spot_img
Home Blog Page 5185

ଚାଷୀ ଆନ୍ଦୋଳନରେ ଅକାଳୀ ନେତା, ଦଳ ପାଳିଲା କଳା ଦିବସ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ପ୍ରତ୍ୟାହାର ଦାବି ବର୍ଷାଧିକ ହେଲା ଜାରି ରହିଛି । କୃଷି ଆଇନକୁ ବିରୋଧ କରି ଏଥିପାଇଁ ବିଜେପିର ହାତ ଛାଡିଥିଲା ଅକାଳୀ ଦଳ  । ଏନଡିଏରୁ ଓହରିବା ପରେ ବିଜେପି ବିରୋଧରେ ଦଳ ଋଣ ହୁଙ୍କାର ଦେଇଛି । ସେପଟେ ଆଜି ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଅକାଳି ଦଳ କରିଛି ହଲ୍ଲାବୋଲ । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ଚାଷୀଙ୍କ ସହ ସାମିଲ ହୋଇଛନ୍ତି ଅକାଳି ଦଳ ସଦସ୍ୟ ।

ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଜାରି ରଖିଥିବା ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଆଜି ଅକାଳି ଦଳ ପକ୍ଷରୁ କଳା ଦିବସ ପାଳନ କରାଯାଉଛି । ସୀମାରେ ପ୍ରବଳ ଜାମ ଯୋଗୁ ହରିୟାଣାରୁ ଦିଲ୍ଲୀ ଆସୁଥିବା ସବୁ ରାସ୍ତା ବନ୍ଦ କରିଦିଆଯାଇଛି । ରାସ୍ତା ବନ୍ଦ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ବେଳେ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି । ଦଳ ପକ୍ଷରୁ ସୁଖବୀର ବାଦଲ ଏବଂ ହର୍ଷମିତ କୌର ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ  ।

ଭିଡ଼ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ପୋଲିସ ବାହାଦୂରଗଡ଼ ଠାରେ ବ୍ୟାରିକେଡିଂ କରାଯିବା ସହ ନିଜାମପୁର ବର୍ଡର, ସିଦ୍ଧିପୁର ଗ୍ରାମ ସମେତ ଅନ୍ୟ ସବୁ ସୀମା ବନ୍ଦ କରିଦିଆଯାଇଛି । ହରିୟାଣାରୁ ଅକାଳି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ପଞ୍ଜାବ ଦେଇ ଏହା ଦିଲ୍ଲୀ ସୀମାରେ ପହଞ୍ଚିଛି ।

ହୀରାକୁଦକୁ ଉପରମୁଣ୍ଡରୁ ପାଣି ଆସିବା କମିଛି: ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳୀ ଦେଇ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ । ଏବେ ହୀରାକୁଦକୁ ଉପରମୁଣ୍ଡରୁ ଇନ-ଫ୍ଲୋ କମିଛି । ଗତକାଲି ସୁଦ୍ଧା ହୀରାକୁଦକୁ ୫ଲକ୍ଷ ୫୦ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା । ଏବେ ତାହା ହ୍ରାସ ପାଇଂ ୪ଲକ୍ଷ ୭୦ହଜାର କ୍ୟୁସେକରେ ପହ଼୍ଚିଛି । ମୁଣ୍ଡଳି ଦେଇ ୭ଲକ୍ଷ ୫୦ହଜାରରୁ ୮ଲକ୍ଷ କ୍ୟୁସେକ ମଧ୍ୟରେ ଜଳ ପ୍ରବାହିତ ହେବ ।

ଏହାଦ୍ୱାରା ମହାନଦୀ ଅବବାହିକାରେ ବିଶେଷ ସମସ୍ୟା ସୃଷ୍ଟି ହେବନି । ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ବୈତରଣୀ, ବୁଡାବଳଙ୍ଗ ଓ ଜଳକାର ଜଳସ୍ତର କମିବା ଆରମ୍ଭ ହୋଇଛି । ତେବେ ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଘଣ୍ଟାକୁ ୪ସେଣ୍ଟିମିଟର ହାରରେ ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି । ଆଜି ରାତି ୧୦ରୁ ୧୨ଟା ମଧ୍ୟରେ ସର୍ବାଧିକ ଜଳସ୍ତର ବୃଦ୍ଧି ପାଇବ । ଏହାଦ୍ୱାରା ବାଲେଶ୍ୱର ଭୋଗରାଇ, ବାଲିଆପାଳ ଆଦି ତଳି ଅଞ୍ଚଳରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏନେଇ ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି । ବ୍ରାହ୍ମଣୀର ଜଳସ୍ତର ମଧ୍ୟ କମିବା ଆରମ୍ଭ ହୋଇଛି ।

