spot_img
Home Blog Page 5145

୧୦୦ ଥର ରିଜେକ୍ଟ ହୋଇଥିବା ମହିଳା କେମିତି ହେଲେ ୪୦୦ ବିଲିୟନର ମାଲିକାଣୀ…

ନୂଆଦିଲ୍ଲୀ: ଅନେକ ଥର ଜୀବନରେ ବିଫଳତାର ସାମ୍ନା କରିବାକୁ ପଡେ । କିଛି ଲୋକ ଏହା ଦ୍ୱାରା ନିରାଶ ହୁଅନ୍ତି ତ ଆଉ କିଛି ବିଫଳତାକୁ ଅସ୍ତ୍ର କରି ସଫଳତା ହାସଲ କରନ୍ତି । ଏହିପରି ଜଣେ ମହିଳା ହେଉଛନ୍ତି ମେଲାନି ପର୍କିନ୍ସ, ଯିଏ ମାତ୍ର ୩୧ ବର୍ଷ ବୟସରେ ୪୦୦ ବିଲିୟନ ସମ୍ପତ୍ତିର ମାଲିକାଣୀ ଅଟନ୍ତି । ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କର ବିଚାରଧାରାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ସେ କେବେହେଲେ ହାର ମାନିନଥିଲେ । ତେବେ ଆସନ୍ତୁ ଜାଣିବା ୧୦୦ ଥର ପ୍ରତ୍ୟାଖ୍ୟାନ ହୋଇଥିବା ମହିଳା କିପରି ୪୦୦ ବିଲିୟନର ମାଲିକାଣୀ ହୋଇଗଲେ ?

ବ୍ଲୁମବର୍ଗଙ୍କ ଅନୁଯାୟୀ, ଅଷ୍ଟ୍ରେଲିଆର ୩୧ ବର୍ଷିୟ ମେଲାନି ପର୍କିନ୍ସ, ଲୋକପ୍ରିୟ ଡିଜାଇନ ପ୍ଲାଟଫର୍ମ ‘କାନଭା’ର ସହ-ପ୍ରତିଷ୍ଠାତା ତଥା ସିଇଓ ଅଟନ୍ତି । ସେ ତାଙ୍କ ପ୍ରଥମ ବ୍ୟବସାୟ ମାତ୍ର ୧୪ ବର୍ଷ ବୟସରେ ଆରମ୍ଭ କରିଥିଲେ । ୨୨ ବର୍ଷ ବୟସରେ, ମେଲାନି ତାଙ୍କର ପରବର୍ତ୍ତୀ କମ୍ପାନୀ (ଫ୍ୟୁଜନ୍ ବୁକ୍) ପ୍ରତିଷ୍ଠା କରିଥିଲେ । ଆଜି, ଫ୍ୟୁଜନ୍ ବୁକ୍ ଅଷ୍ଟ୍ରେଲିଆର ସର୍ବବୃହତ ବର୍ଷିକ ପୁସ୍ତକ ପ୍ରକାଶକ ଅଟେ ଏବଂ ଫ୍ରାନ୍ସ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଏହାର ଉପସ୍ଥିତି ରହିଛି ।

୨୦୧୩ ମସିହାରେ, ପର୍କିନ୍ସ ତାଙ୍କ ବ୍ୟବସାୟ ‘କାନଭା’ ଆରମ୍ଭ କରିଥିଲେ । ଏହା ଏକ ପ୍ଲାଟଫର୍ମ ଯାହା ଯେକୌଣସି ବ୍ୟକ୍ତିଙ୍କୁ ସେମାନଙ୍କର ବୃତ୍ତିଗତ ସ୍ତର ନିର୍ବିଶେଷରେ ବୃତ୍ତିଗତ-ଗୁଣାତ୍ମକ ଡିଜାଇନ୍ ସୃଷ୍ଟି କରିବାକୁ ଅନୁମତି ଦିଏ । ଆଜି କାନଭା ପାଖରେ  ୧୯୦ ଟି ବିଭିନ୍ନ ଦେଶରେ ୧୦ ମିଲିୟନରୁ ଅଧିକ ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି । ଯେଉଁଥିରେ ୨୫୦ ରୁ ଅଧିକ କର୍ମଚାରୀଙ୍କ ଏକ ଟିମ୍ ରହିଛି ଯାହାର ଜାନୁଆରୀ ୨୦୧୮ ସୁଦ୍ଧା ମୂଲ୍ୟ ୧ ବିଲିୟନ ଡ଼ଲାର୍ ଥିଲା ।

