spot_img
Home Blog Page 5391

କରୋନାରେ ମୃତ ୧୭ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି, ଧନ୍ୟବାଦ ଜଣାଇଲେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ

ଭୁବନେଶ୍ୱର: କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା। ମୃତ ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଞ୍ଜୁର କରାଯାଇଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀରର ୩ ଜଣ ସାମ୍ବାଦିକ, ଗଞ୍ଜାମର ୭ ଜଣ, ଯାଜପୁରର ୨ ଜଣ ଏବଂ କଳାହାଣ୍ଡିର ଜଣେ ସାମ୍ବାଦିକଙ୍କ ପରିବାକୁ ସହାୟତା ରାଶି ମଞ୍ଜୁର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଅନୁକମ୍ପା ରାଶି ଏହି ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ।

ସେପଟେ ମୃତ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସହାୟତାର ହାତ ବଢାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ କୁମାର ମଙ୍ଗରାଜ।

ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର। କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି। ଆଜି ୧୭ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

‘ଜି-ଓଡ଼ିଶାର ଭୁବନେଶ୍ୱରରେ କାର୍ଯ୍ୟକରୁଥିବା ସ୍ୱର୍ଗତ ମାନସ ଜୟପୁରିଆ, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ‘ଆଜିକାଲି’ର ସାମ୍ବାଦିକ ବିଜୟଲକ୍ଷ୍ମୀ ମହାନ୍ତି, ‘ଟାଇମସ୍‌ ଅଫ୍‌ ଇଣ୍ଡିଆ’ର ସ୍ୱର୍ଗତ ପ୍ରୀତିମାନ୍‌ ମହାପାତ୍ରଙ୍କ ପରିବାରବର୍ଗ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପାଇବେ। ସେହିପରି ଗଞ୍ଜାମ ଜିଲ୍ଲାର ‘ଟିଭି ନ୍ୟୁଜ୍‌ ୬(ଓ୍ୱେବ୍‌)’ର ସାମ୍ବାଦିକ ଗୋବିନ୍ଦ ବେହେରା, ’ସମ୍ବାଦ’ର ପ୍ରଦୀପ କିଶୋର ସାହୁ, ‘ସମାଜ’ର କିଶୋର ଚନ୍ଦ୍ର ଦାଶ, ‘ଓଡ଼ିଶା ଫାଇଲସ୍‌’ର ନରେଶ କୁମାର ବେହେରା, ‘କଳିଙ୍ଗ ଜ୍ୟୋତି, ନନ୍ଦିନୀ’ର ସାମ୍ବାଦିକ ରନିକର ମହାରଣା, ବ୍ଲକ୍‌ କରେସ୍‌ପଣ୍ଡେଣ୍ଟ ନିଳୟ ରଞ୍ଜନ ପଟ୍ଟନାୟକ, ‘ଅନୁପମ ଭାରତ’ର କରୁଣାକର ସାହୁ, ବଲାଙ୍ଗୀର ଜିଲ୍ଲାର ‘ସମ୍ବାଦ’ର ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ଜତୀଶ ଚନ୍ଦ୍ର ଖମାରୀ, ‘ପ୍ରଗତିବାଦୀ’ର କୈଳାଶ ଚନ୍ଦ୍ର ସାହୁ, ‘ନକ୍ଷତ୍ର ଟିଭି’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାନୁପ୍ରକାଶ ରଥ, ଯାଜପୁର ଜିଲ୍ଲାର ‘ମନ୍ଥନ’ର ସାମ୍ବାଦିକ ଅଶୋକ କୁମାର ସାହୁ, ‘ଲୋକସଂପର୍କ’ର ସାମ୍ବାଦିକ ପ୍ରଭାତ କୁମାର ରାଉତରାୟଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକମ୍ପାମୂଳକ ସହାୟତା ମିଳିବ।

 

