spot_img
Home Blog Page 5157

ଉପରେ ମୁଣ୍ଡରେ କମୁଛି ବର୍ଷା, ବନ୍ଦ ହେଉଛି ହୀରାକୁଦ ଗେଟ୍

ସମ୍ବଲପୁର/ଜଳେଶ୍ୱର: ଉପର ମୁଣ୍ଡରେ ବର୍ଷା କମିବା ପରେ ହୀରାକୁଦକୁ ଜଳ ପ୍ରବାହ କମିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଖସୁଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୦୨ ଫୁଟ୍ ରହିଥିବା ବେଳେ ଆଉ ୫ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଏବେ ୪ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୯୪ ହଜାର ୭୫୮ ଘନଫୁଟ ଜଳ ପ୍ରବେଶ କରୁଥିବା ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।

Another 5 Sluice Gates Of Hirakud Dam Closed

ଅନ୍ୟପଟେ ସତର୍କ ସଂକେତ ଟପି ବିପଦ ସଂକେତ ମୁହାଁ ହୋଇଛି ସୁବର୍ଣ୍ଣରେଖା । ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ସକାଳ ୫ଟା ସୁଦ୍ଧା ୧୦.୧୫ ମିଟରରେ ଜଳ ପ୍ରବାହିତ ହେଉଛି । ବାଲିଆପାଳ, ଭୋଗରାଇର ୪୦ରୁ ଅଧିକ ଗାଁରେ ବନ୍ଯା ପାଣି ପଶିଛି । ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୫ଟା ସୁଦ୍ଧା ୬.୪୫ ମିଟରରେ ଜଳ ପ୍ରବାହିତ ହେଉଛି ।

ମହାନଦୀ ପାର୍ ବେଳେ ପାଣି ସୁଅରେ ଫସିଲେ ହାତୀ

ଆଠଗଡ଼: ମହାନଦୀ ପାର୍ ବେଳେ ଫସିଲା ହାତୀପଲ । ମହାନଦୀରେ ପାଣିର ସୁଅ ଅଧିକ ରହିଥିବା ବେଳେ ୭ ଟିକିଆ ହାତୀପଲ ପାର୍ ହେଉଥିଲେ । ଗୋଟିଏ ହାତୀ ପାଣି ସୁଅରେ ଭାସି ଆସି ମୁଣ୍ଡଳି ବ୍ରିଜର ଗୋଟିଏ ଗେଟରେ ଲାଗି ରହିଛି । ହାତୀକୁ ପାଣିରୁ ଉଦ୍ଧାର କରିବା ପାଇଁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପ୍ରୟାସ କରୁଛନ୍ତି ।

 Elephant Gets Trapped In The Middle Of Overflowing River In Mundali Bridge

ପାଣି ସୁଅ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ସେତେଟା ସହଜ ହେଉନାହିଁ । ହାତୀ ପାଖକୁ ଡଙ୍ଗା ଯିବା ମଧ୍ୟ ସମ୍ଭବ ନୁହେଁ । ଗୋଟିଏ ହାତୀ ଭାସି ଆସି ମୁଣ୍ଡଳି ବ୍ରିଜ ନିକଟରେ ଲାଖିଥିବା ବେଳେ ଅନ୍ୟ ୬ଟି ହାତୀ ଊାସି ଆସି ଆଠଗଡ଼ ରେଞ୍ଜର ନୂଆଶାସନ ଗାଁ ନନିକଟରେ ଲାଗଛନ୍ତି । ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାରି ହେଉଥିବା ବେଳେ ୭ଟି ହାତୀ ଭାସି ଯାଇଥିବା ଆଠଗଡ଼ ରେଞ୍ଜର ସୂଚନା ଦେଇଛନ୍ତି ।

ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ପିଏମ୍ ମୋଦିଙ୍କ ଆଲୋଚନା, ପାକିସ୍ତାନକୁ ଚେତାବନୀ

ୱାଶିଂଟନ୍: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହ୍ୱାଇଟ୍ ହାଉସରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ଏଥିସହ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପିଏମ୍ ମୋଦିଙ୍କ ସହ ଆଲୋଚନା ବେଳେ କମଳା ହାରିସ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, ପାକିସ୍ତାନ ମାଟିରେ କେତେକ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି । ଇସଲାମାବାଦର କାର୍ଯ୍ୟକଳାପ ଉପରେ ଆମେରିକା ନଜର ରଖିଛି । ତାଲିବାନ ସହ ପାକିସ୍ତାନର ସମ୍ପର୍କକୁ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି ।

PM Modi Meets US Vice President Kamala Harris

କମଳା ହାରିସ ଓ ପିଏମ୍ ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଛି । ବୈଠକରେ କୋଭିଡ୍, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାଇବର ସୁରକ୍ଷା, ଅନ୍ତରୀକ୍ଷ ସହ ଅନ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି ।

ଆଲୋଚନା ବେଳେ ଦୁନିଆରେ ଲୋକତନ୍ତ୍ର ବିପଦରେ ଥିବା କହିଛନ୍ତି କମଳା ହାରିସ । ଏହି ସ୍ଥିତିକୁ ସୁଧାରିବା ଲାଗି ଭାରତ-ଆମେରିକା ଏକାଠି କାମ କରିବେ । ପିଏମ୍ ମୋଦି, କମଳା ହାରିସଙ୍କ ପ୍ରଶଂସା କରିବା ସହ ଭାରତ ଆସିବା ଲାଗି ନିମନ୍ତ୍ରଣ ଦେଇଛନ୍ତି ।

ବିଶ୍ୱ ନଜରରେ ବିଶ୍ୱ ନେତା: ମୋଦି-ବାଇଡେନ ବୈଠକରେ କଣ ରହିବ ପ୍ରମୁଖ ପ୍ରସଙ୍ଗ ?

ୱାସିଂଟନ: ବିଶ୍ୱର ଦୁଇ ଶୀର୍ଷ ନେତାଙ୍କ ହେବ ବୈଠକ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରିଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ  । ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ଦୁଇ ଦେଶର ନେତା ବୈଠକ କରିବା ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି  । ସବୁଠାରୁ ବଡ଼ କଥା ହେଉଛି ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ସହ ତାଙ୍କର ଏହା ପ୍ରଥମ ସାକ୍ଷାତ ହେବ  । ସେପଟେ ଜାତିସଂଘ ସାଧାରଣ ଆସେମ୍ବ୍ଲି ବୈଠକରେ ମେଗାପ୍ଲାନ । ଚୀନକୁ ଚକମା ଦେବା ଲାଗି କ୍ବାଡ ରାଷ୍ଟ୍ରଗୋଷ୍ଠୀ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ପ୍ରକାଶ ପାଇଛି ।

ଆଫଗାନିସ୍ତାନ ବ୍ୟାପାରରେ ତାଲିବାନକୁ ଚୀନ ସମର୍ଥନ ଦେବା ଅବକାଶରେ କ୍ବାଡ ସଦସ୍ୟ ରାଷ୍ଟ୍ର କରିପାରନ୍ତି ବଡ ଯୋଜନା । ଏହା ସହ ଚୀନ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବ କ୍ବାଡ । ଭାରତ-ପ୍ରଶାନ୍ତ ଅଞ୍ଚଳରେ ଚୀନର ପ୍ରଭାବ ହ୍ରାସ, କୋଭିଡର ଉତ୍ପତ୍ତି ନେଇ ଚୀନର ଭୂମିକା, ନୂଆ ଟିକା ଯୋଗାଣ ପ୍ରକ୍ରିୟା ଆଧି ପ୍ରସଙ୍ଗରେ ଆଲୋଚନା ହେବ । ଏଥିରେ ଚୀନକୁ ସାଇଡଲାଇନ କରିବାର ଆଭିମୁଖ୍ୟ ରହିଛି । ବର୍ତ୍ତମାନ ଚୀନ ସର୍ବାଧିକ ରାଷ୍ଟ୍ରକୁ ଟିକା ଯୋଗାଉଛି । ଏହି ପ୍ରକ୍ରିୟା ବନ୍ଦ ଲାଗି ନିଆଯିବ ପଦକ୍ଷେପ । ଏଥିଲାଗି ଭାରତରେ ୧୦୦ କୋଟି ଟିକା ଉତ୍ପାଦନ କରିବାକୁ ନିଷ୍ପତ୍ତି ହୋଇଛି ।