ଏଥି ପାଇଁ ପର୍କିନ୍ସଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ୱେବସାଇଟ୍ ଏଣ୍ଟରପ୍ରାଇଜର୍ ସହିତ ସାକ୍ଷାତକାରରେ ମେଲାନି ପର୍କିନ୍ସ କହିଛନ୍ତି ଯେ, ‘ମୁଁ ବିଫଳତାରୁ ଖୁବ ଶୀଘ୍ର ଶିଖିଲି । ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଏବଂ କ୍ରମାଗତ ଭାବରେ କିଛି କରିବା ଶିଖିଲି ।’ ଏକ ବର୍ଷ ଭିତରେ ୧୦୦ରୁ ଅଧିକ ଥର ରିଜେକ୍ଟ କରାଯାଇଥିଲା । ଲୋକେ ୧୦୦ ଥର ରିଜେକ୍ଟ ହେବା ପରେ ପ୍ରୟାସ କରିବା ବନ୍ଦ କରିଦିଅନ୍ତି । କିନ୍ତୁ ଆପଣଙ୍କୁ ଧୈର୍ଯ୍ୟ ଧରି ରହିବାକୁ ପଡ଼ିବ ।

ଅନୁସନ୍ଧାନକାରୀ ସଂସ୍ଥା ସିବି ଇନସାଇଟ୍ସର ତଥ୍ୟ ଅନୁଯାୟୀ ପେର୍କିନ୍ସର ସିଡନୀ ଭିତ୍ତିକ ସଂସ୍ଥା ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟାର୍ଟଅପ୍ ଅଟେ । କେବଳ ଏତିକି ନୁହେଁ, ପର୍କିନ୍ସ ହେଉଛନ୍ତି ୪୦ ବର୍ଷରୁ କମ୍ ଧନୀ ମହିଳା ବିଲିୟନେୟାର । ସେ ପ୍ରାୟ ୪୦୦ ବିଲିୟନର ମାଲିକ ଅଟନ୍ତି ।

ବାତ୍ୟା ଗୁଲାବ ନେଇ ଏସ୍‌ଆରସିଙ୍କ ପ୍ରେସମିଟ୍: ଅପରାହ୍ଣ ସୁଦ୍ଧା ଓଡ଼ିଶା ଛାଡ଼ିବ ବାତ୍ୟା

ଭୁବନେଶ୍ୱର: ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ମାଲକାନଗିରି ଜିଲ୍ଲାରେ ରହିଛି । ୨ ରୁ ୩ ଘଣ୍ଟା ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଅତିକ୍ରମ କରିବ । ତେବେ ପବନରବେଗ କେଉଁଠି ବି ଅଧିକ ହୋଇନାହିଁ । ଗଜପତି ଓ କୋରାପୁଟରେ କେବଳ ଦୁଇଟି ତିନୋଟି ସ୍ଥାନରେ ମାଟି ଅତଡ଼ା ଖାସିଥିଲା । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । କୋରାପୁଟର ପଟାଙ୍ଗୀରେ ୧୪୮ ମିଲି ମିଟର ବର୍ଷା ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା ।

ମାଲକାନଗିରିର ଗୋଟିଏ ବ୍ଲକରେ ୧୦୭ ମିଲିମିଟର ବର୍ଷା ହୋଇଛି । ଗଜପତିର ଗୋଶାଣୀରେ ୮୩ ମିଲିମିଟର, ମୋହନାରେ ୩୩ ମିଲିମିଟର, ରାୟଗଡ ବ୍ଳକରେ ୬୦ ମିଲିମିଟର ଓ ନୂଆଗଡ଼ରେ ୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବିଦ୍ୟୁତ ଭିତ୍ତିଭୂମି କେଉଁଠି କ୍ଷୟକ୍ଷତି ହୋଇନାହିଁ । ଖୁଣ୍ଟ କେଉଁଠି ଉପୁଡି ନାହିଁ । ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ତାହା ମରାମତି କରାଯିବ । ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା ତାହା ଏବେ ବନ୍ଦ ହୋଇଗଲାଣି । ମୋଟାମୋଟି ଭାବେ ପାଣି ପାଗ ବିଭାଗ ବାତ୍ୟା ଦ୍ୱାରା ଯେତିକି ବର୍ଷା ହେବ ବୋଲି ଆକଳନ କରିଥିଲା ସେମିତି ବର୍ଷା କି ପବନ ହୋଇ ନାହିଁ । କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ । ଜିଲ୍ଲାପାଳ ମାନଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯିବ ସେମାନେ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ ।  ସର୍ବମୋଟ ୪୬ ହଜାର ୭୫ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୧୮୯ଟି ସେଲଟର ସେମାନଙ୍କୁ ରଖାଯାଇଥିଲା । ୧୫୩୩ ଆସନ୍ନ ପ୍ରସବାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମାଲକାନଗିରି ଜିଲ୍ଲାରେ ବର୍ଷା ଟିକିଏ ଜାରି ରହିଛି ଆଶା କରୁଛୁ ସେମିତି କିଛି ସମସ୍ୟା ହେବ ନାହିଁ । କେବଳ ମାଲକାନଗିରି ରେ ୫୦ ରୁ ୬୦ ଗଛ ଭାଙ୍ଗିଥିବା କହିଛନ୍ତି ଏସ୍‌ ଆରସି  ।

