spot_img
Home Blog Page 5387

ବିଜେଡ଼ିରେ ସାମିଲ ହେଲେ ଦୁଇ ଜିଲ୍ଲାପରିଷଦ ସଭ୍ୟ ଓ ବହୁ ବିଜେପି କର୍ମୀ

ଯାଜପୁର: ଧର୍ମଶାଳା ବିଜେଡିରେ ମିଶ୍ରଣ ପର୍ବ  ।  ଜିଲ୍ଲାପରିଷଦ ସଭ୍ୟ ଓ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି  । ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି  । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଓ ବରୀ ନିର୍ବାଚନ ମଣ୍ଡଳୀ ର 34ଓ 36 ନମ୍ବର ଜିଲ୍ଲାପରିଷଦ ସଭ୍ୟ ଓ ବହୁ ବିଜେପି କର୍ମୀ ଅନୁଷ୍ଠାନିକ ଭାବେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତି ରେ ବିଜେଡି ରେ ସାମିଲ ହୋଇଛନ୍ତି  ।

ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି  । ଏହି ମିଶ୍ରଣ ପର୍ବରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବରୀ ବିଧାୟିକା ସୁନନ୍ଦା ଦାସ ଏବଂ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ  । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଆହୁରି ମଜବୁତ କରିବେ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି  ।

ମିରବାଇ ଚାନୁଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ମାନସ ସାହୁ

ପୁରୀ: ବାଲୁକା କଳା ମାଧ୍ୟମରେ ମିରବାଇ ଚାନୁଙ୍କୁ ଶୁଭେଚ୍ଛା । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା ଆନିମେସନ ମାଧ୍ୟମରେ ଜଣାଇଛନ୍ତି ଶୁଭେଚ୍ଛା । ଏହି କଳା ଟିକୁ ନିର୍ମାଣ କରିବାରେ ମାନସ ଙ୍କୁ ପ୍ରାୟ 2ଘଣ୍ଟା ସମୟ ଲାଗିଥିଲା ।

ଭାରତୀୟ କ୍ରୀଡା ଇତିହାସରେ ରେକର୍ଡ ସୃଷ୍ଟି କରିଛନ୍ତି ମୀରାବାଇ ଚାନୁ । ନିଜର ଦକ୍ଷତା ଓ ଅନୁଭବ ପାଇଁ ସେ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାନସ କୁମାର ସାହୁ ।

ଉପର ମୁଣ୍ଡରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ପ୍ରବାହିତ ବୈତରଣୀ ବନ୍ୟା ଜଳ

ଭଦ୍ରକ: ଲଘୁଚାପ ଯୋଗୁ ବୈତରଣୀ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା  । ଆଖୁଆପଦା ଠାରେ ବିପଦ ସଂକେତ ଉପରେ ବୈତରଣୀର ବନ୍ୟା ଜଳ ପ୍ରବାହିତ  । ଆଖୁଆପଦା ଠାରେ ବିପଦ ସଂକେତ 17.83 ଥିଲା ବେଳେ ଏବେ 17.94 ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି  । ଫଳରେ ବନ୍ୟା ଜଳ ନଦୀରେ ଆସିବା ସହ ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା ସୂଚନା  ମିଳିଛି  ।

ଏପଟେ ଆଜି ହୀରାକୁଦ ଜଳ ଭଣ୍ଡାରରେ ଖୋଲିଛି ୪ଟି ଗେଟ୍ । ଉପର ମୁଣ୍ଡରେ ବର୍ଷା ହେବା ଫଳରେ ହୀରାକୁଦ ଜଳ ଭଣ୍ଡାରର ୪ ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୦୭. ୫୬ ଫୁଟରେ ପହଁଚିଛି । ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୮୬ ହଜାର ୧୮୦ ଘନଫୁଟ ଜଳ । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି ।