ସେହିପରି ଆଫଗାନିସ୍ତାନରେ ଚୀନର ବିବାଦୀୟ ଭୂମିକା ବିରୋଧରେ ମେଳି ବାନ୍ଧିବ କ୍ବାଡ । ଅନ୍ୟପଟେ ଗୁରୁବାର କ୍ବାଲକମ, ଆଡୋବ, ବ୍ଲାକଷ୍ଟୋନ, ଜେନରାଲ ଆଟୋମିକ୍ସ, ଫାଷ୍ଟ ସୋଲାରର ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ । ୨୫ରେ ହେବାକୁ ଥିବା ୟୁଏନଜିଏ ବୈଠକରେ ଭାରତ ଉଠାଇପାରେ ସୀମାପାର ଆତଙ୍କବାଦ, ଓ ନିରାପତ୍ତା ପ୍ରସଙ୍ଗ । ଆମେରିକା ସହ କୌଶଳଗତ ସହଭାଗିତାକୁ ଶକ୍ତିଶାଳୀ କରିବା ଲାଗି ଭାରତ ଉଦ୍ୟମ କରିବ ।

MI Vs KKR: ୭ ଓ୍ୱିକେଟରେ ମ୍ୟାଚ ଜିତିନେଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ: ମୁମ୍ବାଇକୁ ମାତ୍ ଦେଲା କେକେଆର୍ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସର ଦମଦାର ବିଜୟ । ନିର୍ଦ୍ଧାରିତ ଓଭର ପୂର୍ବରୁ ହାସଲ କଲା ଲକ୍ଷ୍ୟ । 7ଓ୍ବିକେଟରେ ଜିତିଲା କୋଲକାତା ନାଇଟ ରାଇଡର୍ସ ।

4ଓଭର 5ଟି ବଲ୍ ବାକି ଥିବାବେଳେ ଯଥେଷ୍ଟ ପୂର୍ବରୁ ମ୍ୟାଟ ଜିତି ନେଇଛି କେକେଆର୍ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ଓଭରରେ 155 ରନ୍ ସଂଗ୍ରହ କରିଥିଲା   । ମୁମ୍ବାଇ ପକ୍ଷରୁ ଡି’କକ୍ ସର୍ବାଧିକ 55 କରିଛନ୍ତି   । ସେହିପରି  33ରନ୍ କରି ପାଭିଲିୟନ ଫେରିଥିଲେ ରୋହିତ ଶର୍ମା  ।

WHOର ତାଲିକାରେ ଟପ୍ ୧୦ ଦେଶ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଭାଉଛନ୍ତି ଉଲ୍ଲେଖନୀୟ କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: କୋଭିଡରେ ଭୁଷୁଡ଼ି ପଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା  । ସମଗ୍ର ବିଶ୍ୱରେ ସମାନ ସ୍ଥିତି  । ପ୍ରତିଟି ଦେଶର ସରକାର ସ୍ୱାସ୍ଥ୍ୟ  ସେବାକୁ ସୁଦୃଢ କରିବାକୁ ଲାଗି ପଡିଛନ୍ତି  । କାରଣ ୨୦୨୧ ମସିହାରେ କୋଭିଡର ପ୍ରଖର କହର ଭିତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟ ହୋଇ ପଡିଛି  । ତେଣୁ ଏହାରି ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ମାପ ଦଣ୍ଡରେ ଦେଶ ଗୁଡ଼ିକର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପରଖିଛନ୍ତି  । ବିଶ୍ୱର ଟପ୍ ୧୦ ଦେଶ ଗୁଡ଼ିକ ମଧ୍ୟ କ୍ରମାନ୍ୱୟ ଅନୁଯାୟୀ ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ।

