spot_img
Home Blog Page 4696

ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ୍: ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଇବ୍ ନଦୀରେ ନିର୍ମାଣ ହେବ ୨ଟି ବ୍ୟାରେଜ । ଆଜି ଦିନ ୧୧ଟାରେ ଭିସି ଜରିଆରେ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ ୪୯୩ କୋଟି ଟଙ୍କାରେ ନିର୍ମାଣ ହେବ ୨ଟି ବ୍ୟାରେଜ୍ । ସୁନ୍ଦରଗଡ଼ ସଦର ବ୍ଲକର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ୨ଟି ବ୍ୟାରେଜ୍ ପାଇଁ ଅଜି ଶିଳାନ୍ୟସ କରିବେ ମୁଖ୍ୟମନ୍ତ୍ରୀ ।

କୋପସିଙ୍ଗା ବ୍ୟାରେଜ୍ ନିର୍ମାଣ ପାଇଁ ୨୪୮ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କୁଡାବଗା ବ୍ୟାରେଜ୍ ପାଇଁ ୨୪୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୨ଟି ବ୍ୟାରେଜ୍ ନିର୍ମାଣ ହେଲେ ୧ ହଜାର ୨୧୬ ଏକର ଜମି ଜଳ ସେଚିତ ହେବା ସହ ମାଛ ଚାଷ ହୋଇପାରିବ । ଏହାସହ ଖରାଦିନେ ପାଣି ସମସ୍ୟା ଦୁର ହେବ । ସୁନ୍ଦରଗଡ଼ ସଦର ବ୍ଲକ, ଟାଙ୍ଗରପାଲି ବ୍ଲକ, ଲେଫ୍ରିପଡ଼ା ବ୍ଲକ, ବାଲିଶଙ୍କରା ସବଡେଗା ସହ ସୁନ୍ଦରଗଡ଼ ପୌରାଞ୍ଚଳବାସୀ ଏହି ବ୍ୟାରେଜ ଦ୍ୱାରା ଉପକୃତ ହେବେ ।

ଏଥିସହିତ ପଢ଼ନ୍ତୁ: ଶହୀଦ ନଗର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୨ଜୀବନ

ଶହୀଦ ନଗର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅକାଳେ ଚାଲିଗଲା ୨ଜୀବନ

ଭୁବନେଶ୍ୱର: ଶହୀଦ ନଗର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଦୁଇ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଘଟଣାନୁଯାୟୀ ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳକୁ ଆଚାର୍ଯ୍ୟ ବିହାର ପଟରୁ ରସୁଲଗଡ଼ ଅଭିମୁଖେ ୨ ଜଣ ଯୁବକ ବାଇକରେ ଯାଉଥିଲେ। ଶହୀଦନଗର ଓଭର ବ୍ରିଜ୍‌ ପାଖାପାଖି କୌଣସି ଏକ ଦ୍ରୁତଗାମୀ ଗାଡ଼ି ବାଇକ ଚାଳକ ଦ୍ୱୟଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଜାତୀୟ ରାଜପଥ ଉପରେ ୨ଟି ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏଥି ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜଣଙ୍କ ଘର ସାଲିଆ ସାହି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

ତେବେ ସେମାନଙ୍କ ନିକଟରୁ କିଛି ଗୁଣ୍ଡ ମିଳିଥିବା ବେଳେ ତାହା ବ୍ରାଉନସୁଗାର ବୋଲି ଚର୍ଚ୍ଚା ହୋଇଥିଲା । ଏବଂ ସେମାନେ ବ୍ରାଉନସୁଗାର ବ୍ୟବସାୟୀ ବୋଲି ଅନୁମାନ କରାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ପୋଲିସ ଏ ସମ୍ପର୍କରେ ସ୍ପଷ୍ଟ କରିଛି । ସେମାନଙ୍କ ଠାରୁ ମିଳିଥିବା ଦ୍ରବ୍ୟ ବ୍ରାଉନସୁଗାର ନୁହଁ ବରଂ ମଇଦା ବୋଲିସ ସ୍ପଷ୍ଟ କରିଛି ପୋଲିସ ।

ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ । ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହେବାରୁ ବିମାନର ଜରୁରୀ ଅବତରଣ  କରାଯାଇଛି । ବିମାନଟି ରାଞ୍ଚିରୁ ଚେନ୍ନାଇ ଯାଉଥିବା ବେଳେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି । ଏଣୁ ବିମାନର ଜରୁରୀ ଅବତରଣ କରାଯାଇଛି। ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟଲରେ ଭର୍ତ୍ତି କରାଯାଇଛି।

