spot_img
Home Blog Page 4675

ବିଏସଏଫ ବାବୁଙ୍କ ଘରୁ ନଗଦ ୧୪ କୋଟି ଟଙ୍କା ଜବତ

ଚଣ୍ଡିଗଡ଼: ବିଏସଏଫ ବାବୁଙ୍କ ସମ୍ପତ୍ତି ଦେଖି ପୋଲିସ ଟେରା ।  ନଗଦ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ସାତଟି ବିଳାଶପୂର୍ଣ୍ଣ କାର୍ ଜବତ । ଗିରଫ ବାବୁଜଣକ ହେଲେ ହରିଆଣା ମାନେସରରେ ଅବସ୍ଥାପିତ ସୀମା ସୁରକ୍ଷା ବଳର ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଯାଦବ । ସେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଲୋକଙ୍କଠାରୁ ୧୨୫ କୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।

ତେବେ ସେ ନିଜକୁ ଜଣେ ବରିଷ୍ଠ ଆଇପିଏସ ଅଫିସର ବୋଲି ପରିଚୟ ଦେଇ ସେ ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରୁଥିଲେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ, ଉଭଣୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନଏସଜି କ୍ୟାମ୍ପସରେ ବିଭିନ୍ନ ନିର୍ମାଣ କାମ କରାଇଦେବା ନାମରେ ସେ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିଲେ ଏବଂ ଏହି ଅର୍ଥ ତାଙ୍କ ଭଉଣୀଙ୍କ ନାମରେ ଖୋଲାଯାଇଥିବା ଆକାଉଣ୍ଟରେ ଜମା କରିବାକୁ କହୁଥିଲେ । ଷ୍ଟକ ମାର୍କେଟର ନିବେଶ କରି ପ୍ରବୀଣ ୬୦ ଲକ୍ଷ ଟଙ୍କା କ୍ଷତି ସହିବା ପରେ ତାଙ୍କ ମୁଣ୍ଡକୁ ଠକିବା ଉପାୟ ଆସିଥିଲା ଏବଂ ଲୋକଙ୍କୁ ଠକିବା ଲାଗି ଯୋଜନା କରିଥିଲେ ବୋଲି କହିଛନ୍ତି ଗୁରୁଗ୍ରାମ ପୋଲିସ ଏସିପି କ୍ରାଇମ – ପ୍ରୀତ ପାଲ ସିଂହ ।

କିଛି ଦିନ ତଳେ ତାଙ୍କ ବଦଳି ଅଗରତାଲାକୁ ହୋଇଥିଲା ମାତ୍ର ସେ ଚାକିରିରୁ ଇସ୍ତଫା ଦେଇଥିଲେ । ପୋଲିସ ତାଙ୍କ ନିକଟରୁ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ମର୍ସିଡିଜ, ବିଏମଡବ୍ଲୁ, ଜିପ୍, ହଣ୍ଡା ସମେତ ୭ଟି ବିଳାଶପୂର୍ଣ୍ଣ କାର୍ ଜବତ କରିଛି ।

କମିଛି ସଂକ୍ରମଣର ଡବଲିଂ ଟାଇମ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କମିଛି ସଂକ୍ରମଣର ଡବଲିଂ ଟାଇମ । ଏହାସହ ଗ୍ରୋଥ ରେଟ ବି ହ୍ରାସ ପାଇଛି । ବର୍ତ୍ତମାନ ରାଜ୍ୟରେ  ୭୫ ହଜାର ଆକ୍ଟିଭ କେସ୍‌ ଥିବା ବେଳେ ମାତ୍ର ୧୨୦୦ ହସ୍ପିଟାଲାଇରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲ ଉପରେ କିଛି ଚାପ ନାହିଁ । ଆଜି ସଂକ୍ରମଣ କମ୍‌ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ।

