spot_img
Home Blog Page 5149

ମାଓ ଦମନ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମାଓ ଦମନ ନେଇ ଆଜି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ବୈଠକ ବସିବ । କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ପ୍ରଦାନ ପ୍ରସଙ୍ଗ ଉଠାଇପାରନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ୫ଟି ଜିଲ୍ଲାରେ ମାଓ ହିଂସା ହ୍ରାସ ହୋଇଥିବା ବେଳେ ମାଓ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ କେନ୍ଦ୍ରକୁ ଅବଗତ କରାଇବେ ନବୀନ । ଏହାସହ କେନ୍ଦ୍ରୀୟ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ପାଖପାଖି ୨୯୦୭କୋଟି ବକେୟା ଟଙ୍କା ପ୍ରଦାନ ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ, କେନ୍ଦ୍ରୀୟ ଅଂଶଧନ ବାବଦରେ ରାଜ୍ୟର ହକ୍ ବାବଦରେ ବକେୟା ରହିଥିବା ଅର୍ଥକୁ ଦେବା ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ।

ଗୋପାଳପୁର ଠାରୁ ୩୧୦ କିମି ଦୂରରେ ବାତ୍ୟା, ସମୁଦ୍ରରେ ଗୋଟାଉଛି ବଳ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ଗତି କରୁଛି ।

ଏଥିସହ ପଢ଼ନ୍ତୁ: ବାତ୍ୟା ‘ଗୁଲାବ’ ପାଇଁ ବାତିଲ୍ ହେଲା ୨୮ଟି ଟ୍ରେନ୍, ୫ଟିର ଗତିପଥ ପରିବର୍ତ୍ତନ

ଗୋପାଳପୁର ଠାରୁ ପୂର୍ବ –ଦକ୍ଷିଣ ପୂର୍ବରେ ୩୧୦ କିମି ଦୂରରେ ବାତ୍ୟା ଗୁଲାବ ରହିଥିବା ବେଳେ କଳିଙ୍ଗପାଟଣମ ଠାରୁ ପୂର୍ବରେ ୩୮୦ କିମି ଦୂରରେ ରହିଛି । ଏହା କ୍ରମଶଃ ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟାରେ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ବାତ୍ୟା ’ଗୁଲାବ’ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ । ଝଟକା ପବନର ଘଣ୍ଟାପ୍ରତି ବେଗ ୯୫ କିଲୋମିଟର ରହିପାରେ ।

Cyclone Gulab 310 Away From Gopalpur

ବାତ୍ୟା ନେଇ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ୭ ନମ୍ବର ବିପଦ ସଂକେତ ଦିଆଯାଇଛି । ପୁରୀ ବନ୍ଦରରେ ୬ ନମ୍ବର ବିପଦ ସଂକେତ ଦିଆ ଯାଇଥିବା ବେଳେ ପାରାଦୀପ ଓ ଧାମରାରେ ୩ ନମ୍ବର ବିପଦ ସଂକେତ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ୦.୫ ମିଟରର ଜୁଆର ଆସିବାର ଆଶଙ୍କା ରହିଛି ।

ସନରାଇଜର୍ସ ହାଇଦ୍ରାବାଦକୁ ୫ ରନରେ ହରାଇଲା ପଞ୍ଜାବ କିଙ୍ଗ୍ସ

ଆବୁଧାବି: ଆଇପିଏଲ୍-୨୦୨୧ର ୩୭ ତମ ମ୍ୟାଚରେ ରୋମାଞ୍ଚକର ମୁକାବିଲା ହୋଇଛି । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୫ ରନରେ ବିଜୟୀ ହୋଇଛି ପଞ୍ଜାବ କିଙ୍ଗ୍ସ । ପ୍ରଥମେ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ପଞ୍ଜାବ କିଙ୍ଗ୍ସ ।