ସୁପର ଡ୍ୟାନ୍ସରରେ ଶିଳ୍ପାଙ୍କ ସ୍ଥାନରେ କରିସ୍ମା

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ ଡ୍ୟାନ୍ସିଂ ରିଆଲିଟି ଶୋ ‘ସୁପର ଡ୍ୟାନ୍ସର ଚାପଟର ୪’ରେ ଶନିବାର ଶିଳ୍ପାଙ୍କ ସ୍ଥାନରେ ନଜର ଆସିବେ ୯୦ ଦଶକର ସୁନ୍ଦରୀ  ଚାର୍ମିଂ ଅଭିନେତ୍ରୀ କରିସ୍ମା କପୂର ।  ନିକଟରେ ସିଙ୍ଗିଂ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ  ୧୨ରେ  କରିସ୍ମା ନଜର ଆସିଥିଲେ ।  ‘କରିସ୍ମା ସ୍ପେଶାଲ’ ଥିମ୍ ଉପରେ  ରଖା ଯାଇଥିବା ଏହି ଏପିସୋଡ୍ରେ ପ୍ରତିଯୋଗୀ କରିସ୍ମାଙ୍କ ଫିଲ୍ମର ଗୀତ ଗାଇ ଅଭିନେତ୍ରୀଙ୍କ ମନ କିଣିବାରେ ସକ୍ଷମ ହୋଇଥିଲେ ।  ଏହି ସମୟରେ କରିସ୍ମା ତାଙ୍କ ଫିଲ୍ମର ସୁଟିଂ ସମୟର ଅଭିଜ୍ଞତା ଶେୟାର କରିଥିଲେ । ଶୋ’ରେ ଖୁବ୍ ମସ୍ତି ମଜାକ୍ କରୁଥିବାର ମଧ୍ୟ କରିସ୍ମାଙ୍କୁ ଦେଖିବାକୁ ମିଳିଥିଲା ।

ଏବେ ଶିଳ୍ପାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଗିରଫ ହେବାପରେ ଶିଳ୍ପା କିଛି ଦିନ ପାଇଁ ଶୋ’ରୁ ବ୍ରେକ୍ ନେଇଛନ୍ତି ।  ତେଣୁ ଶୋ’ର ନିର୍ମାତା ବାଧ୍ୟ ହୋଇ ଶିଳ୍ପାଙ୍କ ସ୍ଥାନରେ କରିସ୍ମାଙ୍କୁ ଆପ୍ରୋଚ୍ କରିଛନ୍ତି । ନିକଟରେ ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି ।  ଏହି ପ୍ରୋମୋରେ କରିସ୍ମା ଜଣେ ପ୍ରତିଯୋଗୀଙ୍କ ସହ ଫିଲ୍ମ ‘ଅନାଡ଼ି’ର ଗୀତ ‘ଫୁଲୋଁ ସା ଚେହରା ତେରା’ରେ  ଡ୍ୟାନ୍ସ କରୁଥିବାର ନଜର ଆସିଛି ।  ଏହି ଗୀତରେ କରିସ୍ମାଙ୍କ ପୂରା ଜୀବନ ବା ପିଲା ଦିନରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ ଯାତ୍ରାକୁ ସ୍ଲାଇଡ ଶୋ ମାଧ୍ୟମରେ ଦେଖିବାକୁ ମିଳିବ ।  ଏହାକୁ ଦେଖି କରିସ୍ମା ଆଖିର ଲୁହକୁ ଅଟକାଇ ପାରିନଥିବା ମଧ୍ୟ ଦେଖିବାକୁ ମିଳିବ ।

କରିସ୍ମାଙ୍କ ସହିତ ପୂର୍ବଭଳି ଫିଲ୍ମ ନିର୍ଦ୍ଦେଶକ ଅନୁରାଗ ବାସୁ ଏବଂ କୋରିଓଗ୍ରାଫର ଗୀତା କପୂର ଜଜ୍ ଭାବରେ ନଜର ଆସିବେ । ଖାଲି ସେତିକି ନୁହେଁ ବରଂ କରିସ୍ମାଙ୍କୁ ‘ତାକ୍ ଧୁମ୍ ତାକ୍ ଧୁମ’ ଗୀତରେ ମଧ୍ୟ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ମାମଲାରେ ଗିରଫ ହେବାପରେ ଶିଳ୍ପା ସେଟ୍ଟୀଙ୍କୁ ସୁପର ଡ୍ୟାନ୍ସର ୪ରେ ଦେଖିବା ପାଇଁ ଦର୍ଶକ ବିରୋଧ କରିବା ଆରମ୍ଭ କରିଛନ୍ତି । ଏହାକୁ ନେଇ ଶିଳ୍ପା ଏବଂ ରାଜ୍ କୁନ୍ଦ୍ରା ସୋସିଅଲ ମିଡିଆରେ ଖୁବ୍ ଟ୍ରୋଲ ହେଉଛନ୍ତି । ତେବେ ଶିଳ୍ପା ପୁଣିଥରେ ଶୋ’କୁ ଫେରିବେ କି ନାହିଁ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣାପଡ଼ିବ ।

