spot_img
Home Blog Page 5218

ପୁରୁଣା ଭୁବନେଶ୍ୱର ଅଞ୍ଚଳରୁ ଶିଶୁ ଶ୍ରମିକ ଉଦ୍ଧାର

0

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର କୁଞ୍ଜପାଟଣା ସାହିରୁ ଶିଶୁ ଶ୍ରମିକ ଉଦ୍ଧାର । ଦେବେନ୍ଦ୍ର ବେହେରା ନାମକ ମାଛ ବ୍ୟବସାୟୀଙ୍କ ଘରୁ ୧୩ ବର୍ଷର ନାବାଳକ ଶ୍ରମିକକୁ ଉଦ୍ଧାର କରିଛି ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ଓ ଲିଙ୍ଗରାଜ ପୋଲିସ । ଉଦ୍ଧାର ହୋଇଥିବା ନାବାଳକ ଜଣଙ୍କ ଯାଜପୁର କଳିଙ୍ଗ ନଗର ଥାନା ଅଞ୍ଚଳରୁ ବୋଲି ଜଣାପଡ଼ିଛି ।

ଗତବର୍ଷ ମାର୍ଚ୍ଚ ୨୦୨୦ରେ ତାକୁ ଭୁବନେଶ୍ୱର ଅଣାଯାଇଥିଲା । ନାବାଳକର ବାପା ଗତ ୫ବର୍ଷ ତଳେ ପ୍ରାଣହରାଇଥିବା ବେଳେ ମାଆ ଜଙ୍ଗଲରୁ ମହୁଲ ସଂଗ୍ରହ କରନ୍ତି । ତାକୁ ଭୁବନେଶ୍ୱର ଅଣାଯିବା ବେଳେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା । ଘଟଣା ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଫିସର, ଖୋର୍ଦ୍ଧାଙ୍କ ନିକଟରେ ଅଭିଯୋଗ ହେବା ପରେ ପିଲାଟିକୁ ଉଦ୍ଧାର କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ସୁଇସାଇଡ୍ ବମ୍ବ ବନାଇବା ଲାଗି ଦେଉଥିଲା ଟ୍ରେନିଂ, ଏବେ ତାଲିବାନ ସରକାରରେ ମନ୍ତ୍ରୀ

ଶଶିକଳାଙ୍କ ୧୧ଟି ସମ୍ପତ୍ତିକୁ ଜବତ କଲା ଆୟକର ବିଭାଗ

ଚେନ୍ନାଇ: ବହିଷ୍କୃତ ଏଆଇଏଡିଏମକେ ନେତ୍ରୀ ଭି.କେ. ଶଶିକଳାଙ୍କ ୧୧ଟି ସମ୍ପତ୍ତିକୁ ଜବତ କଲା ଆୟକର ବିଭାଗ। ତାମିଲନାଡୁର ପାୟନୁର ଗ୍ରାମରେ ଥିବା ୨୪ ଏକର ଜମିକୁ ୧୯୯୧ରୁ ୧୯୯୬ ମଧ୍ୟରେ କିଣାଯାଇଥିଲା । ସେତେବେଳ ଜୟଲଳିତା ମୁଖ୍ୟମନ୍ତ୍ରୀ ଥିଲେ ।

କର୍ଣ୍ଣାଟକର ପୂର୍ବତନ ସ୍ବତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ଜନ ମାଇକେଲ କୁନହା ଗତ ୨୦୧୪ରେ ଦେଇଥିବା ରାୟରେ ୧୧ଟି ସମ୍ପତ୍ତି ଆୟବହିର୍ଭୁତ ଦର୍ଶାଇଥିଲେ । ଏହି ସମ୍ପତ୍ତି ଭିତରେ ଥିଲା ଜୟଲଳିତା, ତାଙ୍କର ନିକଟତମ ସମ୍ପର୍କୀୟ ଶଶିକଳା, ଓ ଶିଶିକଳାଙ୍କ ବନ୍ଧୁ ଇଲାଭରାସି ଓ ସୁଧାକରନଙ୍କ ସମ୍ପତ୍ତି ରହିଥିଲା ।

ତେବେ୧୯୯୦ ଦଶକରେ ଏହି ସମ୍ପତ୍ତିର ମୂଲ୍ୟ ୨୦ ଲକ୍ଷ ଟଙ୍କା ହୋଇଥିବାବେଳେ ବର୍ତ୍ତମାନ ସେହି ସମ୍ପତ୍ତିର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲିୀ ସୁତ୍ରରୁ ପ୍ରକାଶ। ୨୦୧୪ର ରାୟ ଅନୁସାରେ ସେହି ସବୁ ସମ୍ପତ୍ତିକୁ ଜବତ କରିଛି ଆୟକର ବିଭାଗ ।

ନବୀନଙ୍କ ଜିରୋ ଟଲେରାନ୍ସ ନୀତି: ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡିରୁ ନିଲମ୍ୱିତ ହେଲେ ଚିଲିକା ବିଧାୟକ

ଭୁବନେଶ୍ୱର:ବିଜେଡି ସୁପ୍ରିମୋଙ୍କ ଜିରୋ ଟଲେରାନ୍ସ ନୀତି । ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ନବୀନ ପଟ୍ଟନାୟକ । ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଲମ୍ବିତ ହୋଇଛନ୍ତି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବି ନିଲମ୍ବିତ ହୋଇଛନ୍ତି ପ୍ରଶାନ୍ତ । ସର୍ବସାଧାରଣ ସ୍ଥାନରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିରେ ଆୟୋଜିତ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମରେ ଅଶାନ୍ତି ସୃଷ୍ଟି ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ବାଲୁଗାଁ ବିଜେପି ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀ । କୌଣସି ଏକ କଥାକୁ ନେଇ କାର୍ଯ୍ୟାଳୟ ସାମ୍ନାରେ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ନିୟନ୍ତ୍ରଣ ହରାଇ ହାତାହାତି ହୋଇଥିଲେ ।

ସୁଇସାଇଡ୍ ବମ୍ବ ବନାଇବା ଲାଗି ଦେଉଥିଲା ଟ୍ରେନିଂ, ଏବେ ତାଲିବାନ ସରକାରରେ ମନ୍ତ୍ରୀ

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ସରକାର ଗଢିଛି ତାଲିବାନ । ନୂଆ ସରକାରର ଅନେକ ମନ୍ତ୍ରୀ ବିବାଦୀୟ ପ୍ରେଫାଇଲ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥିରେ ଏଭଳି ଅନେକ ନେତା ରହିଛନ୍ତି, ଯେଉଁମାନେ ବହୁ ଅପରାଧ ସହ ଜଡିତ ରହିବା ସଙ୍ଗେସଙ୍ଗେ ଗ୍ଲୋବାଲ୍ ଆତଙ୍କବାଦୀ ରୂପେ ଘୋଷିତ ହୋଇଛନ୍ତି ।

ତାଲିବାନ କ୍ୟାବିନେଟରେ ସେହିଭଳି ଜଣେ ନେତା ରହିଛନ୍ତି ଯିଏ ଆତ୍ମଘାତୀ ଆକ୍ରମଣ ପାଇଁ ପିଲାଙ୍କୁ ଟ୍ରେନିଂ ଦିଅନ୍ତି । ଏହି ବ୍ୟକ୍ତିଙ୍କ ନାମ ହେଉଛି ତାଜ ମୀର । ଯାହାକୁ ଡେପୁଟି ଇଣ୍ଟେଲିଜେନ୍ସ ଚିଫ୍ ଭାବେ ଦାୟିତ୍ୱ ଦିଆଯାଇଛି । ସେ ଗତ କିଛି ବର୍ଷ ହେବ ଭୟଙ୍କର ଆତ୍ମଘାତୀ ଆଟାକ୍ କରାଇଥିବା ନେଇ ଅନେକ ସିକ୍ୟୁରିଟି ଅଧିକାରୀ ଦାବି କରିଛନ୍ତି ।

୨୦୦୮ ମସିହାରେ ଆଫଗାନିସ୍ତାନର ଗୁପ୍ତ ଏଜେନ୍ସି ଏନଡିଏସର ହେଡ୍ ରହମତୁଲ୍ଲାହ ନବିଲ ଦାବି କରିଥିଲେ, ତାଜ ମୀର ଅଲ-ହମଜା ବିଗ୍ରେଡ୍ ନାମ ଏ କଟ୍ରେନିଂ ସେଣ୍ଟର ଚଲାଉଥିଲେ । ଯେଉଁଠି ସୁଇସାଇଡ୍ ବମ୍ବର  ମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଆଫଗାନିସ୍ତାନର ପୋଲିସ ଚିଫ୍ ଜେନରାଲ୍ ଅବଦୁଲ୍ ରାଜିଙ୍କ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପଛରେ ସେହି ଟ୍ରେନିଂ ସେଣ୍ଟରର ହାତ ଥିଲା ।

Taliban Are All Set To Form Government In Afghanistan After Friday Prayers

ରିପୋର୍ଟ ମୁତାବିକ, ତାଜ ମୀର ପାକିସ୍ତାନର ପେଶାୱରରେ ରହି ଜେନେରାଲ୍ ଅବଦୁଲଙ୍କୁ ହତ୍ୟା କରିବା ଲାଗି ମୁଲ୍ଲା ସିରିନଙ୍କ ସହ ମିଶି ପ୍ଲାନ କରିଥିଲା । ଖାଲି ଏତିକି ନୁହେଁ ଏହି ନେଟୱର୍କ ବାରଦକ, ଲୋଗାର, ନଙ୍ଗରହାର, କାପିସା, ପାକତିକା ଭଳି କ୍ଷେତ୍ରରେ ହାଇ-ପ୍ରାେଫାଇଲ୍ ଆଟାକ୍ ରଚିଥିଲା ।

ସେହିପରି ଅଲ-କାୟଦା, ଲସ୍କର-ଏ-ତୋଇବା, ଇସଲାମିକ୍ ମୁଭମେଣ୍ଟ ଅଫ୍ ଉଜବେକିସ୍ତାନ, ହିଜବ-ଏ-ଇସଲାମୀ ଗୁଲବୁଦ୍ଦିନ ଭଳି ସଙ୍ଗଠନ ମଧ୍ୟ ଏହିଭଳି କିଛି ଅପରେସନର ଅଂଶ ଥିଲେ । ଆଉ ଯାହାକୁ କାବୁଲ ଆଟାକ୍ ନେଟୱର୍କ ଡାଇରେକ୍ଟ କରିଥିଲେ ।  ତାଲିବାନ ଗୃହମନ୍ତ୍ରୀ ସିରାଜଉଦ୍ଦିନକୁ ଗ୍ଲୋବାଲ ଆତଙ୍କବାଦୀ ଦର୍ଶାଇ ଆମେରିକା ତା’ ମୁଣ୍ଡରେ ୩୭ କୋଟି ଟଙ୍କାର ପୁରସ୍କାର ରାଶି ରଖିଥିଲା ।

ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ ହ୍ୱିସିଲ୍ ମାରିବା, ଛେଚା ଖାଇଲେ ୪୦ ଛାତ୍ର

ଫତେହାବାଦ: ହରିୟାଣାର ଫତେହାବାଦ ଜିଲ୍ଲାରେ ଜଣେ ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ପୂରା କ୍ଲାସକୁ ଦଣ୍ଡ ଭୋଗିବାକୁ ପଡିଛି। ଖାଲି ଏତିକି ନୁହେଁ ଭୁଲ୍ ପାଇଁ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯାେଗ ହୋଇଛି। ଯାହାକୁ ନେଇ ପିଲାଙ୍କ ସମ୍ପର୍କୀୟମାନେ ପୋଲିସରେ ଏତଲା ମଧ୍ୟ ଦେଇଛନ୍ତି । ମାମଲାକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଜାଣନ୍ତୁ କ’ଣ ଥିଲା ପୂରା ଘଟଣା?

ଛାତ୍ରମାନଙ୍କ କହିବାନୁଯାୟୀ, ସକାଳ ସମୟରେ ଯେତେବେଳେ ଅଧ୍ୟାପିକା ଜଣକ କ୍ଲାସରୁମକୁ ପ୍ରବେଶ କରିଥିଲେ, ସେତେବେଳେ ପଛରେ ବସିଥିବା ଜଣେ ଛାତ୍ର ହ୍ୱିସଲ ମାରିଥିଲେ । ଯେଉଁ ଘଟଣାକୁ ଆଧାର କରି ଅଧ୍ୟାପିକା ପିଟିଆଇ ରଜନୀ, କମ୍ପ୍ୟୁଟର ଆଟେଣ୍ଡାଣ୍ଟ୍ ମାଗେରାମ ଏବଂ ଶିକ୍ଷକ ଚରଣଜିତ ସିଂ ପିଲାମାନଙ୍କୁ ବାଡ଼ିରେ ନିର୍ଦ୍ଦୟ ଭାବରେ ପିଟିବା ଆରମ୍ଭ କରିଥିଲେ। ଯାହା ଫଳରେ ଅନେକ ପିଲା ଆହତ ହୋଇଥିଲେ।

ତେବେ ଅଧ୍ୟାପକ ମାନେ ସେମାନଙ୍କ କୗେଣସି କଥା ନଶୁଣି ମାଡ ମାରିଥିଲେ ବୋଲି ଛାତ୍ର ମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଗୁରୁ ଦିବସର ଗୋଟିଏ ଦିନ ପରେ ଘଟିଥିବା ଜଣାପଡିଛି । ହରିୟାଣାର ତୋହାନା ସ୍ଥିତ ସରକାରୀ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ପୂରା କ୍ଲାସକୁ ଦଣ୍ଡ ଭୋଗିବାକୁ ପଡିଥିଲା । ତେବେ ଏହାକୁ ନେଇ ଛାତ୍ରଙ୍କ ଗହଣରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି ।

 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ: ଗଣେଶ୍ୱର ବେହେରା-ଉପସଭାପତି, ସତ୍ୟ ପ୍ରକାଶ ନାୟକ-ସାଧାରଣ ସମ୍ପାଦକ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ । ୧୨ ଜଣ ଉପ ସଭାପତି, ୨୦ଜଣ ସାଧାରଣ ସମ୍ପାଦକ ଓ ୪୬ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛି ଦଳ । ଏଥିସହିତ ଜଣେ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟ ପଦ ପଦବୀ ନେଇ ମଧ୍ୟ ଦଳ ନିଯୁକ୍ତି ଦେଇଛି । ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ଉପ -ସଭାପତି ଭାବେ ଦଳ ଗଣେଶ୍ୱର ବେହେରା, ସନ୍ତୋଷ ସିଂହ ସାଲୁଜା, ସରସ୍ୱତୀ ହେମ୍ୱ୍ରମ୍, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୂଜବଳ ମାଝି, ଯଜ୍ଞେଶ୍ୱର ବାବୁ, ନକୁଲ ନାୟକ,ଦେବାଶିଷ ପଟ୍ଟନାୟକ, ସୁଦାମ ନାୟକ, ରତ୍ନମଣି ଉଲାକା, ସସ୍ମିତ ବେହେରାଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ସାଧାରଣ ସମ୍ପାଦକ ଭାବେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ମିଶ୍ର, ରାଜ କିଶୋର ଷଡ଼ଙ୍ଗୀ, ଅରନ୍ଦିମ୍ ସର୍ଖେଲ, ରଜତ ଚୌଧୁରୀ, ଲଲାଟେନ୍ଦ ମହାପାତ୍ର, ବିଶ୍ୱ ଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟ ସୁନ୍ଦର ଦାସ, ରବି ରୟ, ଆଲୋକ ମିଶ୍ର, ଅର୍ସ ଅଲ୍ଲୀ, ସତ୍ୟଶିବ ଦାସ, ଅଶୋକ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ସମ୍ପାଦକ ଭାବେ ବିପ୍ଳବ ଚୌଧୁରୀ, ହେମରାଜ ବାଗ୍, ମନୀଷ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରୀୟଜିତ୍ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ସନାତନ ମିଶ୍ର, ଅର୍ଚ୍ଚନା ନନ୍ଦି, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବିର, ନାସିର ଅହମ୍ମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝି, ଶଶି ଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ୱାଳ, ପ୍ରଭାକର ମହାପାତ୍ର, ହୁସେନ ଖାନ୍, ଦୁଲାଲ୍ ପ୍ରଧାନ, ଶ୍ରୂୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମିୟ ପାଣ୍ଡବ, ଦୁର୍ଗା ପାଢ଼ି, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ସୀମାଞ୍ଚଳଗିରି ଉଲାକା, କୃଷ୍ଣ ଚନ୍ଦ୍ର ନେପାକ୍,ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାଶ ମୁଖୀ, ସୁର୍ଯ୍ୟକାନ୍ତ ବାଗ, ସରୋଜ ପ୍ରଧାନ, ବିଜନ ନାୟକଙ୍କୁ ନିଯୁକ୍ତି ଦେଇଛି ଦଳ ।