Punjab Kings Defeated Sunrisers Hyderabad By 5 Runs

ମାତ୍ର ୪.୧ ଓଭରରେ ୨୬ ରନ୍ ହୋଇଥିବା ବେଳେ କେଏଲ୍ ରାହୁଲ ଆଉଟ୍ ହୋଇଥିଲେ । ପରେ ୪.୫ ବଲରେ ପ୍ୟାଭିଲିୟନ୍ ଫେରିଥିଲେ ମୟଙ୍କ ଅଗ୍ରୱାଲ୍ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା । ୧୨୬ ରନର ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୨୦ ରନ୍ କରିପାରିଛି । ଫଳରେ ପଞ୍ଜାବ କିଙ୍ଗ୍ସ ମ୍ୟାଚକୁ ୫ ରନରେ ଜିତି ନେଇଛି ।

ପଞ୍ଜାବ କିଙ୍ଗ୍ସ ପକ୍ଷରୁ ରାହୁଲ ସର୍ବାଧିକ ୨୧ ରନ୍ କରିଥିଲେ । ଦଳ ପକ୍ଷରୁ ସନରାଇଜର୍ସ ପକ୍ଷରୁ ଜାସନ ହୋଲ୍ଡର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ସେହିଭଳି ସାଜନ ୨୯ ବଲରେ ୪୧ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାଁନ୍ତି ।

ବାତ୍ୟା ‘ଗୁଲାବ’ ପାଇଁ ବାତିଲ୍ ହେଲା ୨୮ଟି ଟ୍ରେନ୍, ୫ଟିର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: ରବିବାର ବାତ୍ୟା ‘ଗୁଲାବ’ ଆନ୍ଧ୍ରର କଳିଙ୍ଗପାଟଣମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ସତର୍କତା ମୂଳକ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ୨୮ଟି ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଏକାଧିକ ଟ୍ରେନକୁ ଅନ୍ୟତ୍ର ଡାଇଭର୍ଟ ସହ ସମୟ ପରିବର୍ତ୍ତନ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଘଣ୍ଟା ପ୍ରତି ୭ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’

ଭୁବନେଶ୍ୱର-ବେଙ୍ଗଳୁରୁ ପ୍ରଶାନ୍ତି ସ୍ପେଶାଲ, ଭୁବନେଶ୍ୱର-ଯଶୱନ୍ତପୁର ସ୍ପେଶାଲ, ଭୁବନେଶ୍ୱର-ବିଶାଖାପାଟଣମ ସ୍ପେଶାଲ, ବିଶାଖାପାଟଣମ- ଭୁବନେଶ୍ୱର ସ୍ପେଶାଲ, ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ପେଶାଲ, ଭୁବନେଶ୍ୱର-ତିରୁପତି ସ୍ପେଶାଲ, ପୁରୀ-ଗୁଣୁପୁର ସ୍ପେଶାଲ, ପୁରୀ-ଚେନ୍ନାଇ ସେଣ୍ଟ୍ରାଲ ସ୍ପେଶାଲ ଭଳି ୨୮ଟି ଟ୍ରେନକୁ ବାତିଲ୍ କରାଯାଇଛି ।

https://twitter.com/EastCoastRail/status/1441818597060345857

ପୁରୀ-ଓଖଲା ସ୍ପେଶାଲ ଅନୁଗୁଳ-ସମ୍ବଲପୁର-ଟିଟିଲାଗଡ଼-ଲାଖୋଲି-ଭଲହର୍ସ ଦେଇ ଯିହ । ସେହିଭଳି ହାୱଡ଼ା-ଯଶୱନ୍ତପୁର ସ୍ପେଶାଲ, ହାୱଡ଼ା-ଭାସ୍କୋଡାଗାମା ସ୍ପେଶାଲ, ହାୱଡ଼ା-ଚେନ୍ନାଇ ସ୍ପେଶାଲ, ନ୍ୟୁ ଟିନସୁକିଆ-ବେଙ୍ଗଳୁରୁ ସ୍ପେଶାଲର ଗତିପଥ ପରିବର୍ତ୍ତନ କରାଯାଇଛି । ଏହି ୫ଟି ଟ୍ରେନ୍ ଖଡ଼ଗପୁର-ଝାରସୁଗୁଡ଼ା-ଭଲହର୍ସ ଦେଇ ଯିବ । ୫ଟି ଟ୍ରେନର ସମୟସୀମା ପରିବର୍ତ୍ତନ କରାଯାଇଛି ।