ଏଥିସହିତ ପଢ଼ନ୍ତୁ: ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ: ଓଡ଼ିଶା ହାଇକୋର୍ଟ

୨୪ଟି ପୁରୁଣା ମିରେଜ କିଣିବ ବାୟୁସେନା, ସଶକ୍ତ ହେବ ପ୍ରତିରକ୍ଷା ବିଭାଗ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା କିଣିବ ମିରେଜ । ୨୪ଟି ପୁରୁଣା ମିରେଜ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା କିଣିବାକୁ ଯାଉଛି । ପ୍ରାୟ ୨୭ ନିୟୁତ ୟୁରୋ ମୂଲ୍ୟର ଏହି ବିମାନ କିଣିବା ଲାଗି ପଦକ୍ଷେପ ନିଆଯାଇଛି । ମିଳିଥିବା ସୂଚନା ମୁତାବକ ଗୋଟିଏ ବିମାନର ମୂଲ୍ୟ ହେଉଛି ୧.୧୨୫ ନିୟୁତ ୟୁରୋ । ଫ୍ରାନସର ଡାସଲ୍ଟ ଆଭିଏସନ ପକ୍ଷରୁ ନିର୍ମିତ ମିରେଜ-୨୦୦୦ ବିମାନ ଭାରତୀୟ ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିବ ବୋଲି କୁହାଯାଇଛି । ଏହି ୨୪ଟି ବିମାନରୁ ୮ଟି ବିମାନ ରେଡି-ଟୁ-ଫ୍ଲାଏ ଅବସ୍ଥାରେ ରହିଛି ।

ଫ୍ରାନସରୁ ଏହି ବିମାନଗୁଡିକୁ ଜାହଜରେ ଅଣାଯିବା ଲାଗି ବ୍ୟବସ୍ଥା କରାଯାଉଛି । ଅନ୍ୟ ବିମାନଗୁଡିକରେ ଇଞ୍ଜିନ ଲାଗିବା ସହ ପୂର୍ଣ୍ଣାଙ୍ଗ ଅବସ୍ଥାରେ ରହିଛି । ଭାରତୀୟ ବାୟୁସେନାର ୩୫ ବର୍ଷ ପୁରାତନ ମିରେଜ ଫ୍ଲିଟକୁ ବର୍ତ୍ତମାନ ମିଡ ଲାଇଫ ଅପଗ୍ରେଡ କରାଯାଉଛି । ୨୦୧୯ ବାଲକୋଟ ଅପରେସନ ବେଳେ ଏହି ମିରେଜ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ଭାରତରେ ଥିବା ମିରେଜଗୁଡିକର କିଛି ଯନ୍ତ୍ରାଂଶ ଆବଶ୍ୟକ ଥିବାବେଳେ ଏହି ଫ୍ଲିଟକୁ ପରିବର୍ଦ୍ଧିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ବାୟୁସେନା ମୁଖ୍ୟ ଏୟାରଚିଫ ମାର୍ଶାଲ ଆର.କେ.ଏସ ଭଦୁଆରିଆ ।

୧୯୮୫ରେ ଭାରତୀୟ ବାୟୁସେନା ଭାରତ ଫ୍ରାନସଠାରୁ ୫୦ଟି ଫୋର୍ଥ ଜେନେରେସନ ମିରେଜ ୨୦୦୦ ସି ଓ ବି ଲଢୁଆ ବିମାନ କ୍ରୟ କରିଥିଲା । ଏହି ବିମାନର କ୍ରୟ ସହ ରକ୍ଷଣାବେକ୍ଷଣ ନେଇ ମଧ୍ୟ ଚୁକ୍ତ ହୋଇଥିଲା । ମିରେଜ ବିମାନ କିଣିବା ଯୋଗୁ ବାୟୁସେନା ଅଧିକ ଶକ୍ତିଶାଳୀ ହେବ ଏବଂ ଭାରତୀୟ ବାୟୁସେନା ଓ ଭାରତୀୟ ନୌସେନା ମଧ୍ୟରେ ସୁସଂହତ ପ୍ରତିଷ୍ଠା ହୋଇପାରିବ ।

ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ: ଓଡ଼ିଶା ହାଇକୋର୍ଟ

କଟକ: ହାଇକୋର୍ଟରେ ଦୁର୍ଗା ପୂଜା ମୂର୍ତ୍ତି ଉଚ୍ଚତା ପ୍ରସଂଗ ।  ବାଲୁ ବଜାର ପୂଜା କମିଟି ଆବେଦନ ଖାରଜ । ବାଲୁ ବଜାର ପୂଜା କମିଟି ପକ୍ଷରୁ ଆଗତ ଆବେଦନକୁ ହାଇକୋର୍ଟ ଖାରଜ କଲେ । ମୂର୍ତ୍ତିର ଉଚ୍ଚତା ସହ ପୂଜାର ସମ୍ପର୍କ ନାହିଁ । ଗତକାଲି ମାମଲାର ଶୁଣାଣି କରି ରାୟକୁ ସଂରକ୍ଷଣ କରିଥିଲେ ହାଇକୋର୍ଟ ।

କରୋନା କାଳରେ ସରକାର ଭାବିଚିନ୍ତି ନିଷ୍ପତ୍ତି ନେଇଛନ୍ତି । କେବଳ ଗୋଟିଏ ପୂଜା ମଣ୍ଡପକୁ ଅନୁମତି ଦେଇ ହେବନାହିଁ ବୋଲି ହାଇକୋର୍ଟ ନିଷ୍ପତ୍ତିରେ ଦର୍ଶାଇଛନ୍ତି । ଗତବର୍ଷ ଏକ ମାସ ଆଗରୁ ମୂର୍ତ୍ତି ନିର୍ମାଣ ହୋଇସାରିଥିଲା । ତେଣୁ ୯ ପୂଜା ମଣ୍ଡପରେ ମୂର୍ତ୍ତି ବଡ଼ କରିବା ଲାଗି ଅନୁମତି ଦିଆଯାଇଥିଲା । ଚଳିତ ବର୍ଷ ସେଭଳି ଅବସ୍ଥା ନାହିଁ ବୋଲି ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

ବାଲୁ ବଜାର ପୂଜା କମିଟି ପକ୍ଷରୁ ଏସଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଦାୟର ହୋଇଥିଲା ଏବଂ ପୂର୍ବବତ୍ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା । ବାଲୁ ବଜାର ପୂଜା କମିଟି ତରଫରୁ ଦାୟର ହୋଇଥିବା ପିଟିସନରେ ଗତ ଅଗଷ୍ଟ ୯ ତାରିଖରେ ଏସଆରସି ଜାରି କରିଥିବା ବିଜ୍ଞପ୍ତିର କ୍ଲଜ୍ ୪କୁ ମୁଖ୍ୟତଃ ଚ୍ୟାଲେଞ୍ଜ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ହୀରାକୁଦକୁ ଉପରମୁଣ୍ଡରୁ ପାଣି ଆସିବା କମିଛି: ମହାନଦୀରେ ନାହିଁ ବନ୍ୟା ଆଶଙ୍କା

ଉତ୍ତରପ୍ରଦେଶର ଅଧିକାଂଶ ଜିଲ୍ଲାରେ ପ୍ରଳୟଙ୍କରୀ ବର୍ଷା, ୪୨ଜଣଙ୍କ ମୃତ୍ୟୁ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରଳୟଙ୍କରୀ ବର୍ଷା । ଅଧିକାଂଶ ନଦୀରେ ବନ୍ୟା ସହ ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ଯୋଗୁ ୪୨ଜଣଙ୍କ ମୃତ୍ୟୁ ଘଟିଛି । ସବୁଠାରୁ ଅଧିକ ବିପର୍ଯ୍ୟସ୍ତ ହୋଇଛି ବାରବାଙ୍କି ଜିଲ୍ଲା । ଭିଭିନ୍ନ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବାରବାଙ୍କିରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥିତି ଅତି ସଂଗୀନ ହୋଇଛି । କେବଳ ବାରବାଙ୍କିରେ ୧୨ଜଣଙ୍କ ମୃତ୍ୟୁ ଘଟିଛି । ହଜାର ହଜାର ଲୋକ ଜଳବନ୍ଦୀ ରହିଥିବାବେଳ ସେମାନଙ୍କ ନିକଟରେ ରିଲିଫ ପହଞ୍ଚି ପାରିନାହିଁ ।

