spot_img
Home Blog Page 5221

ତାଲିବାନର ଘୋଷଣା, ଶରିୟା ଆଇନରେ ଚାଲିବ ଆଫଗାନିସ୍ତାନ

କାବୁଲ: ମଙ୍ଗଳବାର ରାତିରେ ତାଲିବାନ ନିଜର ସରକାର ଘୋଷଣା କରିଛି। ମୁହ୍ଲା ହାସନ ଆଖୁଣ୍ଡ ହାସନ ଅଖଣ୍ଡ ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆଫଗାନିସ୍ତାନର ନୂଆ କ୍ୟାବିନେଟରେ ଏପରି ଅନେକ ଚେହେରା ଅଛି, ଯେଉଁମାନେ ଆନ୍ତର୍ଜାତୀୟ ସଂଗଠନ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଛନ୍ତି। କ୍ୟାବିନେଟ ଘୋଷଣା ସହିତ ତାଲିବାନ କହିଛି ଯେ ଆଫଗାନିସ୍ତାନ ବର୍ତ୍ତମାନ ଶରିୟା ଆଇନ ଅନୁଯାୟୀ ପରିଚାଳିତ ହେବ।

ନିଜର ନୂଆ ନିୟମ ଘୋଷଣା କରି ତାଲିବାନ କହିଛି ଯେ ଭବିଷ୍ୟତ ବିଷୟରେ କେହି ଚିନ୍ତା କରିବା ଆବଶ୍ୟକ ନାହିଁ । ଆମର ପ୍ରଥମ ପ୍ରୟାସ ହେଉଛି ଦେଶର ସମସ୍ୟାଗୁଡ଼ିକର ଆଇନଗତ ସମାଧାନ କରିବା। ନୂଆ ସରକାର ପ୍ରଥମେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି,  ଆଗକୁ ପରିବେଶ ଠିକ ହୋଇଯିବ।  ତାଲିବାନ ଆଫଗାନିସ୍ତାନ ନ ଛାଡିବାକୁ ଲୋକଙ୍କୁ ନିବେଦନ କରିଛି। ଇସଲାମିକ ଦେଶରେ କାହାରି କୌଣସି ଅସୁବିଧା ନାହିଁ ବୋଲି କବିହା ସହିତ ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତାବାସ ଆରମ୍ଭ କରିବା ଉଚିତ୍ ବୋଲି କହିଛି ତାଲିବାନ।

ତାଲିବାନ ଆଫଗାନବାସୀଙ୍କ ବିଶ୍ୱାସ ଦେଇ କହିଛି ଯେ ଦେଶର ସମସ୍ତ ସ୍କୋଲାର, ପ୍ରଫେସର, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତ ବ୍ୟକ୍ତିଙ୍କ ଯତ୍ନ ନିଆଯିବ। ସମସ୍ତଙ୍କ ମତାମତ ନିଆଯିବ ଏବଂ ସେମାନଙ୍କର କାର୍ଯ୍ୟକୁ ପ୍ରୋତ୍ସାହନ ବି ଦିଆଯିବ।

ଓଡ଼ିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ୍ ନିର୍ମାଣ, ଲୋକଙ୍କ ବିରୋଧ

ଜଳେଶ୍ୱର: ଓଡ଼ିଶା ସୀମାରେ ବେଆଇନ ପାଚେରି ନିର୍ମାଣ କରୁଛି ପଶ୍ଚିମବଙ୍ଗ । ପାଚେରି ନିର୍ମାଣ ହେଉଥିବା ସ୍ଥାନଟି ଓଡ଼ିଶାର ହୋଇଥିବାବେଳେ ପଶ୍ଚିମବଙ୍ଗ ପ୍ରଶାସନ ୫୦ ମିଟର ପର୍ଯ୍ୟନ୍ତ ମାଡ଼ି ଆସିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବାପରେ ଭୋଗରାଇ ଅତିରିକ୍ତ ତହସିଲଦାର ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି । ବାଲେଶ୍ବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିବେ ବୋଲି ଜଣାପଡ଼ିଛି ।

