spot_img
Home Blog Page 5360

୨୦୦ ମିଟର ଦୌଡ଼ରେ ୭ମ ସ୍ଥାନରେ ରହିଲେ ଦୂତୀ, ୨୩.୮୫ ସେକେଣ୍ଡରେ ହିଟ୍‌ କଲେ

ଭୁବନେଶ୍ୱର: ପୁଣି ନିରାଶ କଲେ ଭାରତୀୟ ଆଥଲେଟ୍ ଦୂତୀ ଚାନ୍ଦ। ୧୦୦ ମିଟର ପରେ ୨୦୦ ମିଟରରେ ବି ହାରି ଯାଇଛନ୍ତି ଦୂତୀ ଚାନ୍ଦ। ଆଜି ୨୦୦ ମିଟର ଚତୁର୍ଥ ହିଟରେ ସେ ଅଂଶ ଗ୍ରହଣ କରିଥିଲେ ଦୂତୀ। ରେସର ପ୍ରଥମ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ। ତେବେ ୨୩.୮୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଥିଲେ ଦୂତୀ ଚାନ୍ଦ। ଏହା ପୂର୍ବରୁ ୧୧.୫୪ ସେକେଣ୍ଡରେ ସେ ୧୦୦ ମିଟର ଅତିକ୍ରମ କରି ହାରିଥିଲେ। ୧୦୦ ମିଟରରେ ବି ମଧ୍ୟ ଦୂତୀ ୭ମ ସ୍ଥାନରେ ରହିଥିଲେ। ଟୋକିଓ ଅଲିମ୍ପିକ୍ସରେ ଦୂତୀଙ୍କର ପଦକ ଆଶା ମଳିନ ପଡ଼ିଯାଇଛି।

କରୋନା କଟକଣାରେ ଆଜିଠୁ ଆରମ୍ଭ ହେଉଛି ମୋ ବସ୍‌ ସେବା, ୨୫ଟି ରୁଟରେ ଗଡ଼ିବ ୧୯୪ଟି ବସ୍‌

ଭୁବନେଶ୍ୱର: ଅନ୍‌ଲକ୍‌ରେ କୋହଳ ହେଉଛି କଟକଣା। ଧିରେ ଧିରେ ପରିସ୍ଥିତି ସାମାନ୍ୟ ହେବାରେ ଲାଗିଛି। ଆଜିଠୁ ସମସ୍ତ ରୁଟରେ ଗଡ଼ିବ ମୋ ବସ୍‌। ସମସ୍ତ ୨୫ ରୁଟରେ ୧୯୪ଟି ବସ୍‌ ଯାତାୟତ କରିବ। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ୍‌। ସପ୍ତାହାନ୍ତ ସଟଡାଉନରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟରେ ମୋ ବସ୍ ସେବା ବନ୍ଦ ରହିବ। ବସ୍‌ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍ ସେବା ଯୋଗାଇ ଦିଆଯିବ। ବସ୍‌ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି। ଯେତିକି ସିଟ୍ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍ ରଖିବାକୁ ପରାମର୍ଶ ଦିଆଯାଇଛି। କରୋନା କଟକଣା କୋହଳ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟରେ ୧୯୪ଟି ବସ୍ ଚଳାଚଳ କରିବ।

ଟିକା ବିବାଦ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଜବାବ

ନୂଆଦିଲ୍ଲୀ: ଟିକାକୁ ନେଇ ବଢିଲା ବିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜବାବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । କହିଛନ୍ତି ଜୁଲାଇରେ ଦେଶରେ ୧୩ କୋଟି ଟିକା ପ୍ରଦାନ କରାଗଲାଣି । ଚଳିତ ମାସରେ ଟିକାକରଣ ବ୍ୟାପକ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କ ସଂଗ୍ରାମ ଯୋଗୁ ଦେଶରେ ଟିକାକରଣ ସଫଳ ହୋଇଛି । ରାହୁଲ ଗାନ୍ଧି ସୋସିଆଲ ମିଡିଆରେ କହିଥିଲେ ଯେ- ଗତ ଏକ ସପ୍ତାହ ଧରି ଦେଶର ବିଭିନ୍ନ ଭାଗରେ ଟିକା ଅଭାବ ଯୋଗୁ ଟିକାକରଣ ବନ୍ଦ ରହିଛି ।

