ସୋନପୁର: ରାଜଧାନୀରୁ ସୁବର୍ଣ୍ଣପୁର । ଦେହ ବ୍ୟବସାୟ ପାଇଁ ଯାଉଛନ୍ତି ଯୁବତୀ । ସୁବର୍ଣ୍ଣପୁର ବୀରମହାରାଜପୁର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ । ଦେହ ବ୍ୟବସାୟରେ ସମ୍ପୃକ୍ତ ୨ ଦେହଜୀବୀଙ୍କ ସହ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଯୁବତୀ ୨ ଜଣ ଭୁବନେଶ୍ୱରର ବୋଲି ଜଣାପଡ଼ିଛି । ଯୁବତୀଙ୍କୁ ଆଣି ବୀରମହାରାଜପୁର ଅଞ୍ଚଳରେ ଦେହ ବ୍ୟବସାୟ କରାଯାଉଥିବା ସୂଚନା ମିଳିଛି । ଗିରଫ ୨ ଯୁବକ ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ଦୀପକ ମିଶ୍ର ଏବଂ ସୁବଳୟାର ସୁରେଶ ମେହେର ବୋଲି ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ ବେଳେ ବୀରମହାରାଜପୁର ଛକରୁ ୨ ଜଣ ଯୁବତୀ ଏବଂ ୨ ଜଣ ଯୁବକଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା । ତଦନ୍ତ ସମୟରେ ଦେହ ବ୍ୟବସାୟରେ ସମସ୍ତେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା । ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ କରୁଛି । ଦିର୍ଘ ଦିନ ଧରି ଏହି ଅଂଚଳରେ ଦେହ ବ୍ୟବସାୟ ଚାଲି ଆସୁଥିବା ଚର୍ଚ୍ଚା ହୋଇ ଆସୁଥିଲା ।
ଦୁଷ୍କର୍ମ କରିବାରେ ବିଫଳ ହେବାପରେ ୬୦ ବର୍ଷିୟ ମହିଳାଙ୍କୁ ହତ୍ୟା ପରେ ଶବ ସହ ଦୁଷ୍କର୍ମ କଲା ନାବାଳକ
ଜୟପୁର: ନିଶାରେ ଥିବା ବେଳେ ଲୋକମାନେ ନିଜେ କଣ କରନ୍ତି ଜାଣି ପାରନ୍ତି ନାହିଁ । ସେହି ସମୟରେ ସେମାନେ ନିଜର ହିତାହିତ ଜ୍ଞାନକୁ ହରାଇ ବସନ୍ତି । ତେବେ ଏମିତି ଏକ କିଛି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନ ହନୁମାନଗଡ଼ ଜିଲ୍ଲାରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ନାବାଳକ ଯୁବକ ଏକ ବୟସ୍କ ମହିଳାଙ୍କ ସହିତ ଜୋର ଜବରଦସ୍ତି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଏଥିରେ ବିଫଳ ହେବାରୁ ମହିଳାଙ୍କ ଗଳା ଚାପି ହତ୍ୟା କରିଥିଲା ଏବଂ ପରେ ଶବ ସହିତ ଦୁଷ୍କର୍ମ କରିଥିଲା । ମଦନିଶାରେ ଏପରି କାଣ୍ଡ ଘଟାଇଥିବା ନେଇ ଯୁବକକୁ ପୋଲିସ ଗିରଫ କରିଛି ।

ତେବେ ସୂଚନା ଅନୁଯାୟୀ ଘଟଣାଟି ହନୁମାନଗଡ଼ ଜିଲ୍ଲାର ପିଲିବଙ୍ଗା ଅଞ୍ଚଳରେ ଘଟିଛି । ସେଠାରେ ଜଣେ ଯୁବକ ନିଶାରେ ଆସି ନିଜର ମାନବିକତା ମଣିଷପଣିଆକୁ ଭୁଲି ଯାଇଛି । ୧୯ ବର୍ଷୀୟ ଯୁବକ ମଦନିଶାରେ ଆସି ବୟସ୍କୀୟା ମହିଳାଙ୍କ ଘରେ ପଶିଥିଲା । ସେଠାରେ ସେ ୬୦ ବର୍ଷୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେଥିରେ ଅସଫଳ ହୋଇଥିଲା । ଏଥିନେଇ ଯୁବକ ନିଜର ମଦ ନିଶାରେ ସବୁ କିଛି ଭୁଲିଯାଇଥିଲେ । ପରେ ସେ ମହିଳାଙ୍କର ଗଳା ଚିପି ହତ୍ୟା କରିଥିଲା । ଏହା ପରେ ଯୁବକ ମହିଳାଙ୍କ ଶବ ସହିତ ଦୁଷ୍କର୍ମ କରିଥିଲା । ତେବେ ପୋଲିସ୍ ଘଟଣାର ସୂଚନା ପାଇ ଘଟଣା ସ୍ଥଳରେ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା ।
ପ୍ରାପ୍ତ ବୟସ୍କ ନିଜ ଜୀବନ ସାଥି ବାଛିପାରିବେ: ପିତାମାତା କରିପାରିବେନି ହସ୍ତକ୍ଷେପ
ଲକ୍ଷ୍ଣୌ: ଜଣେ ପ୍ରାପ୍ତବୟସ୍କ ନିଜର ଜୀବନ ସାଥୀଙ୍କୁ ବାଛିପାରିବେ । ଏହା ତାଙ୍କର ଅଧିକାର । ଯେକୌଣସି ଧର୍ମର ହୋଇଥିଲେ ବି ଏହା ଉଭୟ ପୁରୁଷ ଓ ମହିଳାଙ୍କର ଏହା ଅଧିକାର ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଜଷ୍ଟିସ ମନୋଜ କୁମାର ଗୁପ୍ତା ଓ ଜଷ୍ଟିସ ଦୀପକ ବର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଜଣେ ମୁସଲମାନ ଓ ଜଣେ ହିନ୍ଦୁ ପ୍ରେମୀଯୁଗଳଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି ଏହି ରାୟ ଦେଇଛନ୍ତି କୋର୍ଟ । ଏହି ପ୍ରେମ ବିବାହକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ତେଣୁ ସେମାନଙ୍କ ଜୀବନ ବିପଦରେ ରହିଛି ବୋଲି ପିଟିସନରେ ଦର୍ଶାଇଥିଲା । ପ୍ରେମୀଯୁଗଳଙ୍କୁ ସୁରକ୍ଷା ଯୋଗାଇଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସେମାନଙ୍କ ବିବାହ ପ୍ରସଙ୍ଗରେ ଦୁଇ ପକ୍ଷର ପିତାମାତା ହସ୍ତକ୍ଷେପ ନ କରିବା ଲାଗି କୋର୍ଟ କହିଛନ୍ତି । ଭିନ୍ନ ଧର୍ମ ସତ୍ତ୍ୱେ ନିଜ ଜୀବନ ସାଥୀ ବାଛିବା ନେଇ କୌଣସି ଅସୁବିଧା ନାହିଁ । ଏନେଇ ସେମାନଙ୍କ ପିତାମାତା, ସମ୍ପର୍କୀୟ ବା ଅନ୍ୟ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ କୋର୍ଟ ।
ଏଥିସହିତ ପଢ଼ନ୍ତୁ: ଲଗାତର ୧୨ ଘଣ୍ଟା ବର୍ଷା, ବୁଡ଼ିଲା ଲକ୍ଷ୍ନୌ
ବାହ୍ୟ ଜଗତରୁ ବିଛିନ୍ନ ହେଲା ଚାନ୍ଦବାଲି ବ୍ଳକ୍ର ଦୁଇ ଗାଁ
