spot_img
Home Blog Page 5150

୨୭ ତାରିଖ ଭାରତ ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ତିନିଗୋଟି କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୭ ତାରିଖ ଦିନ ଭାରତ ବନ୍ଦ ଡାକରା ଦେଇଛି । ଭାରତୀୟ ଜାତୀୟ କଂଗ୍ରେସ ଏହି ବନ୍ଦ ଡାକରାକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି । ୨୭ ତାରିଖ ଦିନ ଭାରତ ବନ୍ଦକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାପାଇଁ ପିସିସି ସଭାପତି, ଜିଲ୍ଲା ସଭାପତି ମାନଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମ୍ମୁଖ୍ୟ କର୍ମକର୍ତ୍ତା, ସାଂସଦ ଓ ବିଧାୟକ ପ୍ରାର୍ଥୀ, କୃଷକ, ଶ୍ରମିକ ଓ ଜନସାଧାରଣ ଏହି ବନ୍ଦକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ।

୧୫ ଦିନ ତଳୁ ଫେରାର୍ ପ୍ରେମୀ ଯୁଗଳଙ୍କ ମିଳିଲା ଝୁଲନ୍ତା ମୃତଦେହ

ଉମରକୋଟ: ୧୫ ଦିନ ତଳରୁ ଫେରାର୍ ପ୍ରେମୀ ଯୁଗଳଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ବେକରେ ରଶି ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ଗାଁ ନିକଟ ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଅଞ୍ଚଳର ଜଣେ ଯୁବତୀ ନୂଆପଡ଼ା ଜିଲ୍ଲାରେ ବାହା ହୋଇଥିଲେ ।

Lover’s Hanging Body Found From Tree Umerkote

ଗତ ପନ୍ଦର ଦିନ ତଳେ ପୂର୍ବ ପ୍ରେମିକଙ୍କ ସହ ଫେରାର ହୋଇ ଯାଇଥିଲେ ଯୁବତୀ । ଉଭୟଙ୍କ ପରିବାର ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଆଜି ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସ । ଏନେଇ ଚନ୍ଦାହାଣ୍ଡି ଥାନାକୁ ଖବର ଦେବାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହତ୍ୟାକରି କ୍ରେନରେ ଝୁଲାଇ ରଖିଲେ ତାଲିବାନ, କହିଲେ ଏହା ହିଁ ଆମ ଶାସନ

କାବୁଲ: ଦେଶରେ ସରକାର ଗଢିବା ପୂର୍ବରୁ ତାଲିବାନ ଆଫଗାନିସ୍ତାନରେ କ୍ରୁରତା ପ୍ରଦର୍ଶନ କରିଛି  । ପୁଣି ଜଣାଇଦେଇଛି ଯେ, କେତେ କ୍ରୁର ହୋଇପାରେ ତାଲିବାନ  । କେତେ ନିଷ୍ଠୁର ଏବଂ ବର୍ବର ତାଲିବାନର ଶାସନ ପଦ୍ଧତି ତାହାକୁ ପୁନର୍ବାର ଦେଖାଇଛି ତାଲିବାନ  । କାବୁଲର ଏକ ଟ୍ରାଫିକ ପୋଷ୍ଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ମୃତ ଶରୀରକୁ କ୍ରେନ ମାଧ୍ୟମରେ ଝୁଲାଇ ରଖିଛନ୍ତି  । ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସଂଚାର ପାଇଁ ଝୁଲାଇ ରଖାଯାଇଛି  ।