West Bengal Builds Illegal Construction In Odisha's Border

ଭୋଗରାଇର ଉଦୟପୁର ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଶ୍ଚିମବଙ୍ଗ । ସୀମାରେ ପାଚେରି ହେଉଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ଲୋକେ । କେତେବେଳେ ଗାଁ ଭିତରକୁ ଧସେଇ ପଶୁଛି ତ କେତେବେଳେ ପୁଣି ବେଳାଭୂମିରେ ବେଆଇନ ନିର୍ମାଣ କରୁଛି ପଶ୍ଚିମବଙ୍ଗ । ଯାହାକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଲୋକ ।

ପିଲାଙ୍କ ଉପରେ ସ୍କୁଲରେ ଶିକ୍ଷକ, ଘରେ ବାପାମାଆ ନଜର ରଖନ୍ତୁ: DMET

ଭୁବନେଶ୍ୱର: ଦ୍ବିତୀୟ ଲହରରେ କରୋନା ସଂକ୍ରମଣ ତୀବ୍ରତା ଅଧିକ ଥିଲା । ସେ ସମୟରେ ଯାହା ସବୁ ସଚେତନ କରା ଯାଉଥିଲା ସେହି ସବୁ କରିବାକୁ ପଡ଼ିବ । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢ଼ିବ ସେହି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମଣର ପ୍ରତିଶତ ନୁହେଁ, ସଂଖ୍ୟା କେତେ ଅଛି ଦେଖିବାକୁ ପଡ଼ିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ବୟସ୍କ ଲୋକମାନେ ଟୀକା ନେଇ ଗଲେଣି । କିନ୍ତୁ ଶିଶୁ ମାନେ ଏବେ ବି ବିପଦରେ ଅଛନ୍ତି । ବୟସ୍କ ମାନଙ୍କ ଠାରୁ ହିଁ ପିଲା ସଂକ୍ରମିତ ହେବେ । ତେଣୁ ସଂକ୍ରମଣ ସୋର୍ସକୁ ନିୟନ୍ତ୍ରଣ କରିବାକୁ ହେବ । ତାହେଲେ ପିଲାମାନଙ୍କୁ ସଂକ୍ରମଣ ହେବ ନାହିଁ । ପିଲାଙ୍କୁ କେମିତି ସଂକ୍ରମଣ ନହେବ ତାହା ବନ୍ଦ କରିବାର ମୁଖ୍ୟ ଭୂମିକା ଅଭିଭାବକ ମାନଙ୍କର । ପିଲା ସ୍କୁଲରେ କେମିତି ସୁରକ୍ଷିତ ରହିବେ । ତାହା ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କର ଦାୟିତ୍ୱ । ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ କଥା ହୁଅନ୍ତୁ ।

Parents To Look In Home And Teachers In School On Child Says DMET

ରାଜ୍ୟରେ ୮ ହଜାରରୁ ଅଧିକ ସ୍କୁଲ ଅଛି । ଯେଉଁଠି ପଜିଟିଭ୍ ବାହାରୁଛନ୍ତି ସେଠାରେ ପଦକ୍ଷେପ ନିଆଯାଉଛି । ପିଲା ମାନଙ୍କ ସଂକ୍ରମଣ ପାଇଁ ମାନସିକ ସ୍ତରରେ ଟେନସନ ରହିବ । କିନ୍ତୁ ସଂକ୍ରମଣ ରୋକିବା ପାଇଁ କେମିତି ପଦକ୍ଷେପ ନିଆଯିବ ତାହା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।