ଭଦ୍ରକ: ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତର ୧୦ଟି ଗାଁ ପାଣି ଘେରରେ । ୨ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଥିବା ବେଳେ ଆଖଣ୍ଡଳମଣି କୁଆଖିଆ ୨୦ନଂ ଜାତୀୟରାଜପଥ ଓ ଆଖଣ୍ଡଳମଣି ତିହିଡ଼ି ରାସ୍ତାରେ ଚାଲିଛି ବନ୍ୟା ପାଣି । ବୋଡ଼କ ନିକଟରେ କୂଳଲଂଘି ମାଡ଼ିଚାଲିଛି ପାଣି । ୨ଟି ଗାଁ ବୋଡକ ଓ ସନ୍ତରା ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି । ବନ୍ୟାଜଳ ଜନବସତି ଆଡ଼କୁ ମାଡିବାରେ ଲାଗିଛି । ଅନେକ ସ୍ଥାନରେ ନଳକୂପ ବୁଡିଯାଇଥିବାରୁ ପିଇବାପାଣିର ସମସ୍ୟା ଦେଖାଦେଇଛି । ସେହିପରି ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ପାଣି । ଜୁଆର ସମୟରେ ବନ୍ୟା ସ୍ଥିତି ଗମ୍ଭିର ହେବାରେ ଲାଗୁଛି । ଗୃହପାଳିତ ପଶୁ ଅଧିକ ପ୍ରଭାବିତ ହୋଇଛନ୍ତି ।

ଅଶାନ୍ତ ଆଫଗାନିସ୍ତାନ, କାବୁଲ ଉପରେ ପୁଣି ରକେଟ୍ ମାଡ଼
କାବୁଲ: ଆଫଗାନିସ୍ତାନରେ ରକେଟ୍ ଆକ୍ରମଣ । କାବୁଲର ଏକ ପାୱାର ଷ୍ଟେସନ ନିକଟରେ ରକେଟ୍ ଆକ୍ରମଣ ହୋଇଥିବା ଖବର ଆସୁଛି । ତେବେ, ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ ।
Several rockets hit the area near a power station in #Kabul, local media reports.
▪️No damage or casualties reported so far. pic.twitter.com/Fubcufy3mE
— EHA News (@eha_news) September 16, 2021
ଆଫଗାନିସ୍ତାନ ମିଡିଆ ମୁତାବକ, ଏହି ଆକ୍ରମଣ କାବୁଲର ଏକ ପାୱାର ପ୍ଲାଣ୍ଟ ନିକଟରେ ହୋଇଛି । ଖୈର ଖାନାର ଚାମତଲେହ ସବଷ୍ଟେସନ ଉପରେ ଏକାଧିକ ରକେଟ୍ ମାଡ଼ ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି ।
ଦେଶୀ ବନ୍ଧୁକରୁ ଗୁଳି କରି ଜଣଙ୍କୁ ହତ୍ୟା
ବାଲିଗୁଡ଼ା: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବାଲିଗୁଡ଼ା ଥାନା ଅଞ୍ଚଳରେ ଦେଶି ବନ୍ଧୁକ ଗର୍ଜିଛି । ରାତିର ନିରବତାକୁ ଭଙ୍ଗ କରି ଗୁଳି ଫୁଟିଛି । ସାମାନ୍ୟ ବଚସାକୁ କେନ୍ଦ୍ର କରି ହୋଇଥିବା ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଗୁଡ଼ା ଥାନା ରେବିଙ୍ଗିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।
ଏଥିସହ ପଢ଼ନ୍ତୁ: ରୂପାଣୀଙ୍କ ପରେ ଖଟ୍ଟରଙ୍କ ପାଳି ?
ସୂଚନା ଅନୁସାରେ, ରେବିଙ୍ଗିଆ ଗାଁର ଭୀମସେନ ବେହେରା ଓ ନବୀନଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପଡ଼ିଥିଲେ ଭୀମସେନ । ରାଗି ଯାଇ ନବୀନଙ୍କ ଉପକୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ । ଏଥିରେ ନବୀନଙ୍କ ମୃତ୍ୟୁ ହୋଇଛି । ଖବର ପାଇ ତନାଘନା କରୁଛି ବାଲିଗୁଡ଼ା ଥାନା ପୋଲିସ ।