ଏଥିସହିତ ପଢ଼ନ୍ତୁ: ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ସଂକ୍ରମିତ ଚିହ୍ନଟ

ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ । ଏନେଇ ମନ୍ତ୍ରୀ ଶ୍ରୀ ଦାସ୍‌ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଏରସମା ବ୍ଲକର ବିଭିନ୍ନ ରାସ୍ତା ମରାମତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏ ଦିଗରେ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଯନ୍ତ୍ରୀ ଓ ଜନସାଧାରଣଙ୍କ ସହିତ ଆଲୋଚନା କରି ଆବଶ୍ୟକ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ନୂତନ ରାସ୍ତା ପ୍ରକଳ୍ପ ନିର୍ମାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ଏଥିସହିତ ପଢ଼ନ୍ତୁ: ମାଲିକର ଫେରିବା ବାଟକୁ ଚାହିଁ ବସିଛି ବୁଢ଼ା ଓଟ

ପ୍ରିୟ ପୋଷା କୁକୁରର ଜନ୍ମଦିନ ପାଳି ଜେଲ୍ ଗଲେ ମାଲିକ

ଅହମ୍ମଦାବାଦ: ପ୍ରିୟ ପୋଷା କୁକୁରର ଜନ୍ମଦିନ ପାଳି ଜେଲ୍ ଗଲେ ମାଲିକ । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଜେଲ୍ ଗଲେ ମାଲିକ । ପ୍ରିୟ ପୋଷା କୁକୁର ଆବେର ଜନ୍ମଦିନ ପାଳନ ଲାଗି ୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଅହମ୍ମଦାବାଦର ପଟେଲ । ଜନ୍ମଦିନ ପାର୍ଟି ନିମନ୍ତେ ଏକ ପାର୍ଟି ପ୍ଳଟ୍ ବୁକ୍ କରିବା ସହ ଗାୟକ ମଧ୍ୟ ଡକାଇଥିଲେ । ଏଥିସହିତ କିଛି ଅତିଥିଙ୍କୁ ମଧ୍ୟ ଡକାଇ କେକ୍ କାଟିବା ସହ ସେମାନଙ୍କୁ ପାର୍ଟି ଦେଇଥିଲେ । ଏବଂ ଗରଭା ମଧ୍ୟ ଖେଳିଥିଲେ । ସାରା ଦେଶ ତଥା ଗୁଜୁରାଟରେ କରୋନାର ତୃତୀୟ ପ୍ରବାହକୁ ନେଇ ଚିନ୍ତା ଜନକ ପରିସ୍ଥିତି ଉପୁଜୁଥିବା ବେଳେ ଏଭଳି ପାର୍ଟିର ଆୟୋଜନ କରିଛନ୍ତି ପଟେଲ୍ । ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୁପ ଆୟୋଜକଙ୍କୁ ଗିରଫ କରିଛି ।

ସୂଚନା ଯୋଗ୍ୟ ଯେ ସାରା ଦେଶରେ ଚିନ୍ତା ବଢ଼ାଇଲାଣି ଓମିକ୍ରନ । ଗତ ୨୪ ଘଣ୍ଟାରେ ଭାରତରେ ଦେଢ଼ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ତେବେ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଏହି ବୈଠକରେ ସଂକ୍ରମଣ ଓ ଭୂତାଣୁକୁ ପ୍ରତିହତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିପରି କିଶୋରଙ୍କ ଟିକାକରଣ ତ୍ୱରାନ୍ୱିତ କରିବା ସହ ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।

ଚକା ଫାଟିଯିବାରୁ ଓଲଟି ପଡ଼ିଲା କାର୍: ୩ଜଣ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ତଳନଗର ନିକଟରେ ଜାଜପୁର ଜିଲ୍ଲା ଆଦିବାସି ହରିଜନ କଲ୍ୟାଣ ବିଭାଗ ଗାଡ଼ିର ବାଲେଶ୍ୱରରୁ ଯାଜପୁର ଫେରୁଥିବା ବେଳେ ଆଗ ଚକ ଫାଟି ଯିବାରୁ ଓଲଟିଲା କାର୍ । ଫଳରେ ଗାଡ଼ିରେ ଥିବା ୩ ଜଣଙ୍କ ଗୁରୁତର ଆହାତ ହୋଇଥିବା ଜଣାପଡିଛି ।

