spot_img
Home Blog Page 5214

କୃଷକ ବିରୋଧି ବିଜେପି, ସମସ୍ୟା ଉଠାଇବା ପରିବର୍ତ୍ତେ ଅଚଳ କରିଦେଲେ ଅଧିବେସନ

ଭୁବନେଶ୍ୱର: ଚାଷୀଙ୍କ ହକ ମାଗୁଛି ବିଜେଡ଼ି, କର୍ଣ୍ଣପାତ କରୁନି ବିଜେପି  । ଯେଉଁ ସମୟରେ ବିଜୁ ଜନତା ଦଳର ବିଧାୟକ ମାନେ ବିଧାନସଭାର ପବିତ୍ର ଗୃହରେ ଚାଷୀଙ୍କ ଉନ୍ନତି ଏବଂ ବିକାଶ ଦିଗରେ ଆଲୋଚନା କରୁଥିବାବେଳେ ବିଜେପି ବାଧକ ସାଜିଛି  ।  ବିଜେପିର ବିଧାୟକ ମାନେ କୌଣସି ଚଳିତ ଅଧିବେସନକୁ ଚଳାଇ ଦେଇ ନାହାଁନ୍ତି  । ସର୍ବଦା ଛୋଟ ଛୋଟ କଥାରେ ଗୃହକୁ ଅଚଳ କରିଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ  ।

ଧାନର ସହାୟକ ମୂଲ୍ୟ  ୨୯୩୦ କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି ।  ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ଏ ଯାଏଁ ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦେଲେନାହିଁ। ସେପଟେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ନେତା ବୁଝାଇବା ପରିବର୍ତ୍ତେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି  । କୃଷକଙ୍କ ସ୍ୱାର୍ଥ ପ୍ରସଙ୍ଗରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ। ଅଥଚ ବିଜେପି ସଦସ୍ୟମାନେ କୃଷକମାନକ ସମସ୍ୟା କଥା ନ ବୁଝି ଗୃହରେ ବିଜେପି ସଦସ୍ୟ ବିଶୃଙ୍ଖଳା ସୃଷ୍ଟି କରିଥିବା ନେଇ କହିଛନ୍ତି ବିଜେଡ଼ି ବିଧାୟିକା  ।

ସେହିପରି ସ୍ନେବାଙ୍ଗିନୀ ଛୁରିଆ କହିଛନ୍ତି ବିଜେପି ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି  ।  ରାଜ୍ୟରେ ଗୋଟେପଟେ ସାରର ଯଥେଷ୍ଟ ଆବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟକୁ ବକେୟା ସାର ପ୍ରଦାନ କରୁ ନାହାଁନ୍ତି  । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ର ରାଜ୍ୟକୁ ୬ଲକ୍ଷ ୧୯ ହଜାର ମେଟ୍ରିକ ଟନ୍ ସାର ପ୍ରଦାନ କରିବା କଥା  । କିନ୍ତୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୯୧ ହଜାର ମେଟ୍ରିକ ଟନ୍ ସାର ଦେଇଛନ୍ତି  । ସେହିପରି ଓଡିଶା ସରକାର ୭, ୫୦୦ କୋଟି ଟଙ୍କା ଋଣ କରି ଧାନ ଉଠାଇଥିବାବେଳେ ଉକ୍ତ ଅର୍ଥ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିନଥିବା ସିଧା ସଳଖ ଅଭିଯୋଗ ବାଢିଛନ୍ତି ସ୍ନେହାଙ୍ଗିନୀ ଛୁରିଆ  ।

ଓଡିଶାର କୃଷକ ମାନେ ବିଧାୟକ ଏବଂ ସାଂସଦକୁ ନିର୍ବାଚିତ କରୁଥିବାବେଳେ ବିଜେପିର କୌଣସି ମଧ୍ୟ ସଦସ୍ୟ ସଂସଦ କିମ୍ବା ବିଧାନସଭାରେ ଉଠାଉ ନାହାଁନ୍ତି  । କୃଷକଙ୍କ କଥାକୁ କର୍ଣ୍ଣପାତ କରୁନାହାଁନ୍ତି  । ତେଣୁ ସେହି କୃଷକ ମାନେ ହିଁ ଆଗାମୀ ଦିନରେ ବିଜେପି ଦଳକୁ ଜବାବ ଦେବେ ନିଶ୍ଚିତ । ସେହିପରି ଚଳିତ ମୌସୁମୀ ଅଧିବେସନର ୮ ଦିନ ଭିତରେ କୌଣସି ଦିନ ମଧ୍ୟ ବିଜେପିର ସଦସ୍ୟ ମାନେ ସ୍ବଭାବିକ କରାଇ ଦେଇ ନାହାଁନ୍ତି  । ଶାନ୍ତିପୂର୍ଣ୍ଣ ଭାବେ ବିଧାନସଭା ଚଳାଇ ଦେଇନାହାଁନ୍ତି  । ଯେଉଁଥିପାଇଁ ଆଗାମୀ ଦିନରେ ନିଶ୍ଚିତ ଭାବେ ବିଜେପି ସରକାରକୁ ରାଜ୍ୟର କୃଷକ ମାନେ ଜବାବ ଦେବେ ବୋଲି କହିଛନ୍ତି ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ  ।

