spot_img
Home Blog Page 5222

ମଥାନିରେ ବିପଦ ସଂକେତ ଟପିଲା ଜଳକା, ବନ୍ୟା ଆଶଙ୍କା

ଜଳେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ପ୍ରଭାବରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୫.୬୦ ମିଟରରେ ଜଳ ପ୍ରବାହିତ ହେଉଛି । ଯଦି ଲଗାଣ ବର୍ଷ ଲାଗି ରହେ ତେବେ ବନ୍ୟା ଆସିବାର ଆଶଙ୍କା ରହିଛି । ଗତ ତିନି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି ।

 Water Level Of Jalaka Flows Above Danger Mark In Jaleswar

ଫଳରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡ ମୟୂରଭଞ୍ଜ, ମୋରଡା, ଚିତ୍ରଡା, ଶୁଳିଆ ପଦା, ରାସଗୋବିନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ହେବା ଫଳରେ ମଥାନି ଠାରେ ବିପଦ ସଂକେତ ଟପିଛି ଜଳକା । ବର୍ଷା ଲାଗି ରହିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ପତ୍ରଝଡ଼ା, ରାଉତପଡ଼ା, ବ୍ରାହ୍ମଣଦା, ସଦାନନ୍ଦପୁର, ମଥାନି, ବାହାର୍ଦ୍ଦା ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି ।

ଅଲଗା ହେଲେ କ୍ରିକେଟର ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ

ନୂଆଦିଲ୍ଲୀ: ଅଲଗା ହେଲେ କ୍ରିକେଟର ଶିଖର ଧାୱନ ଓ ଆୟେଶା ମୁଖାର୍ଜୀ। ଗତକାଲି ଦୁହିଁଙ୍କ ମଧ୍ୟରେ ବିବାହବିଚ୍ଛେଦ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନିଜେ ଆୟେଶା ତାଙ୍କର ଇନଷ୍ଟାଗ୍ରାମରେ ଭାବବିହ୍ୱଳ ହୋଇ ଏକ ପୋଷ୍ଟ କରିଛନ୍ତି। ଆୟେଶା ଓ ଧାୱନଙ୍କ ବିବାହକୁ ପ୍ରାୟ ୯ ବର୍ଷ ହୋଇଥିବା ବେଳେ, ଦୁହେଁ ଶେଷରେ ଅଲଗା ହୋଇଛନ୍ତି।

https://www.instagram.com/p/CTgr2WcJKWW/?utm_source=ig_web_copy_link

ଆୟେଶା ହେଉଛନ୍ତି ମେଲବର୍ଣ୍ଣର ଜଣାଶୁଣା ବକ୍ସର । ଶିଖର ଧାୱନ ତାଙ୍କୁ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ମଧ୍ୟ ପ୍ରଥମ ବିବାହ କରିସାରିଥିଲେ । ଶିକ୍ଷର ଧାୱନଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ। ଆୟେଶଙ୍କର ପୂର୍ବ ସ୍ୱାମୀଙ୍କ ସହ ଦୁଇ କନ୍ୟା ସନ୍ତାନ ମଧ୍ୟ ଥିଲେ। ଆଉ ଧାୱନ ଦୁହିଁଙ୍କୁ ପୋଷ୍ୟ କନ୍ୟା ରୂପେ ଗ୍ରହଣ କରିଥିଲେ। ପରେ ଧାୱନ ଓ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଥିଲା।

ବିବାହ ପରେ ଦୁହିଁଙ୍କ  ମଧ୍ୟରେ ବେଶ୍ ଭଲପାଇବା ରହିଥିବା ଦେଖିବାକୁ ମିଳିଥିଲା। ଧାୱନଙ୍କ ପ୍ରତିଟି ମ୍ୟାଚ୍‌ରେ ଆୟେଶା ଯୋଗ ଦେଉଥିବା ମଧ୍ୟ ନଜର ଆସନ୍ତି। ତେବେ ଏପରି ହଠାତ୍‌ ବିବାହବିଚ୍ଛେଦ କାହିଁକି ହେଲା ତାହା ଜଣାପଡ଼ିନାହିଁ। ଏନେଇ ଆୟେଶା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଥିବା ବେଳେ,  ଧାୱନଙ୍କ ପକ୍ଷରୁ କିଛି ସୂଚନା ମିଳିପାରିନାହିଁ ।

ପଦାରେ ପଡ଼ିଲା କେନ୍ଦ୍ର ସରକାରଙ୍କ ଡାହା ମିଛ, ସୀତାରମଣଙ୍କ ସବୁ ବାହାନାର ହେଲା ପର୍ଦ୍ଦାଫାଶ

ନୂଆଦିଲ୍ଲୀ: ପଦାରେ ପଡିଲା କେନ୍ଦ୍ର ସରକାରଙ୍କ ଡାହା ମିଛ। ତୈଳ ଦର ବୃଦ୍ଧି ପଛରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସବୁ ବାହାନାର ପର୍ଦ୍ଦାଫାଶ ହୋଇଛି। ପୂର୍ବ ସରକାରଙ୍କୁ ଦୋଷ ଦେବା ସହ ତୈଳ ବଣ୍ଡର ବାହାନା ଦେଇ ଦେଶବାସୀଙ୍କୁ ସଫା ମିଛ କହିଥିବା ଜଣାପଡିଛି । ତୃଣମୁଳ କଂଗ୍ରେସ ନେତା ସାକେତ ଗୋଖେଲଙ୍କ ଆରଟିଆଇ ଆବେଦନରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ମିଛ ପଦାରେ ପଡିଛି ।

କେନ୍ଦ୍ର ସରକାରଙ୍କ ଯୁକ୍ତି ଯେ ପୂର୍ବ ସରକାର ତୈଳ ବଣ୍ଡ କରିଥିବା ଯୋଗୁଁ ଏହାର କର ଏବଂ ମୁଳଧନ ସରକାରଙ୍କୁ ସୁଝିବାକୁ ପଡୁଛି। ଏଥିପାଇଁ ତେଳ ଦର ହୁ ହୁ ହୋଇ ବଢୁଛି। କିନ୍ତୁ ଆରଟିଆଇ ତଥ୍ୟ ଅନୁସାରେ ୨୦୧୫ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାର କୌଣସି ପ୍ରକାର ଅର୍ଥ ତୈଳ ବଣ୍ଡ ବାବଦକୁ ଦେଉନାହାନ୍ତି । ଏବେ ସବୁଠୁ ବଡ଼ ପ୍ରଶ୍ନ କାହିଁକି ମିଛ କହିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ? କାହା ସ୍ୱାର୍ଥରେ ତେଲ ଦର ବୃଦ୍ଧିକୁ ନେଇ ଏଭଳି ସଫା ମିଛ କହିଲେ ସୀତାରମଣ?

ସାଖେତ ଗୋଖେଲ ଟ୍ୱିଟ୍ କରି ଲେଖିଛନ୍ତି ଯେ  ଆରଟିଆଇ ତଥ୍ୟରୁ ଏହା ସ୍ପଷ୍ଟ ହୋଇାଯାଉଛି ଯେ ହୋଇଛି ଯେ ଇନ୍ଧନ ମୂଲ୍ୟ ବୃଦ୍ଧି ସହିତ ତୈଳ ବଣ୍ଡ ଦେୟର କିଛି କରିବାର ସମ୍ପର୍କ ନାହିଁ। ବିଶ୍ୱବଜାରରେ ତୈଳ ମୂଲ୍ୟ କମ୍ ସତ୍ତ୍ୱେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ଟିକସ ନେଇ  ଭାରତୀୟଙ୍କୁ ଠକୁଛନ୍ତି। ଏହି ଟଙ୍କା କୁଆଡେ ଯାଉଛି?

 

୨୯ ଜିଲ୍ଲାରୁ ଆଉ ୭୬୨ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୭୬୨ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୦୨ ଜଣ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି । କ୍ୱାରେଣ୍ଟାଇନରୁ ୪୪୩ଟି ମାମଲା ଆସିଥିବା ବେଳେ ୩୧୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୩୧୪ ପଜଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୧୭, ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୨, କଟକରୁ ୧୧୯, ଦେବଗଡ଼ରୁ ୧, ଢେଙ୍କାନାଳରୁ ୯, ଗଜପତିରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୭, କୋରାପୁଟରୁ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩, ନୂଆପଡ଼ାରୁ ୩, ପୁରୀରୁ ୧୬, ରାୟଗଡ଼ାରୁ ୬, ସମ୍ବଲପୁରରୁ ୭, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୨୬ ଏବଂ ଷ୍ଟେଟପୁଲରୁ ୭୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭କୁ ବୃଦ୍ଧି ପାଇଛି । ୯ ଲକ୍ଷ ୯୮ ହଜାର ୫୯୧ ଜଣ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିବା ବେଳେ ୬ ହଜାର ୮୫୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ଭିଜିଲାନ୍ସ ଜାଲରେ ପିଇଓ, ୩ଟି ସ୍ଥାନରେ ୩୦ ଜଣିଆ ଟିମର ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ପିଇଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି ଭିଜିଲାନ୍ସ । ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ପିଇଓ ବିଶ୍ବମ୍ବର ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ପାଟଣାଗଡ଼ ସ୍ଥିତ ଗଙ୍ଗାନଗର ଭଡ଼ା ଘର, ମୁରିବାହାଲ କାର୍ଯ୍ୟାଳୟ ଓ ତମିଆଁ ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ ହୋଇଛି ।

Bolangir Chalaki GP PEO In Vigilance Net

ବଲାଙ୍ଗିର ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼ ଓ ସୋନପୁର ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ କରାଯାଉଛି । ୩ଟି ଟିମରେ ୩୦ ଜଣିଆ ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ତାଙ୍କ ଘରୁ ଓ ପାଟଣାଗଡ଼ ବାସଭବନରୁ ବିଭିନ୍ନ କାଗଜପତ୍ର ଜବତ କରି ଯାଞ୍ଚ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଠୁଳ କରିଛନ୍ତି ସେନେଇ ଭିଜିଲାନ୍ସ ତରଫରୁ ଖୋଡ଼ତାଳ ଆରମ୍ଭ ହୋଇଛି ।

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

0

କୋଲକାତା: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁର ଉପ ନିର୍ବାଚନରେ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଛନ୍ତି । ଏହି ଆସନରୁ ବିପୁଳ ଭୋଟ ସହ ଦିଦି ନିର୍ବାଚନ ଜିତିବେ ବୋଲି ଟିଏମସି ସମର୍ଥକ କହିଛନ୍ତି । ଏହି ଆସନରୁ ଆଜି ଦିଦି ରାଲି ବାହାର କରିବେ।

ଅନ୍ୟପଟେ ଦିଦିଙ୍କ ବିପକ୍ଷରେ ପ୍ରାର୍ଥୀ ଦେବ ନାହିଁ କଂଗ୍ରେସ। ଭବାନୀପୁରରେ ଆଗାମୀ ୩୦ ସେପ୍ଟେମ୍ବରରେ ହେବାକୁ ଥିବା ଉପ ନିର୍ବାଚନରେ ମମତାଙ୍କ ବିପକ୍ଷରେ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି କଂଗ୍ରେସ ନେତା ଅଧୀର୍ ରଞ୍ଜନ ଚୌଧରୀ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀ ଏହି ନିଷ୍ପତ୍ତି ନେଇଛନ୍ତି । ସେହିଭଳି ସମସେଦପୁର ପାଇଁ ମଧ୍ୟ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ପୂର୍ବରୁ କହିସାରିଛି । ଆସନ୍ତା ୩୦ ତାରିଖରେ ପଶ୍ଚିମବଙ୍ଗର ତିନିଟି ଆସନରେ ହେବ ଉପନିର୍ବାଚନ ।