ସ୍ଥାନୀୟ ଲୋକ ଉଦ୍ଧାର କରି ସେମାନଙ୍କୁ ପ୍ରଥମେ ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେମାନଙ୍କ ଅବସ୍ଥା ସଂକାଟପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଗୁରୁତର ୩ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ପୁରୁଷ ଜଣଙ୍କ ସୁରେଶ ସାହୁ । ତେବେ ସରକାରୀ ଗାଡ଼ିରେ ଦୀଘା ବୁଲିବାକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କେବିସିରେ ୨୫ଲକ୍ଷ ଟଙ୍କା ଜିତିଥିବା କହି ଫୋନ୍ କଲେ ଲୁଟେରା, ଆଉ ତା’ପରେ..

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ହଜାର ଓ ମୁମ୍ବାଇରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାସ୍ କରି ଦିଲ୍ଲୀ ଓ ମୁମ୍ବାଇରେ ଉପରମୁହାଁ ରହିଛି କରୋନା ସଂକ୍ରମଣ । ଯଦି ଦିଲ୍ଲୀ କଥା କହିବା ତାହାଲେ ଦିଲ୍ଲୀରେ କରୋନ ସଂକ୍ରମଣରେ ବ୍ରେକ ଲାଗୁନି । ଦିନକୁ ଦିନ ଦ୍ରୁତ ଗତିରେ ମାଡି ଚାଲୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ୨୨ ହଜାର ୭୫୧ରୁ ମାମଲା ଚିହ୍ନଟ ହୋଇଛି । ସେହିପରି ୨୪ ଘଣ୍ଟାରେ ୧୭ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଏହା ବ୍ୟତୀତ ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ୨୩.୫୩ ପ୍ରତିଶତରେ ପହଞ୍ଚିଛି ।

ଦିଲ୍ଲୀରେ ଲଗାତର ଭାବରେ ଦୁଇ ଦିନ ଧରି କରୋନା ସଂକ୍ରମଣ ୨୦ ହଜାରରୁ ଅଧିକ ଚିହ୍ନଟ ହୋଇଛି । ଶନିବାର ଦିଲ୍ଲୀରେ ୨୦ ହଜାର ୧୮୧ ମାମଲା ଚିହ୍ନଟ ହୋଇଥିବାବେଳେ ରବିବାର ୨୨ ହଜାର ୭୫୧ ମାମଲା ଚିହ୍ନଟ ହୋଇଛି । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରେସ କନଫରମେନ୍ସ କରିଥିଲେ । ଲଗାତର ଦୁଇ ଦିନ ଧରି ୨୦ ହଜାରରୁ ଅଧିକ କେସ୍ ସାମ୍ନାକୁ ଆସିଛି । କିନ୍ତୁ ଏହାକୁ ନେଇ କୌଣସି ଭୟ କରିବା ଆବଶ୍ୟକ ନାହିଁ । ସେ ଆହୁରି କହିଛନ୍ତି କି ଦିଲ୍ଲୀରେ ବର୍ତ୍ତମାନ ଲକଡାଉନ କିମ୍ବା ସଟଡାଉନ କରିବା କୌଣସି ବିଚାର କରାଯାଇନାହିଁ ।

ସେହିପରି ମହାରାଷ୍ଟ୍ର କଥା ଯଦି କହିବା ତାହାଲେ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୪ ହଜାରରୁ ଅଧିକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୁମ୍ବାଇ କଥା ଯଦି କହିବା ତାହାଲେ ୨୪ ଘଣ୍ଟାରେ ୧୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୁମ୍ବାଇରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।