ଦେଶରେ ସରିୟା ଆଇନ ଲାଗୁ କରିବା ପୂର୍ବରୁ ଏହାର ପ୍ରତିଫଳନ କରିଛନ୍ତି ତାଲିବାନ  । ମହିଳାମାନଙ୍କୁ ବର୍ବର ଘଟଣା ଦେଖାଇବା ସହ ସମଗ୍ର ଆଫଗାନିସ୍ତାନରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି  । ଏହି ଘଟଣା ପୁନର୍ବାର ବିଶ୍ୱକୁ ଆହ୍ୱନ ଦେଉଛି  । ଯେତେବେଳେ ସମଗ୍ର ବିଶ୍ୱ ସାଧାରଣ ମଣିଷର ଅଧିକାର ପାଇଁ ଲଢୁଛି  । ସେତେବେଳେ ଆଫଗାନିସ୍ତାନରେ ମାନବୀୟ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି  । ଧର୍ମର ଦ୍ୱାହି ଦେଇ ସାଧାରଣ ମଣିଷକୁ ଅତ୍ୟାଚାର ଦିଆଯାଉଛି  । ଏମିତି ବି ସ୍ଥିତି ହୋଇଛି ଯେ, ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଝୁଲାଇ ରଖାଯାଉଛି  ।

ଏହି ଘଟଣାକୁ ଆଫଗାନିସ୍ତାନର ଜଣେ ସାମ୍ବାଦିକ ହିଜ୍ଜାବୁଲ ଖାନ ଟ୍ୱିଟ କରିବା ସହ ଲେଖିଛନ୍ତି, ତାଲିବାନ ଏହି ମୃତ ଦେହରେ ପୋଷ୍ଟର ଲଗାଇ ଲେଖିଛନ୍ତି ଯେ, ଆମେ ସମଗ୍ର ସହରରେ ଏବେ ଶାସନ ଆରମ୍ଭ କରିଛୁ ଏବଂ ଏହା ତାହାର ପରିଣାମ  । ସେପଟେ ଅନେକ ନିରୀହ ଶିଶୁଙ୍କୁ ପରିବା ବିକିବା କାର୍ଯ୍ୟରେ ତାଲିବାନୀ ମାନେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି  । ଏଭଳି ଚିତ୍ର ଏବେ ପୁଣି ଥରେ ତାଲିବାନର କ୍ରୁର ଶାସନକୁ ପ୍ରତିଫଳନ କରିଛି  ।

ଆଇନ୍ ସେବା ଭବନର ଲୋକାର୍ପଣ କଲେ ପ୍ରଧାନ ବିଚାରପତି

କଟକ: ଲୋକାର୍ପିତ ହେଲା ଆଇନ୍ ସେବା ଭବନ । ପ୍ରଧାନ ବିଚାରପତି ଜଷ୍ଟିସ ଜଷ୍ଟିସ୍ ଏନ୍. ଭି. ରମଣା ଆଇନ୍ ସେବା ଭବନର ଲୋକାର୍ପିତ କରିଛନ୍ତି । ଆଇନ୍ ସେବାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ଆଇନ୍ ସେବା ଯୋଗାଇବ ଆଇନ୍ ସେବା ଭବନ ।

 Aain Seva Bhawan Inaugurates By CJI NV Ramana

ମାମଲାରେ ଓକିଲ ଦେଇପାରୁ ନଥିବା ପକ୍ଷଙ୍କୁ ମାଗଣାରେ ଓକିଲ ଯୋଗାଇଥାଏ ଆଇନ୍ ସେବା ପ୍ରାଧିକରଣ । ଆଇନ୍ ସେବା ପ୍ରାଧିକରଣର ନିଜସ୍ୱ ବିଲ୍ଡିଂ ଆଇନ୍ ସେବା ଭବନ । ଏହି ଅବସରରେ ହାଇକୋର୍ଟ ନୂଆ ବିଲ୍ଡିଂ ତଳ ମହଲାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି ପ୍ରଧାନ ବିଚାପରତି ।

ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

ଭବାନୀପାଟଣା: ଅକ୍ଟୋବର ୧୩ ତାରିଖରେ ଅନୁଷ୍ଠିତ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା । ଯାତ୍ରା ଦିନ ଭବାନୀପାଟଣା ସହରରେ ୧୪୪ ଧାରା ଲାଗୁ ହେବ । ଏ ନେଇ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ବସିଥିଲା । ଯେଉଁଥିରେ ଛତର ଯାତ୍ରାକୁ ନେଇ ଆଲୋଚନା ହୋଇଛି ।

Chhatara Jatra To Be Celebrated With Out Devotee

ସମସ୍ତ ନୀତିକାନ୍ତି ପରମ୍ପରା ଅନୁଯାୟୀ କରାଯିବ । ମାନସିକଧାରୀ ମାନେ କୁକୁଡ଼ା, ପାରା ,ବୋଦା ଇତ୍ୟାଦି ହଜାର ହଜାର ସଂଖ୍ୟାରେ ବଳି ଦେଇଥାନ୍ତି । ବଳି ବନ୍ଦ ନେଇ ବ୍ଲକ ଓ ପଞ୍ଚାୟତ ସ୍ତରରେ ସଚେତନତା ପାଇଁ ବ୍ୟବସ୍ଥା କରାଯାଇଛି । ନ୍ୟୁଜ୍ ଚ୍ୟାନେଲ ଓ ଫେସବୁକ୍ ଲାଇଭରେ ଘରେ ରହି ମାଆଙ୍କ ଦର୍ଶନ କରିବେ ଭକ୍ତ । ସୁରକ୍ଷା ପାଇଁ ୫ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବା ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିବେ ।

ବିଜେପି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାଡଗୋଳ, ଆହତ ହେଲେ ସାଂସଦ

ଲକ୍ଷ୍ନୌ: ଗୋଟିଏ କାର୍ଯ୍ୟକ୍ରମରେ ଦୁଇଦଳର କର୍ମୀ  । ଗୋଟିଏ ପୋଗ୍ରାମ କିନ୍ତୁ ଦୁଇଟି ଦଳ ବିଜେପି- କଂଗ୍ରେସ କର୍ମୀ ଏକାଠି ହୋଇଛନ୍ତି । ଉତ୍ତରପ୍ରଦେଶର ପ୍ରତାପ ଗଡ଼ରେ ଘଟିଲା ଅଘଟଣ  । ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ଫଳରେ ଆହତ ହେଲେ ବିଜେପି ସାଂସଦ  । ସଂଙ୍ଗମଲାଲ ଠାରେ ଦୁଇ ଦଳର କର୍ମୀ ହାତାହାତୀ ହେବା ଫଳରେ ସାଂସଦଙ୍କ ଗାଡ଼ି ଭାଙ୍ଗିଯାଇଛି  । ଏବଂ ଏହି ସଂଘର୍ଷରେ ଆହତ ହୋଇଛନ୍ତି ବିଜେପି ସାଂସଦ  ।

ସଂଙ୍ଗୀପୁର ବିକାଶ ଖଡ଼ରେ ଆୟୋଜିତ ଆରୋଗ୍ୟ କାର୍ଯ୍ୟକ୍ରମରେ ବିଜେପି ସାଂସଦ ଯୋଗଦେବାକୁ ଯାଇଥିଲେ  । ସାଂସଦ ପହଁଚିବା ବେଳକୁ ସେଠାରେ ସୃଷ୍ଟି ହୋଇ ସାରିଥିଏ ଅପ୍ରିତୀକର ପରିସ୍ଥିତି  । ଅଣାୟତ  ସାରିଥାଏ ସଭାସ୍ଥଳ  । ଏଠାରେ କଂଗ୍ରେସ ନେତା ପ୍ରମୋଦ ତିୱାରୀ ଏବଂ ବିଧାୟକ ଆରଧନା ମିଶ୍ର ମୋନା ପହଁଚିଥିଲେ  । କିନ୍ତୁ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ସେତେବେଳକୁ ମାରମିଟ ତ୍ରୀବ ରୂପ ନେଇସାରିଥାଏ  ।

ଦୀନଦୟାଲା ଉପାଧ୍ୟାୟଙ୍କ ପୂଣ୍ୟ ତିଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ଆରୋଗ୍ୟ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ  । ସଭାସ୍ଥଳକୁ ବିଜେପି ଏବଂ କଂଗ୍ରେସ କର୍ମୀ ଯିବା ଫଳରେ କୈଣସି ଏକ କଥାକୁ ନେଇ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ବଚସା ଆରମ୍ଭ ହୁଏ  । ସ୍ଥିତି ଏମିତି ହୁଏ ଯେ, ପରବର୍ତ୍ତୀ ସମୟରେ ଏହା ଗଣ୍ଡଗୋଳର ରୂପ ଧାରଣ କରେ  । ଫଳରେ ମୁଖ୍ୟମ ଅତିଥି ଭାବେ ନିମର୍ନ୍ତ୍ରୀତ ହୋଇଥିବା ରାଜ୍ୟସଭା ସାଂସଦ ପ୍ରତାପ ତିୱାରୀ ଆହତ ହୋଇଛନ୍ତି  ।

ଟିକସ ନେଦେଇ ଗଡ଼ୁଛି ବସ୍, ନାହିଁ ପରମିଟ୍; ୧ ୧ ଲକ୍ଷ ଫାଇନ୍ କଲା ପରିବହନ ବିଭାଗ

ନବରଙ୍ଗପୁର: ଘରୋଇ ବସକୁ ବଡ଼ ଫାଇନ୍ । ଟିକସ ନଦେଇ ୨୦୧୯ରୁ ରାସ୍ତାରେ ଗଡ଼ୁଥିବା ଏଖ ଘରୋଇ ବସକୁ ଜରିମାନା କରିଛି ପରିବହନ ବିଭାଗ । ବସକୁ ୧୧ ଲକ୍ଷ ୨୨ ହଜାର ୧୪୭ ଟଙ୍କାର ଜରିମାନା କରାଯାଇଛି । ୨୦୧୯ ମସିହାରୁ ବସ୍ ଟିକସ ପୈଠ କରିନଥିବା ବେଳେ ପରମିଟ୍ ମଧ୍ୟ ନାହିଁ ।

Nabarangpur RTO Fined 11 Lakhs To Private BUS

କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ବସଟି ଷ୍ଟଡି ଟୁରରେ କଳାହାଣ୍ଡିରୁ ସେମିଳିଗୁଡ଼ା ଯାଉଥିଲା । ପାପଡ଼ାହାଣ୍ଡି ସ୍ଥିତ ଡିଅର ପାର୍କ ନିକଟରେ ପରିବହନ ବିଭାଗର ଚେକିଂରେ ପଡ଼ିଥିଲା ବସଟି । ଯାଞ୍ଚ ବେଳେ ଜଣାପଡ଼ିଥିଲା ବସର ପରମିଟ୍ ନାହିଁ । ୨୦୧୯ରୁ ବସ୍ ପାଇଁ ଟିକସ ଜମା କରାଯାଇ ନାହିଁ । ବସକୁ ୧୧ ଲକ୍ଷର ଜରିମାନା କରିବା ସହ ଅନ୍ୟ ଏକ ବସ୍ ଯୋଗେ ଛାତ୍ରଛାତ୍ରୀଙ୍କୁ ସେମିଳିଗୁଡ଼ା ପଠାଯାଇଛି ।

ବେଆଇନ୍ ଚାଲାଣ ବେଳେ ୨୨ ଗୋରୁ ଉଦ୍ଧାର, ୫ ଗିରଫ

ଦେବଗଡ଼: ପାଟ୍ରୋଲିଂ ବେଳେ ଗୋରୁ ବୋଝେଇ ଟ୍ରକ୍ ଜବତ । ତିଲେଇବଣି ୪୯ ନମ୍ବର ଜାତୀୟ ରାଜପଥରୁ ଗୋରୁ ବୋଝେଇ ଟ୍ରକ୍ ଜବତ କରିଛି ଦେବଗଡ଼ ଥାନା ପୋଲିସ । ଜବତ ଟ୍ରକରୁ ୨୨ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି । ଟ୍ରକଟି ଗୋରୁଙ୍କୁ ବରଗଡ ଜିଲ୍ଲାରୁ ଏକ କୋଲକାତା ଅଭିମୁଖେ ଯାଉଥିଲେ ।

