spot_img
Home Blog Page 5219

ରବି ଫସଲ ପାଇଁ ଏମଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଖୁସି ଖବର । ରବି ଫସଲ ପାଇଁ ସର୍ବନିମ୍ନ ସହୟକ ମୂଲ୍ୟ ବୃଦ୍ଧି କଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୨-୨୩ ବର୍ଷ ପାଇଁ ଏହି ନିଷ୍ପତ୍ତି ହୋଇଛି ।

ଗହମର ଏମଏସପି କୁଇଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି ପାଇ ୨୦୧୫ ଟଙ୍କାରେ ପହଞ୍ଚିଥିବାବେଳେ ବୁଟର ଏମଏସପି  କୁଇଣ୍ଟାଲ ପିଛା ୧୩୦ ଟଙ୍କା ବୃଦ୍ଧି ପାଇ ୫୨୩୦ ଟଙ୍କରେ ପହଞ୍ଚିଛି । ବାର୍ଲିର ଏମଏସପି  କୁଇଣ୍ଟାଲ ପିଛା ୩୫ ଟଙ୍କା ବୃଦ୍ଧି ସହ ୧୬୩୫ ଟଙ୍କାରେ ପହଞ୍ଚିଛି । ମସୁର ଡାଲି ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ସର୍ବାଧିକ ୪୦୦ ଟଙ୍କା ବୃଦ୍ଧି ପାଇଛି । ଏହା ଫଳରେ ମସୁର ଡାଲିର ଏମଏସପି କୁଇଣ୍ଟାଲ ପିଛା ୫୫୦୦ ଟଙ୍କାକୁ ଓ ସୋରିଷର ଏମଏସପି କୁଇଣ୍ଟାଲ ପିଛା ୫୦୫୦ ଟଙ୍କାକୁ ବୃଦ୍ଧି ପାଇଛି ।ଏହାଛଡ଼ା କେନ୍ଦ୍ର କ୍ୟାବିନେଟ୍ ବୟନ ଶିଳ୍ପ କ୍ଷେତ୍ର ପାଇଁ ୧୦,୬୮୩ କୋଟିର ଉତ୍ପାଦନ ସମ୍ପର୍କିତ ପ୍ରେତ୍ସାହନ (ପିଏଲଆଇ)କୁ ମଞ୍ଜୁର କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପିଲାଙ୍କ ଉପରେ ସ୍କୁଲରେ ଶିକ୍ଷକ, ଘରେ ବାପାମାଆ ନଜର ରଖନ୍ତୁ: DMET

ଆସନ୍ତା ବର୍ଷ ଇଂଲଣ୍ଡରେ T20 ଓ ଦିନିକିଆ ମ୍ୟାଚ୍ ଖେଳିବ ଭାରତ

ଲଣ୍ଡନ: ଆସନ୍ତା ବର୍ଷ ଜୁଲାଇରେ ଲଣ୍ଡନରେ ମ୍ୟାଚ୍ ଖେଳିବ ଭାରତୀୟ କ୍ରିକେଟ୍ ଦଳ । ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ପକ୍ଷରୁ ୨୦୨୨ର ଘରୋଇ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ଘୋଷଣା କରାଯିବା ସହ ଏନେଇ ସୂଚନା ଦିଆଯାଇଛି । ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିରୋଧରେ ୫ଟି ଶୃଙ୍ଖଳା ଖେଳୁଛି । ଯାହାର ଅନ୍ତିମ ତଥା ଶେଷ ମ୍ୟାଚ୍ ସେପ୍ଟେମ୍ବର ୧୦ରେ ମେନଚେଷ୍ଟରରେ ଖେଳାଯିବ ।

ଚଳିତ ଥର କରୋନା ମହାମାରୀ ଯୋଗୁଁ ଏହାକୁ ଟେଷ୍ଟ କ୍ରିକେଟ୍ ଓ ଏକଦିବସୀୟ ସିରିଜରେ ରଖାଯାଇଥିଲା । ଇଂଲଣ୍ଡର ପୁରୁଷ ଟିମ୍ ଜୁଲାଇରେ ଭାରତ ବିପକ୍ଷରେ ଏକଦିବସୀୟ ବିଶିଷ୍ଟ ଘରୋଇ ସିରିଜ ଖେଳିବ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବାର କାର୍ଯ୍ୟକ୍ରମ ରହିଛି ।

