spot_img
Home Blog Page 5130

ସୁପରିଟେଣ୍ଡେଣ୍ଟଙ୍କ ମାନବିକତା; ବିକ୍ରି ହୋଇଥିବା କଏଦୀଙ୍କ ପୁଅକୁ ଫେରାଇ ଆଣିଲେ

ଭୁବନେଶ୍ୱର: ମାନବିକତା ଦେଖାଇଲେ ଭୁବନେଶ୍ୱର ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ । ବିକ୍ରି ହୋଇଥିବା କଏଦୀଙ୍କ ପୁଅକୁ ଫେରାଇଆଣିଲେ ସୁପରିଟେଣ୍ଡେଣ୍ଟ୍ ସରୋଜ କୁମାର ବିଶ୍ୱାଳ । ସୂଚନା ଅନୁଯାୟୀ, ଜେଲର ଜଣେ ବିଚାରାଧୀନ କଏଦୀଙ୍କ ସ୍ତ୍ରୀ ଓ ନାବାଳକ ପୁତ୍ର ବାହାରେ ରହୁଥିଲେ । ପିଲାଟିକୁ ତାର ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ।

ଏକଥା କଏଦୀ ଜଣକ ଜାଣିବାକୁ ପାଇ ଜେଲ୍ ଅଧିକ୍ଷକ ସରୋଜ ବିଶ୍ୱାଳଙ୍କୁ ଅବଗତ କରିବା ସହ ନିଜ ପୁଅକୁ କିଭଳି ଫେରି ପାଇବେ ସେ ନେଇ ଅନୁରୋଧ କରିଥିଲେ । ଯାହାକୁ ଗୁରୁତର ସହ ନେଇ ତତ୍ପରତା ପ୍ରକାଶ କରିଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ୍ । କୋଲକାତାରୁ ପିଲାଟିକୁ ଠାବ କରିବା ପରେ ଶେଷରେ ପିଲାଟିକୁ ଭୁବନେଶ୍ୱର ଫେରାଇ ଆଣିବାରେ ସଫଳ ହୋଇଥିଲେ । ଶେଷ ଖବର ସୁଦ୍ଧା, ନାବାଳକ ପିଲାଟିର ଭବିଷ୍ୟତ ଲାଳନପାଳନ ପାଇଁ ତାକୁ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରିବାକୁ ବିଚାରାଧୀନ ବନ୍ଦୀ ଜଣକ ଲିଖିତ ଅନୁରୋଧ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଧୀକ୍ଷକ । ଜେଲ୍ ଅଧୀକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଉଥିବା ସନ୍ଦେହ

ଟାଙ୍ଗୀ: ଜଙ୍କିଆ ଖେଳପଡ଼ିଆ ନିକଟସ୍ଥ ରାଜପଥରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ନାଁ ରଞ୍ଜନ ହୋଇଥିବା ବେଳେ, ତାଙ୍କ ଘର ରଣପୁର ଥାନା ଅଧିନସ୍ଥ ଭେରୁପଡା ଗାଁ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ରଣପୁରର ରାଜେଶ କୁମାର ପରିଡା ଓ ରଞ୍ଜନ ଏକ ପଲସର ବାଇକ ଯୋଗେ ଗୋଳବାଇ ଆଡକୁ ଯାଉଥିଲେ । ଯିବା ସମୟରେ ରାଜେଶ ରଞ୍ଜନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କୁ ରାସ୍ତାରେ ପକାଇଦେଇଥିଲେ । ପରେ ଦୁର୍ଘଟଣା ହୋଇଥିବା ନେଇ ଅଭିନୟ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଲେକେ ଏସବୁକୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ରଞ୍ଜନଙ୍କ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥି ସହ ଅଭିଯୁକ୍ତ ରାଜେଶକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ।

https://www.youtube.com/watch?v=TtMEfiNrVRA

 

 

ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ସାମ୍ୱାଦିକ: ମୋବାଇଲ ମାଗିଲେ, ନ ଦେବାରୁ ଲୁହାଛଡ଼ରେ ପିଟିଲେ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସାମ୍ବାଦିକ । ଗୁରୁତର ସାମ୍ବାଦିକ ହେଲେ ସତ୍ୟ ସୁନ୍ଦର ଭଞ୍ଜ । ଡେଲଟାରେ ରହୁଥିବା ସତ୍ୟସୁନ୍ଦର ଆଜି ଭୋର ୫ଟା ବେଳେ, ପ୍ରାତଃଭ୍ରମଣ କରୁଥିବା ବେଳେ, ଦୁଇ ଜଣ ଯୁବକ ସ୍କୁଟିରେ ଆସି ସତ୍ୟଙ୍କୁ ମୋବାଇଲ ମାଗିଥିଲେ । ସତ୍ୟ ମନା କରିବା ପରେ ଲୁହା ରଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ସତ୍ୟ ପାଲଟା ଆକ୍ରମଣ ମଧ୍ୟ କରିଥିଲେ । ତେବେ ପରେ ଅନ୍ୟ ଉପାୟ ନପାଇ ନିଜ ମୋବାଇଲ ଦେଇଦେବାକୁ ବାଧ୍ୟ ହୋଇଥିଲେ। ମୋବାଇଲ ନେଇ ଘଟଣାସ୍ଥଳରୁ ଦୁଇ ଲୁଟେରା ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସାମ୍ବାଦିକ ସତ୍ୟ ଭଞ୍ଜଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଜଳେଶ୍ୱର ୫୪ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୪ ଗିରଫ

 

 

ଆଜି ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ଅସନ୍ତୁଷ୍ଟ ଯୁକ୍ତ ୨ ଛାତ୍ରଛାତ୍ରୀ

ଭୁବନେଶ୍ୱର; ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା । ରାଜ୍ୟର ମୋଟ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୯ଟା ୧୫ ରେ ପରୀକ୍ଷା ହଲ ଭିତରକୁ ଯାଞ୍ଚ ପରେ ପ୍ରବେଶ କରିବେ । ମାସ୍କ ସାନିଟାଇଜେସନକୁ ବାଧ୍ୟତାମୂଳକ କରାଯାଇଛି । ପିଇବା ପାଣି ନିଜ ସାଙ୍ଗରେ ପରୀକ୍ଷା ହଲକୁ ନେଇ ପାରିବେ ଛାତ୍ରଛାତ୍ରୀ । କଳାରେ ୯ ହଜାର ୧୪୪ ଜଣ, ବିଜ୍ଞାନରେ ୨ ହଜାର ୩୧୧, ବାଣିଜ୍ୟରେ ୬୨୨ ସହ ଧନ୍ଦାମୂଳକ ଶିକ୍ଷାରେ ୪୪୦ ଏବଂ କରେସପଣ୍ଡେଣ୍ଟ କୋର୍ସରେ ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଆଏଥିପାଇଁ ୧୮୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୪ଟି ସେଣ୍ଟର, କଟକରେ ୧୨ଟି, ବାଲେଶ୍ୱର ୧୦ଟି ଏବଂ ଭୁବନେଶ୍ୱରରେ ୩ଟି ସେଣ୍ଟର ହୋଇଛି । କଣ୍ଟାବାଞ୍ଝିରେ ଗୋଟିଏ ସ୍କୁଲରେ ସର୍ବାଧିକ ୨୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସୁନ୍ଦରଗଡ କୋଇଡାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଇଛି ।

 

ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର, ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟରେ କମିବ ବର୍ଷାର ପରିମାଣ । ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ଉପରେ ଓ୍ୱେଲମାର୍କ ଲୋ ପ୍ରେସର ହୋଇରହିଛି । ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବ ନାହିଁ । କିନ୍ତୁ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,ଝାରସୁଗୁଡ଼ା,ବରଗଡ଼, ସମ୍ବଲପୁର, ଦେବଗଡ ଓ ଅନୁଗୁଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପେଟେ ଲଘୁଚାପ ବର୍ଷା ଫଳରେ ଜଳକାରେ ବନ୍ୟା ସ୍ଥିତି ଦେଖାଦେଇଛି । ବସ୍ତା ବ୍ଲକ ମଥାନୀରେ ନଦୀର ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏବେ ଏହା ୫.୯୮ ମିଟରରେ ପ୍ରବାହିତ ହେଉଛି । ନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ମୟୂରଭଞ୍ଜର ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି ।

