spot_img
Home Blog Page 5298

ସୋନିଆଙ୍କ ବୈଠକରେ ସବୁ ବିରୋଧି ଏକ , ବିଜେପିକୁ ରୋକିବାକୁ ମାଷ୍ଟରପ୍ଲାନ

ନୂଆଦିଲ୍ଲା: ୨୦୨୪ ଲୋକସଭା ନିର୍ବାଚନରେ ରୋକିବାକୁ ହେବ ବିଜେପିର ବିଜୟ ରଥ । ଏ ନେଇ କରିବାକୁ ହେବ ସ୍ବତନ୍ତ୍ର ରଣନୀତି । ଆଜି ତମାମ ବିରୋଧୀ ଦଳ ନେତାଙ୍କୁ ଏଭଳି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷାସୋନିଆ  ଗାନ୍ଧି । ଆଜି ସୋନିଆ ଗାନ୍ଧିଙ୍କ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ ୧୯ଟି ରାଜନୈତିକ ଦଳର ନେତା । ଏହି ଅବସରରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ ସୋନିଆ ଗାନ୍ଧି । ବିଜେପିକୁ ରୋକିବାକୁ ହେଲେ ସମସ୍ତ ଆଞ୍ଚଳିକ ଦଳକୁ ଏକଜୁଟ ହେବାକୁ ପଡିବ ଓ ସ୍ୱତନ୍ତ୍ର ରଣନିତି ଜରିଆରେ ବିଜେପିକୁ ରୋକିବାକୁ ହେବ ।

ମୋଦି ସରକାର ଜାଣିଶୁଣି ସଂସଦ ଅଧିବେଶନ ଚଳାଇ ଦେଲେନାହିଁ । ଏହା ଦେଶବାସୀଙ୍କ ପାଇଁ ଏକ ଶୁଭ ସଙ୍କେତ ନୁହେଁ ବୋଲି କହିଥିଲେ ସୋନିଆ ଗାନ୍ଧି । ସେହିଭଳି ଅନ୍ୟ ନେତାମାନେ ମଧ୍ୟ ବିଜେପି ବିରୋଧରେ ଏକ ହେବା ପାଇଁ ଅପିଲ୍ କରିଥିଲେ । ବୈଠକରେ କଂଗ୍ରେସ, ଟିଏମସି, ଏନସିପି, ଡିଏମକେ, ଜେଏମଏମ, ଶିବସେନା ଓ ବାମ ଦଳର ନେତାମାନେ ସାମିଲ ହୋଇଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାମଲିନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ମୁଖ୍ୟ ଶରଦ ପାଓ୍ବାର ପ୍ରମୁଖ ସାମିଲ ବୈଠକରେ ହୋଇଥିଲେ । ପୂର୍ବରୁ ମମତା ବାନାର୍ଜୀ ସମସ୍ତ ଦଳକୁ ଏକ ହେବା ପାଇଁ ଆହ୍ବାନ ଦେଇଥିବାବେଳେ ଆଜି ସୋନିଆ ଗାନ୍ଧିଙ୍କ ବୈଠକ ଅନେକ ଗୁରୁତ୍ବ ବହନ କରୁଛି । ସେପଟେ ବିଜେପି ଏହି ବୈଠକକୁ ଅତି ହାଲୁକା ଭାବେ ନେଇଛି

ଧାରାଶ୍ରାବଣରେ ବର୍ଷାର ଅଭାବ, ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍

ଭୁବନେଶ୍ୱର: ଧାରାଶ୍ରାବଣରେ ବର୍ଷାର ଅଭାବ । ଅଗଷ୍ଟ ମାସରେ ଦୁଇ ଦୁଇଟି ଲଘୁଚାପ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଆଶାନୁରୂପକ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ଟ୍ରାପ୍ ଲାଇନ୍ ସକ୍ରିୟ ରହିଥିବା ବେଳେ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ।

ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଜୁନ୍ ୧ ତାରିଖରୁ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ୮୧୧.୫ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୫୭୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ଭଦ୍ରକରେ ୫୨ ପ୍ରତିଶତ, କେନ୍ଦୁଝର ଏବଂ ବଲାଙ୍ଗିରରେ ୪୨ ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ପଢିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱର ଓ ଏସଡିଆଇ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଲାଗି ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଖୁବ ଶୀଘ୍ର ଆଇଆଇଟି ଇଞ୍ଜିନିୟରିଂରେ ଓଡିଆ ଭାଷାରେ ପଢିବେ ଛାତ୍ରଛାତ୍ରୀ । ଆଜି ଆଇଆଇଟି ଭୁବନେଶ୍ୱର ଲେକଚର ହଲ୍ ଓ ଛାତ୍ରାବାସର ଲୋକାର୍ପଣ ଅବସରରେ ଏକଥା କହିଛନ୍ତି କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଇଆଇଟି ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡିଆ ଭାଷାରେ ଯୋଡିବା ଲାଗି ଆଇଆଇଟିର ନିର୍ଦ୍ଦେଶକମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଦେଶରେ ଆଇଆଇଟି ବିଶ୍ବ ଓ ଦେଶର ବୈଷୟିକ ଆବଶ୍ୟକତା ପୂରଣ କରୁଛନ୍ତି । ଆଇଆଇଟି ଭୁବନେଶ୍ବର ନୂଆ ବ୍ୟବସାୟ ଓ ଆର୍ଥିକ ମଡେଲ ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରିବା ସହ ନୂଆ ବୈଷୟିକ ସମସ୍ୟାର ସମାଧାନ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

ମାଡ଼ିଗଲା କୋଇଲା ବୋଝେଇ ଟ୍ରକ, ୫ବର୍ଷର ଶିଶୁର ମୃତ୍ୟୁ

ଝାରସୁଗୁଡା: ହଠାତ ମାଡ଼ି ଆସିଲା ମୃତ୍ୟୁ  । କେହି କିଛି ବୁଝିବା ପୂର୍ବରୁ କାଳରୂପୀ ମୃତ୍ୟୁ କାଳର ଜାଲ ବିଛାଇଦେଲା  । ନିଷ୍ପାପ ଶିଶୁର ମୃତ୍ୟୁ ଘଟାଇଲା  । ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଛାତ୍ରୀଆକଣ୍ଟା ଠାରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ 5 ବର୍ଷର ଝିଅର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ନାବାଳିକା ଓ ବାଇକ ଆରୋହୀ ଆହତ ହୋଇଛନ୍ତି ।

ସେପଟେ ଏଭଳି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଟ୍ରକ ପୋଡି ଦେଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ରାସ୍ତା ଅବରୋଧ କରିଛନ୍ତି । ମୃତକ ହେଲେ ତୃଷା ଓରାମ । ଆହତ ହେଲେ ତନୁସୃ ଓରାମ ଓ ବବ୍‌ଲୁ ଓରାମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ବାଲୁଗାଁରେ ବିଜେଡ଼ିର କର୍ମୀ ସମ୍ମିଳନୀ, ଦଳକୁ ମଜବୁତ କରିବାକୁ ମନ୍ତ୍ର

ଖୋର୍ଦ୍ଧା: ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଚିଲିକା ବିଜୁ ଜନତା ଦଳ । ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିଲିକା ବ୍ଲକ୍ ବାଲୁଗାଁସ୍ଥିତ ବଣିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି କର୍ମୀ ସମ୍ମିଳନୀ । ଏଥିରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବିଜୁ ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ଯୋଗ ଦେଇଥିଲେ  ।

ସେହିପରି ବରିଷ୍ଠ ନେତା ଦେବେନ୍ଦ୍ର ମାନସିଂହ, ଖୋର୍ଦ୍ଧା ଛାତ୍ର ବିଜେଡି ସଭାପତି ବିଶ୍ଵଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ଦଳକୁ ମଜଭୁତ କରିବା ଲାଗି ଆହ୍ବାନ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜିତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇ, ଖୋର୍ଦ୍ଧା ମହିଳା ବିଜୁ ଜନତା ଦଳ ସଭାପତି ଗୀତା ପାଟଶାଣୀ, ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ ଅମିତ୍ କୁମାର୍ ମହାରଣାଙ୍କ ସମେତ ଅନେକ ସରପଞ୍ଚ, ୱାର୍ଡ ମେମ୍ବର ଓ ସାଧାରଣ ସଦସ୍ୟ ଉପସ୍ଥିତ ଥିଲେ ।

 