ସ୍ୱାମୀଙ୍କ ଗିରଫ ଘଟଣାକୁ ନେଇ ମୁହଁ ଖୋଲିଲେ ଶିଳ୍ପା

ମୁମ୍ବାଇ:  ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ୍‌ କୁନ୍ଦ୍ରାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିନାହିଁ ।  ୨୭ ଜୁଲାଇ ପର୍ଯ୍ୟନ୍ତ ପୋଲିସ୍‌ ହେପାଜତରେ ରହିବେ ରାଜ୍‌ । ମାମଲାର ତଦନ୍ତ ପାଇଁ ଶୁକ୍ରବାର ରାଜ୍‌ କୁନ୍ଦ୍ରାଙ୍କ ଘରକୁ ଯାଇଥିଲା କ୍ରାମଇବ୍ରାଞ୍ଚ୍‌ ଟିମ୍‌ । ଏଠାରେ ଶିଳ୍ପା ଏବଂ ରାଜ୍‌ଙ୍କୁ ଆମ୍ନା ସାମ୍ନା ଜେରା କରିଛି କ୍ରାଇମବ୍ରାଞ୍ଚ୍‌ । ଏହି ସମୟରେ ଶିଳ୍ପାଙ୍କୁ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି ।  କ୍ରାଇମବ୍ରାଞ୍ଚ୍‌ ଟିମ୍‌ ସାମ୍ନାରେ ଶିଳ୍ପା କେଉଁ ସବୁ ଖୁଲାସା କରିଛନ୍ତି,ତାହା ଏବେ ସାମ୍ନାକୁ ଆସିଛି ।

ମୁମ୍ବାଇ ପୋଲିସର ଷ୍ଟେଟମେଣ୍ଟ ଅନୁସାରେ ଅଶ୍ଳୀଳ ଫିଲ୍ମ ନିର୍ମାଣ ମାମଲାରେ ନିଜର ସମ୍ପୃକ୍ତି ନଥିବା ସେ କ୍ରାଇମ ବ୍ରାଞ୍ଚ୍‌ ସାମ୍ନାରେ କହିଛନ୍ତି ।କେବଳ ସେତିକି ନୁହେଁ ବରଂ ରାଜ୍‌ କୁନ୍ଦ୍ରା ପୋର୍ଣ୍ଣ ଫିଲ୍ମ ନୁହେଁ ବରଂ ଏରୋଟିକ୍‌ ଫିଲ୍ମ ନିର୍ମାଣ କରନ୍ତି ବୋଲି କହିଛନ୍ତି  ଶିଳ୍ପା।  ଏହି କଥା ସେ କ୍ରାଇମବ୍ରାଞ୍ଚ୍‌ ପୋଲିସକୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ହଟ୍‌ସଟ୍‌ ମୁଭି ନିର୍ମାଣ କରିବାରେ ତାଙ୍କର କୌଣସି ମଧ୍ୟ ସମ୍ପର୍କ ନଥିବା ସେ କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିଳ୍ପା ଏହା ମଧ୍ୟ କହିଛନ୍ତି ଅନ୍ୟ ଓଟିଟି ପ୍ଲାଟଫର୍ମର କଣ୍ଟେଣ୍ଟ ଏବଂ ଓ୍ୱେବସିରିଜ୍‌ ଅଧିକ ଅଶ୍ଳୀଳ । ତେବେ ଶିଳ୍ପାଙ୍କ ଏହି ବୟାନକୁ ଆଧାର କରି କ୍ରାଇମବ୍ରାଞ୍ଚ୍‌ ତଦନ୍ତ କରିବା ପରେ ଭ୍ୟାରିଫାଇ କରିବ ।