ମାରାଥନ ଜେରାରେ ଘାଇଲା ହେଲେ DFO, କହିଲେ ବିଦ୍ୟାଙ୍କୁ ମୁଁ ପୂର୍ବରୁ ଜାଣିନଥିଲି…

ସୋର: ଘନଉଛି ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା। ଏହି ମାମଲରେ ଯୋଡ଼ି ହେଉଛନ୍ତି ଜଣଙ୍କ ପରେ ଜଣେ। ସେପଟେ ଏହି ଘଟଣାରେ ବିଦ୍ୟାଙ୍କ ପରେ ଟାଣି ହୋଇଥିବା ଚର୍ଚ୍ଚିତ ଡିଏଫଓ ମାରାଥନ ଜେରାର ସମ୍ମୁଖିନ ହୋଇଛନ୍ତି। ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛନ୍ତି ପୋଲିସ ତଦନ୍ତକାରୀ ଟିମ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍।

ବିଭିନ୍ନ ଦିଗକୁ ନେଇ ଜେରା କରିଛି ତଦନ୍ତକାରୀ ଦଳ। ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିକି ଡିଏଫ୍‌ଓଙ୍କୁ ଘାଇଲା କରିଛି ଦଳ। ତଦନ୍ତ ସମୟରେ ବୟାନ ରେକର୍ଡ କରାଯାଇଛି। ତେବେ ଏହି ସମୟରେ କେଉଁଭଳି ପ୍ରଶ୍ନ ପଚରାଯାଇଥିଲା। ଡିଏଫ୍‌ଓଙ୍କୁ ସଲାସୁତୁରାରେ ପ୍ରଶ୍ନ କରାଯାଇନଥିଲା ତ ? ଡିଏଫ୍‌ଓଙ୍କୁ ସୁହାଇଲା ଭଳି ପ୍ରଶ୍ନ କରାଯାଇଥିଲା ନା ତାଙ୍କୁ ଘଟଣା ସମ୍ପର୍କରେ ଟେକନିକାଲ ପ୍ରଶ୍ନ କରାଯାଇଥିଲା। ଏମିତି କିଛି ପ୍ରଶ୍ନ ଏବେ ସାଧାରଣେ ଉଠିଛି।

ସେପଟେ ଏହି ଘଟଣାକୁ ନେଇ ସମସ୍ତଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଦଳ। ଯେଉଁମାନେ ଏହି ଘଟଣାରେ ଯୋଡ଼ି ହୋଇଛନ୍ତି ସେ ସମସ୍ତଙ୍କୁ ଜେରା କରାଯିବ। ଡିଏଫ୍‌ଓ ବିଦ୍ୟାଙ୍କୁ ଆଗରୁ ଚିହ୍ନିଥିବା ଚର୍ଚ୍ଚା ହେଉଥିବା ବେଳେ ଜେରା ସମୟରେ ବିଦ୍ୟାଭାରତୀଙ୍କୁ ପୂର୍ବରୁ ଚିହ୍ନିନଥିବା କହିଛନ୍ତି ଡିଏଫ୍‌ଓ। ହସ୍ପିଟାଲରେ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓଙ୍କର ପ୍ରଥମଥର ପାଇଁ ଦେଖା ହୋଇଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ କହିଛନ୍ତି ଡିଏଫଓ। ଯାହାକୁ ନେଇ ମାମଲା ଏବେ ନୂଆ ମୋଡ ନେଇଛି।

ସେପଟେ ଆଗକୁ ମମତା ପଣ୍ଡାଙ୍କୁ ଜେରା ହେବା ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ଗୁରାଣ୍ଡି ଥାନା ଅଧିକାରୀ ହେଉଛନ୍ତି ମମତା ପଣ୍ଡା। ମମତା ପଣ୍ଡାଙ୍କ ନାଁରେ ରହିଛି ଆମ୍ବୁଲାନ୍ସ ଅଟକାଇବା ଅଭିଯୋଗ। ସୌମ୍ୟଙ୍କ ଆମ୍ବୁଲାନ୍ସକୁ ସେ ଘଣ୍ଟାଏରୁ ଅଧିକ ସମୟ ରାସ୍ତାରେ ଅଟକାଇଥିଲେ ବୋଲି ଅଭିଯୋଗ ହୋଇଛି। ସେବେ ବିଦ୍ୟାଭାରତୀଙ୍କ ସହ ତାଙ୍କର କି ସମ୍ପର୍କ ଅଛି। ତାଙ୍କ ଘରକୁ ବିଦ୍ୟାଭାରତୀ ଆସିଛନ୍ତି ନା ନାହିଁ ସେନେଇ ପଚରାଉଚରା କରାଯାଇଛି।