ବିଭିନ୍ନ ଦେଶରେ କେବଳ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାନ ଉପରେ ନିର୍ଭର କରନ୍ତି ଦେସବାସୀ  । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଇନ୍ସୁରାନ୍ସ ଉପରେ ମଧ୍ୟ ନିର୍ଭର କରନ୍ତି ଅନେକ ଦେଶବାସୀ  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯେଉ ଦଶଟି ଦେଶକୁ କ୍ରମାନ୍ୱୟରେ ପ୍ରକାଶ କରିଛି  । ସେହି ଦେଶରେ ସାଧାରଣ ଲୋକ ସରକାରୀ  ମେଡିକାଲରେ ଚିକିତ୍ସା ହେବାକୁ ପ୍ରାଥମିକତା ଦେଇଥାନ୍ତି  । ସେହିପରି ସରକାରୀ ସ୍ୱାସ୍ଥ୍ୟ ଇନ୍ନ୍ୟୁରାସ୍ନକୁ ମଧ୍ୟ ଆପଣାଇ ଥାଆନ୍ତି   ।

ଏହି କ୍ରମରେ ପ୍ରଥମରେ ରହିଛି ଫ୍ରାନ୍ସ

ବିଶ୍ୱରେ ଫ୍ରାନ୍ସର ସ୍ୱାସ୍ଯ୍ୟ ସୁବିଧା ସର୍ବୋକୃଷ୍ଟ  । ସ୍ୱାସ୍ଥ୍ୟ ସୁବିଧା ଦେବାରେ ଏହି ଦେଶ ବିଶ୍ୱରେ ଶୀର୍ଷ ସ୍ଥାନ ଅଧିକାର କରିଛି  । କାରଣ  ଫ୍ରାନ୍ସ ବାସୀନ୍ଦା ପ୍ରଥମତଃ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଶ୍ୱସନୀୟ ଭାବିଥାନ୍ତି  । ଅର୍ଥାତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ସମସ୍ତ ସୁବିଧା ସାଧାରଣ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଥାଏ  ।

ଜର୍ମାନୀ

ଜର୍ମାନୀ ସ୍ୱାସ୍ଥ୍ୟ ସେବାରେ ବିଶ୍ୱର ଦ୍ୱିତୀୟ ସର୍ବୋକୃଷ୍ଟ  ସ୍ଥାନ ଅଧିକାର କରିଛି । ହେଲ୍ଥ ସିଷ୍ଟମରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି  । ଜର୍ମାନୀର ମେଡିକାଲ ବହୁତ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି  । ଏହି ଦେଶରେ ହେଲ୍ଥ କେୟାର ସିଷ୍ଟମ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ମଡେଲରେ ଚାଲିଛି  ।   

ସିଙ୍ଗାପୁର

ସେହିପରି ତୃତୀୟରେ ରହିଛି ସିଙ୍ଗାପୁର  । ଯାହାର ସ୍ୱାସ୍ଥ୍ୟ ବ୍ୟବସ୍ଥା ୟୁରୋପ ଦେଶର ସର୍ବୋକୃଷ୍ଟ  । ଏଠାକାର ଲୋକେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ସହ ସରକାରୀ ସ୍ୱାସ୍ଥ୍ୟ ବୀମାକୁ ମଧ୍ୟ  

ବ୍ରିଟେନ

ବିଶ୍ୱର ଚତୁର୍ଥ ପୋଜିସନରେ ରହିଛି ବ୍ରିଟେନ  । ଯେଉଁଠାରେ ହେଲ୍ଥ ସେଣ୍ଟର ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ହାତରେ ନିୟନ୍ତ୍ରଣ  । ଅଧିକରୁ ଅଧିକ ଲୋକ ସରକାରୀ ସ୍ୱାସ୍ଥ୍ୟ ସୁବିଧାରୁ ଲାଭ ପାଇଥାନ୍ତି  ।

ସେହିପରି ତାଲିକାର ପଞ୍ଚମରେ ରହିଛି ଅଷ୍ଟ୍ରେଲିଆ, ସ୍ୱିଜରଲ୍ୟାଣ୍ଡ, ୟୁନାଇଟେଡ଼ ଆରବ ଏମିରଟସ, ନେଦରଲ୍ୟାଣ୍ଡ, ଜାପାନ ଏବଂ ଅନ୍ତିମରେ ଅର୍ଥାତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟପ ଟେନରେ ରହିଛି ଲକ୍ଜର୍ମବର୍ଗ  । 

 

 

