spot_img
Home Blog Page 5205

ପ୍ରେମ ବିବାହ ପରେ ପ୍ରତାରଣା, ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଥାନାରେ ହାଜର କଲେ ପତ୍ନୀ

କଲ୍ୟାଣସିଂହପୁର: ମହଙ୍ଗା ପଡ଼ିଲା ପ୍ରେମ ବିବାହ ପରେ ପ୍ରତାରଣା । ଯୁବକଙ୍କୁ ରାସ୍ତାରେ ମାଡ଼ ମାରି ଥାନାରେ ହାଜର କଲେ ପତ୍ନୀ । ପ୍ରେମ ବିବାହ କରି ସ୍ତ୍ରୀଙ୍କୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଚାଲି ଆସିଥିଲେ ଯୁବକ । ପତ୍ନୀ ଖୋଜି ଖୋଜି ଆସି ରାୟଗଡ଼ା ଜିଲ୍ଲା ବିଷମକଟକରେ ସ୍ୱାମୀକୁ ଠାବ କରି ପିଟିପିଟି ଥାନାରେ ହାଜର କରିଛନ୍ତି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା କାଙ୍କୁବାଡ଼ି ଗାଁରର ସୁମନ କୁସୁଳିଆ ନାମକ ଯୁବକ ଆନ୍ଧ୍ର ପ୍ରଦେଶର ଭୀମାବରମଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ପାଡ଼େରୁ ଗାଁର ୱେଲସୁରୁ କୁମାରୀଙ୍କ ସହ ୩ ବର୍ଷ ପୂର୍ବେ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

Youth Beaten By Wife In Beach Road Rayagada

ଗତବର୍ଷ ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ସେମାନେ ବିବାହ କରିଥିଲେ । ତିନି ମାସ ଏକାଠି ରହିବା ପରେ ସୁମନ ସେଠାରେ କୁମାରୀଙ୍କୁ ଛାଡ଼ି ଗାଁକୁ ଚାଲି ଆସିଥିଲେ । ସେଦିନଠାରୁ କୁମାରୀ ସୁମନଙ୍କୁ ଖୋଜି ବୁଲୁଥିଲେ । ସୁମନ ଦିଲ୍ଲୀରେ କାମ କରୁଥିବା କହି ବିଷମକଟକରେ ଅଟୋ ଚଳାଉଥିଲେ । କୁମାରୀ ଏହା ଜାଣି ପାରି ବିଷମକଟକ ଆସି ସୁମନଙ୍କୁ ତାଙ୍କ ସହ ଯିବାକୁ କହିଥିଲେ । ତେବେ ସୁମନ ଅନ୍ୟ ଝିଅକୁ ବାହା ହୋଇସାରିଛି ଯାଇ ପାରିବି ନାହିଁ କହିବା ପରେ ସୁମନକୁ କୁମାରୀ ଧରି ବିଚ୍‌ ବଜାରରେ ପିଟିପିଟି ଥାନାରେ ହାଜର କରିଛନ୍ତି । ଏହି ଘଟଣାରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ସୁନ୍ଦରଗଡ଼ରେ ବଢ଼ୁଛି ବିଜେଡି ଶକ୍ତି, କୋଇଡା ବ୍ଲକ ଅଧ୍ୟକ୍ଷାଙ୍କ ସହ ଶତାଧିକ କର୍ମୀ ଦଳରେ ସାମିଲ୍

ରାଉରକେଲା: ସୁନ୍ଦରଗଡ଼ରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି । ଦଳର ସାଂଗଠନିକ ସାଧାରଣ ସମ୍ପାଦକଙ୍କ ଉପସ୍ଥିତିରେ କୋଇଡ଼ାରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିରେ କୋଇଡା ବ୍ଲକ ଅଧ୍ୟକ୍ଷା ରୀନାରାଣୀ କୁମୁଡିଆଲ ଯୋଗ ଦେଇଛନ୍ତି । ବ୍ଲକ ଅଧ୍ୟକ୍ଷାଙ୍କ ସହ ତାଙ୍କର ଶତାଧିକ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି ।

