spot_img
Home Blog Page 5164

ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ: ଟିଟିଲାଗଡ଼ରେ ପହଞ୍ଚିଲେ

ବଲାଙ୍ଗୀର: ବୁଧବାର ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇ ଟିଟିଲାଗଡ଼ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଦାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଛନ୍ତି । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ସେଠାରୁ ପାଟଣାଗଡ଼ ଓ ବଲାଙ୍ଗୀର ସଭାରେ ଯୋଗ ଦେବେ । ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ।

https://www.youtube.com/watch?v=HLLV6CaTHmY

ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିବେ । ସେହିପରି ବଲାଙ୍ଗୀର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ, ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ଏଥିସହିତ ପଢ଼ନ୍ତୁ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

ଭାରତ କାଲି କରିବ ଅଗ୍ନି-୫ର ପରୀକ୍ଷା, ଥରହର ଚୀନ, ଜାଣନ୍ତୁ ମିସାଇଲରେ କଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୩ ତାରିଖରେ ଭାରତ ଅଗ୍ନି-୫ କ୍ଷେପଣାସ୍ତ୍ର ବ୍ୟବହାକାରୀ ପରୀକ୍ଷା କରିବାକୁ ଯାଉଛି । ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ ଏହି କ୍ଷେପଣାସ୍ତ୍ରର ଏହା ହେଉଛି ଅଷ୍ଟମ ପରୀକ୍ଷା । ୫୦୦୦ କିଲୋମିଟର ବିଶିଷ୍ଟ ରେଞ୍ଜର ଏହି ମିସାଇଲର ରଡାରରେ ଚାଇନାର ଅନେକ ସହର ମଧ୍ୟ ଆସିବ । ଏହାର ବିସ୍ତାରବାଦୀ ନୀତି ପାଇଁ କୁଖ୍ୟାତ ଚୀନ୍ ମଧ୍ୟ ଗଣମାଧ୍ୟମରେ କ୍ଷେପଣାସ୍ତ୍ର ପରୀକ୍ଷଣ ଖବର ମଧ୍ୟରେ ଶାନ୍ତି ଏବଂ ସୁରକ୍ଷା ବିଷୟରେ କହିବା ଆରମ୍ଭ କରିଛି । ଭାରତ ମଧ୍ୟ ଚଳିତ ବର୍ଷ ଜୁନରେ ଅଗ୍ନି ପ୍ରାଇମ୍ ପରୀକ୍ଷା କରିଥିଲା ​​ଏବଂ ଅଗ୍ନି-୬ ର ମଧ୍ୟ କାମ ଚାଲିଛି ।

ଏହି କ୍ଷେପଣାସ୍ତ୍ରର ସେନାରେ ଯୋଗଦେବା ପରେ ଭାରତ ବିଶ୍ୱର ସେହି ଦେଶମାନଙ୍କ ସହ ଯୋଗଦେବ, ଯେଉଁମାନଙ୍କ ପାଖରେ ଆଣବିକ ସଶସ୍ତ୍ର ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ (ଆଇସିବିଏମ୍) ଅଛି ।

ଆସନ୍ତୁ ଜାଣିବା, ଅଗ୍ନି-୫ ର କେତେ ଶକ୍ତି ?