ମହିଳାଙ୍କ କାମ କେବଳ ଛୁଆ ଜନ୍ମ କରିବା, କେବେ ମନ୍ତ୍ରୀ ହୋଇ ପାରିବେନି: ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ମହିଳାଙ୍କୁ ସାମିଲ୍ ପାଇଁ ବିକ୍ଷୋଭ, ବିରୋଧ ହେଉଛି । ତେବେ ସରକାରରେ କୌଣସି ମହିଳାଙ୍କୁ ମନ୍ତ୍ରୀ କରାଯିବ ନାହିଁ, ସେମାନେ କେବଳ ଛୁଆ ଜନ୍ମ କରିବା ଉଚିତ୍ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ।

ସ୍ଥାନୀୟ ମିଡିଆ ଟୋଲୋ ନ୍ୟୁଜ୍ ତାଲିବାନ ମୁଖପାତ୍ରଙ୍କ ସୂତ୍ରରୁ ଟ୍ୱିଟ୍ କରିଛି । ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ । ଯେମିତି ଗାଲରେ କିଛି ମାରିଲେ ସମ୍ଭାଳି ପାରନ୍ତି ନାହିଁ । ସେହିଭଳି ଜଣେ ମହିଳା କ୍ୟାବିନେଟରେ ରହିବା ଜରୁରୀ ନୁହେଁ, ତାଙ୍କୁ ଛୁଆ ଜନ୍ମ କରିବା ଉଚିତ୍ । ମହିଳା ବିକ୍ଷୋଭକାରୀ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ପ୍ରତିନିଧିତ୍ୱ କରୁନାହାଁନ୍ତି ।

ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଲୋକ ଭୟ ଓ ଆଶଙ୍କା ଭିତରେ ଅଛନ୍ତି । ଗତ କିଛିଦିନ ହେଲା କାବୁଲ ସମେତ ଅନ୍ୟ କେତେକ ସହରରେ ତାଲିବାନ ସରକାରକୁ ବିରୋଧ କରି ବିକ୍ଷୋଭ ଜାରି ରହିଛି । ଏହି ପ୍ରଦର୍ଶନର ନେତୃତ୍ୱ ନେଉଛନ୍ତି ମହିଳା । ତେବେ ଏହି ବିରୋଧକୁ ତାଲିବାନ ବରଦାସ୍ତ କରିପାରୁ ନାହିଁ ।

ଏଥିପାଇଁ ବିକ୍ଷୋଭ କରୁଥିବା ମହିଳା, ସାଧାରଣ ଲୋକ ଓ ବିକ୍ଷୋଭ ସମ୍ବନ୍ଧୀୟ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ତାଲିବାନ ରାଗ ସୁଝାଉଛି । ତାଲିବାନ ଅନ୍ତରୀଣ ସରକାର ଘୋଷଣା କରିବା ପରେ ସରକାରରେ ମହିଳାଙ୍କୁ ସାମିଲ୍ ପାଇଁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି । ବିକ୍ଷୋଭ ବହୁତ ଛୋଟ ଥିଲେ ମଧ୍ୟ ତାଲିବାନ ଡରି ଯାଇଛି । ମହିଳାଙ୍କୁ ମାଡ଼ ମାରିବା ସହ ସାମ୍ବାଦିକଙ୍କୁ ପିଟିଛି ତାଲିବାନ । ସରକାର ପୁନର୍ଗଠନ ପରେ କେହି ବିନା ଅନୁମତିରେ କୌଣସି ବିକ୍ଷୋଭ କରିପାରିବେ ନାହିଁ ବୋଲି ତାଲିବାନ ଘୋଷଣା କରିଛି ।