ICSE, ISC Result 2021: ଆସନ୍ତାକାଲି ପ୍ରକାଶ ପାଇବ ରେଜଲ୍ଟ

ନୂଆଦିଲ୍ଲୀ: କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନ୍ (CISCE) ପକ୍ଷରୁ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଓ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ (ISC)ର ଫଳାଫଳ ପ୍ରକାଶ ନେଇ ତାରିଖ ଘୋଷଣା କରିଛି ।

ଚଳିତ ବର୍ଷ ଯେଉଁ ଛାତ୍ରଛାତ୍ରୀ ମାନେ ICSE ଏବଂ ISC ପରୀକ୍ଷା ଦେଇଥିଲେ ସେମାନେ ଆସନ୍ତାକାଲି ଅପରାହ୍ନ ୩ଟାରେ CISCE ର ଅଫିସିଆଲ୍ ୱେବସାଇଟ୍ cisce.org ରେ ରେଜଲ୍ଟ ଦେଖିପାରିବେ ।

CISCEର ସୂଚନା ଅନୁଯାୟୀ, ୨୦୨୧ ଶିକ୍ଷାବର୍ଷର ଦଶମ ଏବଂ ଦ୍ୱାଦଶର ଫଳାଫଳ ଜୁଲାଇ ୨୪ ତାରିଖ ଶନିବାର ୩ଟାରେ ପ୍ରକାଶ ପାଇବ ।

ତେବେ କୋଭିଡ-୧୯ ମହାମାରୀ ଯୋଗୁଁ ଦେଶରେ ନ୍ୟାସନାଲ ଏବଂ ଷ୍ଟେଟ ବୋର୍ଡ ସହିତ CISCEର ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଥିଲା। ବୋର୍ଡ ପକ୍ଷରୁ ଇଣ୍ଟରନାଲ୍ ଆସେସମେଣ୍ଟ ପଲିସିକୁ ଆଧାର କରି ICSE ଏବଂ ISC ରେଜଲ୍ଟ ପ୍ରସ୍ତୁତ କରାଯାଇଛି ।

ଲୀଳାଖେଳା ସାରି ନୀଳ କନ୍ଦରକୁ ବିଜେ ହେଉଛନ୍ତି ଶ୍ରୀଜିଉ, ଚାଲିଛି ଗୋଟି ପହଣ୍ଡି

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପରେ ଆଜି ଲେଉଟିଯିବେ ନୀଳକନ୍ଦରକୁ। ରଥଯାତ୍ରା ଶେଷ କରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ଏଥିପାଇଁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଣ୍ଡି। ରଥଯାତ୍ରାରେ ଧାଡ଼ି ପହଣ୍ଡି ହେଉଥିବା ବେଳେ ନୀଳାଦ୍ରୀବିଜେରେ ହେଉଛି ଗୋଟି ପହଣ୍ଡି। ଜଣେ ଜଣେ କରି ପହଣ୍ଡି ହୋଇ ଯିବେ ଶ୍ରୀମନ୍ଦିର ଭିତରକୁ। ସୁଦର୍ଶନଙ୍କର ପହଣ୍ଡି ସରିଥିବା ବେଳେ ଏବେ ଆରମ୍ଭ ହୋଇଛି ବଡ଼ ଭାଇଁ ବଳଭଦ୍ରଙ୍କର ପହଣ୍ଡି।

ସେପଟେ ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ଅପେକ୍ଷାରେ ଅଛନ୍ତି ଅଭିମାନିନୀ ମହାଲକ୍ଷ୍ମୀ। ମହାପ୍ରଭୁଙ୍କ ପହଣ୍ଡି ସମୟରେ କଂସା କବାଟ କିଳି ବାଟ ଓଗାଳିବେ ଲକ୍ଷ୍ମୀ ସାଆନ୍ତାଣି। ଚାଲିବ କଥା କଟାକଟି। ପରିଶେଷରେ ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହବାହୁ।