  • ଅଗ୍ନି-୫ ଭାରତର ପ୍ରଥମ ଏବଂ ଏକମାତ୍ର ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ ଅଟେ, ଯାହାକୁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (DRDO) ପ୍ରସ୍ତୁତ କରିଛି । ଏହା ରଭାରତ ପାଖରେ ଥିବା ଅଧିକ ଦୂରତା ଯାଏଁ ଯାଉଥିବା ମିସାଇଲ ଅଟେ ।
  • ଏହି ମିସାଇଲର ରେଞ୍ଜ ୫ ହଜାର କିଲୋମିଟର ଅଟେ । ଅଗ୍ନି-୫ ବାଲିଷ୍ଟିକ ମିସାଇଲ ଏକା ସାଙ୍ଗରେ ଅନେକ ଅସ୍ତ୍ରଶସ୍ତ୍ର ନେବାର କ୍ଷମତା ରଖିଛି ।
  • ଏହା Multiple Independent Targetable Vehicle (MIRV) ସହିତ ସଜ୍ଜି । ତାହା ହେଉଛି, ଅର୍ଥାତ ଏହା ସାଙ୍ଗରେ ଏକାଧିକ ଟାର୍ଗେଟ୍ ପାଇଁ ଲଞ୍ଚ ହୋଇପାରିବ ।
  • ଏହି କ୍ଷେପଣାସ୍ତ୍ର ଦେଢ଼ ଟନ୍ ପର୍ଯ୍ୟନ୍ତ ପରମାଣୁ ଅସ୍ତ୍ର ନେଇପାରେ । ଏହାର ଗତି ହେଉଛି ମ୍ୟାକ୍୨୪ ଅଟେ, ଅର୍ଥାତ୍ ଶବ୍ଦର ଗତିଠାରୁ ୨୪ ଗୁଣ ଅଧିକ ।
  • ଅଗ୍ନି -୫ ର ଲଞ୍ଚ ସିଷ୍ଟମରେ କ୍ୟାନିଷ୍ଟର ଟେକ୍ନୋଲୋଜି ବ୍ୟବହୃତ ହୋଇଛି । ଏହି କାରଣରୁ, ଏହି କ୍ଷେପଣାସ୍ତ୍ରକୁ ସହଜରେ ଯେକୌଣସି ସ୍ଥାନକୁ ପରିବହନ କରାଯାଇପାରିବ ।
  • ଅଗ୍ନି -୫ କ୍ଷେପଣାସ୍ତ୍ର ମଧ୍ୟ ବ୍ୟବହାର କରିବା ଅତି ସହଜ, ଏହି କାରଣରୁ ଏହା ଦେଶର ଯେକୌଣସି ସ୍ଥାନରେ ନିୟୋଜିତ ହୋଇପାରିବ ।

ରାଜଧାନୀରୁ ପୁଣି ଧଳା ଜହର ଜବତ: ୭୦ ଗ୍ରାମ ବ୍ରାଉନସୁଗାର ସହ ବନ୍ଧୁକ ଜବତ

ଭୁବନେଶ୍ୱର: ବ୍ରାଉନସୁଗର କାରବାରରେ ବନ୍ଧୁକ ଲିଙ୍କ । ୭୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ଜଣେ ବେପାରୀ ଗିରଫ ହୋଇଛି । ଜବତ ବ୍ରାଉନସୁଗରର ଆନୁମନିକ ମୁଲ୍ୟ ୭ ଲକ୍ଷ ଟଙ୍କା ହେବ । ଭରତପୁର ଅଞ୍ଚଳରୁ ଭାଗିରଥୀ ସାହୁକୁ ଗିରଫ କରିଛି ପୋଲିସ । ତାଠାରୁ ଗୋଟିଏ ଚୋରା ବନ୍ଧୁକ ଓ 5ଟି ଗୁଳି ଜବତ ହୋଇଛି । ବ୍ରାଉନସୁଗର ବେପାର ବେଳେ ସୁରକ୍ଷା ପାଇଁ ବନ୍ଧୁକ ରଖିଥିଲା ଅଭିଯୁକ୍ତ । ଚୋରା ବନ୍ଧୁକ ନେଇ ପୋଲିସର ଖୋଲତାଡ଼ ଚାଲିଥିବା ବେଳେ ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ପୋଲିସ ପଚରା ଉଚରା କରୁଛି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୨୪ ଯାଏଁ ଲାଗି ରହିବ

 

ପାକିସ୍ତାନର ତାଲିବାନ ପ୍ରୀତି ଯୋଗୁ SAARC ବୈଦଶିକ ମନ୍ତ୍ରିସ୍ତରୀୟ ସମ୍ମିଳନୀ ବାତିଲ

ନୂଆଦିଲ୍ଲୀ: ପାକିସ୍ତାନର ତାଲିବାନ ପ୍ରୀତି ଯୋଗୁ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ ବା ସାର୍କ ବୈଦଶିକ ମନ୍ତ୍ରିସ୍ତରୀୟ ସମ୍ମିଳନୀ ବାତିଲ ହୋଇଛି । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଏହି ସମ୍ମିଳନୀରେ ତାଲିବାନକୁ ଅନୁମତି ଦେବା ଲାଗି ପାକିସ୍ତାନ ଚାପ ପ୍ରୟୋଗ କରିବା ପରେ ବୈଠକ ବାତିଲ ହୋଇଛି ।

