spot_img
Home Blog Page 5506

କୃଷି ଆନ୍ଦୋଳନକୁ ତୀବ୍ର କରିବାକୁ ରାକେଶ ଟିକାୟତଙ୍କ ଅପିଲ୍, କହିଲେ ଟ୍ରାକ୍ଟର, ଟ୍ୱିଟର ଓ ଟ୍ୟାଙ୍କ ଚଳାଇବାକୁ ପଡିବ…

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ସରକାର ଓ କୃଷକ ମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଥମିବାର ନାମ ନେଉନାହିଁ । ଏମିତିକି ଏହି ଆଇନ୍ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।

12 opposition parties extend their support to Samyukta Kisan Morcha

କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଏଭଳି ବୟାନ ପରେ ଆନ୍ଦୋଳନକୁ ଅଧିକ ତୀବ୍ର କରିବା ଲାଗି ଅପିଲ୍ କରିଛନ୍ତି କୃଷି ମନ୍ତ୍ରୀ ରାକେଶ ଟିକାୟତ । ଚାଷୀଙ୍କୁ ଏଭଳି ଅପିଲ୍ କରିବା ସହିତ ଟ୍ୟାକ୍ଟ୍ରର ପ୍ରସ୍ତୁତ କରି ରଖିବା ଲାଗି କହିଛନ୍ତି । ୨୪ରୁ ୨୬ ତାରିଖ ମଧ୍ୟରେ କୃଷକ ମାନେ ଟ୍ରାକ୍ଟ୍ରର ନେଇକି ଆସିବେ ଏବଂ ଟ୍ରାକ୍ଟର, ଟ୍ୱିଟର ଓ ଟ୍ୟାଙ୍କ ଆଦି ସବୁକୁ ଚଳାଇବାକୁ ପଡିବ ।

ନିଜ କଥା ରଖିବା ଲାଗି ଟ୍ୱିଟର ଜରୁରୀ ବୋଲି ସେ କହିଛନ୍ତି । ଏମିତିକି ସରକାରଙ୍କୁ ଚିକିତ୍ସା ଦରକାର ବୋଲି ଟାର୍ଗେଟ୍ କରି ନିକଟ ଅତୀତରେ ସେ କହିଥିଲେ । ଏଯାବତ୍ ୧୦ ଥର ପାଇଁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ବୈଠକ ବସିଥିଲା। ଏପଟେ ସରକାର ଆଇନରେ ସଂଶୋଧନ କରିବାକୁ ପ୍ରସ୍ତୁତ ଥିବା ବେଳେ ପ୍ରତ୍ୟାହାର କରିବାକୁ ରାଜି ନଥିଲେ । ହେଲେ ଚାଷୀଙ୍କ କହିବାନୁସାରେ ଆଇନରେ ସଂଶୋଧନକୁ ଗ୍ରହଣ କରାଯିବ ନାହିଁ।

ଷ୍ଟିଙ୍ଗ୍‌ ଅପରେସନରେ ହନୁମାନ ପଇସା ଗ୍ୟାଙ୍ଗ: କୋଡ ୱାର୍ଡରେ ଚାଲିଛି ବେପାର

ଢେଙ୍କାନାଳ: ଆଡ୍ଡା ଜମାଇଛନ୍ତି ଅନ୍ତଃରାଷ୍ଟ୍ରୀୟ କଳା ବ୍ୟବସାୟୀ । ପ୍ରଥମେ ପଶୁପକ୍ଷୀଙ୍କ ଅଙ୍ଗ, ପରେ ବ୍ରାଉନସୁଗାର, ଆଉ ଏବେ ପ୍ରାଚୀନ ମୁଦ୍ରାର ତସ୍କରି । ଚାଲିଛି କୋଟି କୋଟି ଟଙ୍କାର କଳା ବେପାର । ଏହି ବେଆଇନ ବେପାରର ଚେର କୋଲକାତା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରମାଣ ମିଳିଛି । କୋଡ ଓ୍ବାର୍ଡରେ ଚାଲିଛି ଏହି ସମସ୍ତ ବେପାର । ପାସ ଓ୍ବାର୍ଡ ରହିଛି ‘ଜୟ ମା କାଳୀ’ । ନନ୍ଦିଘୋଷ ଟିଭିର ଷ୍ଟିଙ୍ଗ୍‌ ଅପରେସନରେ ସାମ୍ନାକୁ ଆସିଛି ସତ୍ୟାସତ୍ୟ । ବହୁ ପ୍ରାଚୀନ ହନୁମାନ ପଇସା ସହିତ ଅନ୍ୟାନ୍ୟ ପ୍ରାଚୀନ ସାମଗ୍ରୀର ଏଠି ଚାଲିଛି କୋଟି କୋଟି ଟଙ୍କାରେ ଡିଲ । କିପରି ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହାର ଚାହିଦା ରହିଛି ।