ପେଗାସସର ଟାର୍ଗେଟରେ ଅନିଲ ଅମ୍ବାନୀଙ୍କ ସହ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନୀ, ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା, ପୂର୍ବତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଏ.କେ. ଶର୍ମାଙ୍କୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି। ଦି ୱାଇରରେ ପ୍ରକାଶିତ ରିପୋର୍ଟରେ ଏହା କୁହାଯିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଫ୍ରାନ୍ସର ନନପ୍ରଫିସ ଫରବିଡେନ ଷ୍ଟୋରିଜ ଓ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲର ସହଭାଗିତାରେ ଚାଲିଥିବା ଦି ୱାଇର ପକ୍ଷରୁ କୁହାଯାଇଛି ଯେ ଅନୀଲ ଅମ୍ବାନୀଙ୍କ କେତେକ କର୍ମଚାରୀ, ଫ୍ରାନସ କମ୍ପାନୀ ଡାସଲ୍ଟ ଆଭିଏସନରର ଭାରତ ପ୍ରତିନିଧି ଭେଙ୍କଟରାଓ ରୋସିନାଙ୍କ ଫୋନକୁ ପେଗାସସ ଜରିଆରେ ଟାର୍ଗେଟ କରାଯାଇଛି।

ସେହିପରି ୨୦୧୮ରେ ଆଲୋକ ବର୍ମାଙ୍କ ଫୋନ ନମ୍ବରକୁ ଟାର୍ଗେଟ କରାଯାଇଥିଲା। ସେହି ବର୍ଷ ତାଙ୍କର ଡେପୁଟି ରାକେଶ ଆସ୍ଥାନାଙ୍କ ବିରୋଧରେ ଆଲୋକ ବର୍ମା ବିଭିନ୍ନ କାରଣକୁ ନେଇ ମାମଲା ଦାୟର କରିଥିଲେ। ସିବିଆଇରେ ବିବାଦ ପରେ ଏ.କେ. ଶର୍ମାଙ୍କୁ ଅନ୍ୟ ଏକ ବିଭାଗକୁ ବଦଳି କରିଦିଆଯାଇଥିଲା। ଆଲୋକ ବର୍ମାଙ୍କ କିଛି ପରିବାର ସଦସ୍ୟଙ୍କ ଫୋନ ବି ଟାର୍ଗେଟରେ ଥିଲା ବୋଲି କୁହାଯାଇଛି।

ଅପରପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କର ସମସ୍ତ ଫୋନକୁ ପେଗାସସ ଜରିଆରେ ଟ୍ୟାପ କରାଯାଇଛି । ଏନେଇ ଗୁଇନ୍ଦା ବିଭାଗ ଠାରୁ ତାଙ୍କ ନିକଟକୁ ସୂଚନା ଆସିଛି ବୋଲି ସେ କହିଛନ୍ତି। ଏହି ଘଟଣାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି।

 

ପୁଣି ଜମ୍ମୁ ଓ କାଶ୍ମୀରରେ ଡ୍ରୋନ ଖସାଇଲେ ଯବାନ

ଶ୍ରୀନଗର: ଶତ୍ରୁର ହୀନ ଉଦ୍ୟମକୁ ପଣ୍ଡ କଲା ପୋଲିସ । ଜମ୍ମୁ ଓ କାଶ୍ମୀରର କଣାଚକ ଇଲାକା ଅନ୍ତର୍ଗତ ଭାରତୀୟ ସୀମାର ପ୍ରାୟ ୬ କିଲୋମିଟର ଭିତରେ ଏକ ଡ୍ରୋନକୁ ଖସାଇ ଦିଆଯାଇଛି । ତାହା ଏକ ହେକ୍ସାକପ୍ଟର ହୋଇଥିବାବେଳେ ତନ୍ମଧ୍ୟରୁ ୫ କେଜି ବିସ୍ଫୋରକ ଜବତ ହୋଇଛି ।