ଜୁଲାଇ ସରିଗଲା ହେଲେ ଟିକା ଅଭାବ ଦୂର ହୋଇପାରିଲା ନାହିଁ ବୋଲି ରାହୁଲ ଦର୍ଶାଇଥିଲେ । ରାହୁଲଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି- ସ୍ବାସ୍ଥ୍ୟସେବା କର୍ମୀମାନଙ୍କ ଯୋଗୁ ଆପଣ ଗର୍ବ କରିବା କଥା । ମାଣ୍ଡବ୍ୟ କହିଛନ୍ତି- ଶୁଣିବା କଥା ଅନୁସାରେ ରାହୁଲଙ୍କ ସମେତ ଦେଶର ୧୩ କୋଟି ଲୋକ ଜୁଲାଇରେ ଟିକା ନେଇଛନ୍ତି । ତେଣୁ ରାହୁଲ ହୀନ ରାଜନୀତି କରୁଛନ୍ତି । ଟିକାର ଅଭାବ ନୁହେଁ ବରଂ ରାହୁଲଙ୍କର ପରିପକ୍ବତାର ଅଭାବ ରହିଛି ।

ଅଲିମ୍ପିକ୍ସରେ କମାଲ କଲେ ଦେଶର ଲାଡଲା, ଉତ୍ସାହିତ ଭାରତ

ନନ୍ଦିଘୋଷ ବ୍ୟୁରୋ: ସଣ୍ଡେରେ ସୁପର ସୋ । ଭାରତ ପାଇଁ ବୋଧେ ହୁଏ ଏହି ଦିନଟି ଆଜି ଶୁଭ ଥିଲା । ଦେଶବାସୀ ଆଜି ସମ୍ପୂର୍ଣ୍ଣ ଉତ୍ସାହିତ । ଉତ୍ସାହିତ ବା ହେବେନି କେମିତି  । ବିଶ୍ୱ ମଞ୍ଚରେ ଭାରତ ହାସଲ କରିଛି ମେଡାଲ  । ଗୋଟେପଟେ ଭାରତର ସୁନା ଝିଅ ସିନ୍ଧୁ ଭାରତକୁ ବ୍ରୋଞ୍ଚ ମେଡାଲ ଭେଟିଦେଇଥିବାବେଳେ ଅନ୍ୟପଟେ ଭାରତୀୟ ପୁରୁଷ ହକି ଟିମ ରଚିଛି ଇତିହାସ  । ବ୍ୟାଡମିଣ୍ଟନରେ ସିନ୍ଧୁ ସେମି ଫାଇନାଲଲେ ହାରିଥିଲେ  । କିନ୍ତୁ ହାରିବା ପରେ ମଧ୍ୟ ଭାରତକୁ ନିରାଶ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ  । ଏବଂ ସେହି ପ୍ରତିଶ୍ରୁତି ମୂଳକ ରବିବାର ଦେଶକୁ କାଂସ୍ୟ ପଦକ  ଭେଟି ଦେଇଛନ୍ତି ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ  ।

ଅନ୍ୟପଟେ ଅଲିମ୍ପିକ୍ସରେ ପୁରୁଷ ହକି ଟିମ ଦମଦାର ପ୍ରଦର୍ଶନ କରିଛି । ଯଦ୍ୱାରା ସେମିଫାଇନାଲ ପ୍ରବେଶ କରିବାକୁ ପୁରୁଷ ହକି ଟିମ୍ ରାସ୍ତା ପକ୍କା କରିଛି  । କ୍ବାର୍ଟର ଫାଇନାଲରେ 3-1ରେ ବ୍ରିଟେନକୁ ହରାଇଛି ଭାରତ । ଆସନ୍ତା ମଙ୍ଗଳବାର ବେଲଜିୟମକୁ ଭେଟିବ । ତେଣୁ ଦୀର୍ଘ ୪୧ ବର୍ଷ ପରେ ଭାରତ ସେମିଫାଇନାଲକୁ ଯାଇଛି । ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସେମିଫାଇନାଲରେ ପହଂଚିଛି । ଫାଇନାଲ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା ।

