spot_img
Home Blog Page 5215

ଉପସ୍ଥାପିତ ହେଲା CAG ରିପୋର୍ଟ, ବିଧାନସଭାରେ ଅର୍ଥମନ୍ତ୍ରୀ କଲେ ଉପସ୍ଥାପନ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ  । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଉପସ୍ଥାପନ କରିଛନ୍ତି । ଉଚ୍ଚଶିକ୍ଷା ଫଳାଫଳ, ଆର୍ଥିକ କ୍ଷେତ୍ର ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି  । ଚଳିତବର୍ଷ ମୌସୁମୀ ଅଧିବେସନର ଅନ୍ତିମ ଦିନ ଥିବାବେଳେ ସରକାର ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗକୁ ଉତଥାପନ କରିଥିଲେ  ।

ସେହିପରି ସଂରକ୍ଷଣ ସୀମା ବୃଦ୍ଧି ନେଇ  ସରକାର ଦାବି କରିବେ ବୋଲି ସୂଚନା ଦେଇଛନ୍ତି । ଏ ନେଇ ଆଜି ଗୃହରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି । ଜାତିଭିତିକ ଜନଗଣନା ଓ ସଂରକ୍ଷଣ ନେଇ ଗୃହରେ ସଂକଳ୍ପ ଆଣିଥିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବ ବୋଲି ସଂକଳ୍ପ ଆଣିଥିଲେ ମନ୍ତ୍ରୀ । ଯାହା ଆଜି ଶେଷଦିନରେ ଗୃହରେ ପାରିତ ହୋଇଛି ।

 

 

‘ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣି ବିଷ ଦେଇଛନ୍ତି ଦୁଇ ଅଜଣା ଯୁବକ’, କୁଜଙ୍ଗ ଥାନାରେ ଏତଲା

ଭୁବନେଶ୍ୱର: ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାନ୍ତି ପରିବାର  । ଦୁଶ୍ମନ୍ତଙ୍କ ମୃତ୍ୟୁ ପଛରେ କିଛି ଅଜଣା ଲୋକଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ  । ଏନେଇ କୁଜଙ୍ଗ ଥାନାରେ ଏଫଆଇଆର ଦାୟର କରିଛନ୍ତି  । ଘରୁ ଦୁଷ୍ମନ୍ତୁଙ୍କୁ ଦୁଇ ଜଣ ଅଜଣା ଯୁବକ ଭୁବନେଶ୍ୱର ନେିତଇଳଏ  । ସେ ଚାଲିବାକୁ ସକ୍ଷମ ହେଉନଥିବାବେଳେ ଭୁବନେଶ୍ୱର ଯିବା ପଛରେ ଅଜଣା ବ୍ୟକ୍ତିଙ୍କ ଭୂମିକା ରହିଛି  ।  ଦୁଷ୍ମନ୍ତର ହାତ ଏହି ଯୁବକମାନେ କାଟିଛନ୍ତି ଏବଂ ବିଷ ପିଆଇଛନ୍ତି ବୋଲି ଅଭିଯୋଗ କଲେ ପରିବାର  ।

ସେପଟେ ଏନେଇ ଜଗତସିଂହପୁର ଏସପି ସୂଚନା ଦେଇ କହିଛନ୍ତି ଏହି ଅଭିଯୋଗ ପତ୍ରକୁ କମିଶନରେଟ ପୋଲିସକୁ ପଠାଯିବ  । ଯଦ୍ୱାରା ଏହି FIR କପି ତଦନ୍ତରେ ସହାୟକ ହେବ ବୋଲି କହିଛନ୍ତି ଏସପି  ।  ଦୁଷ୍ମନ୍ତ ଚାଲି ପାରୁନଥିଲେ, ସେ ଭୁବନେଶ୍ୱର ଗଲେ କେମିତି ? ତାଙ୍କ ନିକଟକୁ ବିଷ ଆସିଲା କିପରି ? କିଏ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ଉସକାଇଥିଲେ ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ  । ସେପଟେ  ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ଗାଁରେ ଶୋକାକୁଳ ପରିବେଶ  ଖେଳି ଯାଇଛି। ସବୁ ଆଡେ ନିରବ ଏବଂ ନିସ୍ତବ୍ଦ  ।

ଦୁଇବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଗଭୀର ଆଘାତ ଲାଗିଥିଲା ଦୁଷ୍ମନ୍ତଙ୍କର । ଦୁଷ୍ମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରିଥିଲା । ମାତ୍ର ବୁଧବାର ସେ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହିତ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ପୁରୀ ସ୍ବର୍ଗଦ୍ଵାରରେ ସଂସ୍କାର କାର୍ଯ୍ୟ ସରିଛି । ପରିବାର ସଦସ୍ୟ ଏବେ ସୁଦ୍ଧା ଗାଁକୁ ଫେରି ନଥିବା ବେଳେ ବ୍ଲକ ପ୍ରଶାସନ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସବୁଠାରୁ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି, ଯେ ଯେଉଁ ଦୁଷ୍ମନ୍ତ ଚାଲିବା ପାଇଁ ସକ୍ଷମ ହେଉନଥିଲେ  । ସେ କିପରି ଗଲେ ଭୁବନେଶ୍ୱର ? ଏହି ଘଟଣା ଭିଆଇବା ପାଇଁ ପଛରେ ଆଉ କେହି ନାହିଁ ତ ? ଏବଂ  କେଉଁ ପରିସ୍ଥିତିରେ ଦୁଷ୍ମନ୍ତ ଭୁବନେଶ୍ବର ଗଲେ ଏହାର ତଦନ୍ତ ଦାବି କରିଛନ୍ତି ଦୁଷ୍ମନ୍ତଙ୍କ ବାପା ଓ ଗ୍ରାମବାସୀ ।

ଆସିଲା NIRF ତାଲିକା: ତୃତୀୟ ବର୍ଷ ପାଇଁ ଶୀର୍ଷରେ IIT ମାଡ୍ରାସ୍

ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ତାଲିକା-୨୦୨୧  । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଆଇଆଇଟି ମାଡ୍ରାସ୍ । ଲଗାତାର ତୃତୀୟ ବର୍ଷ ଲାଗି ଆଇଆଇଟି ମାଡ୍ରାସ ଏହି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି  ।  NIRF ପକ୍ଷରୁ ପ୍ରସ୍ତୁତ ଏହି ତାଲିକା ଜାରି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଲିକାରେ ୮ଟି ଆଇଆଇଟି ରହିଥିବା ବେଳେ ଦୁଇଟି ଏନଆଇଟି ରହିଛି ।

ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ଆଇଆଇଟି ବେଙ୍ଗାଲୁରୁ, ୩ୟରେ ଆଇଆଇଟି ବମ୍ବେ, ଦିଲ୍ଲୀ, କାନପୁର, ଖଡଗପୁର, ରୁରକି, ଗୌହାଟି ପରେ ନବମ ସ୍ଥାନରେ ଜେଏନୟୁ ଏବଂ ଦଶମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ରହିଛି ।  ସେହିପରି ସର୍ବଶ୍ରେଷ୍ଠ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଭାବେ ଶୀର୍ଷରେ ରହିଛି ଆଇଆଇଏସ୍‌ସି, ବେଙ୍ଗାଳୁରୁ । । ଦ୍ୱିତୀୟ ଜେଏନଏୟ ଓ ତୃତୀୟରେ ବିଏଚୟୁ ଅଛି । ଅନ୍ୟପଟେ ଚତୁର୍ଥ ସ୍ଥାନରେ ରହିଛି କୋଲକାତା ବିଶ୍ୱବିଦ୍ୟାଳୟ   ।

 