ଗୋପୀନାଥପୁର ଗାଁରେ ବୁଲୁଛି ଭାଲୁ: ୨ଜଣଙ୍କୁ କଲା ଆକ୍ରମଣ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଗୋପୀନାଥପୁର ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଗୋପୀନାଥପୁର ଗାଁର ମୁକୁନ୍ଦ ରାଉତ ଓ ଚଣ୍ଡୀପୁର ଅଞ୍ଚଳର ପ୍ରଭାକର ମହାନ୍ତି। ଗାଁରେ ଭାଲୁ ବୁଲୁଥିବା ବେଳେ ହିଂସ୍ର ହୋଇ  ପାଳଭୂତକୁ ମଧ୍ୟ ଆକ୍ରମଣ କରୁଛି । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପକ୍ଷରୁ ଭାଲୁଟିକୁ ସ୍ଵର୍ଣ୍ଣଚୁଡ଼ ପାହାଡକୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯାଉଛି । ପ୍ରତିବର୍ଷ ଜଙ୍ଗଲି ଜନ୍ତୁ ଖାଦ୍ୟ ଅନ୍ୱେଷଣଣେ ଆସି କ୍ଷତି ପହଞ୍ଚାଉଥିବା ବେଳେ ବନ ବିଭାଗ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି ହୋଇଛି।

ଏଥିସହିତ ପଢ଼ନ୍ତୁ: ଆଇପିଏଲ୍‌ ବେଟିଂ ଅଭିଯୋଗରେ ୬ ଗିରଫ: ୧ଲକ୍ଷ ୬୦ ହଜାର ଟଙ୍କା ଜବତ

ଆଇପିଏଲ୍‌ ବେଟିଂ ଅଭିଯୋଗରେ ୬ ଗିରଫ: ୧ଲକ୍ଷ ୬୦ ହଜାର ଟଙ୍କା ଜବତ

ଦିଗପହଣ୍ଡି: ଆଇପିଏଲ ବେଟିଂ ବେଳେ ପୋଲିସର ଚଢ଼ାଉ । ଆସିକା ପାଟପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଆଇପିଏଲ ବେଟିଂକୁ ପଣ୍ଡ କରିଛି ପୋଲିସ । ବେଟିଂ ମାମଲାରେ ପାଟପୁର ପୋଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ସହ ୮ଟି ମୋବାଇଲ ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମାଶଙ୍କର ସିଂ । ଡେଙ୍ଗାଉସ୍ତା ସିଙ୍ଗିପୁର ରାସ୍ତାର ଏକ କଲଭର୍ଟରେ କିଛି ଯୁବକ ଆଇପିଏଲରେ ବେଟିଂ କରୁଥିବା ବେଳେ ଚଢ଼ାଉ କରିଥିଲା ପୋଲିସ । ସୂଚନା ପାଇ ପାଟପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଛାନବିନ୍ କରୁଛି ।

ଏଥିସହିତ ପଢ଼ନ୍ତୁ: କଳାହାଣ୍ଡିର ସୁନା ଝିଅ ସଲୋନୀ: ବାପାଙ୍କ ପାଇଁ କଲେ କିଡ଼ନୀ ଦାନ

 