ମାଲିକର ଫେରିବା ବାଟକୁ ଚାହିଁ ବସିଛି ବୁଢ଼ା ଓଟ

ବଲାଙ୍ଗୀର: ଗାଁକୁ ଯେବେ ବସ୍‌ ଗଡ଼ିଥିଲା ମାଗୁଣୀର ଶଗଡ଼ର ଆଦର କମିଥିଲା । କଳ ମୋଟର ଆଗରେ ନିଜ ଭାଗ୍ୟକୁ ସିନା ନିନ୍ଦୁ ଥିଲା ମାଗୁଣୀ । ହେଲେ ନିଜ ସୁଖଦୁଃଖର ସାଥୀ କାଳିଆ ଓ କଷରା ବଳଦକୁ ପର କରିନଥିଲା । ହେଲେ ଏବେ କାଳିଆ ଓ କଷରା ଭଳି ଗୃହପାଳିତ ପ୍ରାଣୀ ଅଛନ୍ତି ସିନା, ମାଗୁଣୀ ଭଳି ଚରିତ୍ରର ଘୋର ଅଭାବ । ପୂରା ଯୌବନ ଓଟର ବଳବପୁରେ କମାଉଥିବା ଜଣେ ସ୍ୱାର୍ଥବାଦୀ ମଣିଷ କିଭିଳି ଶେଷ ସମୟରେ ସ୍ୱାର୍ଥପରତାର ପଚିଚୟ ଦିଏ ତାର ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀରେ । ରାସ୍ତା ବୁଢା ଓଟକୁ ଏକା ଛାଡିଦେଇ ଏବେ ଛୁ ହୋଇଯାଇଛି ମାଲିକ । ଏପଟେ ନିର୍ବାକ ଆଖି ଦୁଇ ହଳ ବଲବଲ କରି ଚାହିଁଛି ମାଲିକର ଫେରିବା ବାଟକୁ ।

ମୁଁ ତୋ ପାଇଁ, ତୁ ମୋ ପାଇଁ । ବୋଧେ ଏଇଆ ସନ୍ଧି କରି ରୋଜଗାର ପାଇଁ ଗୋଡ଼ କାଢ଼ିଥିଲେ ଓଟ ଓ ତାର ମାଲିକ । ଯୌବନରୁ ବାର୍ଦ୍ଧକ୍ୟ ଯାଏ ନିର୍ବାକ ପ୍ରାଣୀଟି କେତେ ଯେ ବୋଝ ବୋହିଛି ତା ପିଠିରେ । ମାଲିକର ଆସୁମାରୀ ସ୍ୱପ୍ନକୁ ଉଣା ଅଧିକେ ସାକାର କରିବାକୁ ମାଧ୍ୟମ ବି ସାଜିଛି । ହେଲେ ସନ୍ଧି ଭିତରେ ଥିବା ଛଳନାକୁ ବୋଧେ ଜାଣିପାରିନଥିଲା ଏ ବୁଢା ଓଟ । ବଲାଙ୍ଗୀର-କଳାହାଣ୍ଡି ସୀମା କେସିଙ୍ଗାରେ ଲେଖାହୋଇଛି ଏ ହୃଦୟ ବିଦାରକ କାହାଣୀ । ଯେଉଁଠି ସ୍ୱାର୍ଥ ସରିଗଲା ପରେ ଗୋଟିଏ ବୁଢା ଓଟକୁ ଛାଡି ଦେଇଛି ତାର ମାଲିକ । ଅବଶ ଓ ଅଥୟ ଶରୀରର ବୋଝ ବୋହି ଅପେକ୍ଷା କରିଛି ମାଲିକର ଫେରିବା ବାଟକୁ ।

ମାଲିକ ସିନା ଛଳନା କରି ଚାଲିଗଲା । ଏବେ ଓଟକୁ ଆଦରି ନେଇଛନ୍ତି କିଛି ପଶୁପ୍ରେମୀ । ଉଦ୍ଧାର କରିବା ସହ ତା’ର ଚିକିତ୍ସା ଓ ଖାଦ୍ୟପେୟର ନେଇଛନ୍ତି ଦାୟିତ୍ୱ । ଓଟ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଉଠିଛି ଦାବି । କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକକୁ ୩ଟି ଓଟ ନେଇ ଆସିଥିଲେ ୩ଜଣ ବ୍ୟକ୍ତି । ଗାଁ ଗାଁରେ ଓଟ ବୁଲାଇ ବେଶ୍‌ ରୋଜଗାର ବି କରୁଥିଲେ । ହେଲେ ଗୋଟିଏ ଓଟର ବୟାସଧିକ କାରଣରୁ ମାଲିକର ସାଥ ନଦେବାରୁ ଏବେ ରାସ୍ତାରେ ଛାଡିଦେଇଛି ମାଲିକ ।

ଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଓମିକ୍ରନ । ଗତ ୨୪ ଘଣ୍ଟାରେ ଭାରତରେ ଦେଢ଼ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ତେବେ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଏହି ବୈଠକରେ ସଂକ୍ରମଣ ଓ ଭୂତାଣୁକୁ ପ୍ରତିହତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିପରି କିଶୋରଙ୍କ ଟିକାକରଣ ତ୍ୱରାନ୍ୱିତ କରିବା ସହ ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।