ଏଥିସହିତ ପଢ଼ନ୍ତୁ: ଆହୁରି ଶକ୍ତିଶାଳୀ ହେଉଛି ବିଜେଡି: ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ଦେବଗଡ଼ ବିଜେପି ନେତା

ଆହୁରି ଶକ୍ତିଶାଳୀ ହେଉଛି ବିଜେଡି: ପ୍ରଣବଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେଲେ ଦେବଗଡ଼ ବିଜେପି ନେତା

ଭୁବନେଶ୍ୱର: ଦେବଗଡ଼ରେ ଦୁବର୍ଳ ହେଉଛି ବିଜେପି ଶିବିର । ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଜେପି କର୍ମୀ । ଅଧିକ ଶକ୍ତିଶାଳୀ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଓ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କକ ସାଂଗଠନିକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ ହେଉଛନ୍ତି ବିଜେପିର ନେତା ଓ କର୍ମୀ । ଆଜି ଜିଲ୍ଲାର ୪୦ ରୁ ୪୫ ଜଣ ବିଜେପି ନେତା ବିଜେଡିରେ ହୋଇଛନ୍ତି ସାମିଲ । ଭୁବନେଶ୍ୱର ସ୍ଥିତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନରେ ସାମିଲ ହୋଇଛନ୍ତି ସମସ୍ତେ । ତେବ ନୂଆକରି ଦଳରେ ସାମିଲ ହୋଇଥିବା କର୍ମୀ ମାନଙ୍କ ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ, ଏକ୍ସ ଚେୟାରମ୍ୟାନ ଓ ବିଜେପି ନେତା ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଉରକେଲା ବିଜେଡିର ମହା ମିଶ୍ରଣ ପର୍ବ: କଂଗ୍ରେସ, ବିଜେପି ସମେତ ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଲଗାତାର ଭାବେ ଦୁର୍ବଳ ହେବାରେ ଲାଗିଛି ବିରୋଧୀଙ୍କ ଶିବିର । ଉଭୟ କଂଗ୍ରେସ ଓ ବିଜେପି ସମେତ ଅନ୍ୟ ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜୁ ଜନତା ଦଳର ଯୋଗ ଦେଉଛନ୍ତି । ନିକଟ ଅତୀତରେ ରାଉରକେଲା, ଧର୍ମଗଡ଼, ଯାଜପୁର, ବାରିପଦା ଓ ପୋଲସରାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଯେଉଁଥିରେ ବିରୋଧୀ ଦଳର ବିଭିନ୍ନ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜେଡିରେ ସାମିଲ୍ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ବ୍ରହ୍ମପୁତ୍ର ନଦୀରେ ବୁଡିଲା ଡଙ୍ଗା, ୧୦୦ରୁ ଅଧିକ ଯାତ୍ରୀ ନିଖୋଜ

ଗୗେହାଟି: ଆସାମର ବ୍ରହ୍ମପୁତ୍ର ନଦୀରେ ଅଘଟଣ । ବ୍ରହ୍ମପୁତ୍ର ନଦୀର ନିମତି ଘାଟରେ ଡଙ୍ଗା ବୁଡି ଯିବାରୁ ୧୦୦ରୁ ଅଧିକ ଯାତ୍ରୀ ବୁଡି ଯାଇଥିବା ଆଶଙ୍କା କରାଯାଉଛି ।

ରିପୋର୍ଟ ଅନୁଯାୟୀ, ରାଜ୍ୟର ଜୋରହଟ ଜିଲ୍ଲାର ନିମତି ଘାଟରେ ଯାଉଥିବା ବେଳେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଦୁଇଟି ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଥିଲେ । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଏଥିସହିତ ସେ ମାଜୁଲା ଓ ଜୋରହାଟ ଜିଲ୍ଲା ପ୍ରଶାସନକୁ NDRF ଓ SDRF ସହାୟତାରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ମଧ୍ୟ ସେ ମନ୍ତ୍ରୀ ବିମଳ ବୋରାହଙ୍କୁ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚି ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଗତକାଲି ସ୍ଥିତି ଅନୁଧ୍ୟାନ ପାଇଁ ସେ ଘଟଣାସ୍ଥଳକୁ ଯିବେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

ବରୋବାହାଲ ଛକରେ ସଡ଼କ ଦୁର୍ଘଟଣା: ମାଆ ସାମ୍ନାରେ ଚାଲିଗଲା ପୁଅର ଜୀବନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୪ବର୍ଷର ଶିଶୁର ମୃତ୍ୟୁ  । ବରୋବାହାଲ ଗାଁ ମଗସିର ପୁଟେଲଙ୍କ ୪ବର୍ଷର ଶିଶୁ ବିବେକ ପୁଟେଲର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ମୃତ ଶିଶୁର ପରିବାର ଲୋକଙ୍କ ପକ୍ଷରୁ କ୍ଷତିପୂରଣ ଦାବି ନେଇ ରାୟପୁର-ଗୋପାଳପୁର ୫୯ ନମ୍ୱର ଜାତୀୟ ରାଜପଥର ବରୋବାହାଲ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ପରିବାର ଲୋକଙ୍କ କହିବା ଅନୁସାରେ ମୃତ ବିବେକ ଓ ତା’ ମାଆ ରାସ୍ତା ପାର ହେଉଥିବା ସମୟରେ ଖଡ଼ିଆଳ ପଟରୁ ଆସୁଥିବା ବାଇକ ଜୋରରେ ଧକ୍କା ଦେଇଥିଲା । ଗୁରୁତର ଅଵସ୍ଥାରେ ଶିଶୁକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେବା ସମୟରେ ଶିଶୁର ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ଘଟାଇଥିବା ବାଇକ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ବାଇକ୍‌କୁ ଗାଁ ଲୋକେ ଜବତ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବୟାନର ତର୍ଜମା କରୁଛି କ୍ରାଇମବ୍ରାଞ୍ଚ, ତାଳମେଳ ନରହିଲେ ପୁଣି ଜେରା

କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବାକୁ ଯାଇ ଋଷ ମନ୍ତ୍ରୀଙ୍କ ମୃତ୍ୟୁ

ମସ୍କୋ: ଋଷର ଜରୁରୀକାଳୀନ ମନ୍ତ୍ରୀ ୟେଭଗେନି ଜିନିଚେଭଙ୍କର ମୃତ୍ୟୁ ଘଟିଛି। ଆର୍କଟିକ୍ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ଏନେଇ ସ୍ପଷ୍ଟ କରିଛନ୍ତି। ଏହି ଦୁଃଖଦ ଘଟଣା ସମ୍ପର୍କରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅବଗତ କରାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ତାଙ୍କ ମୃତଦେହକୁ ମସ୍କୋ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। କ୍ରେମଲିନଙ୍କ କହିବାନୁଯାୟୀ, ଋଷର ଜରୁରୀକାଳୀନ ମନ୍ତ୍ରଣାଳୟ ଏହି ଦୁଃଖଦ ଖବର ସମ୍ପର୍କରେ ଜଣାଇଛନ୍ତି । ଆର୍କଟିକ୍ ଅଞ୍ଚଳରେ ଥିବା ସମୟରେ ମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତିରୁ କିପରି ରକ୍ଷା କରାଯିବ ସେନେଇ ଅନେକ ବିଭାଗ ସହିତ ମିଶି ଅଭ୍ୟାସ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ସେ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି ମନ୍ତ୍ରୀ ଜଣକ ପାହାଡର ଏକ କଡରେ ଠିଆ ହୋଇଥିଲେ । ଏହି ସମୟରେ ଅଚାନକ ଜଣେ କ୍ୟାମେରାମ୍ୟାନଙ୍କ ଗୋଡ ଖସିପଡିବାରୁ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଜିନିଚେଭ ଶିଖରରୁ ପାଣି ଭିତରକୁ ଡେଇଁପଡିଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଅନ୍ୟ ଏକ ପଥର ସହିତ ମାଡ଼ ହେବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ତେବେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଜରୁରୀକାଳୀନ ସେବା ହେଲିକପ୍ଟରରେ ତାଙ୍କର ମୃତ୍ୟୁ ଘଟିଥିଲା।