spot_img
Home Blog Page 5158

ଆମେରିକାରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ସିଇଓଙ୍କ ସହ ମୋଦିଙ୍କ ବୈଠକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ୱାସିଂଟନ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଦ୍ୱିପାକ୍ଷିକ ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ  । ଆଜି   କ୍ବାଲକମ, ଆଡୋବ, ବ୍ଲାକଷ୍ଟୋନ, ଜେନରାଲ ଆଟୋମିକ୍ସ, ଫାଷ୍ଟ ସୋଲାରର ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଆସନ୍ତାକାଲି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ କରିବେ ବୋଲି ସୂଚନା ରହିଛି ।

ସେହିପରି ୨୫ରେ ହେବାକୁ ଥିବା ୟୁଏନଜିଏ ବୈଠକରେ  ମଧ୍ୟ ଯୋଗଦେବେ  । ଏହି ବୈଠକରେ ଭାରତ ସୀମାପାର ଆତଙ୍କବାଦ ଓ ନିରାପତ୍ତା ପ୍ରସଙ୍ଗ । ଆମେରିକା ସହ କୌଶଳଗତ ସହଭାଗିତାକୁ ଶକ୍ତିଶାଳୀ କରିବା ଲାଗି ଭାରତ ଉଦ୍ୟମ କରିବ । ଅନ୍ୟପଟେ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ଉପରାଷ୍ଟ୍ରପତି କମଳା ହରିସଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି  ।

ଓଡ଼ିଶାକୁ FIH ଅଧ୍ୟକ୍ଷଙ୍କ ପ୍ରଶଂସା, କହିଲେ ଭୁବନେଶ୍ୱର ସାଜିଛି ହକିର ହବ୍

ଭୁବନେଶ୍ୱର: ହକି ପାଇଁ ଓଡ଼ିଶା ଲକି  । ଭୁବନେଶ୍ୱର ବିଶ୍ୱର କ୍ରିଡ଼ା ହବ  । ଓଡ଼ିଶାର ପ୍ରାୟୋଜକରେ ହକି ହାତେଇଛି ଅଲିମ୍ପିକ ଟ୍ରଫି  । ଲୋକସେବା ଭବନରେ ଓଡ଼ିଶାକୁ ଏମିତି କିଛି ଢଙ୍ଗରେ ପ୍ରଶଂସା କରିଛନ୍ତି FIH ସଭାପତି ନରିନ୍ଦର ବାତ୍ରା  । ଓଡ଼ିଶାରେ ଆଗାମୀ ଜୁନିୟର ହକି ବିଶ୍ୱକପ ୨୦୨୧ ଖେଳାଯିବା ନେଇ ଘୋଷଣା ହୋଇଛି  । ଓଡ଼ିଶା ହିଁ ହକି ବିଶ୍ୱକପ ପାଇଁ ଉପଯୋଗୀ ସ୍ଥାନ  ବୋଲି କହିବା ସହ ହକି କ୍ରୀଡ଼ାବିତଙ୍କ ପାଇଁ ଓଡିଶାର ପ୍ରତ୍ସୋହନକୁ ପ୍ରଶଂସା କରିଛନ୍ତି ନରିନ୍ଦ୍ର ବାତ୍ରା  ।

ହକିର ଲୋକପ୍ରିୟତା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି  । ହକି ପାଇଁ ଓଡିଶା ଲକି ବୋଲି ସମ୍ବୋଧିତ କରିବା ସହ କଳିଙ୍ଗ ଷ୍ଟାଡିୟମ ହକି ପାଇଁ ଦେଶର ସର୍ବଶ୍ରେଷ୍ଠ ଭେନ୍ୟୁ ବୋଲି ସେ କହିଛନ୍ତି । କ୍ରିଡାର ବିକାଶରେ ଓଡିଶା ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହାରଣ । ଅନ୍ୟପଟେ ହକି ସଚିବ ରାଜିନ୍ଦର ସିଂହ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି  ।

ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ କନିଷ୍ଠ ହକି ବିଶ୍ୱକପ  । ପୂର୍ବରୁ ଗୈାହାଟୀ ଓ ଓଡ଼ିଶାର ନାମ ଏହି ରେସରେ ରହିଥିଲା  । ଶେଷରେ ଓଡ଼ିଶାରେ ହିଁ ହକି ୱାର୍ଲ୍ଡକପ  ହେବା ନେଇ ମୋହର ମାରିଛନ୍ତି ହକି ଇଣ୍ଡିଆ ସ଼ଭାପତି  ।   ୨୦୧୮ ମସିହାରେ ଭୁବନେଶ୍ୱରରେ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିଲାବେଳେ ୨୦୨୩ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ସମେତ  ରାଉରକେଲାରେ ଅନୁଷ୍ଠିତ ହେବ ।

ପ୍ରସବ ବେଦନାରେ ଛଟପଟ ହାତୀ, ଜଗି ରହିଛନ୍ତି ୨୪ ଗଜରାଜ

କେନ୍ଦୁଝର: ପ୍ରସବ ବେଦନାରେ ଛଟପଟ ହେଉଛି ପ୍ରସୂତୀ ହାତୀ । ଚମ୍ପୁଆ ରେଞ୍ଜ, ଜାମୁଦଲକ, ବୈତରଣୀ ନିକଟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଏକ ଦୁଃଖଦ ଦୃଶ୍ୟ । ଆଜି ପ୍ରତ୍ୟୁଷରୁ ଏହି ମାଈ ହାତୀଟି ପ୍ରସବ ବେଦନା ଲାଘବ ପରେ ଛୁଆ ଜନ୍ମ ଦେବାକୁ ଅନେକ ଚେଷ୍ଟା କରିଥିଲା । ୨୫ ଟିକିଆ ହାତୀପଲରେ ଥିବା ଏହି ମାଈ ହାତୀଟି ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ କେତେବେଳେ ତଳେ ଲୋଟି ଯାଉଥିଲା ତ ଆଉ କେତେବେଳେ ସେ ଏଣେ ତେଣେ ଧାଇଁ ଯାଉଥିଲା ।

ସେପଟେ ଖବର ପାଇ ଚମ୍ପୁଆ ବନାଞ୍ଚଳ ଅଧିକାରୀ, ବନ କର୍ମଚାରୀ ଓ ବନ୍ୟଜନ୍ତୁ ଚିକିତ୍ସକଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେଣେ ହାତୀକୁ ଦେଖିବା ପାଇଁ ଆଖପାଖର ଲୋକେ ସେଠାରେ ଭିଡ଼ ଜମାଇଥିଲେ । ଯେମିତି କିଛି ଅଘଟଣ ନଘଟେ ସେଥିପାଇଁ ପୋଲିସ୍ ସେଠାରେ ପହଁଚି ଲୋକଙ୍କୁ ଦୂରେଇ ରଖିଥିଲେ । କେନ୍ଦୁଝରରୁ ବନ୍ୟଜନ୍ତୁ ବିଶେଷଜ୍ଞ ମଧ୍ୟ ସେଠାକୁ ଯାଇ ପ୍ରସୂତୀ ହାତୀ ଉପରେ ନଜର ରଖିଥିଲେ ।

ତେବେ ଦୀର୍ଘ ୬/୭ ଘଣ୍ଟା ଧରି ଯନ୍ତ୍ରଣା ଭୋଗିବା ପରେବି ହାତୀଟି ଛୁଆ ଜନ୍ମ କରିବାରେ ସକ୍ଷମ ହୋଇପାରିନଥିଲା । ହାତୀ ଶାବକର କେବଳ ଗୋଡ଼ ଦୁଇଟି ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା । ଦିନ ପାଖାପାଖି ୧.୩୦ ସମୟରେ ଅନ୍ୟ ହାତୀମାନେ ଆସି ଉକ୍ତ ମାଇ ହାତୀକୁ  ଘଞ୍ଚ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ତେବେ ପ୍ରସୂତୀ ହାତୀଟି ୨୫ ଟିକିଆ ହାତୀପଲରେ ଥିବାରୁ ସେମାନଙ୍କ ଉପରେ ନଜର ରଖିବା ଛଡା ବନବିଭାଗ ଅନ୍ୟ କିଛି ଉଦ୍ୟମ କରିପାରୁନାହିଁ  ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମେରିକା ଯାଇଥିବା ବିମାନର ବିଶେଷତ୍ୱ କ’ଣ ? ଜାଣନ୍ତୁ…