ପିଲା ମାନଙ୍କର ସଂକ୍ରମଣ ହାର କମ । ରୋଗର ତୀବ୍ରତା କମ୍ । ବିଦେଶରେ କିଛି ପିଲାଙ୍କୁ ହାଇବ୍ରିଡ୍ ମୋଡରେ ପଢ଼ା ଯାଉଛି । ପ୍ରାଇମେରୀ ସ୍କୁଲ୍ ଖୋଲିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ଆମର ଦାୟିତ୍ୱ । ଯେହେତୁ ଭ୍ୟାକ୍ସିନ ଆସିନାହିଁ, ତେଣୁ ପିଲା ମାନଙ୍କୁ କୋଭିଡ୍ ନିୟମ କେମିତି ପାଳନ କରିବେ ତାହା ଧ୍ୟାନ ଦେବାକୁ ହେବ । ସ୍କୁଲରେ ୬ରୁ ୮ ଘଣ୍ଟା ପିଲାମାନେ ରହୁଛନ୍ତି, ବାକି ସମୟ ଘରେ ରହୁଛନ୍ତି । ତେଣୁ ସ୍କୁଲରେ ଶିକ୍ଷକ ମାନେ ଓ ଘରେ ବାପାମାଆ ମାନେ ପିଲା ମାନଙ୍କ ଉପରେ ନଜର ରଖନ୍ତୁ ।

ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ, ଭାବବିହ୍ୱଳ ପୋଷ୍ଟ ଶେୟାର୍ କରି ଦେଲେ ସୂଚନା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ପରଲୋକ। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଅକ୍ଷୟ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ମାଆଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି । ଏହା ସହ ସେ ଏକ ଭାବପୂର୍ଣ୍ଣ ଲେଖା ମଧ୍ୟ ଶେୟାର କରିଛନ୍ତି । ଅକ୍ଷୟ କୁମାର ନିଜ ପୋଷ୍ଟରେ ଲେଖିଛନ୍ତି, ‘ମୋ ମାଆ ଶ୍ରୀମତୀ ଅରୁଣା ଭାଟିୟା ଆଜି ସକାଳେ ଇହଧାମ ତ୍ୟାଗ କରିଛନ୍ତି। ସେ ସ୍ୱର୍ଗରେ ମୋ ବାପାଙ୍କ ପାଖକୁ ଚାଲିଯାଇଛନ୍ତି । ମୁଁ ଆପଣଙ୍କ ପ୍ରାର୍ଥନାକୁ ସମ୍ମାନ କରୁଛି କାରଣ ମୋ ପରିବାର ଏବେ ଖୁବ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଓମ ଶାନ୍ତି।’

ଅକ୍ଷୟ କୁମାରଙ୍କ ଏହି ପୋଷ୍ଟ ପରେ ସମସ୍ତେ ତାଙ୍କ ମାଆଙ୍କ ଅମର ଆତ୍ମର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି। ଅକ୍ଷୟଙ୍କ ପ୍ରଶଂସକ ଏବଂ ବଲିଉଡର ବନ୍ଧୁମାନେ ତାଙ୍କୁ କମେଣ୍ଟ ଦେଇ ଆଶ୍ୱାସନା ଦେଉଛନ୍ତି। ଅକ୍ଷୟ କୁମାରଙ୍କ ମାଆଙ୍କ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ସେପ୍ଟମ୍ବର ୩ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ହୀରାନନ୍ଦାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାଆଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସୂଚନା ପାଇବା ପରେ ଅକ୍ଷୟ କୁମାର ଲଣ୍ଡନରୁ ମୁମ୍ବାଇ ଆସିଥିଲେ । ଲଣ୍ଡନରେ ସେ ନିଜ ଫିଲ୍ମ ‘ସିଣ୍ଡରେଲା’ର ସୁଟିଂ କରୁଥିଲେ।

https://www.instagram.com/p/CThUAHsNcTS/?utm_source=ig_web_copy_link

ଏହାପୂର୍ବରୁ ସେପ୍ଟେମ୍ବର ୭ ତାରିଖରେ ଅକ୍ଷୟ କୁମାର ସୋସିଆଲ ମିଡିଆ ଜରିଆରେ,  ଯେଉଁମାନେ ତାଙ୍କ ମାଆଙ୍କ ଅସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଅଭିନେତା ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ ଯେ- ଶବ୍ଦଠାରୁ ଅଧିକ, ମୁଁ ଆପଣଙ୍କ ପ୍ରେମ ଏବଂ ପ୍ରାର୍ଥନା ଦ୍ୱାରା ଖୁବ ପ୍ରଭାବିତ । ମାଆଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହା ମୋ ଏବଂ ମୋ ପରିବାର ପାଇଁ ଏକ କଷ୍ଟକର ସମୟ । ପ୍ରତ୍ୟେକ ମୁହୂର୍ତ୍ତ ଖୁବ କଷ୍ଟରେ କଟୁଛି । ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ।’

ସଂକ୍ରମଣ ସ୍ଥିତି ଦେଖି ଶ୍ରଦ୍ଧାଳୁ ଦର୍ଶନ ଉପରେ ନିଷ୍ପତ୍ତି ନେବେ ସରକାର

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ନେଇ ବସିଥିବା ବୈଠକ ସରିଛି । ୨ ଦିନ ମଧ୍ୟରେ ଏନେଇ ସରକାର ନିଷ୍ପତ୍ତି ନେବେ । ଗଣେଶ ପୂଜା ସୁଦ୍ଧା ନିଷ୍ପତ୍ତି ନିଆଯିବ । ସେହିପରି ଭକ୍ତଙ୍କ ଦର୍ଶନ ଉପରେ ଦୁର୍ଗା ପୂଜା ସମୟରେ ରାଜ୍ୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ହେବ । ୩ ପଟ ଆବଦ୍ଧ ରହିବ କି ନାହିଁ ଅକ୍ଟୋବର ମାସ କିମ୍ବା ଦୁର୍ଗା ପୂଜା ସମୟର ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନେବେ ସରକାର । ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ଶାନ୍ତି କମିଟି ଓ ଦୁର୍ଗା ପୂଜା କମିଟି ସ୍ବାଗତ କରିଛି ।

ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ସରକାର ପ୍ରାୟତଃ ରାଜି ଅଛନ୍ତି । ଉଚ୍ଚତା ବୃଦ୍ଧିରେ କୌଣସି ସମସ୍ୟା ନାହିଁ ବୋଲି ସରକାର ମତ ଦେଇଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କ ସହ ଏସଆରସି, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟସଭା ସାଂସଦ ସୁବାସ ସିଂ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ ।

ଗତକାଲି ବିଧାନସଭାରେ ଦୁର୍ଗାପୂଜାରେ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ଉଠିଥିଲା । କଟକ ସହର ସହ ସାରା ରାଜ୍ୟରେ ମୂର୍ତ୍ତି ଉଚ୍ଚତାରେ କଟକଣା ନରଖିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ବିଧାୟକ । ସମସ୍ତଙ୍କୁ ପୂଜା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଥିଲା । ଏନେଇ ପୂନର୍ବିଚାର ପାଇଁ ରୁଲିଂ ଦେଇଥଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ତାଲିବାନୀ ଶିକ୍ଷାମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି, PHD ଓ ମାଷ୍ଟର ଡିଗ୍ରୀ ଅଦରକାରୀ

କାବୁଲ: ଆଫଗାନିସ୍ତାନରେ ସରକାର ଘୋଷଣା କରିଛି ତାଲିବାନ୍‌। କୁଖ୍ୟାତ ଆତଙ୍କବାଦୀମାନଙ୍କୁ ତାଲିବାନ କ୍ୟାବିନେଟରେ ମନ୍ତ୍ରୀ ପଦ ଦେଇଛି । ଆଉ ସରକାର ଗଠନ ନହେଉଣୁ ଏହି ଆତଙ୍କବାଦୀମାନେ ନିଜର ଅସଲ ଚରିତ୍ର ଦେଖାଇବା ଆରମ୍ଭ କରିଦେଲେଣି। ଆଫଗାନିସ୍ତାନର ନୂଆ ଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା କୁକ୍ଷାତ ଆତଙ୍କବାଦୀ ଶେଖ ମୌଲବି ନୁରଲାହ ମୁନିର ମଧ୍ୟ ନିକଟରେ ଏଭଳି ବୟାନ ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେିଛି। ଶିକ୍ଷା ମନ୍ତ୍ରୀ PHD ଏବଂ ଅନ୍ୟ ମାଷ୍ଟର ଡିଗ୍ରୀକୁ ଅଦରକାରୀ ବୋଲି କହିଛନ୍ତି।

ନୁରଲାହ ମୁନିର କହିଛନ୍ତି, ‘ଆଜି ମୁଲ୍ଲା ଏବଂ ତାଲିବାନ ସରକାରରେ ଅଛନ୍ତି। କାହାର କୌଣସି ଡିଗ୍ରୀ ନାହିଁ, ତଥାପି ଆମେ ମହାନ। ଏଭଳି ପରିସ୍ଥିତିରେ ଆଜିର ସମୟରେ କୌଣସି ପ୍ରକାରର ପିଏଚଡି କିମ୍ବା ମାଷ୍ଟର ଡିଗ୍ରୀର କୌଣସି ଆବଶ୍ୟକତା ନାହିଁ।

ତାଲିବାନ କ୍ଷମତାକୁ ଆସିବା ମାତ୍ରେ ଅନେକ ପରିବର୍ତ୍ତନ କରାଯାଇଛି, ବିଶେଷ କରି ଶିକ୍ଷା କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ହୋଇଛି। କଲେଜରେ ପୁଅ ଏବଂ ଝିଅମାନଙ୍କ ମଧ୍ୟରେ ପରଦା ଦିଆହୋଇଛି । ଅନେକ ସ୍ଥାନରେ କେବଳ ବୃଦ୍ଧ କିମ୍ବା ମହିଳାମାନେ ହିଁ ଛାତ୍ରୀମାନଙ୍କୁ ପଢାଉଛନ୍ତି।

ଅବଶ୍ୟ ତାଲିବାନ ନିଜର ସରକାର ଘୋଷଣା କରି ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଇସଲାମିକ ଏବଂ ଶାରିଆ ଆଇନ ଅନୁଯାୟୀ ଦେଶରେ ଶିକ୍ଷାର ପ୍ରଚାରପ୍ରଶାର କରାଯିବ। ଆଧୁନିକ ଶିକ୍ଷା ଆଧୁନିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ତାଲିବାନ ଦେଶର ସ୍କୋଲାରମାନଙ୍କୁ କୌଣସି ପ୍ରକାରେ ଭୟଭୀତ ନହେବାକୁ କହିଛନ୍ତି। କିନ୍ତୁ ବାସ୍ତବତା ଆଉ କିଛି। ଯାହାକି ଶିକ୍ଷାମନ୍ତ୍ରୀଙ୍କ ବୟାନରୁ ହିଁ ଜଣାପଡ଼ିଯାଉଛି।

 

ପ୍ରଶ୍ନକାଳ ଆରମ୍ଭରୁ ଗୃହ ଚଳାଇ ଦେଲେନି ବିରୋଧୀ

ଭୁବନେଶ୍ୱର: ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିଧାନସଭାରେ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ କଂଗ୍ରେସ ଓ ବିଜେପି ସଦସ୍ୟ ମାନେ ହୋ ହଲ୍ଲା କରିଥିଲେ । ପ୍ରଶ୍ନକାଳରେ ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ବିରୋଧୀ ପାଟିତୁଣ୍ଡ କରିଥିଲେ । ଶୂନ୍ୟକାଳ ଆରମ୍ଭରୁ ପୁଣି ଗୃହରେ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା ।

Odisha Assembly Adjourned Till 11.30 AM

କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାରାବାଜି ପାଇଁ ପ୍ରଥମେ ଗୃହ କାର୍ଯ୍ୟକୁ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ମୁଲତବି ରଖିଥିଲେ । ପରେ ବିଧାନସଭାକୁ ଅପରାହ୍ଣ ୪ଟା ଯାଏଁ ମୁଲତବି ରଖିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଶ୍ନ ସମ୍ପର୍କରେ ଆଲୋଚନା ହେବାର ରହିଛି । ଏହାସହ ଉଚ୍ଚଶିକ୍ଷା ସମବାୟ ଓ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଉପରେ ଆଲୋଚନା ହେବ ।

ମଥାନିରେ ବିପଦ ସଂକେତ ଟପିଲା ଜଳକା, ବନ୍ୟା ଆଶଙ୍କା

ଜଳେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୫.୬୦ ମିଟରରେ ଜଳ ପ୍ରବାହିତ ହେଉଛି । ଯଦି ଲଗାଣ ବର୍ଷ ଲାଗି ରହେ ତେବେ ବନ୍ୟା ଆସିବାର ଆଶଙ୍କା ରହିଛି । ଗତ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ।

 Water Level Of Jalaka Flows Above Danger Mark In Jaleswar

ଫଳରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ, ମୋରଡା, ଚିତ୍ରଡା, ଶୁଳିଆ ପଦା, ରାସଗୋବିନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ମଥାନି ଠାରେ ବିପଦ ସଂକେତ ଟପିଛି ଜଳକା । ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ପତ୍ରଝଡ଼ା, ରାଉତପଡ଼ା, ବ୍ରାହ୍ମଣଦା, ସଦାନନ୍ଦପୁର, ମଥାନି, ବାହାର୍ଦ୍ଦା ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି ।

ଅଲଗା ହେଲେ କ୍ରିକେଟର ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ

ନୂଆଦିଲ୍ଲୀ: ଅଲଗା ହେଲେ କ୍ରିକେଟର ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ। ଗତକାଲି ଦୁହିଁଙ୍କ ମଧ୍ୟରେ ବିବାହବିଚ୍ଛେଦ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନିଜେ ଆୟେଶା ତାଙ୍କର ଇନଷ୍ଟାଗ୍ରାମରେ ଭାବବିହ୍ୱଳ ହୋଇ ଏକ ପୋଷ୍ଟ କରିଛନ୍ତି। ଆୟେଶା ଓ ଧାୱନଙ୍କ ବିବାହକୁ ପ୍ରାୟ ୯ ବର୍ଷ ହୋଇଥିବା ବେଳେ, ଦୁହେଁ ଶେଷରେ ଅଲଗା ହୋଇଛନ୍ତି।

https://www.instagram.com/p/CTgr2WcJKWW/?utm_source=ig_web_copy_link

ଆୟେଶା ହେଉଛନ୍ତି ମେଲବର୍ଣ୍ଣର ଜଣାଶୁଣା ବକ୍ସର । ଶିଖର ଧାୱନ ତାଙ୍କୁ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ମଧ୍ୟ ପ୍ରଥମ ବିବାହ କରିସାରିଥିଲେ । ଶିକ୍ଷର ଧାୱନଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ। ଆୟେଶଙ୍କର ପୂର୍ବ ସ୍ୱାମୀଙ୍କ ସହ ଦୁଇ କନ୍ୟା ସନ୍ତାନ ମଧ୍ୟ ଥିଲେ। ଆଉ ଧାୱନ ଦୁହିଁଙ୍କୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଥିଲେ। ପରେ ଧାୱନ ଓ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା।

