spot_img
Home Blog Page 5131

କଂଗ୍ରେସ ସହ ଚାରି ଦଶନ୍ଧିର ସମ୍ପର୍କ ତୁଟାଇବେ କ୍ୟାପଟେନ୍‌

ଚଣ୍ଡିଗଡ଼: କଂଗ୍ରେସ ଛାଡ଼ିବେ କ୍ୟାପଟେନ୍‌ । କଂଗ୍ରେସରେ ରହିବେନି କି ବିଜେପିରେ ମିଶିବେନି । ତଳକୁ ତଳକୁ ଯାଉଛି କଂଗ୍ରେସ । ଦଳର ଅପମାନକୁ ଆଉ ନିଜ ମୁଣ୍ଡରେ ଲଦିବିନି  । ଦଳୀୟ କନ୍ଦଳର ଭୟଙ୍କର ରୂପ ନେଲାଣି ପଞ୍ଜାବ କଂଗ୍ରେସ । ଦିଲ୍ଲୀ ଗସ୍ତ ଶେଷ କରି ଏଭଳି ବୟାନ ଦେଇଛନ୍ତି ଅମରିନ୍ଦର ସିଂ । କଂଗ୍ରେସ ସହ ଚାରି ଦଶନ୍ଧିର ସମ୍ପର୍କ ତୁଟାଇବେ ବୋଲି କହିଛନ୍ତି କ୍ୟାପଟେନ୍‌ ଅମରିନ୍ଦର ସିଂ । ଦଳ ଭିତରେ ଅପମାନିତ ହୋଇଥିବାରୁ  କଂଗ୍ରେସ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି ।

ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଛନ୍ତି କ୍ୟାପଟେନ୍ । କହିଛନ୍ତି, ବିଜେପିରେ ମିଶିବିନି । ହେଲେ ଦଳ ଭିତରେ କରାଯାଇଥିବା ଅପମାନ ପରେ ଆଉ କଂଗ୍ରେସରେ ରହିବିନି ବୋଲି ଘୋଷଣା କରିଛନ୍ତି ।

ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ତଫା ଦେଇଥିଲେ । ଆଜି ସକାଳୁ NSA ଅଜିତ ଡୋଭାଲଙ୍କୁ ମଧ୍ୟ କ୍ୟାପଟେନ୍ ଭେଟି ଆଲୋଚନା କରିଥିଲେ । ତେବେ ପଞ୍ଜାବରେ ପହଞ୍ଚି ପୁଣି ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ଅମରିନ୍ଦର । ପଞ୍ଜାବର ଭବିଷ୍ୟତ ପାଇଁ ସିଦ୍ଧୁ ଉପଯୁକ୍ତ ପ୍ରାର୍ଥୀ ନୁହଁନ୍ତି ବୋଲି ଅମରିନ୍ଦର କହିଛନ୍ତି ।

ଅକ୍ଟୋବରରେ ଜାରି ରହିବ ସେପ୍ଟେମ୍ବର ଗାଇଡଲାଇନ୍, ଟ୍ୱିନ୍ ସିଟି ପାଇଁ କଟକଣା

ଭୁବନେଶ୍ୱର: ଆସିଲା ଅକ୍ଟୋବର କରୋନା ଗାଇଡଲାଇନ୍‌ । ନୂଆ ଗାଇଡଲାଇନ୍ ନଭେମ୍ବର ୧ ଯାଏ ଜାରି ରହିବ । ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନ୍ ଅକ୍ଟୋବରରେ ବଳବତ୍ତର ରହିବ । ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ପାର୍ବଣପାଇଁ କଟକ-ଭୁବନେଶ୍ବରରେ କଟକଣାକୁ କଡ଼ାକଡ଼ି କରାଯାଇଛି ।

Extended Night Curfew 8PM To 5AM in Bhubaneswar & Cuttack from Oct 11-20

ଟ୍ୱିନ୍‌ ସିଟିରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ କଟକଣା କଡ଼ାକଡ଼ି ହେବ । ରାତି ୮ରୁ ସକାଳ ୫ଟା ଯାଏଁ ଜାରି ହେବ ନାଇଟ୍‌ କର୍ଫ୍ୟୁ । ଅନ୍ୟ ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ରହିବ । ପୂଜା ପାର୍ବଣ ସମୟରେ ବଡ଼ ଧରଣର ସମାବେଶକୁ ବାରଣ କରାଯାଇଛି ।

