spot_img
Home Blog Page 4805

ସ୍ୱାଭିମାନ ଅଞ୍ଚଳରେ ଆହୁରି ଜୋରଦାର ହେବ ମାଓ ମୁକାବିଲା

ମାଲକାନଗିରି/କୋରାପୁଟ: ଲାଲଗଡ଼ରେ ପୋଲିସ ଡିଜି ଅଭୟ । ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ପ୍ରଥମେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳ ଘନବେଡ଼ାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ମାଓ ଗତିବିଧି ସମ୍ପର୍କରେ ସମୀକ୍ଷା କରିଥିଲେ ଡିଜିପି । ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରି ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

Odisha Police To Intensify Mao Operation In Swabhiman Area

ଡିଜିପିଙ୍କ ଗସ୍ତ ବେଳେ ଏଡିଜି ଲଳିତ ଦାସ, ଏସଆଇଡବ୍ଲୁ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ ଡିଜିପି ଅଭୟ ।

Odisha Police To Intensify Mao Operation In Swabhiman Area

ସ୍ୱାଭିମାନ ଅଞ୍ଚଳରେ ସମୀକ୍ଷା ବୈଠକ ସାରି ଡିଜିପି କୋରାପୁଟ ଗସ୍ତରେ ଅଛନ୍ତି । ସୁନାବେଡା ଏଚଏଏଲ ପଡିଆରେ ପହଞ୍ଚିବା ପରେ ସେଠାରୁ ପଟ୍ଟାଙ୍ଗୀ ଯାଇ ନୂତନ ଥାନା ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହାପରେ ମାଓ ଗତିବିଧି ଉପରେ ସମୀକ୍ଷା ଓ ହାଲ ଅଡିଟୋରିୟମରେ ଡିଜିପି ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି ।

୭୧ ବର୍ଷରେ ଥଲାଇବା

ଚେନ୍ନାଇ: ୭୧ ବର୍ଷରେ ସୁପରଷ୍ଟାର ରଜନୀକାନ୍ତ । ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟ ଛୁଇଁଥିବା ସୁପରଷ୍ଟାରଙ୍କ ଜନ୍ମଦିନ ଅବସରରେ ଆସିଛି ଅନେକ ଶୁଭେଚ୍ଛା । ୧୯୫୦ ଡିସେମ୍ବର ୧୨ ତାରିଖରେ ଜନ୍ମ ନେଇଥିଲେ ରଜନୀକାନ୍ତ । ତାଙ୍କର ପିଲାଦିନର ନାଁ ଥିଲା ଶିବାଜୀ ରାଓ ଗାଏକଓ୍ବାଡ । କେବଳ ତାମିଲ ସିନେମା ନୁହେଁ ବିଭିନ୍ନ ଭାଷାରେ ସେ ଅଭିନୟ କରି ସାଉଁଟିଛନ୍ତି ପ୍ରଶଂସା ।

ସେ ଫିଲ୍ମଫେୟାର ପୁରସ୍କାର, ତାମିଲନାଡୁ ରାଜ୍ୟ ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ  ହୋଇଥିଲେ । ୨୦୦୦ରେ ସେ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମବିଭୂଷଣ ଉପାଧି ପାଇଥିଲେ । ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାମିଲ ଫିଲ୍ମ ଅପୂର୍ବା ରାଗାଙ୍ଗଳରେ ପ୍ରଥମ ଥର ଲାଗି ସେ ୧୯୭୫ରେ ଅଭିନୟ ଜଗତରେ ପାଦ ଥାପିଥିଲେ । ପରେ ପରେ ଶତାଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଛୁଇଁଥିଲେ । ଜନ୍ମଦିନ ଅବସରରେ ଶହ ଶହ ପ୍ରଶଂସକ ତାଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇଥିଲେ ।

ସ୍ମାର୍ଟସ୍କୁଲର ଶ୍ରେଣୀଗୃହରେ ନବୀନ, ବୁଲି ଦେଖିଲେ ଅତ୍ୟାଧୁନିକ ବିଜ୍ଞାନାଗାର

ବ୍ରହ୍ମପୁର: ସ୍ମାର୍ଟ କ୍ଲାସରେ ବସିଲେ, ପିଲାଙ୍କ ସହ କଥା ହେଲେ । ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି । ହିଞ୍ଜିଳିକାଟୁ ସରକାରୀ ହାଇସ୍କୁଲ ବୁଲି ଦେଖିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି । କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ ।

CM Naveen Patnaik In Smart School Class Room With Students

କ୍ଲାସରୁମରେ ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ । ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ବଢ଼ିଆ (ଭେରି ନାଇସ୍) ହୋଇଛି । କ୍ଲାସରୁମରେ ପିଲାଙ୍କ ସହ କିଛି ସମୟ ବସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ ।

CM Naveen Patnaik In Smart School Class Room With Students

ସ୍କୁଲ ରୂପାନ୍ତରଣ ପରେ କିଭଳି ପିଲା ଉନ୍ନତ ସୁବିଧା ପାଉଛନ୍ତି ତାହା ପଚାରି ବୁଝିଥିଲେ । ଲାଇବ୍ରେରୀରେ ବସି ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମତାମତ ମଧ୍ୟ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବ ଭି.କେ. ପାଣ୍ଡିଆନ୍ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ହାଇସ୍କୁଲ ରୂପାନ୍ତରିତ ହୋଇଥିଲା ।

ରାତିରେ ଦେଖାଯିବ ଓମିକ୍ରନର ଲକ୍ଷଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଛି । କରୋନାର ଡେଲାଟା ଭାରିଆଣ୍ଟ ଭାରତ ସହ ବିଶ୍ବର ଅନେକ ରାଷ୍ଟ୍ରରେ ଆତଙ୍କ ଖେଳାଇଥିଲା । ଡେଲଟା ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ବେଶ୍ ବଢ଼ିଯାଇଥିଲା । ଡେଲଟା ଭାରିଆଣ୍ଟରେ ଲୋକ ଗୁରୁତର ଭାବରେ ସଂକ୍ରମିତ ହେଉଥିଲେ । ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେବା ପରେ ଲୋକମାନଙ୍କ ମଧ୍ୟରେ ଭୀଷଣ ଜ୍ୱର, ଲଗାତର କାଶ, ନିଶ୍ୱାସ ନେବାରେ କଷ୍ଟ, ଛାତିରେ କଷ୍ଟ ଅନୁଭବ ଏବଂ ଅକ୍ସିଜେନ କମ୍ ହେବା ଆଦି ସମସ୍ୟା ଦେଖାଯାଉଥିଲା ।

ଡେଲଟା ପରେ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିଶ୍ୱରେ ଭୟର ବାତାବରଣ ଖେଳାଇ ଦେଇଛି । ଓମିକ୍ରନକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଯେଉଁମାନେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ମଧ୍ୟ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇପାରିବେ । ଏଥିସହ କରୋନାର ଦୁଇଟି ଡୋଜ ଟିକା ନେଇଥିଲେ ମଧ୍ୟ ଓମିକ୍ରନରେ ସୁରକ୍ଷିତ ନୁହଁନ୍ତି । ଆଗାମୀ କିଛି ଦିନରେ ଜଣାପଡ଼ିବ କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କେତେ ଭୟଙ୍କର ।

ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟ ବିଭାଗର ସାଧାରଣ ଚିକିତ୍ସକ ଡକ୍ଟର ଉନ୍ବେନ୍ ପିଲ୍ଲେ କହିଛନ୍ତି ଯେ ଓମିକ୍ରନ୍ ସଂକ୍ରମିତ ରୋଗୀମାନଙ୍କର ରାତିର ପ୍ରବଳ ଝାଳ ବୋହିପାରେ । ଏତେ ଅଧିକ ଝାଳ ବାହାରିବ ଯେ ରୋଗୀଙ୍କର ପୋଷାକ ସହ ଶେଯ ଓଦା ହୋଇପାରେ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ରୋଗୀଙ୍କ ଶରୀରରେ କଷ୍ଟ ଅନୁଭବ ହେବ । ଡକ୍ଟର ଉନ୍ବେନ୍ ପିଲ୍ଲେ କହିଛନ୍ତି ଯେ ଓମିକ୍ରନରେ ସଂକ୍ରମିତ ଲୋକଙ୍କ ପାଖରେ ଶୁଖିଲା କାଶର ଲକ୍ଷଣ ମଧ୍ୟ ଦେଖାଯାଉଛି । ଏହା ବ୍ୟତୀତ ଜ୍ୱର ଓ ମାଂସପେଶୀରେ କଷ୍ଟ ମଧ୍ୟ ଏହି ଭାରିଆଣ୍ଟରେ ଦେଖାଯାଉଛି ।