BJP And Congress Worker Joins BJD In Sundergarh

ଏହି ମିଶ୍ରଣ ପର୍ବରେ ବଣେଇ ନିର୍ବାଚନ ମଣ୍ଡଳୀର ବିଜେପି, କଂଗ୍ରେସ, ଓ ସିପିଆଇ(ଏମ୍)ର ଶତାଧିକ ନେତା ଓ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ମହାମିଶ୍ରଣ ପର୍ବରେ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରୀତିରଞ୍ଜନ ଘଡେଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉପସ୍ଥିତି ରହିଥିଲେ ।

ଟିକା ଦେବା ପାଇଁ ଭରା ନଦୀ ପାର୍ ହେଲେ ଅଙ୍ଗନୱାଡ଼ି ଓ ସ୍ୱାସ୍ଥ୍ୟକର୍ମୀ

ଜୟପୁର: ଅଙ୍ଗନୱାଡି ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମହାନତା ଓ କର୍ତ୍ତବ୍ୟନିଷ୍ଠା । ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଯାତ୍ରା କଲେ ଅଙ୍ଗନୱାଡି ଓ ମହିଳା ସ୍ୱାସ୍ଥ୍ୟକର୍ମୀ । କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନଦୀରେ ପଶି ଗଲେ ୩ ମହିଳା ସ୍ୱାସ୍ଥ୍ୟକର୍ମୀ । ମୁଣ୍ଡାଗୁଡ଼ାର ଅଟଲଗୁଡ଼ା ନଦୀ ଆରପାରିରେ ରହିଛି କାଙ୍ଗୁଗୁଡ଼ା ଓ ଝାଲିଆଗୁଡ଼ା ଗାଁ । ଗାଁରେ ଶହେରୁ ଊର୍ଦ୍ଧ୍ୱ ପରିବାରର ୬୦୦ରୁ ଊର୍ଦ୍ଧ୍ୱ ଲୋକ ରୁହନ୍ତି ।

Anganwadi And Health Worker Crossed River For Vaccination (2)

ଜୀବନକୁ ବାଜି ଲଗାଇ ପ୍ରତିଦିନ ନଦୀ ପାର ହୋଇ ଯାତାୟତ କରନ୍ତି ଆବାଳ ବୃଦ୍ଧବନିତା । ଖରାଦିନେ ନଦୀରେ ଆଣ୍ଠୁଏ ପାଣି, ବର୍ଷା ଦିନେ କିନ୍ତୁ ଗାଁ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡ଼ିଥାଏ । ଏଭଳି ପରିସ୍ଥିତିରେ ପ୍ରଖରସ୍ରୋତା ପାଣି ଡେଇଁ ଟିକା ନେବାକୁ ଯାଇ ପାରିନଥିଲେ ଗ୍ରାମବାସୀ । ବାଧ୍ୟହୋଇ ସେବାକୁ ପ୍ରାଧାନ୍ୟ ଦେଇ ଜୀବନକୁ ପାଣି ଛଡ଼ାଇ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାର ହୋଇଛନ୍ତି ଦୁଇ ଅଙ୍ଗନୱାଡି କର୍ମୀ ସୁଧାମଣି ମାଣ୍ଡି, ପାର୍ବତୀ ହରିଜନ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସୁଲୋଚନା ନାୟକ ।

Anganwadi And Health Worker Crossed River For Vaccination (2)

ଅଙ୍ଗନୱାଡି କର୍ମୀଙ୍କ ଏପରି ସାହସିକତା ଓ ପରୋପକାରୀତାକୁ ଦେଖି ଗାଁର କିଛି ପୁରୁଷ ହାତ ଧରି ନଦୀ ପାର କରିବାରେ ସାହାଯ୍ୟ କରିଥିଲେ । ନଦୀ ପାର ହୋଇ ତିନି ଗାଁର ଲୋକଙ୍କୁ କରୋନା ଟିକା ଦେଇ ଏହି ମହିଳା କର୍ମଚାରୀ ଫେରିଛନ୍ତି । ମହିଳା ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ଏହି ସେବା ମନୋବୃତ୍ତିକୁ ସାଧାରଣରେ ପ୍ରଶଂସା କରାଯାଇଛି ।