ଅସରଫ ଗନି ସରକାରର କୌଣସି ପ୍ରତିନିଧିଙ୍କୁ ସାର୍କ ବୈଠକରେ ସାମିଲ କରାଯାଇପାରିବ ନାହିଁ ବୋଲି ପାକିସ୍ତାନ ଦାବି କରିବା ପରେ ବୈଠକର ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିଥିଲା । ବର୍ତ୍ତମାନର ଆଫଗାନିସ୍ତାନ ରାଜନୈତିକ ସ୍ଥିତି ଦୃଷ୍ଟିରୁ ତାଲିବାନକୁ ବୈଠକରେ ସାମିଲ ନ କରିବା ଲାଗି ଅଧିକାଂଶ ସଦସ୍ୟ ରାଷ୍ଟ୍ର ମତ ଦେଇଛନ୍ତି ।

ବିଭିନ୍ନ ସଦସ୍ୟ ରାଷ୍ଟ୍ରର ବିରୋଧ ସତ୍ତ୍ୱେ ପାକିସ୍ତାନ ନିଜ ଜିଦରେ ଅଟଳ ରହିବାରୁ ଶେଷରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ ହୋଇଛି । ନ୍ୟୁୟର୍କରେ ଜାତିସଂଘ ସାଧାରଣ ଆସେମ୍ବିଲରେ ୭୬ ତମ ବୈଠକ ବସିବାକୁ ଯାଉଥିବାବେଳେ ସାର୍କର ଏହି ବୈଠକ ଅନେକ ଅନ୍ତର୍ଜାତୀୟ ଗୁରୁତ୍ୱ ବହନ କରୁଥିଲା । ମାତ୍ର ପାକିସ୍ତାନ ଯୋଗୁ ଏହା ସମ୍ଭବ ହୋଇପାରିନାହିଁ । ସାର୍କର ସଦସ୍ୟ ରାଷ୍ଟ୍ରଗୁଡିକ ହେଲେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ମାଳଦ୍ୱୀପ, ଶ୍ରୀଲଙ୍କା, ଭୁଟାନ ଓ ବାଂଲାଦେଶ ।

ଆଜିଠୁ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜୋ ବାଇଡେନ୍ ଓ କମଳା ହାରିସଙ୍କ ସହ ହେବ ଭେଟ

ନୂଆଦିଲ୍ଲୀ: ଆଜି ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିବେ ମୋଦି । ସେହିଭଳି କ୍ୱାଡ ଦେଶର ସମ୍ମିଳନୀରେ ମଧ୍ୟ ସାମିଲ ହେବେ । ପ୍ରଥମ ଥର ପାଇଁ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୋଦି-ବାଇଡେନ୍ ।

ଏହି ଅବସରରେ ଉଠିବ ଆତଙ୍କବାଦ, ଜଳବାୟୁ ଓ ବାଣିଜ୍ୟ କାରବାର ପ୍ରସଙ୍ଗ । ସେହିଭଳି ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ । ସେପ୍ଟେମ୍ବର ୨୪ରେ ୱାଶିଂଟନରେ ବାଇଡେନଙ୍କୁ ଭେଟିବେ ମୋଦି । ଏହା ପୂର୍ବରୁ ୨୩ ତାରିଖରେ ଜାପାନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ସେହି ଦିନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିଶଙ୍କୁ ମଧ୍ୟ ଭେଟିବେ ।

୨୫ ତାରିଖରେ ୱାଶିଂଟନ୍‌ରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ । ପରେ ନ୍ୟୁୟର୍କ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଆମେରିକାରେ ଆୟୋଜିତ ହେବାକୁ ଥିବା କ୍ୱାଡ ସମ୍ମିଳନୀରେ ଭାରତ ସହ ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ସାମିଲ ହେବେ । ଏଣୁ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

କମ୍ପାନୀର ପ୍ରତ୍ୟେକ କର୍ମଚାରୀଙ୍କ ଦରମା କରିଦେଲେ ୫୧ ଲକ୍ଷ, ବସ୍ କହିଲେ- ଲାଭ ହୋଇଛି !