ବୁଧବାର ସ୍ଥାନୀୟ ସତଓ୍ବାରୀ ଇଲାକାରେ ଏକ ଡ୍ରୋନ ଠାବ ହୋଇଥିଲା । ମାତ୍ର ତାହା କିଛି ସମୟ ପରେ ଫେରି ଯାଇଥିଲା । ଜାମ୍ମୁ ଏୟାରବେସ ନିକଟରେ ଉଡୁଥିବା ଏହି ଡ୍ରୋନକୁ ଏନଏସଜି ଦ୍ବାରା ଲଗାଯାଇଥିବା ରାଡାରରୁ ଠାବ କରାଯାଇଥିଲା ।

ଗତ ମାସରେ ଜାମ୍ମୁ ଏୟାରଫୋର୍ସ ବେସ ଉପରେ ହାମଲା ପରେ ଏନଏସଜି ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଫ୍ରିକ୍ବେନ୍ସି ରାଡାର ଲଗାଯାଇଛି । ଗତ କିଛି ଦିନ ଧରି ବାରମ୍ବାର ଭାରତୀୟ ସୀମାରେ ସନ୍ଦିଗ୍ଧ ଡ୍ରୋନ ଠାବ ହେଉଥିବାବେଳେ ଶତ୍ରୁର ଗତିବିଧି ଉପରେ କଡା ନଜର ରଖାଯାଇଛି । ସୀମାରେ ଏବେ ସଶସ୍ତ୍ର ସୀମା ବଳ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି ।

ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫ୍‌ଓଙ୍କୁ ଜେରା

ପାରଳାଖେମୁଣ୍ଡି: ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତନାଘନା । ମୃତ୍ୟୁର ୧୧ ଦିନ ପରେ ସାମ୍ନାକୁ ଆସିଲେ ବିବାଦରେ ଥିବା ଡିଏଫଓ ସଂଗ୍ରାମ କେଶରୀ ବେହେରା । ଆଜି ଡିଏଫଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାରେ ଆଜି ଡିଏଫଓଙ୍କୁ ଜେରା କରୁଛି ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ନିଜ ସରକାରୀ ବାସଭବନରେ ଥିଲେ ଡିଏଫଓ । ଘର ବାହାରକୁ ଆସିବା ପରେ ଗଜପତି ତାଙ୍କୁ ଜେରା କରାଯାଉଛି । ଏସଡିପିଓ ଓ ତଦନ୍ତକାରୀ ଅଧିକାରୀ ଉପସ୍ଥିତି ଅଛନ୍ତି । ବିଦ୍ୟ୍ୟାଭାରତୀଙ୍କ ସହ ତାଙ୍କର କି ସମ୍ପର୍କ ଅଛି । ତାଙ୍କ ଘରକୁ ବିଦ୍ୟାଭାରତୀ ଆସିଛନ୍ତି ନା ନାହିଁ ସେନେଇ ପଚରାଉଚରା କରାଯାଉଛି । ସେ ସୌମ୍ୟରଞ୍ଜନଙ୍କୁ କାହିଁକି ବାରମ୍ବାର ବାହାରକୁ ପଠାଉଥିଲେ । ଏହାସହ ଜବତ ହୋଇଥିବା ଟୁର ଡାଏରୀ ସମ୍ପର୍କରେ ମଧ୍ୟ ଜେରା କରାଯାଉଛି । ଡିଏଫଓଙ୍କ ସୁରକ୍ଷା ପାଇଁ କାର୍ଯ୍ୟାଳୟ ପରିସରରେ ମୁତୟନ ହୋଇଛନ୍ତି ସୁରକ୍ଷାକର୍ମୀ ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ହାତରେ ଏସିଏଫ୍‌ ସୌମ୍ୟଙ୍କ ହାତ ଲେଖା ଡାଏରୀ: ଲେଖିଛନ୍ତି ‘ତୁମେ ଯାହା ଚାହିଁବ, ତାହା କରିବାକୁ ପ୍ରସ୍ତୁତ’