ମୁମ୍ବାଇ କ୍ରାଇମ ବ୍ରାଞ୍ଚର କହିବା ହେଉଛିଯେ, ରାଜ୍‌ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିଲେ ଏବଂ ଏହା ବାବଦରେ ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି । ଏବେ କିନ୍ତୁ ରାଜ୍‌ ପୋଲିସ ହେପାଜତରେ ଅଛନ୍ତି ।

ଶିଳ୍ପା ଶେଟ୍ଟୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ସୋସିଅଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ  ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍‌ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରଠାରୁ ତାଙ୍କ ବିରୁଦ୍ଧରେ ଏକାଧିକ ଅଭିନେତ୍ରୀ ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ଏଥିରେ ପୁନମ ପାଣ୍ଡେଙ୍କ ନାଁ ମଧ୍ୟ ସାମିଲ ରହିଛି । ତେବେ ଏହି ଘଟଣା ପରେ ରାଜ୍‌ ଏବଂ ଶିଳ୍ପାଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି ।

ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ କିଏ?

ଟୋକିଓ:  ଟୋକିଓରୁ ଆସିଲା ଖୁସି ଖବର । ଭାରତକୁ ମିଳିଛି ପ୍ରଥମ ଅଲମ୍ପିକ୍ସ ପଦକ । ଆଉ ଭାରତ ପାଇଁ ଏହି ପଦକ ଜିତିଛନ୍ତି ମୀରାବାଇ ଚାନୁ । ଭାରୋତ୍ତୋଳନରେ ମୀରାବାଇ ରୌପ୍ୟ ପଦକ ପାଇଛନ୍ତି । ସେ ୪୯ କେ.ଜି ମହିଳା ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି । ପ୍ରଥମ ପ୍ରୟାସରେ ୮୪ ଓ ଦ୍ୱିତୀୟ ପ୍ରୟାସରେ ୮୭ କେ.ଜି ସଫଳତାର ଉଠାଇଥିବା ବେଳେ ୮୯ କେ.ଜି ଉଠାଇବାରେ ଅସଫଳ ହୋଇଥିଲେ ମୀରାବାଇ । ଏଣୁ ତାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅପରପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଚୀନର ହଉ ଜିହୁ ୯୪ କିଲୋ ଉଠାଇ ଅଲିମ୍ପିକ୍ସ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ତେବେ କିଏ ଏହି ମୀରାବାଈ ଚାନୁ?
ଭାରତର ମଣିପୁରରରୁ ଆସନ୍ତି ମୀରାବାଇ । ୮ ଅଗଷ୍ଟ ୧୯୯୪ରେ ତାଙ୍କ ଜନ୍ମ । ମୀରାବାଈ ଚାନୁ ହେଉଛନ୍ତି ଜଣେ ଓ୍ୱେଟଲିଫ୍ଟିଂ ଖେଳାଳି । ସେ ୨୦୧୪ରୁ ନିୟମିତ ଭାବରେ ୪୮ କିଲୋଗ୍ରାମ ଶ୍ରେଣୀର ଅନ୍ତଃରାଷ୍ଟ୍ରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆସୁଛନ୍ତି । ଚାନୁ ବିଶ୍ୱ ଚାମ୍ପିଅନସିପ୍ ତଥା ରାଜ୍ୟଗୋଷ୍ଠୀ ଖେଳରେ ପଦକ ଜିତିଛନ୍ତି । କ୍ରୀଡ଼ାକ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରିଛନ୍ତି ।

ଚାନୁ ୨୦୧୪ ରାଜ୍ୟଗୋଷ୍ଠୀ ଖେଳରେ ୪୮ କିଲୋଗ୍ରାମ ଶ୍ରେଣୀରେ ରୌପ୍ୟ ପଦକ ଜିତିଥିଲେ । ଗୋଲ୍ଡ କୋଷ୍ଟରେ ହୋଇଥିବା ୨୦୧୮ ରାଜ୍ୟ ଗୋଷ୍ଠି କ୍ରୀଡାରେ ସେ ପୁଣିଥରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୨୦୧୮ରେ ମୀରା ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ ହୋଇଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମଧ୍ୟ ସେ ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ମୀରାବାଈ ବ୍ରାଜିଲରେ ରିଓ ଡି ଜେନେରୋରେ ଆୟୋଜିତ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସ ପାଇଁ କ୍ୱାଲିଫାଇ ହୋଇଥିଲେ, କିନ୍ତୁ କ୍ଲିନ୍ ଆଣ୍ଡ୍ ଜର୍କରେ ତିନି ତିନିଟି ପ୍ରୟାସରେ ଅସଫଳ ରହିବା ପରେ ସେ ପଦକ ଜିତିବାରେ ଅସଫଳ ରହିଲେ ।