ନ୍ୟୁୟର୍କ: ଆମେରିକାର ଏକ କ୍ରେଡିଟ୍ କାର୍ଡ ପ୍ରୋସେସିଂ କମ୍ପାନୀ ପ୍ରତ୍ୟେକ କର୍ମଚାରୀଙ୍କ ସର୍ବନିମ୍ନ ବେତନ ପ୍ରାୟ ୬ ବର୍ଷ ପୂର୍ବରୁ ବାର୍ଷିକ ପ୍ରାୟ ୫୧ ଲକ୍ଷ ଟଙ୍କା କରିଥଲା । ଗ୍ରାଭିଟି ପେମେଣ୍ଟସ୍ ନାମକ ଏକ କମ୍ପାନୀର ଏହି ନିଷ୍ପତ୍ତି ଉପରେ ବିଭିନ୍ନ ମତ ସାମ୍ନାକୁ ଆସିଥିଲା। କିନ୍ତୁ ବର୍ତ୍ତମାନ ସିଇଓ ଡେନ ପ୍ରିସ୍ କହିଛନ୍ତି ଯେ ଦରମା ବୃଦ୍ଧି ନୀତି ତାଙ୍କର ସଫଳ ହୋଇଛି ।

ବିଶେଷ କଥା ହେଉଛି ସମସ୍ତ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୫୧ ଲକ୍ଷ କରିବା ପାଇଁ ସିଇଓ ଡେନ ପ୍ରିସଙ୍କୁ ନିଜ ବାର୍ଷିକ ଦରମା ୭ କୋଟି ହ୍ରାସ କରିବାକୁ ପଡିଥିଲା । ଏହି ନିଷ୍ପତ୍ତି ପରେ ଅନେକ ଲୋକ ପ୍ରିସଙ୍କୁ ହିରୋ ବୋଲି କହିଥିଲେ । ତେବେ କମ୍ପାନୀ ଦେବାଳିଆ ହୋଇଯିବ ବୋଲି କିଛି ଲୋକ ପୂର୍ବାନୁମାନ କରିଥିଲେ।

କିନ୍ତୁ ବର୍ତ୍ତମାନ ଡେନ୍ ପ୍ରିସ୍ କହିଛନ୍ତି ଯେ ଗ୍ରାଭିଟି ପେମେଣ୍ଟସ୍ ବହୁତ ଅଗ୍ରଗତି କରୁଛି ଏବଂ କମ୍ପାନୀ ଛାଡି ଯାଉଥିବା କର୍ମଚାରୀଙ୍କ ସଂଖ୍ୟା ଅଧା ହୋଇଯାଇଛି । ଏଥିସହିତ, କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ୬ ବର୍ଷ ତୁଳନାରେ ଦୁଇ ଗୁଣ ବୃଦ୍ଧି ପାଇଛି । ତେବେ ସିଇଓ ନିଜର ବେତନକୁ ବାର୍ଷିକ ୫୧ ଲକ୍ଷ ଟଙ୍କା ରଖିଛନ୍ତି ।

ସୂଚନା ଅନୁଯାୟୀ, ଡେନ ପ୍ରିସ କହିଛନ୍ତି ଯେ ଦରମା ବୃଦ୍ଧି ପରେ କର୍ମଚାରୀମାନେ କମ୍ପାନୀ ପ୍ରତି ଅଧିକ ବିଶ୍ୱସ୍ତ ହୋଇଗଲେ। ଯଦିଓ ୨୦୨୦ ରେ କରୋନା ସମୟରେ କମ୍ପାନୀର ଅବସ୍ଥା ବିଗିଡି ଯାଇଥିଲା, କିନ୍ତୁ କିଛି ମାସ ଅସୁବିଧା ପରେ କମ୍ପାନୀ ପୁନରୁଦ୍ଧାର କରିବାରେ ସକ୍ଷମ ହୋଇଥିଲା। ଏହି ସମୟ ମଧ୍ୟରେ, କିଛି କର୍ମଚାରୀ ନିଜ ଇଚ୍ଛାରେ କିଛି ମାସ ପାଇଁ ଦରମା ହ୍ରାସ କରିଥିଲେ ।

