spot_img
Home Blog Page 5186

ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା: ହୀରାକୁଦ ଜଳସ୍ତର ରହିଛି ୬୨୮.୭୯ଫୁଟ

0

ଭୁବନେଶ୍ୱର: ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା । ବନ୍ୟା ଆସିଲେ ମଧ୍ୟ ପଡିବନି ବିଶେଷ ପ୍ରଭାବ । ଏବେ ହୀରକୁଦରେ ଜଳସ୍ତର ୬୨୮ ଦଶମିକ ୭୯ଫୁଟ ରହିଛି । ୨୮ଟି ଗେଟ ଦେଇ ଛଡ଼ାଯାଉଛି ପାଣି । ଛତିଶଗଡ଼ ପଟୁ ପାଣି ଆସିବା କମିଛି । ବୈତରଣୀର ଆଖୁଆପଦାରେ ୧୮ ଦଶମିକ ୦୬ ମିଟର, ବ୍ରାହ୍ମଣୀ ଜେନାପୁରରେ ୨୦ ଦଶମିକ ୨୪ ମିଟର ଜଳସ୍ତର ରହିଛି । ରେଙ୍ଗାଲିରୁ ପାଣି ଆସୁଥିବାରୁ ବ୍ରହ୍ମଣୀରେ ଜଳସ୍ତର ବଢିବ ।

କଟକ ମୁଣ୍ଡଳିରେ କାଲି ସକାଳ ସୁଦ୍ଧା ସାଢେ ୭ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେବ । ଏବେ ମୁଣ୍ଡଳିରେ ୬ ଲକ୍ଷ ୨୬ ହଜାର କ୍ୟୁସେକ ପାଣି ଯାଉଛି । ବର୍ଷା ନ ହେଲେ ଏପରି ସ୍ଥିତି ଜାରି ରହିବ । ଆଉ ବେଶି ପାଣି ଆସିବନି ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ପୂର୍ଣ୍ଣିମା ତିଥି ଆଗକୁ ଥିବାରୁ ସମୁଦ୍ର ଜୁଆରି ରହୁଛି । ନଦୀ ମୁହାଣ ଦେଇ ଅଧିକ ପାଣି ସମୁଦ୍ରକୁ ଯାଇପାରୁନି। ଏଥିଯୋଗୁଁ ତଳିଆ ଅଞ୍ଚଳରେ କିଛିଟା ବନ୍ୟା ପରିସ୍ଥିତି ସୃଷ୍ଟି କରିବ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସିଲ୍

 

ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରଙ୍କୁ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼

ବଲାଙ୍ଗୀର: ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ଼ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବାବେଳେ ଟ୍ରକ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ବାସିନ୍ଦା ନିସ୍ତୁକ ମାଡ ମାରିଛନ୍ତି । ପୋଲିସ ହେପାଜତରେ ଥିବାବେଳେ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ । ଏପରି ଏକ ଘଟଣା ଘଟିଛି ସୋନପୁର ସାତମାଇଲ ଛକରେ । ୫୭ନଂ ଜାତୀୟ ରାଜପଥ ସାତମାଇଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ମୃତକ ହେଲେ କୁଲେରବାହାଲି ଗାଁର ଅର୍ଜୁନ ବାଗ । ଗୁରୁତର ବ୍ୟକ୍ତି ହେଲେ ଲମ୍ବୋଦର ବଗର୍ତ୍ତି ।

ଦିନ ୧୧ଟାରେ ଅର୍ଜୁନ ଓ ଲମ୍ବୋଦର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ହିଁ ଅର୍ଜୁନଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଇଁତଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ହେପାଜତରେ ଥିବା ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ମୃତଦେହ ରଖି ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ଲୋକେ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସିଲ୍

 

ଆଜି ବସିବ GST କାଉନସିଲ ବୈଠକ: କମିବ କି ପେଟ୍ରୋଲ ଦର ?

0

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଛି । ଏଣୁ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଜନତାଙ୍କୁ ଆଶ୍ୱସ୍ତି ଦେବାକୁ ତେଲ ଦରରେ କମ୍‌ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ଦୀର୍ଘ ଦିନ ହେଲା ବର୍ଦ୍ଧିତ ସ୍ଥିତିରେ ଥିବା ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦରକୁ ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୪୫ତମ ଜିଏସ୍‌ଟି ପ୍ୟାନେଲର ବୈଠକ ବସିବ। ଏହି ସମୟରେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବାକୁ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଆଉ ଯଦି ଏହି ବୈଠକରେ ସର୍ବସମ୍ମତିକ୍ରମେ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟି ପରିସରରେ ଆସିବ ତେବେ ଦେଶବାସୀ ମହଙ୍ଗାମାଡ଼ରୁ ନିସ୍ତାର ପାଇପାରନ୍ତି।

GST ବୈଠକରେ ପେଟ୍ରୋଲ ଏବଂ ଡିଜେଲ ଦାମ ହ୍ରାସ କରିବା ଉପରେ ଆଲୋଚନା କରାଯିବ । ଯଦି ବୈଠକରେ ତୈଳ ଦର ଉପରେ ଜିଏସଟି ଲାଗୁ ହେବା ପ୍ରସ୍ତାବ ଅନୁମୋଦନ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୫ ଟଙ୍କାକୁ ଖସି ଆସିପାରେ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୮ ଟଙ୍କାକୁ ହ୍ରାସ ହୋଇପାରେ । ଫଳରେ ତେଲର ସେଞ୍ଚୁରି ମାଡ଼ରୁ ମୁକ୍ତି ମିଳିବ। ଆଉ ପେଟ୍ରୋଲ ଓ ଡିଜେଲ ଦର କମିଲେ ତତ୍‌ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକର ଦର ବି କମିଯିବ। ଫଳରେ ଲୋକେ ମହଙ୍ଗାମାଡ଼ରୁ ନିସ୍ତାର ପାଇବେ।

ସୂଚନା ଥାଉକି, ଜୁନ୍‌ ମାସରେ କେରଳ ହାଇକୋର୍ଟ ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟକୁ ଜିଏସ୍‌ଟି ପରିସର ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଏସ୍‌ଟି ମନ୍ତ୍ରୀ ସମୂହ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଆଜି ହେଉଥିବା ଜିଏସ୍‌ଟି ବୈଠକରେ ଏହି ପ୍ରସ୍ତାବକୁ ଏକ ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ମିଳିଲେ, ପେଟ୍ରୋଲିୟମ ଜାତୀୟ ଦ୍ରବ୍ୟ ଜିଏସ୍‌ଟି ପରିସର ଭୁକ୍ତ ହେବ ।

କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସିଲ୍

ଭୁବନେଶ୍ୱର: ସବ-କଲେକ୍ଟର ଓ ତହସିଲ ଅଫିସ ୨ଦିନ ବନ୍ଦ । ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଏହି ୨ କାର୍ଯ୍ୟାଳୟ । ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ କଲା ବିଏମସି । ୨୦ରେ ସବୁ କର୍ମଚାରୀଙ୍କର ହେବ RT-PCR ଟେଷ୍ଟ । ଲକ୍ଷଣ ଥିବା କର୍ମଚାରୀ ୧୯୨୯ ନମ୍ବରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ୩ ଆସିଷ୍ଟାଣ୍ଟ କଲେକ୍ଟରରଙ୍କ ସହ ସବ-କଲେକ୍ଟର ଅଫିସରୁ ୪ଜଣ, ତହସିଲ କାର୍ଯ୍ୟାଳୟରେ ୨ଅତିରିକ୍ତ ତହସିଲଦାରଙ୍କ ସହ ୩ ଚିହ୍ନଟ । ୭ଜଣ ଚିହ୍ନଟ ପରେ ବିଏମସି ପଦକ୍ଷେପ ନେଇଛି । ବନ୍ଦ ସମୟରେ ଦୁଇ ଅଫିସକୁ ସାନିଟାଇଜ୍ କରାଯିବ । ଅଫିସ ଭିତରକୁ କାହାକୁ ଛଡ଼ାଯିବ ନାହିଁ । ପଜିଟିଭ ଚିହ୍ନଟ କର୍ମଚାରୀ ସଂଗରୋଧରେ ରହିବେ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ସୁନ୍ଦରୀଙ୍କୁ ନେଇ ନେଇ ସୁବର୍ଣ୍ଣପୁରରେ ଦେହ ବ୍ୟବସାୟ: ୨ ଗିରଫ

ଥାନାକୁ ସମାଧାନ ପାଇଁ ଆସି ମରଣାନ୍ତକ ଆକ୍ରମଣ

ପାରାଦୀପ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସମ୍ମୁଖରେ ଯୁବକଙ୍କୁ କାଚ ବୋତଲରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛି ଦୁଇ ଯୁବକ ।

ସୂଚନା ଯୋଗ୍ୟ , କୋଠିଆ ସାହି ଗାଁର ସଞ୍ଜୟ କୁମାର ରାଉତଙ୍କ ସହ ସରୋଜ ଦାସ ଓ ଦ୍ୱାରିକା ଦାସଙ୍କ ମଧ୍ୟରେ ବିବାଦ ରହିଥିଲା । ଉଭୟ ପକ୍ଷ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ବିବାଦର ସମାଧାନ ପାଇଁ ସରୋଜ ଥାନାକୁ ଆସି , ଥାନା ସମ୍ମୁଖରେ ଠିଆ ହୋଇଥିବା ବେଳେ ସରୋଜ ଓ ଦ୍ୱାରିକା ପହଞ୍ଚି ଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଦୁଇ ଜଣ ସଞ୍ଜୟଙ୍କ ମୁଣ୍ଡକୁ କାଚ ବୋତଲରେ ଆକ୍ରମଣ କରିଥିଲେ । ଫଳରେ ସଞ୍ଜୟ ଗୁରୁତର ହୋଇଥିବା ବେଳେ ତାଙ୍କୁ କୁଜଙ୍ଗ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଯୁବକଙ୍କୁ ଧରିବାକୁ ଚେଷ୍ଟା କରୁଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ସୁନ୍ଦରୀଙ୍କୁ ନେଇ ନେଇ ସୁବର୍ଣ୍ଣପୁରରେ ଦେହ ବ୍ୟବସାୟ: ୨ ଗିରଫ

 

ରାଜଧାନୀ ସୁନ୍ଦରୀଙ୍କୁ ନେଇ ନେଇ ସୁବର୍ଣ୍ଣପୁରରେ ଦେହ ବ୍ୟବସାୟ: ୨ ଗିରଫ

ସୋନପୁର: ରାଜଧାନୀରୁ ସୁବର୍ଣ୍ଣପୁର । ଦେହ ବ୍ୟବସାୟ ପାଇଁ ଯାଉଛନ୍ତି ଯୁବତୀ । ସୁବର୍ଣ୍ଣପୁର ବୀରମହାରାଜପୁର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ । ଦେହ ବ୍ୟବସାୟରେ ସମ୍ପୃକ୍ତ ୨ ଦେହଜୀବୀଙ୍କ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବତୀ ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଯୁବତୀଙ୍କୁ ଆଣି ବୀରମହାରାଜପୁର ଅଞ୍ଚଳରେ ଦେହ ବ୍ୟବସାୟ କରାଯାଉଥିବା ସୂଚନା ମିଳିଛି । ଗିରଫ ୨ ଯୁବକ ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ଦୀପକ ମିଶ୍ର ଏବଂ ସୁବଳୟାର ସୁରେଶ ମେହେର ବୋଲି ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ବୀରମହାରାଜପୁର ଛକରୁ ୨ ଜଣ ଯୁବତୀ ଏବଂ ୨ ଜଣ ଯୁବକଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା । ତଦନ୍ତ ସମୟରେ ଦେହ ବ୍ୟବସାୟରେ ସମସ୍ତେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଛି । ଦିର୍ଘ ଦିନ ଧରି ଏହି ଅଂଚଳରେ ଦେହ ବ୍ୟବସାୟ ଚାଲି ଆସୁଥିବା ଚର୍ଚ୍ଚା ହୋଇ ଆସୁଥିଲା ।

ଏଥିସହିତ ପଢ଼ନ୍ତୁ: ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ପରେ ଗ୍ୟାସ୍ ଲିକ୍: ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଦୁଷ୍କର୍ମ କରିବାରେ ବିଫଳ ହେବାପରେ ୬୦ ବର୍ଷିୟ ମହିଳାଙ୍କୁ ହତ୍ୟା ପରେ ଶବ ସହ ଦୁଷ୍କର୍ମ କଲା ନାବାଳକ

0

ଜୟପୁର: ନିଶାରେ ଥିବା ବେଳେ ଲୋକମାନେ ନିଜେ କଣ କରନ୍ତି ଜାଣି ପାରନ୍ତି ନାହିଁ । ସେହି ସମୟରେ ସେମାନେ ନିଜର ହିତାହିତ ଜ୍ଞାନକୁ ହରାଇ ବସନ୍ତି  । ତେବେ ଏମିତି ଏକ କିଛି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ନାବାଳକ ଯୁବକ ଏକ ବୟସ୍କ ମହିଳାଙ୍କ ସହିତ ଜୋର ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ବିଫଳ ହେବାରୁ ମହିଳାଙ୍କ ଗଳା ଚାପି ହତ୍ୟା କରିଥିଲା ଏବଂ ପରେ ଶବ ସହିତ ଦୁଷ୍କର୍ମ କରିଥିଲା । ମଦନିଶାରେ ଏପରି କାଣ୍ଡ ଘଟାଇଥିବା ନେଇ ଯୁବକକୁ ପୋଲିସ ଗିରଫ କରିଛି ।

ତେବେ ସୂଚନା ଅନୁଯାୟୀ ଘଟଣାଟି  ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳରେ ଘଟିଛି । ସେଠାରେ ଜଣେ ଯୁବକ ନିଶାରେ ଆସି ନିଜର ମାନବିକତା ମଣିଷପଣିଆକୁ ଭୁଲି ଯାଇଛି । ୧୯ ବର୍ଷୀୟ ଯୁବକ ମଦନିଶାରେ ଆସି ବୟସ୍କୀୟା ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେଥିରେ ଅସଫଳ ହୋଇଥିଲା । ଏଥିନେଇ ଯୁବକ ନିଜର ମଦ ନିଶାରେ ସବୁ କିଛି ଭୁଲିଯାଇଥିଲେ । ପରେ ସେ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲା । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା । ତେବେ ପୋଲିସ୍‌ ଘଟଣାର ସୂଚନା ପାଇ ଘଟଣା ସ୍ଥଳରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ।

ପ୍ରାପ୍ତ ବୟସ୍କ ନିଜ ଜୀବନ ସାଥି ବାଛିପାରିବେ: ପିତାମାତା କରିପାରିବେନି ହସ୍ତକ୍ଷେପ

ଲକ୍ଷ୍ଣୌ: ଜଣେ ପ୍ରାପ୍ତବୟସ୍କ ନିଜର ଜୀବନ ସାଥୀଙ୍କୁ ବାଛିପାରିବେ । ଏହା ତାଙ୍କର ଅଧିକାର । ଯେକୌଣସି ଧର୍ମର ହୋଇଥିଲେ ବି ଏହା ଉଭୟ ପୁରୁଷ ଓ ମହିଳାଙ୍କର ଏହା ଅଧିକାର ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ମନୋଜ କୁମାର ଗୁପ୍ତା ଓ ଜଷ୍ଟିସ ଦୀପକ ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଜଣେ ମୁସଲମାନ ଓ ଜଣେ ହିନ୍ଦୁ ପ୍ରେମୀଯୁଗଳଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ । ଏହି ପ୍ରେମ ବିବାହକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି ।  ତେଣୁ ସେମାନଙ୍କ ଜୀବନ ବିପଦରେ ରହିଛି ବୋଲି ପିଟିସନରେ ଦର୍ଶାଇଥିଲା । ପ୍ରେମୀଯୁଗଳଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କ ବିବାହ ପ୍ରସଙ୍ଗରେ ଦୁଇ ପକ୍ଷର ପିତାମାତା ହସ୍ତକ୍ଷେପ ନ କରିବା ଲାଗି କୋର୍ଟ କହିଛନ୍ତି । ଭିନ୍ନ ଧର୍ମ ସତ୍ତ୍ୱେ ନିଜ ଜୀବନ ସାଥୀ ବାଛିବା ନେଇ କୌଣସି ଅସୁବିଧା ନାହିଁ । ଏନେଇ ସେମାନଙ୍କ ପିତାମାତା, ସମ୍ପର୍କୀୟ ବା ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ କୋର୍ଟ ।

ଏଥିସହିତ ପଢ଼ନ୍ତୁ: ଲଗାତର ୧୨ ଘଣ୍ଟା ବର୍ଷା, ବୁଡ଼ିଲା ଲକ୍ଷ୍ନୌ

ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ପରେ ଗ୍ୟାସ୍ ଲିକ୍: ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଚଣ୍ଡଖୋଲ: କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଘଟିଛି । ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି । ବାଇକଟି ଗାଡ଼ି ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଯାହା ଫଳରେ ବାଇକରେ ଥିବା ଦୁଇ ଜଣକୁ ଗୁରୁତର ଅବସ୍ଥା ରେ ବଡ଼ଚଣା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଛି । ଜାତୀୟ ରାଜପଥର ଗୋଟିଏ ପାଖରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ଉପସ୍ଥିତ ରହିଛି ।

ଏଥିସହିତ ପଢ଼ନ୍ତୁ: ଗୋକର୍ଣ୍ଣପୁର ନିକଟରେ ଅଜଣାଗାଡ଼ି ଧକ୍କାରେ ୨ ମହିଳା ମୃତ