spot_img
Home Blog Page 5165

ପିପିଲିରେ ରାଜେନୖତିକ ହିଂସା; ବିଜେଡି ମହିଳା କର୍ମୀଙ୍କ ହାତ ଭାଙ୍ଗିଲା

ପିପିଲି: ପିପିଲିରେ ରାଜନୈତିକ ହିଂସା ଅଭିଯୋଗ । ଏଥିରେ ଜଣେ ମହିଳା ବିଜେଡି କର୍ମୀ ଆହତ ହୋଇଛନ୍ତି । ତାଙ୍କର ହାତ ଭାଙ୍ଗିଥିବାରୁ ଥାନାରେ ରୁଜୁ ହୋଇଛି ମାମଲା । ଅଭିଯୋଗକାରିଣୀଙ୍କ ସ୍ୱାମୀଙ୍କୁ ବିଜେପି ରାଲି ସମୟରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ଭାଇରାଲ ହୋଇଛି । ପୁରୀ ଏସପିଙ୍କ ତତ୍ତ୍ୱାବଧାନରେ ଘଟଣା ଉପରେ ନଜର ରଖାଯାଇଛି । ଆଜି ସକାଳେ ମଧ୍ୟ ରାଜନୈତିକ ବିବାଦ ଦେଖିବାକୁ ମିଳିଥିଲା । କିଛି କର୍ମି ପିପିଲି ଜଟଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପିପିଲି ଥାନା IIC ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ହଟିଥିଲା ରାସ୍ତା ରୋକ ।

ଏଥିସହିତ ପଢ଼ନ୍ତୁ: ଜୋର ଧରିଲାଣି ପିପିଲି ପ୍ରଚାର: ଭର୍ଚୁଆଲରେ ପ୍ରଚାର କରିପାରନ୍ତି ନବୀନ

 

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୨୪ ଯାଏଁ ଲାଗି ରହିବ

ଭୁବନେଶ୍ୱର: ପୁଣି ଓଡ଼ିଶାରେ ଛେଚିବ ବର୍ଷା । ଲଘୁଚାପର ରୂପ ନେଲା ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହା ଏବେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାର ଆଖପାଖରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହାସହ ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ବର୍ଷା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ସେହିପରି ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ସହ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଅଧିକ ପଡିବ ବୋଲି ଆକଳନ କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯଦି ୨୫ ତାରିଖ ଲଘୁଚାପ ଘନୀଭୁତ ହୁଏ ତେବେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏତେ ପରିମାଣର ବର୍ଷା ପରେ ବି ରାଜ୍ୟରେ ଚଳିତ ସିଜିନ୍‌ରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ସୁଇସାଇଡ ନୋଟ୍‌ରେ ୩ଜଣଙ୍କୁ ଦାୟୀ କରିଛନ୍ତି ମହନ୍ତ ନରେନ୍ଦ୍ର ଗିରି,ଏହି କାରଣରୁ କରିଛନ୍ତି ଆତ୍ମହତ୍ୟା

ଅଖିଳ ଭାରତୀୟ ଆଖାଡ଼ା ପରିଷଦର ଅଧ୍ୟକ୍ଷ ଏବଂ ନିରଞ୍ଜନୀ ଆଖାଡ଼ାର ସଚିବ ମହନ୍ତ ମହେନ୍ଦ୍ର ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ସସ୍‌ପେନ୍ସ ଜାରି ରହିଛି । ଏହାରି ମଧ୍ୟରେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ୟୁପି ପୋଲିସ ହରିଦ୍ୱାର ଠାରୁ ପ୍ରୟାଗରାଜ ନେଇଆସିଛି । ଏବଂ ତାଙ୍କୁ ପଚରାଉଚରା ଜାରି ରଖିଛି ।

ସୂଚନା ଯୋଗ୍ୟ ଯେ, ସୋମବାର ପ୍ରୟାଗରାଜର ବାନ୍ଧଘରି ମଠରେ ନରେନ୍ଦ୍ର ଗିରିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ତାଙ୍କ ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ବିଷୟରେ ଉଲ୍ଲେଖ ରହିଛି । ଏଣୁ ଉତ୍ତରାଖଣ୍ଡ ପୋଲିସ ଆନନ୍ଦ ଗିରିଙ୍କୁ ହରିଦ୍ୱାରରେ ଗିରଫ କରିଛି ।