୨୦୧୯ରୋ ଗୋଲ୍ଡ ମେଡାଲ ଜିତିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ,ସିଂ ତାଙ୍କୁ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ସେହି ବର୍ଷ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ: ଚିଙ୍ଗୁଡ଼ି ଖାଇଲେ, ସେଲ୍ଫି ନେଲେ

କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ଯୋଗଦେବାକୁ ଟୋକିଓରେ ପହଁଚିଛନ୍ତି ଆଥଲେଟ ଦୂତୀ ଚାନ୍ଦ  । ସେଠାରେ ପହଁଚିବା ପରେ ଦୂତୀ କ୍ରୀଡ଼ା ଭିଲେଜରୁ ବୁଲି ଦେଖିବା ସହ ସେଲ୍ଫି ନେଇଛନ୍ତି  । ଏହାସହ ହୋଟେଲରେ ଚିଙ୍ଗୁଡ଼ି, ମାଛ ଏବଂ ଭେଣ୍ଡି ଆଦି ଖାଉଥିବା ଫଟୋ ପୋଷ୍ଟ କରିଛନ୍ତି  । 

ହୋଟେଲରେ ଦୂତୀ

ଫଟୋରେ ଫଟୋରେ

କ୍ରୀଡ଼ାଗ୍ରାମରେ ଦୂତୀ

ଖାଦ୍ୟ ଖାଉଥିବାର ଦୃଶ୍ୟ

ପରିସ୍ରା ବାହାନାରେ ଖସିଯାଉଥିଲା, ଏନକାଉଣ୍ଟରରେ ଜୀବନ ଗଲା

ଭୁବନେଶ୍ୱର:  ଶୂନଶାନ ରାସ୍ତା  । ଗଡ଼ି ଚାଲିଥିଲା ପୋଲିସ ଗାଡ଼ି  । ଗାଡ଼ିରେ ଥିଲା ଗ୍ୟାଙ୍ଗଷ୍ଟର  ହାଇଦର । କଡ଼ା ପୋଲିସ ବଳୟରେ କଟକରୁ ବାରିପଦାକୁ କର୍ଡନ କରି ସିଫ୍ଟ କରାଯାଉଥିଲା  । କିନ୍ତୁ ଅଧା ରାସ୍ତାରେ ଖସିଯିବାର ପ୍ଲାନ ଆଗରୁ ପ୍ରସ୍ତୁତ କରିସାରିଥାଏ ହାଇଦର  । ଅଧାରାସ୍ତାରେ ପରିସ୍ରା ଯିବାକୁ କହିଥିଲା ଏହି ଗ୍ୟାଙ୍ଗଷ୍ଟର  । କିନ୍ତୁ ପୋସିଲ ସୁରକ୍ଷା ଦୃଷ୍ଟିରୁ ସିମୁଳିଆ ନିକଟରେ ଭ୍ୟାନ ଅଟକାଇ ହାଇଦରକୁ ପରିସ୍ରା କରିବାକୁ ଅନୁମତି ଦେଇଥିଲା  । ସେତେବେଳେ ସମୟ ଥିଲା ଠିକ ୩. ୨୦  ।  ସେପଟେ ହାଇଦର କିନ୍ତୁ ପରିସ୍ରା ବାହାନାରେ ରଚିଥିଲା ଖସିଯିବାର ନାଟକ  । ଆଉ ନାଟକ ହିଁ ଜୀବନର ଶେଷ ନାଟକ ହେବ ବୋଲି ଜାଣି ନଥିଲା ହାଇଦର  ।

ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର  । ଫଳରେ ପୋଲିସ ହାଇଦରକୁ କାବୁ କରିବାକୁ ଯାଇ ଆପଣାଇଥିଲା ଶେଷ ଉପାୟ  । ଏବଂ ସିମୁଳିଆ ନିକଟରେ ହିଁ କରିଥିଲା ଏନକାଉଣ୍ଚଟର  । ପୋଲିସର ଗୁଳି ମାଡରେ ହାଇଦର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି  । ଏହାପରେ ପୋଲିସ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଛି  । ବର୍ତ୍ତମାନ ତାହାର ଚିକିତ୍ସା ଜାରି ଥିବାବେଳେ ହାଇଦରର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହୋଇଛି  ।

ସେପଟେ ଏନକାଉଣ୍ଟରରେ ହାଇଦର ଶରୀରରେ ତିନୋଟି ଗୁଳି ମାଡ଼ ହୋଇଥିବା ସୂଚନା ଦେଇଛନ୍ତି କଟକ ଡ଼ସିପି ପ୍ରତୀକ ସିଂହ  । ପୋଲିସର ଗୁଳି ମାଡ଼ରେ ହାଇଦରର ବାମ ହାତରେ ଗୋଟେ ଗୁଳି ମାଡ଼ ଲହୋଇଥିବାବେଳେ ଅଣ୍ଟାରେ ଦୁଇଟି ଗୁଳି ବାଜିଥିବା  କହିଛନ୍ତି କଟକ ଡିସିପି  । ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ତାହାର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି  ।

 

ଖସିଯାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର: କୁଖ୍ୟାତ ଅପରାଧି ସେକ ହାଇଦରକୁ ଏନକାଉଣ୍ଟର  । ଖସିଯିବାକୁ ଚେଷ୍ଟା କରିବାବେଳେ ହାଇଦରକୁ ପୋଲିସ ଗୁଳି କରିଥିବା ନେଇ ମିଳିଛି ସୂଚନା  । ବାରିପଦା ଜେଲକୁ ଏହି ଗ୍ୟାଙ୍ଗଷ୍ଟାରକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରିଛି ସେକ ହାଇଦର  । ପୋଲିସ କବଳରୁ ଖସି ଅନ୍ୟତ୍ର ପଳାଇଯିବାକୁ ମଧ୍ୟ ପ୍ରୟାସରତ ଥିଲା ଗ୍ୟାଙ୍ଗଷ୍ଟର ହାଇଦର  । ପୋଲିସ ଏହି ସମୟରେ ହାଇଦରକୁ ଏନକାଉଣ୍ଚର କରିଛି  ।

ସେପଟେ ଏନକାଉଣ୍ଟର ଦ୍ୱାରା ହାଇଦର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି  । ଅନ୍ୟପଟେ କିଛି ମାସ ତଳେ କଟକ ବଡ଼ ମେଡିକାଲରୁ ହାଇଦର ବିରିୟାନୀରେ ନିଶା ଔଷଧ ଦେଇ ଖସିପଳାଇବାରେ ସଫଳ ହୋଇଥିଲା  । ଏହି ଘଟଣା ସେତେବେଳେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବାବେଳେ, ରାଜ୍ୟ ପୋଲିସକୁ ହରଡ଼ ଘଣାରେ ପକାଇଦେଇଥିଲା ଏହି ଘଟଣା  । ଏହାପରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ ହାଇଦ୍ରାବାଦରୁ ହାଇଦରକୁ ଧରିବାରେ ସଫଳ ହୋଇଥିଲା  ।

ସେହିପର ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ ହୋଇଥିଲେ । ୩ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ସମସ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଗିରଫମାନେ କଟକ SCBରୁ ହାଇଦରକୁ ଫେରାର କରିବାରେ ସହାୟତା କରିଥିଲେ । ପରେ ୧୨୦ ଘଣ୍ଟାର ସଫଳ ଅପରେସନ ପରେ ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା ।

ACF ମୃତ୍ୟୁରେ DFOଙ୍କୁ କ୍ଲିନଚିଟ୍, ଅଧିକ ତଦନ୍ତ ପାଇଁ ବଲାଙ୍ଗିର ଗସ୍ତରେ ପାରଳାଖେମୁଣ୍ଡି ପୋଲିସ

