spot_img
Home Blog Page 5160

ମୁଖ୍ୟମନ୍ତ୍ରୀଙ୍କ ସଭା ପରେ ଗଙ୍ଗା ଜଳ ଛିଞ୍ଚି ସପା ନେତା ଗିରଫ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସମ୍ଭଳର କୈଲାଦେବୀରେ ଜନସଭା କରିଥିଲେ । ଜନସଭା ପରେ ଉକ୍ତ ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ଶୁଦ୍ଧ କରିଥିଲେ ସମାଜବାଦୀ ପାର୍ଟି ନେତା ଭାବେଶ ଯାଦବ । ଏହି ମାମଲାରେ ପୋଲିସ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଥିସହ ଭାବେଶ ଯାଦବଙ୍କୁ ଗିରଫ କରିଛି ପୋଲିସ । ଯୋଗୀଙ୍କ ଗସ୍ତ ପରେ କୈଲାଦେବୀ ମାଟି ଅଶୁଦ୍ଧ ହୋଇ ଯାଇଛି । ଏଥିପାଇଁ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରାଗଲା ।

ମଙ୍ଗଳବାର ଯୋଗୀଙ୍କ ସଭା ସରିବା ମାତ୍ରେ, ସମାଜବାଦୀ ପାର୍ଟିର ଯୁବଜନ ସଭାର ପ୍ରଦେଶ ସଚିବ ଭାବେଶ ଯାଦବ ନିଜ ସମର୍ଥକଙ୍କ ସହ କୈଲାଦେବୀରେ ଗଙ୍ଗାଜଳ ଛିଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଦେବୀ ଦେବତା ଓ ଜାତିଗତ ଆଧାରରେ ଲୋକଙ୍କୁ ଭେଦଭାବ ନେଇ କହିଥିଲେ ।

ଏନେଇ ବହଜୋଇ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଧାରା ୧୫୩ଏ, ୨୫୩ଏ ଓ ୫୦୫ ପ୍ରକାରେ ପୋଲିସ ଭାବେଶ ଯାଦବଙ୍କ ସହ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ବିପଦ ସଂକେତ ଉପରେ ଜଳକା, ଗାଁରେ ପଶିଲା ବନ୍ୟା ଜଳ

ବାଲେଶ୍ୱର: ରାଜ୍ୟରେ ବନ୍ୟା ବିପଦ ଟଳିଥିଲା ବେଳେ ଏବେ ଉପରମୁଣ୍ଡରେ ବର୍ଷା ବଢିବାରୁ ପୁଣି ଭୟରେ ତଳିଅଞ୍ଚଳର ବାସିନ୍ଦା । ଉତ୍ତର-ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏହା ସହିତ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଫଳରେ ବିଭିନ୍ନ ନଦୀର ଜଳସ୍ତର ପୁଣି ବଢିବାରେ ଲାଗିଛି । ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା । ଜଳକାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ୬.୬୯ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ ।

Jalaka River Water Level Above Danger Mark

ବାଲିଆପାଳର ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁରେ ପାଣି ପଶିବା ଆରମ୍ଭ କରିଛି । ଫଳରେ ପୁଣି ବନ୍ୟା ଭୟରେ ଆତଙ୍କିତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ । ରାଘବପୁର ପଞ୍ଚାୟତର ଏକତାଳି ଠାରେ ଜଳକା ନଦୀ ବନ୍ଧ ଭାଙ୍ଗିବା ପରେ ରାସଗୋବିନ୍ଦପୁର ଓ ତୋଟାପଡ଼ା ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଦାରୁଡ଼ିହି ପୋଲ ଭାଙ୍ଗି ଯାଇଥିବାରୁ ଓଡ଼ିଶା-ପଶ୍ଚିମବଙ୍ଗ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

Jalaka River Water Level Above Danger Mark

ଅନ୍ୟପଟେ ପୁଣି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଏବେ ବି ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଥିବା ବେଳେ, ବନ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ଗତ ୨ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ନଦୀର ଉପର ମୁଣ୍ଡରେ ଥିବା ଗାଲୁଡି ବ୍ୟାରେଜରୁ ଅଧିକ ପାଣି ଛଡ଼ା ଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି । ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର ଜାମକୁଣ୍ଡା, ମଧୁପୁରା ପଞ୍ଚାୟତର ୨୦ଟି ଗାଁ ପାଣି ଘେରରେ ରହିଛି ।

ଉପର ମୁଣ୍ଡରେ ବର୍ଷା, ହୀରାକୁଦ ଆଉ ୪ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଡ୍ଯାମର ଆଉ ୪ ଗୋଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଆଉ ୪ଟି ଗେଟ୍ ଖୋଲିଛି । ଫଳରେ ମୋଟ୍ ୧୨ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମପଟରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।

12 Sluice Gate Of Hirakud Dam Are Opened

ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୯.୮୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୦ ହଜାର ୪୧୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୨ ଲକ୍ଷ ୨୦ ହଜାର ୪୧୮ କ୍ୟୁସେକ୍ ଜଳ ।

ରାଜ୍ୟର ୨୪ ଜିଲ୍ଲାରୁ ଆଜି ୬୪୪ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ ଜିଲ୍ଲାରୁ ଆଉ ୬୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୭୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୭୫ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୬୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୨୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୪, ବାଲେଶ୍ୱରରୁ ୩୪, ଭଦ୍ରକରୁ ୭, ବଲାଙ୍ଗିରରୁ ୫, କଟକରୁ ୭୭, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୧୫, ନୟାଗଡ଼ରୁ ୬, ପୁରୀରୁ ୨୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟପୁଲରୁ ୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୨ ହଜାର ୫୯୪କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୮ ହଜାର ୬୭୧ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୫ ହଜାର ୭୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଘନୀଭୂତ ହେଉଛି ମିଆଁମାର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପର ରୂପ ନେବ । ଏବେ ଘୂର୍ଣ୍ଣିବଳୟ ମିଆଁମାର ଉପକୂଳ ତତସଂଲଗ୍ନ ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଉତ୍ତର-ପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବ ।

ଏହାର ପ୍ରଭାବରେ ସେହି ଅଞ୍ଚଳରେ ୨୪ ତାରିଖ ସନ୍ଧ୍ୟା ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଏହା ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା ଉପକୂଳ ପହଞ୍ଚିବ । ପ୍ରଭାବରେ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ । ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା ସମ୍ଭାବନା ରହିଥିବା  ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଗ ଅନୁକୂଳ ରହିଲେ ଏହା ଅବପାତ ଏବଂ ଗଭୀର ଅବପାତରେ ପରିଣତ ହୋଇପାରେ ।

ଆଜି ପାଇଁ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୫ ଓ ୨୬ ତାରିଖରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ନେଇ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ୨୫ ଓ ୨୬ ତାରିଖ ଦୁଇଦିନ ଗଭୀର ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ରିଲିଫ୍ ବାଣ୍ଟିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

ବାରିପଦା: ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ପ୍ରଣବ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସଗୋବିନ୍ଦପୁର, ମୋରଡ଼ା ଓ ଚିତ୍ରଡ଼ା ଅଞ୍ଚଳ ଜଳମଗ୍ନ ହୋଇଥିଲା । ଉକ୍ତ ଅଞ୍ଚଳର ପ୍ରଭାବିତଙ୍କ ନିକଟରେ ପହଞ୍ଚିଛନ୍ତି ପ୍ରଣବ ।

BJD Organising Secretary In Flood Affected Area

ବନ୍ୟା ପ୍ରଭାବିତଙ୍କ ସମସ୍ୟା ବୁଝିବା ସହିତ ବନ୍ୟା ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଏଥିସହ ଲୋକଙ୍କ ଅସୁବିଧା ସମୟରେ ସେମାନଙ୍କ ନିକଟରେ ପହଞ୍ଚି ସମସ୍ୟା ବୁଝିବାକୁ ଦଳୀୟ କର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

ବନ୍ୟା ପରବର୍ତ୍ତୀ ସମୟ ଏବଂ ଆଗକୁ ରହିଥିବା ଅନ୍ୟ ଲଘୁଚାପଜନିତ ବର୍ଷା ପରିସ୍ଥିତିକୁ ଦୃଢ ଭାବେ ଲଢ଼ିବା ପାଇଁ ବିଜେଡି କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଣବଙ୍କ ସହ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଦେବାଶିଷ ମାରାଣ୍ଡି, କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି ଓ ବହୁ କର୍ମୀ ବିଭିନ୍ନ ବ୍ଲକରେ ବନ୍ୟା ସ୍ଥିତି ପରଖିଥିଲେ ।

ଆଜି ଆମେରିକାର ଉପରାଷ୍ଟ୍ରପତିଙ୍କୁ ଭେଟିବେ ପିଏମ୍ ମୋଦି

ୱାଶିଂଟନ୍: ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଭାରତୀୟ ସମୟ ସନ୍ଧ୍ୟା ୭ଟା ୧୫ରେ ମୋଟି ଅଲଗା ଅଲଗା କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିବେ । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ମଧ୍ୟ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

PM Modi to meet Australian PM, Kamala Harris, global CEOs on first day of US visit

ଆମେରିକା ଯାତ୍ରା ଆରମ୍ଭ ପୂର୍ବରୁ ମୋଦି ନିଜ ଯାତ୍ରା ନେଇ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ । କହିଥିଲେ, ମୁଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପରସ୍ପରର ହିତ ପାଇଁ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବି । ବିଶେଷ ଭାବେ ଆମେରିକା ଓ ଭାରତ ମଧ୍ୟରେ ବିଜ୍ଞାନ ଓ କୌଶଳ କ୍ଷେତ୍ରରେ ସହଯୋଗ ପାଇଁ କମଳା ହ୍ୟାରିସଙ୍କ ସହ ଚର୍ଚ୍ଚା କରିବେ ।

PM Modi to meet Australian PM, Kamala Harris, global CEOs on first day of US visit

ଜାତିସଂଘର ମହାସଭାକୁ ସମ୍ବୋଧନ ସହ ସରିବ ମୋଦିଙ୍କ ଆମେରିକା ଗସ୍ତ । ଯେଉଠାରେ କରୋନା, ଆତଙ୍କବାଦରୁ ମୁକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଦୁନିଆ ପାଇଁ ଚ୍ୟାଲେଞ୍ଜ ଥିବା ମୁଦ୍ଦା ଉଠାଇବେ । ଆଜି ପ୍ରଧାନମନ୍ତ୍ରୀ କ୍ୱାଲକମ୍, ଆଡୋବ, ବ୍ଲାକଷ୍ଟୋନ, ଜେନେରାଲ ଆଟୋମିକ୍ସ ଓ ଫାର୍ଷ୍ଟ ସୋଲାର କମ୍ପାନୀ ମୁଖ୍ୟଙ୍କୁ ଭେଟିବେ । ଅପରାହ୍ଣରେ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଫାଇଜରର ବୁଷ୍ଟର ଡୋଜକୁ ଅନୁମତି ଦେଲା ଆମେରିକା FDA

ୱାଶିଂଟନ୍: ବିଶ୍ୱବ୍ୟାପୀ କରୋନା ବଢ଼ୁଥିବା ବିପଦକୁ ଦେଖି ଆମେରିକା ଫାଇଜର କୋଭିଡ୍ ବୁଷ୍ଟର ଡୋଜକୁ ଅନୁମତି ଦେଇଛି । ଆମେରିକାର ଏଫଡିଏ ଏହି ଅନୁମତି ପ୍ରଦାନ କରିଛି । ତେବେ ଏହି ବୁଷ୍ଟର ଡୋଜ୍ ବୟସ୍କ ଏବଂ ଗମ୍ଭୀର ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଦିଆଯିବ ।

US FDA authorizes Pfizer's Covid booster shots for elderly, high-risk Americans

ସୂଚନାଯୋଗ୍ୟ, ୧୬ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଫାଇଜର ଅନୁମତି ମାଗିଥିଲା । ତେବେ ବିଶେଷଜ୍ଞ ପରାମର୍ଶଦାତା ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ବୁଷ୍ଟର ଡୋଜ୍ କେବଳ ୬୫ ବର୍ଷରୁ ଅଧିକ ବୟସ୍କ ଓ ଗମ୍ଭୀର ରୋଗରେ ପୀଡ଼ିତ ଲୋକଙ୍କୁ ଦେବାକୁ ଅନୁମତି ଦିଆଯାଇଛି । ଯୁବବର୍ଗ ପାଇଁ ବୁଷ୍ଟର ଡୋଜ୍ ବିପଦ ହୋଇପାରେ ବୋଲି କହିଛି ବିଶେଷଜ୍ଞ କମିଟି ।

ଦ୍ୱିତୀୟ ଟିକା ନେବାର ୬ ମାସ ପରେ ଏହି ବୁଷ୍ଟର ଡୋଜ୍ ଦିଆଯିବ । ତେବେ ଆମେରିକାରେ ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଟିକା ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଗ୍ଲୋବାଲ କୋଭିଡ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ, ବିଶ୍ୱ ନେତାଙ୍କୁ ଦେଲେ ଧନ୍ୟବାଦ

ୱାସିଂଟନ୍: ଆମେରିକାରେ ଗ୍ଲୋବାଲ କୋଭିଡ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେଇଛନ୍ତି । ଦ୍ବିତୀୟ ଲହର ସମୟରେ ସାରା ବିଶ୍ବ ଏକ ପରିବାର ଭଳି ଭାରତ ସହ ଛିଡା ହୋଇଥିଲା ବୋଲି ମୋଦି କହିଛନ୍ତି । ଏଥିପାଇଁ ରାଷ୍ଟ୍ରମୁଖ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଭାରତ ୧୫୦ରୁ ଅଧିକ ଦେଶକୁ କରୋନା ସମୟରେ ଔଷଧ ଏବଂ ଅନ୍ୟାନ୍ୟ ସହାୟତା ଯୋଗାଇଛି । ବିଶ୍ବରେ କରୋନା ସଂକ୍ରମଣ କମିନଥିବା ବେଳେ ଅନେକ ଦେଶ ଟିକାକରଣରେ ବହୁତ ପଛରେ ରହିଛନ୍ତି । ଭାରତରେ ଟିକା ପ୍ରସ୍ତୁତ କରିବାର କ୍ଷମତା ମଧ୍ୟ ବଢିଛି ।

ଯାହାର ଫାଇଦା ମଧ୍ୟ ନେଇଛି ବିଶ୍ବ । ଭାରତରେ ଟିକାକରଣ ଜୋରଦାର ଚାଲିଥିବା ବେଳେ ଏବେ ଗୋଟିଏ ଦିନରେ ଅଢେଇ କୋଟି ଟିକା ନେଇଥିଲେ ଲୋକେ । ଏବେ ସୁଦ୍ଧା ୧୦୦ କୋଟି ଲୋକ ଟିକା ନେଇଥିବା ବେଳେ ୨୦ କୋଟି ଲୋକ ସମ୍ପୂର୍ଣ୍ଣ ଭାବେ ଟିକା ନେଇ ସାରିଛନ୍ତି । ମୋଦି ଆସନ୍ତାକାଲି ଆମେରିକା ଉପରାଷ୍ଟ୍ରପତି କମଳା ହାରିସ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିବେ ।

24 ତାରିଖରେ ମୋଦି ଓ ବିଡେନଙ୍କ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବ । କମଳା ଓ ମୋଦିଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା, ଗଣତନ୍ତ୍ର, ମାନବାଧିକାର, ଜଳବାୟୁ ଆଦି ପ୍ରସଙ୍ଗରେ ଆଲୋଚନା ହେବ । ବିଡେନ ବହୁରାଷ୍ଟ୍ରୀୟ ସମ୍ମିଳନୀର ଏକ ଅଧିବେଶନର ନେତୃତ୍ବ କମଳା ହାରିଶ ନେବେ । 25 ତାରିଖରେ ଜାତିସଂଘ ସାଧାରଣ ଆସେମ୍ବ୍ଲି ବୈଠକରେ ମୋଦି ଯୋଗଦେବେ । ସେଠାରେ ସେ ଆତଙ୍କବାଦ, କୋଭିଡ, ନିରାପତ୍ତା ଆଦି ପ୍ରସଙ୍ଗରେ ବିବୃତି ଦେବାର କାର୍ଯ୍ୟକ୍ରମ ରହିଛି ।

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣା: CBI ତଦନ୍ତ ସୁପାରିସ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ଯୋଗି ସରକାରଙ୍କ କଠୋର ଆଭିମୁଖ୍ୟ  । ଆଖଡା ପରିଷଦ ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ତଦନ୍ତ କରିବା ସିବିଆଇ  । ଉତ୍ତରପ୍ରଦେଶ ସରକାର ଜାତୀୟ ଅନୁସନ୍ଧାନ କାରୀ ସଂସ୍ଥା ସିବିଆଇକୁ କେସ ହସ୍ତାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି  । ଯେଉଁଥିପାଇଁ ଉତ୍ତରପ୍ରଦେଶ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଛନ୍ତି  ।

ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖାଡ଼ାର ସଚିବ ମହନ୍ତ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସମଗ୍ର ଦେଶରେ ଚର୍ଚ୍ଚାର ବିଷ ପାଲଟିଛି  । ସାଧୁ ସମାଜ ଏବଂ ମଠ ମନ୍ଦିରରେ ଏନେଇ ଜୋର ଆଲୋଚନା  । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଏବଂ ମଠର ମହନ୍ତଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି  । ସେପଟେ ଦୋଷୀଙ୍କ ବିରୋଧରେ ସଠିକ ଦଣ୍ଡ ବିଧାନ ନେଇ ପ୍ରଥମରୁ ଘୋଷମା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ।

ଏହାରି ମଧ୍ୟରେ  ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିବା ପରେ ୟୁପି ପୋଲିସ ହରିଦ୍ୱାର ଠାରୁ ପ୍ରୟାଗରାଜ ନେଇଆସିଛି । ଏବଂ ତାଙ୍କୁ ପଚରାଉଚରା ଜାରି ରଖିଛି । ସୂଚନା ଯୋଗ୍ୟ ଯେ, ସୋମବାର ପ୍ରୟାଗରାଜର ବାନ୍ଧଘରି ମଠରେ ନରେନ୍ଦ୍ର ଗିରିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ରହିଛି । ଏଣୁ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ହରିଦ୍ୱାରରେ ଗିରଫ କରିଛି ।