ଗୋରୁ ଭର୍ତ୍ତି ଟ୍ରକକୁ ୫ ଜଣ ଯୁବକ ଏସକର୍ଟ କରି ନେଉଥିଲେ । ସ୍ୱତନ୍ତ୍ର ସ୍କ୍ୱାଡର ସୂଚନା ଆଧାରରେ ତିଲେଇବଣି ନିକଟରେ ଟ୍ରକକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଗୋରୁଙ୍କୁ ବେଆଇନ୍ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା । ଟ୍ରକକୁ ଏସକର୍ଟ କରି ନେଉଥିବା ୫ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଦିନେ ସୁଲଭରେ ସ୍କଲାରସିପରେ ପଢ଼ିବାକୁ ଆସିଥିବା ଛାତ୍ର ୬୦୦ ଲୋକଙ୍କୁ ଦେଇଛନ୍ତି ରୋଜଗାର

ନୂଆଦିଲ୍ଲୀ: କୁହାଯାଏ ଉଦ୍ୟୋଗପତି ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ, କି ଏହା ଏତେ ସହଜ ନୁହେଁ । ଏହିଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ଉଦ୍ୟୋଗପତି ସୌରଭ କୁମାରଙ୍କ ନିକଟରେ । ଦିଲ୍ଲୀ କଲେଜ୍ ଅଫ୍ ଇଞ୍ଜିନିୟରିଂରୁ ବିଟେକ୍ ଡିଗ୍ରୀ ହାସଲ କରିବା ପରେ ଫ୍ରାନ୍ସ ଚାଲିଗଲେ ସୌରଭ । ଏହାପରେ ଉଚ୍ଚ ଶିକ୍ଷା ପାଇଁ ଆମେରିକା ଚାଲିଗଲେ । ସେଠାରେ ୟାହୁ ଏବଂ ଓରାକଲ ଭଳି ନାମିଦାମି କମ୍ପାନୀରେ ଚାକିରି କଲେ । କିନ୍ତୁ ସେଠାରେ ତାଙ୍କ ସ୍ୱପ୍ନ ଏବଂ ଉଦ୍ୟମରେ ପୂର୍ଣ୍ଣଛେଦ ପଡ଼ିନଥିଲା । ନିଜ ଦେଶରେ କିଛି କରି ଦେଖାଇବାର ଇଛା ତାଙ୍କୁ ସ୍ୱଦେଶକୁ ଟାଣି ଆଣିଥିଲା ।

ସୌରବଙ୍କ ପ୍ରାଥମିକ ଶିକ୍ଷା ବିହାରର ପୂର୍ଣ୍ଣିୟାର ଜାନକୀନଗର ଗାଁ’ରେ ହୋଇଥିଲା । ତାଙ୍କ ବାପା ଥିଲେ ପେଶାରେ ଜଣେ ଶିକ୍ଷକ । ସୌରଭଙ୍କୁ ବିନ୍ଦେଶ୍ୱର ପାଠକଙ୍କ କମ୍ପାନୀ ସୁଲଭର ସ୍କଲାରସିପ୍ ମିଳିଥିଲା । ୧୯୯୯ରେ ଦିଲ୍ଲୀର ଆରକେପୁରମ ସ୍ଥିତ ଡିପିଏସରେ ଷଷ୍ଟ ଶ୍ରେଣୀରେ ନାମଲେଖା ହେଲା । ୨୦୦୫ରେ ସେଠାରୁ ସେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ । ସେହି ବର୍ଷ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂରେ ତାଙ୍କର ଚୟନ ହେଲା । ସେଠାରେ ପଢ଼ିବା ସମୟରେ ହିଁ ସେ ଡିଏସଆଇଆରର ଫଣ୍ଡରୁ ଏକ ଅଟୋନମସ୍ ଗ୍ରାଉଣ୍ଡ୍ ଭିକଲ ନିର୍ମାଣ କଲେ । ଯାହା ଖୁବ ଲୋକପ୍ରିୟତା ହାସଲ କଲା । ଏଥିପାଇଁ ତାଙ୍କୁ ସିଆଇଆଇ ତରଫରୁ ୟଙ୍ଗ୍ ଏଣ୍ଟରପ୍ରେନର ପୁରସ୍କାର ମିଳିଲା । ଡିସିଇରୁ ବିଟେକ୍ ସାରିବା ପରେ ସେ ପୁଣିଥରେ ଫ୍ରାନ୍ସ ଚାଲିଗଲେ ।

୨୦୧୦-୧୧ରେ ନ୍ୟୁୟର୍କର କୋରନେଲ ୟୁନୁଭର୍ସିଟିରେ କମ୍ପ୍ୟୁଟର ସାଇନ୍ସ ପଢ଼ିଲେ । ସେଠାରେ ୟାହୁ ଏବଂ ଓରାକଲରେ କାମ କରୁଥିଲେ ମଧ୍ୟ ନିଜ ଦେଶ ତାଙ୍କୁ ଫେରି ଆସିବାକୁ ବାଧ୍ୟ କରିଥିଲା । କୋଟି କୋଟି ଟଙ୍କାର ଚାକିରି ଛାଡ଼ି ଭାରତ ଚାଲି ଆସିଲେ ଭୌରଭ । ୨୦୧୨ରେ ଦେଶକୁ ଫେରିବା ପରେ ଏକ କମ୍ପାନୀ ସ୍ଥାପନ କଲେ । କିନ୍ତୁ ଏହି କମ୍ପାନୀ ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠି ନଥିଲା । ତାଙ୍କ କମ୍ପାନୀ କ୍ୟୁବ ୨୬କୁ ୨୦୧୭ରେ ପେଟିଏମ କିଣିନେଲା । ଏହାପରେ ୨୦୧୮ରେ ଅଏଲର ମୋଟର ଆରମ୍ଭ କଲେ ସୌରଭ । ସେ ବ୍ୟାଟେରୀ ଚାଳିତ ଗାଡ଼ି ଉପରେ କାମ କରିବା ଆରମ୍ଭ କରିଦେଲେ । ସୌରଭ ୩୦୦ରୁ ଅଧିକ ବ୍ୟାଟେରୀ ଚାଳିତ ଗାଡ଼ି ବିକ୍ରି କରି ସାରିଥିବା ବେଳେ ତାଙ୍କ ନିକଟରେ ଏବେ ୨୫୦୦ ଅର୍ଡର ରହିଥିବା କହିଛନ୍ତି । କିନ୍ତୁ ଏହି କମ୍ପାନୀ ମାଧ୍ୟମରେ ୬ ଶହ ଲୋକଙ୍କୁ ରୋଜଗାର ମିଳିଛି ।

ଅକ୍ଟୋବରରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ, ସେପ୍ଟେମ୍ବରରେ ତୁଟାନ୍ତୁ କାମ..

ନୂଆଦିଲ୍ଲୀ: ଚଳିତ ମାସ ବାକି ରହି ଯାଇଛିକି ଆପଣଙ୍କ ବ୍ୟାଙ୍କ କାମ । ତାହାହେଲେ ସେପ୍ଟେମ୍ବର ୩୦ ଭିତରେ ତୁଟାନ୍ତୁ ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ ।

ଏନେଇ ଆରବିଆଇ ପକ୍ଷରୁ ବ୍ୟାଙ୍କ ସୂଚୀ ଜାରି କରାଯାଇଛି । ୨୧ ଦିନିଆ ତାଲିକାରେ ସାପ୍ତାହିକ ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର, ଦଶହରା, ମହାଳୟା, ଆଦି ଛୁଟି ସାମିଲ ରହିଛି ବୋଲି ଆରବିଆଇ ହଲିଡେ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।