ଗୋରୁ ଉଦ୍ଧାର କରିବାକୁ ଯାଇ ନିଆଁରେ ମାଆପୁଅ ଗୁରୁତର

ଭଦ୍ରକ: ନିଆଁରେ ଜଳି ମାଆ, ପୁଅ, ଗୁରୁତର । ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ପୁରସ୍ତମ ସାହୁଙ୍କ ପରିବାର ଲୋକ ଖାଇପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା ।

ନିଆଁରୁ ଗୋରୁ ମାନଙ୍କୁ ଉଦ୍ଧାର କରିବାକୁ ଯାଇ ମାଆ,ପୁଅ ଜଳି ଯାଇଥିଲେ । ସ୍ଥାନୀୟ ଲୋକ ମାଆପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୁହାଳ ଘରେ ଧୂଆଁ ଦିଆଯାଇଥିବା ଧୂଆଁରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।

ଦେଶରେ ବଢ଼ୁଛି ସଂକ୍ରମଣ, ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯାଇପାରେ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ସଂକ୍ରମଣ ବଢ଼ୁଥିବାରୁ ଦେଶର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ବୁଷ୍ଟର ଡୋଜ୍ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର ।

Increased Risk Of Corona Preparations To Give Booster Dose To Health Workers

ମେଡିକାଲ ଜର୍ଣ୍ଣାଲ ନେଚରରେ ପ୍ରକାଶିତ ଖବର ଅନୁସାରେ, କେତେକ ଦେଶର ବୈଜ୍ଞାନିକ ମିଳିତ ଅଧ୍ୟୟନ କରିଥିଲେ । କରୋନା ଭ୍ୟାକ୍ସିନର ୨ଟି ଡୋଜ୍ ନେବା ପରେ ମଧ୍ୟ ବହୁତ ସ୍ୱାସ୍ଥ୍ୟକର୍ମୀ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ଗମ୍ଭୀର ଲକ୍ଷଣ ଦେଖା ଯାଉନଥିଲେ ମଧ୍ୟ ଆଇସୋଲେସନରେ ରହିବାକୁ ପଡ଼ୁଛି ।

Increased Risk Of Corona Preparations To Give Booster Dose To Health Workers

ଆଇଜିଆଇବିର ନିର୍ଦ୍ଦେଶକ ଡ. ଅନୁରାଗ ଅଗ୍ରୱାଲଙ୍କ ଅନୁସାରେ, କରୋନାର ବଢ଼ୁଥିବା ମାମଲା ମଧ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜର ଆରମ୍ଭ କରିବା ଦରକାର । ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଜଡ଼ିତ ବରିଷ୍ଠ ଅଧିକାରୀ କହିଛନ୍ତି, ବୁଷ୍ଟର ଡୋଜ୍ ନେଇ ବୈଜ୍ଞାନିକଙ୍କ ଅଧ୍ୟୟନ ଯଥେଷ୍ଟ ନୁହେଁ । ଆଇସିଏମଆରର ଏଟ ଟିମ୍ ଏହା ଉପରେ କାମ କରୁଛି । ଟିକାକୁ ନେଇ ଗଠିତ ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା କମିଟିର ଜଣେ ସଦସ୍ୟଙ୍କ ଅନୁସାରେ, ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନର ବୁଷ୍ଟର ଡୋଜ୍ ଦେବାକୁ ପ୍ରସ୍ତୁତି ଚାଲିଛି ।

ଶ୍ରୀମନ୍ଦିରରେ ସବୁ ଦିନ ସର୍ବସାଧାରଣ ଦର୍ଶନ ନେଇ ଆଜି ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ କୋହଳ ହୋଇପାରେ ଏସଓପି । ଏ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟରେ ଶନିବାର ଓ ରବିବାର ସଟଡାଉନ ହଟିଥିଲେ ମଧ୍ୟ ଶ୍ରୀମନ୍ଦିରରେ ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିଛି । ଏଣୁ ବୈଠକରେ ଶନିବାର ଓ ରବିବାର ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପରେ ।

Daily Jagannath Temple Darshan Puri Meeting Today

ସେହିଭଳି ମନ୍ଦିର ମଧ୍ୟରେ ମହାପ୍ରସାଦ ସେବନ ଉପରେ ବିଚାରବିମର୍ଶ କରାଯିବା ସହ ବିଭିନ୍ନ କଟକଣା କୋହଳ କରାଯିବାର ସମ୍ଭାବନା ରହିଛି । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ସିଡିଏମଓଙ୍କ ସହ ପାଞ୍ଚ ଜଣ ପରିଚାଳନା କମିଟି ସଦସ୍ୟ ଯୋଗଦେବେ । ଆଜି ଅପରାହ୍ଣ ୧୨ଟାରେ ନିଳାଦ୍ରୀ ଭକ୍ତ ନିବାସରେ ବସିବ ଏହି ବୈଠକ ।

ଜାତିସଂଘ ପ୍ରତିବନ୍ଧିତ ଆତଙ୍କବାଦୀ ତାଲିକାରେ ତାଲିବାନର ୫ ମନ୍ତ୍ରୀ

କାବୁଲ: ଶେଷରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । ବନ୍ଧୁକ ମୁନରେ ଆଫଗାନସ୍ତାନକୁ ଅକ୍ତିଆର କରିଥିବା ତାଲିବାନ ସରକାରରେ ହାର୍ଡକୋର କଠୋରପନ୍ଥୀ ତାଲିବାନୀ ନେତାଙ୍କୁ ମନ୍ତ୍ରୀ କରିଛି । ସରକାରର ମୁଲ୍ଲା ମହମ୍ମଦ ହସନ ଅଙ୍ଖୁଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାମ ଘୋଷଣା କରିଛି ତାଲିବାନ ।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ନୂଆ ଅନ୍ତରୀଣ ସରକାରର ମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲେ । ତାଲିବାନର ପ୍ରତିଷ୍ଠାତା ଅମୀର ମୁଲ୍ଲା ଉମରଙ୍କ ପୁଅ ଓ ସୈନ୍ୟ ଅଭିଯାନର ପ୍ରମୁଖ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ଅନ୍ତରୀଣ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ସିରାଜୁଦ୍ଦିନ ହକ୍କାନୀଙ୍କୁ ଦେଶର ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ନିଯୁକ୍ତ କରାଯାଇଛି ।

Taliban New Government Announced In Afghanistan Many Names Still On UN Sanctions List

ତାଲିବାନ ସରକାରରେ ଶୀର୍ଷ ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ସମେତ ଅନ୍ୟ କିଛି ନେତା ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧିତ ତାଲିକାରେ ଅଛନ୍ତି । ସିରାଜୁଦ୍ଦିନ ହକ୍କାନୀଙ୍କ ଭଳି ନେତାଙ୍କ ମୁଣ୍ଡ ଉପରେ ଆମେରିକା ୫୦ ଲକ୍ଷ ଡଲାର ପୁରସ୍କାର ରଖିଛି । ଗୃହମନ୍ତ୍ରୀ ପଦ ପାଇଥିବା ହକ୍କାନୀଙ୍କୁ ପାକିସ୍ତାନ ଆଇଏସ୍ଆଇର ବହୁତ ଘନିଷ୍ଠ କୁହାଯାଏ ।

ନୂଆ ସରକାର ଖୁବଶୀଘ୍ର ଦାୟିତ୍ୱ ଗ୍ରହଣ କରିବ । ଶପଥ ଗ୍ରହଣ ସମାରୋହକୁ ଋଷ, ଚୀନ, କତାର, ଉଜବେକିସ୍ତାନ ଓ ପାକିସ୍ତାନ ଆଦି ପଡ଼ୋଶୀ ଦେଶ ନେତା ସାମିଲ୍ ହେବାକୁ ତାଲିବାନ ନିମନ୍ତ୍ରଣ ଦେଇଛି ।