ନୂଆଦିଲ୍ଲୀ: କଷ୍ଟମ ମେଡ୍ ବୋଇଂ ବି୭୭୭ ଭିଭିଆଇପି ବିମାନ ଏୟାର ଇଣ୍ଡିଆ ୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାତ୍ରା କରିଛନ୍ତି । ଗତବର୍ଷ ଏହି ବିମାନ ରିଟାୟର୍ଡ କରିଥିବା ବୋଇଂ ୭୪୭ର ସ୍ଥାନ ନେଇଥିଲା । ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ ମାର୍କିନ୍ ରାଷ୍ଟ୍ରପତି ଜୋ’ ବାଇଡେନ୍,ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ । ଏହା ସହିତ ସେ ଆମେରିକା ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିଗେ ସୁଗାଙ୍କୁ ମଧ୍ୟ ସାକ୍ଷାତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରାର ଗୋଟିଏ ଫଟୋ ଏବେ ଭାଇରାଲ ହେବାକୁ ଲାଗିଥିବା ବେଳେ ଏୟାର ଇଣ୍ଡିଆ ୱାନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା ଏହି ବିମାନ କେମିତି ବାକି ବିମାନଙ୍କଠାରୁ ଆଲଗା । ସୁରକ୍ଷା ବ୍ୟବସ୍ଥା ଏହି ବିମାନରେ ଅତ୍ୟାଧୁନିକ ଇଲେକଟ୍ରୋନିକ୍ ୱାରଫାୟାର ସିଷ୍ଟମ ରହିଛି । ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହେଲେ ଏହା ନିଜକୁ ରକ୍ଷା କରିବା ପାଇଁ ସକ୍ଷମ ଅଟେ । ଏହା ହେଉଛି ପ୍ରଥମ ଭାରତୀୟ ବିମାନ ଯାହାର ନିଜସ୍ୱ ସେଲ୍ପ ପ୍ରୋଟେକ୍ସନ ସୁଟ୍ (ଏସପିଏସ) ରହିଛି । ଯାହାକି ଶତ୍ରୁ ରାଡାରକୁ ଜାମ୍ କରିବା ସହିତ ଆସୁଥିବା କ୍ଷେପଣାସ୍ତ୍ରକୁ ପଥଭ୍ରଷ୍ଟ କରିଥାଏ ।

ଯୋଗାଯୋଗ ବ୍ୟବସ୍ଥା

ଏଥିରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ଆକାଶରୁ ମଧ୍ୟ ଅବିରତ ଭାବେ ଭିଡିଓ ଓ ଅଡିଓ ଦ୍ୱାରା ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ସହିତ ସମ୍ପର୍କରେ ରହି ପାରିବେ । ଏହି କମ୍ୟୁନିକେଶନ୍ ସିଷ୍ଟମକୁ ହ୍ୟାକ୍ କରି ହେବ ନାହିଁ ।

ବିମାନରେ ମେଡିକାଲ ସେଣ୍ଟର
ଏହି ବିମାନ ମଧ୍ୟରେ କନଫରେନ୍ସ ସେଣ୍ଟର ସହିତ ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ମେଡିକାଲ ସେଣ୍ଟର ମଧ୍ୟ ରହିଛି ।