ପୌରାଞ୍ଚଳରେ ରାଜସ୍ୱ ଆଦାୟ ବୃଦ୍ଧିକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେଲା MPL 3.0

ଭୁବନେଶ୍ୱର: ପୌରାଞ୍ଚଳରେ ରାଜସ୍ୱ ଆଦାୟ ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଲାଗି ମୁନିସିପାଲ ପ୍ରିମିୟର ଲିଗ୍ ଆୟୋଜିତ ହେଉଛି । ଆଜି ଲୋକସେବା ଭବନରେ MPL 1.0 ଓ MPL 2.0ର ୱିନର ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । MPL 1.0ରେ ବ୍ରହ୍ମପୁର ମହାନଗର ନିଗମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ MPL 2.0ରେ ବୁଗୁଡ଼ା ଏନଏସିକୁ ମିଳିଛି ପୁରସ୍କାର ।

Odisha’s Urban Local Bodies enhance revenue collection through Municipal Premiere League

MPL 2.0ରେ ମହାନଗର ନିଗମ ବର୍ଗରେ ବ୍ରହ୍ମପୁର ମହାନଗର ନିଗମ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ପୌର ପରିଷଦ ବର୍ଗରେ ପାରାଦୀପ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଗୁଡ଼ା ଶୀର୍ଷରେ ରହିଛି । ଏମପିଏଲର ୨ଟି ଲିଗରେ ଆଦାୟ ରାଜସ୍ୱକୁ ନେଇ ବିଭାଗୀୟ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜସ୍ୱ ଆଦାୟ ଲାଗି ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାରକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି ।

୨୦୨୧ ଫେବ୍ରୁଆରୀ ରାଜ୍ୟର ୯ଟି ବଡ଼ ସହରରେ ଏମପିଏଲର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଦ୍ୱିତୀୟ ସଂସ୍କରଣରେ ୧୧୪ ସହରକୁ ସାମିଲ୍ କରାଯାଇଥିଲା । ଆଜି ତୃତୀୟ ସଂସ୍କରଣର ଆରମ୍ଭ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ସନରାଇଜର୍ସ ହାଇଦ୍ରାବାଦକୁ ୧୨୬ ରନର ଟାର୍ଗେଟ୍ ଦେଲା ପଞ୍ଜାବ କିଙ୍ଗ୍ସ

0

ଆବୁଧାବି: ୟୁଏଇର ଶାରଜାହ ଷ୍ଟାଡିୟମରେ ଆଇପିଏଲ୍-୨୦୨୧ର ୩୭ ତମ ମ୍ଯାଚ୍ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସନରାଇଜର୍ସ ହାଇଦ୍ରାବାଦ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ପଞ୍ଜାବ କିଙ୍ଗ୍ସ । ୪.୧ ଓଭରରେ ୨୬ ରନ୍ ହୋଇଥିବା ବେଳେ କେଏଲ୍ ରାହୁଲ ଆଉଟ୍ ହୋଇଥିଲେ । ପରେ ୪.୫ ବଲରେ ପ୍ୟାଭିଲିୟନ୍ ଫେରିଥିଲେ ମୟଙ୍କ ଅଗ୍ରୱାଲ୍ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ୍ ହରାଇ ୧୨୫ ରନ୍ କରିବାରେ ସକ୍ଷମ ହୋଇଛି ।

IPL 2021 SRH Vs PBKS Match

ଦଳ ପକ୍ଷରୁ କେଏଲ୍ ରାହୁଲ ସର୍ବାଧିକ ୨୧ ରନ୍ କରିଥିଲେ । ଅନ୍ୟ କୌଣସି ଖେଳାଳି ୨୦ରୁ ଅଧିକ ରନ୍ କରି ପାରିନାହାଁନ୍ତି । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଜାସୋନ ହୋଲ୍ଡର ୩ଟି ୱିକେଟ୍ ନେଇଛନ୍ତି । ୧୨୬ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ହାଇଦ୍ରାବାଦକୁ ଆରମ୍ଭରୁ ଝଟକା ଲାଗିଛି । ପ୍ରଥମ ଓଭରରେ ଡେଭିଡ୍ ୱାର୍ଣ୍ଣର ମାତ୍ର ୨ ରନ୍ କରି ଆଉଟ୍ ହୋଇଛନ୍ତି ।