ମୌସୁମୀ ଅଧିବେଶନରେ ଦୁର୍ବ୍ୟବହାର; ଶାନ୍ତନୁ ସେନ୍ ସସପେଣ୍ଡ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶରୁ ସସପେଣ୍ଡ ହେଲେ ଟିଏମ୍‌ସି ରାଜ୍ୟସଭା ସଦସ୍ୟ ଶାନ୍ତନୁ ସେନ୍ । IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କଠାରୁ କାଗଜ ଛଡ଼ାଇ ଚିରି ଦେବା ଘଟଣାରେ ଶାନ୍ତନୁଙ୍କୁ ସସପେଣ୍ଡ କରାଯାଇଛି। ପେଗାସସ୍ ସ୍ପାଏ ହ୍ୟାକିଂକୁ ନେଇ ଗତକାଲି IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ ବିବୃତି ରଖୁଥିବା ବେଳେ ଶାନ୍ତନୁ ତାଙ୍କ ହାତରୁ କାଗଜ ଛଡ଼ାଇ ଚିରି ଦେଇଥିଲେ।

ଏହାପରେ ଶାନ୍ତନୁଙ୍କୁ ଗୃହରୁ ସସପେଣ୍ଡ କରିବା ପାଇଁ ବିଜେପି ଦାବି କରିଥିଲା। ସୂଚନା ଅନୁଯାୟୀ, ଚଳିତ ମୌସୁମୀ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରୁ ଶାନ୍ତନୁଙ୍କୁ ନିଲମ୍ବିତ କରାଯାଇଛି।

ରାଜ୍ୟସଭାରେ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ୍ ମାମଲାରେ ବୟାନ୍ ଦେବା ପୂର୍ବରୁ ତାଙ୍କ ହାତରୁ କାଗଜ ଛଡାଇ ଉପସଭାପତିଙ୍କ ଆଡକୁ ଫୋପାଡିଛନ୍ତି ଟିଏମସି ସାଂସଦ ଶାନ୍ତନୁ ସେନ୍ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ।

ଅଧିକ ପଢନ୍ତୁ- ରାଜ୍ୟସଭାରେ ହାଇଡ୍ରାମା; ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ ବୟାନ୍ କପି ଛଡାଇ ନେଲେ ଟିଏମସି ସାଂସଦ

ପ୍ରାଇଭେସି ପଲିସିରେ ଟ୍ୱିଟର କଲା ପରିବର୍ତ୍ତନ: ଜାଣନ୍ତୁୁ କେବେଠୁ ହେବ ଲାଗୁ

ନୂଆଦିଲ୍ଲୀ:  ମାଇକ୍ରୋ ବ୍ଳଗିଂ ସାଇଟ୍ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାପ୍ତ ହେଲା ଭଳି ମନେ ହେଉଛି । ଗତ କିଛି ଦିନ ମଧ୍ୟରେ ଟ୍ୱିଟର ଅନେକ ଗୁଡ଼ିଏ ଫିଚର୍ସ ଆଡ୍ କରିଛି । ଏହା ସହିତ କମ୍ପାନୀ ଏହାର ସର୍ତ୍ତାବଳୀ, ସେବା ଏବଂ ପ୍ରାଇଭେସି ବା ଗୋପନୀୟତା ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛି । ତେବେ ଏହି ନୂଆ ନିୟମଗୁଡ଼ିକ ଅଗଷ୍ଟ ୧୯ରୁ ଲାଗୁ ହେବ ।

ବିଶେଷକରି ଟ୍ୱିଟର ସ୍ପେସ୍, ଟ୍ୱିଟର ବ୍ଲୁ ଏବଂ ପେମେଣ୍ଟ ବିଭାଗରେ ଏହି କିଛି ନୂଆ ଫିଚର୍ସ ଆଡ୍ କରିବା ସହ ଏଥିଲାଗ ନିୟମରେ ପରିବର୍ତ୍ତନ ଆଣିଛି । ପ୍ରାଇଭେସି ପଲିସିର ପ୍ରଥମ ଭାଗରେ ରହିଛି ଟ୍ୱିଟର ସ୍ପେସ୍ । ଯାହା ସାହାଯ୍ୟରେ ଟ୍ୱିଟର ବ୍ୟବହାରକାରୀ ନିଜ ମଧ୍ୟରେ ଅଡିଓ ମାଧ୍ୟମରେ ବାର୍ତ୍ତାଳାପ କରିପାରିବେ | ଟ୍ୱିଟର ଅନୁଯାୟୀ, ସ୍ପେଶରେ ହୋଇଥିବା ବାର୍ତ୍ତାଳାପ ସାର୍ବଜନୀନ । ଏଣୁ ଏହାର ଗୋପନୀୟତା ନେଇ କୌଣସି ଆବଶ୍ୟକତା ନାହିଁ ।