ତା’ର ସଂପୂର୍ଣ୍ଣ ଚିତ୍ର କଏଦ ହୋଇଛି ଆମ କ୍ୟାମେରାରେ । ଦେଖନ୍ତୁ ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ଷ୍ଟିଙ୍ଗ୍‌ ଅପରେସନର ଚିତ୍ର । ଧଳାକାଗଜରେ ଲେଖାହୋଇଛି ସଂପୂର୍ଣ୍ଣ ତଥ୍ୟ । ସେହି ତଥ୍ୟ ଲେଖାଯାଇଥିବା ଧଳାକାଗଜରେ ରଖାଯାଇଛି ତିନିଟି ପ୍ରାଚୀନ ମୁଦ୍ରା ବା ହନୁମାନ ଓ ରାମସୀତାଙ୍କ ଚିତ୍ରଥିବା ମୁଦ୍ରା । ଏଠି କଳା ବେପାରୀମାନଙ୍କୁ ଦେଖାଯାଉଛି ଡେମୋ । ଛୁଞ୍ଚି ଦ୍ଵାରା କରାଯାଉଛି କ୍ଵାଲିଟି ଚେକ । ଛୁଞ୍ଚିକୁ ମୁଦ୍ରା ନିକଟକୁ ନେଲେ ମୁଦ୍ରାଟି ଛୁଞ୍ଚିକୁ ଠେଲି ଦେଉଛି । ଏହି ପରୀକ୍ଷାରୁ ମୁଦ୍ରା ଅସଲି ପ୍ରମାଣିତ ହୋଇଛି । ସେହିଭଳି ମୁଦ୍ରାଠାରୁ ଦୂରରେ ରହିଛି କିଛି ଅରୁଆ ଚାଉଳ । ଏହି ଚାଉଳଗୁଡ଼ିକ ଧୀରେ ଧୀରେ ମୁଦ୍ରା ପାଖକୁ ଟାଣିହୋଇ ଆସୁଛି ।

ଏହି ପରୀକ୍ଷଣରୁ ପୁଣି ଥରେ ପ୍ରମାଣିତ ହୋଇଛି ମୁଦ୍ରା ଅସଲି । ଗୋଟିଏ ହନୁମାନ ପଇସାକୁ 5କୋଟି ଟଙ୍କାରେ ବିକ୍ରି ପାଇଁ ଚାଲିଛି ମୂଲଚାଲ । ସେହିଭଳି ଏକ କଳାପଥରର ମଧ୍ୟ ଅସଲି ନକଲି ପରୀକ୍ଷଣ କରୁଛନ୍ତି ଦୁର୍ବୃତ୍ତ । କୋଇଲା ଭଳି ଦେଖାଯାଉଥିବା ଏହି ପଥର ଖଣ୍ଡର ବି ଚାଲିଛି କ୍ବାଲିଟି ଚେକିଂ । ପଥରକୁ ତଳେ ଘଷିଲେ ବି ଏହା ଘୋରି ହେଉନାହିଁ । ଏପରିକି କାଚକୁ କାଟିଲେ କାଚ କଟିଯାଉଛି । ଏହା ବ୍ଲାକ ଡାଇମଣ୍ଡ ବୋଲି ଜଣାପଡିଛି । ଏହା ମଧ୍ୟ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ କରୁଛନ୍ତି କଳା-ବ୍ୟବସାୟୀ ।

ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ: ଇମ୍ରାନ ଖାନ୍

ଇସଲାମାବାଦ: ପାକିସ୍ତାନର ୱଜିର-ଏ-ଆଜମ ଇମ୍ରାନ ଖାନ ପୁଣି ଥରେ ନିଜ ବୟାନ ପାଇଁ ବିବାଦ ଘେରକୁ ଆସିଛନ୍ତି । ପାକିସ୍ତାନରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ଇମ୍ରାନ ମହିଳାଙ୍କ ପୋଷାକ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ଏପରିକି ଦୁଷ୍କର୍ମ ପାଇଁ ସେ ମହିଳାଙ୍କ ପୋଷାକକୁ ଦାୟୀ କରିଛନ୍ତି।

ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ, ଯଦି ଜଣେ ମହିଳା ଛୋଟିଆ ପୋଷାକ ପିନ୍ଧୁଛନ୍ତି, ତେବେ ଏହା ନିଶ୍ଚିତ ଭାବରେ ପୁରୁଷମାନଙ୍କୁ ପ୍ରଭାବିତ କରିବ । କାରଣ ପୁରୁଷ ମାନେ ରୋବଟ୍ ନୁହଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ସାଧାରଣ  କଥା । ମହିଳାମାନେ ଏହାକୁ ବୁଝିବା ଉଚିତ୍।

ମହିଳାଙ୍କ ପୋଷାକକୁ ନେଇ ଇମ୍ରାନ ଖାନଙ୍କ ଏଭଳି ଟିପ୍ପଣୀ ଲାଗି ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। ପାକିସ୍ତାନର ହିଜବେ ନେତାଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦକ୍ଷିଣ ଏସିଆର ଆନ୍ତର୍ଜାତୀୟ ନ୍ୟାୟ ଆୟୋଗର ଆଇନ ପରାମର୍ଶଦାତା ରିମା ଓମାର ନିଜ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି ।

ରାମ ମନ୍ଦିର ଜମିକିଣା ଦୁର୍ନୀତି ମାମଲା; ସାମ୍ବାଦିକଙ୍କ ନାଁରେ ଏତଲା

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ରାମ ମନ୍ଦିର ଜମି କିଣା ଦୁର୍ନିତି ମାମଲାରେ ଜଣେ ସାମ୍ବାଦିକଙ୍କ ନାଁରେ ଏତଲା କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତରାୟଙ୍କ ଭାଇ ସଞ୍ଜୟ ବଂଶଲଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଚମ୍ପତ୍ତ ରାୟଙ୍କ ବିରୋଧରେ ମଧ୍ୟ ଅଯୋଧ୍ୟା ଜମି ଦୁର୍ନୀତି ନେଇ ପ୍ରଶ୍ନ ଉଠିଥିଲା।

ତେବେ ଏହି ମାମଲାରେ ତଦନ୍ତ କରି ଚମ୍ପତ୍ତ ରାୟ ଏବଂ ତାଙ୍କ ଭାଇକୁ କ୍ଲିନ୍ ଚିଟ୍ ଦେଇଥିଲା ବିଜନୋର ପୋଲିସ। ଏହି ମାମଲାକୁ ନେଇ ପୁଣି ଜାଣି ଶୁଣି ବିବାଦ ଉପୁଜା ଯାଉଥିବା ଅଭିଯୋଗ କରିଛନ୍ତି ସଞ୍ଜୟ। ଏନେଇ ସାମ୍ବାଦିକ ବିନିତ ନାରାୟଣ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ସଞ୍ଜୟ । ତିନଦିନ ତଳେ ବିନିତ ଏକ ଫେସବୁକ୍ ପୋଷ୍ଟରେ ସଞ୍ଜୟଙ୍କ ନଁରେ ରାମ ମନ୍ଦିର ପାଇଁ ଜମି କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ । ଏଥିରେ ଚମ୍ପତ୍ତ ରାୟ ତାଙ୍କୁ ସହାୟତା କରିଥିବା ଲେଖିଥିଲେ । ଗୋଟିଏ ୨୦ ହଜାର ବର୍ଗ ମିଟର ଗୋଶାଳା ଜମି ହଡପ ହୋଇଥିବା ଲେଖିଥିଲେ ବିନିତ ।

UP Assembly Elction 2022 BJP Yogi Adityanath Govt Trying To Damage Control

୨୦୧୮ ମସିହାରେ ଏହି ଜମିରୁ କବଜା ହଟାଇବାକୁ ପ୍ରୟାଶ କରିଥିଲେ ଜଣେ ଏନଆରଆଇ । ସେ ଏହି ଜମି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଅପିଲ କରିଥିଲେ ।