ପେଟ୍ରୋଲ ପମ୍ପରେ ମହିଳା କର୍ମଚାରୀଙ୍କୁ ମାଡ଼ ମାରିଲେ, ୮ ଦିନ ପରେ ସିପାହୀ ଓ ସହଯୋଗୀ ଗିରଫ ହେଲେ

ବାରିପଦା: କାଳିଆଶୋଳ ପେଟ୍ରୋଲ ପମ୍ପରେ ମହିଳା କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା । ସିସିଟିଭି ଫୁଟେଜ ଆଧାରରେ ୮ ଦିନ ପରେ ଅଭିଯୁକ୍ତ ସିପାହୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦ୍ବୟ ହେଲେ ବାରିପଦା ପଞ୍ଚମ ବାଟାଲିଅନର ସିପାହୀ ଦ୍ଵାରିକା ନାଏକ ଓ ସହଯୋଗୀ ରାଜୀବ କୁମାର ମହାନାଏକ । ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଗତ ୨ ତାରିଖରେ ରାଜୀବ ଶୁଳିଆପଦାରୁ ବାରିପଦା ଆସୁଥିବା ବେଳେ କାଳିଆଶୋଳ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ ।

କିଛି ସମୟ ପରେ ପୁଣି ପେଟ୍ରୋଲ ପମ୍ପକୁ ଆସି ପାଟିତୁଣ୍ଡ କରିଥିଲେ । ଏଥିସହ ସହଯୋଗୀ ଦ୍ବାରିକାଙ୍କୁ ଘଟଣାସ୍ଥଳକୁ ଡାକିଥିଲେ । ଦ୍ବାରିକା ପହଞ୍ଚିବା ପରେ ଘଟଣା ବିଷୟରେ ନଜାଣି ମହିଳା କର୍ମଚାରୀଙ୍କୁ ହଠାତ ଆକ୍ରମଣ କରିଥିଲେ । ଏପରକି ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ । ଏନେଇ ପେଟ୍ରୋଲ ପମ୍ପ ମାଲିକ ଥାନାରେ ଅଭିଯୋଗ କରିଥିବା ବେଳେ, ପୋଲିସ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି ।

Brics Summit 2021: ଭାରତ ଆପଣାଇଛି ଆତଙ୍କବାଦୀ ନିରୋଧୀ ଯୋଜନା: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ୧୩ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନ୍ସିଂରେ ହୋଇଥିବା ବୈଠକରେ ବ୍ରାଜିଲ୍, ଋଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରମୁଖ୍ୟ ଯୋଗ ଦେଇଥିଲେ । ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆମେ ଆତଙ୍କବାଦୀ ନିରୋଧୀ ଯୋଜନାକୁ ଆପଣାଇଛୁ । ବିଗତ ଦେଢ଼ ଦଶନ୍ଧିରେ ବ୍ରିକ୍ସ ଅନେକ ଉପଲବ୍ଧି ହାସଲ କରିଛି ।

ବିଶ୍ୱର ବଢ଼ୁଥିବା ଅର୍ଥବ୍ୟବସ୍ଥାରେ ଆଜି ଆମେ ଏକ ପ୍ରଭାବକାରୀ ସ୍ୱର । ବିକାଶଶୀଳ ଦେଶର ପ୍ରାଥମିକତା ଉପରେ ଧ୍ୟାନ ଦେବା ପାଇଁ ଏହି ମଞ୍ଚ ବେଶ୍ ଉପଯୋଗ ହୋଇଛି । ଆମକୁ ନିଶ୍ଚିତ କରିବାକୁ ହେବ ଯେ ବ୍ରିକ୍ସ ଆଗାମୀ ୧୫ ବର୍ଷ ପାଇଁ ଫଳପ୍ରଦ ହେବ । ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୀ, ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଉପସ୍ଥିତ ଥିଲେ ।

ସମ୍ମିଳନୀରେ ଋଷ ରାଷ୍ଟ୍ରପତି ପୁତିନ୍ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଛନ୍ତି । ପୁତିନ କହିଛନ୍ତି, ଆମେରିକା ଯିବା ପରେ ଆଫଗାନିସ୍ତାନ ସଂକଟ ମଧ୍ୟରେ ରହିଛି । ଆଫଗାନିସ୍ତାନ ପଡ଼ୋଶୀ ଦେଶ ପାଇଁ ବିପଦ ନ ପାଲଟୁ । ଆମେ ଆଗରେ ସୁରକ୍ଷା ନୂଆ ସମସ୍ୟା, ଆତଙ୍କବାଦ ଉପରେ ନିୟନ୍ତ୍ରଣ ଜରୁରୀ ।