ECB ପକ୍ଷରୁ ଜାରି କାର୍ଯ୍ୟକ୍ରମ ଅନୁସାରେ ଜୁଲାଇରେ ଓଲ୍ଡ ଟ୍ରେଫଡ୍ ରେ T20 ଅନ୍ତରାଷ୍ଟ୍ରୀୟ ମୁକାବିଲା ସହ ଭାରତ ଶୁଭାରମ୍ଭ କରିବ । ଆଉ ବାକି ଦୁଇ T20 ମୁକାବିଲା ଟ୍ରେଟବ୍ରିଜ୍ (୩ ଜୁଲାଇ) ଓ ଏଜିୟାସ୍ ବାଉଲ (ଜୁଲାଇ ୬)ରେ ଖେଳା ଯିବ ।

ସେହିପରି ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ମ୍ୟାଚ୍ ଏଜବଷ୍ଟନ (ଜୁଲାଇ ୯), ଓବଲ (ଜୁଲାଇ ୧୨) ଓ ଲର୍ଡସ୍ (ଜୁଲାଇ ୧୪)ରେ ଖେଳାଯିବ ।

 

ଅଭାବନୀୟ: ପୁଅ ଓ ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା କଲେ ସ୍ୱାମୀ

ବ୍ରହ୍ମପୁର: ଚମାଖଣ୍ଡି ସାନ ପୁଟବଗଡ଼ ଗାଁରେ ଅଭାବନୀୟ ଘଟଣା । ପୁଅ ଓ ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ୱାମୀ  । ୨ଜଣଙ୍କୁ ହତ୍ୟା ପରେ ଆତ୍ମହତ୍ୟା କରିଛି ସ୍ୱାମୀ । ମୃତକ ମାନେ ହେଲେ ସୁଜନ ପ୍ରଧାନ, ପତ୍ନୀ ରୁନି ପ୍ରଧାନ ଓ ପୁଅ ରୁମେଶ । ତେବେ ପାରିପାରିକ କଳହକୁ କେନ୍ଦ୍ର କରି  ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି  । ଗତ ଦୁଇ ବର୍ଷ ତଳେ ଉପର ବଡ଼ପୁଟର  ଇନ୍ଦିରାଆବାସ କଲୋନିର ରୁନିଙ୍କ ସହିତ ସାନ ବଡ଼ପୁଟର ସୁଜନ ପ୍ରଧାନଙ୍କ ସହ ବୈବାହିକ ରୀତିନୀତି ଅନୁଯାୟୀ ବିବାହ ସମ୍ପୂର୍ଣ୍ଣ ହେଇଥିଲା । ତେବେ ବୁଧବାର ସକାଳୁ ଶୋଭା ପ୍ରଧାନ ଚାଉଳ ଆଣିବା ପାଇଁ ଡାକିବାକୁ ଗଲା ବେଳେ ତିନି ଜଣଙ୍କ ମୃତଦେହ ପଡ଼ିଥିବା ଦେଖି ଚମାଖଣ୍ଡି ଥାନାକୁ ଖବର ଦେଇଥିଲେ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଥି ପୋଲିସ  । ସମସ୍ତଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ  ।

ଏଥିସହିତ ପଢ଼ନ୍ତୁ: ଗିରଫ ପୂର୍ବତନ ବିଧାୟକଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଓଡ଼ିଶା ପଞ୍ଚାୟତ ସଂଶୋଧନ ବିଲ୍-୨୦୨୧ ବିଧାନସଭାରେ ପାରିତ

ଭୁବନେଶ୍ୱର: ଓଡିଶା ପଞ୍ଚାୟତ ସଂଶୋଧନ ବିଲ୍-୨୦୨୧ ଆଜି ବିଧାନସଭାରେ ପାରିତ । ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ। ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ ତାହାକୁ କାର୍ଯ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଅନୁସଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ। କିନ୍ତୁ ତାହା ୨୭ ଭିତରେ ରହିବା ଉଚିତ। ଯେଉଁଠି ପେଶା ଆଇନ କାର୍ଯ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା।