ଜଳେଶ୍ୱର ୫୪ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୪ ଗିରଫ

ଜଳେଶ୍ୱର: ପୋଲିସ ଓ ଅବକାରୀ ବିଭାଗର ପୃଥକ ପୃଥକ ଚଢ଼ାଉ । ୫୪୦ ଗ୍ରାମର ବ୍ରାଉନ ସୁଗାର ଜବତ । ଚାରି ଜଣ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁର ସ୍କୁଲ ସମ୍ନାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକକୁ ଅଟକାଇଥିଲା । ସେମାନଙ୍କ ଠାରୁ ପ୍ରାୟ ୨୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ସେପଟେ  ପୋଲିସ ରାଜପୁର ବସ୍ତିରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବା ସହ ପ୍ରାୟ ୩୦୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଉଭୟ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ମୋଟ ୫୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ  ।

 

ଏଥିସହିତ ପଢ଼ନ୍ତୁ: ଦୁର୍ବଳ ହେଉଛି ଓ୍ୱେଲମାର୍କ ଲୋ ପ୍ରେସର, ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଉଠାଇଲେ ଏହି ପ୍ରସଙ୍ଗ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ସେ ପ୍ରଥମଥର ପାଇଁ ସାକ୍ଷାତ କରିଛନ୍ତି । ଏହି ଅବସରରେ ବହୁ ପ୍ରସଙ୍ଗରେ ଆଲୋଚନା ହୋଇଥିବା ବେଳେ କୃଷି କ୍ଷେତ୍ରକୁ ଅଧିକ ଫୋକସ୍ କରାଯାଇଥିବା ଜଣାପଡିଛି।

କୃଷକଙ୍କ ସହ ପୁଣି ଥରେ ଆଲୋଚନା କରିବା ଲାଗି ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅପିଲ୍ କରିଛନ୍ତି । ପଞ୍ଜାବ ଏକ କୃଷି ପ୍ରାଧାନ୍ୟ ରାଜ୍ୟ । ଖାଲି ଏତିକି ନୁହେଁ ପଞ୍ଜାବର ଅର୍ଥବ୍ୟବସ୍ଥା ଏକପ୍ରକାର କୃଷି ଉପରେ ନିର୍ଭରଶୀଳ । ଏଭଳି ସ୍ଥଳେ ୩ କୃଷି ଆଇନକୁ ପ୍ରତ୍ୟାହାର କରିନେବା ଉଚିତ୍।

ଚୋରି ହେଲା କାଳ, ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ମୃତ

ସମ୍ବଲପୁର: ପାଚେରି ଡେଇଁ ଚୋରି କରି ଫେରାର୍ ବେଳେ ଫାୟାରିଂ । ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ପାଚେରି ଡେଇଁ ଚୋରି କରି ଜଣେ ଯୁବକ ଫେରାର୍ ହେଉଥିବା ବେଳେ ଫାୟାରିଂ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡା ବୁଡ଼ ଗାଁର ବେଙ୍ଗଡୁରୁ ଭୂୟାଁ ।

ଯୁବକଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ବୁର୍ଲା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକ ଶ୍ୟାମ ମେଟାଲିକ୍ସରୁ କଣ ଚୋରି କରି ଫେରାର୍ ହେଉଥିଲେ ? କେଉଁ ପରିସ୍ଥିତିରେ ଯୁବକଙ୍କ କେଉଁ ସ୍ଥାନକୁ ଶ୍ୟାମ ମେଟାଲିକ୍ସର ସୁରକ୍ଷାକର୍ମୀ ଗୁଳି କଲେ ତାହା ଜଣାପଡ଼ି ନାହିଁ । ରେଙ୍ଗାଲି ପୋଲିସ ଘଟଣାର ତଦନ୍ତ କରୁଛି ।

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମହାତ୍ମା ଗାନ୍ଧୀ ଜୟନ୍ତୀରୁ ସାମାଜିକ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମ୍ପ୍ରତି କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ସାମାଜିକ ସେବା କାର୍ଯ୍ୟକ୍ରମର ଆୟୋଜନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ । ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳର ପ୍ରତ୍ୟେକ ଯୁବକ ଏବଂ ଛାତ୍ରମାନେ ସେବାବ୍ରତୀ ହୋଇ ଏହି ସାମାଜିକ କାର୍ଯକ୍ରମ ମାଧ୍ୟମରେ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷ ଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ କରୁଛି ।

ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଚାନ୍ଦବାଲି ଡ. ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ୱେବିନାରରେ ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ-ଛାତ୍ର ବ୍ୟାପାର) ତଥା ବିଧାୟକ ଧର୍ମଶାଳା ପ୍ରଣବ କୁମାର ବଳବନ୍ତରାୟ, ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କୁ ତ୍ୱରାନ୍ବିତ କରିବା ବିଷୟରେ ସବିଶେଷ ଖସଡ଼ା ପ୍ରଦାନ କରିଥିଲେ ।

 BJCD Social Work Movement From October 2

ସୂଚନାଯୋଗ୍ୟ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ଆୟୋଜନ କରାଯାଉଥିବା ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ଧରି ଓଡ଼ିଶାର ସମସ୍ତ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ ବିଭିନ୍ନସାମାଜିକ ସେବା ଯଥା ରକ୍ତଦାନ କାର୍ଯ୍ୟକ୍ରମ, ଶ୍ରମଦାନ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ଚିକିତ୍ସାଳୟର ପରିସର , ନିକଟସ୍ଥ ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୁତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜୁ ଛାତ୍ର ଜନତା ପକ୍ଷରୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ପରିସର, ଏବଂ ଏହାର ପାରିପାର୍ଶ୍ବିକ ସ୍ଥାନ ତଥା ରାସ୍ତା ଘାଟ କୁ ପରିଷ୍କାର ପରିଚ୍ଛନ୍ନ ରଖିବାର କାର୍ଯ୍ୟକ୍ରମ ରହିଛି। ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏହି ସାମାଜିକ ସେବା କାର୍ଯ୍ୟକ୍ରମ ଅନନ୍ୟ ଉଦାହରଣ ସୃଷ୍ଟି କରିବ ।

ଏହି ୱେବିନାରରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଜୋନ୍ ସଭାପତି ଜିଲ୍ଲା ସଭାପତି, ବ୍ଲକ ସଭାପତି,ଆଇ.ଟି ସଂଯୋଜକ ଏବଂ ଡିଜିଟାଲ ସେକ୍ରେଟାରୀ ପ୍ରମୁଖ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଗେମ୍ ନ ଖେଳିବାକୁ ଆକଟ କରିବାରୁ ନବମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା

ଆନନ୍ଦପୁର: ଅନଲାଇନ୍ ଗେମ୍ ଫ୍ରି-ଫାୟାର ଖେଳିବା ପାଇଁ ଆତ୍ମହତ୍ୟା । ଘସିପୁରା ଥାନା ଇନ୍ଦୁପୁରା ଗାଁରେ ଜଣେ ନବମ ଶ୍ରେଣୀ ଛାତ୍ର ଗେମ୍ ପାଇଁ ଆତ୍ମହତ୍ୟା କରିଛନ୍ତି । ମୃତକ ଆନନ୍ଦପୁର ଆର୍ଦଶ ବିଦ୍ଯାଳୟର ନବମ ଶ୍ରେଣୀ ଛାତ୍ର ସୋମ୍ୟ ରଞ୍ଜନ ଜେନା । ମୋବାଇଲରେ ଫ୍ରି-ଫାୟାର ଗେମ୍ ଖେଳିବକୁ ମାଆଙ୍କୁ ମୋବାଇଲ୍ ମାଗିଥିଲା ସୌମ୍ୟ ।

 9th Class Student Suicides In Keonjhar For Online Game

ହେଲେ ଗତ ୨ଦିନ ଧରି ବିଦ୍ଯାଳୟର ପରୀକ୍ଷା ଚାଲିଥିବାରୁ ମାଆ ମୋବାଇଲ୍ ଦେବାକୁ ମନା କରି ଦେଇଥିଲେ । ଏତିକିରେ ସୋମ୍ଯ ରାଗିଯାଇ ଛାତ ଉପରେ ବେକରେ ରଶି ଲଗାଇ ଦେଇଥିଲା । କିଛି ସମୟ ପରେ ଛାତ ଉପରକୁ ଯାଇଥିବା ଭଉଣୀ ସୌମ୍ୟକୁ ଝୁଲନ୍ତା ଦେଖି ପରିବାରକୁ ଜଣାଇଥିଲେ ।

ପରିବାର ଲୋକେ ଛାତ ଉପରୁ ସୌମ୍ୟକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ନେଇଥିଲେ । ମେଡିକାଲରେ ଡାକ୍ତର ସୌମ୍ୟକୁ ମୃତ ଘୋଷଣା କରିଛନ୍ତି ।