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଅଧିକ ତଦନ୍ତ ପାଇଁ ବଲାଙ୍ଗିର ଗସ୍ତ କରିଛି ପାରଳାଖେମୁଣ୍ଡି ପୋଲିସ  । ଏକ ୫ ଜଣିଆ ଟିମ ବଲାଙ୍ଗିର ଯାଇଥିବା ନେଇ  ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଟାଉନ ଥାନା ଆଇଆଇସି ବିବେକା ନନ୍ଦ ସ୍ବାଇଁ । ସେପଟେ ଏହି ମାମଲାରେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ । ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌ । ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ସୌମ୍ୟଙ୍କ ଘରକୁ କେବେବି ଯାଇନଥିଲେ ଡିଏଫଓ । ସବୁ ଦିଗରୁ ତଦନ୍ତ ପରେ ଡିଏଫଓଙ୍କ ଲିଙ୍କ ନଥିବା ସ୍ପଷ୍ଟ ହୋଇଥିବା ଏସପି କହିଛନ୍ତି ।

ତଦନ୍ତ ସରିବା ପରେ ଘଟଣାରୁ ପର୍ଦ୍ଦା ଉଠିବ ବୋଲି କହିଛନ୍ତି ଏସପି । ତେବେ ଆବଶ୍ୟକ ପଡିଲେ ଡିଏଫଓ ପୁଣି ଆସିପାରନ୍ତି ସ୍କାନରକୁ । ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ସହ ମୋଟ୍‌ ୭ଜଣଙ୍କୁ ପଚରାଉଚରା କରାଯାଇଥିଲା । ଜେରା ବେଳେ ବିଦ୍ୟାଭାରତୀଙ୍କୁ ଜାଣିନଥିବା କହିଥିଲେ ଡିଏଫଓ । ଘଟଣା ଦିନ ହିଁ ସେ ପ୍ରଥମ କରି ବିଦ୍ୟାଙ୍କୁ ଦେଖିଥିବା କହିଥିଲେ । ସେପଟେ ରୋଷେୟା ମନ୍ମଥ କୁମ୍ଭର ବି ଘଟଣା ସହ ସଂପୃକ୍ତି ନଥିବା ସ୍ପଷ୍ଟ କହିଛନ୍ତି ଏସପି । କଲ ଡିଟେଲ୍‌ସରୁ ଘଟଣା ସହ ସମୃକ୍ତି ନେଇ କୌଣସି ତଥ୍ୟ ମିଳିନି। ଏ ସମସ୍ତ ତଥ୍ୟ ଅଧାରରେ ଡିଏଫଓ ଏବଂ ମନ୍ମଥଙ୍କୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିବା କହିଛନ୍ତି ଏସପି ।

ଡିଏଫଓଙ୍କ ସହ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ବି ଜେରା କରାଯାଇଥିଲା । ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ସହ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ପାରିବାରିକ ଦୂର ସମ୍ପର୍କ ନେଇ ଚର୍ଚ୍ଚା ହେଉଛି। ବିଦ୍ୟାଙ୍କ ମା ଫୋନ କରି ଘଟଣା ସମ୍ପର୍କରେ ଜଣାଇ ସହାୟତା କରିବାକୁ ଅନୁରୋଧ କରିଥିଲେ ବୋଲି କହିଛନ୍ତି ମମତା। ସେହିଭଳି ଜେରାର ସମ୍ମୁଖୀନ ହୋଇଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ଶବର, ୧୦୮ ସଂଯୋଜକ ପ୍ରଦୀପ କୁମାର ରାମ, ବଲାଙ୍ଗୀର କାରରେ ନେଇ ଯାଇଥିବା ଡ୍ରାଇଭର ପ୍ରମୋଦ ପଣ୍ଡା। ସେହିଭଳି ଘଟଣା ଦିନ ଆମ୍ବୁଲାନ୍ସରେ ଯାଇଥିବା ଜଣେ ବନକର୍ମଚାରୀ ଶିବରାମ ସାବତଙ୍କୁ ବି ଜେରା କରିଛି ପୋଲିସ। ତେବେ ଘଟଣା ଦିନ ଆମ୍ବୁଲାନ୍ସ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାତ୍ର ୧୫ ମିନିଟ ଅଟକି ଥିଲା । ବିଦ୍ୟା ବ୍ୟାଗ ନେଇ ଗାଡ଼ିରେ ବସିଥିଲେ । ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ଏସପି ।