ପ୍ରୟାଗରାଜ, ଫତେପୁର, ବାନ୍ଦା, ଜୋନପୁର, ରାୟରେଲି, ପ୍ରତାପଗଡ, ଆମେଥି, ସୁଲତାନପୁର, କୋଶାମ୍ବୀ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । ସେପଟେ ଲକ୍ଷ୍ନୌରେ ୨୪ଘଣ୍ଟାରେ ୧୩ ସେଣ୍ଟିମିଟର ବର୍ଷା ହୋଇଛି । କାନପୁର, ଫୁରସତଗଞ୍ଜ, ସୁଲତାନପୁରରେ ପ୍ରବଳ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ଜଳବନ୍ଦୀ ରହିଛନ୍ତି । ବନ୍ୟା ଯୋଗୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍କୁଲ ବନ୍ଦ କରାଯାଇଛି । ଗତ ୧ ତାରିଖରୁ ସ୍କୁଲରେ ଶିକ୍ଷାଦାନ ଲାଗି ସରକାର ଘୋଷଣା କରିଥିଲେ । ମାତ୍ର ବନ୍ୟା ଯୋଗୁ ତାହାକୁ ବନ୍ଦ କରିଦିଆଯାଇଛି ।

LACରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚୀନ ଆଲୋଚନା

0

ନୂଆଦିଲ୍ଲୀ: ତୁଟିବ ଭାରତ-ଚୀନ୍ ସୀମା ବିବାଦ ! LACରେ ଉତ୍ତେଜନା ହ୍ରାସ ପାଇଁ ଦୁଇ ଦେଶ ମଧ୍ୟରେ ଆଲୋଚନା । ତାଜକିସ୍ତାନର ଦଶାନବେଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ ବା SCO ବୈଠକରେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନର ତାଙ୍କ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ସହ ଆଲୋଚନା କରିଛନ୍ତି । LAC ବିବାଦର ଶୀଘ୍ର ସମାଧାନ ପାଇଁ ଦୁଇ ଦେଶ କାର୍ଯ୍ୟ କରିବା ଉଚିତ । ସୀମାରେ ଶାନ୍ତି ରକ୍ଷା ଓ ଉନ୍ନତି ପାଇଁ ଉଭୟ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯିବା ଦରକାର ବୋଲି ଆଲୋଚନା ହୋଇଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ।

ଏହାସହ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଉଭୟ ଦେଶ ମତ ବିନିମୟ କରିବା ସହ ସମାଧାନ ପାଇଁ ସହମତ ହୋଇଛନ୍ତି । ଅବଶିଷ୍ଟ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଉଭୟ ପକ୍ଷର ସାମରିକ ଏବଂ କୂଟନୈତିକ ଅଧିକାରୀମାନେ ପୁଣିଥରେ ଆଲୋଚନା କରିବେ । ତେବେ LAC ସମସ୍ୟାର ସମାଧାନ ପାଇଁ ଚୀନ୍ ତୃତୀୟ ଦେଶକୁ ସାମିଲ ନ କରୁ ବୋଲି ଜୟଶଙ୍କର କହିଛନ୍ତି । ଏହାଛଡ଼ା ଅନ୍ୟଦେଶର ନେତାଙ୍କ ସହ ମଧ୍ୟ ଭାରତ ପକ୍ଷରୁ ଆଲୋଚନା କରାଯାଇଛି । ସେପଟେ ଆଜି ଭିସିରେ SCO ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟ ଦେଶର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଏଣିକି ଭିଭିଆଇପିଙ୍କ ସୁରକ୍ଷାରେ ମୁତୟନ ହେବେ ମହିଳା CRPF

ନୂଆଦିଲ୍ଲୀ: ପ୍ରଥମ ଥର ଲାଗି ବଦଳିଲା ନିୟମ । ଦେଶରେ ଭିଭିଆଇପିଙ୍କ ସୁରକ୍ଷାରେ ଏଣିକି ମୁତୟନ ହେବେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫର ମହିଳା ଯବାନ । ପ୍ରଥମ ପର୍ଯ୍ୟାୟରେ ୩୩ ଜଣ ମହିଳା ଯବାନଙ୍କୁ ୧୦ ସପ୍ତାହ ଲାଗି ପ୍ରଶିକ୍ଷଣ ଦିଆଯିବା ପରେ ସେମାନଙ୍କୁ କାର୍ଯ୍ୟରେ ଯୋଗଦାନ ଲାଗି ନିର୍ଦ୍ଦେଶ ଦିଆଯିବ । ଏନେଇ ସବୁଜ ସଂକେତ ଦେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ ।

ସିଆରପିଏଫରେ ମହିଳା ଯବାନମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୬ ପ୍ଲାଟୁନ ମହିଳା ଯବାନଙ୍କୁ ପ୍ରିଶକ୍ଷଣ ଦିଆଯିବ । ଆବଶ୍ୟକତା ଅନୁସାରେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ । ଏହି ମହିଳା ଯବାନମାନେ AK-47 ବ୍ୟବହାର ନେଇ ମଧ୍ୟ ପ୍ରଶିକ୍ଷଣ ଲାଭ କରିବେ । ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଂଗ୍ରେସ ନେତା ରାହୁଲ ଗାନ୍ଧି, ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସୁରକ୍ଷା ଦାୟିତ୍ବରେ ସିଆରପିଏଫ ରହିଛି ।

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା ପରିପ୍ରେକ୍ଷୀରେ ମହିଳା ସିଆରପିଏଫ ଯବାନମାନଙ୍କୁ ଭିଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତି ଦେବାର ଆବଶ୍ୟକତା ଉପଲବ୍ଧ ହୋଇଥିଲା । ବର୍ତ୍ତମାନ ସବୁଠାରୁ ଅଧିକ ଭିଭିଆଇପିଙ୍କ ସୁରକ୍ଷା ଦାୟିତ୍ବରେ ରହିଛି ସିଆରପିଏଫ । ଏନେଇ ସିଆରପିଏଫ ମହାନିର୍ଦ୍ଦେଶକ କୁଲଦୀପ ସିଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ।

କୋଭିଡରେ ପ୍ରାଣ ହରାଇଥିବା ୪ଜଣ ସାମ୍ୱାଦିକଙ୍କ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଇଥିବା କାର୍ଯ୍ୟରତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ । ୪ ଜଣ ପରଲୋକଗତ ସାମ୍ୱାଦିକଙ୍କ ପରିବାରବର୍ଗଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି  । କରୋନା ବିରୋଧରେ ଲଢ଼େଇରେ କାର୍ଯ୍ୟରତ ବେଳେ ପ୍ରାଣବଳୀ ଦେଇଥିବା ଏହି ସାମ୍ୱାଦିକମାନେ ହେଲେ ଇଂରାଜୀ ଦୈନିକ ଟାଇମ୍ସ ଅଫ୍ ଇଣ୍ଡିଆର ପ୍ରୀତିମାନ ମହାପାତ୍ର, ଆଜିକାଲି ଓଡ଼ିଆ ଦୈନିକ ପତ୍ରିକାର ସମ୍ପାଦିକା ବିଜୟଲକ୍ଷ୍ମୀ ମହାନ୍ତି, ମୁକ୍ତବୃତ୍ତ ସାମ୍ୱାଦିକ ବସନ୍ତ ଦାସ ଓ ଜୀ ଓଡ଼ିଶା ପ୍ରତିନିଧି ମାନସ ରଞ୍ଜନ ଜୟପୁରିଆ । ସେମାନଙ୍କ ସମ୍ପର୍କୀୟଙ୍କୁ ବ୍ୟାଙ୍କ ଜରିଆରେ ଏହି ଆର୍ଥିକ ସହାୟତା ରାଶି ଟ୍ରାନ୍ସଫର କରାଯାଇଛି ।