ରାଜ୍ୟରେ ଆଉ ୪୪୪ଜଣ ସଂକ୍ରମିତ ଚିହ୍ନଟ: ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୪୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୮୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚିତ କରାଯାଇଛି । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରୁ ୨ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦ ଲକ୍ଷ ୨୪ ହଜାର ୭୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୫ ହଜାର ୭୦୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧ ଲକ୍ଷ ୧୦ ହଜାର ୮୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୯୭୮୯୨୨୨ ସାମ୍ପୁଲ ଟେଷ୍ଟ୍ ହୋଇଛି।

କଳାହାଣ୍ଡିର ସୁନା ଝିଅ ସଲୋନୀ: ବାପାଙ୍କ ପାଇଁ କଲେ କିଡ଼ନୀ ଦାନ

କଳାହାଣ୍ଡି: ଅନେକ ସମୟରେ ପିଲାମାନେ ବାପାମାଆଙ୍କର ବୃଦ୍ଧାବସ୍ଥାରେ ସେମାନଙ୍କୁ ହତାଦାର କରୁଥିବାର ଦୃଶ୍ୟ ଆପଣ ଦେଖିଛନ୍ତି । କିଛି ଦିନ ପୂର୍ବେ ବରଗଡ଼ ଜିଲ୍ଲାରେ ମାଆ ମୁଣ୍ଡରେ ଘା ହୋଇଥିବାରୁ ତାକୁ ଜଙ୍ଗଲରେ ଛାଡିଦେଇଥିଲେ ଜନ୍ମ କଲା ପିଲା । ହେଲେ ସବୁ ସନ୍ତାନ ସମାନ ନୁହଁନ୍ତି । ଏମିତି ଅନେକ ଅଛନ୍ତି ଯେଉଁମାନେ ବାପାମାଆଙ୍କର ଜୀବନ ପାଇଁ ନିଜ ଜୀବନ ମଧ୍ୟ ଦେବାକୁ ପ୍ରସ୍ତୁତ ଥାଆନ୍ତି । ସେଭଳିଆ ଜଣେ ସୁଯୋଗ୍ୟ ସନ୍ତାନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ୍ ଲଡ଼ୁଗାଁର ଝିଅ ସାଲୋନୀ । ଯାହାଙ୍କ ବିଷୟରେ ଜାଣିଲା ପରେ ହୁଏ ତ ଆପଣ ବି କହିବେ ଝିଅ ହେବ ତ ଏମିତି ।

ସାଲୋନୀ କୁହନ୍ତି ଯେ, ମୁଁ ତ ବଞ୍ଚିଛି, ମୋ ବାପାଙ୍କର ଅସୁବିଧା କାହିଁ ହେବ ? ସେ ମୋ ଅଳି ଶୁଣିଛନ୍ତି, ଦାବିକୁ ମାନିଛନ୍ତି । କୁନି ହାତ ଧରି ଚାଲିବା ଶିଖେଇଛନ୍ତି । ମଣିଷଟିଏ କରି ଗଢି ତୋଳିଛନ୍ତି । ଆଜି କେମିତି ମୁଁ ତାଙ୍କ ପାଇଁ ଅସହାୟ ହେଇଯିବି ? କେମିତି ମୋ ବାପାଙ୍କୁ ଏକା ଏକା ଅବସାଦର ସାଗରରେ ଛାଡିଦେଇପାରିବି । ଯିଏ ଦିନେ କାନ୍ଧରେ ଧରି ବୁଲାଉଥିଲା ତା ପାଇଁ ମୁଁ କ’ଣ କିଡନୀ ଟିଏ ଦେଇପାରିବିନି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ଏ କାହାଣୀ ଶୁଣିଲେ ଆପଣବି କହିବେ, ସଲୋନି ତତେ ଶହେ ସଲାମ୍ । ୪୭ବର୍ଷୀୟ ବାପାଙ୍କୁ ନିଜ କୀଡନୀ ଦେଇ ଝିଅ ସଲୋନୀ ଦେଇଛି ସ୍ନେହଁ, ପ୍ରେମ ଆଉ ବନ୍ଧନର ନିଆରା ନିଦର୍ଶନ । ଆଉ ସମାଜ ପାଇଛି ପରିବାର ପ୍ରତି ଗୋଟେ ଝିଅର ପରାକାଷ୍ଠା ।  ଲଡୁଗାଁର ସୁନିଲ ଗର୍ଗଙ୍କ ଦୀର୍ଘଦିନ ଧରି କିଡନୀ ରୋଗରେ ପିଡୀତ ଥିଲେ । କିଛିମାସ ତଳେ ତାଙ୍କର ଉଭୟ କିଡନୀ ଖରାପ ହୋଇଥିବା ଜଣାପଡିବା ପରେ ଜୀବନ ବଞ୍ଚାଇବାକୁ କିଡନୀ ପ୍ରତ୍ୟାରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର କିଡନୀ ଯୋଗାଡ ହୋଇପାରୁନଥିବାବେଳେ ବାପାଙ୍କ ଜୀବନ ପାଇଁ ଆଗକୁ ଆସିଥିଲେ ୨୨ବର୍ଷୀୟ ଝିଅ ସଲୋନୀ । ପରିବାରର ଲୋକଙ୍କ ବିରୋଧ ପରେ ମଧ୍ୟ ଶେଷରେ କିଡନୀ ଦେଇ ଜନ୍ମ ଦେଇଥିବା ବାପାଙ୍କୁ ନୂଆ ଜୀବନ ଦେଲେ ସଲୋନୀ । କିଡନୀ ପ୍ରତ୍ୟାରୋପଣ ପରେ ଏବେ ଉଭୟ ବାପ-ଝିଅ ସୁସ୍ଥ ଅଛନ୍ତି । ସମାଜରେ ଅନେକ ସମୟରେ ଝିଅଙ୍କୁ ଅବହେଳା କରାଯାଏ । ପରିବାରର ବୋଝ ଭାବି କେତେକ ଝିଅକୁ ହୀନ ଦୃଷ୍ଟିରେ ଦେଖନ୍ତି । ମାତ୍ର ସଲୋନୀଙ୍କ ଏ ମହାନ କାର୍ଯ୍ୟ ଆଜି ସମାଜକୁ ନୂଆ ବାର୍ତ୍ତା ଦେଇଛି ।

