spot_img
Home Blog Page 5202

ଚୋରକୁ ମାଡ଼ି ବସିଲା ୧୪ ବର୍ଷର ପିଲା,ଜାଣନ୍ତୁ କେଉଁଠି

ଅନୁଗୁଳ: ଘରେ ପଶି ଚୋରି କରିବା ବେଳେ ଧରା ପଡ଼ିଲା ଚୋର। ରୋରକୁ ବାନ୍ଧି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ଦେବା ପରେ ପୋଲିସ ଜିମା ଦେଲେ। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା  କୋରଡ଼ା ଆମ୍ବୁରି ସାହିରେ ଏହି ଘଟଣା ଘଟିଛି। ରାତିରେ ଚକ୍ରଧର ସାହୁଙ୍କ ଘରେ ପଶି ଚୋର ଚୋରି କରୁଥିଲା। ଚକ୍ରଧରଙ୍କ ମୁଣ୍ଡ ପାଖରୁ ମୋବାଇଲ ଓ ଶେଜ ତଳୁ ୭୭୦ ଟଙ୍କା ନେବା ପରେ ଚାବି ନେଇ ଆଲମୀରା ଖୋଲି ଥିଲା।

ଆଲମୀରାରୁ କିଛି ଜିନିଷ ଖସି ପଡ଼ିବାରୁ ଶବ୍ଦ ଶୁଣି ଚକ୍ରଧରଙ୍କ ୧୪ ବର୍ଷର ପୁଅ ଦିପେନ ସାହସ କରି ଚୋରର ବେକକୁ ଜାବୁଡି ଧରି ପାଟି କରିଥିଲା। ଅନ୍ୟମାନେ ଉଠି ପଡ଼ିବା ସହ ସମସ୍ତେ ମିଶି ଚୋରକୁ କାବୁ କରି ନେଇଥିଲେ। ତାକୁ ବାନ୍ଧି ନିସ୍ତୁକ ମାଡ଼ ଦେବା ପରେ ଜରପଡ଼ା ଥାନାକୁ ଖବର ଦେବା ପରେ ପୋଲିସ ଚୋରକୁ ଅଟକ ରଖିଛି। ସମ୍ପୃକ୍ତ ଚୋର ପୁଟଗାଡ଼ିଆ ଗାଁର ସାଗର ସିଂହ ବୋଲି ଜଣାପଡ଼ିଛି।

ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ଅଫ୍‌ ମାର୍କ, ଜାଣନ୍ତୁ କେଉଁ କଲେଜରେ କେତେ ରହିଛି କଟ୍‌ଅଫ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍‌ ମାର୍କ। ww.samsodisha.gov.in ପୋର୍ଟାଲରେ ଉପଲବ୍ଧ ହୋଇଛି ତାଲିକା। ତିନୋଟି ଷ୍ଟ୍ରିମରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲର ସର୍ବାଧିକ କଟ୍‌ ଅଫ ମାର୍କ ରିହଛି। କଳାରେ ୭୯.୦୩% କଟ୍‌ ଅଫ୍‌ ରହିଥିବା ବେଳେ ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% ସହ ଆଗରେ ରହିଛି ରେଭେନ୍ସା।

ଅଗଷ୍ଟ ୧୨ ତାରିଖରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଆବେଦନ। ଆଜି ମେରିଟ ଲିଷ୍ଟ ପ୍ରକାଶ ପାଇଥିବୀ ବେଳେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ। ସେହିପର ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ୨୭ ତାରିଖରେ ବାହାରିବା ପରେ ୨୯ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ।

ଏହି ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ରେ ତାଲିକା ପ୍ରକାଶ ପାଇବ ଓ ୫ ସୁଦ୍ଧା ପଞ୍ଜୀକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ହେବ ନାମଲେଖା। ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ ଦୁଇ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୧ ହଜାର ୬୧୨ ଜଣ ଛାତ୍ରଛାତ୍ରୀ।

ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ଚିହ୍ନଟ ହୋଇଛନ୍ତି ୪୭୧ ଜଣ ନୂଆ କରୋନା ସଂକ୍ରମିତ।  ତେବେ ୬ଜଣଙ୍କର ଜୀବନ ନେଇଛି କିଲର କରୋନା। ସେହିପରି ଶୂନରୁ ୧୮ ବର୍ଷ ବୟସର ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟରରୁ ୨୭୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୧୯୭। ଖୋର୍ଦ୍ଧାରୁ ୧୯୬, କଟକରୁ ୮୧, ଷ୍ଟେଟପୁଲରୁ ୪୪, ବାଲେଶ୍ୱରରୁ ୨୬, ଯାଜପୁର ଓ ମୟବରଭଞ୍ଜରୁ ୨୨ଜଣ ଲେଖାଏଁ, ପୁରୀରୁ ୧୯, ଜଗତସିଂହପୁରରୁ ୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡାରୁ ୯, ଢେଙ୍କାନାଳରୁ ୫, ଅନୁଗୁଳ ଓ ଭଦ୍ରକରୁ ୪ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡା, କେନ୍ଦୁଝରରରୁ ୩ଜଣ ଲେଖାଏଁ, ବରଗଡ଼, ଦେବଗଡ଼, ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ। ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୭୪ ଆକ୍ରାନ୍ତ।

ଲଗାଣ ବର୍ଷା: କେଉଁଠି ଭୁଷୁଡ଼ିଲା କାନ୍ଥ, କେଉଁଠି ଉପୁଡିଲା ଗଛ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ। ପୁରା ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ଅଞ୍ଚଳରେ ରାସ୍ତାର ଦୁଇ ଫୁଟ ଉପରେ ପାଣି ଚାଲୁଛି। ଆଗକୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ଅବସ୍ଥା ସଙ୍ଗିନ ହେବାର ଆଶଙ୍କା ରହିଛି। ମରୁଡ଼ି ଯୋଗୁଁ ଯେଉଁ ବିଲ ଶୁଖିଲା ପଡ଼ିଥିଲା, ବର୍ତ୍ତମାନ ସମସ୍ତ ଚାଷ ଜମି ବୁଡ଼ି ଯାଇଛି। ଖୋର୍ଦ୍ଧା ବ୍ଲକ ଉଇଲ କିଶନ ନଗର ପଞ୍ଚୟତର ଟାଙ୍ଗିଆ ପଡ଼ା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଘରଦ୍ୱାର ଭାଙ୍ଗିଥିବା ଖବର ମିଳିଛି। ସହରର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ପାଣି ଲହଡା ମାରୁଛି।

ସେହିପରି ବର୍ଷା କାରଣରୁ କଟକର ଅନେକ ଅଞ୍ଚଳର ଦେଖିବାକୁ ମିଳିଛି କୁତ୍ରିମ ବନ୍ୟା ପରିସ୍ଥିତି। ଅନେକ ସ୍ଥାନରେ ଜଳ ନିଷ୍କାସନ ହୋଇ ନପାରିବାରୁ ରାସ୍ତା ଉପରେ ଚାଲିଛି ପାଣି। ସେହିପରି ଯାତାୟାତରେ ମଧ୍ୟ ସମସ୍ୟା ଉପୁଜିଛି। ବାଦାମବଡି, ମହାନଦୀ ବିହାର, ଚାଉଳିଆଗଞ୍ଜ, ନୂଆପଡ଼ା ସହ ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖିବାକୁ ମିଳିଛି। ଜଳ ନିଷ୍କାସନ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି।

ଚାନ୍ଦବାଲି ମୁଖ୍ୟରାସ୍ତାର ପେଟ୍ରୋଲ ଟାଙ୍କି ଠାରୁ ବିକେ ଟକିଜ ସାଲେପୁର କୁଆପାଳ ରୋଡ ଛକରୁ ବୋଦାମୁଣ୍ଡେଇ ବଜାର ପଯ୍ୟନ୍ତ ରାସ୍ତା ଉପରେ ଜମି ରହିଛି। ଫଳରେ ଯାତାୟତରେ ନାନା ସମସ୍ୟା ଦେଖା ଦେଇଛି। ସେପଟେ ଲୁଣାହାର ଚନ୍ଦ୍ରଦେଇପୁର ଗ୍ରାମରେ ଅନେକ ଘରେ ବର୍ଷା ଜଳ ପଶି ଯାଇଛି।