ବୟସ୍କ ନେଇପାରିବେ ଫାଇଜର-ବାୟୋଏନଟେକ ବୁଷ୍ଟର ଡୋଜ, ଅନୁମତି ଦେଲା ଆମେରିକା FDA

ୱାସିଂଟନ: 65 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଜର-ବାୟୋଏନଟେକ ଟିକାର ବୁଷ୍ଟର ଡୋଜକୁ ଆମେରିକା ଦେଇଛି ଅନୁମତି । ହାଇରିସ୍କରେ ଥିବା ବୟସ୍କଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି କହିଛି ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ । ଦ୍ବିତୀୟ ଡୋଜ ନେବାର 6 ମାସ ପରେ ଏହି ବୁଷ୍ଟର ଡୋଜ ନେଇପାରିବା ଲାଗି କୁହାଯାଇଛି । 16ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଲାଗି ସରକାର ଯୋଜନା କରୁଛନ୍ତି ବୋଲି ଗତ ଅଗଷ୍ଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଏଫଡିଏ ଓ ସିଡିସିର ଗ୍ରୀନ ସିଗନାଲ ପରେ ଏହି ଟିକା ଏଣିକି ବୁଷ୍ଟର ଡୋଜ ଭାବେ ଦିଆଯିବ । ଏନେଇ ବସିଥିବା ବୈଠକରେ ଏଫଡିଏର ବରିଷ୍ଠ ଅଧିକାରୀମାନେ ବୁଷ୍ଟର ଡୋଜକୁ ସବୁଜ ସଙ୍କେତ ଦେଇଥିଲେ । ସେପଟେ ଜନସନ ଆଣ୍ଡ ଜନସନ ଟିକାର ଦ୍ବିତୀୟ ଡୋଜ ଯଥେଷ୍ଟ ପ୍ରଭାବଶାଳୀ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମଡର୍ଣ୍ଣାର ଏମ ଆରଏନଏ ଟିକାକୁ ବୁଷ୍ଟର ଡୋଜ ଭାବେ ଦିଆଯାଇପାରିବା ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନ ଓ ଇସ୍ରାଏଲରେ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଜାରି ରହିଛି । ଗତ ମାସ ସୁଦ୍ଧା ଆମେରିକାରେ 20 ଲକ୍ଷ ଲୋକଙ୍କୁ ତୃତୀୟ ଡୋଜ ଦିଆଗଲାଣି ।

୧୮ ବର୍ଷରୁ କମ ରଗବୀ ମହିଳା ଟିମକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ

ଭୁବନେଶ୍ୱର:  ୧୮ ବର୍ଷରୁ କମ ରଗବୀ ମହିଳା ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବର୍ଦ୍ଧନା । ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ଉଜବେକିସ୍ତାନ ତାସକେଣ୍ଟରେ ଖେଳାଯାଇଥିବା ବାଳିକା ରଗବୀ ସେଭେନ୍ସ ଚାମ୍ପିଅନସିପରେ ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଫଳରେ ଦେଶ ସିଲଭର ମେଡାଲର ହକଦାର ହୋଇଛି । ଏହି ସଫଳତା ପାଇଁ ଟିମର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ ।

ଏହି ଖେଳାଳୀମାନେ ଆଗାମୀ ବର୍ଷରେ ଆହୁରି ଅଧିକ ସଫଳତା ସିଡି ଚଢିବେ । ନୂଆ ଇତିହାସ ସୃଷ୍ଟି କରିବେ ବୋଲି ଖେଳାଳିଙ୍କୁ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରଗବୀ କ୍ରୀଡାକୁ ନିରନ୍ତର ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ପୁରୀ STFକୁ ସଫଳତା, ସପ୍ତାହକରେ ୧୦୪ଗ୍ରାମ ବ୍ରାଉନସୁଗାର ଜବତ