ବିବାହ ପରେ ଦୁହିଁଙ୍କ  ମଧ୍ୟରେ ବେଶ୍ ଭଲପାଇବା ରହିଥିବା ଦେଖିବାକୁ ମିଳିଥିଲା। ଧାୱନଙ୍କ ପ୍ରତିଟି ମ୍ୟାଚ୍‌ରେ ଆୟେଶା ଯୋଗ ଦେଉଥିବା ମଧ୍ୟ ନଜର ଆସନ୍ତି। ତେବେ ଏପରି ହଠାତ୍‌ ବିବାହବିଚ୍ଛେଦ କାହିଁକି ହେଲା ତାହା ଜଣାପଡ଼ିନାହିଁ। ଏନେଇ ଆୟେଶା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିବା ବେଳେ,  ଧାୱନଙ୍କ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ ।

ପଦାରେ ପଡ଼ିଲା କେନ୍ଦ୍ର ସରକାରଙ୍କ ଡାହା ମିଛ, ସୀତାରମଣଙ୍କ ସବୁ ବାହାନାର ହେଲା ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ପଦାରେ ପଡିଲା କେନ୍ଦ୍ର ସରକାରଙ୍କ ଡାହା ମିଛ। ତୈଳ ଦର ବୃଦ୍ଧି ପଛରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସବୁ ବାହାନାର ପର୍ଦ୍ଦାଫାଶ ହୋଇଛି। ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ତୈଳ ବଣ୍ଡର ବାହାନା ଦେଇ ଦେଶବାସୀଙ୍କୁ ସଫା ମିଛ କହିଥିବା ଜଣାପଡିଛି । ତୃଣମୁଳ କଂଗ୍ରେସ ନେତା ସାକେତ ଗୋଖେଲଙ୍କ ଆରଟିଆଇ ଆବେଦନରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମିଛ ପଦାରେ ପଡିଛି ।

କେନ୍ଦ୍ର ସରକାରଙ୍କ ଯୁକ୍ତି ଯେ ପୂର୍ବ ସରକାର ତୈଳ ବଣ୍ଡ କରିଥିବା ଯୋଗୁଁ ଏହାର କର ଏବଂ ମୁଳଧନ ସରକାରଙ୍କୁ ସୁଝିବାକୁ ପଡୁଛି। ଏଥିପାଇଁ ତେଳ ଦର ହୁ ହୁ ହୋଇ ବଢୁଛି। କିନ୍ତୁ ଆରଟିଆଇ ତଥ୍ୟ ଅନୁସାରେ ୨୦୧୫ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ପ୍ରକାର ଅର୍ଥ ତୈଳ ବଣ୍ଡ ବାବଦକୁ ଦେଉନାହାନ୍ତି । ଏବେ ସବୁଠୁ ବଡ଼ ପ୍ରଶ୍ନ କାହିଁକି ମିଛ କହିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ? କାହା ସ୍ୱାର୍ଥରେ ତେଲ ଦର ବୃଦ୍ଧିକୁ ନେଇ ଏଭଳି ସଫା ମିଛ କହିଲେ ସୀତାରମଣ?

ସାଖେତ ଗୋଖେଲ ଟ୍ୱିଟ୍ କରି ଲେଖିଛନ୍ତି ଯେ  ଆରଟିଆଇ ତଥ୍ୟରୁ ଏହା ସ୍ପଷ୍ଟ ହୋଇାଯାଉଛି ଯେ ହୋଇଛି ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ତୈଳ ବଣ୍ଡ ଦେୟର କିଛି କରିବାର ସମ୍ପର୍କ ନାହିଁ। ବିଶ୍ୱବଜାରରେ ତୈଳ ମୂଲ୍ୟ କମ୍ ସତ୍ତ୍ୱେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ଟିକସ ନେଇ  ଭାରତୀୟଙ୍କୁ ଠକୁଛନ୍ତି। ଏହି ଟଙ୍କା କୁଆଡେ ଯାଉଛି?