ଏଥି ସହିତ, ବେତନ ବୃଦ୍ଧି ପରେ, ଗ୍ରାଭିଟି ପେମେଣ୍ଟର କର୍ମଚାରୀମାନେ ଏକତ୍ର ସେମାନଙ୍କ ସିଇଓଙ୍କୁ ଏକ ବିଳାସପୂର୍ଣ୍ଣ କାର ଉପହାର ଦେଇଥିଲେ । ସିଇଓ ତାଙ୍କ ପୁରୁଣା ଦରମାରେ ମଧ୍ୟ ଏକ କାର କିଣି ପାରିଥାନ୍ତେ ? ଏହି ପ୍ରଶ୍ନର ଉତ୍ତରରେ, ଡେନ୍ ପ୍ରିସ୍ କହିଛନ୍ତି ଯେ ଏହା ସତ, କିନ୍ତୁ ମୁଁ ପୂର୍ବ ଅପେକ୍ଷା ବହୁତ ଖୁସି ଅଟେ ।

IPL 2021: ରାଜସ୍ଥାନକୁ ମ୍ୟାଚ୍ ଜିତାଇଲେ ତ୍ୟାଗୀ: ଆଜି ଦିଲ୍ଲୀ ହାଇଦ୍ରାବାଦ ହେବେ ମୁହାଁମୁହିଁ

ଦୁବାଇ: ମଙ୍ଗଳବାର କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଚମତ୍କାର ବିଜୟ ହାସଲ କରିଛି । ରୋମାଞ୍ଚରେ ଭରପୂର ଏହି ମ୍ୟାଚକୁ ଶେଷ ଓଭରରେ ୨ ରନ୍‌ରେ ଜିତିନେଇଛି  ରାଜସ୍ଥାନ । ମ୍ୟାଚ୍‌ର ଅନ୍ତିମ ଓଭରରେ ପଞ୍ଚାବକୁ ବିଜୟ ପାଇଁ ୪ରନ ଆବଶ୍ୟକ ପଡ଼ୁଥିବା ସ୍ପିନର କାର୍ତ୍ତିକ ତ୍ୟାଗୀ ମାତ୍ର ୧ ରନ୍ ଦେଇ ୨ ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ଏଥିସହିିିତ ରାଜସ୍ଥାନ ରୟାଲ୍ସକୁ ବିଜୟ ଭେଟିଦେଇଥିଲେ ।

ଦ୍ୱିତୀୟ ଇନିଂସ ଆରମ୍ଭରୁ ବଡ଼ ସ୍କୋର ଚେଜ୍ କରିବାକୁ ଆସିଥିବା ପଞ୍ଜାବ ଟିମ୍‌ର ଦବଦବା ଦେଖିବାକୁ ମିଳିଥିଲା । ପଞ୍ଜାବ ପାଇଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ କେଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଭାଗିଦାରୀ ବଦଳରେ ଦଳ ୧୧.୫ ଓଭରରେ ୧୨୦/୧ ହାସଲ କରିଥିବା ବେଳେ ରାହୁଲ ୪୯ ରନ୍‌ରେ ଆଉଟ୍‌ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଆଇପିଏଲ୍‌ରେ ସେ ମଧ୍ୟ ୩,୦୦୦ ରନ୍ ପୂରଣ କରିଥିଲେ। ସେହିଭଳି ମୟଙ୍କ ୬୭ ରନ୍‌, ନିକୋଲାସ ପୁରାନ୍ ୩୨ ରନ୍‌ ଏବଂ ଏଦେନ ମାର୍କରାମ ୨୬* ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ୫ ୱିକେଟ୍‌ ସଫଳତା ପାଇଥିବା ଅର୍ଶଦୀପ ସିଂହଙ୍କ ଆଇପିଏଲ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ବି ଫିକା ପଡ଼ିଯାଇଥିଲା।