ସମ୍ବିଧାନର ଅନୁଚ୍ଛେଦ ୨୪୩-ଡି’ରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ଉପରୋକ୍ତ ବ୍ୟବସ୍ଥା ମତେ ରାଜ୍ୟ ସରକାର ପଛୁଆ ବର୍ଗ ନାଗରିକଙ୍କ ପାଇଁ ଆବଶ୍ୟକତା ମତେ ସ୍ଥାନ ସଂରକ୍ଷଣ କରିବା ନିମନ୍ତେ ସ୍ଵତନ୍ତ୍ର ଅଟନ୍ତି ।

ସ୍ୱର୍ଣ୍ଣ ପଦକ ବିଜେତା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ୍‌ଙ୍କୁ ମୁଖ୍ୟମନ୍ତ୍ରୀ ଦେବେ ୬କୋଟି ଟଙ୍କାର ଆର୍ଥିକ ପୁରସ୍କାର

ଭୁବନେଶ୍ୱର: କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ଜାରି ରାଜ୍ୟ ସରକାରଙ୍କ ସମର୍ଥନ । କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ଠାରୁ ଆରମ୍ଭ କରି  କ୍ରୀଡ଼ାବିତଙ୍କ ପ୍ରଦର୍ଶନରେ ଉନ୍ନତି ନେଇ ରାଜ୍ୟ ସରକାର ଯୋଗାଇ ଆସୁଛନ୍ତି ସହଯୋଗ । ଏହି କ୍ରମରେ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଓଡ଼ିଆ କ୍ରୀଡ଼ାବିତ ପ୍ରମୋଦ ଭଗତ୍‌ଙ୍କୁ ମଧ୍ୟ ୬କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଯୋଗ୍ୟ ଯେ, ଗତ ଜୁଲାଇ ୮ ତାରିଖରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଆ ଅଲିମ୍ପିଆନ୍ ଓ ପରା ଅଲିମ୍ପିଆନଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତାଙ୍କୁ ୬କୋଟି, ରୌପ୍ୟ ପଦକ ବିଜେତାଙ୍କୁ ୪କୋଟି ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଏଥିସହିତ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଉଭୟ ଅଲିମ୍ପିଆନ୍ ଓ ପାରା ଅଲିମ୍ପିଆନଙ୍କ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଭାରତୀୟ ହକି ଦଳକୁ ଜାରି ରହିବ ଓଡ଼ିଶାର ସମର୍ଥନ, ୧୦ ବର୍ଷ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା

ପୂର୍ବ ଘୋଷଣା ମୁତାବକ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଦଳର ଓଡ଼ିଆ ସଦସ୍ୟ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଢ଼େଇ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ବିମାନ ବନ୍ଦରରେ  ପଞ୍ଚିବା ମାତ୍ରେ ତାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସେହିଭଳି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଐତିହାସିକ ସଫଳତା ହାସଲ କରିଥିବା ପ୍ରମୋଦ ଭଗତ୍‌ଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏଥିସହ ଗ୍ରୁପ ‘A’ ଲେବୁଲର ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର  । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାକୁ ଅଲିମ୍ପିକ୍ସ ପଦକ ବିଜୟର ଶ୍ରେୟ ଦେଲେ ନରିନ୍ଦର ବାତ୍ରା: ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଓ ଦୂରଦୃଷ୍ଟି ପାଇଁ ଜଣାଇଲେ ଧନ୍ୟବାଦ

ତାଲିବାନ ସରକାର ଅବୈଧ, ଆମେ ନିଜର କ୍ୟାବିନେଟ୍ ଗଢିବୁ ବୋଲି କହିଲା NRF

କାବୁଲ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ସରକାର ଗଠନ କରିଛି । ହେଲେ ପଞ୍ଜଶୀରର ଯୋଦ୍ଧା ମାନେ ଏହାକୁ ମାନିବାକୁ ନାରାଜ। ଆଉ ଏବେ ଆଫଗାନିସ୍ତାନରେ ନିଜେ ସରକାର ଗଠନ କରିବେ ଓ ତାଲିବାନ ସରକାରକୁ ମାନିବେ ନାହିଁ ବୋଲି ନ୍ୟାସନାଲ୍ ରେଜିଷ୍ଟ୍ରେସ୍ ଫ୍ରଣ୍ଟ (NRF) ଘୋଷଣା କରିଛି ।