ଆଉ ଶେଷ ଥର ପାଇଁ ମଧ୍ୟ ୧୯୮୦ ମସିହାରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲା  । ତେବେ ଆରମ୍ଭରୁ ବ୍ରିଟେନ ଉପରେ ଭାରି ପଡିଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ଦିଲପ୍ରୀତ ସିଂହ । ଦ୍ବିତୀୟ ଗୋଲ ଦେଇଥିଲେ ଗୁରୁକାନ୍ତ ଏବଂ ଶେଷ କ୍ବାର୍ଟରରେ ଗୋଲ ଦେଇଥିଲେ ହାର୍ଦ୍ଦିକ ସିଂହ । ଭାରତର ଏଭଳି ଦମଦାର ପ୍ରଦର୍ଶନରେ କିଏ ଖୁସି ନହୋଇ ରହିପାରିବ  । ଟୋକିଓରେ  ଅଲିମ୍ପିକ୍ସ ଆରମ୍ଭ ହେବାକୁ ଏହାରି ଭିତରେ ୧୦ ଦିନ ପୁରିଛି  । ଏବଂ ଏହି ୧୦ ଦିନ ଭିତରେ ଭାରତକୁ ପ୍ରଥମ ମେଡାଲ ଭେଟିଦେଇଥିଲେ ମିରାବାଇ ଚାନୁ  । ଭାରତୋଳନରେ ପ୍ରତିପକ୍ଷ ଚୀନକୁ ହରାଇ ମିରାବାଇ ଭାରତକୁ ପ୍ରଥମ ମେଡାଲ ପକ୍କା କରିଥିଲେ  ।

ଭାରତକୁ ଏହି ମେଡାଲ ଦେଶବାସୀଙ୍କୁ ସର୍ବାଧିକ ଗୌରାବନିତ୍ୱ କରିଥିଲା  । ଏହା ପରେ ଆଜି ପୁନର୍ବାର ଦେଶ ଉତ୍ସାହ ମନାଇଛି  । ଯେତେବେଳେ ଦେଶର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ, ସେତେବେଳେ ସମସ୍ତଙ୍କର ସିନ୍ଧୁଙ୍କ ଉପରେ ଭରସା ରହିଥିଲା  । ଯାହାକୁ ସିନ୍ଧୁ ପୁରଣ କରିବାରେ ମଧ୍ୟ ପଛ ଘୁଞ୍ଚା ଦେଇନଥିଲେ  ।  ପ୍ରତିପକ୍ଷ ଚୀନ୍‌ର ବିଙ୍ଗଜିୟାଓଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଥିଲେ ପିଭି ସିନ୍ଧୁ । 21-13, 21-15 ସେଟ୍‌ରେ ସିନ୍ଧୁ ବିଜୟୀ ହୋଇଛନ୍ତି । କିନ୍ତୁ ସବୁଠାରୁ ଗୌରାବାନିତ୍ୱ ଖବର ଏହା ଯେ, ପିଫି ସିନ୍ଧୁ ଦେଶର ଏକମାତ୍ର ତାରକା, ଯିଏ ଲଗାତର ଦେଶକୁ ବିଶ୍ୱ ମଞ୍ଚରେ ପରିପ୍ରକାଶ କରିଛନ୍ତି  । ଗତ ଅଲିମ୍ପିକ୍ସରେ ସିନ୍ଧି ମେଡାଲ ଆଣିଦେଇଥିବାବେଳେ ଚଳିତବର୍ଷ ମଧ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି ସିନ୍ଧୁ  । ସିନ୍ଧୁଙ୍କ ଏହି ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ, କ୍ରୀଡ଼ାମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ମଧ୍ୟ ଶୁଭେଛା ଜଣାଇଛନ୍ତି  ।