ବିବାଦୀୟ କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବନ୍ଦ ପାଳନ: ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର/ସମ୍ୱଲପୁର: ବିବାଦୀୟ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ । ୨୧ ଦଫା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଟ୍ଟା ପକ୍ଷରୁ ଦିଆଯାଇଛି ଭାରତ ବନ୍ଦ ଡାକରା । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଏହି ସମୟରେ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ଦୋକାନ. ବଜାର, ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ଜରୁରୀ ସେବା ଜାରି ରହିବ । ଦିଲ୍ଲୀ ବର୍ଡରରେ ଧାରଣା ଚାଷୀ ଧାରଣା ଦେବା ସହ ଗାଜିପୁର ବର୍ଡର ପାଖରେ ବସିଥିବା ଚାଷୀମାନେ ଆଜି ରାସ୍ତାରୋକ କରିବା ସହିତ ଟ୍ରାଫିକ୍ ଜାମ କରିବେ  । ସାରା ଦେଶରେ ଚକାଜାମ ହେବ ବୋଲି ଚାଷୀ ସଂଗଠନମାନଙ୍କ ପକ୍ଷରୁ କୁହାଯାଇଛି । ସେପଟେ ଭାରତ ବନ୍ଦକୁ ନଜରରେ ରଖ ଆଜି ଗଡ଼ିବନି ଓଏସଆରଟିସି ବସ । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ ରହିବ ବସ୍  ।

ଏଥିସହିତ ପଢ଼ନ୍ତୁ: ଦୁର୍ବଳ ହୋଇଛି ବାତ୍ୟା ଗୁଲାବ: ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତର ରୂପ ନେବ

ଦୁର୍ବଳ ହୋଇଛି ବାତ୍ୟା ଗୁଲାବ: ଆଗାମୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତର ରୂପ ନେବ

ଭୁବନେଶ୍ୱର: ଗତକାଲି ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଗୁଲାବ । ବର୍ତ୍ତମାନ ଗଭୀର ଅବପାତ ଭାବେ ସକ୍ରିୟ ରହିଛି ଗୁଲାବ । ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୪ କିମି ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆହୁରି ୬ ଘଣ୍ଟାରେ ଆହୁରି ଦୁର୍ବଳ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଗତକାଲି ସନ୍ଧ୍ୟା ସାଢ଼େ ୭ରୁ ୮ ମଧ୍ୟରେ କଳିଙ୍ଗପାଟ୍ଟନମ୍‌ର ସନ୍ଥିଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ଗୁଲାବ । ଲ୍ୟାଣ୍ଡଫଲ ବେଳକୁ ପବନର ବେଗର ସର୍ବାଧିକ ଘଣ୍ଟାପ୍ରତି  ୯୪ କିଲୋମିଟର ରହିଥିଲା । ଅପରପକ୍ଷରେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା ଓ କ‌ୋରାପୁଟରେ ବର୍ଷା ଦେଖିବାକୁ ମିଳିଛି ।

କଳିଙ୍ଗପାଟନମ୍‌ର ସନ୍ଥଗୁଡ଼ାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଗୁଲାବ’: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ହାଇଦ୍ରବାଦ: ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମର ସନ୍ଥଗୁଡ଼ାରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଗୁଲାବ । ପଶ୍ଚିମ କଳିଙ୍ଗପାଟ୍ଟନମ୍‌ଠାରୁ ୩୦ କିଲୋମିଟର ଦୂର ସନ୍ଥଗୁଡ଼ା ନିକଟରେ ଲ୍ୟାଣ୍ଡଫଲ୍ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏ ନେଇ ଶ୍ରୀକାକୁଲମ ଜିଲ୍ଲାପାଳ କାର୍ଯ୍ୟାଳୟଠାରୁ ସ୍ପଷ୍ଟ କରାଯାଇଥିବା ନେଇ ମଧ୍ୟ ଏସ୍ଆରସି କହିଛନ୍ତି । ସ୍ଥଳଭାଗ ଛୁଇଁବ‌ା ସମୟରେ  ଘଣ୍ଟା ପ୍ରତି ୯୪ କିଲୋମିଟର ବେଗରେ ପବନ ବହିଛି । ବର୍ତ୍ତମାନ ବାତ୍ୟା ଓଡ଼ିଶା ମୁହାଁ ହେଉଛି । ଶ୍ରୀକାକୁଲମଠାରେ ୭୦ କିଲୋମିଟର ବେଗରେ ପବନ ବହୁଥିବାବେଳେ ପଶ୍ଚିମ ଦିଗରେ ଏହା ଗତି କରୁଛି | ଆସନ୍ତା ୬ ଘଣ୍ଟା ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।

ଏସଆରସିଙ୍କ ସୂଚନା ଅନୁଯାୟୀ, ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ଏହା ଛତିଶଗଡ଼ ଯିବ। ଏବେ  ଶ୍ରୀକାକୁଲମରୁ କୋରାପୁଟ ଯିବ ବାତ୍ୟା।  ଏହାର  ପ୍ରଭାବରେ  ଗଜପତି,  ରାୟଗଡ଼ା ଓ କ‌ୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ବାତ୍ୟା ପ୍ରଭାବରେ ବିଳମ୍ବିତ ରାତିରେ କୋରାପୁଟ, ରାୟଗଡା ଓ ଗଜପତିରେ ବର୍ଷା ପରିମାଣ ବଢିବ ବୋଲି ସେ କହିଛନ୍ତି | ଓଡିଶାକୁ ପ୍ରବେଶ ସମୟରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ | ପ୍ରବଳ ବର୍ଷା ହେତୁ  ‘ଫ୍ଲାଶ୍ ଫ୍ଳଡ୍’ର ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ, ତେବେ ରାତିରେ ବର୍ଷାର ପରିମାଣ ଉପରେ ନିର୍ଭର କରୁଛି। ଫ୍ଲାଶ୍ ଫ୍ଳଡ୍ ଆଶଙ୍କା ନେଇ ଏଥି ପାଇଁ ଏହି ୩ଜିଲ୍ଳାର ଅଧିକାରୀମାନଙ୍କୁ ସତର୍କ କରାଯାଇଛି।

ଅପରପକ୍ଷରେ ନଦୀ ପାର ହୋଇ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ଗଜପତି ଜିଲ୍ଲାରେ ଘଟିଛି। ଯୁବକ ଜଣକ ମହେନ୍ଦ୍ରତନୟା ନଦୀରେ ଭାସି ଯାଇଥିବା ଜଣାପଡ଼ିଛି।

ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର: ଟଳିଲା ବାତ୍ୟା ବିପଦ

ନୂଆଦିଲ୍ଲୀ: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ । ଦକ୍ଷିଣ ଓଡ଼ିଶା ଉପକୂଳ – ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଗତି କରିଛି ବାତ୍ୟା ଗୁଲାବ ।  ଆସନ୍ତା ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ ବାତ୍ୟା ଗୁଲାବ । ରାତି ସାଢ଼େ ୮ଟାରେ କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଏହା ପରେ ଛତିଶଗଡ଼ ମୁହାଁ ହେବ ବାତ୍ୟା ଗୁଲାବ ।