ଆଫଗାନିସ୍ତାନରେ ପଞ୍ଜଶୀର ଏଭଳି ଏକ ସ୍ଥାନ ଯାହାକୁ ତାଲିବାନ ସମ୍ପୂର୍ଣ୍ଣ ଭାବେ ଅକ୍ତିଆର କରିପାରି ନାହିଁ । ତେବେ ତାଲିବାନ ଏହାର କିଛି ଅଞ୍ଚଳକୁ କବଜା କରିଥିଲେ ମଧ୍ୟ ପଞ୍ଜଶୀରର ଯୋଦ୍ଧା ମାନେ ହାର ମାନିନାହାଁନ୍ତି । ଆଉ ପାହାଡ ଉପରୁ ତାଲିବାନୀ ମାନଙ୍କୁ ଟକ୍କର ଦେବାରେ ଲାଗିଛନ୍ତି ।

ନ୍ୟାସନାଲ୍ ରେଜିଷ୍ଟ୍ରେସ୍ ଫ୍ରଣ୍ଟ (NRF)କୁ ନର୍ଦନ ଅଲାୟନ୍ସ ମଧ୍ୟ କୁହାଯାଏ। ଯାହାର ନେତୃତ୍ୱ ନେଇଛନ୍ତି ଅହମଦ ମସୁଦ । ମଙ୍ଗଳବାର ରାତିରେ ତାଲିବାନ ନିଜ କ୍ୟାବିନେଟ୍ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅହମଦ ମସୁଦ । ଆଉ କହିଛନ୍ତି ଆଫଗାନିସ୍ତାନରେ ସମାନ୍ତରାଳ ସରକାର ଚାଲିବ ଯେଉଁଥିପାଇଁ ନେତା ମାନଙ୍କ ସହ ବିଚାର-ବିମର୍ଶ ଚାଲିଛି ।

ତାଲିବାନର କେୟାରଟେକର ସରକାରକୁ NRF ଅବୈଧ ବୋଲି ଘୋଷଣା କରିଛି । କେବଳ ଏତିକି ନୁହେଁ NRF ନିଜ ବୟାନରେ କହିଛି ଯେ, ତାଲିବାନ ହେଉଛି ଆଫଗାନ ସହ ପୂରା ଦୁନିଆ ପାଇଁ କ୍ଷତିକାରକ । ଏହାପୂର୍ବରୁ ନର୍ଦନ ଅଲାୟନ୍ସ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର, ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ, ସାର୍କ, OIC ଭଳି ସଙ୍ଗଠନ ମାନଙ୍କୁ ତାଲବାନକୁ କୗେଣସି ପ୍ରକାର ସହଯୋଗ ନକରିବା ପାଇଁ ଅପିଲ୍ କରାଯାଇଥିଲା।

ସେହିପରି ଆଫଗାନ ସରକାରରେ ମନ୍ତ୍ରୀ ଥିବା ସଲାହୁଦ୍ଦିନ ରବ୍ବାନୀ ମଧ୍ୟ ତାଲିବାନ ଦ୍ୱାରା ଗଠିତ ସରକାରର ନିନ୍ଦା କରିଛନ୍ତି । ଏହି ସରକାର ଅଧିକ ସମୟ ଯାଏଁ ଚାଲିପାରିବ ନାହିଁ ବୋଲି ସେ ଦାବି ମଧ୍ୟ କରିଥିଲେ।