ଅନ୍ୟପଟେ ପ୍ରଥମ ଓ ଦ୍ୱିତୀୟ ଲହର ପିଲାଙ୍କ ଉପରେ ସେତେଟା ପ୍ରଭାବ ପକାଇ ନଥିଲେ ବି ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି । ଦିଲ୍ଲୀ ଏନସିଆରରେ ଦୈନିକ ସଂକ୍ରମିତଙ୍କ ମଧ୍ୟରେ ୧୮ବର୍ଷରୁ କମ୍ ବୟସ୍କ ଅଧିକ ଆକ୍ରାନ୍ତ ହେଉଛନ୍ତି । ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଶହ ପାର୍ କରିଛି । ଦିଲ୍ଲୀ, ୟୁପି, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକରେ ସଂକ୍ରମଣ ରକେଟ୍ ବେଗରେ ବଢ଼ୁଥିବା ବେଳେ ଏବେ ଦେଶରେ ଦୈନିକ ପଜିଟିଭିଟି ରେଟ୍ ୧୦ପ୍ରତିଶତ ଉପରେ ରହିଛି । ଆଜି ଦେଶରେ ଏକ ଲକ୍ଷ ୫୯ହଜାର ୬୩୨ କେସ୍ ରେକର୍ଡ ହୋଇଛି । ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

କେବିସିରେ ୨୫ଲକ୍ଷ ଟଙ୍କା ଜିତିଥିବା କହି ଫୋନ୍ କଲେ ଲୁଟେରା, ଆଉ ତା’ପରେ..

ରାଉରକେଲା: ଲଟେରୀ ପ୍ରଲୋଭନ ଦେଖାଇ ଲୁଟିଲେ ଅଦୃଶ୍ୟ ଲୁଟେରା । ଠକେଇର ଶିକାର ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କଚାରୁ ଗ୍ରାମର ସାନିଆ ସିଂ । କେବିସିରେ ୨୫ ଲକ୍ଷ ଟଙ୍କା ଜିତିଥିବା କହି ଫୋନ କରିଥିଲେ ଲୁଟେରା । ବିଶ୍ଵାସ ଜନ୍ମାଇବା ପାଇଁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଜାଲି ଲୋଗୋ ଓ ସିଲ ବ୍ୟଵହାର କରି ଲୁଟିଥିବା ଅଭିଯୋଗ ହୋଇଛି ।

କେବିସି ନାଁରେ ଠକେଇ । ଅର୍ଥ ପ୍ରଲୋଭନ ଦେଖାଇ ହରିଲୁଟ୍ । ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ସୁନ୍ଦରଗଡ ଗ୍ରାମାଞ୍ଚଳର ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍ । ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କଚାରୁ ଗ୍ରାମର ସାନିଆ ସିଂ କୌନ ବନେଗା କରୋଡପତିରେ ୨୫ ଲକ୍ଷ ଟଙ୍କା ଜିତିଥିବା ଫୋନ ଆସିଥିଲା । ଜାଲ ଲୋଗ ବ୍ୟବହାର କରି ବିଶ୍ୱାସ ଜନ୍ମାଇଥିଲେ ଠକ । ଟ୍ୟାକ୍ସ ଜମା କରିବାକୁ କହି ତାଙ୍କ ନିକଟରୁ  ୩୭ ହଜାର ୫ଶହ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଶୁଣନ୍ତୁ କିପରି ଜାଲ ବିଛାଇଥିଲେ ଠକ ।

ବିଶ୍ଵାସ ଜନ୍ମାଇବା ପାଇଁ ଠକମାନେ ସେମାନଙ୍କ ଅଫିସର ଭିଡିଓ କରି ପଠାଇବା ସହ  ଲଟେରୀ ଅର୍ଥ ପାଇଵା ଶତ ପ୍ରତିଶତ ଗ୍ୟାରେଣ୍ଟି ଓ ସାର୍ଟିଫିକେଟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଖାଲି ସାନିଆ ନୁହନ୍ତି ଅନ୍ୟମାନଙ୍କ ନିକଟରୁ ମଧ୍ୟ ଏମିତି କଲ ଆସୁଥିବା ମଧ୍ୟ ଅଭିଯୋଗ ହେଉଛି । ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ମାତିଛନ୍ତି ସାଇବର ଠକ । ତେବେ ଏହାକୁ ଏକସେପ୍ଟ କରିବା ପୂର୍ବରୁ ଭଲଭାବେ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।