କୋର୍ଟରେ ଜିତିଲା ପ୍ରେମ, ଖାଲି ହାତରେ ଫେରିଲା ୟୁପି ପୋଲିସ

ଭୁବନେଶ୍ୱର: ପ୍ରେମ ଯଦି ସଚ୍ଚା ଥାଏ ତେବେ ସବୁ ବାଧାବିଘ୍ନ ବି ହାର ମାନିଥାଏ  । ଯାହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରରେ  । ପ୍ରେମିକ ପାଇଁ ପରିବାରକୁ ପଛ କରି ଉତ୍ତରପ୍ରଦେଶରୁ ଭୁବନେଶ୍ୱରକୁ ଆସିଥିବା ଯୁବତୀ ଘଟଣାରେ କୋର୍ଟ ନେଲେ  ନିଷ୍ପତ୍ତି । ଯୁବତୀ ସାବାଳିକା, ନିଜ ଇଛାରେ ରହି ପାରିବେ । ଯୁବତୀ ହିଁ ନେଇପାରିବେ ଜୀବନର ନିଷ୍ପତି  । ପରିବାର ଲୋକେ ଆଣିଥିଲେ ଅପହରଣ ଅଭିଯୋଗ କିନ୍ତୁ କୋର୍ଟରେ ଖଣ୍ଡନ କଲେ ଝିଅ ।

ଶେଷରେ ନିରାଶ ହୋଇ ଫେରିଗଲେ ଯୁବତୀଙ୍କ ପରିବାର । ଉତ୍ତର ପ୍ରଦେଶ ଗୋରଖପୁରର ଯୁବତୀ ଭୁବନେଶ୍ୱରରେ ଜଣେ ଯୁବକକୁ ବିବାହ ପାଇଁ କିଛି ଦିନ ତଳେ ଆସିଥିଲେ । ଯୁବତୀଙ୍କ ପରିବାର ଲୋକେ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୟୁପି ପୋଲିସ ଭୁବନେଶ୍ବରରେ ଆସି ତନାଘନା କରିଥିଲା । ସେପଟେ କିନ୍ତୁ ଯୁବତୀ କହିଛନ୍ତି, ଅପହରଣ ନୁହେଁ, ବରଂ ନିଜ ଇଚ୍ଛାରେ ସେ ଘର ଛାଡ଼ି ଆସିଛନ୍ତି ।

ସେପଟେ ଯୁବତୀ ଓଲଟା ପରିବାର ବିରୋଧରେ ଅଭିଯୋଗ ବାଢିଛନ୍ତି  । ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ବାଧ୍ୟ କରିବା ସହ ଧମକ ଚମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଯିବାକୁ ଚାହୁଁନଥିବା ମଧ୍ୟ ଭିଡିଓ ଜରିଆରେ ଜଣାଇଛନ୍ତି । ଘରୁ ଆସିବା ବେଳେ ଚିଠି ଲେଖିଆସିଥିଲେ । ଭୁବନେଶ୍ୱର ଆସିବା ପରେ ନିଜର ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ଯୁବତୀ ।

ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ, କଫି ଦାମ୍ ୭ ହଜାର ଟଙ୍କା

ପୋଙ୍ଗୟାଙ୍ଗ୍: ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା ବେଳେ ଖାଦ୍ୟ ସାମଗ୍ରୀର ଦାମ୍ ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ୍ କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଖାଦ୍ୟ ଅଭାବ ଦେଶରେ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି ବୋଲି ମାନିଛନ୍ତି କିମ୍ ଜଙ୍ଗ-ଉନ୍।

