spot_img
Home Blog Page 5162

କଳିଙ୍ଗ ଷ୍ଟାଡିୟମରେ ଖୋଲିବ ଖୋଖୋ ଏକାଡେମୀ

ଭୁବନେଶ୍ୱର: କବାଡି ପରି ଗାଁ ଗାଁରେ ପହଞ୍ଚିବ ଖୋ ଖୋ । ଏନେଇ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ଖୋଲିବ ଖୋଖୋ ଏକାଡେମୀ । ଏଥିସହ ବହୁମୁଖି ଇନଡୋର ଷ୍ଟାଡିୟମର ନିର୍ମାଣ କରାଯିବ । ଇନଡୋର ଷ୍ଟାଡିୟମରେ ସିନ୍ଥେଟିକ ମ୍ୟାଟର ବ୍ୟବସ୍ଥା ରହିବ । ଖୋ ଖୋ ଅଲମ୍ପିକ ଗେମ୍ ହୋଇ ନଥିଲେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । କେବଳ ଅନ୍ତର୍ଜାତୀୟ ବା ବଡ଼ ବଡ଼ ଖେଳ ନୁହେଁ, ବରଂ ଦେଶର ନିଜସ୍ୱ ଖେଳକୁ ଗାଁ ଗାଁ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିବା କହିଛନ୍ତି କ୍ରୀଡ଼ା ସଚିବ ।

Kho Kho Academy To Be Establish In Kalinga Stadium

ସେପଟେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିଅନସିପ୍ । ଆଜି ଠାରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ଆସନ୍ତା ୨୬ ତାରିଖ ଯାଏଁ ଚାଲିବ । ୫ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ମୋଟ ୫୩ଟି ଟିମ୍ ଆସିଥିବା ବେଳେ ୬୩୬ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଯେଉଁଥିରେ ୨୮ଟି ବାଳକ ଓ ୨୫ ଟି ବାଳିକା ଟିମ୍ ସାମିଲ୍ ଅଛନ୍ତି । ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା କିଟ୍‌ ଇନଡୋର ଷ୍ଟାଡିୟମରେ ଖେଳାଯାଉଛି ।

ଥାନା ଅଧିକାରୀଙ୍କ କାରରୁ ୨.୮ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ମୋଟରୁ ନିଜ ଘର କଟକ ଫୁଲନଖରା ଫେରୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିଛି । ତାଙ୍କ କାରରୁ ନଗଦ ୨.୮ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

Motu IIC Sushant Sahu In Vigilance Net 2.8 Lakh Cash Seized

ଆଇଆଇସିଙ୍କ କାରରୁ ବିପୁଳ ପରିମାଣର ଟଙ୍କା ମିଳିଥିବା ବେଳେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି । ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ମୋଟୁ ସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।

ଅଫିସ୍ କାମ ଛାଡ଼ି ମଦ ଭୋଜିରେ ମାତିଛନ୍ତି ଅଫିସର, ଭିଡିଓ ଭାଇରାଲ୍

ବ୍ରହ୍ମପୁର: ଅଫିସ୍ ଖୋଲା, ଚେୟାର ଟେବୁଲ୍ ଖାଲି । ଜଳୁଛି ଲାଇଟ୍, ବୁଲୁଛି ଫ୍ୟାନ୍ । ହେଲେ ଅଫିସରେ ନାହାଁନ୍ତି କେହି କର୍ମଚାରୀ । ଡ୍ୟୁଟି ସମୟରେ ଅଫିସ୍ ଗାଡ଼ି ଧରି ଭୋଜି କରୁଛନ୍ତି ବାବୁ । ଭୋଜି ସହ ଚାଲିଛି ମଦ ଆସର । ହାତରେ ମଦ ଗ୍ଲାସ ଧରି ଡ୍ୟୁଟି ବେଳେ ପାର୍ଟି କରୁଛନ୍ତି ସରକାରୀ ବାବୁ । ଅଫିସ ସମୟରେ ସୁନାପୁର ବେଳାଭୂମିରେ ମଦ ଭୋଜିର ଆୟୋଜନ କରିଛନ୍ତି ବ୍ରହ୍ମପୁରର ଜଳ ନିକାଶ ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ବାବୁ ମାନେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏମାନେ ମଦ ଭୋଜିର ଆୟୋଜନ ବେଳେ ସରକାରୀ ଗାଡ଼ିକୁ ବି ବ୍ୟବହାର କରିଛନ୍ତି । ଠିକାଦାରଙ୍କ ଉପସ୍ଥିତିରେ ମଦର ଆସର ଜମିଥିବା ଚର୍ଚ୍ଚା ହେଉଛି । ଅନ୍ୟ ପଟେ ଅଫିସରେ କେହି ନଥିବା ଯୋଗୁ ଲୋକେ ନିରାଶ ହୋଇ ଫେରୁଛନ୍ତି । ଭିଡିଓ ସୁଟିଂ ବେଳେ ବାବୁ ମାନେ ନିଜକୁ ପିଅନ ବୋଲି ପରିଚୟ ଦେଇଛନ୍ତି ।