ବିଚ୍ ରାସ୍ତାରେ ଗୁଳି କରି ଲୁଟିନେଲେ ଲକ୍ଷେ ଟଙ୍କା

କଟକ: ସିଲଭର ସିଟିରେ ଚାଞ୍ଚଲ୍ୟ, ଦିନ ଦ୍ବିପହରରେ ଫୁଟିଲା ଗୁଳି । କଟକ କନ୍ଦରପୁର ଅଂଚଳରେ ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୁଳିମାଡ଼ର ଶିକାର ବ୍ୟବସାୟୀ ହେଲେ କ୍ଷୀରୋଦ ଚନ୍ଦ୍ର ସାହୁ ।

ନିଛାଟିଆ ରାସ୍ତା ଦେଖି ଲୁଟେରା ମାନେ କ୍ଷୀରୋଦଙ୍କ ଉପରେ ଗୁଳା ମାଡ଼ କରିଥିଲେ । ପରେ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି  । ସେପଟେ ଗୁରୁତର ଭାବେ କ୍ଷୀରୋଦଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ତାଙ୍କ ବାମ ଜଂଘରେ ଗୁଳି ବାଜିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି । ବ୍ୟବସାୟୀ ଜଣକ ଜିନିଷ କିଣିବା ପାଇଁ ଏକ ଗାଡିରେ କଟକ ଆସୁଥିଲେ ।

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ

କେନ୍ଦ୍ରାପଡା:  ମହାକାଳପଡାରେ ହେଲମଟ ଯାଞ୍ଚ ବେଳେ ମାଡମରା ଘଟଣା । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୬ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣାରେ ଜଣେ ହାବିଲଦାର, ଦୁଇ ଜଣ ମହିଳା କନେଷ୍ଟବଳଙ୍କ ସମେତ ୬ଜଣ ପୋଲିସ କର୍ମଚାରୀ ସଂଶ୍ଳିଷ୍ଟ ରହିଥିଲେ  । ଏନେଇ କେନ୍ଦ୍ରାପଡା ଏସ୍‌ସପି ସମ୍ବିତ ସମ୍ପଦ ସମସ୍ତଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି  ।

ଉପସ୍ଥାପିତ ହେଲା CAG ରିପୋର୍ଟ, ବିଧାନସଭାରେ ଅର୍ଥମନ୍ତ୍ରୀ କଲେ ଉପସ୍ଥାପନ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ  । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଉପସ୍ଥାପନ କରିଛନ୍ତି । ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି  । ଚଳିତବର୍ଷ ମୌସୁମୀ ଅଧିବେସନର ଅନ୍ତିମ ଦିନ ଥିବାବେଳେ ସରକାର ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗକୁ ଉତଥାପନ କରିଥିଲେ  ।

ସେହିପରି ସଂରକ୍ଷଣ ସୀମା ବୃଦ୍ଧି ନେଇ  ସରକାର ଦାବି କରିବେ ବୋଲି ସୂଚନା ଦେଇଛନ୍ତି । ଏ ନେଇ ଆଜି ଗୃହରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଜାତିଭିତିକ ଜନଗଣନା ଓ ସଂରକ୍ଷଣ ନେଇ ଗୃହରେ ସଂକଳ୍ପ ଆଣିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବ ବୋଲି ସଂକଳ୍ପ ଆଣିଥିଲେ ମନ୍ତ୍ରୀ । ଯାହା ଆଜି ଶେଷଦିନରେ ଗୃହରେ ପାରିତ ହୋଇଛି ।

 

 

‘ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣି ବିଷ ଦେଇଛନ୍ତି ଦୁଇ ଅଜଣା ଯୁବକ’, କୁଜଙ୍ଗ ଥାନାରେ ଏତଲା