ଏପରିକି ଗତ ବର୍ଷ ଟାଇଫୁନ୍‌ରେ ହୋଇଥିବା କ୍ଷୟକ୍ଷତି ଯୋଗୁଁ କୃଷି କ୍ଷେତ୍ରରେ ଫସଲ ଉତ୍ପାଦନ ହୋଇପାରୁ ନଥିବାରୁ ଖାଦ୍ୟ ଅଭାବ ଦେଖାଦେଇଛି ବୋଲି କିମ ଜୋଙ୍ଗ-ଉନ ମାନିଛନ୍ତି। ଫସଲ ଉତ୍ପାଦନ ଯୋଜନା ବିଫଳ ହୋଇଥିବାରୁ ଦେଶରେ  ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଆଉ ଏକ ରିପୋର୍ଟ ଅନୁସାରେ, ଏଥିପାଇଁ ରାଜଧାନୀ ପୋଙ୍ଗୟାଙ୍ଗ୍ ରେ ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢି ଚାଲିଛି । ଯେଉଁଥିପାଇଁ କଦଳୀ କିଲୋଗ୍ରାମ ପ୍ରତି ଦାମ୍ $୪୫ ଅର୍ଥାତ୍ ୩ ହଜାର ୩୩୫ ଟଙ୍କା ରହିଛି । ବ୍ଲାକ୍ ଟି ଦାମ୍ $୭୦ ଅର୍ଥାତ୍ ୫ ହଜାର ୧୯୦ ଏବଂ କଫି ପକେଟ୍ ଦାମ୍ $୧୦୦ ଅର୍ଥାତ୍ ୭ ହଜାର ୪୧୪ ଟଙ୍କା ରହିଛି ।

ତେବେ ଦଳୀୟ ନେତା ମାନେ ଖୁବ୍ ଶୀଘ୍ର ଖାଦ୍ୟ ସଙ୍କଟ ଦୂର କରିବେ ବୋଲି ସେଣ୍ଟ୍ରାଲ୍ କମିଟି ମିଟିଂରେ ଶାସକ କିମ ଜୋଙ୍ଗ-ଉନ ନିର୍ଦ୍ଦେଶ ଦେଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ ଫସଲ ଅଭାବରୁ ଏହି ସଙ୍କଟ ଦେଖାଦେଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ଏକ ରିପୋର୍ଟରେ କୁହାଯାଇଛି ଯେ ଉତ୍ତର କୋରିଆରେ ୮୬୦,୦୦୦ ଟନ୍ ଖାଦ୍ୟ ଅଭାବ ରହିଛି।

ଏହି ସଙ୍କଟର ତୁରନ୍ତ ସମାଧାନ ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି କିମ ଜୋଙ୍ଗ-ଉନ। ତେବେ ସମସ୍ୟାର ସମାଧାନ କେବେ ହେବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

 

ରାଜ୍ୟରେ ଦିଆଗଲାଣି କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ।

ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କୋ-ୱିନ୍ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାବତ୍ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ପ୍ରଥମ ଡୋଜ୍ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ଟି ଘରୋଇ ମେଡିକାଲରେ ଟିକାକରଣ କରାଯାଉଛି ।

୪୪ ଲକ୍ଷ ୩୧ ହଜାର ୩୧୫ ଜଣ ପୁରୁଷ ଟିକା ନେଇଥିବା ବେଳେ ୩୮ ଲକ୍ଷ ୩୬ ହଜାର ୩୯୩ ଜଣ ମହିଳା କୋଭିଡ୍ ଟିକା ନେଇଛନ୍ତି । ସେହିଭଳି ୮୯ ଲକ୍ଷ ୨୭ ହଜାର ୨୪୯ ଡୋଜ୍ କୋଭିସିଲ୍ଡ ଦିଆଯାଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୩୫୮ ଡୋଜ୍ କୋଭାକ୍ସିନ୍ ଦିଆଯାଇଛି । ରାଜ୍ୟରେ ମୋଟ ଟିକାକରଣରୁ ମାତ୍ର ୦.୦୦୦୪ ପ୍ରତିଶତ ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମାମଲା ଆସିଛି ।

Odisha Has Administered Morethan 1 Crore Vaccine Doses

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪ ଲକ୍ଷ ୧୦ ହଜାର ୯୨୨ ଡୋଜ୍ ଟିକା ଦିଆଯାଇଛି । ୯ ଲକ୍ଷ ୩୮ ହଜାର ୯୮୧ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪ ଲକ୍ଷ ୭୧ ହଜାର ୯୪୧ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ଏବେ ରାଜ୍ୟ ପାଖରେ ୨୦ ତାରିଖ ସୁଦ୍ଧା କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟିକାର ୬ ଲକ୍ଷ ୧୧ ହଜାର ୧୯୦ ଡୋଜ୍ ଥିବାବେଳେ କୋଭାକ୍ସିନର ୭୭ ହଜାର ୧୧୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା ଟିକାରୁ କୋଭାକ୍ସିନର ୩ ଲକ୍ଷ ୫୨ ହଜାର ୨୩୦ ଡୋଜ୍ ଓ କୋଭିସିଲ୍ଡର ୩ ଲକ୍ଷ ୫୪ ହଜାର ୯୦ ଡୋଜ୍ ରହିଛି ।