ମହିଳାଙ୍କୁ ବ୍ୟାନ୍ ମହିଳା ମନ୍ତ୍ରାଳୟ: ତାଲିବାନ କହିଲା, କେବଳ ଛୁଆ ଜନ୍ମଦେବା ମହିଳାଙ୍କ କାମ

କାବୁଲ: ମହିଳା ମନ୍ତ୍ରାଳୟ ରହିଛି  । କିନ୍ତୁ ମହିଳାଙ୍କୁ କାର୍ଯ୍ୟ କରିବାକୁ ବାରଣ ହେଉଛି  । ଏମିତି ଚିତ୍ର ପୁଣି ଆଫଗାନିସ୍ତାନରେ ଦେଖିବାକୁ ମିଳିଛି  । ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନାର ଖବର ଶିରୋନାମା ପାଲଟିଛି  । ସେପଟେ ଆଗାମୀ ଦିନରେ ସରକାର ଗଠନ କଲେ ସମ୍ବିଧାନରେ ସରଆ ଆଇନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ତାଲିବାନ  । ତେଣୁ ଏହି ଆଇନରେ ମହିଳାଙ୍କୁ ସମାଜରେ ଏକ ପ୍ରକାର ନ୍ୟୁନ ଏବଂ ଘୃଣ୍ୟ ପ୍ରଦର୍ଶନ କରାଯାଇଛି   । ତେବେ ଗୁରୁବାର ଏଭଳି ଚିତ୍ର ପୁଣି ତାଲିବାନର ଆଭିମୁଖ୍ୟ ନେଇ ସ୍ପଷ୍ଟ କରିଛି  ।

କିଛିଦିନ ତଳେ ତାଲିବାନର ପ୍ରବକ୍ତା ଏନେଇ ସ୍ପଷ୍ଟୀକରଣ ଦେଇଥିଲେ  । ଦେଶରେ ମହିଳାଙ୍କୁ ନିଯୁକ୍ତି ମିଳିବ କିନ୍ତୁ ବୁର୍ଖା ପରିଧାନ ବାଧ୍ୟତାମୂଳକ  । ଏବଂ ପୂର୍ବ ନିୟମ ମୁତାବକ ଅନ୍ୟ ପୁରୁଷ କିମ୍ବା ଅଚିହ୍ନା ପୁରୁଷଙ୍କ ସ୍ପର୍ଶ ଯେପରି ନହୁଏ  । କିନ୍ତୁ ଏହି ଘଟଣାର ଗୁରୁବାର ବିଚ୍ୟୁତି ଘଟିଛି  । ଏଠାରେ ଖୋଦ ମହିଳା ମନ୍ତ୍ରାଳୟ ରହିଛି, ମହିଳାମାନଙ୍କ ପାଇଁ ଏହି ମନ୍ତ୍ରାଳୟ କାର୍ଯ୍ୟ କରୁଥିବା ମଧ୍ୟ ଉଲ୍ଲେଖ ରହିଛି  । ମହିଳାଙ୍କ ପାଇଁ ଅବିଚାର, ସେମାନଙ୍କ କଲ୍ୟାଣ ଦିଗରେ ଯେଉଁ ମନ୍ତ୍ରାଳୟ କାର୍ଯ୍ୟକରୁଥିଲା  । ଖୋଦ ସେହି ମନ୍ତ୍ରାଳୟରେ ହିଁ ମହିଳାମାନଙ୍କୁ ବାରଣ କରାଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି  ।

ଋଷ ମିଡିଆ ଏଜେନ୍ସି ସ୍ପୁଟନିକର ସୂଚନା ଅନୁଯାୟୀ, ଆଫଗାନିସ୍ତାନ ମହିଳା ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା ଜଣେ ମହିଳା ପୂର୍ବ ଭଳି କାର୍ଯ୍ୟାଳୟ ଯାଇଥିଲେ  । କିନ୍ତୁ ତାଙ୍କୁ ଭିତରକୁ ପ୍ରବେଶ କରିବା ନେଇ ଅନୁମତି ମିଳିଲା ନାହିଁ  । ଆଗକୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଉକ୍ତ ମହିଳା  । ସେପଟେ ଏହି ଘଟଣାରେ ମହିଳାମନେ ମଧ୍ୟ ମନ୍ତ୍ରାଳୟ ଆଗରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି  ।  ତାଲିବାନ ମୁଖପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମହିଳା ମାନଙ୍କ ଦାୟିତ୍ୱ ନୁହେଁ ଅଫିସ ଯାଇ କାର୍ଯ୍ୟ କରିବା  । ମହିଳାମାନେ କେବଳ ଦେଶରେ ଛୁଆ ଜନ୍ମ କରିବାକୁ ଯୋଗ୍ୟ ବୋଲି ବୟାନ ଦେଇଛନ୍ତି ତାଲିବାନ ମୁଖପାତ୍ର  ।