ଥରକରେ ଏତିକି ଘଣ୍ଟା ଉଡ଼େ
ଏୟାର ଇଣ୍ଡିଆ ୱାନ୍ ରାସ୍ତାରେ ନଅଟକି ସିଧା ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରିପାରେ । ଏହି ବିମାନରେ ଥରେ ଇନ୍ଧନ ଭର୍ତ୍ତି କଲେ ଏହା ଏକାଦିକ୍ରମେ ୧୭ ଘଣ୍ଟା ଉଡ଼ିପାରେ । ଏୟାର ଇଣ୍ଡିଆ ୱାନକୁ ଭାରତୀୟ ବାୟୁସେନାର ବିଶେଷ ତାଲିମପ୍ରାପ୍ତ ପାଇଲଟ୍ ଚଳାଇ ଥାନ୍ତି ।

ଓଡ଼ିଶାରେ ଜୁନିୟର ହକି ୱାର୍ଲଡ କପ୍: ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶାରେ ହକି ୱାର୍ଡ କପ୍  । ଜୁନିୟର ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଯାଉଛି ଓଡ଼ିଶା  ।  ଏନେଇ ଆଜି ଲୋକସେବା ଭବନରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଜୁନିଅର ହକି ବିଶ୍ୱ କପ୍‌ ।  ଏଥିରେ ହକି ଇଣ୍ଡିଆର ଟପ୍ ଅଫିସିଆଲ୍ ଯୋଗଦେଉଛନ୍ତି । ନଭେମ୍ବର ୨୫ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଜୁନିଅର ହକି ବିଶ୍ବ କପ୍‌ ଖେଳାଯିବ ।

ପୂର୍ବରୁ ୨୦୧୬ ମସିହାରେ ଜୁନିଅର ହକି ବିଶ୍ବକପ୍‌ ଆୟୋଜନ କରିଥିଲା ଲକ୍ଷ୍ନୌ । ଚଳିତ ବର୍ଷ ଗୌହାଟୀରେ ଏହା ଅନୁଷ୍ଠିତ ହେବାର ଥିଲା । ତେବେ ଏଥର ବିଶ୍ବକପ୍‌ ଆୟୋଜନ ପାଇଁ ରେସ୍‌ରେ ଆଗରେ ଓଡ଼ିଶା ଓ ଗୈାହାଟୀ ରହିଥିବା ବେଳେ  । ଶେଷରେ ଓଡ଼ିଶାରେ ହିଁ ଜୁନିୟର ହକି ବିଶ୍ୱକପ ଐୟୋଜନ ହେବା ନେଇ FIH ଅଧ୍ୟକ୍ଷ ମଧ୍ୟ ଘୋଷଣା କରିଛନ୍ତି  ।

ନଭେମ୍ବର 24ରୁ ଡିସେମ୍ବର ୫ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବ ଦ୍ଵାଦଶତମ ଜୁନିୟର ପୁରୁଷ ବିଶ୍ଵକପ ହକି ମ୍ୟାଚ୍ । କାର୍ଯ୍ୟକ୍ରମରେ FIH ସଭାପତି ନରିନ୍ଦର ବାତ୍ରା, କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ଥିଲେ ।  ପୂର୍ବରୁ ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିଲା । ସେହିପରି ୨୦୨୩ ପୁରୁଷ ହକି ବିଶ୍ଵକପ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ ।

ଝାଡଖଣ୍ଡ ପୋଲିସର ଦବଙ୍ଗଗିରି: ଷଢେ଼ଇକଳାରେ ଓଡ଼ିଆ ସାମ୍ବାଦିକ ଓ ବିବାହିତା ଓଡ଼ିଆ ମହିଳାଙ୍କୁ ଆକ୍ରମଣ