भास्कर को कथित सुसाइड नोट मिला है, ये पहली बार सामने आया है, लेकिन पुलिस ने इसकी पुष्टि अभी नहीं की है।

ଜାତୀୟ ଗଣମାଧ୍ୟମରେ ପ୍ରଦର୍ଶିତ ସୁଇସାଇଡ ନୋଟ୍ ଅନୁଯାୟୀ, ଜନୈକ ମହିଳାଙ୍କ ସହ ଯୋଡ଼ି ନରେନ୍ଦ୍ର ଗିରିଙ୍କ ଏକ ଭିଡିଓ ଭାଇରାଲ କରାଯିବା ନେଇ ଧମକ ଦିଆଯାଇଥିଲା । ଏଣୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଲେଖିଛନ୍ତି । ଚିଠିରେ ଆନନ୍ଦ ଗିରି ଏବଂ ଆଦିତ୍ୟ ତିଓ୍ୱାରୀ ଏବଂ ସନ୍ଦୀପ ତିଓ୍ୱାରୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି । ଏବଂ ଏହି ୩ଜଣଙ୍କ ଲାଗି ନରେନ୍ଦ୍ର ଗିରି ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି । ପୋଲିସ ସମସ୍ତଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ୧୩ ପୃଷ୍ଠା ସୁଇସାଇଡ ନୋଟରେ ୩ ଥର ଏମାନଙ୍କୁ ନରେନ୍ଦ୍ର ଗିରି ଦାୟୀ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: Narendra Giri Maharaj Death: ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ SIT ଗଠନ କଲେ ଯୋଗୀ ସରକାର

ଓମ୍ବାଡସି ପାଣ୍ଠିରେ ୬୪୦.୫୫କୋଟିର ପ୍ରକଳ୍ପକୁ ମଞ୍ଜୁରୀ: ୧୧ଟି ସହରାଞ୍ଚଳ ବିକାଶ କାର୍ଯ୍ୟରେ ଖର୍ଚ୍ଚ ହେବ

0

ଭୁବନେଶ୍ୱର: ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳର ହେବ ବିକାଶ । ଏଥିପାଇଁ ଓମ୍ବାଡସି ପାଣ୍ଠିରେ ୬୪୦.୫୫କୋଟିର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ସ୍କୁଲ, ପରିବେଶ ନିରୀକ୍ଷଣ ଓ କ୍ରୀଡ଼ାକ୍ଷେତ୍ରରେ ବିକାଶ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ସହରାଞ୍ଚଳରେ ବିକାଶ କାମରେ ଖର୍ଚ୍ଚ ହେବ ଟଙ୍କା । ୭ ଜିଲ୍ଲାର ୮୮୯ ହାଇସ୍କୁଲ ପାଇଁ ଖର୍ଚ୍ଚ ହେବ ୫୩୩.୪୦କୋଟି । ୧୦୪.୧୫କୋଟିରେ ସ୍କୁଲଗୁଡ଼ିକରେ ହେବ ବହୁମୁଖୀ ଇନଡୋର ଷ୍ଟାଡିୟମ । ୭ ଜିଲ୍ଲାର ୯ ମ୍ୟୁନିସିପାଲିଟି ଓ ୨ଟି ଏନଏସିରେ ହେବ ଇନଡୋର ଷ୍ଟାଡିୟମ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହ ହେବ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବୈଠକ: ବକେୟା ଅର୍ଥ ପ୍ରଦାନ ନେଇ ଦାବି କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟଙ୍କା ଦେଉନି କେନ୍ଦ୍ର । କେନ୍ଦ୍ରୀୟ ଅଂଶଧନ ବାବଦକୁ ବକେୟା ଟଙ୍କା କେନ୍ଦ୍ର ଉପରେ ବଢିବଢି ଚାଲିଛି । ବିପର୍ଯ୍ୟୟ ସହାୟତା ଠାରୁ ଆରମ୍ଭ କରି କୋଇଲା ରୟାଲିଟି , ଜିଏସଟି ବାବଦକୁ ରାଜ୍ୟକୁ ବକେୟା ପ୍ରାପ୍ୟ ବି ଦେଉନାହିଁ କେନ୍ଦ୍ର । ଫୋକସ ରାଜ୍ୟ ଘୋଷଣା ତ ଦୂରର କଥା ଓଡିଶାକୁ ହକ୍ ଦେବାକୁ କରିଚାଲିଛି ଚରମ ଅବହେଳା । ରାଜ୍ୟ ପ୍ରତି କେନ୍ଦ୍ରର ଏପରି ବୈମାତୃକ ମନୋଭାବ ବିରୋଧରେ ଉଠିଛି ପ୍ରତିବାଦର ସ୍ୱର । ଯାହାକୁ ନେଇ ତେଜିଛି ରାଜନୀତି ।

ସବୁବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡିଶା । ୨୦୦୦ରୁ ୨୦୨୧ ମସିହା ଭିତରେ ୭ ଟି ବାତ୍ୟା , ୬ଟି ମରୁଡି , ୧୫ ଟି ଭୟାନକ ବନ୍ୟାକୁ ସାମନା କରିସାରିଲାଣି ରାଜ୍ୟ । ଏକାକୀ ସଫଳତାର ସହ ମୁକାବିଲା କରିଥିଲେ ମଧ୍ୟ ଦୋହଲି ଯାଉଛି ରାଜ୍ୟର ଆର୍ଥିକ ବ୍ୟବସ୍ଥା । ବିକାଶରେ ଲାଗୁଛି ବ୍ରେକ୍ । କ୍ଷତିପୂରଣ ବାବଦକୁ କେନ୍ଦ୍ର ପାଖରେ ରାଜ୍ୟ ଅର୍ଥ ଦାବି କରୁଥିବା ବେଳେ ସମୁଦ୍ରକୁ ଶଙ୍ଖେ ଦେବା ନ୍ୟାୟରେ ରାଜ୍ୟକୁ ସହଯୋଗ କରୁଛି କେନ୍ଦ୍ର । ଏଯାଏଁ ୭୧ ହଜାର କୋଟି ଟଙ୍କା କ୍ଷତିପୂରଣ ବାବଦକୁ ରାଜ୍ୟ ଦାବି କରିଥିବା ବେଳେ ମିଳିଛି ମାତ୍ର ୭ ହଜାର କୋଟି । ସେହିପରି ଅନେକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ରାଜ୍ୟର ଅଂଶଧନ ମିଳୁନଥିବା ବେଳେ ଜିଏସଟି , କୋଇଲା ରୟାଲିଟି , ଧାନକିଣା ସବସିଡି ବାବଦକୁ କୋଟି କୋଟି ଟଙ୍କା କେନ୍ଦ୍ର ଖାତାରେ ବକେୟା ପଡୁଛି । ଯାହାକୁ ନେଇ ସଂସଦରେ ବିଜେଡି ବାରମ୍ବାର ସ୍ୱର ଉତ୍ତୋଳନ କରୁଛି । ରାଜ୍ୟ ଦାବି କରିଥିଲେ ମଧ୍ୟ କେନ୍ଦ୍ର କିନ୍ତୁ ଅଣଦେଖା କରିଚାଲିଛି ।

ଅନ୍ୟପକ୍ଷରେ ୭ ବର୍ଷ ଭିତରେ ୩୩ଟି କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ଅର୍ଥକାଟ ହେବା ସହ ୮ଟି ଯୋଜନାକୁ ସମ୍ପୁର୍ଣ୍ଣ ବନ୍ଦ କରିଛନ୍ତି କେନ୍ଦ୍ରସରକାର । ୯୦- ୧୦ ଅନୁପାତର ଅଂଶଧନ ଏବେ ୫୦ -୫୦ପ୍ରତିଶତରେ ପହଞ୍ଚିଲାଣି । ଆସନ୍ତା ୨୬ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ମାଓ ଦମନ ଉପରେ କେନ୍ଦ୍ର ରାଜ୍ୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ରାଜ୍ୟର ବକେୟା ଅର୍ଥ ପ୍ରସଙ୍ଗ ଉଠାଇବେ । କେନ୍ଦ୍ରୀୟ ଅଂଶଧନ ଓ ବକେୟା ଅର୍ଥ ଦେବା ପାଇଁ ଦାବି କରିବେ । ଲଗାତାର ଭାବେ କେନ୍ଦ୍ରର ରାଜ୍ୟ ପ୍ରତି ଏଭଳି ଅଣଦେଖା ନେଇ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ ଓ ବିଜେଡି । ସେପଟେ ରାଜ୍ୟ ସ୍ୱାର୍ଥ ଭୁଲି ଏହି ପ୍ରସଙ୍ଗରେ କେନ୍ଦ୍ର ପାଇଁ ଓକିଲାତି କରିଛି ବିଜେପି । କୋଇଲା ସେସ୍ ବାବଦକୁ କେନ୍ଦ୍ର ପ୍ରତିବର୍ଷ ୧୨ ହଜାରରୁ ୧୪ ହଜାର କୋଟି ଟଙ୍କା ରାଜସ୍ୱ ନେଉଛି । ହେଲେ ୭ ବର୍ଷ ଧରି ଟଙ୍କାଟିଏ ବି ଦେଇନାହିଁ ରାଜ୍ୟକୁ । ଜିଏସଟି ବାବଦକୁ ୩ ହଜାର କୋଟି ଟଙ୍କା ବକେୟା ପଡ଼ିରହିଛି ।