ଭୁବନେଶ୍ୱର: ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାନ୍ତି ପରିବାର  । ଦୁଶ୍ମନ୍ତଙ୍କ ମୃତ୍ୟୁ ପଛରେ କିଛି ଅଜଣା ଲୋକଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ  । ଏନେଇ କୁଜଙ୍ଗ ଥାନାରେ ଏଫଆଇଆର ଦାୟର କରିଛନ୍ତି  । ଘରୁ ଦୁଷ୍ମନ୍ତୁଙ୍କୁ ଦୁଇ ଜଣ ଅଜଣା ଯୁବକ ଭୁବନେଶ୍ୱର ନେିତଇଳଏ  । ସେ ଚାଲିବାକୁ ସକ୍ଷମ ହେଉନଥିବାବେଳେ ଭୁବନେଶ୍ୱର ଯିବା ପଛରେ ଅଜଣା ବ୍ୟକ୍ତିଙ୍କ ଭୂମିକା ରହିଛି  ।  ଦୁଷ୍ମନ୍ତର ହାତ ଏହି ଯୁବକମାନେ କାଟିଛନ୍ତି ଏବଂ ବିଷ ପିଆଇଛନ୍ତି ବୋଲି ଅଭିଯୋଗ କଲେ ପରିବାର  ।

ସେପଟେ ଏନେଇ ଜଗତସିଂହପୁର ଏସପି ସୂଚନା ଦେଇ କହିଛନ୍ତି ଏହି ଅଭିଯୋଗ ପତ୍ରକୁ କମିଶନରେଟ ପୋଲିସକୁ ପଠାଯିବ  । ଯଦ୍ୱାରା ଏହି FIR କପି ତଦନ୍ତରେ ସହାୟକ ହେବ ବୋଲି କହିଛନ୍ତି ଏସପି  ।  ଦୁଷ୍ମନ୍ତ ଚାଲି ପାରୁନଥିଲେ, ସେ ଭୁବନେଶ୍ୱର ଗଲେ କେମିତି ? ତାଙ୍କ ନିକଟକୁ ବିଷ ଆସିଲା କିପରି ? କିଏ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ଉସକାଇଥିଲେ ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ  । ସେପଟେ  ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ଗାଁରେ ଶୋକାକୁଳ ପରିବେଶ  ଖେଳି ଯାଇଛି। ସବୁ ଆଡେ ନିରବ ଏବଂ ନିସ୍ତବ୍ଦ  ।

ଦୁଇବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଗଭୀର ଆଘାତ ଲାଗିଥିଲା ଦୁଷ୍ମନ୍ତଙ୍କର । ଦୁଷ୍ମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରିଥିଲା । ମାତ୍ର ବୁଧବାର ସେ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହିତ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ପୁରୀ ସ୍ବର୍ଗଦ୍ଵାରରେ ସଂସ୍କାର କାର୍ଯ୍ୟ ସରିଛି । ପରିବାର ସଦସ୍ୟ ଏବେ ସୁଦ୍ଧା ଗାଁକୁ ଫେରି ନଥିବା ବେଳେ ବ୍ଲକ ପ୍ରଶାସନ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସବୁଠାରୁ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି, ଯେ ଯେଉଁ ଦୁଷ୍ମନ୍ତ ଚାଲିବା ପାଇଁ ସକ୍ଷମ ହେଉନଥିଲେ  । ସେ କିପରି ଗଲେ ଭୁବନେଶ୍ୱର ? ଏହି ଘଟଣା ଭିଆଇବା ପାଇଁ ପଛରେ ଆଉ କେହି ନାହିଁ ତ ? ଏବଂ  କେଉଁ ପରିସ୍ଥିତିରେ ଦୁଷ୍ମନ୍ତ ଭୁବନେଶ୍ବର ଗଲେ ଏହାର ତଦନ୍ତ ଦାବି କରିଛନ୍ତି ଦୁଷ୍ମନ୍ତଙ୍କ ବାପା ଓ ଗ୍ରାମବାସୀ ।

ଆସିଲା NIRF ତାଲିକା: ତୃତୀୟ ବର୍ଷ ପାଇଁ ଶୀର୍ଷରେ IIT ମାଡ୍ରାସ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକା-୨୦୨୧  । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆଇଆଇଟି ମାଡ୍ରାସ୍ । ଲଗାତାର ତୃତୀୟ ବର୍ଷ ଲାଗି ଆଇଆଇଟି ମାଡ୍ରାସ ଏହି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି  ।  NIRF ପକ୍ଷରୁ ପ୍ରସ୍ତୁତ ଏହି ତାଲିକା ଜାରି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଲିକାରେ ୮ଟି ଆଇଆଇଟି ରହିଥିବା ବେଳେ ଦୁଇଟି ଏନଆଇଟି ରହିଛି ।

ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ଆଇଆଇଟି ବେଙ୍ଗାଲୁରୁ, ୩ୟରେ ଆଇଆଇଟି ବମ୍ବେ, ଦିଲ୍ଲୀ, କାନପୁର, ଖଡଗପୁର, ରୁରକି, ଗୌହାଟି ପରେ ନବମ ସ୍ଥାନରେ ଜେଏନୟୁ ଏବଂ ଦଶମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି ।  ସେହିପରି ସର୍ବଶ୍ରେଷ୍ଠ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଭାବେ ଶୀର୍ଷରେ ରହିଛି ଆଇଆଇଏସ୍‌ସି, ବେଙ୍ଗାଳୁରୁ । । ଦ୍ୱିତୀୟ ଜେଏନଏୟ ଓ ତୃତୀୟରେ ବିଏଚୟୁ ଅଛି । ଅନ୍ୟପଟେ ଚତୁର୍ଥ ସ୍ଥାନରେ ରହିଛି କୋଲକାତା ବିଶ୍ୱବିଦ୍ୟାଳୟ   ।

 

ହେ ଗଣେଶ ଦିଅଁ, ଖଡି ଛୁଆଁରୁ ତୁମ ସହିତ ହୋଇଛି ଭାବ

ଭୁବନେଶ୍ୱର: ଗଣେଶ ପୂଜା ଉପଲକ୍ଷେ ପିଲାମାନଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର ଜେଡି ଜଗ୍‌ଦିଶ ଅଭିନୟ କରିଥିଲେ । ପିଲାମାନେ ଏହି ଭିଡିଓରୁ ବହୁତ ଶିକ୍ଷା ପାଇପାରିବେ । ଛୋଟ ପିଲାଟି ଗଣେଶ ମହାପ୍ରଭୂଙ୍କ ନିକଟରେ ଭଜନ ଗାଇ ଖୁସିରେ ଅଭିନୟ କରି ଗାଇଗାଇ ନାଚିଯାଉଛି । କହୁଛି ପୁରାଣଶାସ୍ତ୍ରରୁ ମୋ ପିତାମାତା ଗଣେଷ ମହାପ୍ରଭୁଙ୍କ ବିଷୟରେ ମୋତେ କହୁଥିଲେ, ଗଣେଶ ମହାପ୍ରଭୂ ଲଡୁ ଖାଆନ୍ତି । ଆଉ ଅବାଟରେ ଗଲେ ସେ ବାଟ ଦେଖାଇଦେବେ, ଏମିତି ବହୁତ କଥା ।

ହେ ଗଣେଶ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ ହୋଇଛି । ସୁନ୍ଦର ଭଜନ । ଏହି ଭଜରେ କଣ୍ଠଦାନ କରିଥିଲେ ଜୁନିୟର ଜେଡି ଜଗଦିଶ, ପ୍ରଯୋଜକ ଭରତ ବେହେରା, ଜଗା ଜେଡି କ୍ରିୟେସନର ମୁଖ୍ୟ ଜଗନ୍ନାଥ ଦାଶ ମହାନ୍ତି, ଗୀତିକାର ଅରୁଣ ସାହୁ, ଓ ଉପଦେଷ୍ଠା ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତି ପ୍ରଥମେ ଭଗବାନ ବିଘ୍ନ ବିନାଶକଙ୍କ ଶୋକ୍ଳ ଗାନ କରିବା ସଙ୍ଗେ ସଙ୍ଗେ ନିଜେ ଉପସ୍ଥିତ ରହି ସମସ୍ତ କଳାକାରମାନଙ୍କୁ ଆର୍ଶିବାଦ କରିଥିଲେ ।

ସଂଗୀତରେ ସଜାଇଥିଲେ ହାପି ମିଶ୍ର, ଭିଜୁଆଲ ଡାଇରେକଟର ସଚ୍ଚିଦାନଦ ସାମଲ, ସହ ପ୍ରଯୋଜକ ମାଧବ ମହାରଣା । ଜଗା ଜେଡି କ୍ରିଏସନ ୟୁଟୁବ ଚ୍ୟାନେଲରେ ଗଣେଷ ପୂଜାରେ ଓଡିଶାର ସମସ୍ତ ଜନସାଧାରଣ ବିଘ୍ନ ବିନାଶକ ଗଣେଶ ମହାପ୍ରଭୁଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଗଣେଶ ପୂଜାକୁ ଆନନ୍ଦର ସହ ଉପଭୋଗ କରିପାରିବେ ।