ରୋଲ୍ ମଡ଼େଲ ହେବ ହିଞ୍ଜିଳି, ଶନିବାର ଉଦଘାଟନ ହେବ ସ୍ମାର୍ଟ କ୍ଲାସ

ଭୁବନେଶ୍ୱର: ରାଜ୍ୟରେ ରୋଲ୍ ମଡ଼େଲ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳି । 5-ଟି ପଦ୍ଧତିରେ ପରିଚାଳିତ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ପ୍ରାୟ ୫୦ଟି ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଛି । ଶନିବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମସ୍ତ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଦଘାଟନ ହେବାକୁ ଥିବା ବିଦ୍ୟାଳୟ ମଧ୍ୟରେ ରହିଛି ପୌରାଂଚଳ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ସମେତ , ଦୟାପଲ୍ଲୀ, ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେଲଗାଁ ରଘୁନାଥ ବିଦ୍ୟାପୀଠ । ଶନିବାର ୨୦ ଜଣ ବିଧାୟକ ହିଞ୍ଜିଳି ଗସ୍ତରେ ଆସି ସ୍ମାର୍ଟ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାକୁ ନେଇ ପାଇଁ ହିଞ୍ଜିଳି ସହରରେ ପ୍ରସ୍ତୁତି ଜାରି ରହିଛି ।

ଟିକା ନେଇ ୮୭ ହଜାର ସଂକ୍ରମିତ, ଆବଶ୍ୟକତା ପଡୁଛି ବୁଷ୍ଟର ଡୋଜ୍

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସରି ଆସୁଥିବା ବେଳେ ଡବଲ ଡୋଜ୍ ଟିକା ନେଇ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସାରାଦେଶରେ ଡବଲ ଡୋଜ୍ ଟିକା ନେଇ ଏଯାଏ ୮୭ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଡବଲ ଡୋଜ୍ ଟିକା ନେବା ପରେ ୩୧ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଟିକା ନେବା ପରେ ଯେହେତୁ ଲୋକମାନେ କୋଭିଡ ନିୟମ ମାନୁନାହାନ୍ତି ତେଣୁ ସଂକ୍ରମଣ ବୃଦ୍ଧି ପାଉଛି ।

ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଦେଶରେ ବୁଷ୍ଟର ଡୋଜ୍ ଟିକା ଲୋକଙ୍କୁ ଦେବା ଆରମ୍ଭ ହେଲାଣି । ଆସନ୍ତା ବର୍ଷରୁ ଆମ ଦେଶର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଆବଶ୍ୟକତା ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ବୁଷ୍ଟର ଡୋଜ୍ ଲୋକଙ୍କୁ ଦେବା ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଆସିଲେ ଆମ ରାଜ୍ୟରେ ମଧ୍ୟ ଏହାକୁ ଲାଗୁ କରାଯିବ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି ବି କେ ମହାନ୍ତି କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଇନରେ ହୋଇପାରେ ସଂଶୋଧନ, ଭୋଟର ଜଣାଇବେ ମତାମତ

ଭୁବନେସ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୩ଟି ଆଇନରେ ସଂଶଧୋନ କରିବାକୁ ଯାଇଛି ପଞ୍ଚାୟତରାଜ ବିଭାଗ । ଏହି ୩ଟି ଆଇନ ହେଉଛି ଓଡ଼ିଶା ଜିଲ୍ଲାପରିଷଦ ସଂଶଧୋନ ଆଇନ ୨୦୨୧, ଓଡ଼ିଶା ପଞ୍ଚାୟତ ସମିତି ସଂଶଧୋନ ସମିତି ଓ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାଚନ ସଂଶଧୋନ ଆଇନ ୨୦୨୧ । ଏ ନେଇ ୧୫ ଦିନ ମଧ୍ୟରେ ଲୋକମାନେ ସେମାନଙ୍କର ମତ ଦେବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ଆଇନ ଯଦି ସଂଶଧୋନ ହୁଏ, ତେବେ ଏଣିକି ଆଉ ବୁଥରେ ନୁହେଁ ବ୍ଲକରେ ନିର୍ବାଚନ ଫଳାଫଳ ଗଣତି କରାଯିବ । ମତଦାନ ସରିବା କ୍ଷଣି ପ୍ରିଜାଇଡିଂ ଅଫିସର ମତଦାନ ବାକ୍ସକୁ ବନ୍ଦ କରି ବ୍ଲକ୍ ଅଫିସକୁ ପଠାଇବ । ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏକାଥରକେ ଫଳାଫଳ ଘୋଷଣା କରାଯିବ । ପୂର୍ବରୁ ମତଦାନ ସରିବା କ୍ଷଣି ବୁଥରେ ଅନଓୌପଚାରିକ ଭାବେ ଓ୍ବାର୍ଡ ମେମ୍ବର ଘୋଷଣା କରାଯାଉଥିଲା ।

ଏପରି ହେବା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିଲା । ସେଥିପାଇଁ ପଞ୍ଚାୟତରାଜ ବିଭାଗ ଏହି ୩ଟି ଆଇନର ସଂଶଧୋନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ନିର୍ଦ୍ଦାରିତ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଏବଂ ଆଇନ ସଂଶୋଧନ ପୂର୍ବରୁ ସାଧାରଣ ଭୋଟର ନିଜ ମତ ପ୍ରକାଶ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି  ।

ପଦାରେ ପଡ଼ିଲା ଆମେରିକାର ମିଛ: ୧ ଟ୍ରିଲିୟନ୍ ନୁହେଁ ବରଂ ଏତିକି ଟଙ୍କା ଖର୍ଚ୍ଚ କରିଛି ଆମେରିକା

ନ୍ୟୁୟର୍କ: ଆଫଗାନିସ୍ତାନ ଲାଗି ଆମେରିକାର ୧ ଟ୍ରିଲିୟନ ଡଲାର ଖର୍ଚ୍ଚର ପ୍ରକୃତ ସତ ଆସୁଛି ପଦାକୁ । ଆମେରିକା ରାଷ୍ଟ୍ରପତି ଏହା ଦର୍ଶାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଯଥାର୍ଥ ଥିଲା ବୋଲି କହିଥିଲେ । ହେଲେ ପ୍ରକୃତ ସତ ରହିଛି ଅଲଗା । ଆଫଗାନିସ୍ତାନକୁ ଆମେରିକା ଦେଇଥିଲା ୫୪୯ ନିୟୁତ ଡଲାରର ବିଭିନ୍ନ ଯୁଦ୍ଧ ବିମାନ ଯାହା ଅବ୍ୟବହୃତ ହୋଇ ରହିଥିଲା । ଜି-୨୨୨ ଶ୍ରେଣୀର ୧୮ଟି ଯୁଦ୍ଧବିମାନ ଶେଷରେ ସ୍କ୍ରାପରେ ପରିଣତ ହୋଇଥିଲା । ଗର୍ଦେଜ ଓ ଖୋସ୍ତ ମଧ୍ୟରେ ୧୦୧ କିଲୋମିଟର ରାସ୍ତା ଲାଗି ୧୭୬ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା ଯାହା ଅବ୍ୟବହୃତ ହୋଇଛି । ଆଫଗାନିସ୍ତାନରେ ଆମେରିକା ସୈନ୍ୟଙ୍କ ଲାଗି ପ୍ରାୟ ୨୮ ନିୟୁତ ଡଲାର ମୂଲ୍ୟର କେବଳ ପୋଷାକ କିଣାଯାଇଥିଲା ଯାହା ଆବଶ୍ୟକତାଠାରୁ ଅଧିକ ଥିଲା । ଗତ ମେ ୨୦୧୨ରେ ଲୋଗାର ପ୍ରଜାତନ୍ତ୍ରରେ ୫ ଲକ୍ଷ ଡଲାର ବିନିମୟରେ ଏକ ପ୍ରତିଷ୍ଠାନ ନିର୍ମିତ ହୋଇଥିଲା ଯେଉଁଥିରେ ଜଣେ ଆଫଗାନ କଣ୍ଟ୍ରାକ୍ଟର ସାମିଲ ଥିଲେ । ଏହାର କାମ ଅତି ନିମ୍ନମାନର ଥିଲା । ନିଶାଦ୍ରବ୍ୟ କାରବାର ରୋକିବା ଲାଗି ଆମେରିକା ଖର୍ଚ୍ଚ କରିଥିଲା ପ୍ରାୟ ୮.୬ ବିଲିୟନ ଡଲାର । ଏକ ପାଓ୍ୱାର ଷ୍ଟେସନ ନିର୍ମାଣ ଲାଗି ବି ଆମେରିକା ଖର୍ଚ୍ଚ କରିଥିଲା ପ୍ରାୟ ୧୧୬ ନିୟୁତ ଡଲାର । ୬୦ ନିୟୁତ ଡଲାର ମୂଲ୍ୟରେ ନିର୍ମିତ ଅନ୍ୟ ଏକ ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିଲା । ହେଲମାନ୍ଦ ପ୍ରଜାତନ୍ତ୍ରରେ ୩୬ ନିୟୁତ ଡଲାର ମୂଲ୍ୟରେ ଆମେରିକା ନିର୍ମାଣ କରିଥିଲା ଏକ କମାଣ୍ଡ କଣ୍ଟ୍ରୋଲ ଫାସିଲିଟି ଯାହା କାମରେ ଲାଗି ନଥଇଲା । ଓଭରସିଜ ପ୍ରାଇଭେଟ ଇନଭେଷ୍ଟମେଣ୍ଟ କର୍ପୋରେସନ ଦ୍ୱାରା  କରାଯାଇଥିବା ୮୫ ନିୟୁତ ଡଲାରର ଋଣ କ୍ଷେତ୍ରରେ ମଧ୍ୟ ଅନେକ ଅନିୟମିତତା ଦେଖାଦେଇଥିଲା । ତୁର୍କମେନିସ୍ତାନ ସୀମାରେ ଏକ ଶିବିର ନିର୍ମାଣ କରିବା ଲାଗି ବି ଆମେରିକା ଖର୍ଚ୍ଚ କରିଥିଲା ୩.୭ ନିୟୁତ ଡଲାର ଯାହାକୁ ନେଇ ଅନେକ ସନ୍ଦେହ ପ୍ରକାଶ ପାଇଛି ।