ଦ୍ୱିତୀୟ ଲହର ପରି ତୃତୀୟ ଲହରରେ ମଧ୍ୟ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ଏହାସହ ଆଜି ଆସୁଛି ଓମିସିୟୋର କିଟ୍ । ଆରଟି-ପିସିଆର କିଟ ପରି ଏହି କିଟ ସବୁ ଜିଲ୍ଲାକୁ ବଣ୍ଟାଯିବ । ଔଷଧ ନିଗମ ଏ ନେଇ ତଥ୍ୟ ଦେବ । ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ କରି ରଖିବା ସହ ଟେଷ୍ଟ କରିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ବ୍ଲକ ବଷ୍ଟର ଫିଲ୍ମ ପୁଷ୍ପାରେ ଓଡ଼ିଆ ପୁଅଙ୍କ କମାଲ

ଭୁବନେଶ୍ୱର: ଆଲୁ ଅର୍ଜୁନଙ୍କ ବ୍ଲକ ବଷ୍ଟର ଫିଲ୍ମ ପୁଷ୍ପାରେ କମାଲ କରିଛନ୍ତି ଓଡ଼ିଆ ପୁଅ । ଏହି ଫିଲ୍ମଟି ବଲିଉଡ଼କୁ ପଛରେ ପକାଇଛି । ଫିଲ୍ମ ରିଲିଜ ହେବାର ମାତ୍ର ୨୬ ଦିନରେ ୩୨୫ କୋଟି ଟଙ୍କାର ବ୍ୟବସାୟ କରି ହିଟ୍‌ ସାବ୍ୟସ୍ତ ହୋଇଛି । ଆଉ ଏହି ତେଲୁଗୁ ଫିଲ୍ମ ‘ପୁଷ୍ପା’ରେ ନଜର ଆସିଛନ୍ତି ବରଗଡ଼ର ରାମକ୍ରିଷ୍ଣା ଓରଫ ଶତ୍ରୁ ।

ରାମକ୍ରିଷ୍ଣାଙ୍କ ଏହି ଉଚ୍ଚକୋଟୀର ଅଭିନୟ ଲାଗି ବିଭିନ୍ନ ସ୍ତରରୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବରଗଡ଼ବାସୀଙ୍କୁ ଉତ୍ସାହିତ କରିଛି । ଶତ୍ରୁ ଫିଲ୍ମରେ ପୋଲିସ ଇନିସପେକ୍ଟର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଛନ୍ତି । ରାମକ୍ରିଷ୍ଣାଙ୍କ ଘର ବରଗଡ ସଦର ବ୍ଲକ ସର୍ଲା ଗାଁରେ  । ଚାଷୀ ପରିବାର ରାମକ୍ରିଷ୍ଣା ଗୋଡ଼ଭଗା କୋଶଳ ସ୍କୁଲରେ ପାଠ ପଢିଥିଲେ  । ପରେ ରେଭେନ୍ସା କଲେଜରୁ ମାଇକ୍ରୋ ବାଇଲୋଜିରେ ସ୍ନାତକ ପରେ ହାଇଦ୍ରାବାଦ ପଳାଇଥିଲେ  । ସେଠାରେ ହିଁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ କ୍ୟାରିଅର  । ପୂର୍ବରୁ ବାହୁବଳୀ-୨ରେ ପିଣ୍ଡାରା ରୋଲରେ ଅଭିନୟ କରି ମଧ୍ୟ ସେ ସାଉଣ୍ଟିଥିଲେ ପ୍ରଶଂସା  ।

ଅନ୍ୟପଟେ ‘ପୁଷ୍ପା: ଦ ରାଇଜ୍‌’କୁ ନେଇ ଅଲ୍‌ଲୁ ଅର୍ଜୁନ୍‌ ଓ ରଶ୍ମିକା ମନ୍ଦାନା ଗତ କିଛି ଦିନ ହେଲାଣି ଚର୍ଚ୍ଚାରେ ରହିନ୍ତି । କୁହାଯାଉଛି ଯେ, ଫିଲ୍ମର ନାୟିକା ରଶ୍ମିକା ମନ୍ଦାନା ଦ୍ୱିତୀୟ ପାର୍ଟ ‘ପୁଷ୍ପା: ଦ ରୁଲ୍‌’ ପାଇଁ ନିଜ ଫିସ୍‌ ବଢ଼ାଇ ୨ରୁ ୩ କୋଟି ଡିମାଣ୍ଡ କରିଛନ୍ତି ।

ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ସଫଳତାକୁ ଦେଖି ଏହାର ସିକ୍ୱେଲ ତିଆରି କରିବା ନେଇ ଚର୍ଚ୍ଚା ଚାଲିଛି । କୁହାଯାଉଛି ଯେ ଅଲ୍‌ଲୁ ଅର୍ଜୁନୁଙ୍କ ଏହି ଫିଲ୍ମ ପାଇଁ ଫିସ୍‌ ବାବଦକୁ ୫୦ କୋଟି ଟଙ୍କା ମିଳିଛି ।

ବାଲିଅନ୍ତାରେ ଫୁଟିଲା ବୋମା, ଉଡ଼ିଗଲା ଘରର ଟିଣ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଫୁଟିଲା ବୋମା । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ମୁତାବକ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା  । ବୋମା ଫିଙ୍ଗି ଗଣ୍ଡଗୋଳ କରିଛନ୍ତି କିଛି ଦୁର୍ବୁତ୍ତ । ସେପଟେ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଟେଷ୍ଟରୁ ବିରାଟ ଅଧିନାୟକତ୍ୱ ଛାଡ଼ିବା ପରେ ସୋସିଆଲ ମିଡ଼ିଆରେ କିିଛି ଏମିତି ଲେଖିଲେ ଅନୁଷ୍କା

ଟେଷ୍ଟରୁ ବିରାଟ ଅଧିନାୟକତ୍ୱ ଛାଡ଼ିବା ପରେ ତାଙ୍କର ଅନେକ ପ୍ରଶଂସକଙ୍କ ନିରାଶ ହୋଇଛନ୍ତି । ଏବଂ ବିରାଟଙ୍କ ଏହି ନିଷ୍ପତ୍ତି ପରେ ପତ୍ନୀ ଅନୁଷ୍କା ମଧ୍ୟ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଏବଂ  ବିରାଟ କୋହଲିଙ୍କ ପାଇଁ ସୋସିଆଲ ମିଡ଼ିଆରେ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି । ଇନଷ୍ଟାଗ୍ରାମରେ ସ୍ୱାମୀ ବିରାଟ କୋହଲିଙ୍କୁ ଚିଠି ଲେଖି ଅନୁଷ୍କା ମନେ ପକାଇଛନ୍ତି ତାଙ୍କ ପୁରୁଣା ଦିନର ସ୍ମୃତିକୁ ।

ଶନିବାର ଟେଷ୍ଟରୁ ଅଧିନାୟକତ୍ୱ ଛାଡ଼ିଛନ୍ତି  ବିରାଟ କୋହଲି । ଏହାପରେ ଅନୁଷ୍କା ତାଙ୍କ ପୋଷ୍ଟରେ ୨୦୧୪ ର ସେହି ଦିନକୁ ମନେ ପକାଇଛନ୍ତି, ଯେଉଁଦିନ ବିରାଟଙ୍କୁ ଟେଷ୍ଟ ଟିମ୍‌ର ଅଧିକନାୟକ ଦାୟୀତ୍ୱ ଦିଆଯାଇଥିଲା । ​‌ସେ ଲେଖିଛନ୍ତି, ମୋର ୨୦୧୪ର ସେହି ଦିନ ମନେଅଛି, ଯେଉଁଦିନ ତୁମେ ମତେ କହିଥିଲ ମତେ ଅଧିନାୟକ କରିଦିଆଯାଇଛି । ସେହି ସମୟରେ ଏମଏସ ଧୋନୀ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଧୋନୀ, ତୁମେ ଏବଂ ମୁଁ ଏକାସାଙ୍ଗରେ କଥା ହୋଇଥିଲେ , ଏବଂ ଧୋନୀ ମଜାକରେ କହିଥିଲେ ଯେ, ଦେଖିବ ତୁମ ଦାଢ଼ି ଖୁବଶୀଘ୍ର ଧଳା ହୋଇଯିବ । ଏହି କଥାରେ ଆମେ ସେଦିନ ବହୁତ୍ ହସିଥିଲେ ମଧ୍ୟ ।

ସେ ଲେଖିଛନ୍ତି ଯେ, ଅଧିନାୟକ ବିରାଟ କୋହଲି ଏବଂ ଟିମ୍ ଇଣ୍ଡିଆ ଯାହା ହାସିଲ କରିଛନ୍ତି, ସେଥିପାଇଁ ମୁଁ ଗର୍ବିତ । ସେହିଦିନ ଠାରୁ ତୁମ ଦାଢ଼ି ଧଳା ହେବା ସହିତ ମୁଁ ଅନେକ କିଛି ଦେଖିଛି । ମୁଁ ତୁମ ପାରିପାର୍ଶ୍ୱିକ ସ୍ଥିତି ସହିତ ତୁମ ଭିତରେ ଅନେକ ଉନ୍ନତି ଦେଖିଛି । ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ଭାବରେ ତୁମେ ଏବଂ ପୂରା ଟିମ୍ ଯେଉଁ ଉପଲବ୍ଧି ହାସଲ କରିଛି , ସେଥିପାଇଁ ମୁଁ ଗର୍ବିତ । ୨୦୧୪ରେ ଆମେ ସବୁ ଛୋଟ ଥିଲେ, ସେତେବେଳେ ଆମକୁ ଲାଗୁଥିଲା କି, ଭଲ ଉଦ୍ଦେଶ୍ୟ, ସକରାତ୍ମକ ଚିନ୍ତାଧାରା ଏବଂ ଲକ୍ଷ ତୁମକୁ ଜୀବନରେ ଆଗକୁ ନେବା ପାଇଁ ଯଥେଷ୍ଟ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଏହି ସବୁ ଜିନିଷର ନିହାତି ଆବଶ୍ୟକ ରହିଛି ।

ଅନୁଷ୍କା ଆଗକୁ ଲେଖିଛନ୍ତି ଯେ,’ବହୁତ ଚ୍ୟାଲେଞ୍ଜକୁ ତୁମେ ସାମ୍ନା କରିଛ, ମୈଦାନ ଉପରେ ହେଉ ବା ବାସ୍ତବିକ ଜୀବନରେ , ତୁମେ ସବୁବେଳେ ସବୁ ସମୟରେ ସମସ୍ତ ପରିସ୍ଥିତିକୁ ସାମ୍ନା କରି ସଫଳତା ହାସଲ କରିଛ,​‌ ​‌କାରଣ ଏଇ ତ ଜୀବନ ! ତୁମେ ଯେଉଁଭଳି ଭାବରେ ଦଳର ନେତୃତ୍ୱ ନେଇଛ ଏବଂ ଦଳକୁ ଜିତାଇବା ପାଇଁ ମୈଦାଦ ଉପରେ ଝାଳ ବୁହାଇଛ ଏବଂ ପରିଶେଷରେ ଜିତିଛ , ଆଉ ମଧ୍ୟ କେତକ ପରାଜୟ ପରେ ତୁମ ଆଖିର ସେହି ଲୁହକୁ ମୁଁ ଦେଖିଛି । ସେତେବେଳେ ତୁମେ ଭାବୁ ଥାଅ ଆଉ କିଛି ତୁମ ହାତରେ ରହିଯାଇଛି କି ଯାହା ଟିମ୍ କୁ ଜିତାଇ ପାରିବ । ତୁମେ ମୋ ପାଖରେ ବସିଥିବା ବେଳେ ମୁଁ ସବୁକୁ ଅନୁଭବ କରିଛି । ଏହି କାରଣରୁ ତୁମେ ସମସ୍ତଙ୍କଠାରୁ ଭିନ୍ନ ଲାଗ ।

ଅନୁଷ୍କା ଆହୁରି ମଧ୍ୟ ଲେଖିଛନ୍ତି ଯେ, ତୁମେ ସବୁବେଳେ ନିଚ୍ଛକ ରହିଛ  ଲୋକ ଦେଖାଣିଆକୁ ତୁମେ ଭଲପାଅନାହିଁ । । ତୁମେ ଯାହା ଦୁନିଆ ଆଗରେ ସେୟା ହିଁ ଦେଖାଅ ।  ତୁମର ଏହି ସ୍ୱଭାବ ମୋ ଆଖିରେ ତୁମକୁ ମହାନ କରିଥାଏ । ତୁମେ ପୂର୍ଣ୍ଣ ନୁହେଁ ତୁମ ପାଖରେ ମଧ୍ୟ ଅନେକ ଦୋଶ ଦୂର୍ବଳାତା ରହିଛି କିନ୍ତୁ ତୁମେ ସେଗୁଡ଼ିକୁ କେବେ ଲୁଚାଇବାକୁ ଚେଷ୍ଟା କରିନାହଁ । ଯାହା ବି କିଛି କରିଛ ସମସ୍ତଙ୍କ ଭଲ ପାଇଁ କରିଛ । ମୁଁ ଜାଣିଛି ତୁମେ ସବୁ ବେଳେ ଏହି ପଦବୀର ସମ୍ମାନ କରିଛ । ଆଉ ଆମ ଝିଅ ତା ବାପର ଏହି ୭ବର୍ଷର ଯାତ୍ରାରୁ କିଛି ଶିକ୍ଷିବ । ତୁମେ ବହୁତ ଭଲ କରିଛ ।

ପତ୍ନୀ ଅନୁଷ୍କା ବିରାଟଙ୍କ  ସେହି ପୁରୁଣା ଦିନରେ ସ୍ମୃତିକୁ ମନପକାଇ ଇନଷ୍ଟାଗ୍ରାମରେ ୪୦୦ଶବ୍ଦ କିଛି ଏମିତି ଲେଖିଛନ୍ତି । ତାଙ୍କର ପ୍ରତ୍ୟେକ ବିରାଟଙ୍କ ପ୍ରତି ଥିବା ଭଲପାଇବା ଏବଂ ସମ୍ମାନକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ରାଜ୍ୟରେ ଦିନକରେ ୧୦ହଜାର ୪୮୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ କମିଛି କରୋନା ସଂକ୍ରମଣ । ଦିନକରେ ୧୦ହଜାର ୪୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୂନରୁ ୧୮ ବର୍ଷ ବୟସର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୮୨, ସ୍ଥାନୀୟ ସଂକ୍ରମଣ ୪୪୦୭ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୨୯୩୪, ସୁନ୍ଦରଗଡ଼ରୁ ୧୪୪୭, କଟକରୁ ୭୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୭୮୬, ,ଷ୍ଟେଟପୁଲରୁ ୭୦୭, ବାଲେଶ୍ବରରୁ ୪୩୩, ସମ୍ବଲପୁରରୁ ୩୮୭, ମୟୂରଭଞ୍ଜରୁ ୩୮୩, ରାୟଗଡ଼ାରୁ ୨୫୩, ବଲାଙ୍ଗୀରରୁ ୨୩୮, ଝାରସୁଗୁଡାରୁ ୨୨୫, ଜଗତସିଂହପୁରରୁ ୨୦୭, ପୁରୀରୁ ୧୯୮, ଯାଜପୁରରୁ ୧୯୫, ନୟାଗଡ଼ରୁ ୧୯୩, ବରଗଡ଼ରୁ ୧୬୬, ସୋନପୁର ଓ କଳାହାଣ୍ଡିରୁ ୧୬୩ଜଣ ଲେଖାଏ, କୋରାପୁଟରୁ ୧୬୨, ନବରଙ୍ଗପୁରରୁ ୧୫୯, ଅନୁଗୁଳରୁ ୧୫୮, ଭଦ୍ରକରୁ ୧୧୮, ଗଜପତିରୁ ୧୦୯, ନୂଆପଡାରୁ ୧୦୮, କେନ୍ଦୁଝରରୁ ୧୦୫, ଗଞ୍ଜାମରୁ ୯୨, କେନ୍ଦ୍ରାପଡାରୁ ୯୦, ବୌଦ୍ଧରୁ ୮୫, ଢେଙ୍କାନାଳରୁ ୭୦, କନ୍ଧମାଳରୁ ୫୬, ମାଲକାନଗିରିରୁ ୫୫, ଦେବଗଡ଼ରୁ ୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୪୪୫୨ଆକ୍ରାନ୍ତ ।

ଆଜିଠୁ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ । ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ନାମାଙ୍କନ ବେଳେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରିବେ । ଭୁଲ୍ ସତ୍ୟପାଠ ଦେଲେ ଦଣ୍ଡର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସତ୍ୟପାଠ ଜିଲ୍ଲା ପ୍ରଶାସନ ୱେବସାଇଟରେ ରହିବ । ଅନ୍ୟ ପ୍ରାର୍ଥୀମାନଙ୍କ ସତ୍ୟପାଠ ନିର୍ବାଚନ ଅଧିକାରୀଙ୍କ ନୋଟିସ ବୋର୍ଡରେ ପ୍ରଦର୍ଶିତ ହେବ ।

ପ୍ରାର୍ଥୀଙ୍କ ବିଷୟରେ ମତଦାତା ଅଧିକ ତଥ୍ୟ ଜାଣିପାରିବ । ରାଜ୍ୟରେ ଏହି ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଛି । ଏହାଦ୍ବାରା ନିର୍ବାଚନରେ ଅଧିକ ସ୍ବଚ୍ଛତା ଆସିପାରିବ । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏଥର ବୁଥ୍ ଗଣତି ବଦଳରେ ବ୍ଲକସ୍ତରରେ ଗଣତି କରାଯିବ । ସବୁ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ଯାଏଁ କାଉଣ୍ଟିଂ କରାଯିବ ।

ସେପଟେ ପ୍ରାର୍ଥୀ ଦେବା ପାଇଁ କସରତ୍ ଚଳାଇଛନ୍ତି ସବୁ ଦଳ । ୮୫୩ ଜିଲ୍ଲା ପରିଷଦ ସଭ୍ୟ ଆସନ ଉପରେ ସବୁ ଦଳର ନଜର ରହିଛି । ବିଜେଡିରେ ଦଳ ପ୍ରତି ଆନୁଗତ୍ୟ ଏବଂ ଜିତିବାର ସମ୍ଭାବନା ଦେଖି ପ୍ରାଥୀ ଚୟନ କରୁଛି ବିଜେଡି । ଜିଲ୍ଲାସ୍ତରରୁ ଆସିଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବେ । ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ କସରତ ଜୋରଦାର କରିଛନ୍ତି ।

ପ୍ରଜାକୋର୍ଟରେ ମାଓବାଦୀଙ୍କ ବିଭତ୍ସ ହତ୍ୟା

ମାଲକାନଗିରି: ପ୍ରଜାକୋର୍ଟରେ ଜଣକୁ ହତ୍ୟା କଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡିଛି  ।  ମୃତକ ଜଣକ ହେଉଛନ୍ତି ଆନନ୍ଦ । ମହୁପଦର ଅଞ୍ଚଳର କେରିମିଟି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା  । ଗତ ଗୁରୁବାର ଦିନ ଆନନ୍ଦକୁ ମାଓବାଦୀ ନିଜ ଦଲଦଳି ଗାଁକୁ ଡାକିନେଇଥିଲେ। ଶୁକ୍ରବାର ଦିନ ନିସ୍ତୁକ ମାଡ଼ ମାରିବା ସହ ଶନିବାର ଦିନ ପ୍ରଜାକୋର୍ଟ କରିଥିଲେ  ।

ଏହି ପ୍ରଜାକୋର୍ଟରେ ହିଁ ଆନନ୍ଦଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ପ୍ରଥମେ ମାଓବାଦୀମାନେ ଆନନ୍ଦଙ୍କୁ ହତ୍ୟା କରିଥିଲେ ପରେ ମୃତ ଦେହଟିକୁ ଜାଳି ଦେଇଥିବା ଜଣାପଡିଛି। ସେପଟେ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଅନୁଧ୍ୟାନ ଆରମ୍ଭ କରିଛି ।

ଦେଶରେ ୨୪ ଘଣ୍ଟାରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା  ୧୬ଲକ୍ଷକୁ ବୃଦ୍ଧି ପାଇଛି। ଏବଂ ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୪୩% ରହିଛି । ସମଗ୍ର ଦେଶରେ ସମୁଦାୟ ୩,୫୨,୩୭,୪୬୧ ଆରୋଗ୍ୟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଜୀବାଣୁଙ୍କର ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୧,୫୧,୭୪୦ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୮୫ ଜଣଙ୍କର ମୃତ୍ୟୁ ହୋଇଛି  ।

ଏହାସହ ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ମାମଲା ୮୨୦୯ରେ ପହଞ୍ଚିଛି । ଆଇସିଏମ୍ଆର୍ ଅନୁଯାୟୀ ରବିବାରରେ ଭାରତରେ କରୋନା ଭାଇରସର ୧୩,୧୩,୪୪୪ ନମୁନା ପରୀକ୍ଷା କରାଯାଇଥିଲା, ଏହାସହ ଏପର୍ଯ୍ୟନ୍ତ ମୋଟ ୭୦,୩୭,୬୨,୨୮୨ ନମୁନା ପରୀକ୍ଷା କରାଯାଇଛି। ଏବଂ ଆରୋଗ୍ୟ ହାର ୯୪.୨୭% କୁ ହ୍ରାସ ପାଇଛି ।

ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୩,୮୦,୨୫୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୦,୫୯,୬୪ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬,୪୫୧ କୁ ବୃଦ୍ଧି ପାଇଛି ।

କୋଭିଡ କଟକଣା ଉଲ୍ଳଂଘନ ଅଭିଯୋଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ  ପୋଲିସ ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନାଁରେ ମାମଲା ରୁଜୁ କରିଛି । ପୋଲିସ କହିଛି ଉତ୍ତର ପ୍ରଦେଶର ନେଏଡାରେ ଶ୍ରୀ ବଘେଲ ନିର୍ବାଚନ ରାଲି କରୁଥିବା ବେଳେ କୋଭିଡ-୧୯ ଗାଇଡଲାଇନ୍‌ ଉଲ୍ଲଂଘନ କରିଥିଲେ। ଏହି ମାମଲା ଅନୁସାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ କଂଗ୍ରେସ କର୍ମୀ ମଧ୍ୟ ଏଥିରେ ସାମିଲ ଅଛନ୍ତି ।

ଏଫଆଇଆରରେ କୁହାଯାଇଛି ଯେ, ଗୌତମବୁଦ୍ଧ ନାଗରରେ ଧାରା ୧୪୪ ଲାଗୁ ହେବା କାରଣ ପାଞ୍ଚ କିମ୍ବା ଅଧିକ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ।  ୧୪୪ ଧାରା ଉଲଂଘନ ଏବଂ ମହାମାରୀ ଆକ୍ଟ ସହିତ ଅନ୍ୟ  ଆଇପିସି ଧାରା ଅଧୀନରେ ନୋଏଡା ସେକ୍ଟର -୧୧୩ ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇଛି ।

ସୂଚନା ଅନୁସାରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ନୋଏଡାରେ କଂଗ୍ରେସ ପ୍ରାର୍ଥୀ ପାଖୁଡ଼ି ପାଠକଙ୍କ ପାଇଁ ଶ୍ରୀ ବଘେଲ ନିକଟରେ ଘରକୁ ଘର ବୁଲି ରାଲି କରିଥିଲେ । ଏହି ସମୟରେ ସେ କୋଭିଡ ନିୟମ ଉଲ୍ଲଂଘନ କରିଥିଲେ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ନାଁରେ ମଧ୍ୟ ଏତଲା ହୋଇଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ଜୋରଦାର ଚାଲିଛି। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପ୍ରଚାରକୁ ଡିଜିଟାଲ ମାଧ୍ୟମରେ କରିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କିଛି ସ୍ଥାନରେ ନେତାମାନେ ସରକାରଙ୍କ ଗାଇଡଲାଇନ୍‌ ପାଳନ କରୁ ନଥିବା ନଜରକୁ ଆସିଛି ।