୩ ରାଜ୍ୟ, ୬ ମାସ; ଇସ୍ତଫା ଦେଲେଣି ବିଜେପିର ୪ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବଦଳୁଛନ୍ତି ବିଜେପି ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ପରେ ଗୁଜରାଟରେ ଡ୍ୟାମେଜ୍ କଣ୍ଟ୍ରୋଲ ମୁଡରେ ବିଜେପି । ଗୁଜରାଟ ବିଧାନସଭା ନିର୍ବାଚନକୁ ପାଖାପାଖି ୧୫ ମାସ ସମୟ ବାକି ଅଛି । ଏହା ପୂର୍ବରୁ ଶନିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ରୂପାଣୀଙ୍କ ଇସ୍ତଫା ପରେ କିଏ ହେବ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତା’କୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି ।

ବିଗତ ୬ ମାସ ମଧ୍ୟରେ ବିଜେପି ୪ ଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରି ସାରିଲାଣି । ମାର୍ଚ୍ଚରେ ବିଜେପି ଉତ୍ତରାଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସ୍ଥାନରେ ଲୋକସଭା ସଦସ୍ୟ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା । ଜୁଲାଇରେ ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥଙ୍କୁ ୪ ମାସ ନ ଯାଉଣୁ ହଟାଇ ପୁଷ୍କର ସିଂହ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା ବିଜେପି । ଉତ୍ତରାଖଣ୍ଡ ପରେ କର୍ଣ୍ଣାଟକରେ ବିଜେପି ବିଏସ୍ ୟେଦିୟୁରପ୍ପାଙ୍କୁ ହଟାଇ ବିଏସ୍ ବୋମ୍ମଇଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଥିଲା ।

କୁହାଯାଉଛି ଗୁଜରାଟ ବିଜେପିର ଏକ ଗୋଷ୍ଠୀ ରୂପାଣିଙ୍କୁ ହଟାଇବା ଲାଗି ଦାବି କରିଥିଲେ । ଏପରିକି ବିଜୟ ରୂପାଣୀଙ୍କ ନେତୃତ୍ୱରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଜିତିବା ମୁସ୍କିଲ୍ ବୋଲି କହିଥିଲେ ।

ଡେଲିଭରି ବୟକୁ ଅପହରଣ, ମିଳିଲା ଚପଲ ଓ ବ୍ୟାଗ

ଭୁବନେଶ୍ୱର: ଧଉଳିରେ ଡେଲିଭରି ବୟକୁ ଅପହରଣ ଅଭିଯୋଗ । ବିଳମ୍ବିତ ରାତିରେ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଛି । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍‌, ଗଞ୍ଜି ଓ ଏକ ଛୁରି ମିଳିଥିବା ସୂଚନା ମିଳିଛି ।

Delivery Boy Kidnapped In Bhubaneswar Dhauli

ଅପହରଣର କାରଣ ଅସ୍ପଷ୍ଟ ରହିଥିବା ଧଉଳି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କୁ କିଛି ନିଶାସକ୍ତ ଯୁବକ ଅପହରଣ କରି ନେଇଛନ୍ତି । ପତିତପାବନଙ୍କ ମୋବାଇଲ୍ ମଧ୍ୟ ସ୍ୱିଚ୍ ଅଫ୍ ରହିଛି ।

ୟୁପି ବିଧାନସଭା ନିର୍ବାଚନ, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବ ଶିବସେନା

ଲକ୍ଷ୍ନୌ: ୟୁପି ନିର୍ବାଚନ ଲଢ଼ିବ ଶିବସେନା । ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବା ନେଇ ଶିବସେନା ପ୍ରେସ୍ ରିଲିଜ୍ ଜାରି କରିଛି । ଦଳର ସମସ୍ତ ୪୦୩ଟି ଯାକ ବିଧାନସଭା ଆସନରେ ନିଜ ପ୍ରାର୍ଥୀ ଦେବ । ଲକ୍ଷ୍ନୌରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଶିବସେନାର ଉତ୍ତରପ୍ରଦେଶ ଅଧ୍ୟକ୍ଷ ଠାକୁର ଅନୀଲ ସିଂହ କହିଛନ୍ତି, ବିଜେପି ବ୍ରାହ୍ମଣଙ୍କ ସହ ଭଲ ବ୍ୟବହାର କରୁନାହିଁ । ଦରବୃଦ୍ଧି ଓ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଛି । ଏଥିପାଇଁ ଦଳ ସମସ୍ତ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ନିର୍ଣ୍ଣୟ କରିଛି ।