ଡୋର୍-ଟୁ-ଡୋର୍ ଟିକାକରଣ ଆଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଦେଶରେ ଡୋର୍-ଟୁ-ଡୋର୍ କୋଭିଡ ଟିକାକରଣର ନିର୍ଦ୍ଦେଶ ଜାରି କରିବାକୁ ସୁପ୍ରିମ କୋର୍ଟ ମନା କରିଦେଇଛନ୍ତି।  ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିକ୍ରମ ନାଥ ଓ ହିମା କୋହଲିଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ  ଦେଶରେ ଟିକାକରଣ ସଠିକ୍ ଭାବେ ଚାଲିଥି । ତେଣୁ ଘର ଘର ବୁଲି ଟିକା ଦେବାର କୌଣସି ଆବଶ୍ୟକତା ନାହିଁ ।

ବୁଧବାର ସୁପ୍ରିମ କୋର୍ଟରେ ଏହି ଖଣ୍ଡପୀଠ ଶୁଣାଣି କରି କହିଛନ୍ତି ଯେ, ଦେଶରେ କୋଭିଡକୁ ନେଇ  ଭିନ୍ନ ଭିନ୍ନ ସ୍ଥିତି ଓ ପ୍ରଶାସନିକ ଜଟିଳତାକୁ ଦୃଷ୍ଟିରେ ରଖି ଡୋର-ଟୁ-ଡୋର ଟିକାକରଣର ଆଦେଶ ଦେବା ସମ୍ଭବ ନୁହେଁ। ବିଶେଷ କରି ଯେତେବେଳେ ଦେଶରେ ଟିକାରଣ ପ୍ରକ୍ରିୟା ସୁଚାରୁ ରୂପେ ଆଗକୁ ବଢ଼ିଚାଲିଛି ସେତେବେଳେ ଏଭଳି ଆଦେଶ ଆଦୌ ଦିଆଯାଇପାରିବ ନାହିଁ ।

ଅନ୍ୟପଟେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଜୁଲାଇ ୩୦ରୁ ବିଏମସି ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଟିକା ଦେବାଲାଗି ଡୋର ଟୁ ଡୋର୍ ଟିକାକରଣ ଅଭିଯାନ ଆରମ୍ଭ କରିଛି।  ବିଏମସି କହିଛି ଯେ ଯେଉଁ ବ୍ୟକ୍ତି ଅତିକମରେ ଗତ ୬ ମାସ ହେବ ଶୟ୍ୟାଶାୟୀ ଥିବେ ସେମାନଙ୍କି ହିଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏଥିସହିତ ସେମାନଙ୍କୁ ଡାକ୍ତରଙ୍କଠାରୁ ଆଣିଥିବା ‘ଭ୍ୟକ୍ସିନ୍ ଫିଟ୍ ‘ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏହି ଟିକା ପାଇଁ ଆବେଦନ ପରେ ଏକ ଆପଏଣ୍ଟମେଣ୍ଟ ନିଆଯିବ ଏବଂ ହିତାଧିକାରୀ କିମ୍ବା ପରିବାର ସ୍ୱାକ୍ଷର କରିବା ପରେ ଯାଇ ତାଙ୍କୁ ଟିକା ଦିଆଯିବ।

ରାଜନୈତିକ ଲାଭ ପାଇଁ ଗୋଲ୍ ପୋଷ୍ଟ ସିଫ୍ଟ କରୁଛନ୍ତି ବିରୋଧୀ: ବିଜେଡି

ଭୁବନେଶ୍ୱର: ବିଧାନସଭା ଚଳାଇ ଦେଉନାହାଁନ୍ତି ବିରୋଧୀ । ଏହାକୁ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ ବିରୋଧୀଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ରାଜନୀତିରେ ଏହାକୁ ସିଫ୍ଟିଂ ଓ ଗୋଲ୍ ପୋଷ୍ଟ କୁହାଯାଏ । ଗୋଟିଏ ନିୟମାବଳୀରେ ଖେଳ ଆରମ୍ଭ ହୁଏ । ଖେଳ ଅଧାରୁ ସଫଳତା ନମିଳିବା ପରେ ଖେଳରେ ପଇଁତରା ବଦଳାଇ, ଗୋଲ ପୋଷ୍ଟ ବଦଳାଯାଏ । ଏବେ ବିରୋଧୀ ଦଳ ଏମିତି ଲୁଚକାଳି ଖେଳ ଆରମ୍ଭ କରିଛନ୍ତି ।

ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ମରୁଡ଼ି ପରିସ୍ଥିତି, ସାର ଅଭାବ, ଫସଲ ବୀମା ମିଳୁନି । ମୋଟ ଉପରେ କହିବାକୁ ଗଲେ ଚାଷୀ ସମସ୍ୟାକୁ ନେଇ ପ୍ରବଳ ଉଦବେଗ୍ ରହିଛି । ମୌସୁମୀ ଅଧିବେଶନ ପୂର୍ବରୁ ଏହାକୁ ନେଇ ଆଲୋଚନା ହେବ ବୋଲି ସମସ୍ତେ ଆକଳନ କରୁଥିଲେ । ସରକାର ମଧ୍ୟ ସବୁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଥିଲେ । ବିରୋଧୀ ଦଳର ଦାବି ଅନୁସାରେ ମରୁଡ଼ି ପ୍ରସଙ୍ଗ ମୋସନ ଆକାରରେ ଆସି ଆଲୋଚନା ହୋଇଥିଲା ।

Pratap Dev Slams BJP & Congress Over Adjournment Of Odisha Assembly

ଏହା ପରେ ବିରୋଧୀ ପ୍ରସଙ୍ଗରୁ ହଟି ଯାଇଥିବା କହିଛନ୍ତି ପ୍ରତାପ ଦେବ । ସାର ଅଭାବ, ଫସଲ ବୀମା ନ ମିଳିବା କଥା କଣ ଚାଷୀଙ୍କ ପ୍ରସଙ୍ଗ ନୁହେଁ ବୋଲି ପଚାରିଛନ୍ତି ପ୍ରତାପ ଦେବ । ବିରୋଧୀ ଦଳ ଚାଷୀଙ୍କ ନାଁ ନେଇ ରାଜନୀତି କରୁଛନ୍ତି । ଚାଷୀ ପ୍ରସଙ୍ଗକୁ ଯାଇ ଗଭୀରତାର ସହ ଆଲୋଚନା କରୁନାହାଁନ୍ତି । ବିଜେପିକୁ ଭୟ ଗୋଡ଼ାଉଛି କାଳେ କେନ୍ଦ୍ର ସରକାରଙ୍କ କଥା ଜଣାପଡ଼ିବ । ତେଣୁ ତୁରନ୍ତ ପଇଁତରା ବଦଳାଇ ଦେଢ଼ ମାସ ହେଲା ଚର୍ଚ୍ଚା ଭିତରେ ନଥିବା ପ୍ରସଙ୍ଗକୁ ଉଠାଉଛନ୍ତି ।

ଜ୍ୱଳନ୍ତ ପ୍ରସଙ୍ଗକୁ ଛାଡ଼ି ଡିଆଁ ମାରିବା ପଛର କାରଣ କ’ଣ ? ବିରୋଧୀ ଦଳ ପଳାୟନପନ୍ଥୀ ଭୂମିକା ଗ୍ରହଣ କରୁଛନ୍ତି । ଗୋଟିଏ ପ୍ରସଙ୍ଗ ଛିଡ଼ା କରିବା ପରେ ଅନ୍ୟ ପ୍ରସଙ୍ଗକୁ ଡାଇଭର୍ଟ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ବାଚସ୍ପତିଙ୍କୁ ଘେରାଉ କରିବା ଏକ ରାଜନୈତିକ ନାଟକ, କେବଳ ମିଡିଆରେ ହେଡଲାଇନ୍ ପାଇଁ ।

ରାଜ୍ୟ ସରକାର ପଳାୟନପନ୍ଥୀ ନୁହଁନ୍ତି । ଯେତେବେଳେ ଯେଉଁ ପ୍ରସଙ୍ଗ ଆସିଛି ସରକାର ନିର୍ଭୀକ ଭାବେ ଆଲୋଚନା କରିଛନ୍ତି । ବିରୋଧୀ ନିଜକୁ ସୁହାଇବା ଭଳି ପ୍ରସଙ୍ଗ ଉଠାଇଛନ୍ତି । ଜନତା ପାଇଁ ସେମାନଙ୍କର ଟିକିଏ ବି ଦରଦ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ; ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ୱ