ଭିଡ଼ ପାଇଁ ବିଷ, ୧୨ କୁକୁରଙ୍କୁ ମାରିଦେଲା ଜଳଖିଆ ଦୋକାନୀ !

ଚୌଦ୍ୱାର: ଜଳଖିଆରେ ବିଷ ଦେଇ କୁକୁରଙ୍କୁ ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଏମିତି ୧୨ କୁକୁରଙ୍କୁ ଜଳଖିଆରେ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଆଜି ଗୋଟିଏ ଦିନରେ ୪ଟି କୁକୁରଙ୍କ ମୃତଦେହ ମିଳିଛି । ଏଭଳି ଅମାନବୀୟ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ଶଙ୍କରପୁର ପଞ୍ଚାୟତରେ ।

Tiffin Seller Killed 12 Dog By Giving Poison In Gulugula

୩ ଦିନ ମଧ୍ୟରେ ଅଞ୍ଚଳରେ ଏକାଧିକ କୁକୁର ମରି ପଡ଼ିଥିଲେ । ପ୍ରତିଦିନ ୩ରୁ ୪ଟି କୁକୁର ମରୁଥିବା ବେଳେ, ଲୋକ କାରଣ ଖୋଜୁଥିଲେ । ଜଳଖିଆ ଦୋକାନ ଆଗରେ କୁକୁରମାନେ ବାରମ୍ବାର ପରିତ୍ସା ଓ ବିଷ୍ଟା ଛାଡ଼ୁଥିବାରୁ ଏଥିରେ ଅତିଷ୍ଠ ହୋଇ ଗୁଲୁଗୁଲାରେ ବିଷ ଦେଇଥିବା କହିଛନ୍ତି ଦୋକାନୀ । ସେ ଆଜି ୪ଟି କୁକୁରଙ୍କୁ ଗୁଲୁଗୁଲାରେ ବିଷ ଦେଇଥିବା ମାନିଛନ୍ତି । ତେବେ ଅଞ୍ଚଳରେ ଗତ ୩ ଦିନ ଧରି ୧୨ରୁ ଅଧିକ କୁକୁରଙ୍କ ଏଭଳି ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସମ୍ପୃକ୍ତ ନଥିବା କହିଛନ୍ତି ଦୋକାନୀ ।

Tiffin Seller Killed 12 Dog By Giving Poison In Gulugula

କୁକୁର ମୃତ୍ୟୁ ସମ୍ପର୍କରେ ଚୌଦ୍ଵାର ଥାନାରେ ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପିପୁଲ ଫର୍ ଆନିମଲ ପକ୍ଷରୁ ମୃତ କୁକୁରଙ୍କ ଶବ ବ୍ୟବଚ୍ଛେଦ ପାଇଁ ସହିଦ ନଗର ସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ପଠା ଯାଇଥିବା ଜଣାପଡ଼ିଛି । କୁହାଯାଏ ମଣିଷର ସବୁଠୁ ବିଶ୍ୱସ୍ତ ପଶୁ ହେଉଛି କୁକୁର । ଆଉ ସେଇ ବିଶ୍ୱାସରେ ଆଜି ମଣିଷ ବିଷ ଦେଇ ୧୨ କୁକୁରଙ୍କୁ ମାରି ଦେଇଛି ।