UP Assembly Election-2022 Shiv Sena To Contest In 403 Seats

ଦଳ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ କୁହାଯାଇଛି, ଉତ୍ତରପ୍ରଦେଶରେ ଜଙ୍ଗଲ ରାଜ ଚାଲିଛି । ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଘରୋଇ ସ୍କୁଲ ମନଇଚ୍ଛା ଟଙ୍କା ଆଦାୟ କରୁଛନ୍ତି । ଯୁବକ ରାଜ୍ୟ ଛାଡ଼ି ବାହାରକୁ ପଳାଉଛନ୍ତି ।

ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରେ । ୨୦୧୭ ନିର୍ବାଚନରେ ୪୦୩ ଆସନରୁ ବିଜେପି ୩୧୨ ଆସନରେ ବିଜୟୀ ହୋଇଥିଲା । ସମାଜବାଦୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ସମାଜବାଦୀ ପାର୍ଟି ୪୭ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୭ଟି ଆସନରେ ସନ୍ତୁଷ୍ଟ ହୋଇଥିଲା । ଯେତେବେଳେ କି ମାୟାବତୀଙ୍କ ବିଏସପି ୧୯ ଆସନ ଜିତିବାରେ ସଫଳ ହୋଇଥିଲା ।

ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ ଦାୟୀ

କୋଝିକୋଡେ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ ଦାୟୀ । ପାଇଲଟଙ୍କ ଭୁଲ୍ ପାଇଁ ଗତବର୍ଷ କେରଳ କୋଝିକୋଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର ଇଣ୍ଡିଆ ବିମାନ । ପାଇଲଟ ଏସଓପି ପାଳନ କରି ନଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଯେଉଁଥିପାଇଁ ଦୁର୍ଘଟଣାରେ ୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

Pilot Error Led To Air India Express Crash In Kerala Last Year Says Probe Agency

ବିମାନବନ୍ଦର ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ବିମାନକୁ ଅବତରଣ କରାଇବା ବେଳେ ପାଇଲଟ ଗୋ ଆରାଉଣ୍ଡ ନିୟମ ଉଲ୍ଲଂଘନ କରିଥିଲେ ଏବଂ ବିମାନର ନିୟନ୍ତ୍ରଣ ନେଇ ପାଇଲଟ ମନିଟରିଂ ବିଫଳ ହୋଇଥିଲା । ଫଳରେ ଏହି ବିମାନ ଦୁର୍ଘଟଣା ଘଟିଥିଲା ବୋଲି ୨୫୭ ପୃଷ୍ଠା ସମ୍ବଳିତ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ଅବତରଣ କରିବାକୁ ଯାଉଥିବା ଏକ ବିମାନର ନିରାପତ୍ତା ସକାଶେ ଯଦି ପାଇଲଟ ସମ୍ଭାବ୍ୟ ଲ୍ୟାଣ୍ଡିଂ ନ କରିବାକୁ ଚାହାଁନ୍ତି ତେବେ ଏହାକୁ ଗୋ ଆରାଉଣ୍ଡ କୁହାଯାଇଥାଏ । ଏନେଇ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ଅବଗତ କରାଇବା ସହ ଅନ୍ୟ ଏକ ସ୍ଥାନରେ ବିମାନର ଅବତରଣ କରାଇଥାନ୍ତି । ମାତ୍ର ଉକ୍ତ ବିମାନ କ୍ଷେତ୍ରରେ ତାହା ଘଟି ନଥିଲା । ପାଇଲଟଙ୍କ ତ୍ରୁଟି ସହ କେତେକ ବ୍ୟବସ୍ଥାଗତ ବିଫଳତା ଯୋଗୁ ଏହି ବିମାନ ଦୁର୍ଘଟଣା ଘଟିଥିଲା ।