ହେ ଗଣେଶ ଦିଅଁ, ଖଡି ଛୁଆଁରୁ ତୁମ ସହିତ ହୋଇଛି ଭାବ

ଭୁବନେଶ୍ୱର: ଗଣେଶ ପୂଜା ଉପଲକ୍ଷେ ପିଲାମାନଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର ଜେଡି ଜଗ୍‌ଦିଶ ଅଭିନୟ କରିଥିଲେ । ପିଲାମାନେ ଏହି ଭିଡିଓରୁ ବହୁତ ଶିକ୍ଷା ପାଇପାରିବେ । ଛୋଟ ପିଲାଟି ଗଣେଶ ମହାପ୍ରଭୂଙ୍କ ନିକଟରେ ଭଜନ ଗାଇ ଖୁସିରେ ଅଭିନୟ କରି ଗାଇଗାଇ ନାଚିଯାଉଛି । କହୁଛି ପୁରାଣଶାସ୍ତ୍ରରୁ ମୋ ପିତାମାତା ଗଣେଷ ମହାପ୍ରଭୁଙ୍କ ବିଷୟରେ ମୋତେ କହୁଥିଲେ, ଗଣେଶ ମହାପ୍ରଭୂ ଲଡୁ ଖାଆନ୍ତି । ଆଉ ଅବାଟରେ ଗଲେ ସେ ବାଟ ଦେଖାଇଦେବେ, ଏମିତି ବହୁତ କଥା ।

ହେ ଗଣେଶ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ ହୋଇଛି । ସୁନ୍ଦର ଭଜନ । ଏହି ଭଜରେ କଣ୍ଠଦାନ କରିଥିଲେ ଜୁନିୟର ଜେଡି ଜଗଦିଶ, ପ୍ରଯୋଜକ ଭରତ ବେହେରା, ଜଗା ଜେଡି କ୍ରିୟେସନର ମୁଖ୍ୟ ଜଗନ୍ନାଥ ଦାଶ ମହାନ୍ତି, ଗୀତିକାର ଅରୁଣ ସାହୁ, ଓ ଉପଦେଷ୍ଠା ଓଡ଼ିଶାର ବରିଷ୍ଠ କଣ୍ଠଶିଳ୍ପୀ ଦିବାକର ମହାନ୍ତି ପ୍ରଥମେ ଭଗବାନ ବିଘ୍ନ ବିନାଶକଙ୍କ ଶୋକ୍ଳ ଗାନ କରିବା ସଙ୍ଗେ ସଙ୍ଗେ ନିଜେ ଉପସ୍ଥିତ ରହି ସମସ୍ତ କଳାକାରମାନଙ୍କୁ ଆର୍ଶିବାଦ କରିଥିଲେ ।

ସଂଗୀତରେ ସଜାଇଥିଲେ ହାପି ମିଶ୍ର, ଭିଜୁଆଲ ଡାଇରେକଟର ସଚ୍ଚିଦାନଦ ସାମଲ, ସହ ପ୍ରଯୋଜକ ମାଧବ ମହାରଣା । ଜଗା ଜେଡି କ୍ରିଏସନ ୟୁଟୁବ ଚ୍ୟାନେଲରେ ଗଣେଷ ପୂଜାରେ ଓଡିଶାର ସମସ୍ତ ଜନସାଧାରଣ ବିଘ୍ନ ବିନାଶକ ଗଣେଶ ମହାପ୍ରଭୁଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଗଣେଶ ପୂଜାକୁ ଆନନ୍ଦର ସହ ଉପଭୋଗ କରିପାରିବେ ।

ବୁଷ୍ଟର ଡୋଜ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋଭିଡ ନିରାକରଣ ଲାଗି ବୁଷ୍ଟର ଡୋଜ ନଦେବାକୁ ବିଭିନ୍ନ ରାଷ୍ଟ୍ରକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏବେ ବି କୋଟି କୋଟି ଲୋକ ଟିକା ପାଇପାରିନାହାଁନ୍ତି। ସେମାନଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ଚଳିତ ବର୍ଷ ଶେଷ ଯାଏଁ କୌଣସି ଦେଶ ବୁଷ୍ଟର ଡୋଜ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ସଂଗଠନର ମୁଖ୍ୟ ଟେଡ୍ରସ ଅଧନମ। ବିଶ୍ୱକୁ ଟିକା ଯୋଗାଉ ଥିବା ବିଭିନ୍ନ କମ୍ପାନୀ ଓ ରାଷ୍ଟ୍ର ଏଥିପ୍ରତି ମାନବିକ ଆଧାରରେ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି।

ଗରିବ ରାଷ୍ଟ୍ରଗୁଡିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ, ଦୁର୍ବଳ ବର୍ଗଙ୍କୁ ଯେପରି ତ୍ୱରିତ ଟିକା ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଲାଗି ସେ ଧନୀ ରାଷ୍ଟ୍ର ଓ ଟିକାପ୍ରସ୍ତୁତକାରୀ କମ୍ପାନିଙ୍କୁ ଅନୁରୋଧ କରିଛନ୍ତି। ଗତ ମାସରେ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ସେପ୍ଟେମ୍ବର ଶେଷ ସୁଦ୍ଧା ବୁଷ୍ଟର ଡୋଜ ବନ୍ଦ ଲାଗି ପରାମର୍ଶ ଦେଇଥିଲେ। ପୁଣି ଥରେ ଏହି ସମୟ ସୀମା ବର୍ଷ ଶେଷ ଯାଏଁ ବଢାଇବା ଲାଗି ସେ ପରାମର୍ଶ ଦେଇଛନ୍ତି। ଗରିବ ରାଷ୍ଟ୍ରଗୁଡିକୁ ବିଭିନ୍ନ ଧନୀ ରାଷ୍ଟ୍ର ୧୦୦ କୋଟି ଟିକା ଡୋଜ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।

ଦୁଷ୍ମନ୍ତଙ୍କୁ ବିଜେପି ନେତା ଆତ୍ମହତ୍ୟା ପାଇଁ ଉସୁକାଇଥିବା କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଗତକାଲି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ନେଇ ଉଠିଛି ପ୍ରଶ୍ନ। ଦୁଷ୍ମନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଗାଁ ଲୋକେ। ଦୁଷ୍ମନ୍ତ ଚାଲି ପାରୁନଥିଲେ, ସେ ଭୁବନେଶ୍ୱର ଗଲେ କେମିତି ? ତାଙ୍କ ନିକଟକୁ ବିଷ ଆସିଲା କିପରି ? କିଏ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ଉସକାଇଥିଲେ ? ଏହି ବିବାଦରେ ବିରୋଧୀ ଦଳକୁ ଦାୟୀ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଦୁଷ୍ମନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ବିଜେପି ଦଳର ନେତାମାନେ ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ସେ ଅଭିଯୋଗ କରିଛନ୍ତି।

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ଗାଁରେ ଶୋକାକୁଳ ପରିବେଶ। ଦୁଇବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଗଭୀର ଆଘାତ ଲାଗିଥିଲା ଦୁଷ୍ମନ୍ତଙ୍କର। ଦୁଷ୍ମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରିଥିଲା। ମାତ୍ର ବୁଧବାର ସେ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହିତ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ପୁରୀ ସ୍ୱର୍ଗଦ୍ଵାରରେ ସଂସ୍କାର କାର୍ଯ୍ୟ ସରିଛି। ପରିବାର ସଦସ୍ୟ ଏବେ ସୁଦ୍ଧା ଗାଁକୁ ଫେରି ନଥିବା ବେଳେ ବ୍ଲକ ପ୍ରଶାସନ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କେଉଁ ପରିସ୍ଥିତିରେ ଦୁଷ୍ମନ୍ତ ଭୁବନେଶ୍ୱର ଗଲେ ଏହାର ତଦନ୍ତ ଦାବି କରିଛନ୍ତି ଦୁଷ୍ମନ୍ତଙ୍କ ବାପା ଓ ଗ୍ରାମବାସୀ।

ସେପଟେ ଦୁର୍ଘଟଣାର ଶିକାର ଦୁଷ୍ମନ୍ତ ଦାସଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହୟତା ଯୋଗାଇଥିଲା ବୋଲି ସୂଚନା ମିଳିଛି। ଗତ ଅଗଷ୍ଟ ୧୨ ତାରିଖରେ ଜିଲ୍ଲାପାଳଙ୍କ ଉଦ୍ୟମରେ ରେଡକ୍ରସ ପାଣ୍ଠିରୁ ଦୁଷ୍ମନ୍ତଙ୍କୁ ୫ହଜାର ଟଙ୍କାର ସହାୟତା ଯୋଗାଇଦିଆଯାଇଥିଲା। ସେହିଭଳି ପ୍ଲାଷ୍ଟିକ ସର୍ଜରୀ ପାଇଁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ଚିକିତ୍ସା ପାଇଁ ଦୁଷ୍ମନ୍ତ ବାରମ୍ବାର ସରକାରଙ୍କୁ ଅନୁରୋଧ କରୁଥିଲେ। ସରକାର ମଧ୍ୟ ତାଙ୍କୁ ଆବଶ୍ୟକ ଆର୍ଥିକ ସହୟତା ସାଙ୍ଗକୁ ଚିକିତ୍ସା ସୁବିଧା ଯୋଗାଇଦେଇଛନ୍ତି। ଗୋଟେ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମଧ୍ୟ ତାଙ୍କର ଚିକିତ୍ସା କରାଯାଇଥିଲା।

ସେହିପରି ଏସସିବିରେ ଭର୍ତ୍ତି ହୋଇଥିବା ଦୁଷ୍ମନ୍ତ ଦାସଙ୍କ ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ଡାକ୍ତର ମାନେ ସମସ୍ତ ଉଦ୍ୟମ କରିଥିଲେ। ମେଡିକାଲରେ ତିନି ମାସ ରହିବା ପରେ ତାଙ୍କୁ ଫିଜିଓଥେରାପି କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ଏକ ଦୁର୍ଘଟଣା ଜନିତ କ୍ରସ୍ ଇନଜୁରି ହୋଇଥିବାରୁ ଗୋଡ ସ୍ୱାଭାବିକ ହେବାକୁ ସମୟ ଲାଗିବ ବୋଲି କହିଥିଲେ ଡାକ୍ତର। ସମସ୍ତ ଚିକିତ୍ସା ମାଗଣାରେ କରାଯାଉଥିଲା। ଗତ ୬ ତାରିଖରେ ଏମ୍ସ ଯିବା ପାଇଁ ଇଛା ପ୍ରକାଶ କରିଥିଲେ ଦୁଷ୍ମନ୍ତ। ତେଣୁ ତାଙ୍କ ଚିକିତ୍ସାରେ କିଛି ବି ଅବହେଳା କରାଯାଇନଥିବା ଏସସିବି ପକ୍ଷରୁ କୁହାଯାଇଛି।

ଓପିଆଇଡି କୋର୍ଟରେ EOWର ଆବେଦନ ପରେ ୩ ଦିନିଆ ରିମାଣ୍ଡରେ ଆସିବେ ଏମ. ଭି ପ୍ରସାଦ

ଭୁବନେଶ୍ୱର: ୱେଲ ଫେୟାର ଚିଟପଣ୍ଡ ଠକେଇ ମାମଲା। ୩ ଦିନିଆ ରିମାଣ୍ଡରେ ଆସିବେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ. ଭି ପ୍ରସାଦ। ଏନେଇ ଓପିଆଇଡି କୋର୍ଟରେ ଆବେଦନ କରିବ ଇଓଡବ୍ଲ୍ୟ। ରିମାଣ୍ଡ ସମୟରେ ଏମ.ଭି ପ୍ରସାଦଙ୍କ ବେଆଇନ ଅର୍ଥ କାରବାର ଓ ଗ୍ଲାମର ଲିଙ୍କ ନେଇ ଖୋଲତାଡ କରାଯିବ। କେଉଁଠି କେତେ ଟଙ୍କା ଇନଭେଷ୍ଟ କରିଛନ୍ତି ? ଅନ୍ୟ କୌଣସି ଆକାଉଣ୍ଟକୁ ଟଙ୍କା ଯାଇଛି କି ନାହିଁ ? ଅନ୍ୟ କୌଣସି ସଂସ୍ଥାରେ କେତେ ଟଙ୍କା ବିନିଯୋଗ ହୋଇଛି ? ଠକେଇର ପରିମାଣ କେତେ ? କେତୋଟି ଗ୍ରୁପ୍ ଅଫ୍‌ କମ୍ପାନୀ ଅଛି ? କମ୍ପାନୀରେ କିଏ କିଏ ନିର୍ଦ୍ଦେଶକ ଥିଲେ ? ଏଥିସହ ପାରିବାରିକ ଲିଙ୍କ ଏବଂ ଓଡ଼ିଶାରେ ଲିଙ୍କ୍‌ ନେଇ ମଧ୍ୟ ତନଘନା କରାଯିବ। ସେହିପରି ଓଡ଼ିଶାରେ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରିବ ଇଓଡବ୍ଲ୍ୟୁ। ସମ୍ପତି ଯାଞ୍ଚ ପାଇଁ ବୋର୍ଡ ଅଫ୍‌ ରେଭନ୍ୟୁକୁ ଚିଠି ଲେଖିବ ଇଓଡବ୍ଲ୍ୟୁ।

ଆଫଗାନିସ୍ତାନରେ ତାଲିବାନର ସରକାରର ନୂଆ ନିୟମ, କୌଣସି କ୍ରୀଡାରେ ସାମିଲ ହୋଇପାରିବେ ନାହିଁ ମହିଳା

କାବୁଲ: ଆଫଗାନିସ୍ତାନରେ ଆରମ୍ଭ ହୋଇଛି ଆତଙ୍କବାଦୀ ସରକାରର। ସରକାର ଆରମ୍ଭ ହେବା ପରେ ବାହାରୁଛି ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ ନିୟମ। ମହିଳାଙ୍କୁ ନେଇ ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଉଛି ତାଲିବାନ ସରକାର। ଆଗକୁ ଆଫଗାନିସ୍ତାନରେ କୌଣସି କ୍ରୀଡାରେ ସାମିଲ ହୋଇପାରିବେ ନାହିଁ ମହିଳାମାନେ।

ତାଲିବାନର ନୂଆ ସରକାର ଆସିବା ପରେ ଏଭଳି ନିୟମ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଆଫଗାନିସ୍ତାନରେ ଥିବା ମହିଳା କ୍ରିଡାବିତ୍। ସେପଟେ ତାଲିବାନ ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ପଡିଛି କ୍ରିକେଟ୍ ଟିମ୍ ଉପରେ।

ଯଦି ମହିଳାମାନଙ୍କୁ ଖେଳିବାକୁ ସୁଯୋଗ ନ ଦିଆଯାଏ, ତେବେ ଆସନ୍ତା ନଭେମ୍ବର ମାସରେ ଆଫଗାନ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚ୍ ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଆଫଗାନିସ୍ତାନରେ ତାଲିବାନ୍ ଶାସନ ଆରମ୍ଭ ହେବା ପରେ ଏବେ ମହିଳାଙ୍କ ସ୍ୱର ଦବାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ପାକିସ୍ତାନ ସୀମାକୁ ଲାଗିଥିବା ନ୍ୟାସନାଲ ହାଇଓ୍ୱେ ଉପରେ ଓହ୍ଲାଇଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ନ୍ୟାସନାଲ ହାଇଓ୍ୱେ ଉପରେ ଏୟାରଷ୍ଟ୍ରିପ। ପାକିସ୍ତାନ ସୀମାରେ ଥିବା ରାଜସ୍ଥାନର ଜାଲୋନ ଦେଇ ଯାଇଥିବା ହାଇୱେ ଉପରେ ଓହ୍ଲାଇଛି ଯୁଦ୍ଧ ବିମାନ । ରାଜସ୍ଥାନର ଜାଲୋରଠାରେ ହାଇଓ୍ୱେ ଉପରେ ସ୍ୱତନ୍ତ୍ର ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏୟାରଷ୍ଟ୍ରିପ ଉଦଘାଟନ କରିଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଏୟାର ଚିଫ୍ ମାର୍ଶାଲ ଆର କେ ଏସ ଭଦୋରିଆ, ସିଡିଏସ ଜେନେରାଲ ବିପିନ ରାଓ୍ୱତ ପ୍ରମୁଖ ଉପସ୍ଥିତ ଥିଲେ।

ପାକିସ୍ତାନ ସୀମାଠାରୁ ମାତ୍ର କିଛିଦୂରରେ ଏହି ୫କିଲୋମିଟର ଲମ୍ବ ଏୟାରଷ୍ଟ୍ରିପର ଶୁଭାରମ୍ଭ ହୋଇଛି। ଏହି ଏୟାରଷ୍ଟ୍ରିପରେ ବାୟୁସେନାର ଯୁଦ୍ଧ ବିମାନ ଅବତରଣ କରିପାରିବ। ରନ ଓ୍ୱେର ଉଦଘାଟନ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ଜାଗୁଆର ଏଠାରେ ଅବତରଣ କରି ଦମ୍ ଦେଖାଇଥିଲେ।

ଭବିଷ୍ୟତରେ ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତ ସାମରିକ କ୍ଷେତ୍ରରେ ଏହି ରନ ଓ୍ୱେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହି ଏୟାରଷ୍ଟ୍ରିପରେ ୪ଟି ଏୟାରକ୍ରାଫ୍ଟ ପାର୍କିଂ କରିବା ସୁବିଧା ରହିଛି। ଏହା ଦେଶର ପ୍ରଥମ ଜାତୀୟ ରାଜପଥ, ଯାହା ଉପରେ ଏୟାରଷ୍ଟ୍ରିପ ନିର୍ମାଣ କରାଯାଇଛି। ପୂର୍ବରୁ ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେ ଉପରେ ଯୁଦ୍ଧ ବିମାନ ସୁଖୋଇ ଅବତରଣ କରିଥିଲା।

ନିଶା ଖାଇବା ପାଇଁ ମୋବାଇଲ ଛଡାଉଥିଲେ, ଲୋକେ ଧରି ନିର୍ଧୁମ ପିଟିଲେ

ଭୁବନେଶ୍ୱର: ଭୁବନେଶ୍ୱରରେ ଲୁଟେରାଙ୍କୁ ନିର୍ଧୁମ ମାଡ। ଖସି ପଳାଉଥିବା ବେଳେ ଲୁଟେରାଙ୍କୁ ଧରି ପିଟିଲେ ସ୍ଥାନୀୟ ଲୋକେ। ମୋବାଇଲ ଓ ଟଙ୍କା ଛଡାଇ ଚମ୍ପଟ ମାରିବା ବେଳେ ଧରିଲେ ରାସ୍ତାରେ ଯାଉଥିବା ଯାତ୍ରୀ। ଗତ କାଲି ଚନ୍ଦ୍ରଶେଖପୁର ଥାନା ଅଞ୍ଚଳର ଏକ ବସ ଷ୍ଟପ ନିକଟରେ ଜଣେ ଯୁବକ ବସକୁ ଅପେକ୍ଷା କରିଥିଲେ।

ସେହି ସମୟରେ ଦୁଇ ଜଣ ଲୁଟେରା ଯୁବକଙ୍କ ଠାରୁ ମୋବାଇଲ ଓ ପର୍ସ ଛଡେଇବା ସହ ମାଡ ମାରିଥିଲେ। ଯୁବକ ଜଣଙ୍କ ଜୋରରେ ପାଟି କରିବାରୁ ରାସ୍ତାରେ ଯାଉଥିବା ଲୋକ ମାନେ ଦୁଇ ଲୁଟେରାଙ୍କୁ କାବୁ କରିବା ବେଳେ ଘଟଣା ସ୍ଥଲରୁ ଜଣେ ଲୁଟେରା ଖସି ପଲେଇଥିଲା। ଅନ୍ୟ ଜଣଙ୍କୁ କାବୁ ଉତ୍ତମ ମଧ୍ୟମ ଦେବା ସହ ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ। ପିସିଆର ପହଞ୍ଚି ଲୁଟେରାକୁ ଥାନାକୁ ନେଇ ସହଯୋଗୀ ବାବଦରେ ପଚରାଉଚରା କରିଛି। ନିଶା ପାଇଁ ମୋବାଇଲ ଛଡାଉ ଥିବା ଜଣା ପଡିଛି।