ପୁରୀ: ଏସଟିଏଫକୁ ବଡ଼ ସଫଳତା । ଗୋଟିଏ ସପ୍ତାହରେ ପୁରୀରୁ ୧୦୪ଗ୍ରାମ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ୍ । ଯାହାର ଆନୁମାନିକ ମୁଲ୍ୟ ୧୦ଲକ୍ଷ ୪୦ହଜାର ଟଙ୍କା । ମୋଟ ୬ଟି ମାମଲାରେ ୧୫ରୁ ଅଧିକଙ୍କୁ ଗିରଫ କରାଯାଇଛି । ଗତକାଲି ପୁରୀର ହରେକୃଷ୍ଣପୁର ଛକ ନିକଟରୁ ୪୦ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ବାଲେଶ୍ବରରୁ ସରକାରୀ ଗାଡିରେ ପୁରୀକୁ ବ୍ରାଉନସୁଗାର ଯୋଗାଉଥିଲେ ଅଭିଯୁକ୍ତ । ଖବର ପାଇଁ ଘଟଣାସ୍ଥଳରେ ଏସଟିଏଫ୍ ଚଢାଉ କରି ୩ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ।

ତିନି ଅଭିଯୁକ୍ତ ହେଲେ ପୁରୀ ସତ୍ୟବାଦୀ ରାୟଚକ୍ରଧରପୁରର ଦେବ ପ୍ରସାଦ ମିଶ୍ର, ଭୁବନେଶ୍ବର ଶିଖରଚଣ୍ଡି ଅଞ୍ଚଳର ଏସ୍ କେ କରିମୁଲ୍ଲା ଓ ନୟାଗଡର ସିନ୍ଦୁରିଆର ଏସ୍ କେ ଅନୁ । ସେମାନଙ୍କ ନିକଟରୁ ୪୦ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ କାର୍ , ବାଇକ , ଓଜନ ମେସିନ୍ ଏବଂ ୫ଟି ମୋବାଇଲ ଜବତ ହୋଇଛି l ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲାରେ ଧଳା ଜହର କାରବାରରେ ରୋକ୍ ଲଗାଇବାକୁ ଏସପିଙ୍କ ନିର୍ଦ୍ଦେଶରେ ଏସଟିଏଫ ଟିମ୍ ଗଠନ କରାଯାଇଛି ।

ସୀମା ଲଂଘୁଛି ଆସାମ ପୋଲିସ, ଗୁଳି ମାଡ଼ରେ ପ୍ରାଣ ହରାଇଲେ ୨ ସାଧାରଣ ନାଗରିକ

ଗୌହାଟି: ଆସାମର ଦାରାଙ୍ଗ ଜିଲ୍ଲାରେ ପୋଲିସର ବର୍ବରତା  । ପୋଲିସ ଗୁଳିରେ ୨ ନାଗରିକ ପ୍ରାଣ ହରାଇଛନ୍ତି । ଲୋକଙ୍କୁ ପୋଲିସ ନିର୍ଦ୍ଦୟ ଭାବେ ପିଟିବା ସହ ସେମାନଙ୍କ ଉପରକୁ ଗୁଳି ଚଳାଇବାର ଛାତିଥରା ଦୃଶ୍ୟ ପଦାକୁ ଆସିଛି । ଏହି ଘଟଣାରେ ୯ ପୋଲିସ ଆହତ ହୋଇଛନ୍ତି । ଆଜି ଧୋଳପୁର ଅଞ୍ଚଳରେ ଏକ ଉଚ୍ଛେଦ ଅଭିଯାନକୁ ନେଇ ହିଂସା ଆରମ୍ଭ ହୋଇଥିଲା । ପ୍ରାୟ ୮୦୦ ପରିବାର ଉଚ୍ଛେଦକୁ ବିରୋଧ କରିଥିଲେ । ଫଳରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସ ଅମାନୁଷିକ ଆକ୍ରମଣ କରିବା ସହ ଗୁଳିଚାଳନା କରିଥିଲା ।

ଘଟଣାସ୍ଥଳରେ ୨ ଜଣ ଲୋକ ପ୍ରାଣ ହରାଇଥିଲେ । ଆନ୍ଦୋଳନକାରୀଙ୍କୁ ପୋଲିସ ଲାଠି ପ୍ରହାର କରିବାର ଭିଡିଓ ବି କଏଦ ହୋଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆସାମ ସରକାର । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରିବେ । ଆସାମର ବିଜେପି ସରକାରଙ୍କ ଅମାନୁଷିକତା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ପରିସ୍ଥିତି ଦେଖି ଅଞ୍ଚଳ ସାରା 144 ଧାରା ଜାରି କରାଯାଇଛି ।