କଟକଣା ଭିତରେ ଖୋଲିବ ନନ୍ଦନକାନନ, ମଙ୍ଗଳବାରଠୁ ପର୍ଯ୍ୟଟକ ବୁଲିବେ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଦିନ ଖୋଲିବ ନନ୍ଦନକାନନ । କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ । ତେବେ 10ବର୍ଷରୁ କମ ଓ 65 ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି । ଏହା ସହିତ ଥଣ୍ଡା କାଶ ଥିଲେ ପ୍ରବେଶ ନିଷେଧ କରାଯାଇଛି । ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ ସହ ଜନ୍ତୁ ଖୁଆଡ଼ ବ୍ୟାରିକେଟକୁ ଛୁଇଁବାକୁ ବାରଣ କରାଯାଇଛି ।

ସେହିପରି କୋଭିଡ କଟକଣା ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଯାଉଥିବାବେଳେ  ସଫାରୀ ଓ ବୋଟିଂ ବନ୍ଦ ରଖାଯାଇଛି । ପୂର୍ବବତ ସୋମବାର ଦିନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବାକୁ ଥିବା ବେଳଏ ଶନି ଓ ରବିବାର ବନ୍ଦ ନାଁ ଖୋଲାରହିବ ପରବର୍ତ୍ତି ମୂହୂର୍ତ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରାଣୀ ଉଦ୍ୟାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭାରତର ବିଜୟରେ ଉଲ୍ଲସିତ ମୁଖ୍ୟମନ୍ତ୍ରୀ, ଘରେ ବସି ଦେଖିଲେ ସମ୍ପୂର୍ଣ୍ଣ ମ୍ୟାଚ

ଭୁବନେଶ୍ୱର: ହକି ଇଣ୍ଡିଆର ବିଜୟରେ ଖୁସି ମନାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସର ସେମି ଫାଇନାଲକୁ ପ୍ରବେଶ କରିଛି  । ଭାରତୀୟ ହକି ଟିମର ଏହି ଐତିହାସିକ ବିଜୟରେ ଖୁସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ  । ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବସି ସମ୍ପୂର୍ଣ୍ଣ ମ୍ୟାଚ ଦେଖିବା ସହ ଟ୍ୱିଟ କରି ଭାରତୀୟ ହକି ଟିମକୁ ଶୁଭେଛା ଜଣାଇଛନ୍ତି  ।

ଭାରତୀୟ ହକି ଟିମ ଇତିହାସର ପୁନରାବୃତ୍ତି କରିବା ନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ  । ଆଗାମୀ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ବେଲଜିୟମକୁ ଭେଟିବାକୁ ଯାଉଥିବାବେଳେ ନିଶ୍ଚୟ ବିଜୟ ହାସଲ କରିବ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିଭଳି ଟୋକିଓ ଅଲିମ୍ପିକ୍ସରେ ଟିମ ବିଜୟ ହାସଲ କରିବା ନେଇ ଶୁଭେଛା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ।

ଅନ୍ୟପଟେ ଯେତେବେଳେ ଭାରତ ସହ ବ୍ରିଟେନର ମ୍ୟାଚ ଜାରି ରହିଥିଲା  । ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରହି ସମ୍ପୂର୍ଣ୍ଣ ମ୍ୟାଚକୁ ଦେଖୁଥିଲେ  । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ ମଧ୍ୟ ଉପସ୍ଥିତ ରହିଥିଲେ  । ଯେଉଁ ସମୟରେ ଭାରତୀୟ ପୁରୁଷ ହକି ଟିମ ବ୍ରିଟେନକୁ ପରାଜୟ କରିବା ସହ ବିଜୟ ହୋଇଥିଲା, ସେହି ସମୟରେ ମୁଖ୍ୟମନ୍ତ୍ରୀ ଠିଆ ହୋଇପଡିଥିଲେ ଏବଂ ଭାରତୀୟ ଟିମକୁ ଉତ୍ସାହିତ କରିବା ସହ ତାଳି ମଧ୍ୟ ମାରିଥିଲେ  ।