 

ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ, ମୁଖ୍ୟମନ୍ତ୍ରୀ ଦେଲେ ୨୧୪୦ କୋଟି ଟଙ୍କାର ଭେଟି

ବ୍ରହ୍ମପୁର: ଗଞ୍ଜାମରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେଲା ଗଞ୍ଜାମ । ଦିନିକିଆ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୬ ଲକ୍ଷ ୭୬ ହଜାର ଲୋକ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିଥିଲେ । ଏହାସହ ବିଭିନ୍ନ ପ୍ରକଳ୍ପ ଯୋଗେ ୨୧୪୦ କୋଟିରୁ ଅଧିକ ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।

CM Naveen Patnaik Distributes BSKY Cards In Ganjam

୫୭୧ କୋଟି ଟଙ୍କା ବ୍ୟୟରେ ହୋଇଥିବା ୬୫୧ଟି ପ୍ରକଳ୍ପର ଉଦଘାଟନ, ୧୫୮୩ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୨୭ କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ବେଳେ ଗଞ୍ଜାମ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଗଞ୍ଜାମର ୨୫ ହଜାର ମିଶନ ଶକ୍ତି ଗ୍ରୁପ୍‌ର ମାଆ ୫ ଶହ କୋଟିର ଲୋନ୍ ନେଇ ଭଲ କାମ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ହେଉଛି ସରକାରଙ୍କ ପ୍ରତିବଦ୍ଧତା । ଏ ଦିଗରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ରାଜ୍ୟ ବାସୀଙ୍କ ପାଇଁ ସରକାରଙ୍କର ଶ୍ରେଷ୍ଠ ଉପହାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।

ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଏଥିସହ ପଢ଼ନ୍ତୁ: ତାରାତାରିଣୀ ପୀଠରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କାର୍ଯ୍ୟକ୍ରମ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତାରିଣୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ସେଠାରେ ମନ୍ଦିର ବିକାଶ କାମର ସମୀକ୍ଷା କରି ୨୦୨୩ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବ ବୋଲି ଘୋଷଣା କରିଥିଲେ । ତାରାତରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ଗଞ୍ଜାମରେ ମିଶନ ଶକ୍ତି ମା ମାନଙ୍କ କାମର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀ ଙ୍କୁ ଶହେ କୋଟି ଟଙ୍କାର ଋଣ ବଣ୍ଟନ କରିଥିଲେ । 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରିତ ବୃନ୍ଦାବନ ବିଦ୍ୟାପୀଠର ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀ ମୁଖ୍ୟମନ୍ତ୍ରୀ ବୁଲି ଦେଖି ଥିଲେ ଓ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ କିଛି ସମୟ ବିତାଇ ଥିଲେ । ହିଞିଳିରୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଗଞ୍ଜାମ ଦର୍ଶନ ବସ୍ ର ଶୁଭ ଯାତ୍ରା ଆରମ୍ଭ କରିଥିଲେ ।

ଏଥିସହ ପଢ଼ନ୍ତୁ: ସ୍ମାର୍ଟସ୍କୁଲର ଶ୍ରେଣୀଗୃହରେ ନବୀନ, ବୁଲି ଦେଖିଲେ ଅତ୍ୟାଧୁନିକ ବିଜ୍ଞାନାଗାର

ତାରାତାରିଣୀ ପୀଠରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲିପ୍ୟାଡରେ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ସିଧା ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ମନ୍ଦିରର ମୁଖ୍ୟ ପୂଜକ ମୁଖ୍ୟମନ୍ତ୍ରୀଙ୍କୁ ମା’ଙ୍କ ଓଢ଼ଣୀ ପ୍ରଦାନ କରିଥିଲେ ।

CM Naveen Patnaik Visits Maa TaraTarini Shakti Peetha

ମା’ଙ୍କ ଦର୍ଶନ ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ନବୀନ । ତାରାତାରିଣୀ ପୀଠର ବିକାଶ କାର୍ଯ୍ୟ ଜାରି ରହିଛି । ଏହା ୨୦୨୩ରେ ଶେଷ ହେବ । ମୁଖ୍ୟମନ୍ତ୍ରୀ ଏହି ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ତାରାତାରିଣୀ ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ 5T ସଚିବ ଭି.କେ ପାଣ୍ଡିଆନ ଉପସ୍ଥିତ ଥିଲେ ।

ତମନ୍ନାଙ୍କ କଥା ଶୁଣି କାହିଁକି ନବରଙ୍ଗପୁର ଗଲା 5T ଟିମ୍ ?

ନବରଙ୍ଗପୁର: 5T ଅଧିନରେ ବଦଳୁଛି ବିଦ୍ୟାଳୟର ରୂପରେଖ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢ଼ୁଛି ପାଠ ପଢ଼ିବା ପାଇଁ ଆଗ୍ରହ । ସରକାରୀ ସ୍କୁଲରେ ଘରୋଇ ସ୍କୁଲ ଠାରୁ ଅଧିକ ଉନ୍ନତ ଶିକ୍ଷା ମିଳୁଛି । ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ପିଲାବି ଆଗକୁ ବଢ଼ିଲେଣି । ଦେଶବିଦେଶ କଥା ଜାଣିବା ସହ ବଡ଼ ବଡ଼ ଲକ୍ଷ୍ୟ ରଖିଲେଣି । ସେଭଳି ଜଣେ ଛାତ୍ରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସରକାରୀ ନୋଡାଲ ବାପୁଜୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ତମନ୍ନା ରାଣୀ ସିଂ । ଯାହାଙ୍କୁ ନେଇ ଏବେ ରାଜଧାନୀରୁ ନବରଙ୍ଗପୁର ଯାଏ ସବୁଠି ଚାଲିଛି ଚର୍ଚ୍ଚା ।

5T Team Meets Nabarangpur Girl Tamanna Rani Singh

ଗତ ୮ ତାରିଖରେ ବିଦ୍ୟାଳୟ ରୂପାନ୍ତୀକରଣ କାର୍ଯ୍ୟକ୍ରମରେ ଭିସି ଯୋଗେ 5T ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ କଥା ହୋଇଥିଲେ ତମନ୍ନା । 5T ସଚିବ ତମନ୍ନାଙ୍କୁ ଜୀବନର ଲକ୍ଷ୍ୟ ନେଇ ପଚାରିଥିଲେ । ଆଉ ତମନ୍ନା ଯାହା କହିଥିଲେ, ସେଥିରେ ଚକିତ ହୋଇ ପଡ଼ିଥିଲେ ସମସ୍ତେ । ତମନ୍ନା କହିଥିଲେ ସେ କେ-ପପ୍ ଆଇଡଲ୍ ହେବାକୁ ଚାହୁଁଛନ୍ତି । ଏହା କଣ ବୋଲି ପ୍ରଶ୍ନ କରିଥିଲେ 5T ସଚିବ । ଉତ୍ତରରେ ତମନ୍ନା କରିଥିଲେ, ଏହା ଦକ୍ଷିଣ କୋରିଆର ଏକ ଫେମସ୍ ଡ୍ୟାନ୍ସ ଏବଂ ସେ ଦକ୍ଷିଣ କୋରିଆ ଯିବାର ଇଚ୍ଛା ପ୍ରକାଶ କରିଥିଲେ ।

5T Team Meets Nabarangpur Girl Tamanna Rani Singh

ତମନ୍ନାଙ୍କ ଠାରୁ ଏଭଳି ଶୁଣିବା ପରେ 5T ସଚିବଙ୍କ ନିର୍ଦ୍ଦେଶ କ୍ରମେ 5Tର ଏକ ୪ ଜଣିଆ ପ୍ରତିନିଧି ଦଳ ନବରଙ୍ଗପୁର ଯାଇ ତମନ୍ନାଙ୍କୁ ଭେଟି ଆଲୋଚନା କରିଛନ୍ତି । ତମନ୍ନାଙ୍କ ଇଚ୍ଛା ଓ ସେ ଦିଗରେ ପ୍ରସ୍ତୁତି ନେଇ କଥା ହୋଇଛନ୍ତି 5T ପ୍ରତିନିଧି ଦଳ । ଏହାପରେ ତମନ୍ନାଙ୍କ ପାଇଁ ନୂତନ ଆଶା ସଞ୍ଚାର ହୋଇଛି । ପିଲାଟି ଦିନରୁ ଅନେକ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି ତମନ୍ନା । ଏବେ ଉଚିତ୍ ଡ୍ୟାନ୍ସ ଶିକ୍ଷା ମିଳିଲେ ସେ ଆହୁରି ଆଗକୁ ବଢ଼ି ପାରିବେ ବୋଲି କହିଛନ୍ତି ତମନ୍ନାଙ୍କ ବାପା ।

5T Team Meets Nabarangpur Girl Tamanna Rani Singh

ପିଲାଟି ଦିନରୁ ନାଚ ପ୍ରତି ରହିଛି ତମନ୍ନାଙ୍କ ରୁଚି । ଲକଡାଉନ ସମୟରେ ସ୍କୁଲ୍ ବନ୍ଦ ଥିବାରୁ ଅନଲାଇନ୍ କ୍ଲାସ୍ କରି ସାରିବା ପରେ ୟୁଟ୍ୟୁବରୁ ଡ୍ୟାନ୍ସ ଭିଡିଓ ଦେଖି କେ-ପପ୍‌ ଡ୍ୟାନ୍ସ ପ୍ରତି ଆଗ୍ରହଣ ପ୍ରକାଶ ସହ ଅଭ୍ୟାସ ଆରମ୍ଭ କରିଥିଲେ । ନୃତ୍ୟଶିକ୍ଷା ପାଇଁ ତାଙ୍କ କୌଣସି ଗୁରୁ ନ ଥିବା ବେଳେ ସେ ୟୁଟ୍ୟୁବରୁ ଡ୍ୟାନ୍ସ ଶିକ୍ଷୁଛନ୍ତି ।

ଅବନ୍ତିପୋରାରେ ଏନକାଉଣ୍ଟର; ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୋରାରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ସେନା । ଏହି ଏନକାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦର ଆତଙ୍କବାଦୀର ମୃତ୍ୟୁ ହୋଇଛି ବୋଲି କହିଛନ୍ତି କାଶ୍ମୀର ଆଇଜି ବିଜୟ କୁମାର ।

ସୂଚନା ଅନୁସାରେ ଅବନ୍ତିପୋରାର ବାରାଗାମ ଅଞ୍ଚଳରେ ଜଣେ ଆତଙ୍କବାଦୀ ଲୁଚି ଥିବାର ଜାଣିବାକୁ ପାଇଥିଲେ ସୁରକ୍ଷା ବାହିନୀ । ଏହାପରେ ସେଠାରେ ସେନା ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଜଣଙ୍କ ସେନା ଉପରକୁ ଗୁଳି ମାଡ କରିଥିଲା । ଯାହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ । ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା ।

ଆଇଜି ବିଜୟ କୁମାରଙ୍କ ସୂଚନା ଅନୁସାରେ ଯେଉଁ ଆତଙ୍କବାଦୀର ମୃତ୍ୟୁ ହୋଇଛି ସେ ହେଉଛନ୍ତି ସମୀର ଅହମ୍ମଦ । ତାଙ୍କ ବୟସ ୧୭ରୁ ୧୮ ବର୍ଷ ହେବ ବୋଲି କହିଛନ୍ତି ଆଇଜି ବିଜୟ କୁମାର । ପୋଲିସ ସୂଚନା ଅନୁସାରେ ସମୀର ଅହମ୍ମଦଙ୍କ ଘର ବାରାଗାମ ଅଞ୍ଚଳରେ । ନଭେମ୍ବର ୭ରେ ସମୀର ଆତଙ୍କବାଦ ସଂଗଠନ ଜୈଶ-ଇ-ମହମ୍ମଦ ଯୋଗ ଦେଇଥିଲେ । ସମୀର ସି-କାଟାଗୋରୀର ଆତଙ୍କବାଦୀ ଥିଲା ବୋଲି କହିଛନ୍ତି ବିଜୟ କୁମାର ।

 

 

ସ୍ତ୍ରୀ ସରପଞ୍ଚ, ସ୍ୱାମୀଙ୍କ ହାତରେ ପଞ୍ଚାୟତର କ୍ଷମତା

ବଲାଙ୍ଗିର: ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀ ହାତରେ ପଞ୍ଚାୟତର ଅସଲ କ୍ଷମତା । ଲାଞ୍ଚ ନେଇ କାମ କରିବାର ଡିଲ୍ କରନ୍ତି ପାୱାରଫୁଲ ସ୍ୱାମୀ । ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବଲାଙ୍ଗିର ବଙ୍ଗୋମୁଣ୍ଡାରେ ମନରେଗା କାମ ପାଇଁ ଠିକାଦାର ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସରପଞ୍ଚଙ୍କ ସ୍ୱାମୀ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଲାଞ୍ଚ ଟଙ୍କା ନେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ ନେତା ଲକ୍ଷ୍ମୀକାନ୍ତ ବାଗ । ତାଙ୍କ ସ୍ତ୍ରୀ ଲୀଳାବତୀ ବାଗ ଠେମେରା ପଞ୍ଚାୟତର ସରପଞ୍ଚ ।

Sarpanch Wife's Husband Caught While Taking Bribe In Bolangir

ଲକ୍ଷ୍ମୀକାନ୍ତ ମନରେଗା କାମ ପାଇଁ ଠିକାଦାର ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି । ୨୦ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀଙ୍କୁ ଦେବାକୁ କହୁଛନ୍ତି । ହେଲେ ଠିକାଦାର କନିଷ୍ଠ ଯନ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଦେଇଥିବା କହୁଛନ୍ତି । ଯାହା ଭାଇରାଲ ଭିଡିଓରେ ସ୍ପଷ୍ଟ ଶୁଣାଯାଉଛି । ଏହାକୁ ନେଇ ବ୍ଲକ ପ୍ରଶାସନ ମଧ୍ୟ ଅଡୁଆରେ ପଡ଼ିଛି । ଜିଲ୍ଲା ପ୍ରଶାସନ ଠେମେରା ପଞ୍ଚାୟତରେ ହୋଇଥିବା ମନରେଗା କାମର ନିରପେକ୍ଷ ତଦନ୍ତ କଲେ ଲକ୍ଷ୍ମୀକାନ୍ତ କରିଥିବା ବଡ଼ ଧରଣର ଦୁର୍ନୀତି ଧରା ପଡ଼ିବ ବୋଲି ଲୋକେ ଦାବି କରୁଛନ୍ତି ।

ରାଜ୍ୟର ୨୦ ଜିଲ୍ଲାରୁ ଆଉ ୧୬୦ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟର ୨୦ ଜିଲ୍ଲାରୁ ଆଉ ୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୦ ଜଣ ଅଛନ୍ତି । ୯୪ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଲେ ୬୬ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୨ ଜଣ, କଟକରୁ ୭ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଏବଂ ଷ୍ଟେଟପୁଲରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୫୭୪କୁ ବୃଦ୍ଧି ପାଇଛି । ଏବେ ୧୯୫୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୧୦ ଲକ୍ଷ ୪୧ ହଜାର ୧୩୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।