ଜୋର ଧରିଲାଣି ପିପିଲି ପ୍ରଚାର: ଭର୍ଚୁଆଲରେ ପ୍ରଚାର କରିପାରନ୍ତି ନବୀନ

ଭୁବନେଶ୍ୱର/ପିିପିଲି/ଡେଲାଙ୍ଗ: ପିପିଲିରେ ଜମିଲାଣି ପ୍ରଚାର । ସବୁ ଦଳର ହେବିଓ୍ୱେଟ ନେତା ମଇଦାନକୁ ଓହ୍ଲାଇଲେଣି । ଉପନିର୍ବାଚନ ପାଇଁ ବିଜେଡି ପ୍ରଚାରକୁ ଜୋରଦାର କରିଛି । ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିବେ । ସେପଟେ ଆଜି ପିପିଲିରେ ସବୁ ଦଳର ହେଓ୍ୱିବେଟ୍ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିପାଇଁ ପିପିଲି ପରିବେଶ ସରଗରମ ହୋଇଛି ।

ପିପିଲିରେ ପ୍ରଚାର କରିବେ ହେବିଓ୍ୱେଟ୍ । ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ । ୨୫ରୁ କେନ୍ଦ୍ରୀୟ ନେତା ଓହ୍ଲାଇେବ ମଇଦାନକୁ । ନବୀନ କରିପାରନ୍ତି ଭର୍ଚୁଆଲରେ ପ୍ରଚାର । ପିପିଲି ଉପନିର୍ବାଚନ ପାଇଁ ୨୦ରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଷ୍ଟାର କ୍ୟାମ୍ପେନର ପିପିଲିମୁହାଁ ହେଲେଣି । ଆରମ୍ଭରୁ ଛୋଟ ଛୋଟ ଟିମ କରି ବିଜେଡି ଜୋରଦାର ପ୍ରଚାର କରିଛି । ଦଳର ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ସମର୍ଥକଙ୍କ ସହ ଘରଘର ବୁଲି ଭୋଟରଙ୍କୁ ଭେଟୁଛନ୍ତି । ପିପିଲିବାସୀଙ୍କ ମୁଡ୍ ଦେଖି ବହୁ ବ୍ୟବଧାନରେ ବିଜେଡି ଜିତିବ ବୋଲି ଦମ୍ଭୋକ୍ତି କରିଛି । ଦରକାର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ପ୍ରଚାର କରିବେ ।

ଅନ୍ୟପଟେ ବିଜେଡ଼ି-ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ୩ ଦଳର ହେବିଓ୍ୱେଟ ନେତାମାନେ ଭୋଟଭିକ୍ଷା କରିଛନ୍ତି । ବିଜେଡ଼ି ସାଂସଦ ପିନାକୀ ମିଶ୍ର,ବିଧାୟକ ଦେବୀ ମିଶ୍ର, ପ୍ରଚାର କରିଥୀବା ବେଳେ ବିଜେପି ପକ୍ଷରୁ ସମ୍ବିତ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରଚାରର ମଙ୍ଗ ଧରିଥୀଲେ । ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ । ଭୋଟଗ୍ରହଣ ତାରିଖ ଯେତେ ପାଖେଇ ଆସୁଛି, ପ୍ରଚାର ସେତିକି ଜମୁଛି ।

ଏଥିସହିତ ପଢ଼ନ୍ତୁ: ମହିଳାଙ୍କ ଦକ୍ଷତା ବିକାଶ ଓ ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଜାତିସଂଘ ପ୍ରତିନିଧିଙ୍କ ପ୍ରଶଂସା