ଅକ୍ଟୋବର ୧ରୁ ବଦଳୁଥିବା ୬ ନିୟମ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅକ୍ଟୋବର ମାସ । ମାସର ପ୍ରଥମ ଦିନରୁ ଅନେକ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପେନସନ୍ ରୁଲରୁ ନେଇ ଗ୍ୟାସ୍ ଦର, ସବୁଥିରେ ହେବ ପରିବର୍ତ୍ତନ । ଆସନ୍ତୁ ଜାଣିବା ସେ ବିଷୟରେ…

୧) ନୂଆ ନିୟମ ଅନୁସାରେ, ଅକ୍ଟୋବର ୧ ତାରିଖରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଡିଜିଟାଲ୍ ଲାଇଫ ସାର୍ଟିଫିକେଟ୍ କିମ୍ବା ପ୍ରୁଫ୍ ଅଫ୍ ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିବ । ଦେଶର ଯେ କୌଣସି ମୁଖ୍ୟ ଡାକଘରେ ଥିବା ଜୀବନ ପ୍ରମାଣ ସେଣ୍ଟରରେ ଏହା ଦାଖଲ କରିପାରିବେ । ଏହା ନଦେଲେ ପେନସନ୍ ବନ୍ଦ ହୋଇଯିବ ।

୨) ଅକ୍ଟୋବର ୧ରୁ ଅକାମୀ ହୋଇଯିବ ତିନିଗୋଟି ବ୍ୟାଙ୍କର ଚେକ୍ ବୁକ୍ । ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆହ୍ଲାବାଦ ବ୍ୟାଙ୍କର ଚେକ୍ ବୁକ୍ ସହ ଏମଆଇସିଆର୍ କୋଡ୍ ଅକାମୀ ହୋଇଯିବ । ତେଣୁ ଏହି ତିନିବ୍ୟାଙ୍କର ଗ୍ରାହକ ନିକଟସ୍ଥ ବ୍ୟାଞ୍ଚରେ ଆଇଏଫଏସସି କୋଡ ଅପଡେଟ୍ କରାଇ ନେବା ଆବଶ୍ୟକ ।

୩) ଅଟୋ ଡେବିଟକୁ ଅନୁମୋଦନ ଦେବେ ଗ୍ରାହକ । ଆରବିଆଇର ନିର୍ଦ୍ଦେଶ ମୁତାବକ ଅକ୍ଟୋବ ୧ରୁ ଗ୍ରାହକଙ୍କ ଆକାଉଣ୍ଟରୁ ହେଉଥିବା ଅଟୋ ଡେବିଟ ପାଇଁ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଅନୁମତି ନେବେ । ଅଟୋ ଡେବିଟ୍ ନେଇ ଗ୍ରାହକଙ୍କୁ ବ୍ୟାଙ୍କ ମେସେଜ ଓ ଇମେଲ୍ ପଠାଇବ । ଗ୍ରାହକଙ୍କ ଅନୁମଦନ ପରେ ଟଙ୍କା କଟିବ ।

୪) ନିବେଶ ନିୟମରେ ପରିବର୍ତ୍ତନ । ମ୍ୟିଚୁଆଲ୍ ଫଣ୍ଡ ହାଉସ୍ ସେମାନଙ୍କ ଗ୍ରସ୍ ସାଲାରୀର ୧୦ ପ୍ରତିଶତ ନିଜସ୍ୱ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବେ । ଏହି ନିୟମ ପର୍ଯ୍ୟାୟ ଭିତ୍ତିକ ଭାବେ ଅକ୍ଟୋବର ୧ରୁ ଲାଗୁ ହେବ । ୨୦୨୩ ଅକ୍ଟୋବରରୁ କର୍ମଚାରୀଙ୍କୁ ଦରମାର ୨୦ ପ୍ରତିଶତ ନିବେଶ କରିବାକୁ ପଡ଼ିବ ।

୫) ପ୍ରତିମାସର ପହିଲାରେ ବଦଳୁଛି ଗ୍ୟାସ୍ ଦର । ଅକ୍ଟୋବର ୧ରୁ ଗ୍ୟାସ୍ ଦର ବଢ଼ିବା ଆଶଙ୍କା କରାଯାଉଛି । ଗତମାସରେ ଏଲପିଜି ପିଛା ୨୫ ଟଙ୍କା ବୃଦ୍ଧି ଘଟିଥିଲା ।

୬) ଅକ୍ଟୋବର ୧ରୁ ଦିଲ୍ଲୀରେ ଥିବା ଘରୋଇ ମଦ ଦୋକାନ ବନ୍ଦ ହୋଇଯିବ । ଘରୋଇ ମଦ ଦୋକାନ ଗୁଡ଼ିକ ନଭେମ୍ବର ୧୬ ଯାଏଁ ବନ୍ଦ ରହିବ । ଏହି ସମୟରେ ସରକାରୀ ମଦ ଦୋକାନ ଗୁଡ଼ିକ ମଦ ବିକ୍ରି କରିପାରିବେ ।

ପିପିଲି ଉପନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ପିପିଲିରେ ଜାରି ରହିଛି ମତଦାନ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ଯାଏ ଜାରି ରହିବ । ୬ଟା ପର୍ଯ୍ୟନ୍ତ ବୁଥରେ ଧାଡ଼ିରେ ଥିବା ମତଦାତାଙ୍କୁ ଟୋକନ୍ ଦିଆଯିବ । ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏବେ ସୁଦ୍ଧା ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି ।

Pipili Bye Election, 68.40 Percentage Vote Turn Outs Till 5PM

କୋଭିଡ୍ କଟକଣା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ୨୦୧ଟି ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପିପିଲିରେ ମୋଟ ୨ଲକ୍ଷ  ୨୯ ହଜାର ୯୯୮ ଭୋଟର ଅଛନ୍ତି । ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପ୍ରତି ବୁଥରେ କୋଭିଡ୍ ନୋଡାଲ୍ ଅଧିକାରୀ ଉପସ୍ଥିତ ଅଛନ୍ତି ।

Pipili Bye Election, 68.40 Percentage Vote Turn Outs Till 5PM

ମାସ୍କ ବାଧ୍ୟତାମୂଳକ କରାଯାଇଛି । ଡବଲ୍ ଡୋଜ୍ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି । ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୂର୍ତ୍ତରେ ଭୋଟ୍ ଦେଇପାରିବେ । ପ୍ରତି ବୁଥରେ ହଜାରେ ମତଦାତା ଭୋଟ ଦେବେ । ଉପନିର୍ବାଚନ ପାଇଁ ୨ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି । ବିଭିନ୍ନ ବୁଥ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପି ।

ଗୋଟିଏ ଦିନରେ ହକିରୁ ଅବସର ନେଲେ ୨ ତାରକା ଖେଳାଳି

ଭୁବନେଶ୍ୱର: ଗୋଟିଏ ଦିନରେ ହକିରୁ ୨ ଜଣ ତାରକା ଖେଳାଳି ଅବସର ଘୋଷଣା କରିଛନ୍ତି । ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଏବଂ ଜଣେ ଭଲ ଡ୍ରାଗ୍ ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଅବସର ଘୋଷଣା କରିଛନ୍ତି । ସେହିଭଳି ସୁନ୍ଦରଗଡ଼ର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ମଧ୍ୟ ହକିରୁ ଅବସର ନେଇ ଘୋଷଣା କରିଥିବା ସୂଚନା ଦେଇଛି ହକି ଇଣ୍ଡିଆ ।