ଏକଦା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୨ଶହ ଉପରେ ସ୍କୋର କଲା ଭଳି ମନେ ହେଉଥିବା ବେଳେ ଅର୍ଶଦପୀ ସିଂହ ଓ ମହମ୍ମଦ ସାମିଙ୍କ ନିୟନ୍ତ୍ରିତ ବୋଲିଂ ଫଳରେ ଦଳ ଏତ ବଡ଼ ସ୍କୋର କରିପାରିନଥିଲା । ପ୍ରଥମ ୱିକେଟ୍‌ରେ ଏଭିନ ଲୁଇସ ଏବଂ ଯଶସ୍ତ୍ରୀ ଜୟସ୍ଟାଲ ୫.୩ ଓଭରରେ ୫୪ ରନ୍‌ ଯୋଡ଼ିଥିଲେ। ଲୁଇସ୍‌ ୩୬ ରନ୍‌ରେ ଆଉଟ୍‌ ହେବା ପରେ କ୍ରିଜ୍‌କୁ ଆସିଥିବା ଅଧିନାୟକ ସଂଜୁ ସାମସନ (୪ ରନ୍‌) ସଅଳ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ହେଲେ ଜୟସ୍ଟାଲ ଏବଂ ଲିୟାମ ଲିଭିଂଷ୍ଟୋନ ୧୧ତମ ଓଭରରେ ଦଳୀୟ ସ୍କୋର୍‌ ୧୦୦ ରନ୍‌ ପାର କରାଇ ଦେଇଥିଲେ। ଲିଭିଂଷ୍ଟୋନ୍‌ଙ୍କୁ ୨୫ ରନ୍‌ରେ ଆଉଟ୍‌ କରି ଅର୍ଶଦୀପ ଦ୍ୱିତୀୟ ସଫଳତା ପାଇଥିଲେ। ଅନ୍ୟପଟେ ଜୟସ୍ଟାଲଙ୍କୁ ଯୋଗ ଦେଇଥିବା ମହିପାଳ ଲୋମରର୍‌ କ୍ରିଜ୍‌କୁ ଆସି ଧୁଆଁଧାର ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର୍‌ ୧୩୬ ଥିଲା ବେଳେ ଜୟସ୍ଟାଲ (୪୯ ରନ୍‌) ୧ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ପ୍ୟାଭିଲିୟନ ଫେରିଥିଲେ। ଲୋମରର୍‌ (୪୩ ରନ୍‌, ୧୭ ବଲ୍‌, ୨ ଚୌକା, ୪ ଛକା) ୧୬ତମ ଓଭରରେ ୨୪ (୬, ୬, ୪, ୨, ୨, ୪) ରନ୍‌ ସଂଗ୍ରହ କରି ଦଳୀୟ ସ୍କୋର୍‌ ୧୬୪/୪ରେ ପହଞ୍ଚାଇଥିଲେ। ହେଲେ ଶେଷ ୪ ଓଭରରେ ସାମି ଓ ଅର୍ଶଦୀପ ଶାଣିତ ବୋଲିଂ କରି ମାତ୍ର ୧୩ ରନ୍‌ରେ ୬ ୱିକେଟ୍‌ ହାସଲ କରି  ରାଜସ୍ଥାନକୁ ବଡ଼ ସ୍କୋର୍‌ କରିବାକୁ ଦେଇ ନଥିଲେ।  ଅପରପକ୍ଷରେ ଆଜିର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ସନରାଇର୍ଜସ ହାଇଦ୍ରାବାଦ ।

ଏଥିସହିତ ପଢ଼ନ୍ତୁ: ପଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନର ଟାର୍ଗେଟ୍ ରଖିଲା ରାଜସ୍ଥାନ ରୟାଲ୍ସ

ଦେଶ ଦେଖିବ ପାଇକଙ୍କ ବୀରତ୍ୱ: ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ‘ପାଇକ ବିଦ୍ରୋହ’ ନେଇ ଧାରାବାହିକ