ପଞ୍ଜାବ କିଙ୍ଗ୍ସ ଆଗରେ ୧୮୬ ରନର ଟାର୍ଗେଟ୍ ରଖିଲା ରାଜସ୍ଥାନ ରୟାଲ୍ସ

0

ଦୁବାଇ: ଆଇପିଏଲ୍-୨୦୨୧ର ୩୨ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ କିଙ୍ଗ୍ସ । ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ରାଜସ୍ଥାନ ରୟାଲ୍ସ । ୫.୩ ଓଭରରେ ୫୪ ରନ୍ ହୋଇଥିବା ବେଳେ ପ୍ୟାଭିଲିୟନ୍ ଫେରିଥିଲେ ଇଭିନ ଲୁୱିସ । ତାପରେ ୭.୧ ଓଭରରେ ସଞ୍ଜୁ ସାମସନ ଆଉଟ୍ ହୋଇଥିଲେ । ଏମିତି ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିଥିଲା ।

IPL 2021 Punjab Kings Vs Rajsthan Royals

ନିର୍ଦ୍ଧାରିତ ୨୦ ଓଭରରେ ରାଜସ୍ଥାନ ରୟାଲ୍ସ ସମସ୍ତ ୱିକେଟ୍ ହରାଇ ୧୮୫ ରନ୍ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ୟଶ୍ୱସୀ ଜୈଶୱାଲ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଇଭିନ ଲୁୱିସ ୩୬, ମହିପାଲ ଲୋମରର ୪୩, ଲିଆମ ଲିଭିଙ୍ଗଷ୍ଟୋନ ୨୫ ରନ୍ କରିଛନ୍ତି ।

ସେହିଭଳି ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୫ଟି ୱିକେଟ୍ ନେଇ ୩୨ ରନ୍ ଦେଇଛନ୍ତି । ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ଇଶାନ ପରେଲ ଓ ହରପ୍ରୀତ ବ୍ରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୬ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଛି ପଞ୍ଜାବ କିଙ୍ଗ୍ସ ।

ସଂସଦର ୪ ଦିନିଆ ଅଧିବେଶନ ଡାକନ୍ତୁ ମୋଦି, ଏମିତି କାହିଁକି କହିଲେ ଉଦ୍ଧବ ଠାକରେ…

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୁଣି ଆଉ ଏକ ବିବାଦ ମୁଣ୍ଡ ଟେକିଛି । ମୁମ୍ବାଇର ସାକିନାକା ଅଞ୍ଚଳରେ ମହିଳାଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ବର୍ବରୋଚିତ କାଣ୍ଡ ପରେ ରାଜ୍ୟରେ ମହିଳା ସୁରକ୍ଷା ନେଇ ଚିନ୍ତାବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟପାଳ । ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାରେ ଦୁଇ ଦିନିଆ ବିଶେଷ ଅଧିବେଶନ ଡାକିବା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦାବି କରିଥିଲେ ।

Uddhav Thackeray Vs Bhagat Singh Koshyari In Maharashtra On Women Safety Issue

ରାଜ୍ୟପାଳଙ୍କ ଏହି ପତ୍ରର ଉତ୍ତର ଦେବାରେ କୁଣ୍ଠାବୋଧ କରିନଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ । ସଙ୍ଗେ ସଙ୍ଗେ ଉଦ୍ଧବ ଠାକରେ ତିନିପୃଷ୍ଠାର ପତ୍ର ଲେଖିଥିଲେ । କହିଥିଲେ ସାକିନାକା ଘଟଣାକୁ ନେଇ ରାଜ୍ୟପାଳଙ୍କ ଭଳି ସରକାର ମଧ୍ୟ ଚିନ୍ତିତ ।

ଉଦ୍ଧବ କହିଥିଲେ- ଦିଲ୍ଲୀ, ଗୁଜରାଟ, କାଶ୍ମୀର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମହିଳାଙ୍କ ସହ ଅତ୍ୟାଚାର ହେଉଛି । ଏମିତିରେ ପୀଡ଼ିତ ମହିଳା ଆପଣଙ୍କୁ ଅପେକ୍ଷା କରିଛନ୍ତି, ଆପଣ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରନ୍ତୁ ମୋଦି ୪ ଦିନିଆ ସଂସଦ ଅଧିବେଶନ ଡାକିବେ । ଦେଶବ୍ୟାପୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଆଲୋଚନା କରିବେ ।