ଅବସର ଘୋଷଣା ସହ ଭାରତୀୟ ଦଳ ଲାଗି ଖେଳିଥିବାରୁ ଖୁସି ଲାଗିଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା । ଦେଶକୁ ପ୍ରତିନିଧିତ୍ୱ କରିବା ଓ ଭାରତୀୟ ଦଳର ଜର୍ସି ପିନ୍ଧିବା ସବୁଠୁ ବଡ଼ ଖୁସି । ବର୍ତ୍ତମାନ ସମୟ ଆସିଛି ଆଗକୁ ଯାଇ ଆଗାମୀ ପିଢ଼ିର ଖେଳାଳିଙ୍କୁ ଭାରତୀୟ ଦଳରେ ଖେଳିବାର ଅନୁଭବ ଦେବା । ୧୧ ବର୍ଷର ହକି କ୍ୟାରିୟରରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଲାକ୍ରା । ଆଜି ସେ ହକିରୁ ଅବସର ଘୋଷଣା କରିଛନ୍ତି ।

ଆଗାମୀ ଅଲମ୍ପିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଲାକ୍ରା । ଟୋକିଓ ଅଲମ୍ପିକରେ ଭାରତୀୟ ଦଳର ବ୍ରୋଞ୍ଜ ମେଡାଲିଷ୍ଟ ବୀରେନ୍ଦ୍ର ଲାକ୍ରା । ହକି ତାଙ୍କୁ ଜୀବନରେ ବହୁତ କିଛି ଦେଇଛି ଏବଂ ଜୀବନରେ ପରିବର୍ତ୍ତନ ଆଣିଥିବା ଲାକ୍ରା କହିଛନ୍ତି । ଅଲମ୍ପିକ୍ସରେ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଢେଇ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ସହ ଡିଏସପି ରାଙ୍କର ନିଯୁକ୍ତି ପ୍ରଦାନ କରିଥିଲେ  ।

 

ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି: ଡାକ୍ତର ସିବିକେ ମହାନ୍ତି

ଭୁବନେଶ୍ୱର: ପାର୍ବଣରେ ବଢ଼ିପାରେ କରୋନା ସଂକ୍ରମଣ। ସଂକ୍ରମଣ ରୋକିବାକୁ ସଚେତନ ରହିବା ଜରୁରୀ। ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ପୁଣି ସମସ୍ତଙ୍କୁ ଅପିଲ କରିଛନ୍ତି। ପାର୍ବଣ ପାଇଁ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି, ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣାଇବାକୁ ଡିଏମ୍‌ଇଟି ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଯେଉଁଠି ସଂକ୍ରମଣ ବଢୁଛି, ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି।

ସମସ୍ତେ ଟିକା ନେବା ଆବଶ୍ୟକ। ରାଜ୍ୟରେ ୧୮୦୦ କେନ୍ଦ୍ରରେ ଚାଲିଛି ଟିକାକରଣ। ୩ କୋଟି ୪ ଲକ୍ଷ ଟିକାକରଣ ସରିଲାଣି। ବର୍ତ୍ତମାନ ଦୈନିକ ୪ ଲକ୍ଷ ଟିକା ଦିଆଯାଉଛି। ଦ୍ୱିତୀୟ ଡୋଜ ନେବା ପାଇଁ ଆହୁରି ୨୫ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବାକୁ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ୭୧ ପ୍ରତିଶତଙ୍କର ସରିଛି ପ୍ରଥମ ଡୋଜ ଟିକାକରଣ। ୧ ଲକ୍ଷ ୮୯ ହଜାର ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଟିକାକରଣ ସାରିବାକୁ ଚେଷ୍ଟା କରାଯାଉଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ଆସନ୍ତାକାଲିଠୁ ଯୁକ୍ତଦୁଇ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ଯୁକ୍ତଦୁଇ ଅଫଲାଇନ ପରୀକ୍ଷା ଦେବେ ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ। ମୋଟ ୧୩ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ପଞ୍ଜୀକରଣ କରିଛନ୍ତି। କଳାରେ ୯ହଜାର ୧୪୪, ବିଜ୍ଞାନରେ ୨୩୪୭,ବାଣିଜ୍ୟରେ ୬୨୨, ଧନ୍ଦାମୂଳକ ଶିକ୍ଷା ରେ ୪୪୦ ଓ ପତ୍ରବିନିମୟରେ ୫୨୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ମୋଟ ୧୮୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୪ଟି, କଟକରେ ୧୨ଟି ଏବଂ ବାଲେଶ୍ବରରେ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। କଣ୍ଟାବାଞ୍ଝିର ଗୋଟିଏ ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୨୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ, ସୁନ୍ଦରଗଡ କୋଇଡାରେ ମାତ୍ର ୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷାକେନ୍ଦ୍ର କରାଯାଇଛି।

ଛତିଶଗଡ଼ ସୀମାନ୍ତରେ ପୁଣି ବିସ୍ଫୋରଣ, ୨ CRPF ଯବାନ ଆହତ

ମାଲକାନାଗିରି: ସୀମାନ୍ତରେ ପୁଣି ବିସ୍ଫୋରଣ। ୨ ସିଆରପିଏଫ୍ ଯବାନ ଆହତ। ଆହତ ଯବାନଙ୍କୁ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯବାନମାନେ ହେଲେ ବାଲକିଶନ ଓ ସାନିଦୁଲ ଇସଲାମ। ପ୍ରେସର ବୋମା ବିସ୍ଫୋରଣ ଯୋଗୁ ଦୁଇ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ରୋଡ୍‌ ଅପରେସନରେ ଡ୍ୟୁଟି କରିବା ବେଳେ ଅଘଟଣ ଘଟିଛି। ମୋଡ଼କପାଲ ଥାନା ହଲବାପାରା ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ବସ୍ତର IG ସୁନ୍ଦରରାଜ ପି ଏହି ସୂଚନା ଦେଇଛନ୍ତି। ତେବେ ଯଦି ଦେଖିବା କିଛି ଦିନ ହେବ ଛତିଶଗଡ଼ ସୀମାନ୍ତରେ ବାରମ୍ବର ଆକ୍ରମଣ ହେବାରେ ଲାଗିଛି।

ଓଡ଼ିଶା ହାଇକୋର୍ଟକୁ ଆସିବେ ୪ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟ ପାଇବ ୪ନୂଆ ବିଚାରପତି। ୪ଜଣଙ୍କ ନାଁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ବାର୍‌ରୁ ୨ଜଣ ଓ ୨ ଜଣ ଜୁଡିସିଆଲ ଅଫିସରଙ୍କ ନାଁ ସୁପାରିସ କରାଯାଇଛି। ବାର୍‌ରୁ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁଙ୍କ ନାଁ ସୁପାରିସ କରାଯାଇଥିବାବେଳେ ଜୁଡିସିଆଲ ଅଧିକାରୀ ହେଲେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର। ଏନେଇ ସୁପ୍ରିମକୋର୍ଟ କଲେଜିୟମର ବୈଠକ ବସି ନିଷ୍ପତ୍ତି ନିଆଯାଇଛି। ଏହି ଚାରି ଜଣଙ୍କୁ ନିଯୁକ୍ତି ମିଳିଲେ ଓଡ଼ିଶା ହାଇକୋର୍ଟରେ ଜଜ୍‌ଙ୍କ ସଂଖ୍ୟା ୧୯ ବୃଦ୍ଧି ପାଇବ।

ଜାତୀୟ ଗ୍ରାମ୍ୟ ଉନ୍ନୟନ ମାନ ନିର୍ଦ୍ଧାରଣ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ରାସ୍ତା କାମ ତଦାରଖ ପାଇଁ ଆସିଥିଲେ କେନ୍ଦୁଝର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ର ଦରଖଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦିଲ୍ଲୀର ଜାତୀୟ ଗ୍ରାମ୍ୟ ଉନ୍ନୟନ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡିକର ତଦାରଖ କରିବାକୁ ସେ ଆସିଥିଲେ।

କାମ ସାରି କାର ଯୋଗେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଘଷିପୁରା ଥାନା ଦରଖଳା ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟି ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ  ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ପୂର୍ତ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବେ ରାଜସ୍ଥାନରେ କାର୍ଯ୍ୟରତ ଥିଲେ।