IPL 2021 SRH Vs PBKS Match

ଅନ୍ୟପଟେ ଆଇପିଏଲର ୩୬ ତମ ମୁକାବିଲାରେ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୫୪ ରନ୍ କରିଥିଲା । ଜବାବରେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୧ ରନ୍ କରିବାରେ ସମର୍ଥ ହୋଇଥିଲା । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚକୁ ୩୩ ରନରେ ଜିତି ନେଇଛି ।

ମହା ଅଘୋଡ଼ିରେ ମହାଫାଟ: ଉଦ୍ଧବ ଠାକେରଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ନେତା

ମୁମ୍ବାଇ: ମହା ଅଘୋଡ଼ିରେ ମହାଫାଟ  । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ନେତା  । ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଉଦ୍ଧବ ଠାକେରଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ଖୋଦ ତାଙ୍କରି ମେଣ୍ଟର ନେତା ମେଳି ବାନ୍ଧିଲେଣି  । କଂଗ୍ରେସ ନେତା ବିଶ୍ୱବନ୍ଧୁ ରାୟ ମହାରାଷ୍ଟ୍ର ରାଜ୍ୟପାଳ ମଗତ ସିଂହ କେଶିୟାରୀଙ୍କୁ ଭେଟିଛନ୍ତି  । ଏବଂ ଉଦ୍ଧବ ଠାକେର କ୍ଷେତ୍ରୀୟ ରାଜନୀତି କରୁଥିବା ଅଭିଯୋଗ ଆଣିଛନ୍ତି  ।

ନିଜର ଭୋଟ ହାର ବଢାଇବା ପାଇଁ ମନମୁତାବକ କାର୍ଯ୍ୟ କରୁଛନ୍ତି  । ଯେଉଁଠି ତାଙ୍କ ଦଳ ଶିବସେନାକୁ ଫାଇଦା ମିଳିବ ସେହିଠାରେ ହିଁ ଶାସନକଳକୁ ନିୟୋଜିତ କରୁଛନ୍ତି  । ରାଜ୍ୟରେ ଗୋଟେପଟେ ମହିଳା ମାନଙ୍କ ପ୍ରତି ଅତ୍ୟାଚାର, ଦୁଷ୍କର୍ମ ହାର ବଢୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଥିପ୍ରତି ନିରବ ଦ୍ରଷ୍ଟା ସାଜିଛନ୍ତି  । କେବଳ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଏବଂ ଗୋଷ୍ଠୀକୁ ଅତ୍ୟଧିକ ପ୍ରୀତି ଦେଖାଉଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ବିଶ୍ୱବନ୍ଧୁ ରାୟ  ।

ଘଣ୍ଟା ପ୍ରତି ୭ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’

ଭୁବନେଶ୍ୱର: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବାତ୍ୟା ‘ଗୁଲାବ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ବିଗତ ୬ ଘଣ୍ଟା ହେଲା ପଶ୍ଚିମ ଦିଗରେ ଗତି କରୁଛି ।

ବାତ୍ୟା ‘ଗୁଲାବ’ ଏବେ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୩୭୦ କିଲୋମିଟର ଦୂରରେ ରହିଛି । ସେହିଭଳି ଆନ୍ଧ୍ରର କଳିଙ୍ଗପାଟଣମ ଠାରୁ ପୂର୍ବରେ ୪୪୦ କିମି ଦୂରରେ ରହିଛି ବାତ୍ୟା ‘ଗୁଲାବ’ । ଏହା ପଶ୍ଚିମକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ୨୬ ସନ୍ଧ୍ୟାରେ ଅତିକ୍ରମ କରିପାରେ ।