୨୦୧୮ରୁ ଓଡ଼ିଶା ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ଅଛି । ହକି ପାଇଁ ଓଡ଼ିଶାର ଅବଦାନ ମଧ୍ୟ ଅନନ୍ୟ । ଓଡ଼ିଶାରୁ ପୁରୁଷ ହକି ଟିମ୍‌ରେ ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଥିବା ବେଳେ ମହିଳା ଟିମ୍‌ରେ ଦିପ୍‌ ଗ୍ରେସ୍‌ ଏକ୍କା ଅଛନ୍ତି ।

ଓଡ଼ିଶା ମୋ ପରିବାର ପ୍ରୟାସରେ ଆନ୍ଧ୍ରରୁ ଓଡ଼ିଶା ଫେରିଲେ ୩୩ ଦାଦନ ଶ୍ରମିକ

ରାୟଗଡା: ମୋ ପରିବାର ପକ୍ଷରୁ ଗୁଣୁପୁର ବିଧାୟକ ଙ୍କ ନେତୃତ୍ବରେ ଗୁଣୁପୁରରେ ପହଞ୍ଚିଲେ ୩୩ ଦାଦନ ଶ୍ରମିକ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ରାୟଗଡା ଜିଲ୍ଲାର ରହିଛନ୍ତି ୧୨ ଜଣ ଓ ଓଡିଶାର ଅନ୍ୟ ଜିଲ୍ଲାରୁ ରହିଛନ୍ତି ୨୧ ଜଣ ଶ୍ରମିକ। ଏମାନଙ୍କ ମଧ୍ୟରେ ୧୫ ଜଣ ନାବାଳକା ରହିଥିବା ବେଳେ ଏମାନେ ସମସ୍ତ ନାବାଳକ ପାଠ ପଢୁଥିବା କହିଛନ୍ତି ଗୁଣୁପୁର ବିଧାୟକ । ବିଭିନ୍ନ ଅଞ୍ଚଳ ରୁ କାମ ଅନ୍ୱେଷଣରେ ଦାଦନ ଶ୍ରମିକ ହୋଇ ଆନ୍ଧ୍ରର ଲାଙ୍କାଭାନିଦିବାରେ କାମ କରୁଥିବା ଜଣାପଡିଥିଲା  ।

ଗତ ଗୁରୁବାର ଦିନ ଆନ୍ଧ୍ରର ଗୁଣ୍ଟୁର ଜିଲ୍ଲାର ଲାଙ୍କାଭାନିଦିବା ଗ୍ରାମ ନିକଟ ଏକ ଚିଙ୍ଗୁଡି ପ୍ରୋସେସିଙ୍ଗ୍ ସେଣ୍ଟର ରେ କାମ କରୁଥିବା ଗୁଣୁପୁର ଓ ଗଜପତିର ଶ୍ରମିକ ମାନେ ଗୋଟିଏ ରୁମରେ ରାତିରେ ଶୋଇଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା  । ଫଳରେ ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟ ଘଟିଥିଲା। ଏହି ଘଟଣା ପ୍ରସାରଣ ପରେ ଓଡିଶା ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ମୃତକ ପରିବାର କୁ ୨ ଲକ୍ଷ ର କ୍ଷତି ପୁରଣ ଘୋଷଣା କରିଥିଲେ । ରାଜ୍ୟ ସରକାର ନିର୍ଦେଶରେ ମୋ ପରିବାର ପକ୍ଷରୁ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ବିଜେଡି ଜିଲ୍ଲା ଛାତ୍ର ସଭାପତି ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ମୃତକ ମାନଙ୍କ କ୍ଷତିପୁରଣ ଉପରେ ସେଠାକାର ପ୍ରଶାସନିକ ଅଧିକାରି ଙ୍କ ସହ ଆଲୋଚନା କରିଥିଲେ।