NDMA ଜାରି କଲା ଗାଇଡଲାଇନ୍, କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ପରିବାର ବର୍ଗଙ୍କୁ ମିଳିବ କ୍ଷତିପୂରଣ ରାଶି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) । କୋଭିଡରେ ମୃତ୍ୟୁବରଣ କରିଥିବା ପରିବାରର ସଦସ୍ୟଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦିଆଯିବ । ଏହି ସହାୟତା ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରଦାନ କରାଯିବ ।

ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତଥ୍ୟ ଦେଇଛନ୍ତି । ପୂର୍ବରୁ କୋଭିଡ୍ ମୃତକଙ୍କ ପରିବାର ସଦ୍ୟସଙ୍କୁ ବିହାର ସରକାର ୪ ଲକ୍ଷ ଟଙ୍କା, ମଧ୍ୟପ୍ରଦେଶ ସରକାର ୧ ଲକ୍ଷ ଟଙ୍କା ଓ ଦିଲ୍ଲୀ ସରକାର ୫୦ ହଜାର ଟଙ୍କା ଦେବା ନେଇ ଘୋଷଣା କରିଛନ୍ତି ।

ଓମାନରୁ ଓଡ଼ିଆ ଶ୍ରମିକଙ୍କ ମରଶରୀର ଆଣିଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର: ଓଡ଼ିଶା ମୋ-ପରିବାର ସହାୟତାରେ ଓମାନରୁ ଓଡ଼ିଶା ଅଣାଗଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର । ୩୧ ବର୍ଷିଅ ପ୍ରଦୀପ ବାହନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ପୈତୃକ ଗ୍ରାମକୁ ପଠାଯାଇଛି । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ପ୍ରଦୀପ ବାହନ କିଛି ମାସ ହେବ କାମ ପାଇଁ ଓମାନର ରାଜଧାନି ମସ୍କଟ ଯାଇଥିଲେ ।

Odisha-Mo Parivar Brought Dead Body Of Odia Youth From Oman

ସେଠାରେ ଏକ କମ୍ପାନିରେ କାମ କରୁଥିଲେ ପ୍ରଦୀପ । ଗତ ୧୬ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରଦୀପଙ୍କ ମୃତୁ ଘଟିଥି । ଶବ ବ୍ୟବଚ୍ଛେଦ ପରେ ବାରାରିନ୍ ଓଡ଼ିଶା ମୋ-ପରିବାରର ଡାକ୍ତର ଅରୁଣ ପ୍ରହରାଜଙ୍କ ନେତୃତ୍ୱରେ ମୃତଦେହ ଓଡ଼ିଶା ଅଣା ଯାଇଛି ।

ଭୁବନେଶ୍ୱର ବିମାନବନ୍ଦରରେ ସ୍ୱର୍ଗତ ପ୍ରଦୀପଙ୍କ ମର ଶରୀର ପହଞ୍ଚି ଥିଲା । ବିମାନବନ୍ଦରରେ ଓଡ଼ିଶା ମୋ-ପରିବାର ଆବାହକ ଅରୂପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତ ରାୟ ,ସମୀର ପ୍ରଧାନ, ବିଜେଡି ନେତା ଭରଦ୍ୱାଜ ମିଶ୍ର, ସ୍ୱାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ୍ ଦାଶ ମର ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ନିୟମଗିରି ପାହାଡ଼ର ଡଙ୍ଗରିଆ କନ୍ଧ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ କପଡ଼ାଗଣ୍ଡା ସାଲ୍‌କୁ ମିଳିବ ଜିଆଇ ଟ୍ୟାଗ । ଏଥିପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱିଭର୍ସ ଆସୋସିଏସନ ଓ ଏସସିଇଆରଟି ଦ୍ୱାରା ପ୍ରୟାସ ଆରମ୍ଭ କରାଯାଇଛି । ଡଙ୍ଗରିଆ କନ୍ଧ ଜନଜାତିର ମହିଳା ମାନେ ନିଜ ହାତରେ ଏହି ସାଲକୁ ତିଆରି କରିଥାନ୍ତି ।

GI Tag Demands To Kapdaganda Saal Made By Dangaria Kandha

ଜିଲ୍ଲାର ମୁନିଗୁଡ଼ା ଓ ବିଷମକଟକ ବ୍ଲକର ୫୮ଟି ଡଙ୍ଗରିଆ କନ୍ଧ ଜନଜାତି ଗାଁର ମହିଳା ମାନେ ଏହି ସାଲ୍ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ସାଲ୍‌ର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ଚାହିଦା ବଢୁଥିବାରୁ କେତେକ ସ୍ଥାନରେ ଏହାର ନକଲ କରି ଇ-କମର୍ସ ଜରିଆରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଏହି କପଡ଼ା ଗଣ୍ଡା ସାଲ୍‌କୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଲେ, ଆଦିବାସୀ ବୁଣାକାରଙ୍କୁ ଆଇନଗତ ସହାୟତା ମିଳିପାରିବ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କଲେ ବିରୋଧୀ

ବଲାଙ୍ଗିର: ବିକାଶର ପଥରେ ଆଗଉଛି ବଲାଙ୍ଗିର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ବଲାଙ୍ଗିର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି ନରସିଂହ । ରାଜ୍ୟ ସରକାର ହାତକୁ ନେଇଥିବା ଯୋଜନା କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ ଭଲ । ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ମିଳିବ । ଏହା ସ୍ୱାଗତ ଯୋଗ୍ୟ ।

Congress MLA Appreciated Odisha Govt's BKSY Balangir

ସେହିଭଳି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି । କେନ୍ଦ୍ରର ଆୟୁଷ୍ମାନ ଭାରତ ରାଜ୍ୟରେ ପ୍ରଚଳନ ନକରି ଓଡ଼ିଶା ସରକାର ଭଲ କାମ କରିଛନ୍ତି । କରୋନା ସମୟରେ ଆୟୁଷ୍ମାନ ଭାରତ କାର୍ଡ ଧରି ଚିକିତ୍ସା ପାଇଁ ଯାଇଥିବା ଲୋକେ ଉପକୃତ ହୋଇନାହାଁନ୍ତି । ସେ ଦୃଷ୍ଟିରୁ ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ । ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହୋଇପାରିବେ ।

ବଲାଙ୍ଗିର ଜିଲ୍ଲାରେ ବସ୍ ଟର୍ମିନାଲ ସମସ୍ତଙ୍କ ଦାବି ଥିଲା । ଆଜି ତାହା ପୂରଣ ହେବାକୁ ଯାଉଛି । କଣ୍ଟାବାଞ୍ଜିରେ ଆଇଟିଆଇ କୋଠା ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଆସିଥିବାରୁ ସମସ୍ତଙ୍କ ତରଫରୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଶିକ୍ଷକ ସ୍ୱାମୀଙ୍କ ହତ୍ୟା ଉଦ୍ୟମ: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଅଭାବନୀୟ ଘଟଣା । ସ୍କୁଲ ଭିତରେ ପଶି ସ୍ତ୍ରୀକୁ ସ୍ୱାମୀର ହତ୍ୟା ଉଦ୍ୟମ । ଆକ୍ରମଣର ଶିକାର ସ୍ତ୍ରୀ ଜଣଙ୍କ ହେଉଛନ୍ତି ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍ମୃତ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବତା । ସ୍କୁଲରେ ଶିକ୍ଷକତା ସମୟରେ ଏଭଳି ଆକ୍ରମଣ କରିଛି ଶିକ୍ଷକ ସ୍ୱାମୀ । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଯୌତୁକ ନିର୍ଯାତନା ନେଇ ତାଙ୍କ ସ୍ୱାମୀ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସ୍ୱାମୀ ପ୍ରଦୀପ ପଣ୍ଡାକୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଚଳାଇଛି ।

ସଞ୍ଜୁ ଦେବତା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାହାଲର ପ୍ରଦୀପ ପଣ୍ଡାଙ୍କୁ ଗତ ଏକ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ପ୍ରଦୀପ ଟିଟିଲାଗଡ଼ ସ୍ଥିତ ସିଲୁଆଁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ତେବେ ବିବାହ ସମୟରେ ଯୌତୁକ କମ୍ ଆଣିଥିବାରୁ ତାଙ୍କ ସ୍ୱାମୀ ବିବାହର ୫ ଦିନ ପରେ ତାଙ୍କୁ ଗାଲିଗୁଲଜ କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲେ। ଏକ ବର୍ଷା ମଧ୍ୟରେ ପ୍ରାୟ ୫ ଥର ଏଭଳି ଘଟଣା ଘଟିବାରୁ ସଞ୍ଜୁ ତାଙ୍କ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଲେ । ସେ ନିଜର କାର୍ଯ୍ୟସ୍ଥଳ ଦୁର୍ଗାପାଲ୍ଲୀରେ ଭଡ଼ା ଘରେ ରହୁଥିଲେ । ଅନ୍ୟତ୍ର ରହିବା ଦିନ ଠାରୁ ପ୍ରଦୀପ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସେ କହିଥିଲେ। ତେବେ ବୁଧବାର ଦିନ ସକାଳ ପ୍ରାୟ ୧୧.୦୦ ସମୟରେ ସଞ୍ଜୁଙ୍କ ବିଦ୍ୟାଳୟକୁ ଯାଇ ତାଙ୍କୁ କଥା ହେବାକୁ ଡାକିଥିଲେ । ଏଥିରେ ସଞ୍ଜୁ ମନା କରିବାରୁ ଛୁରୀ ଦେଖାଇ ଆକ୍ରମଣ କରିଥିଲେ। କୌଶଳ କ୍ରମେ ସଞ୍ଜୁ ତାଙ୍କ କବଳରୁ ଖସି ଯାଇଥିଲେ। ମାତ୍ର ତାଙ୍କ ତଣ୍ଟିରେ ଛୁରୀ ବାଜି କ୍ଷତ ହୋଇଥିଲା । ସ୍କୁଲ କର୍ମଚାରୀମାନେ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ପୁଇଁତଲା ପୁଲିସ କୁ ଖବର ଦେଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରଦୀପଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

IPL 2021: ସନରାଇଜର୍ସର ଜଣେ ଖେଳାଳି ପଜିଟିଭ୍, ଆଇସୋଲେସନରେ ୬ ସଦସ୍ୟ

ଦୁବାଇ: ଦୀର୍ଘ ସମୟର ବ୍ୟବଧ୍ୟାନ ପରେ ୟୁଏଇରେ ଖେଳାଯାଉଛି ଆଇପିଏଲ୍ । ବଳକା ମ୍ୟାଚ ଆରମ୍ଭର ଚତୁର୍ଥ ଦିନରେ ଚିନ୍ତାଜନକ ଖବର ଆସିଛି । ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳିଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଯାହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି ।

IPL 2021 Sunrisers Hyderabad Player Tests Positive

ଆଜି ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ଦଳର ପେସ୍ ବୋଲର ଟି. ନଟରାଜନ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ତେବେ ଆଜିର ମ୍ୟାଚ୍ ଏହାଦ୍ୱାର ପ୍ରଭାବିତ ହେବ ନାହିଁ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।

ମ୍ୟାଚ୍ ଆରମ୍ଭ ପୂର୍ବରୁ ହୋଇଥିବା ଆରଟି-ପିସିଆର୍ ଟେଷ୍ଟରେ ଟି.ନଟରାଜନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ସେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଇସୋଲେଟ୍ କରାଯାଇଛି ।

IPL 2021 Sunrisers Hyderabad Player Tests Positive

ଆଇସୋଲେସନରେ ଦଳରେ ଖେଳାଳି ବିଜୟ ଶଙ୍କର, ବିଜୟ କୁମାର (ଟିମ୍ ମ୍ୟାନେଜର), ଶ୍ୟାମ ସୁନ୍ଦର (ଫିଜିୟୋ), ଅଞ୍ଜନା ବନ୍ନନ (ଡକ୍ଟର), ତୁଷାର ଖେଡକର (ଲଜିଷ୍ଟିକ ମ୍ୟାନେଜର), ପିଏ. ଗଣେଶନ (ନେଟ୍ ବୋଲର) ଆଇସୋଲେସନରେ ଅଛନ୍ତି । ଟିମର ଅନ୍ୟ ସମସ୍ତ ସଦସ୍ୟଙ୍କ ନମୁନା କରୋନା ନେଗେଟିଭ୍ ଆସିଛି ।