‘ଯୋଗ ଦିବସ’ରେ ରେକର୍ଡ ସଂଖ୍ୟକ ଟିକାକରଣ; ଦିଆଗଲା ୭୦ ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ଲାଗି ଆଜିଠାରୁ ମାଗଣା ଭ୍ୟାକ୍ସିନେସନ୍ ଅଭିଯାନ ଜୋରଦାର କରାଯାଇଛି । ଆଉ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ତଥା ପ୍ରଥମ ଦିନରେ ହିଁ ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି। ସରକାରଙ୍କ ପରିସଂଖ୍ୟାନ ଅନୁଯାୟୀ, ଏପର୍ଯ୍ୟନ୍ତ କରୋନା ଭ୍ୟାକ୍ସିନର ପ୍ରାୟ ୭୦ ଲକ୍ଷରୁ ଅଧିକ ଡୋଜ୍ ଦିଆଯାଇଛି ।

କେନ୍ଦ୍ର ସରକାର ଆଜି ଠାରୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣା ଟିକା ପ୍ରଦାନ କରୁଛନ୍ତି । ଏନେଇ କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। କେନ୍ଦ୍ର ସରକାର ଟିକା ଉତ୍ପାଦନର ୭୫% ଅଂଶ ନିଜେ କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାକି ୨୫% ଘରୋଇ ହସ୍ପିଟାଲ୍ ଗୁଡିକ ଦ୍ୱାରା କିଣାଯିବ ।

କେନ୍ଦ୍ର ସରକାର ନିଜେ ଟିକା କିଣି ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ । ହେଲେ ପୂର୍ବରୁ ରାଜ୍ୟ ମାନଙ୍କୁ ଟିକା କିଣିବାକୁ କୁହାଯାଇଥିଲା । ଆଜି ଟୀକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ୭୦ ଲକ୍ଷରୁ ଅଧିକ ଡୋଜ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ତେବେ ଭାରତରେ କ୍ରମାଗତ କମି ଚାଲିଛି କରୋନା ଗ୍ରାଫ। ଦେଶରେ ଏଯାବତ୍ ମୋଟ୍ ଆକ୍ଟିଭ କେସ୍ ରହିଛି ୭ ଲକ୍ଷ ୨ ହଜାର ୮୮୭।  ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ। ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ।

ଏଥର ବି ଅମରନାଥ ଯାତ୍ରା ବାତିଲ୍, ଅନଲାଇନରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଶ୍ରୀନଗର: କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଚଳିତଥର ମଧ୍ୟ ଅମରନାଥ ଯାତ୍ରା ବାତିଲ୍ କରି ଦିଆଯାଇଛି । ବାବାଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ପୁଣି ଆସନ୍ତା ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ିବ । ଅମରନାଥ ଯାତ୍ରା ବାତିଲ୍ ନେଇ ଜମ୍ମୁ-କାଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି । ଏନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଘୋଷଣା କରିଛନ୍ତି । ଗତବର୍ଷ ମଧ୍ୟ କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଅମରନାଥ ଯାତ୍ରା ବାତିଲ୍ ହୋଇଥିଲା ।

Amarnath Yatra 2021 Cancelled For The Second Year

ତେବେ ଶ୍ରଦ୍ଧାଳୁ ଅନଲାଇନରେ ବାବା ବର୍ଫାନୀଙ୍କ ଦର୍ଶନ କରିପାରିବେ । ଜୁନ୍ ୨୮ରୁ ଅନଲାଇନ୍ ଦର୍ଶନ ଆରମ୍ଭ ହେବ । ଶ୍ରୀ ଅମରନାଥ ଛଡ଼ି ମୁବାରକ ଅଗଷ୍ଟ ୨୨ରେ ଗୁମ୍ଫାକୁ ନିଆଯିବ । ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଯେଉଁଥିରେ NSA ଅଜିତ ଡୋଭାଲ୍, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସହ ଜମ୍ମୁ-କାଶ୍ମୀର ବରିଷ୍ଠ ସୁରକ୍ଷା ଅଧିକାରୀ ସାମିଲ୍ ହୋଇଥିଲେ ।