Deep Depression Intensified Into Cyclone Gulab

ପ୍ରଭାବରେ ୨୬ ସକାଳୁ ପବନର ବେଗ ବୃଦ୍ଧି ପାଇବ । ଘଣ୍ଟାପ୍ରତି ପବନର ବେଗ ୭୫ରୁ ୮୫ କିମି ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୯୫ କିମି ବେଗ ରହିବ । ୨୬ ତାରିଖ ପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଗୋପାଳପୁର ଠାରୁ ୪୧୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’, ଜାଣନ୍ତୁ ‘ଗୁଲାବ’ର ଅର୍ଥ

ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସମୁଦ୍ରରେ ୦.୫ ମିଟରର ଜୁଆର ଆସିବ ।

ସମାଜସେବା କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଜନ ସଚେତନତା ଅଭିଯାନ ପରିବର୍ତ୍ତେ ବିଜେଡି ମାସେ ଯାଏଁ ଜାରି ରଖିବ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ । ମହାମାରୀ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଦଳ ଏଭଳି ନିଷ୍ପତ୍ତି ନେଇଛି । ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଜାରି ରଖିବା ନେଇ ନିଷ୍ପତ୍ତି ନେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ପ୍ରେସବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢ଼େ ଚାରିକୋଟି ଓଡ଼ିଶାବାସୀ ଆମର ପରିବାର । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ନିୟୋଜିତ ରହିବା ସହ ପରିବାରର ସଦସ୍ୟ ଭଳି ସୁଖଦୁଃଖର ସାଥୀ ହୋଇ ଆସିଛେ ।

କୋଭିଡ୍ ମହାମାରୀର ଭୟାବହତା ସମୟରେ ଆପଣମାନେ ଅସୀମ ଦୃଢ଼ତା ପ୍ରଦର୍ଶନ କରି ପ୍ରତ୍ୟେକ ଘରର ସଦସ୍ୟମାନଙ୍କ ନିକଟରେ ଠିଆ ହୋଇ ଧୈର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେଇ ଶ୍ରମଦାନ କରି ବିଦ୍ୟାଳୟ ତଥା ଅନ୍ୟାନ୍ୟା ଶିକ୍ଷାନୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ପ୍ରଭୃତି ସ୍ଥାନକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହିତ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତ୍ରୀ ଏବଂ ୧୧ ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରିବା ସହିତ ଗାନ୍ଧୀ ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରେ ଦଳର କର୍ମୀ, ବିଭିନ୍ନ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତାମାନଙ୍କ ସହଯୋଗରେ ଆପଣମାନେ କୋଭିଡ୍ ନିୟମ ପାଳନ ପୂର୍ବକ ଏହିଭଳି ଗୁରୁତ୍ୱପୂର୍ଣ୍ଣ ସମାଜସେହା କାର୍ଯ୍ୟକ୍ରମକୁ ହାତକୁ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବିଶ୍ୱ ମଞ୍ଚରେ ତାଲିବାନକୁ ଟାର୍ଗେଟ, ମୋଦି କହିଲେ ଭାରତର ବିକାଶରେ ବିଶ୍ୱର ବିକାଶ