ଭାରତୀୟ ବାୟୁସେନାର କମାଣ ସମ୍ଭାଳିବେ ଭିଆର୍ ଚୌଧୁରୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ ଭିଆର୍ ଚୌଧୁରୀ । ଏବେ ସେ ବାୟୁସେନାର ଉପମୁଖ୍ୟ ଅଛନ୍ତି । ବାୟୁସେନା ମୁଖ୍ୟ ଥିବା ଏୟାର ଚିଫ୍ ମାର୍ଶଲ ଆରକେଏସ୍ ଭଦୁରିଆ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବେ । ୨୦୧୯ ସେପ୍ଟେମ୍ବର ୩୦ରେ ଆରକେଏସ୍ ଭଦୁରିଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏୟାର ମାର୍ଶଲ ଭିବେକ ରାମ ଚୌଧୁରୀ ଚଳିତ ଜୁଲାଇରେ ବାୟୁସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡରେ ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ଥିଲେ । ଲଦାଖ ସହ ଉତ୍ତର ଭାରତରେ ଦେଶର ବାୟୁସୀମାରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ । ୧୯୮୨ ଡିସେମ୍ବର ୨୯ରେ ବାୟୁସେନାରେ ଯୋଗ ଦେଇଥିଲେ ଭିଆର୍ ଚୌଧୁରୀ ।

Image

ବାୟୁସେନାରେ ୩୮ ବର୍ଷର ସେବା କାଳରେ ସେ ବହୁ ଯୁଦ୍ଧ ଓ ପ୍ରଶିକ୍ଷମ ବିମାନ ଉଡ଼ାଇଛନ୍ତି । ପ୍ରାୟ ୩୮୦୦ ଘଣ୍ଟା ଆକାଶରେ ଉଡ଼ିଛନ୍ତି । ଏମଆଇଜି-୨୧, ଏମଆଇଜି-୨୩ ଏମଏଫ ଓ ସୁଖୋଇ-୩୦ ଭଳି ଯୁଦ୍ଧ ବିମାନ ଉଡ଼ାଇଛନ୍ତି ଭିଆର୍ ଚୌଧୁରୀ । ପୂର୍ବରୁ ସେ ବାୟୁସେନାର ବିଭିନ୍ନ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରି ପାରଦର୍ଶିତା ଦେଖାଇଛନ୍ତି ।

ଭିନ୍ନକ୍ଷମଙ୍କ ହୋଇପାରୁନି ଆଧାର କାର୍ଡ: ରାସନ ସାମଗ୍ରୀ ବନ୍ଦ କରାଯାଇଥିବା ଅଭିଯୋଗ

0

ଭୁବନ: ଭିନ୍ନକ୍ଷମଙ୍କ ଉପରେ ନିର୍ଦ୍ଦୟ ହେଲା ଏନଏସି ପ୍ରଶାସନ । ଆଠମାସ ହେଲା ଭିନ୍ନକ୍ଷମଙ୍କ ରାସନ ସାମଗ୍ରୀ ବନ୍ଦ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରୁ । ନୂଆଭୁବନ ଓ୍ୱାର୍ଡ ନମ୍ବର-୩ର ଗଦାଧର ସାହୁଙ୍କ ଦିବ୍ୟାଙ୍ଗ ପୁଅ ପିଣ୍ଟୁଙ୍କ ଆଧାରକାର୍ଡ ନଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରୁ ତାଙ୍କୁ ବାଦ ଦିଆଯାଇଛି । ଫଳରେ ଆଠମାସ ହେଲା ଚାଉଳ ପାଉନଥିବା ପିଣ୍ଟୁଙ୍କ ବାପା କହିଛନ୍ତି ।

ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ରାସନ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି ପିଣ୍ଟୁ । ହାତ ଆଙ୍ଗୁଳି ଓ ଆଖି ସ୍କାନିଂ ହେଇପାରୁନଥିବାରୁ ଆଧାର କାର୍ଡ ତିଆରି ହେଉନାହିଁ । ଫଳରେ ସରକାରୀ ସୁବିଧରୁ ବଞ୍ଚିତ ହୋଇଛନ୍ତି ଭିନ୍ନକ୍ଷମ । ଅନ୍ୟପଟେ ଏଭଳି କିଛି ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରି ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ । ପରିଣତ ବୟସରେ ଭିନ୍ନକ୍ଷମ ପୁଅକୁ ନେଇ ଚିନ୍ତାରେ ରହିଛନ୍ତି ଗଦାଧରଙ୍କ ପରିବାର । ତେବେ ଏଭଳି ସ୍ଥିତିରେ ଭିନ୍ନକ୍ଷମ ପିଣ୍ଟୁଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ବୃଦ୍ଧ, ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା