spot_img
Home Blog Page 5220

ତାଲିବାନ ଡରରେ ପଳାଇଥିଲେ ୨୦୦ ଆଫଗାନ ନାଗରିକ, ଫେରାଇଦେଲା ପାକିସ୍ତାନ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ପାକିସ୍ତାନ ପଳାଇଥିବା ୨୦୦ ଆଫଗାନି ନାଗରିକଙ୍କୁ ଫେରାଇ ଦେଇଛି ପାକିସ୍ତାନ । ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ସାମିଲ ରହିଛନ୍ତି । ଖାଲି ଏତିକି ନୁହେଁ ସେମାନେ ଅବୖେଧ ରୂପରେ ଦେଶରେ ପ୍ରବେଶ କରିଥିବା ନେଇ ପାକିସ୍ତାନ କହିଛି ।

ସୂଚନା ଅନୁଯାୟୀ, ତାଲିବାନ ଯେତେବେଳେ ଆଫଗାନିସ୍ତାନ ଉପରେ କବଜା କରିଥିଲା ସେସମୟରେ ବହୁ ସଂଖ୍ୟାରେ ଲୋକମାନେ ଦେଶ ଛାଡି ପଳାୟନ କରିବାକୁ ଚେଷ୍ଟା କରିଥିଲେ । ଆଉ ବହୁ ସଂଖ୍ୟାରେ ଜନସାଧାରଣ ବିଭିନ୍ନ କ୍ଷେତ୍ର ଦେଇ ପାକିସ୍ତାନର ସୀମାରେ ପହଞ୍ଚିବା ସହ ଚମନ ଅଞ୍ଚଳ ପାଖାପାଖି ରହିଥିଲେ । ଏଠାକାର ରେଳ ଷ୍ଟେସନରେ ଶହ ଶହ ସଂଖ୍ୟାରେ ଲୋକମାନେ ରାତି ମଧ୍ୟ କାଟିଥିଲେ ।

ପାକିସ୍ତାନ ମିଡିଆ ମୁତାବିକ, ସ୍ଥାନୀୟ ଅଧିକାରୀ ମାନେ କାହାକୁ ବି ଆଗକୁ ପଶିବାକୁ ଦେଇନଥିଲେ । ଏପରିକି କ୍ୱେଟା ଯାଏଁ ପଶି ଆସିଥିବା କିଛି ନାଗରିକଙ୍କୁ ପୋଲିସ ହେପାଜତରେ ନେଇଥିଲା । DAWNର ରିପୋର୍ଟ ଅନୁଯାୟୀ, ୨୦୦ ଆଫଗାନ ନାଗରିକ ପାକିସ୍ତାନରେ ଅବୈଧ ରୂପରେ ପ୍ରବେଶ କରିଥିବା ଦର୍ଶାଇ ଫେରାଇ ଦିଆଯାଇଥିଲା ।

Afghanistan What Is Next For Rescue Operation Qatar Doha Taliban

କିନ୍ତୁ ଯେଉଁମାନଙ୍କ ପାଖରେ ଭିସା ଓ ପାସପୋର୍ଟ ରହିଛି, ସେମାନଙ୍କୁ ଏଣ୍ଟ୍ରି ଦିଆଯାଇଛି । ଅନ୍ୟ ଏକ ରିପୋର୍ଟ୍ ଅନୁସାରେ ପାକିସ୍ତାନରେ ପାଖାପାଖି ୩ ମିଲିୟନ୍ ଆଫଗାନ ନାଗରିକ ରହୁଛନ୍ତି ।  ତାଲିବାନର ଶାସନ ଆରମ୍ଭ ହେବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡି ପଳାୟନ କରିଥିଲେ ।  ତେବେ ଆମେରିକା ସେନା ଦ୍ୱାରା ପ୍ରାୟ ଦେଢ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆମେରିକା ସେନା ଯିବା ପରେ  କାବୁଲ ଏୟାରପୋର୍ଟ ବନ୍ଦ ରହିଛି ।

ଭାରତୀୟ ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ: ଭାରତୀୟ ସେନା, ନୌସେନା ଓ ବାୟୁ ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମିଶନ। ଏନେଇ  ତିନି ବାହିନୀର ମୁଖ୍ୟ ରାଜି ହୋଇଛନ୍ତି। ସୁପ୍ରିମକୋର୍ଟ ନିକଟରେ ଏସମ୍ପର୍କରେ ତଥ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏହା ସହ ଏନଡିଏ ଓ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି ଦେବା ଲାଗି ମଧ୍ୟ ସରକାର ସହମତି ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟରେ ଅତିରିକ୍ତ ସଲିସିଟର ଜେନରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି, ମହିଳାଙ୍କୁ ବିଭିନ୍ନ ବାହିନୀରେ ସ୍ଥାୟୀ କମିଶନ ଦେବା ସକାଶେ ସହମତି ହେବା ଏକ ବଡ ନିଷ୍ପତ୍ତି । ଏ ନେଇ ବିଭିନ୍ନ ପ୍ରକ୍ରିୟା ବି ଜାରି ରହିଛି। ଏହା ସହ ଏନଡିଏ ଓ ନାଭାଲ ଏକାଡେମୀରେ ମଧ୍ୟ ସେମାନଙ୍କ ପ୍ରବେଶ ଲାଗି ତିନିବାହିନୀ ମୁଖ୍ୟ ଓ ସରକାର ନିଷ୍ପତ୍ତି ନେଇଛନ୍ତି।

ଜଷ୍ଟିସ ଏସ.କେ. କୌଲ କହିଛନ୍ତି ଏହି ପ୍ରସଙ୍ଗ ନେଇ ଦୀର୍ଘ ଦିନ ଧରି ଚିନ୍ତା କରାଯାଉଥିଲା । ଲିଙ୍ଗଗତ ସମାନତା ଲାଗି ସେନାବାହିନୀ ଅନେକ କିଛି କରିବାର ଆବଶ୍ୟକତା ରହିଥିଲା। ତେଣୁ ତିନି ଏହି ନିଷ୍ପତ୍ତି ଯୋଗୁ ସେ ଖୁସି ଅଛନ୍ତି। ତିନିବାହିନୀର ମହିଳାଙ୍କୁ ସ୍ଥାୟୀ କମିଶନ ଏବଂ ନାଭାଲ ଏକାଡେମୀରେ ମହିଳାଙ୍କୁ ଅନୁମତି କ୍ଷେତ୍ରରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବା ଲାଗି ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ। ତେବେ ଏନେଇ ସୁପ୍ରିମକୋର୍ଟରେ ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।

ବୟାନର ତର୍ଜମା କରୁଛି କ୍ରାଇମବ୍ରାଞ୍ଚ, ତାଳମେଳ ନରହିଲେ ପୁଣି ଜେରା

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀ ଓ ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନର ଚାଲିଛି ତର୍ଜମା । ପୋଲିସ ଓ କ୍ରାଇମବ୍ରାଞ୍ଚ ଆଗରେ ବିଦ୍ୟାଭାରତୀ ଓ ସୌମ୍ୟଙ୍କ ପରିବାର ଦେଇଥିବା ବୟାନର ତାଳମେଳ ନେଇ ଯାଞ୍ଚ କରାଯାଉଛି । ବୟାନରେ ତାଳମେଳ ନରହିଲେ ପୁଣି ଜେରା କରାଯିବ ।

 Crime Branch Matching Statements In ACF Soumya Ranjan Death Case

ଜଗୁଆଳି ଦେଇଥିବା ବୟାନର ମଧ୍ୟ ତର୍ଜମା ଚାଲିଛି । କେବେଠାରୁ ତାଙ୍କୁ ଛଟେଇ କରାଯାଇଛି ସେନେଇ ତଦନ୍ତ କରାଯାଉଛି । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନେଇ ମଧ୍ୟ ତର୍ଜମା କରାଯାଉଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।

CIA ମୁଖ୍ୟ ଓ ଋଷ NSAଙ୍କୁ ଭେଟିଲେ ଡୋଭାଲ୍, ଆଫଗାନିସ୍ତାନ ସ୍ଥିତି ନେଇ ଆଲୋଚନା

0

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାର ଘୋଷଣା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନୂଆଦିଲ୍ଲୀରେ ଆଜି ଭାରତଗସ୍ତରେ ଆସିଥିବା ଆମେରିକାନ ଗୁଇନ୍ଦା ସଂସ୍ଥା CIA ମୁଖ୍ୟ ୱିଲିୟମ ବର୍ନସ୍ ଏବଂ ଋଷର ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାଟ୍ରୁଶେଭଙ୍କ ସହ ଭେଟିଛନ୍ତି । ସୂଚନା ମୁତାବକ, ବର୍ନସ୍ ଚାହୁଁଛନ୍ତି ଯେ ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ରାଷ୍ଟ୍ରିୟ ସୁରକ୍ଷା ପାଇଁ ଭାରତ ଆଫଗାନିସ୍ତାନରୁ ଗୁଇନ୍ଦା ସୂଚନା ଦେବାରେ ଏକ ବଡ଼ ଭୂମିକା ଗ୍ରହଣ ରୁ। ସେ କହିଛନ୍ତି ଯେ ଆମେରିକା ଚାହୁଁଛି ଆଫଗାନିସ୍ତାନରୁ ଭାରତ ଏକାଠି କରୁଥିବା ଗୁପ୍ତ ତଥ୍ୟକୁ ନୂଆଦିଲ୍ଲୀ ୱାସିଂଟନକୁ ଦେବା ସହିତ କିଛି ଆଫଗାନୀଙ୍କୁ ଭାରତ ଶରଣ ଦେଉ।

 ଆଫଗାନିସ୍ଥାନ ତାଲିବାନ କବଜାକୁ ଯିବା ପରେ ଭରତ  ଅନ୍ୟ ସାଥିଦେଶ ମାନଙ୍କ ସହ ଆଲୋଚନା ଜାରି ରହିଛି। ତେବେ ଏହି ସଂକ୍ରାନ୍ତରେ ଋଷ NSAଙ୍କ ସହ ମଧ୍ୟ ଡୋଭାଲ ଏକ ଜରୁରୀ ବୌଠକ କରିଛନ୍ତି।  ଏହି ବୈଠକରେ ଆଫଗାନିସ୍ତାନର ପରିସ୍ଥିତି ଉପରେ ଆଲୋଚନା କରାଯାଇଛି।

ସୂଚନା ମୁତାବକ, ଏହି ବୈଠକରେ ଆମେରିକାର ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ପରେ ତାଲିବାନ ଦଖଲ, ନୂଆ ତାଲିବାନ ସରକାର ଗଠନ, ସୁରକ୍ଷା ଚିନ୍ତା ଏବଂ ନୂତନ ତାଲିବାନ ସରକାରଙ୍କ ସହ ସମ୍ପର୍କ ବିଷୟରେ ଆଲୋଚନା ହୋଇଛି। ତେବେ ନିକୋଲ ଭାରତ ଗସ୍ତରେ ବୈଦଶିକବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବାର ଯୋଜନା ରହିଛି।

ଋଷ ଲଗାତାର ଭାବେ ତାଲିବାନ ସହ ସମ୍ପର୍କରେ ରହିଛି । ଏପରିକି ତାଲିବାନ ସରକାର ଗଠନ କାର୍ଯ୍ୟକ୍ରମରେ ଋଷକୁ ତାଲିବାନ ନିମନ୍ତ୍ରଣ ବି ପଠାଇଛି। ତେବେ ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓ ଋଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲେ।ଉଭୟଙ୍କ ମଧ୍ୟରେ ଆଫଗାନୀସ୍ତାନର ପରିସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ଋଷ ପୂର୍ବରୁ ମଧ୍ୟ ଆତଙ୍କବାଦ ବିରୁଦ୍ଧରେ ଓ ଅନ୍ୟାନ୍ୟ ମାମଲାରେ ଭାରତ ସହ ଛିଡ଼ା ହୋଇଛି। ତେବେ ବର୍ତ୍ତମାନ ଯଦି ତାଲିବାନ ଭାରତ ବିରୁଦ୍ଧରେ କୌଣସି ପଦକ୍ଷେପ ନିଏ ତେବେ ଋଷ ନିଶ୍ଚିତ ଭାରତ ସହ ଛିଡ଼ାହେବ ବୋଲି ଆଶା କରାଯାଉଛି। 

 

ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି । ସେହିଭଳି ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ଥିବା ନେଇ ତଥ୍ୟ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି । ଅଣଶିକ୍ଷକ ପଦବୀ ପୂରଣ ରାଜ୍ୟ ପ୍ରବରଣ ମଣ୍ଡଳୀ ମାଧ୍ୟମରେ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ସହ ୬୭୯ଟି ଅଣଶିକ୍ଷକ ପଦବୀ ଖାଲି ରହିଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୧ଟି ପ୍ରଫେସର ପଦବୀ ସହ ୩୭୭ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୯ଟି ପ୍ରଫେସର ପଦବୀ ସହ ୬୮ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ପ୍ରଫେସର ପଦବୀ ସହ ୧୬୨ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।

ସେହିଭଳି ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬ଟି ପ୍ରଫେସର ପଦବୀ ସହ ୫୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୨ଟି ପ୍ରଫେସର ପଦବୀ ସହ ୧୩ଟି ଅଣଶିକ୍ଷକ ପଦବୀ ଖାଲି ରହିଛି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୬ଟି ପ୍ରଫେସର ପଦବୀ ସହ ୪୩ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ଟି ପ୍ରଫେସର ପଦବୀ ଖାଲି ପଡ଼ିଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ଖାଲି ଅଛି । ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୧ଟି ପ୍ରଫେସର ପଦବୀ ସହ ୧୦୧ଟି ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଶନିବାର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଶ୍ରୀମନ୍ଦିରରେ ବଢ଼ିଲା ଦର୍ଶନ ଅବଧି । ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୯ଟା ଯାଏଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳୁଥିଲା । ଏଥିସହ ପୂର୍ବରୁ ଶନିବାର ମନ୍ଦିର ବନ୍ଦ ରହୁଥିବା ବେଳେ ଏଣିକି ଖୋଲା ରହିବ । ଶନିବାର ଶ୍ରଦ୍ଧାଳୁ ଜଗା ଦର୍ଶନ କରିପାରିବେ ।

Puri Jagannath Temple Now WIll Open In Saturday

ରବିବାର ସାନିଟାଇଜେସନ୍ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ଦର୍ଶନ ବନ୍ଦ ରହିବ । ପୂର୍ବଭଳି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ RT-PCR ଟେଷ୍ଟ ନେଗେଟିଭ ପ୍ରମାଣପତ୍ର ଓ ଦୁଇଟି ଡୋଜ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ବାଧ୍ଯତାମୂଳକ ରଖାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓଙ୍କ ସହ ପାଞ୍ଚ ଜଣ ପରିଚାଳନା କମିଟି ସଦସ୍ୟ ସାମିଲ ହୋଇଛନ୍ତି ।

ଗିରଫ ପୂର୍ବତନ ବିଧାୟକଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚିଟଫଣ୍ଡ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କ ଠକେଇ ଗୁମର ଖୋଲିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରିଛନ୍ତି । ମାଲ୍ଲାଙ୍କ ସଂସ୍ଥା ଭୁବନେଶ୍ୱର, କଟକ ଏବଂ ନୟାଗଡ଼ ଜିଲ୍ଲାରେ ଶାଖା ଖୋଲିଥିଲା । ଲୋକଙ୍କୁ ଜମାରେ ବେଶି ରିଟର୍ଣ୍ଣ ସହ ଭାଇଜାଗରେ ଜମି ମୋହ ଦେଖାଇ ଟଙ୍କା ନେଉଥିଲା ।

Crime Branch To Take Arrested Former MLA In Remand

ଏଯାବତ୍ କ୍ରାଇମବ୍ରାଞ୍ଚରେ ୧୫୦ଟି ଅଭିଯୋଗ ହୋଇଛି । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ରାଜ୍ୟର ୩ଟି ଜିଲ୍ଲାରେ ଠକେଇ କରୁଥିଲେ ପୂର୍ବତନ ବିଧାୟକ । ରିମାଣ୍ଡରେ ଆଣି ଜେରା କଲେ ଅଧିକ ତଥ୍ୟ ଜଣାପଡ଼ିବ । ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ମାଲ୍ଲାଙ୍କ ନାଁରେ ମାମଲା ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମଧ୍ୟ ମାମଲାର ଯାଞ୍ଚ କରୁଛି । କେନ୍ଦ୍ରୀୟ ସଂସ୍ଥା ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରି ତଦନ୍ତ କରିବ ।

Crime Branch To Take Arrested Former MLA In Remand

ଅନ୍ୟପଟେ ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କ ତେଲୁଗୁ ଫିଲ୍ମ ଲିଙ୍କ୍‌ ମିଳିଛି । କୋଟି କୋଟି ଟଙ୍କା ଗ୍ରାହକଙ୍କଠାରୁ ଠକି ଫିଲ୍ମ ତିଆରି କରୁଥିଲେ ଓ୍ବାଇଏସ୍‌ଆର କଂଗ୍ରେସ ନେତା ମାଲ୍ଲା ବିଜୟ ପ୍ରସାଦ । ଏନେଇ ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ । ଏମ. ଭି. ପ୍ରସାଦ ଟଲିଉଡ୍‌ର ଜଣେ ନାମୀ ଦାମୀ ପ୍ରଯୋଜକ ଥିଲେ । ଚିଟଫଣ୍ଡ ବାବଦକୁ କୋଟି କୋଟି ଟଙ୍କା ଲୁଟି ଫିଲ୍ମ ଜଗତରେ ନିବେଶ କରିଥିଲେ ପ୍ରସାଦ । ବଡ଼ ବଡ଼ ବ୍ୟାନରରେ ଫିଲ୍ମ ନିର୍ମାଣ ପାଇଁ ଟଙ୍କା ବିନିଯୋଗ କରିଥିଲେ।

ତାଲିବାନର ଘୋଷଣା, ଶରିୟା ଆଇନରେ ଚାଲିବ ଆଫଗାନିସ୍ତାନ

କାବୁଲ: ମଙ୍ଗଳବାର ରାତିରେ ତାଲିବାନ ନିଜର ସରକାର ଘୋଷଣା କରିଛି। ମୁହ୍ଲା ହାସନ ଆଖୁଣ୍ଡ ହାସନ ଅଖଣ୍ଡ ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଫଗାନିସ୍ତାନର ନୂଆ କ୍ୟାବିନେଟରେ ଏପରି ଅନେକ ଚେହେରା ଅଛି, ଯେଉଁମାନେ ଆନ୍ତର୍ଜାତୀୟ ସଂଗଠନ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଛନ୍ତି। କ୍ୟାବିନେଟ ଘୋଷଣା ସହିତ ତାଲିବାନ କହିଛି ଯେ ଆଫଗାନିସ୍ତାନ ବର୍ତ୍ତମାନ ଶରିୟା ଆଇନ ଅନୁଯାୟୀ ପରିଚାଳିତ ହେବ।

ନିଜର ନୂଆ ନିୟମ ଘୋଷଣା କରି ତାଲିବାନ କହିଛି ଯେ ଭବିଷ୍ୟତ ବିଷୟରେ କେହି ଚିନ୍ତା କରିବା ଆବଶ୍ୟକ ନାହିଁ । ଆମର ପ୍ରଥମ ପ୍ରୟାସ ହେଉଛି ଦେଶର ସମସ୍ୟାଗୁଡ଼ିକର ଆଇନଗତ ସମାଧାନ କରିବା। ନୂଆ ସରକାର ପ୍ରଥମେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି,  ଆଗକୁ ପରିବେଶ ଠିକ ହୋଇଯିବ।  ତାଲିବାନ ଆଫଗାନିସ୍ତାନ ନ ଛାଡିବାକୁ ଲୋକଙ୍କୁ ନିବେଦନ କରିଛି। ଇସଲାମିକ ଦେଶରେ କାହାରି କୌଣସି ଅସୁବିଧା ନାହିଁ ବୋଲି କବିହା ସହିତ ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ଆରମ୍ଭ କରିବା ଉଚିତ୍ ବୋଲି କହିଛି ତାଲିବାନ।

ତାଲିବାନ ଆଫଗାନବାସୀଙ୍କ ବିଶ୍ୱାସ ଦେଇ କହିଛି ଯେ ଦେଶର ସମସ୍ତ ସ୍କୋଲାର, ପ୍ରଫେସର, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତ ବ୍ୟକ୍ତିଙ୍କ ଯତ୍ନ ନିଆଯିବ। ସମସ୍ତଙ୍କ ମତାମତ ନିଆଯିବ ଏବଂ ସେମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହନ ବି ଦିଆଯିବ।

ଓଡ଼ିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ୍ ନିର୍ମାଣ, ଲୋକଙ୍କ ବିରୋଧ

ଜଳେଶ୍ୱର: ଓଡ଼ିଶା ସୀମାରେ ବେଆଇନ ପାଚେରି ନିର୍ମାଣ କରୁଛି ପଶ୍ଚିମବଙ୍ଗ । ପାଚେରି ନିର୍ମାଣ ହେଉଥିବା ସ୍ଥାନଟି ଓଡ଼ିଶାର ହୋଇଥିବାବେଳେ ପଶ୍ଚିମବଙ୍ଗ ପ୍ରଶାସନ ୫୦ ମିଟର ପର୍ଯ୍ୟନ୍ତ ମାଡ଼ି ଆସିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବାପରେ ଭୋଗରାଇ ଅତିରିକ୍ତ ତହସିଲଦାର ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଜଣାପଡ଼ିଛି ।

West Bengal Builds Illegal Construction In Odisha's Border

ଭୋଗରାଇର ଉଦୟପୁର ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଶ୍ଚିମବଙ୍ଗ । ସୀମାରେ ପାଚେରି ହେଉଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । କେତେବେଳେ ଗାଁ ଭିତରକୁ ଧସେଇ ପଶୁଛି ତ କେତେବେଳେ ପୁଣି ବେଳାଭୂମିରେ ବେଆଇନ ନିର୍ମାଣ କରୁଛି ପଶ୍ଚିମବଙ୍ଗ । ଯାହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଲୋକ ।

ପିଲାଙ୍କ ଉପରେ ସ୍କୁଲରେ ଶିକ୍ଷକ, ଘରେ ବାପାମାଆ ନଜର ରଖନ୍ତୁ: DMET

ଭୁବନେଶ୍ୱର: ଦ୍ବିତୀୟ ଲହରରେ କରୋନା ସଂକ୍ରମଣ ତୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରା ଯାଉଥିଲା ସେହି ସବୁ କରିବାକୁ ପଡ଼ିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢ଼ିବ ସେହି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣର ପ୍ରତିଶତ ନୁହେଁ, ସଂଖ୍ୟା କେତେ ଅଛି ଦେଖିବାକୁ ପଡ଼ିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ବୟସ୍କ ଲୋକମାନେ ଟୀକା ନେଇ ଗଲେଣି । କିନ୍ତୁ ଶିଶୁ ମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କ ମାନଙ୍କ ଠାରୁ ହିଁ ପିଲା ସଂକ୍ରମିତ ହେବେ । ତେଣୁ ସଂକ୍ରମଣ ସୋର୍ସକୁ ନିୟନ୍ତ୍ରଣ କରିବାକୁ ହେବ । ତାହେଲେ ପିଲାମାନଙ୍କୁ ସଂକ୍ରମଣ ହେବ ନାହିଁ । ପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହା ବନ୍ଦ କରିବାର ମୁଖ୍ୟ ଭୂମିକା ଅଭିଭାବକ ମାନଙ୍କର । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ । ତାହା ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ୱ । ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ ।

Parents To Look In Home And Teachers In School On Child Says DMET

ରାଜ୍ୟରେ ୮ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲା ମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।

ପିଲା ମାନଙ୍କର ସଂକ୍ରମଣ ହାର କମ । ରୋଗର ତୀବ୍ରତା କମ୍ । ବିଦେଶରେ କିଛି ପିଲାଙ୍କୁ ହାଇବ୍ରିଡ୍ ମୋଡରେ ପଢ଼ା ଯାଉଛି । ପ୍ରାଇମେରୀ ସ୍କୁଲ୍ ଖୋଲିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆମର ଦାୟିତ୍ୱ । ଯେହେତୁ ଭ୍ୟାକ୍ସିନ ଆସିନାହିଁ, ତେଣୁ ପିଲା ମାନଙ୍କୁ କୋଭିଡ୍ ନିୟମ କେମିତି ପାଳନ କରିବେ ତାହା ଧ୍ୟାନ ଦେବାକୁ ହେବ । ସ୍କୁଲରେ ୬ରୁ ୮ ଘଣ୍ଟା ପିଲାମାନେ ରହୁଛନ୍ତି, ବାକି ସମୟ ଘରେ ରହୁଛନ୍ତି । ତେଣୁ ସ୍କୁଲରେ ଶିକ୍ଷକ ମାନେ ଓ ଘରେ ବାପାମାଆ ମାନେ ପିଲା ମାନଙ୍କ ଉପରେ ନଜର ରଖନ୍ତୁ ।