ସେପଟେ ବର୍ଷାରେ ବେହାଲ ହୋଇଛି ବନ୍ଦର ନଗରୀ। ସବୁ ଓ୍ୱାର୍ଡରେ ଘରେ ପଶିଛି ବର୍ଷା ଜଳ। ମାଉସୀ ମାଆ ଛକରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ପାଣି।  ଗତକାଲି ରାତିରୁ ବର୍ଷା ସାଙ୍ଗକୁ ପବନ ମଧ୍ୟ ଜୋରରେ ହେଉଛି। ଫଳରେ କେତେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟି ମଧ୍ୟ ଉପୁଡି ପଡିଛି।

ପାରାଦୀପର ୧୦, ୧୧, ୧୨ ନମ୍ବର ଓ୍ୱାର୍ଡ ସମେତ ନିୟୁ ଜଗନ୍ନାଥ କଲୋନୀ, ବାଉରିଆପାଳନ୍ଦା, ନୂଆବଜାର କଲୋନୀରେ ଲୋକଙ୍କ ଘରେ ପାଣି ପଶିଯାଇଛି। ଅଧିକ ବର୍ଷା ହେଉଥିବାରୁ ସମସ୍ତ ଡ୍ରେନ ଗୁଡିକ ଅବରୋଧ ହୋଇପଡ଼ିଛି। ବର୍ଷା ଜଳ ନିଷ୍କାସନ ହେବାରେ ବାଧା ସୃଷ୍ଟି ହୋଇଛି। ପାରାଦୀପ ମ୍ୟୁନିସିପାଲଟି ତରଫରୁ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଉଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।

ଭଦ୍ରକ ମଧ୍ୟ ବର୍ଷାରେ ବେହାଲ ହୋଇଛି। ବର୍ଷା ପାଣି ଜମିବା ସହ ପବନରେ ୯ ନମ୍ବର ୱାର୍ଡରେ ବିରାଟ ଗଛ ଉପୁଡି ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ତାର ଛିଡ଼ି ଖୁଣ୍ଟ ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି। ଭଦ୍ରକ ପୌରପାଳିକାରେ ପଥରଆଡି ନିକଟରେ ରାସ୍ତା ଉପରେ ବର୍ଷା ଜଳ ଲହଡି ମାରୁଛି। କଣ୍ଟାପାଳ ସମେତ ବିଭିନ୍ନ କଲୋନୀରେ ପାଣି ପଶିଯାଇଛି। ସାଧାରଣରେ ଲୋକମାନେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଡ୍ରେନ୍‌ ସମସ୍ୟା ଥିବାରୁ, ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ। ଅପରିଷ୍କାର ପାଣି ଘରେ ପଶି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।

ଦେଶରେ ୨୪ ଘଣ୍ଟାରେ ୨୭,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨୧୯ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ସଂକ୍ରମଣ ସଂଖ୍ୟା ୨୭ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୨ ଶହରୁ ସାମାନ୍ୟ ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭,୨୫୪ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨୧୯ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୩୨,୬୪,୧୭୫ ଓ ମୃତ୍ୟୁସଂଖ୍ୟା ୪,୪୨,୮୭୪ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୬୮୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୨୪,୪୭,୦୩୨ରେ ପହଞ୍ଚିଛି ।

ସେହିଭଳି ରାଜ୍ୟରେ ୫ଶହ ତଳକୁ ଖସିଲା କରୋନା ସଂକ୍ରମଣ । ଦିନକରେ ୪୭୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ଜୀବନ ନେଇଛି କିଲର କରୋନା । ଶୂନରୁ ୧୮ ବର୍ଷ ବୟସର ୫୭ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରୁ ସର୍ବାଧିକ ୨୩ ଶିଶୁ ସଂକ୍ରମିତ ହୋଇଥିବା ବେଳେ କଟକରୁ ୮, ବାଲେଶ୍ୱର , ଯାଜପୁର ଓ ମୟୂରଭଞ୍ଜରୁ ୬ଜଣ ଲେଖାଏଁ ଶିଶୁ ସଂକ୍ରମିତ ହୋଇଛନ୍ତି ।

କ୍ୱାରେଣ୍ଟାଇନରୁ ୨୭୪, ଲୋକାଲ କେସ୍ ୧୯୭ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮୭୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ୧୯୬, କଟକରୁ ୮୧, ଷ୍ଟେଟପୁଲରୁ ୪୪, ବାଲେଶ୍ବରରୁ ୨୬, ଯାଜପୁର ଓ ମୟବରଭ଼୍ଜରୁ ୨୨ଜଣ ଲେଖାଏଁ, ପୁରୀରୁ ୧୯, ଜଗତସିଂହପୁରରୁ ୧୬ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ୯, ଢେଙ୍କାନାଳରୁ ୫, ଅନୁଗୁଳ ଓ ଭଦ୍ରକରୁ ୪ଜଣ ଲେଖାଏଁ, ଝାରସୁଗୁଡା, କେନ୍ଦୁଝରରରୁ ୩ଜଣ ଲେଖାଏଁ, ବରଗଡ଼, ଦେବଗଡ଼, ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ଲଘୁଚାପ ବର୍ଷା

ଭୁବନେଶ୍ୱର: ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଏହି ବର୍ଷା ହେଉଛି ଚଳିତ ମୌସୁମୀ ସିଜିନ୍‌ର ସବୁଠୁ ବଡ଼ ଲଘୁଚାପ। ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା। ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି। ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା। ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କ ଦାସ।

ତେବେ ଲଘୁଚାପ କାରଣରୁ ୫୭ ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଯଦି ଦେଖିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ସେପଟେ ଟ୍ୱିନସିଟିରେ ୬ ଘଣ୍ଟା ପାଇଁ ରେଡ଼ ଆଲର୍ଟ ଜାରି ହୋଇଛି। ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।

ଜଗା ଦର୍ଶନରେ କୋହଳ ହେଲା ନିୟମ, ଏଥର ଭକ୍ତ ଦୀପ ଜାଳିବେ ଅବଢ଼ା ବି ଖାଇବେ

ପୁରୀ: ଆଜିଠୁ ନୂଆ ଏସଓପିରେ ଆରମ୍ଭ ହେଲଶ ଜଗା ଦର୍ଶନ। କରୋନା କଟକଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଗା ଦର୍ଶନ ନେଇ ଏସଓପିରେ କୋହଳ କରାଯାଇଥିଲା। ତେବେ ଆଜିଠାରୁ ଆହୁରି ଅଧିକା କୋହଳ ହୋଇଛି ଜଗା ଦର୍ଶନରେ ନିୟମ। ସକାଳ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ମିଳିବ ଜଗା ଦର୍ଶନ।

ପୂର୍ବଭଳି ଦୁଇ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତି ଭ୍ୟାକ୍ସିନେସନ ସାର୍ଟିଫିକେଟ୍ କିମ୍ବା ୯୬ ଘଣ୍ଟା ଭିତରର RTPCR ନେଗେଟିଭି ରିପୋର୍ଟ ଦେଖାଇବାକୁ ପଡ଼ିବ। ସେହିପରି ଚଳିତ ସପ୍ତାହରୁ ଶନିବାର ମନ୍ଦିର ଖୋଲା ରହିବ। ଏଣିକି ଭକ୍ତମାନେ ମନ୍ଦିର ଭିତରେ ଦୀପ ଲଗାଇ ପାରିବେ। ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ। ତେବେ ଗତ ୩ ଦିନ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ଥିବା ବେଳେ, ଆଜି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି।