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳରେ ଝାଡଖଣ୍ଡ ପୋଲିସର ଦାଦାଗିରି । ଗଣମାଧ୍ୟମ ଉପରେ ପୋଲିସର ବର୍ବର ଆକ୍ରମଣ । ଝାଡଖଣ୍ଡ ଷଢେ଼ଇକଳାରେ ଜଣେ ବିବାହିତା ଓଡ଼ିଆ ମହିଳା ଓ ତାଙ୍କ ମାମୁଙ୍କୁ ପୋଲିସର ଆକ୍ରମଣ ଅଭିଯୋଗ । ଜଣେ ଓଡିଆ ସାମ୍ବାଦିକଙ୍କ କ୍ୟାମେରା ଛଡାଇ ନେଇଛି ପୋଲିସ । ଏହାକୁ ନେଇ ଷଢେ଼ଇକଳାର ଓଡ଼ିଆ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଝାଡ଼ଖଣ୍ଡର ଦୁଇଟି ସାମ୍ବାଦିକ ସଂଘ ପକ୍ଷରୁ ପ୍ରଥମେ ପୁଲିସ ଥାନା ଓ ଫାଣ୍ଡି ସମ୍ମୁଖରେ ଧାରଣା ଦିଆଯିବା ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗଣମାଧ୍ୟମ ଉପରେ ଆକ୍ରମଣକୁ ନେଇ ଷଢେ଼ଇକଳାର ଓଡ଼ିଆ ସାମ୍ବାଦିକ ଓଡିଶା ସରକାରଙ୍କ ଦ୍ବାରସ୍ଥ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଦୁଇ ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟ ଷଢେ଼ଇକଳା-ଖରସୁଆଁ ପ୍ରଥମେ ଓଡ଼ିଶାରେ ରହିଥିଲା । ପରେ ଏହା ବିହାର ଅଧୀନକୁ ଚାଲିଯାଇଥିଲା । ବର୍ତ୍ତମାନ ଏହା ଝାଡ଼ଖଣ୍ଡର ଏକ ଜିଲା ଭାବେ ରହିଛି । ଝାଡ଼ଖଣ୍ଡରେ ଓଡ଼ିଆ ଲୋକଙ୍କ ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବାକୁ ଝାଡ଼ଖଣ୍ଡ ବିଛିନ୍ନାଞ୍ଚଳ ଓଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ଓଡିଶା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବାକୁ ସ୍ଥିର ହୋଇଥିବା ଜଣାପଡିଛି ।

ଓଡ଼ିଆ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଅଣଓଡ଼ିଆ ଅଧିକାରୀଙ୍କ ଓଡ଼ିଆ ଲୋକ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ବିରୋଧରେ ସ୍ବର ଉଠିଛି । ଷଢେ଼ଇକଳା-ଖରସୁଆଁ ପରି ଦୁଇଟି ଖାଣ୍ଟି ଓଡ଼ିଆ ଗଡ଼ଜାତ ରାଜ୍ୟକୁ ଓଡ଼ିଶାକୁ ପୁଣି ଫେରାଇ ଆଣିବା ପାଇଁ ଷଢେ଼ଇକଳାର ବରିଷ୍ଠ ଓଡ଼ିଆ ସାମ୍ବାଦିକ କାର୍ତ୍ତିକ କୁମାର ପରିଚ୍ଛା ଦାବି କରିଛନ୍ତି । ଏ ସଂପର୍କରେ ଭୁବନେଶ୍ୱରରେ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକିବା ସହିତ ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିବେଦନ କରାଯିବ ବୋଲି ସେ କହିଛନ୍ତି ।

ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର 

ଭୁବନେଶ୍ୱର: ଭାରତୀୟ ପୋଲିସ ପ୍ରଶାସନିକ ସେବାରେ କାର୍ଯ୍ୟ କରିଥିବା ଜଳଦ କୁମାର ତ୍ରିପାଠୀ ହୋଇଛନ୍ତି ନୂଆ ମୁଖ୍ୟ ସୂଚନା କମିଶନର  । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ପ୍ରକାଶ ପାଇଛି ବିଜ୍ଞପ୍ତି  । ପୂର୍ବରୁ ଜଳଦ କୁମାର ତ୍ରିପାଠୀ ପୋଲିସ ସେବାରୁ ଅବସର ଗ୍ରହଣ କରିଥିଲେ  ।  କିନ୍ତୁ ବରିଷ୍ଠ ଅବସର ପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀଙ୍କ ନାମ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା  ।

୧୯୮୫ ମସିହା ବ୍ୟାଚ୍ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ପୂର୍ବରୁ ଅନେକ ବିଭାଗକୁ ଦକ୍ଷତାର ତୁଲାଇଛନ୍ତି  । ପୋଲିସ ପ୍ରଶାସନିକ ସେବାରେ ଜଳଦ କୁମାର ତ୍ରିପାଠୀଙ୍କ ଅନେକ ଅଭିଜ୍ଞତା ରହିଛି  । ତେଣୁ ତାଙ୍କ ନାମକୁ ଚୟନ କମିଟି ସୁପାରିସ କରିଥିଲେ  । ରାଜ୍ୟପାଳ ଆଜି ଅନୁମୋଦନ ମାରିବା ପରେ ଜଳଦ କୁମାର ତ୍ରିପାଠୀ ନୂତନ ସୂଚନା କମିଶନର ହୋଇଛନ୍ତି  ।

 

ଅପରାହ୍ନରେ ବଡ଼ ଘୋଷଣା, ଓଡ଼ିଶାରେ ହେବ ଜୁନିୟର ହକି ବିଶ୍ୱକପ୍ !

ଭୁବନେଶ୍ୱର: ହକିକୁ ନେଇ ବଡ଼ ଘୋଷଣା କରିପାରନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ହେବା ନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିପାରନ୍ତି ।

ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଶାରକାନ୍ତି ବେହେରା, କ୍ରୀଡାସଚିବ, ହକି ଲିଜେଣ୍ଡ ଦିଲୀପ ତିର୍କିଙ୍କ ସହ ହକି ଇଣ୍ଡିଆର ଶୀର୍ଷ ନେତୃତ୍ୱ ମଧ୍ୟ ସାମିଲ ରହିବା ନେଇ ସୂଚନା ମିଳିଛି  । ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମରେ ସିନିୟର ବିଶ୍ୱ କପ ହୋଇସାରିଥିବା ବେଳେ ଆଗାମୀ ଦିନରେ ଓଡ଼ିଶାରେ ଜୁନିୟର ବିଶ୍ୱ କପ ହେବା ନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ  ।

ବନ୍ଧୁକ ତିଆରି କାରଖାନା ଉପରେ ସମ୍ବଲପୁର ପୋଲିସର ଚଢାଉ

ସମ୍ବଲପୁର: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଯୁଯୁମୁରା ଥାନା ଅଂଚଳରୁ ୨ଟି ବନ୍ଧୁକ ତିଆରି କାରଖାନା ଠାବ କରିଛି ପୋଲିସ । ଦୀର୍ଘ ବର୍ଷ ଧରି ଏହି ବନ୍ଧୁକ କାରଖାନାରେ ବନ୍ଧୁକ ତିଆରି କରାଯାଉଥିଲା । ବନ୍ଧୁକ ତିଆରି ଅଭିଯୋଗରେ ଦମ୍ପତିଙ୍କ ସହ ମୋଟ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ନିକଟରୁ ଚାରିଟି ଦେଶୀ ବନ୍ଧୁକ, କିଛି ବନ୍ଧୁକ ତିଆରି ସାମଗ୍ରୀ ଜବତ ହୋଇଛି ।

ସେପଟେ ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୁଡାପାଲି, ବାସୁପଲି ଓ ହିରୋ ଗାଁରୁ ଗିରଫ କରାଯାଇଛି । ସମସ୍ତ ବନ୍ଧୁକ କେବଳ ପଶୁ ଶିକାର ପାଇଁ ଉଦିଷ୍ଟ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