ଲକ୍ଷ୍ନୗେ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିବା ଦାୟିତ୍ୱ ପଡିଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ । ଏଥିସହ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ ଟିମ୍ ଘୋଷଣା କରାଯାଇଛି ।

କେନ୍ଦ୍ର ମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଥିବା ବେଳେ ତାଙ୍କ ସହ ୭ ଜଣଙ୍କୁ ସହପ୍ରଭାରୀ କରାଯାଇଛି । ଓବିସି ସମ୍ପ୍ରଦାୟରୁ ଆସୁଥିବା  ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପିର ନିର୍ବାଚନ କମାଣ ହସ୍ତାନ୍ତର କରାଯାଇଛି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଅର୍ଜୁନ ରାମ ମେଘବାଲ, ସରୋଜ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ୍ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର ମଧ୍ୟ ଏଥିରେ ରହିଛନ୍ତି । ଏହି ଟିମ୍ ଗଠନ ବେଳେ ବିଜେପି ଜାତୀୟ ସମୀକରଣକୁ ଦୃଷ୍ଟିରେ ରଖିଥିବା ନେଇ ସୂଚନା ମିଳିଛି ।

ଓବିସି ଭୋଟ୍ ଉପରେ ନଜର

ଉତ୍ତରପ୍ରଦେଶର ଜନସଂଖ୍ୟାର ସର୍ବାଧିକ ହେଉଛନ୍ତି ଓବିସି ସମ୍ପ୍ରଦାୟ । ଯେଉଁମାନେ କି ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି ।

bjp defated in panchayat election in up

ଉତ୍ତରପ୍ରଦେଶରେ ପଛୁଆ ବର୍ଗଙ୍କୁ ନିଜ ଆଡକୁ ଟାଣିବା ଲାଗି ଚେଷ୍ଟା କରୁଥିବା ସମାଜବାଦୀ ପାର୍ଟିର ଯୋଜନା ଭଣ୍ଡୁର କରିବା ଲାଗି ବିଜେପିର ଏହି କାର୍ଡ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି । ରାଜନୈତିକ ତଥ୍ୟକୁ ଦେଖିଲେ, ପ୍ରାୟ ୧୫ ବର୍ଷ ପରେ ଅର୍ଥାତ୍ ୨୦୧୭ ମସିହାରେ ୟୁପିରେ ବିଜେପି ପ୍ରତ୍ୟାବର୍ତ୍ତନରେ ଓବିସି ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଆଉ ଏବେ ୨୦୨୨ ମସିହାରେ ଏହି ଭାେଟକୁ ବାନ୍ଧି ରଖିବାରୂ ଦାୟିତ୍ୱ ମଧ୍ୟ ଧର୍ମେନ୍ଦ୍ରଙ୍କ କାନ୍ଧରେ ରହିଛି ।

ବିହାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଦାନନ୍ଦ ସିଂହଙ୍କ ପରଲୋକ

0

ପାଟଣା: ବିହାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଦାନନ୍ଦ ସିଂହଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପାଟନାସ୍ଥିତ କ୍ୟୁରିସ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସଦାନନ୍ଦ ସିଂହ ବିହାର କଂଗ୍ରେସର ସବୁଠୁ ବରିଷ୍ଠ ନେତା ଥିଲେ । ବିହାର ବାଘଲପୁରରୁ ସେ ୯ଥର ବିଧାୟକ ହୋଇଥିଲେ ।

ସଦାନନ୍ଦ ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ସେ ବିହାର ବିଧାନସଭା ବାଚସ୍ପତି ରହିଥିଲେ। ୧୦ବର୍ଷ ଧରି ସେ ବିହାର କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ରହିଥିଲେ। ସଦାନନ୍ଦଙ୍କ ମୃତ୍ୟୁରେ ବିହାର କଂଗ୍ରେସ ସମେତ ଅନ୍ୟ ଦଳର ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବିହାର କଂଗ୍ରେସ ମୁଖ୍ୟ ମଦନ ମୋହନ ଝା, ବିହାରର ପୁର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝି, ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।