ନ୍ୟୁୟର୍କ: ଶୁଭ କର୍ମୋ ପଥେ, ଧରୋ ନିର୍ଭୟ ଗାନ  । ସବ ଦୁର୍ବଲ ଶନ୍ୟ ହୁଅ ଅବଶାନ  । ବିଶ୍ୱ ମଞ୍ଚରେ ନୋବେଲ ବିଜେତା ରବିନ୍ଦ୍ର ନାଥ ଟାଗୋରଙ୍କ ବାର୍ତ୍ତା  । ଜାତିସଂଘରେ ଭାରତର ପ୍ରଧାନମନ୍ତ୍ରୀଙ୍କ ହୁଙ୍କାର  । ବିଶ୍ୱରେ ଶାନ୍ତି ପ୍ରତିଷ୍ଠାର ପ୍ରାଥମିକତା ହେଉଛି ଆତଙ୍କବାଦର ନାଶ  । ଆତଙ୍କବାଦର ପାଠଶାଳା ପାକିସ୍ତାନର ନାଁ ନେଇ ପାକିସ୍ତାନକୁ ଟାର୍ଗେଟ । ଆତଙ୍କବାଦର ଆଧିପତ୍ୟ ବିସ୍ତାର କରୁଥିବା ତାଲିବାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଭତ୍ସର୍ନା  । ବିଶ୍ୱରେ ଶାନ୍ତି ଏବଂ ସମୃଦ୍ଧି ସେତେବେଳେ ସମ୍ଭବ ହୋଇପାରିବ, ଯେତେବେଳେ ବିଶ୍ୱରୁ ହିଂସା, ସଂଘର୍ଷର ବୀଜକୁ ଭସ୍ମ କରାଯିବ  । ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନକୁ ଟାର୍ଗେଟ କରି କହିଛନ୍ତି- ଆତଙ୍କବାଦକୁ ବର୍ତ୍ତମାନ କିଛି ଦେଶ ରାଜନୈତିକ ଟୁଲ୍ ଭାବେ ବ୍ୟବହାର କରୁଛନ୍ତି ।

କିଛି ଦେଶ ଆଫଗାନିସ୍ତାନକୁ ଆତଙ୍କବାଦର ପ୍ରୟୋଗଶାଳା କରିବାକୁ ଯାଉଛନ୍ତି  ।  ସେହି ରାଷ୍ଟ୍ରଗୁଡିକ ଜାଣିରଖିବା ଆବଶ୍ୟକ ଯେ ସେଗୁଡିକ ହିଁ ସେହି ରାଷ୍ଟ୍ର ପ୍ରତି  ବିପଦ ସାବ୍ୟସ୍ତ ହେବେ । ମୋଦି କହିଛନ୍ତି- ଭାରତ ହେଉଛି ଗଣତନ୍ତ୍ରର ମା । ଏଠାରେ ବିବିଧତା ମଧ୍ୟରେ ଐକ୍ୟ ରହିଛି । ଭାରତର ବିକାଶରେ ବିଶ୍ୱ ବିକାଶ । ଭାରତର ସଂସ୍କାରରେ ବିଶ୍ବର ପୁନଃସଂସ୍କାର । ଭାରତର ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବରେ ଅତୁଳନୀୟ । ଗୋଟିଏ ଦିନରେ ଏକ କୋଟି ଟିକା ଦିଆଯାଇପାରିଛି । କୋଭିଡ ବିରୋଧରେ ଭାରତ ମହାସଂଗ୍ରାମ କରିଛି ।  ସାଧାରଣ ଲୋକଙ୍କ ସ୍ୱାଧିନତା ଭାରତର ପ୍ରାଥମିକତା  । ଜନଜୀବନର ସୁରକ୍ଷା ଆମର ସଦା ଦାୟିତ୍ୱ  । ତେଣୁ ଭାରତ ସରକାର କୋଭିଡ ମୁକାବିଲାକୁ ସଫଳ ଭାବେ ନିର୍ବାହ କରିଛନ୍ତି  । ଟିକାକରଣକୁ ବ୍ୟାପକ କରିଛନ୍ତି  । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱକୁ ଭ୍ୟାକ୍ସିନ ଏବଂ କୋଭିଡ ମୁକାବିଲା ପାଇଁ ଜରୁରୀ ପଡୁଥିବା ଆବଶ୍ୟକୀୟ ଉପକରଣ ପ୍ରଦାନ କରିଛି ଭାରତ  ।

ମାନବତା ପ୍ରତି ଦାୟିତ୍ବବୋଧ ଭାରତର ରହିଛି । ବିଶ୍ବର ସମସ୍ତ ଟିକାପ୍ରସ୍ତୁତାକାରୀ କମ୍ପାନିକୁ ଆସିବାକୁ ଆମନ୍ତ୍ରଣ କରାଯାଉଛି । ବିଶ୍ବ ଅର୍ଥ ବ୍ୟବସ୍ଥାକୁ ଅଧିକ ଅବଦାନ ଦେବ ଭାରତ । ଅର୍ଥନୀତି ଓ ପରିବେଶ ମଧ୍ୟରେ ସନ୍ତୁଳନ ହୋଇପାରିଛି । ଭାରତରେ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା ଲାଗି ଯୋଜନା କରାଯାଉଛି । ପ୍ରଗତିଶୀଳ ଚିନ୍ତାଧାରାକୁ ବିକାଶର ଧାରାରେ ପରିଣତ କରିବା ଆବଶ୍ୟକ । ଭାରତ ୭୫ଟି ଉପଗ୍ରହ ପ୍ରେରଣ କରିଛି । ସାମୁଦ୍ରିକ ସମ୍ପଦକୁ ବ୍ୟବହାର କରିବା ଆବଶ୍ୟକ । ଭବିଷ୍ୟତ ଲାଗି ସଞ୍ଚୟ କରିବା ଆବଶ୍ୟକ । ସୁରକ୍ଷା ପରିଷଦରେ ଭାରତର ସଭାପତିତ୍ବ କାଳରେ ନିରାପତ୍ତା ଲାଗି ମାର୍ଗ ପ୍ରଦର୍ଶନ କରାଯାଇଥିଲା । ଜାତିସଂଘ ଏପରି କାର୍ଯ୍ୟ କରିବା ଆବଶ୍ୟକ ଯେପରି ଏହା ଭବିଷ୍ୟତରେ ନିଜ ଯଥାର୍ଥତା ହରାଇବ ନାହିଁ । ଆଫଗାନିସ୍ତାନ ବ୍ୟାପାରରେ ସେ କହିଛନ୍ତି ଆଫଗାନିସ୍ତାନବାସୀଙ୍କୁ ବର୍ତ୍ତମାନ ସହାୟତା ଜରୁରୀ ଆବଶ୍ୟକତା ରହିଛି  ।

ସେହିପରି ଶେଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକବି ତଥା ନୋବେଲ ବିଜେତା ରବିନ୍ଦ୍ର ନାଥ ଟାଗୋରଙ୍କ କବିତା ଗାନ କରିଥିଲେ  । ସମଗ୍ର ବିଶ୍ୱକୁ ଗୁରୁଦେବ ଟାଗୋରଙ୍କ ବାଣୀଙ୍କୁ ଶୁଣାଇଥିଲେ  । ଭାରତର ମହାନତା ଏବଂ ଭାରତର ଅଦିତୱୀୟ ଗଣତନ୍ତ୍ରକୁ ବିଶ୍ୱ ମଞ୍ଚରେ ଉପସ୍ଥାପନା କରିଥିଲେ  । ଶୁଭ କାର୍ଯ୍ୟ କଲାବେଳେ ଅର୍ଥାତ ସମାଜ ମଙ୍ଗଳର ମଙ୍ଗ ଧରିବା ପାଇଁ ଅଶୁଭ ତତ୍ୱକୁ ଦୂର କରିବାକୁ ପଡିବ  । ସେଥିପାଇଁ କେବଳ ସାହାସ ଏବଂ ଶୁଭ କର୍ମପଥର ଆବଶ୍ୟକତା ରହିଛି  । ସମସ୍ତ ଦୁର୍ବଳତା ଏବଂ ଶଙ୍କାର ସମାପ୍ତ କରି ରାଷ୍ଟ୍ର ହିତରେ ଏବଂ ବିଶ୍ୱ ହିତରେ  ଆଗେଇ ଆସନ୍ତୁ  । ବିଶ୍ୱକୁ ସୁସ୍ଥ-ସୁରକ୍ଷିତ-ସମୃଦ୍ଧ କରି ଗଢି ତୋଳିବାର ସାହାଜ ଜୁଟାଇବାର ଆହ୍ୱାନ ଦେଇ ନିଜ ବାର୍ତ୍ତାକୁ ବିରାମ ଦେଇଥିଲେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି  ।