ଏଥିସହିତ ଟ୍ୱିଟର ବ୍ଳୁ’ର ପ୍ରାଇଭେସି ପଲିସିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଏହା ଏକ ପ୍ରିମିୟମ୍ ସବସ୍କ୍ରିପସନ୍ ଫିଚର । ଯାହା ବର୍ତ୍ତମାନ କାନାଡା ଏବଂ ଅଷ୍ଟ୍ରେଲିଆରେ ସୀମିତ | ଏହା ବ୍ୟତୀତ ଟ୍ୱିଟର ଅଟୋ ପ୍ଲେ ଭିଡିଓ ଫିଚର୍ସରେ ମଧ୍ୟ କିଛି ପରିବର୍ତ୍ତନ ଆଣିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ପ୍ରାୟତ ଥାର୍ଡ ପାର୍ଟି ଦ୍ୱାରା ନିୟନ୍ତ୍ରିତ । ୟୁଜର ଚାହିଁଲେ ସେଟିଂରେ ଯାଇ ଏହାକୁ ବନ୍ଦ କରିପାରିବେ ।

ଏଥିସହିତ ପଢ଼ନ୍ତୁ: ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସୀ,ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ୍ କରେନ୍ସୀ ( ସିବିଡିସି) ପ୍ରଚଳନ ପାଇଁ ଆରବିଆଇ ତତ୍ପର

ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କଠାରୁ କେଜିଏ ସୁନା ସହ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଲେ ସଚିନ ଯୋଶୀ

ନୂଆଦିଲ୍ଲୀ: ଅନୈତିକ ପର୍ଣ୍ଣ ବ୍ୟବସାୟର ସାମ୍ରାଜ୍ୟ ବିସ୍ତାର କରି ଧରା ପଡ଼ିଥିବା ଅଭିନେତ୍ରୀ ସିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବ୍ୟବସାୟର ଆଉ ଏକ କଳା କାରନାମାକୁ ଉନ୍ମୋଚନ କରିଛନ୍ତି ଅଭିନେତା ସଚିନ୍ ଯୋଶୀ। ଉଭୟ ଶିଳ୍ପା ଓ ରାଜ କୁନ୍ଦ୍ରା ନିର୍ଦେଶକ ଭାବେ କାମ କରୁଥିବା ତଥା ଶିଳ୍ପାଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ସତ୍ୟଯୁଗ ଗୋଲ୍ହ କିପରି ତାଙ୍କୁ ଏବଂ ତାଙ୍କ ପରି ଶହ ଶହ ନିବେଶକଙ୍କ ଆଖରେ ଆଙ୍ଗୁଠି ଗେଞ୍ଜି ଠକିଥିଲା ତାହାକୁ ବଣ୍ଣନା କରିଛନ୍ତି। ଖାଲି ସେତିକି ନୁହେଁ, କୋର୍ଟଙ୍କ ନିକଟରେ ଏହି ଠକଙ୍କୁ ପଦାରେ ପକାଇ ସେ ତାଙ୍କ କମ୍ପାନୀଠୁ ୧ କିଲୋ ସୁନା ଏବଂ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଥିବା ବି ଗଣମାଧ୍ୟମ ଆଗରେ କହିଛନ୍ତି।