ମୁମ୍ବାଇ: ‘କଥା’ ପ୍ରଡକ୍ସନ ଦ୍ୱାରା ନିର୍ମିତ ନୂଆ ଧାରାବାହିତ ବକ୍ସି ଜଗବନ୍ଧୁ ଷ୍ଟାର ପ୍ଲାସରେ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି । ଆସାଧାରଣ ବିରତ୍ୱ ଏବଂ ଐତିହାସିକ କଥାକୁ ନେଇ ନିର୍ମିତ ଏହି ଧାରାବାହିକ ‘ବିଦ୍ରୋହୀ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଏହି ଧାରାବାହିକରେ ଉଲ୍ଲେଖ କରାଯାଇଛି ।

ଏହି ଧାରାବାହିକର କାହାଣୀ ଦୁଇ ରାଜକୁମାରୀ ଏବଂ ଜଣେ ବିଦ୍ରୋହୀ ଯୋଦ୍ଧା କିପରି ଏକାଠି ହୋଇ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରୁଛନ୍ତି ତାହା ଦର୍ଶାଯାଇଛି । ନିକଟରେ ରିଲିଜ ହୋଇଥିବା ପ୍ରୋମୋରେ ଶରଦ ମଲହୋତ୍ରାଙ୍କୁ ଖୋର୍ଦ୍ଧା ୧୮୪୭ର ଐତିହାସିକ ପାଇକା ବିଦ୍ରୋହର ନେତା ବାକ୍ସୀ ଜଗବନ୍ଧୁ ଭାବରେ ପରିଚିତ କରାଯାଇଛି । ସେ ରୋଡଙ୍ଗାଙ୍କର ଜମିଦାର ଥିଲେ ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବରେ ମନୋନୀତ କରିଥିଲେ । ବାସ୍ତବରେ, ବକ୍ସିଙ୍କ ନେତୃତ୍ୱରେ ପ୍ରଚୁର ଟିକସ ଏବଂ ଟିକସମୁକ୍ତ ଜମିକୁ ବେଆଇନ ଭାବେ ଆକ୍ରମଣ ଏବଂ ବ୍ରିଟିଶ ନିୟମ ଦ୍ୱାରା ଲୁଣ ଉପରେ ପ୍ରତିବନ୍ଧକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।

ଏହି ପ୍ରୋମୋରେ ବାକ୍ସୀ ଜଗବନ୍ଧୁ ଅର୍ଥାତ ଶରଦ ମଲହୋତ୍ରାଙ୍କ ଚମତ୍କାର ଲୁକ୍ ଦେଖିବାକୁ ମିଳିଛି । ଲୁକ୍ସ ବିଷୟରେ କହିବାକୁ ଗଲେ ଶରଦ  ଲମ୍ବା କେଶର ଚେହେରା ଏବଂ ବିସ୍ମୟକର ବ୍ୟକ୍ତିତ୍ୱ ସହିତ ନଜର ଆସିଛନ୍ତି । ମଥାରେ ଏକ ବଡ ନାଲି ଟିକା ପିନ୍ଧିଥିବାର ଏବଂ ଯୋଦ୍ଧାଙ୍କର ଗର୍ବ ପିନ୍ଧିଥିବାର ନଜର ଆସିଛନ୍ତି ।

ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ

ଭୁବନେଶ୍ୱର/ବଲାଙ୍ଗୀର: ଆଉ କିଛି ଘଣ୍ଟାର ଅପେକ୍ଷା । ବଲାଙ୍ଗୀରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶ ନକ୍ସାରେ ଯୋଡ଼ି ହେବ ବଲାଙ୍ଗୀର ଜିଲ୍ଲା । ଜିଲ୍ଲାର ୪ଲକ୍ଷ,୫୨ହଜାର ପରିବାର ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ । ସକାଳ ୧୦ଟା ୧୫ମିନିଟ ସମୟରେ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ଯୋଗ ଦେବେ । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରିବା ପରେ ସେଠାରୁ ପାଟଣାଗଡ଼ ଓ ବଲାଙ୍ଗୀର ସଭାରେ ଯୋଗ ଦେବେ । ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ ।

ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବେ । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିବେ । ସେହିପରି ବଲାଙ୍ଗୀର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ, ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ କରିବେ ।

ବଲାଙ୍ଗୀର, ଟିଟିଲାଗଡ଼ ଓ ପାଟଣାଗଡ଼ ଠାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଜିଲ୍ଲାର ଜଳସେଚନ ପ୍ରକଳ୍ପ, କୃଷି ଓ କୃଷକ ମାନଙ୍କ ବିକାଶକୁ ନେଇ ଅନେକ ପ୍ରକଳ୍ପର ଲୋକାର୍ପିତ ଓ ଶିଳାନ୍ୟାସ କରିବେ । ଜିଲାର ବିକାଶ ପାଇଁ ପାଖାପାଖି ୫ଶହରୁ ୬ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ବଲାଙ୍ଗୀର ବାସୀଙ୍କୁ ଭେଟି ଦେବେ ନବୀନ । ଟିଟିଲାଗଡ଼ ଓ ପାଟଣାଗଡ଼ କାର୍ଯ୍ୟକ୍ରମ ପରେ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ୧୨ଟା ୫ମିନିଟ ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଲୋଇଁସିଂହା ବିଧାୟକ ମୁକେଶ ମହଲିଙ୍ଗ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ଦୃଷ୍ଟିରୁ ତିନୋଟି ସ୍ଥାନରେ ଉତ୍ତରାଂଚଳ ଡିଆଇଜି, ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

 

ଅଜଣା ରୋଗରେ ଚାଲିଗଲା ଗୋଟିଏ ପରିବାରର ୨ ଜୀବନ: ସାନ ପୁଅ ସହ ମେଡିକାଲରେ ଚିକିତ୍ସିତ ହେଉଛି ମାଆ

ବଣାଈ: ସୁନ୍ଦରଗଡ଼ ଜିଲା ବଣାଇରୁ ଆସିଛି ଏକ ଦୁଃଖଦ ଖବର । ଲହୁଣିପଡ଼ା ଥାନା ନିକଟ ଦମାଳୁ ଗାଁରେ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାରର ୨ ପ୍ରାଣ ହରାଇଛନ୍ତି । ଗତ କିଛିଦିନ ହେବ ସ୍ୱର୍ଗତ ଅଶୋକ ତୁରୀଙ୍କ ସ୍ତ୍ରୀ ଓ ୩ ପିଲା ଅଜଣା ଜ୍ଜରରେ ଆକ୍ରାନ୍ତ ହୋଇଥିଲେ । ଗତକାଲି ପୁଅ ଅଜୟର ମୃତ୍ୟୁ ହେବା ପରେ ଗ୍ରାମବାସୀ ତାଙ୍କୁ ପୋତି ଦେଇଥିଲେ । ଆଜି ସକାଳୁ ଝିଅ ଆଶ୍ରିତାର ମୃତ୍ୟୁ ହୋଇଛି । ମାଆ ଇନ୍ଦୁ ଓ ସାନପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବାସିନ୍ଦା ଓ ସମ୍ପର୍କୀୟଙ୍କ ସୂଚନା ମୁତାବକ ସେମାନେ ଅସୁସ୍ଥ ହୋଇ ପଡିବା ପରେ ଜଣେ କ୍ୱାକ୍‌ଙ୍କ ପରାମର୍ଶରେ ଔଷଧ ଖାଇଥିଲେ ।

ଏପରିକି ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବା ପରିବର୍ତ୍ତେ ଗୁଣିଗାରେଡ଼ି ସନ୍ଦେହରେ ଝାଡଫୁଙ୍କ ବି କରାଇଥିଲେ । ହେଲେ ଜଣଙ୍କ ପରେ ଜଣେ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଏ ଖବର ପାଇବା ପରେ ସ୍ୱାସ୍ଥ୍ୟକର୍ମୀ ଆସି ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏବେ ଉଭୟ ମାଆ ଓ ଦ୍ୱିତୀୟ ପୁଅ ମେଡିକାଲରେ ସୁସ୍ଥ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୨୪ ଯାଏଁ ଲାଗି ରହିବ