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଓଭରସିଜ୍ ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର

ମୁମ୍ବାଇ: ବିନିବେଶ ଲିଷ୍ଟରେ ଏବେ ଆଉ ଦୁଇଟି ବ୍ୟାଙ୍କର ନାଁ ଯୋଡି ହେବାକୁ ଯାଉଛି। ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଉପରୁ ପୁଞ୍ଜି ପ୍ରତ୍ୟାହାର କରିବେ ସରକାର। ପ୍ରଥମ ପର୍ଯ୍ୟାୟରେ ଏହି ଦୁଇ ବ୍ୟାଙ୍କ ସେମାନଙ୍କର ୫୧ ପ୍ରତିଶତ ଅଂଶଧନ ବିକ୍ରି କରିବେ । ସରକାର ୨୦୨୨ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ଡାଇଭେଷ୍ଟମେଣ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ମୌସୁମୀ ଅଧିବେଶନରେ ଏହି ଦୁଇ ସରକାରୀ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଏବଂ ବ୍ୟାଙ୍କିଙ୍ଗ୍ ଆଇନ ଅଧିନିୟମରେ ସଂଶୋଧନ ଆଣିପାରନ୍ତି। ରିପୋର୍ଟ ଅନୁଯାୟୀ, ବିନିବେଶ ପାଇଁ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ ଏବଂ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ଆଇନରେ ମଧ୍ୟ କେନ୍ଦ୍ର ସରକାର ସଂଶୋଧନ କରିବେ।

ସରକାରୀ ଥିଙ୍କ ଟ୍ୟାଙ୍କ ନିକଟରେ ବିନିବେଶ ଉପରେ ସଚିବଙ୍କ କୋର ଗ୍ରୁପ୍ କୁ ଏହି ଦୁଇଟି ବ୍ୟାଙ୍କର ନାମରେ ଏକ ରିପୋର୍ଟ ଦାଖଲ କରିଥିଲେ। ଏହି କୋର୍ ଗ୍ରୁପ୍ ପ୍ୟାନେଲର ସଦସ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି- ଅର୍ଥନୖେତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ, କର୍ପୋରେଟ୍ ବ୍ୟାପାର ସଚିବ, ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସଚିବ, ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ (ଡିପିଏମ୍) ସଚିବ ଏବଂ ପ୍ରଶାସନିକ ବିଭାଗ ସଚିବ।

କ୍ୟାବିନେଟ୍ ସଚିବଙ୍କ ନେତୃତ୍ୱରେ ମୁଖ୍ୟ ସଚିବ ସମୂହ ନାମଗୁଡିକୁ ଅନୁମୋଦନ କରିବ । ପରିଶେଷରେ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧିନ କ୍ୟାବିନେଟକୁ ଯିବ। ଏହିପରି ଭାବରେ ବ୍ୟାଙ୍କଗୁଡିକ ଉପରୁ ପୁଞ୍ଜି ପ୍ରତ୍ୟାହାର ନେଇ ଚୂଡାନ୍ତ ମୋହର ବାଜିବ।

ତେବେ ବ୍ୟାଙ୍କ ଗୁଡିକର ଘରୋଇକରଣକୁ ନେଇ ଗ୍ରାହକ ମାନେ ଆତଙ୍କିତ ହେବାର କୗେଣସି ଆବଶ୍ୟକତା ନାହିଁ । କାରଣ ଘରୋଇକରଣ ହେବାକୁ ଯାଉଥିବା ବ୍ୟାଙ୍କଗୁଡିକର ଆକାଉଣ୍ଟଧାରୀମାନେ କୗେଣସି କ୍ଷତି ସହିବେ ନାହିଁ। ଏହି ଗ୍ରାହକମାନଙ୍କୁ ପୂର୍ବ ପରି ବ୍ୟାଙ୍କିଂ ସେବା ମିଳିବ।

ବର୍ତ୍ତମାନ ସମୟରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଅଂଶଧନ ବିକ୍ରି କରି ରାଜସ୍ୱ ବୃଦ୍ଧି କରିବାକୁ ଚାହୁଁଛନ୍ତି । ଏବଂ ସେହି ଟଙ୍କାକୁ ସରକାରୀ ଯୋଜନାରେ ବ୍ୟବହାର କରିବାକୁ ଚାହୁଁଛନ୍ତି।