ଏଥସହିତ ପଢ଼ନ୍ତୁ: ତାଲିବାନୀଙ୍କ ବର୍ବରତା: ସାମ୍ୱାଦିକଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

ବାପାଙ୍କ ବାଟରେ ପୁଅ, ଦିନେ ବିଜୁ ବାବୁ ରଖିଥିଲେ ବୃଦ୍ଧାଙ୍କ ଅନୁରୋଧ…

ମାଲକାନଗିରି: ଯେତେବେଳେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେ ମଧ୍ୟ ସାଧାରଣ ଲୋକଙ୍କ ପ୍ରସ୍ତାବକୁ ସରକାରରେ ପ୍ରୟୋଗ କରନ୍ତି  । ସାଧାରଣ ଲୋକଙ୍କ ଅନୁରୋଧକୁ ରକ୍ଷା କରନ୍ତି  । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିଲେ  । ସମସ୍ୟା ସମ୍ବନ୍ଧରେ ଅବଗତ ହେଉଥିଲେ  । ଏମିତି ଏକ କାର୍ଯ୍ୟକ୍ରମରେ ଜଣେ ବୃଦ୍ଧା ବିଜୁ ବାବୁଙ୍କୁ ଦୈନିକ ମଜୁରୀ ବୃଦ୍ଧି କରିବା ନେଇ ଅନୁରୋଧ କରିଥିଲେ  । ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ମଧ୍ୟ ଦୈନିକ ମଜୁରୀ ବୃଦ୍ଧି କରି ୨୫ ଟଙ୍କା କରିଥିଲେ  ।

ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ସେହି ରାସ୍ତାରେ ଗତି କରୁଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମହିଳା  ମମତା ପଡ଼ିଆମୀ ନବୀନ ପଟ୍ଟନାୟକଙ୍କୁ ଚିକିତ୍ସା ସହାୟତା ବୃଦ୍ଧି କରି ୧୦ ଲକ୍ଷ କରିବାକୁ ଅନୁରୋଧ କରିଥିଲେ   । ଫଳରେ ମୁଖ୍ୟମନ୍ତ୍ରୀ ଆଜି ତାହାକୁ ପ୍ରତିପାଦିତ କରିଛନ୍ତି  । ସେ ମହିଳାଜଣଙ୍କ ମାଲକାନଗିରିର ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଏପରି ଏକ ଐତିହାସିକ କାର୍ଯ୍ୟକ୍ରମକୁ ମାଲକାନଗିରି ମାଟିରୁ ହିଁ ଶୁଭାରମ୍ଭ କରିଛନ୍ତି  ।

ନବୀନ ବାବୁ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି  । ସାଧାରଣ ଲୋକଙ୍କୁ ସମସ୍ତ ମୌଳିକ ସୁବିଧା ଭେଟିଦେବା ଲାଗି ସେ ସଂକଳ୍ପବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଡିଜିଟାଲ କରିବା ସହ ସମସ୍ତ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି  । ଓଡିଶାର ସାଢେ ତିନିକୋଟି ସାଧାରଣ ହିତାଧିକାରୀ ଏହି ସୁବିଧା ଉଠାଇପାରିବେ  । ଯେକୌଣସି ମୂହୂର୍ତ୍ତରେ ମଧ୍ୟ ଅତି ସହଜରେ ୟୋଜନାର ଲାଭା ଉଠାଇପାରିବେ ବୋଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ  ।