ମାଲିକ ହେବ ତ ଏମିତି, ଗୋଟିଏ ଝଟକାରେ ୫ଶହ କର୍ମଚାରୀଙ୍କୁ କରିଦେଲେ କୋଟିପତି

0

ବିଜନେସ୍ ସଫ୍ଟୱେୟାର ଫାର୍ମ ଫ୍ରେଶୱାର୍କସ୍ Inc. ବୁଧବାର ଦିନ ଆମେରିକୀୟ ଏକ୍ସଚେଞ୍ଜ ନେସଡେକ୍ ରେ ଧମାକାଦାର ଏଣ୍ଟ୍ରି କରିଛି । ଏଥିସହିତ କମ୍ପାନୀ ଏହାର ୫୦୦ କର୍ମଚାରୀଙ୍କୁ କୋଟିପତି କରିଦେଇଛି । ଏଥିମଧ୍ୟରୁ ୬୯ ଜଣଙ୍କ ବୟସ ୩୦ ବର୍ଷରୁ କମ୍। ନେସଡେକରେ ତାଲିକାଭୁକ୍ତ ହୋଇଥିବା ଏହା ହେଉଛି ଭାରତର ପ୍ରଥମ ସଫ୍ଟୱେର୍ ଏଜ୍ ସର୍ଭିସେସ୍ (SaaS) ଏବଂ ୟୁନିକର୍ଣ୍ଣ କମ୍ପାନୀ ।

ଗିରିଶ ମଥ୍ରୁବୁଥମ୍ ଙ୍କ ଏହି କମ୍ପାନୀର ସେୟାରଗୁଡିକ ଏହାର ଇସ୍ୟୁ ପ୍ରାଇମରେ ୨୧ ପ୍ରତିଶତ ପ୍ରିମିୟମରେ ନେସଡେକ ଇଣ୍ଡେକ୍ସରେ ଏଣ୍ଟ୍ରି କରିଛି । ଏହା ସହିତ କମ୍ପାନୀର ମାର୍କେଟ କ୍ୟାପ୍ ୧୨ ବିଲିୟନ୍ ଡ଼ଲାରରୁ ଉପରେ ପହଞ୍ଚିଛି ।

୫୦୦ କର୍ମଚାରୀ ବନିଲେ କୋଟିପତି

ଗିରିଶଙ୍କ କହିବାନୁଯାୟୀ ଫ୍ରେଶୱାର୍କ ସାର୍ବଜନୀନ ହେବା ସହିତ କମ୍ପାନୀର ୫୦୦ କର୍ମଚାରୀ କୋଟିପତି ହୋଇପାରିଛନ୍ତି ।  FreshWorks ର ଦୁଇ-ତୃତୀୟାଂଶ କର୍ମଚାରୀ ସେୟାର ହୋଲଡର୍ । କମ୍ପାନୀର କୋଫାଉଣ୍ଡର ତଥା ସିଇଓ ମାତୃଭୁତମ କହିଛନ୍ତି ଯେ ଯେଉଁମାନେ କମ୍ପାନୀ ତିଆରି କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ ସେମାନଙ୍କୁ ପୁରସ୍କାର ମିଳିବା ଉଚିତ୍। ଭାରତରେ ଆମର ୫୦୦ରୁ ଅଧିକ କର୍ମଚାରୀ କୋଟିପତି ହୋଇଯିବେ। ତନ୍ମଧ୍ୟରେ ୬୯ ଜଣଙ୍କ ବୟସରୁ ୩୦ ବର୍ଷରୁ କମ୍ ।

ତେବେ ଭାରତ ବଦଳରେ ଆମେରିକାରେ କମ୍ପାନୀ ତାଲିକାଭୁକ୍ତ କରିବା ନେଇ ସେ କହିଛନ୍ତି ଯେ ଫ୍ରେଶୱାର୍କ ଆରମ୍ଭରୁ ଏକ ବିଶ୍ୱସ୍ତରୀୟ କମ୍ପାନୀ ରହିଆସିଛି। ଏହାର ଗ୍ରାହକ ୧୨୦ରୁ ଅଧିକ ଦେଶରେ ଅଛନ୍ତି ଏବଂ ଏହାର ଅଧିକାଂଶ ରାଜସ୍ୱ ଆମେରିକାରୁ ଆସିଥାଏ ।