ପରେ ଅବସର ନେଇ ଘୋଷଣା କରିଛନ୍ତି ସାନିଆ ମିର୍ଜା । ରୋହନ ବୋପାନା ଓ ସାନିଆ ମିର୍ଜା ଚଳିତ ସିଜ୍‌ନର ପ୍ରଥମ ଚରଣ ମ୍ୟାଚ୍ ହାରିବା ପରେ ପୁରୁଷ ଓ ମହିଳା ଡବଲଲ୍ୟୁ ଉଭୟ ବିଦା ହୋଇଛନ୍ତି । ସାନିଆ ଏବଂ ତାଙ୍କ ପାର୍ଟନର ୟୁକ୍ରେନର ନାଦିଆ କିଚନୋକ ଟେନିସ ପ୍ରେମୀଙ୍କୁ ନିରାଶ କରିଥିଲେ ।

ଏହି ସିଜନରେ ସାନିଆ ଓ ତାଙ୍କ ସହଯୋଗୀ ୪-୬ ଏବଂ ୬-୭ରେ ପରାସ୍ତ ହୋଇଥିଲେ । ଆଗକୁ ସାନିଆ ମିକ୍ସ ଡବଲ୍ସ ନିଜର ଭାଗ୍ୟ ପରୀକ୍ଷା କରିବେ । ସାନିଆ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ଅଷ୍ଟ୍ରେଲିଆନ୍ ଓପନ୍, ଆମେରିକାନ ଓପନ୍, ଓ୍ବିମ୍ବଲଡନ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ ସାନିଆ । ତେବେ ସାନିଆଙ୍କ ଅବସର ଘୋଷଣା କେଉଁଠି ନା କେଉଁଠି ତାଙ୍କ ପ୍ରଶଂସଙ୍କକୁ ନିରାଶ କରିଛି  ।

ଜୁନରୁ ନୂଆ ନିୟମ, ଏଣିକି ସପ୍ତାହକୁ ୪ ଦିନ ଅଫିସ୍

ଲଣ୍ଡନ: ବ୍ରିଟେନରେ କାର୍ଯ୍ୟକାରୀ ହେବ ସପ୍ତାହକୁ ୪ ଦିନିଆ କାର୍ଯ୍ୟନିର୍ଘଣ୍ଟ । ଆସନ୍ତା ଜୁନରୁ ଏହି ନିୟମ ଆରମ୍ଭ ହେବ । ଦେଶର ପ୍ରାୟ ୩୦ଟି କମ୍ପାନୀ ଏହି ନିୟମ ଟ୍ରାଏଲ ଭିତ୍ତିରେ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ୬ ମାସ ପର୍ଯ୍ୟର୍ନ୍ତ ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଭାବେ ଚାଲିବ । ସପ୍ତାହରେ ୩୨ ଘଣ୍ଟାର କାର୍ଯ୍ୟନିର୍ଘଣ୍ଟ ଯଦି ସଫଳ ହୁଏ ତେବେ ଅନ୍ୟାନ୍ୟ କମ୍ପାନୀ ଏହା ଆପଣାଇବା ସହଜ ହେବ । ତେବେ ବଡ କଥା ଏହା ଯେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ପ୍ରାପ୍ୟରେ ପରିବର୍ତ୍ତନ ହେବ ନାହିଁ ।

ବ୍ରିଟେନର ’Four Day Week’ କ୍ୟାମ୍ପେନର ନିର୍ଦ୍ଦେଶକ ଜୋ ରାଇଲେ କହିଛନ୍ତି ଏହି ନିୟମ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମଧ୍ୟରେ ଉତ୍ପାଦନଶୀଳତା ବୃଦ୍ଧି ପାଇବ । ଆମେରିକା, ଆର୍ୟଲାଣ୍ଡ, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି । ଏହି ନିୟମ କାର୍ଯ୍ୟକାରୀ ହେଲେ ପରିବେଶ ଓ ଲିଙ୍ଗଗତ ସମାନତା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବ୍ୟବସ୍ଥା ପ୍ରତିଷ୍ଠା ହୋଇପାରିବ । ୪ ଦିନିଆ କାର୍ଯ୍ୟକାଳ ଭିତରେ ଏହାର ପ୍ରଭାବ ନେଇ ଗବେଷଣା କରାଯିବ । ସେପଟେ ଅଭିଯାନର ପ୍ରୋଗ୍ରାମ ମ୍ୟାନେଜର ଜୋ କର୍ନର କହିଛନ୍ତି କି ବର୍ତ୍ତମାନ କେତେ ଘଣ୍ଟା କର୍ମଚାରୀ କାମ କରୁଛନ୍ତି ତାହାକୁ କମ୍ପାନୀମାନେ ଗୁରୁତ୍ୱ ନଦେଇ କର୍ମଚାରୀ କେତେ କମ୍ ସମୟ ମଧ୍ୟରେ ନିଜର ସଫଳ ଆଉଟପୁଟ୍ ଦେଇପାରୁଛନ୍ତି ତାହା ପର୍ଯ୍ୟାଲୋଚନାର ଆବଶ୍ୟକତା ଦେଖାଦେଇଛି ବୋଲି ସେ କହିଛନ୍ତି ।

 

ମାୟାନଗରୀରୁ ଧରା ପଡ଼ିଲା ଗେ ସେକ୍ସ ରାକେଟ୍, ‘ଆପ୍’ରେ ଚାଲିଥିଲା କାରବାର

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଗେ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ । କୁହାଯାଇଛି ଏଭଳି ଗେ ସେକ୍ସ ରାକେଟ୍ ପ୍ରଥମଥର ଧରାପଡ଼ିଛି । ମାମଲାରେ ପୋଲିସ ୩ ଯୁବକଙ୍କୁ ଗିରଫ କରିଛି । ବିଗତ କିଛିମାସ ହେଲା ଅନଲାଇନ୍ ଡେଟିଂ ଆପ୍ ‘ଗ୍ରାଇଣ୍ଡର’ ମାଧ୍ୟମରେ ସେକ୍ସ ରାକେଟ୍ ଚାଲିଥିଲା । ପୋଲିସ ଅନୁସାରେ, ଅଭିଯୁକ୍ତ ଲୁଟ୍ କରିବା ସହ ଅନୈତିକ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରି ଟଙ୍କା ମାଗୁଥିଲେ ।

‘ଗ୍ରାଇଣ୍ଡର’ ଆପ୍ ଡାଉନଲୋଡ୍ ପରେ ସେଥିରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡ଼ୁଥିଲା । ଏହା ପରେ ସ୍ଥାନ ଅନୁଯାୟୀ ସମଲିଙ୍ଗୀ ଯୁବକ ଜଣେ ଅନ୍ୟ ଜଣଙ୍କ ସହ ମିଶୁଥିଲେ । ପ୍ରଥମେ କଥାବାର୍ତ୍ତା ହେବା ପରେ ଅନୈତିକ ସମ୍ବନ୍ଧ ରଖୁଥିଲେ । ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ଜଣ ମାଡ଼ ମାରିବା ସହ ଟଙ୍କା ଓ କାର୍ଡ ନେଇ ଯାଇଥିବା ଏବଂ ଆପତ୍ତିଜନକ ଭିଡିଓ କରିଥିବା ପୋଲିସରେ ଅଭିଯୋଗ ହୋଇଥିଲା ।

ପୋଲିସ ଅନୁସାରେ, ପୀଡ଼ିତ ଟଙ୍କା ନଦେଲେ ଅଭିଯୁକ୍ତ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଦେବା ନେଇ ଧମକ ଦେଇଥିଲେ । ଏହାପରେ ପୀଡ଼ିତ ଏକଥାକୁ ପରିବାର ଓ ପୋଲିସକୁ ଜଣାଇଥିଲେ । ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ଠାରୁ ଗେ ସେକ୍ସ ରାକେଟ ସମ୍ପର୍କରେ ଜଣାପଡ଼ିଛି ।