ଶିଳ୍ପା ଓ ରାଜ କୁନ୍ଦ୍ରା ଦ୍ୱାରା ପରିଚାଳିତ ସତ୍ୟଯୁଗ ଗୋଲ୍ଡ କମ୍ପାନୀ ତାଙ୍କୁ ଠକିଥିବା ନେଇ ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲେ ସଚିନ୍ ଯୋଶୀ। ୨୦୨୧ ଜାନୁୟାରୀ ମାସରେ ସେ ପୁଲିସ ନିକଟରେ ଏନେଇ ମାମଲା ଦାୟର କରିଥିଲେ। ଆଉ ଏହି ମାମଲାର ବିଚାର କରି କୋର୍ଟ ସତ୍ୟଯୁଗ କମ୍ପାନୀକୁ ୧ କିଲୋ ସୁନା ଦେବାକୁ ଆଦେଶ ଦେବା ସହ , ଏହି ଆଇନର ଲଢ଼େଇ ଲଢ଼ିବାକୁ ସେ ଯେଉଁ ୩ ଲକ୍ଷ ଟଙ୍କର ଖର୍ଚ କରିଛନ୍ତି ତାହାକୁ ତୁରନ୍ତ ପଇଠ କରିବାକୁ କହିଥିଲେ। ଗଣମାଧ୍ୟମକୁ ଯୋଶୀ କହିଛନ୍ତି ଏହି ଘଟଣାଟି ହେଉଛି ଶହ ଶହ ସଂଖ୍ୟାର ନିବେଶକଙ୍କୁ ଠକିଥିବାର ଏକ ନମୁନା। ଅନ୍ୟମାନଙ୍କ ଭଳି ସେ ସତ୍ୟଯୁଗ ଗୋଲ୍ଡ କମ୍ପାନୀରେ ନିଜ ପୁଞ୍ଜିକୁ ବଢ଼ାଇବା ଲାଗି ନିବେଶ କରିଥିଲେ। ଏହି ଯୋଜନାରେ ସେ ଅନ୍ୟମାନଙ୍କ ଭଳି କେବେ ସୁନା ପାଇବା ଲକ୍ଷ୍ୟ ରଖି ନଥିଲେ। ଏଣୁ କମ୍ପାନୀ ତାଙ୍କୁ ନିବେଶର ଫାଇଦା ଦେବା ଆବଶ୍ୟକ ଥିଲା। କିନ୍ତୁ ଶିଳ୍ପା ଓ ରାଜ୍‌ଙ୍କ କମ୍ପାନୀ ତାଙ୍କ ଦ୍ୱାରା ନିବେଶ କରାଯାଇଥିବା ପୁଞ୍ଜିଦ୍ୱାରା ସୁନା କଣିଛନ୍ତି ଏବଂ ଏହା ଦ୍ୱାରା ଏବେ ତାଙ୍କର କ୍ଷତି ହୋଇଛି ବୋଲି ଦର୍ଶାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀର କ୍ଷତି ବାବଦରେ ୨୫ ଲକ୍ଷ ୫୦ ହଜାର ଟଙ୍କାର ଜୋରିମାନା ଦାବି କରିଥିଲେ। ସେତେବେଳେକୁ ସଚିନ୍ ୧୮ ଲକ୍ଷ ୫୭ ହଜାର ଟଙ୍କା ଶିଳ୍ପାଙ୍କ କମ୍ପାନୀରେ ଜମା ରଖି ସାରିଥିଲେ। ଏଣୁ ତାଙ୍କ ଦ୍ୱାରା ଜମା କରାଯାଇଥିବା ୧୮ ଲକ୍ଷ ୫୭ ହଜାର ଟଙ୍କା ପାଇବା ଲାଗି ତାଙ୍କୁ ସାଢ଼େ ୨୫ ଲକ୍ଷ ଜମାଦେବା ଲାଗି ସତ୍ୟଯୁଗ ଗୋଲ୍ଡ ଆଦେଶ ଦେଇଥିଲା। ନହେଲା ସମୁଦାୟ ଟଙ୍କା ରଫାଦଫା ହେବାର ଆଶଙ୍କା ଥିଲା। ଏହାକୁ ଦିନ ଅଧରେ ଠକାମୀ କାର୍ଯ୍ୟ ବୋଲି ବିବେଚନା କରି ସଚିନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସଚିନ୍‌ଙ୍କୁ ସୁନା ସହ ତାଙ୍କ ଆଇନଗତ ଲଢ଼େଇ ବାବଦ ଖର୍ଚ୍ଚ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ଏବେ ରାଜ କୁନ୍ଦ୍ରାଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିବା ଘଟଣାକୁ ସେ କର୍ମ ଫଳ ବୋଲି ଅଭିହିତ କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ଦାବି: ‘ଟ୍ୟାପ୍ ହୋଇଛି ମୋ ଫୋନ୍, ଇସ୍ତଫା ଦିଅନ୍ତୁ ଶାହ’