ସେଠାରେ ଚିଙ୍ଗୁଡି ଫ୍ୟାକ୍ଟ୍ରି ମାଲିକ ପାଞ୍ଚ ଲକ୍ଷ କ୍ଷତି ପୁରଣ ଦେବା ପାଇିଁ ରାଜି ହୋଇଥିଲେ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ୩ ଲକ୍ଷ କ୍ଷତି ପୁରଣ ଦେଇଥିଲେ। ଏହାପରେ ସେଠାରେ ଶବ ସତ୍କାର କରି ଆଜି ମୋ ପରିବାର ପକ୍ଷରୁ ଗୁଣୁପୁରକୁ ବିଧାୟକ ଙ୍କ ନେତୃତ୍ବରେ ରଘୁନାଥ ଗମାଙ୍ଗ ୩୩ ଜଣ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଗୁଣୁପୁର କୁ ଫେରାଇ ଆଣିଛନ୍ତି। ଗୁଣୁପୁର ଅଭିମୁଖେ ମୋ ପରିବାର ର ରାଜ୍ୟ ସଭାପତି ଅରୁପ ପଟ୍ଟନାୟକ ଗସ୍ତ କରି ଗୁଣୁପୁର ପୁର୍ତ୍ତବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ନିଳନୀ କରି ମୃତକ ଦାଦନ ଶ୍ରମିକ ପରିବାର କର୍ତୁପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨ଲକ୍ଷ ଟଙ୍କା କ୍ଷତି ପୁରଣ ରାଶି ଦେବା ସହ ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ୍କ୍ରସ୍ ଫଣ୍ଡ ରୁ ୨୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନା ରୁ ଦୁଇ ହଜାର ଟଙ୍କା ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଅପରପକ୍ଷେ ଆଗକୁ ଶ୍ରମ ବିଭାଗ ପକ୍ଷରୁ କଛି କ୍ଷତିପୂରଣ ଦେବାନେଇ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି ଅରୂପ ପଚ୍ଚନାୟକ  । ସେହିପରି ଆଗାମୀ ଦିନରେ ଶ୍ରମିକ ମାନେ କିପରି ବାହାର ରାଜ୍ୟକୁ ଦାଦନ ଘଟିବାକି ନଯିବେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି  । ସେହିଭଳି  ଦାଦନ ଚାଲାଣ ଉପରେ ପ୍ରଶାସନିକ ସ୍ତରରେ କଡା ନଜର ରଖିବା ନେଇ ପ୍ରତିକ୍ରିୟା ରଖଛନ୍ତି ଅରୁପ ପଟ୍ଟନାୟକ।

ଅଲିମ୍ପିକ୍ସରେ କମାଲ କଲା ଭାରତୀୟ ପୁରୁଷ ହକି ଟିମ, ୪୦ ବର୍ଷ ପରେ ସେମି ଫାଇନାଲକୁ ଏଣ୍ଟ୍ରି

ଟୋକିଓ:  ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ  ।  ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍ ଦମଦାର ପ୍ରଦର୍ଶନ କରିବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଛି  । ଆଜିର ମ୍ୟାଚରେ ଭାରତ ପୁରୁଷ ହକି ଟିମର ପ୍ରଦର୍ଶନ ଇତିହାସ ଏଥିପାଇ ରଚିଛି  । କାରଣ ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ସେମି ଫାଇନାଲକୁ ପ୍ରବେଶ କରିବାରେ ସଫଳ ହୋଇଛି  ।

ଆଜି କ୍ବାର୍ଟର ଫାଇନାଲ ଥିବାବେଳେ ପ୍ରତିପକ୍ଷ ବ୍ରିଟେନକୁ ହରାଇଛି ଭାରତ  । 3-1ରେ ବ୍ରିଟେନକୁ ହରାଇବା ସହ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ  । ସେପଟେ ସେମିଫାଇନାଲରେ ବେଲଜିୟମକୁ ଭେଟିବ ଭାରତୀୟ ପୁରୁଷ ହକି ଟିମ  ।

୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସେମିଫାଇନାଲରେ ପହଂଚିଛି । ଫାଇନାଲ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା । ଆଉ ଶେଷ ଥର ପାଇଁ ମଧ୍ୟ ୧୯୮୦ ମସିହାରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲା ।

ସୋମବାର ପୃଥିବୀର ନିକଟତର ହେବ ଶନି, ୧୧.୩୦ରେ ମହାଜାଗତିକ ଦୃଶ୍ୟ

ଭୁବନେଶ୍ୱର: ପୃଥିବୀର ନିକଟତର ହେବ ଶନି  । ସୋମବାର ଘଟିବାକୁ ଯାଉଛି ଏଭଳି ମହାଜାଗତିକ ଘଟଣା  ।  ଆଜିକାଲି ଆକାଶରେ ଶନି ଗ୍ରହ  ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି  । ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଘୂରି ବୁଲିବା ସମୟରେ ଅଗଷ୍ଟ ୨ ତାରିଖ ଅର୍ଥାତ ସୋମବାର ଦିନ ପରସ୍ପର ସହ ସବୁଠାରୁ  ନିକଟତର ହେବେ । ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଆଜିକାଲି ଏହା ବହୁତ ଉଜ୍ଜ୍ୱଳ ଦେଖାଯାଉଛି  । ଶନି ଏବଂ ବୃହଷ୍ପତି ଗ୍ରହ ଦୁଇଟି ରାତିସାରା ବହୁତ ଉଜ୍ଜ୍ୱଳ ଦେଖାଯାଉଥିବା ପରିଲିଖିତ ହେଉଛି  ।

ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ ଯେହେତୁ ଦୁଇଟି ଗ୍ରହ କ୍ରମାଗତ ଭାବରେ ବିଭିନ୍ନ ଗତିରେ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଯାତ୍ରା କରନ୍ତି  । ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ୩୬୫ ଦିନ ବା ଏକ ବର୍ଷ ସମୟ ନେଉଥିଲା ବେଳେ ଶନି ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ପୃଥିବୀର ୨୯.୫ ବର୍ଷ ସମୟ ନିଏ । ତେଣୁ ପ୍ରତି ଏକ ବର୍ଷଏବଂ ୧୩ ଦିନରେ ଶନି ଏବଂ ପୃଥିବୀ ନିକଟତର ହୋଇଥାନ୍ତି ଓ ଗ୍ରହ ଦୁଇଟି  ସୂର୍ଯ୍ୟର ଗୋଟିଏ ପଟରେ ରୁହନ୍ତି । ପୃଥିବୀ ଶନି ଓ ସୂର୍ଯ୍ୟର ମଝିରେ ରହିଥାଏ । ଏହାକୁ ଇଂରାଜୀରେ ‘ଅପୋଜିସନ୍‌’ କୁହାଯାଏ ।

ସେସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କିମି ରହିବ ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ ଅଟେ । ଏହି ବର୍ଷ ଏହା ଅଗଷ୍ଟ ୨ ତାରିଖ ଭାରତୀୟ ସମୟ ଦିନ ୧୧:୩୦ ରେ ଘଟିବ । ଅନ୍ୟ ପକ୍ଷରେ ଆଉ ଛ ମାସ ପରେ ପୃଥିବୀ ସୂର୍ଯ୍ୟର ପଛପାଖକୁ ଚାଲିଗଲେ ପୃଥିବୀ ଓ ଶନିର ସର୍ବାଧିକ  ଦୂରତା ୧୭୦ କୋଟି କିମି  ହେବ ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ ।  ଗତ ୨୦୨୦ ମସିହା ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା ଓ ଆଗାମୀ ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏପରି ଘଟିବ ।

ଅଗଷ୍ଟ ୨ ତାରିଖ ଦିନ ସୂର୍ଯ୍ୟଅସ୍ତ ହେବା ସହ ଶନି ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହୋଇ ଧିରେଧିରେ ପଶ୍ଚିମ ଦିଗକୁ ଗତିକରି  ୧୨ ଘଣ୍ଟା ପରେ ଅର୍ଥାତ୍‌ ଭୋର ସମୟରେ ଅସ୍ତ ହେବ । ମେଘ ମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସଂଧ୍ୟା ଠାରୁ ସକାଳ ଯାଏ ଶନି ସହ ବୃହଷ୍ପତି ଖାଲି ଆଖିରେ ଦେଖାଯିବ । ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ  ଅଧିକ ଉଜ୍ଜଳ ଦେଖାଯିବା ସହ ଏହାର ବଳୟ ଏବଂ ଉପଗ୍ରହ ସାଧାରଣ ଦୂରବୀକ୍ଷଣ ଦ୍ୱାରା ସୁନ୍ଦର ଦେଖାଯାଉଛି ।

ବ୍ରୋଞ୍ଚ ଆଣିଲେ ସୁନା ଝିଅ ସିନ୍ଧୁ, ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରତ ହାତେଇଲା ଆଉ ଏକ ପଦକ  ।  ସୁନା ଝିଅ ସିନ୍ଧୁ  ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଭାଗ ନେଇଥିବା ପିଭି ସିନ୍ଧୁ ପୁଣି ଦେଶକୁ ଗୌରବାନ୍ୱିତ କରିଛନ୍ତି  । ମିରାବାଇଙ୍କ ପରେ ପିଭି ସିନ୍ଧୁ ଅଲିମ୍ପିକ୍ସରେ ଭାରତକୁ ମେଡାଲ ଦେଇଛନ୍ତି  । ଫଳରେ ଭାରତ ଦୁଇଟି ମେଡ଼ାଲ ଜିତିବାରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇଛନ୍ତି  ।

ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ  ।  ଆଜି ପ୍ରତିପକ୍ଷ ଚୀନ୍‌ର ବିଙ୍ଗଜିୟାଓଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ପିଭି ସିନ୍ଧୁ । ସିନ୍ଧୁଙ୍କ ବିଜୟ ପରେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ହାତେଇଲା ଭାରତ । 21-13, 21-15 ସେଟ୍‌ରେ ସିନ୍ଧୁ ବିଜୟୀ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ମେଡାଲ ଜିତିଥିଲେ ମୀରାବାଇ ଚାନୁ । ପରେ ସିନ୍ଧୁ ଭାରତକୁ ଆଉ ଏକ ପଦକ ଦେଇଛନ୍ତି  ।

ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳୀ, ଯିଏ ଦେଶର ନାମକୁ ବିଶ୍ୱ ସ୍ତରରେ ଦୁଇ ଦୁଇ ଥର ଚମକାଇବାରେ ସଫଳ ହୋଇଛନ୍ତି  । ଅର୍ଥାତ ଲଗାତର ଦୁଇଥର ଭାରତକୁ ମେଡ଼ାଲ ଭେଟି ଦେଇଛନ୍ତି ପିଭି ସିନ୍ଧୁ  ।  ଟୋକିଓ ଅଲିମ୍ପିକ୍ସ ୧୦ ଦିନରେ ଆଜି ପହଁଚିଛି  । ଏହି ୧୦ ଦିନ ମଧ୍ୟରେ ଭାରତକୁ ଦୁଇଟି ପଦକ ମିଳିପାରିଛି  । ସିନ୍ଧୁ ସେମିଫାଇନାଲରେ ପରାଜିତ ହୋଇଥିଲେ ମଧ୍ୟ କାଂସ୍ୟ ପଦକ ଆଣିବା ନେଇ ଦେଶବାସୀଙ୍କ ଭରସା ରହିଥିଲା  । ଆଜି ପ୍ରତିପକ୍ଷ 21-13, 21-15 ସେଟ୍‌ରେ ପରାଜୟ କରି ସିନ୍ଧୁ ଭାରତକୁ ଆଉ ଏକ ମେଡ଼ାଲ ଭେଟିଦେଇଛନ୍ତି  ।