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଷୁଡ଼ି ଜଣଙ୍କର ମୃତ୍ୟୁ, ସେପଟେ ବାଇକ୍‌ ସହ ଭାସିଗଲେ ଜଣେ ଯୁବକ

କେନ୍ଦ୍ରାପଡ଼ା/ବରଗଡ଼: ଗଭୀର ଅବପାତର ରୂପ ନେବା ପରେ ବଢ଼ି ଚାଲିଛି ବର୍ଷାର ପରିମାଣ। ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ବର୍ଷା କାରଣରୁ କେନ୍ଦ୍ରାପଡ଼ା ପାଟକୁରାର ଗରଦପୁରରେ ଅଘଟଣ ଘଟିଛି। ପ୍ରବଳ ବର୍ଷା କାରଣରୁ ବଡ଼ବେତରା ଗାଁରେ ଘର କାନ୍ଥ ଭୁଷୁଡ଼ି ପଡ଼ିଛି। ଘର କାନ୍ଥ ଭୁଷୁଡ଼ିବା ଫଳରେ କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ହେଉଛନ୍ତି ୭୦ ବର୍ଷୀୟ ଅଭୟ କୁମାର ମହାପାତ୍ର ଓ ଆହତ ଜଣକ ହେଉଛନ୍ତି ବୋହୁ କଳ୍ପନା ମହାପାତ୍ର।

ସେପଟେ ନଦୀ ପାଣି ସୁଅରେ ଭାସି ଯାଉଥିଲେ ବାଇକ ଆରୋହୀ। ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଘଟଣା ଘଟିଛି ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ ଜିରା ନଦୀ ଉପରେ ନିର୍ମିତ ଅସ୍ଥାୟୀ ରାସ୍ତାରେ ପାଣି ସୁଅରେ ଅସ୍ଥାୟୀ ରାସ୍ତା ଦିନକୁ ଦିନ ଧୋଇ ହୋଇ ଯାଉଛି। ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଏହି ରାସ୍ତା ଦେଇ ଆସୁଥିବା ସମୟରେ ବାଇକ ସହ ବାଇକ ଆରୋହୀ ଜଣକ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକ ବ୍ୟକ୍ତି ଓ ବାଇକକୁ ଉଦ୍ଧାର କରିଛନ୍ତି।

ଲଗାଣ ବର୍ଷାରେ ଭୁଷୁଡ଼ିଲା ୧୦୦ ବର୍ଷର ପୁରାତନ କୋଠା। ବ୍ରହ୍ମପୁର କାମ୍ପ ସାହିରେ ଥିବା ଅତି ପୁରାତନ ଆନ୍ଧ୍ରା ମହିଳା ସମାଜମ୍ ପାଠାଗାର କୋଠା ଲଗାଣ ବର୍ଷାରେ ଭୁଷୁଡ଼ି ପଡିଛି। ଫଳରେ ପାଠାଗାରରେ ଥିବା ସମସ୍ତ ପୁସ୍ତକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତା ସହ ଅନେକ ସାମଗ୍ରି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା କାରଣରୁ ରେଡ୍‌ ଆର୍ଲଟ ଥିବା ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ବନ୍ଦ ହେଲା ସ୍କୁଲ। ୧୨ ଜିଲ୍ଲାରେ ୨ଦିନ ପାଇଁ ସ୍କୁଲକୁ ବନ୍ଦ କରାଯାଇଛି। ରେଡ୍ ଆର୍ଲଟ ଥିବା ଜିଲ୍ଲାରେ ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଏନେଇ ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଆଗକୁ ବର୍ଷା ବଢ଼ିବାର ସମ୍ଭବାନା ଥିବାରୁ ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରହିବ। ପୁରୀ, ଖୋର୍ଦ୍ଧା କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼କୁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଥିଲେ ଏସଆରସି।

ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ପାରାଦୀପରେ ୧୨୯ ମିମି, ଭୁବନେଶ୍ୱରରେ ୧୯୫ ମିମି ଗୋପାଳପୁରରେ ୬୬ ମିମି, ଚାନ୍ଦବାଲିରେ ୪୬ମିମି ଓ ବାଲେଶ୍ଵରରେ ୨୪ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ଼ ଆଲର୍ଟ ଜାରି କରାଯାଇଛି। ଏହି ୨୪ ଘଣ୍ଟା ମଧ୍ୟରେ ୧୨୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବଲାଙ୍ଗୀର ଝାରସୁଗୁଡା ସୁନ୍ଦରଗଡ଼ ବୌଦ୍ଧ, କେନ୍ଦୁଝର, ଢେଙ୍କାନାଳ ଏବଂ କଟକ ରେ ପ୍ରବଳ ବର୍ଷା ପାଇଁ ଇଲୋ ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମନା କରାଯାଇଛି।

ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୫ କିମି ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି ଲଘୁଚାପ। ଧିରେ ଧିରେ ଏହା ପୂର୍ବ  ପଶ୍ଚିମ ଓ ଉତ୍ତର ପଶ୍ଚିମକୁ ଗତି କରି ଉତ୍ତର ଓଡ଼ିଶା ଉତ୍ତର ଛତିଶଗଡ଼ ଦେଇ ଯିବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ମଧ୍ୟ ପ୍ରଦେଶ ଆଡ଼କୁ ଗତି କରିବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଵୋଲି ସୂଚନା ଦେଇଛି ପାଣି ପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଉପକୂଳରୁ ଉପାନ୍ତ ସବୁଠି ଲାଗି ରହିଛି ବର୍ଷା।

ପ୍ରବଳ ବର୍ଷାରେ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଅଣ୍ଟାଏ ଉଚ୍ଚର ପାଣି

ଜଗତସିଂହପୁର: ଲଘୁଚାପ ଜନିତ ବର୍ଷାରେ ବେହାଲ ଜଗତସିଂହପୁର। ଜିଲ୍ଲାର ତଳିଆ ଅଞ୍ଚଳ ବାଲିକୁଦା କୃଷ୍ଣଦାଶପୁର ପଞ୍ଚାୟତ ଓ ସଂଗ୍ରାମପୁର ପଞ୍ଚାୟତ, ଗୋଡ଼ା, ଭଜାଖିଆ, ମରିଚିପୁର ପଞ୍ଚାୟତ ଧନୁହରବେଲାରି, କେରବେଲାରି ଅଞ୍ଚଳ ସେହିପରି ଏରସମା ବ୍ଲକ ଆମ୍ବକୀପଞ୍ଚାୟତର ଅନେକ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ପାଣି। ଘର ଭିତରେ ପାଣି ପଶିଯାଇଥିବା ବେଳେ ଲୋକ ବହୁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଲିଛି।

ଏହାସହ ଲୁଣା ଘେରିରେ ହୋଇଥିବା ସୁଇସ ଗେଟ ଗୁଡିକ ମେଲା ରହିଥିବାରୁ ହଣ୍ଡୁଆ ନଦୀର ପାଣି ସେପଟେ ପଶି ଆସୁଥିବା କୁହାଯାଉଛି। ଜିଲ୍ଲାରେ ବାଲିକୁଦାରେ ୨୨୦ ମିମି ବର୍ଷା ହୋଇଥିବା ବେଳେ ନାଉଗାଁରେ ୧୪୫, ବିରିଡିରେ ୧୧୫, ରଘୁନାଥପୁର ୧୧୨, କୁଜଙ୍ଗ ୧୧୦, ଜଗତସିଂହପୁର୧୦୪, ଏରସମା ୯୫ ଓ ତିର୍ତ୍ତୋଲରେ ୫୫ ମିମି ବର୍ଷା ହୋଇଛି। ଏରସମା ବ୍ଲକ ପ୍ରଶାସନ ଓ ବାଲିକୁଦା ବ୍ଲକ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଗସ୍ତ କରି ସମସ୍ୟା ବୁଝିବାକୁ ସାଧାରଣରେ ଦାବି ପ୍ରକାଶ ପାଇଛି।