Pilot Error Led To Air India Express Crash In Kerala Last Year Says Probe Agency

ଗତ ବର୍ଷ ଅଗଷ୍ଟ ୭ ତାରିଖରେ ବୋଇଂ ୭୩୭ ଏୟାର ଇଣ୍ଡିଆ ବିମାନ ବନ୍ଦେ ଭାରତ ମିଶନରେ ଦୁବାଇରୁ ୧୮୬ ଯାତ୍ରୀ ଓ ୬ କ୍ରିଉ ମେମ୍ବରଙ୍କୁ ନେଇ କେରଳ କୋଝିକୋଡେକୁ ଆସିଥିଲା । ମାତ୍ର ଅବତରଣ ବେଳେ ଦୁର୍ଘଟଣା ଯୋଗୁଁ ୧୯ ଯାତ୍ରୀ ଓ ୨ ପାଇଲଟ ପ୍ରାଣ ହରାଇଥିଲେ । ଖରାପ ପାଗ ଯୋଗୁଁ ଲ୍ୟାଣ୍ଡିଂ ନେଇ ଦୁଇଟି ପ୍ରୟାସ ବିଫଳ ହେବା ପରେ ବିମାନଟି ବିମାନବନ୍ଦର ନିକଟରେ ଧକ୍କା ଖାଇ ୩ ଖଣ୍ଡ ହୋଇଯାଇଥିଲା । ଯଦିଓ ଅବତରଣ ସକାଶେ ବିକଳ୍ପ ଏୟାରଫିଲ୍ଡ ଥିଲା ତଥାପି ପାଇଲଟ ନିୟମ ନ ମାନି ସେଠାରେ ବିମାନ ଅବତରଣ କରାଇବାରୁ ଏହି ଦୁର୍ଘଟଣା ଘଟିଥିଲା ।

ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସି ଘରେ ଉପରେ ମାଡ଼ିଗଲା ଟ୍ରକ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗାଁରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଗୋପାଳ ସମାଜ ସଭା ଗୃହ ସମ୍ମୁଖରେ ବିଳମ୍ବିତ ରାତିରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପ୍ରଥମେ ଏକ ଅଟୋକୁ ଧକ୍କା ଦେଇଥିଲା । ପରେ ଅପରପାଶ୍ୱରେ ଥିବା ଘର  ବାରଣ୍ଡା ଉପରକୁ ମାଡ଼ି ଯାଇଥିଲା ।

Truck Accident In Ganjam

ଫଳରେ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସୌଭାଗ୍ୟର କଥା ଘରେ କେହି ନଥିବା ଯୋଗୁଁ କିଛି ବଡ଼ ଅଘଟଣ ଘଟିନାହିଁ । ଗାଡ଼ି ଚାଳକର କିମ୍ବା ହେଲ୍ପର ଗୋଟିଏ ଗୋଡ଼ କଟି ଯାଇଛି । ଗୋଡ଼ କଟି ଯାଇଥିବା ଯୁବକ ଜଣଙ୍କୁ ବଡ଼ ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ରାଜ୍ୟରୁ ଆଉ ୬୪୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ-୧୮ ବର୍ଷ ବୟସ ମଧ୍ୟରେ ୧୦୩ ଜଣ ସଂକ୍ରମିତ ଅଛନ୍ତି । କ୍ୱାରେଣ୍ଟାଇନରୁ ୩୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୮ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୨୩୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୯, ବାଲେଶ୍ୱରରୁ ୩୭, ବରଗଡ଼ରୁ ୨, ଭଦ୍ରକରୁ ୬, ବଲାଙ୍ଗିରରୁ ୫, ବୌଦ୍ଧରୁ ୧, କଟକରୁ ୮୪, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୩୦, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୨, କନ୍ଧମାଳରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୯, କୋରାପୁଟରୁ ୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩୦, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୬, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୨୫ ଓ ଷ୍ଟେଟପୁଲରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨କୁ ବୃଦ୍ଧି ପାଇଛି । ୧ ଲକ୍ଷ ୧ ହଜାର ୨୫୪ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ଏବେ ୬ ହଜାର ୯୫୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଛାତ ଉପରକୁ ଡାକି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ପାରଳାଖେମୁଣ୍ଡି: ଗଜପତି କାଶୀନଗରରେ ଲଜ୍ଜା । କେ.ସୀତାପୁର ଗାଁର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଗାଁର ଜଣେ ୧୬ ବର୍ଷିଅ ନାବାଳକ ନାବାଳିକାଙ୍କୁ କୌଶଳକ୍ରମେ ଡ଼ାକି ଘର ଛାତ ଉପରକୁ ନେଇ ଦୁଷ୍କର୍ମ କରିଥିଲା । ଘରକୁ ଫେରି ପୀଡ଼ିତା ଘଟଣା ସମ୍ପର୍କରେ ମାଆଙ୍କୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Rape Allegation To 7 Years Old Child

ପୋଲିସ ପୀଡ଼ିତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିଥିବା ବେଳେ ଅଭିଯୁକ୍ତର ଡାକ୍ତରୀ ମାଇନା କରିଛି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।