spot_img
Home Blog Page 5216

୫୭ ନଂ ଜାତୀୟ ରାଜପଥରରେ ସଡ଼କ ଦୁର୍ଘଟଣା, ୨ ଜଣଙ୍କର ମୃତ୍ୟୁ ଜଣେ ଗୁରୁତର

ନୟାଗଡ଼: ନୟାଗଡ଼ ଦଶପଲ୍ଲା ବ୍ଲକ୍ ୫୭ ନଂ ଜାତୀୟ ରାଜପଥର ଖଡାପିଟା ଘାଟିରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେଲା ସ୍କୁଟି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସୂଚନା ଅନୁସାରେ ସ୍କୁଟିରେ ୩ ଜଣ ଯୁବକ ରାଧେଶ୍ୟାମ ଖର୍ଦି, ଆଲୋକ ଶତପଥୀ ଓ ମନୋଜ କୁମାର ନାୟକ ଭୁବନେଶ୍ୱରରୁ ବାଲିଗୁଡା ଅଭିମୁଖେ ଯାଉଥିଲେ। ରାସ୍ତାରେ ଗଲା ବେଳେ ସ୍କୁଟିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ସମୟରେ ଦୁଇଜଣଙ୍କର ସେହି ସମୟରେ ହିଁ ମୃତ୍ୟୁ ହୋଇଯାଇଥିଲା। ତେବେ ଗୁରୁତରଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ପୋଲିସ ଘଟଣାସ୍ଥଳରେ ପହଁଚି ସ୍କୁଟିକୁ ଜବତ କରିଛି। ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି ରାଧେଶ୍ୟାମ, ଆଲୋକ ଓ ମନୋଜଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ।

ଜନସ୍ୱାର୍ଥ ଓ ପ୍ରସଙ୍ଗ ଭୁଲି କେବଳ ରାଜନୀତି କରିବାରେ ଲାଗିଛନ୍ତି ବିରୋଧୀ

ଭୁବନେଶ୍ୱର: ବିଜେପିର ଦୋମୁହାଁ ନୀତି। ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ଆଚରଣକୁ ସାଧାରଣ ଲୋକ ଦୁର୍ଭାଗ୍ୟଜନକ ବୋଲି କହିଲେଣି। ଲୋକଙ୍କ ପ୍ରସଙ୍ଗ, ସ୍ୱାର୍ଥକଥା ଭୁଲି କେବଳ ରାଜନୀତି କରିବାରେ ଲାଗିଛନ୍ତି ବିରୋଧୀ। ବିଶେଷକରି ବିଜେପିର ଦୋମୁହାଁ ନୀତିକୁ ସାଧାରଣରେ ନାପସନ୍ଦ କରାଯାଉଛି। ଗତ ପାର୍ଲାମେଣ୍ଟ ଅଧିବେଶନ ବେଳେ ବିରୋଧୀ ଅଚଳାବସ୍ଥା ସୃଷ୍ଟି କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କାନ୍ଦି ପକାଇଥିଲେ।

ଭେଙ୍କେୟା ନାଇଡୁ କହିଥିଲେ ଯେ, ସଦନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବେଳେ କୌଣସି ବିଶୃଙ୍ଖଳା ହେବା ଉଚିତ ନୁହେଁ। ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଅନୁରୂପ ଭାବେ ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଥିଲେ, ବିରୋଧୀଙ୍କ ବିଶୃଙ୍ଖଳିତ ଆଚରଣ ଓ ଗୃହକୁ ଚଳାଇନଦେବା ପବିତ୍ର ଗଣତନ୍ତ୍ରର ପରିପନ୍ଥୀ। ଗଣତନ୍ତ୍ର ମନ୍ଦିର ପ୍ରତି ଏହା କୁଠାରାଘାତ। ନାଇଡୁ କହିଥିଲେ ଯେ, ବିରୋଧୀଙ୍କ ଏଭଳି ଅସହଯୋଗକୁ ନିନ୍ଦା କରିବା ଲାଗି ତାଙ୍କ ନିକଟରେ ଭାଷା ନାହିଁ। ଏହି କାରଣରୁ ସେ ରାତି ସାରା ଶୋଇ ପାରୁନାହାନ୍ତି। ନାଇଡୁଙ୍କ କଣ୍ଠ ଘୃଣାରେ ଥରୁଥିଲା। ବିରୋଧୀଙ୍କ ଏଭଳି ଆଚରଣ ପଛର କାରଣ ସେ ଖୋଜି ପାଇନଥିବା ଦୁଃଖର ସହ କହିଥିଲେ।

ଲୋକସଭାର ମୌସୁମୀ ଅଧିବେଶ ବେଳେ ବିରୋଧୀ ସଦସ୍ୟଙ୍କ ଅସହଯୋଗ କାରଣରୁ ସବୁଠୁ କମ କାମ ହେବାନେଇ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଗୃହକୁ ସୁରୁଖୁରୁ ଚଳାଇବା ପାଇଁ ତାଙ୍କର ସମସ୍ତ ଉଦ୍ୟମ ସତ୍ତ୍ୱେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି।

ଓମ ବିର୍ଲା କହିଥିଲେ, ଯେ ଗୃହରେ ଲୋକଙ୍କ କଥା ଆଲୋଚନା ହୋଇନପାରିବାରୁ ସାଧାରଣ ଜନତା ଅତ୍ୟନ୍ତ ଦୁଃଖିତ ଓ କ୍ଷୁବ୍ଧ। ଲୋକଙ୍କର ଏହି ଉଦବେଗ ସହିତ ସେ ଏକମତ ବୋଲି ପ୍ରକାଶ କରିଥିଲେ। ଏଭଳି ପରିସ୍ଥିତିରେ ସଂସଦୀୟ ବିଧି ବ୍ୟବସ୍ଥା ସଂପର୍କିତ ନିୟମ କାନୁନର ପୁନଃ ସମୀକ୍ଷାପାଇଁ ଲୋକସଭା ବାଚସ୍ପତି ପ୍ରସ୍ତାବ ରଖିଥିଲେ। ଏ ସଂପର୍କରେ ଅଧିକାରୀମାନେ ଏକ କମିଟି ଗଠନ କରି ଆଲୋଚନା କରିବା ସହ ଚୂଡାନ୍ତ ରିପୋର୍ଟ ପ୍ରଦାନ କରନ୍ତୁ କୁହାଯାଇଥିଲା।

ପାର୍ଲାମେଣ୍ଟରେ ବିଭିନ୍ନ ବିରୋଧୀ ଦଳ ଅଚଳାବସ୍ଥା ସୃଷ୍ଟି ପାଇଁ ଉଦ୍ୟମ କରୁଥିବା ବେଳେ ବିଜେଡି ସାଂସଦମାନେ କିନ୍ତୁ, ଦାୟିତ୍ୱ ସମ୍ପନ୍ନ। ବିଜେଡି ସାଂସଦମାନେ ଶୃଙ୍ଖଳିତ। ଲୋକପ୍ରତିନିଧି ହିସାବରେ ପ୍ରତ୍ୟେକ ଆଲୋଚନାରେ ଅଂଶଗ୍ରହଣ କରି ମତ ରଖିଥିଲେ। ଗୋଟିଏ ପଟେ ବିଜେପିର କେନ୍ଦ୍ରୀୟ ନେତାମାନେ ବିଭିନ୍ନ ବିଧେୟକ ସଂପର୍କରେ ଆଲୋଚନା ଏବଂ ଶୃଙ୍ଖଳିତ ତର୍ଜମା ପାଇଁ ଆହ୍ୱାନ ଦେଉଥିବା ବେଳେ, ଅନ୍ୟପଟେ ରାଜ୍ୟ ବିଜେପି କିନ୍ତୁ ବିଧାନସଭାରେ ଓଲଟା ଆଚରଣ ଓ ଆଭିମୁଖ୍ୟ ଗ୍ରହଣ କରୁଛି। ଅନ୍ୟ ଅର୍ଥରେ କହିଲେ ସଂପୂର୍ଣ୍ଣ ଭାବେ ଏହା ବିଜେପିର ଦୋମୁହାଁ ନୀତି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ବିଧାନସଭାର ମୌସୁମୀ ଅଧିବେଶନରେ ଲୋକଙ୍କ କଥାକୁ ଜଳାଞ୍ଜଳି ଦେଇ ବିଜେପି ଗୃହ ଚଳାଇନଦେବାକୁ ନିଷ୍ପତ୍ତି ନେଇସାରିଛି।

କରୋନାରୁ ସୁସ୍ଥ ହେବା ପରେ ଶୂନରୁ ୧୦ ବର୍ଷର ପିଲାଙ୍କ ମଧ୍ୟରେ ବଢିଯାଉଛି ଏମ୍‌ଆଇ ସିଣ୍ଡ୍ରମ

ଭୁବନେଶ୍ୱର: ରାଜ୍ୟରେ ଏବେ ଶିଶୁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ିବାରେ ଲାଗିଛି। ପ୍ରତିଦିନ ୧୦୦ ପରେ ରହୁଛି ଶୂନରୁ ୧୮ ମଧ୍ୟରେ ପିଲାଙ୍କୁ ସଂକ୍ରମଣ। ତେବେ କୋଭିଡ ସଂକ୍ରମଣର ଏକ ମାସ ପରେ ଶୂନରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟି ସିଷ୍ଟମ ଇନ୍‌ଫ୍ଲାମାଟୋରୀ ସିଣ୍ଡ୍ରମ ବା ଏମ୍‌ଆଇ ସିଣ୍ଡ୍ରମର ସମ୍ଭାବନା ବଢିଯାଉଛି।

ଯିଦି ଦେଖିବା ତେବେ ଏହା ପ୍ରଥମ ଲହରିରେ ଚିହ୍ନଟ ହୋଇ ନଥିଲା। ଏହା ଦ୍ଵିତୀୟ ଲହରିରେ ଦେଖାଗଲା ଯେ ବହୁତ ପିଲା ଏମ୍ଆଇ ସିଣ୍ଡ୍ରମରେ ହସ୍ପିଟାଲ ଆସୁଛନ୍ତି। ଏହାର ଲକ୍ଷଣ ହେଉଛି କୋଭିଡରୁ ସୁସ୍ଥ ହେବାର ଏକ ମାସ ପରେ ସେମାନଙ୍କ ମୁଣ୍ଡ ବିନ୍ଧା, ଝାଡ଼ା, ବାନ୍ତି ହେଉଛି। ଏହି ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହେଲେ ମୃତ୍ୟୁହାର କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ସେ କହିଛନ୍ତିଯେ ଜିଲ୍ଲା ସମେତ ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଓ ବେଡ଼ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ICU ଓ HDU ବ୍ୟବସ୍ଥା ପାଇଁ ବନ୍ଦୋବସ୍ତ ଚାଲିଛି। ଖୁବ ଶୀଘ୍ର ସବୁ ହସ୍ପିଟାଲରେ ଏହି ଚିକିତ୍ସା ସୁବିଧା ମିଳିବ। ବର୍ତ୍ତମାନ ସବୁ ମେଡିକାଲ କଲେଜରେ ଏହି ସୁବିଧା ଅଛି ବୋଲି ସୂଚନା ଦେଇଛନ୍ତି।

କେନ୍ଦ୍ରର ଚାଷୀ ମାରଣ ନୀତିକୁ ବିଜେଡିର ବିରୋଧ,ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ଆଜି ବି ଚାଲିପାରୁନି ଗୃହ। ବିରୋଧିଙ୍କ ହଟ୍ଟଗୋଳ ଯୋଗୁ ମୁଲତବୀ ହେଉଛି ଗୃହ। ଗୃହ ଚଳାଇନଦେବା ପ୍ରତିବାଦରେ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ। ଓଡ଼ିଶାକୁ ସବୁବେଳେ ଅବହେଳା କରୁଛନ୍ତି କେନ୍ଦ୍ର ସରକାର। ରାଜ୍ୟର ଚାଷୀଙ୍କ ପ୍ରତି ଅବିଚାର କରୁଛି କେନ୍ଦ୍ର। ଏସବୁ ପ୍ରସଙ୍ଗକୁ ଲୁଚାଇବାକୁ ବିଜେପି ଗୃହ ଚଳାଇଦେଉନଥିବା ବିଜେଡି ଅଭିଯୋଗ କରିଛି। ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯାଉନଥିବାରୁ ପ୍ରତିବାଦ କରିଛି ଶାସକ ଦଳ। ଏହାସହିତ ରବି ଋତୁରେ ଧାନର ଏମ୍‌ଏସ୍‌ପି ବୃଦ୍ଧି କରାଯାଉନଥିବାରୁ ବିଜେଡି ଉଦବେଗ ପ୍ରକାଶ କରିଛି।

୪ ବର୍ଷ ପୂର୍ବରୁ ସର୍ବଦଳିୟ ହମ୍ମତି କ୍ରମେ ରିଜୋଲେସନ ପାସ ହୋଇଥିଲା। ଧାନର ସହାୟକ ମୂଲ୍ୟକୁ ୨୯୩୦ କରାଯାଉ ବୋଲି ଦାବି ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ ଚାଷୀ ମାନଙ୍କ କଥା ବୁଝିବା ପାଇଁ। କିନ୍ତୁ ବିଜେଡି ସବୁବେଳେ ଚାଷୀ ମାନଙ୍କର ସହିତ ରହିଛି। ତେବେ ଆସନ୍ତା ରବି ଫସଲରେ ଧାନର ସହାୟକ ମୂଲ୍ୟକୁ ୨୯୩୦କୁ ବୃଦ୍ଧି କରାଯାଉ ବୋଲି ବିଜେଡି ଦାବି କରିଛି।

ବିଜେପି ସଦସ୍ୟ ମାନେ ରାଜ୍ୟ ସ୍ୱାର୍ଥ ପାଇଁ କେନ୍ଦ୍ର ନିକଟରେ ଦାବି କରନ୍ତୁ ବୋଲି ବିଜେଡି କହିଛି। ଓଡ଼ିଶା ଚାଷୀଙ୍କ ପ୍ରତି ଅବହେଳା କରୁଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ ଅଧିକ ଧାନ ଚାଷ ହେଉଛି। ସେହି ଅନୁପାତରେ ଅଧିକ ଚାଉଳ ମଧ୍ୟ ଉତ୍ପାଦନ ହେଉଛି। ମାତ୍ର ଏଫସିଆଇ ଚାଉଳ ନେଉନାହିଁ। କୃଷକ ମାରଣ ନୀତି ଚଳାଇଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ରାଜ୍ୟର ଆବଶ୍ୟକ ମୁତାବକ ସାର ମଧ୍ୟ କେନ୍ଦ୍ର ଦେଉନାହିଁ।

ଏଗ୍ରିମେଣ୍ଟ ଅନୁସାରେ ସାର ଦେଉନାହାନ୍ତି କେନ୍ଦ୍ର ସରକାର ବୋଲି ବିଜେଡି କହିଛି। ରାଜ୍ୟ ଏଯାଏଁ  ୨ଲକ୍ଷ ୨୭ହଜାର ମେଟ୍ରିକ ଟନ୍ କମ ସାର ପାଇଛି। ଫଳରେ ମରୁଡି ସମୟରେ ଚାଷୀ ଅଧିକ ହନ୍ତସନ୍ତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ଲାଭ ପାଉନାହାନ୍ତି କିନ୍ତୁ କମ୍ପାନୀ ଲାଭ ପାଉଛନ୍ତି। ଚାଷୀଙ୍କ ପାଇଁ ବିଜେଡି ସବୁବେଳେ ଆଗକୁ ଆସିଛି। ଆଗକୁ ଚାଷୀଙ୍କ ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେଡି।

କେନ୍ଦ୍ର ସବୁବେଳେ ଚାଷୀ ମାନଙ୍କୁ ଅବହେଳା କରିଆସୁଛି। ସେ ସାର କ୍ଷେତ୍ରରେ ହେଉ କି ଏମ୍‌ଏସ୍‌ପି କ୍ଷେତ୍ରରେ ହେଉ। ଚାଷୀକୁ ସବୁବେଳେ ଅବହେଳା କରିଆସୁଛି କେନ୍ଦ୍ର। ଚାଷୀଙ୍କୁ ଅବହେଳା କରି ବୀମା କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ଆଜି ଚାଷୀଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ଯଦି ଏହା ସମାଧାନ ନହୁଏ ତେବେ ଆଗକୁ ଏହା ଏକ ଜନ ଆନ୍ଦୋଳନର ରୂପ ନେବ ବୋଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।

ସେହିପରି ରବି ଫସଲର ଏମ୍‌ଏସ୍‌ପି ବୃଦ୍ଧି, ସାର ଏବଂ ଫସଲ ବୀମା ଯାହା ଏବେ ୬୦-୪୦ ରେ ଚାଲିଛି ତାହା ୫୦-୫୦ କରାଯାଉ ବୋଲି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି।

ବିରୋଧୀ ଗୃହକୁ ଚଳାଇ ନଦେବାରୁ ଧାରଣାକୁ ଓହ୍ଲାଇଲା ବିଜେଡି, ଗାନ୍ଧୀମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର: ଆଜି ଶେଷ ହେବ ବିଧାନସଭାର ମୌସୁମୀ ଅଧବେଶନ। ହେଲେ ଶେଷ ଦିନରେ ବି ଠିକ୍‌ସେ ଚାଲିପାରିଲା ନାହିଁ ଗୃହ। ଆଜି ଶେଷ ବିଧାନସବା ମୌସୁମୀ ଅଧିବେଶନରେ ମଧ୍ୟ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା ହୋଇଛି। ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଯାହାଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି।

ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଲେ ବିଜେଡି ବିଧାୟକ। ସ୍ୱାମୀନାଥନ କମିଟି ସୁପାରିସ ଲାଗୁ ହେଉନଥିବାରୁ ଏହାର ପ୍ରତିବାଦ କରିଛି ବିଜେଡି। ରବିଋତୁରେ ଧାନର ଏମଏସପି ବୃଦ୍ଧି କରାଯାଉନଥିବାରୁ ବିଜେଡିର ଉଦବେଗ ପ୍ରକାଶ ପାଇଛି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳାକୁ ନେଇ ପ୍ରତିବାଦ କରିଛି ବିଜେଡି। ବ୍ୟାନର ଧରି ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି ସମସ୍ତ ବିଜେଡି ବିଧାୟକ।

ଆଜି ଗୃହରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥାନ୍ତା କିନ୍ତୁ ଏହାକୁ ବିରୋଧୀ ଚଳାଇଦେଲେ ନାହିଁ। ବାରମ୍ବାର ଗୃହକୁ ବନ୍ଦ କରିବା ବିରୋଧୀଙ୍କର ଏକ ପ୍ରକାରର ଅଭ୍ୟାସରେ ପରିଣତ ହୋଇଛି। ଯାହା ଫଳରେ ଗଣତନ୍ତ୍ରର ଗାରିମା କ୍ଷୁର୍ଣ୍ଣ ହେଉଛି ବୋଲି କହିଛନ୍ତି ବିଧାୟକ ବ୍ୟୋମକେଶ ରାୟ। ଗୃହରେ କେମିତି ଆଲୋଚନା କରିବେ କେଉଁ ପ୍ରସଙ୍ଗ ଉଠାଇବାକୁ ହେବ ତାହା ବିରୋଧୀଙ୍କ ବୋଧ ହୁଏ ଜଣା ନାହିଁ। ଯେଉଁଥିପାଇଁ ଠିକ୍‌ ପ୍ରସଂଗ ନଉଠାଇ ନଜାଣି ବିରୋଧୀ ବାରମ୍ବାର ଗୃହକୁ ଅଚଳ କରିବାରେ ଲାଗିଛନ୍ତି ବୋଲି ବିଧାୟକ କହିଛନ୍ତି।

ଗୃହ ଉପରେ ସାରା ଓଡ଼ିଶାର ଜନସାଧାରଣଙ୍କର ନଜର ରହିଛି। ଲୋକଙ୍କର ଅନେକ ବିଶ୍ୱାସ ରହିଛି ବିଧାନସଭା ଉପରେ। ହେଲେ ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳୁଛନ୍ତି ବିରୋଧୀ। ଏଭଳି ବାରମ୍ବାର ହେଲେ ଗୃହ ଉପରୁ ଲୋକଙ୍କର ବିଶ୍ୱାସ ଉଠିଯିବ। କାରଣ ଆଜି ଯାହା ସବୁ ଆଲୋଚନା ହୋଇପାରିଥାନ୍ତା କେବଳ ବିରୋଧୀମାନେ ସେମାନଙ୍କର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗୃହକୁ ଚଳାଇ ଦେଲେ ନାହିଁ। ଏଭଳି କାର୍ଯ୍ୟ ହେଉଛି ନିନ୍ଦନିୟ ବୋଲି ବିଜେଡି ବିଧାୟକ ମାନେ କହିଛନ୍ତି।

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁରେ ଦୋଷୀକୁ ଦଣ୍ଡ ପାଇଁ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା

ବାଲେଶ୍ୱର: ଲାଗି ରହିଛି ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁର ସସପେନ୍ସ। ଏହା ହତ୍ୟା ନା ଆତ୍ମହତ୍ୟା ତାହା ଖୋଜି ପାଉନି ପୋଲିସ୍‌। ଏସିଏଫ ସୌମ୍ୟରଂଜନ ମୃତ୍ୟୁ ରହସ୍ୟ ଉନ୍ମୋଚନ ଓ ଦୋଷୀକୁ ଦଣ୍ଡ ଦେବାକୁ ଜୋର ଧରିଲା ଦାବି। ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲେ ବିଭିନ୍ନ ସଂଗଠନ।

ଫଳରେ ସୋର କୁପାରୀ ରାଜ୍ୟ ରାଜପଥ ଓ ଦୋକାନ ବଜ଼ାର ବନ୍ଦ ରହିଛି। ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ। ପାରଳାଖେମୁଣ୍ଡିର ସହକାରୀ ଵନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଏ ମଧ୍ୟରେ ୫୯ଦିନ ଵିତିଯାଇଛି। ହେଲେ ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା। ଏଣୁ ଯଥାଶୀଘ୍ର ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି କରିଛନ୍ତି ବିଭିନ୍ନ ସଂଗଠନ।

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକରୁ ଜୋରିମାନା ଆଦାୟ

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକରୁ ଜୋରିମାନା ଆଦାୟ। କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସୁପରଫାଷ୍ଟ ମୁଭେର ପ୍ରାଇଭେଟ ଲିମିଟେଡ଼ ଉପରେ ଜିଏସଟି ଏନଫୋର୍ସମେଣ୍ଟ ଟିମର ଚଢାଉ। ବିନା ବିଲ୍‌ରେ ଟ୍ରକରେ ରଖାଯାଇଥିବା କପଡାକୁ ଜବତ କଲା ଏନଫୋର୍ସମେଣ୍ଟ ଟିମ। ତଦନ୍ତ କରି ଦେଢ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛି ତଦନ୍ତକାରୀ ଦଳ। ଜିଏସଟି ବିଲ୍‌ରେ ଚଞ୍ଚକତା ଅଭିଯୋଗରେ ଜିଲ୍ଲା ଜିଏସଟି ଇନଫୋର୍ସମେଣ୍ଟ ତରଫରୁ କଳିଙ୍ଗ ସୁପରଫାଷ୍ଟ ମୁଭେର ପ୍ରାଇଭେଟ୍ ଲିମିଟେଡ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା।

ଏହିସମୟରେ ରେଡିମେଟ କପଡା ସହ ଅନ୍ୟାନ୍ୟ ଜିନିଷ ଭର୍ତ୍ତି ରହିଥିବା ଏକ ଟ୍ରକ ଜିଏସଟି ଅଧିକାରୀଙ୍କ ସନ୍ଦେହ ଘେରକୁ ଆସିଥିଲା। ଏହାର ତଦନ୍ତ ପରେ ସଂପୃକ୍ତ ସଂସ୍ଥା ଜିଏସଟି ଫାଙ୍କିଥିବା ଜଣାପଡିଥିଲା। ଟ୍ରକରେ ଥିବା ୯୭ଟି ବଣ୍ଡଲରୁ ୬୦ଟିର ବିଲ୍ ଭାଉଚର ନଥିଲା। ଫଳରେ ଟ୍ୟାସ୍କ ଓ ଜୋରିମାନା ବାବଦକୁ ୧ଲକ୍ଷ ୫୦ ହଜାର ଟଙ୍କା ଅସୁଲ କରାଯାଇଛି।

ତନ୍ତ୍ରମନ୍ତ୍ରରେ ରାତିରେ ଚାଲିଥିଲା ଗୁପ୍ତଧନ ଖୋଜା, ଧରାପଡ଼ିଲେ ବହେ ଛେଚା ଖାଇଲେ

ଗୁଣୁପୁର: ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମାଟି ଖୋଳି ଖୋଜିଲେ ଗୁପ୍ତଧନ। ଗତ ରାତିରେ ଚାଲିଥିଲା ଗୁଣିଆଙ୍କ ସହ ପୂଜାର୍ଚ୍ଚନା। ଅମାବାସ୍ୟା ରାତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଲେ ୧୧ଜଣ ବ୍ୟକ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଡୁକମ ପଞ୍ଚାୟତ ଡେଡ଼ିପଡ଼ା ଗାଁରେ।

ଉକ୍ତ ଗାଁର କାଣିମାଣି ଠାକୁରାଣୀ ଝାଙ୍କିରି ମାଁ ପୀଠରେ ଗତକାଲି ଚାଲିଥିଲା ଏଭଳି କାର୍ଯ୍ୟ। ୧୧ଜଣ ଲୋକ ମିଳିମିଶି ପୂଜା ପାଠ କରିବା ସମୟରେ ଗ୍ରାମବାସୀ ଏମାନଙ୍କୁ କାବୁକରି ଏକ କୋଠରୀରେ  ଅଟକ ରଖିଛିଥିଲେ। ଗୁପ୍ତଧନ ବାହାର କରିବା ପାଇଁ ପୂଜାପାଠ ଚାଲିଥିବା ବେଳେ ଗାଁ ଲୋକ ସମସ୍ତ ୧୧ ଜଣଙ୍କୁ ଧରିଥିଲେ। ଗୁଣିଆ ମନ୍ତ୍ର ବୋଲୁଥିବା ବେଳେ ବାକି ୧୧ ଜଣ ମାଟି ଖୋଳିବାରେ ଲାଗିଥିଲେ।

ଏବେ ସମସ୍ତଙ୍କୁ ଏକ ଘରେ ବନ୍ଦୀ କରି ରଖାଯାଇଛି। ତେବେ ଗାଁରେ ଏକ ବୈଠକରେ ନିଷ୍ପତି ହେବା ପରେ ଏମାନଙ୍କୁ ଛଡ଼ାଯିବା ବୋଲି ଗ୍ରାମବାସୀ କହିଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଭବାନୀ ପାଟଣାର ୩ ଜଣ, ବିଶ୍ୱନାଥଥପୁରର ୩ଜଣ ଓ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜଣେ ଥିବା ବେଳେ ବିଷମ କଟକ ଥାନା ଅଞ୍ଚଳର ୪ ଜଣ ରହିଛନ୍ତି। ଏମାନଙ୍କୁ ଗତକାଲି ରାତି ୮ ଟାରୁ ଗାଁ ଲୋକ ଗୋଟିଏ ଘରେ ରଖି ନିର୍ଧୁମ ମାଡ଼ ମାରିବା ସହ ୨ ଲକ୍ଷ ଟଙ୍କା ଦାବୀ କରୁଥିବା କହିଛନ୍ତି ଅଟକ ଥିବା ବ୍ୟକ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରାଉଚୁରା କରିଥିଲା। ଏନେଈ ବିଷମକଟକ ଥାନାରେ କିଛି ଅଭିଯୋଗ ହୋଇନାହିଁ।

ମନଇଚ୍ଛା ଆଉ କରିପାରିବେନି ବିକ୍ଷୋଭ, ତାଲିବାନରେ ଆତଙ୍କର ସରକାର ଠାରୁ ନେବାକୁ ପଡ଼ିବ ଅନୁମତି

କାବୁଲ: ସରକାରରେ ଆସୁ ଆସୁ ଆକସନ୍ ମୁଡକୁ ଆସିଛି ତାଲିବାନ। ଆତଙ୍କର ସରକାର ଏବେ ଲୋକଙ୍କ ଉପରେ ରାଜ କରିବାକୁ ଲାଗିଲାଣି। ବିକ୍ଷୋଭ ଉପରେ ଆରମ୍ଭ କରିଛି ପ୍ରଥମ ନିୟମ। ଆଫଗାନିସ୍ତାନବାସୀଙ୍କ ସ୍ୱର ଦବାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଣିକି ଆଫଗାନିସ୍ତାନରେ ବିକ୍ଷୋଭ ବ୍ୟାନ୍ କରାଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି। ଯଦି ବି କେହି ଆନ୍ଦୋଳନ କରିବେ ତେବେ ଅନୁମତି ନେବାକୁ ପଡିବ ବୋଲି ତାଲିବାନ ସରକାର ରହିଛି।

କଣ ପାଇଁ ବିକ୍ଷୋଭ କରାଯିବ, କେତେ ଲୋକ ସାମିଲ ହେବେ ଏ ନେଇ ସମସ୍ତ ତଥ୍ୟ ଗୃହ ମନ୍ତ୍ରାଳୟକୁ କହିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି, ତାଲିବାନ ଆଫଗାନବାସୀଙ୍କ ସ୍ୱର ଦବାଇବା ପାଇଁ ଚେଷ୍ଟା କରିବା ସହ ସେମାନଙ୍କ ଅଧିକାର ଛଡାଇ ନେବା ପାଇଁ ପ୍ରୟାସ କରିଛି। ଗତ କିଛି ଦିନ ଧରି ଆଫଗାନିସ୍ତାନରେ ତାଲିବାନ୍ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ମହିଳାମାନେ। ଯାହାକୁ ନେଇ ଚାରିଆଡୁ ନିନ୍ଦିତ ହେଉଛି ତାଲିବାନ୍।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୭ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୭୧ କରୋନା ସଂକ୍ରମିତ। ଶୂନରୁ ୧୮ ବର୍ଷ ମଧ୍ୟରେ ଶିଶୁ ୧୧୭ ଜଣ ସରକ୍ରମିତ ହୋଇଛନ୍ତି। ସେହିଭଳି କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୩ ଜଣ ସଂକ୍ରମିତଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ଖୋର୍ଦ୍ଧାରୁ ସର୍ବାଧିକ ୩୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୧୬, ବାଲେଶ୍ୱରରୁ ୪୧, ବରଗଡ଼ରୁ ୩, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, କଟକ ୭୧, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୧୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୬, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୫, କୋରାପୁଟରୁ ୧୧, ମାଲକାନାଗିରିରୁ ୩, ମୟୂରଭଞ୍ଜରୁ ୧୯, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୧, ପୁରୀରୁ ୨୧, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୩ ଏବଂ ଷ୍ଟେଷ୍ଟପୁଲରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି।